ଜ୍ଞାନ ବିଜ୍ଞାନ ମେଳାରେ ୨୯୩ ଶିଶୁଙ୍କ ଅଂଶଗ୍ରହଣ। ପୁରୀରେ ଅନୁଷ୍ଠିତ ହୋଇଛି ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୬/୨୭। ଘୋଡ଼ାବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିଶୁମାନେ ବିଜ୍ଞାନଭିତ୍ତିକ ପ୍ରକଳ୍ପ ଓ ପ୍ରତିଯୋଗିତାରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ମୋଟ ୨୯୩ ଜଣ ଶିଶୁ ଅଂଶଗ୍ରହଣ କରିଥିବାବେଳେ ୬୭ ଜଣ କୃତୀ ପ୍ରତିଯୋଗୀ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁରୀ, ୮ ଅଗଷ୍ଟ।ଘୋଡ଼ାବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୬/୨୭। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଟିଆରଓ ଶ୍ରୀ ଅନୁଶ୍ରବ ଗନ୍ତାୟତ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଶିଶୁମାନଙ୍କୁ ଉଦ୍ବୋଧନ ଦେଇ ସେ କହିଥିଲେ, ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ନୂତନ ସ୍ୱପ୍ନକୁ ସାକାର କରିବା ସହ ବୈଜ୍ଞାନିକ ଚିନ୍ତାଧାରା ଓ ବୈଜ୍ଞାନିକ ପରିବେଶକୁ 0ଆଗେଇ ନେବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଙ୍କୁଳ ପ୍ରମୁଖ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ବୈଜ୍ଞାନିକଙ୍କ ଜୀବନୀ କଥନ, ବୈଜ୍ଞାନିକଙ୍କ ଫଟୋଚିତ୍ର ସଂଗ୍ରହ, ବିଜ୍ଞାନଭିତ୍ତିକ ପ୍ରୟୋଗ, ବିଜ୍ଞାନ ପ୍ରଶ୍ନମଞ୍ଚ, ମୂର୍ତ୍ତିକଳା, ପତ୍ରବାଚନ, ସ୍ୱଳ୍ପ ବା ବିନା ମୂଲ୍ୟରେ ଉପକରଣ ପ୍ରସ୍ତୁତି ଏବଂ ବିଜ୍ଞାନ ସମ୍ବନ୍ଧୀୟ ନାଟକ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ମୋଟ ୨୯୩ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୭ ଜଣ ପ୍ରତିଭାଗୀ ପୁରସ୍କାର ପାଇଁ ବିବେଚିତ ହେବା ସହ ଆଗାମୀ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଦ୍ଯାପନୀ ଉତ୍ସବରେ ପୁରୀ ଜିଲ୍ଲା ସହ ପ୍ରମୁଖ ଦୀନବନ୍ଧୁ ତ୍ରିପାଠୀ, ସଙ୍କୁଳ ପ୍ରମୁଖ ତଥା ପୁରୀ ବିଭାଗ ନିରୀକ୍ଷକ ଶ୍ରୀ ସରୋଜ କୁମାର ପଟ୍ଟନାୟକ ଏବଂ ସଙ୍କୁଳ ସହ ସଂଯୋଜକ ଶ୍ରୀ ରବିନ୍ଦ୍ର କୁମାର ନନ୍ଦ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ତଥା ସହ ପ୍ରଧାନଆଚାର୍ଯ୍ୟ ଶ୍ରୀ ସୁଶାନ୍ତ ସ୍ୱାଇଁ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ। ଶେଷରେ ବିଦ୍ୟାଳୟ ସମ୍ପାଦକ ଶ୍ରୀ ଅରବିନ୍ଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଗୁରୁଜୀ, ଗୁରୁମା ଓ ସେବକ-ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ରିପୋର୍ଟର—ଡ଼ଃ ମନୋଜ କୁମାର ବଳିଆରସିଂ, ପୁରୀ।
ଜ୍ଞାନ ବିଜ୍ଞାନ ମେଳାରେ ୨୯୩ ଶିଶୁଙ୍କ ଅଂଶଗ୍ରହଣ। ପୁରୀରେ ଅନୁଷ୍ଠିତ ହୋଇଛି ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୬/୨୭। ଘୋଡ଼ାବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିଶୁମାନେ ବିଜ୍ଞାନଭିତ୍ତିକ ପ୍ରକଳ୍ପ ଓ ପ୍ରତିଯୋଗିତାରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ମୋଟ ୨୯୩ ଜଣ ଶିଶୁ ଅଂଶଗ୍ରହଣ କରିଥିବାବେଳେ ୬୭ ଜଣ କୃତୀ ପ୍ରତିଯୋଗୀ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁରୀ, ୮ ଅଗଷ୍ଟ।ଘୋଡ଼ାବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ପରିସରରେ ଅନୁଷ୍ଠିତ ହୋଇଛି ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୬/୨୭। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଟିଆରଓ ଶ୍ରୀ ଅନୁଶ୍ରବ ଗନ୍ତାୟତ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଶିଶୁମାନଙ୍କୁ ଉଦ୍ବୋଧନ ଦେଇ ସେ କହିଥିଲେ, ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ନୂତନ ସ୍ୱପ୍ନକୁ ସାକାର କରିବା ସହ ବୈଜ୍ଞାନିକ ଚିନ୍ତାଧାରା ଓ ବୈଜ୍ଞାନିକ ପରିବେଶକୁ 0ଆଗେଇ ନେବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଙ୍କୁଳ ପ୍ରମୁଖ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ସ୍ୱାଗତ
ଭାଷଣ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ବୈଜ୍ଞାନିକଙ୍କ ଜୀବନୀ କଥନ, ବୈଜ୍ଞାନିକଙ୍କ ଫଟୋଚିତ୍ର ସଂଗ୍ରହ, ବିଜ୍ଞାନଭିତ୍ତିକ ପ୍ରୟୋଗ, ବିଜ୍ଞାନ ପ୍ରଶ୍ନମଞ୍ଚ, ମୂର୍ତ୍ତିକଳା, ପତ୍ରବାଚନ, ସ୍ୱଳ୍ପ ବା ବିନା ମୂଲ୍ୟରେ ଉପକରଣ ପ୍ରସ୍ତୁତି ଏବଂ ବିଜ୍ଞାନ ସମ୍ବନ୍ଧୀୟ ନାଟକ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ମୋଟ ୨୯୩ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୭ ଜଣ ପ୍ରତିଭାଗୀ ପୁରସ୍କାର ପାଇଁ ବିବେଚିତ ହେବା ସହ ଆଗାମୀ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଦ୍ଯାପନୀ ଉତ୍ସବରେ ପୁରୀ ଜିଲ୍ଲା ସହ
ପ୍ରମୁଖ ଦୀନବନ୍ଧୁ ତ୍ରିପାଠୀ, ସଙ୍କୁଳ ପ୍ରମୁଖ ତଥା ପୁରୀ ବିଭାଗ ନିରୀକ୍ଷକ ଶ୍ରୀ ସରୋଜ କୁମାର ପଟ୍ଟନାୟକ ଏବଂ ସଙ୍କୁଳ ସହ ସଂଯୋଜକ ଶ୍ରୀ ରବିନ୍ଦ୍ର କୁମାର ନନ୍ଦ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ତଥା ସହ ପ୍ରଧାନଆଚାର୍ଯ୍ୟ ଶ୍ରୀ ସୁଶାନ୍ତ ସ୍ୱାଇଁ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ। ଶେଷରେ ବିଦ୍ୟାଳୟ ସମ୍ପାଦକ ଶ୍ରୀ ଅରବିନ୍ଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଗୁରୁଜୀ, ଗୁରୁମା ଓ ସେବକ-ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ରିପୋର୍ଟର—ଡ଼ଃ ମନୋଜ କୁମାର ବଳିଆରସିଂ, ପୁରୀ।
- ଗୋତଳ ଗ୍ରାମ ମୌଜା BJEM school ପଛ ପଟର ଦୃଶ୍ୟ ଜମିଛି ବର୍ଷା ପାଣି ।1
- menatakarrananehichhodugii............. mmmmmmmnnn1
- ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ବିରୂପା ନଦୀର ଭଟିମୁଣ୍ଡା ଘାଟରୁ ଶହ କାଉଡିଆ ଭକ୍ତ ମାନେ ପାଣି ଉଠେଇ ବିଭିନ୍ନ ଶୈବପୀଠକୁ ଯାଉଛନ୍ତି ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ବିରୂପା ନଦୀର ଭଟିମୁଣ୍ଡା ଘାଟରୁ ଶହ କାଉଡିଆ ଭକ୍ତ ମାନେ ପାଣି ଉଠେଇ ବିଭିନ୍ନ ଶୈବପୀଠକୁ ଯାଉଛନ୍ତି1
- ଭୁବନେଶ୍ୱର ଜିଲ୍ଲା ସିଶୁଅନନ୍ତ ମଠ ରୁ ପବିତ୍ର ମାଟି ଭୁବନେଶ୍ୱର ଅଭିମୁଖେ ଯାତ୍ରା1
- ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ଓ ବୈଷୟିକ ଜ୍ଞାନ ଆଦାନପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ନୂଆଦିଲ୍ଲୀ/ଭୁବନେଶ୍ୱର : ୭ମ ସିଆଇଆଇ ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ ଆଜି ନୂଆଦିଲ୍ଲୀଠାରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଭାରତର ସ୍ୱଚ୍ଛ ଶକ୍ତି କ୍ଷେତ୍ରର ପ୍ରସାର ଓ ଆନ୍ତଃ-ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଓ ମଧ୍ୟପ୍ରଦେଶ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ବିଭାଗ (MPNRED) ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ଏକ ଐତିହାସିକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ରଣନୈତିକ ବୁଝାମଣା ପତ୍ର ଅକ୍ଷୟ ଶକ୍ତିର ବିକାଶ, ଶକ୍ତି ଦକ୍ଷତା ଏବଂ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ପାରସ୍ପରିକ ସହଯୋଗ, ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର, ଯୁଗ୍ମ ଗବେଷଣା ଓ ଅନୁସନ୍ଧାନ ଏବଂ ଜ୍ଞାନ ଆଦାନପ୍ରଦାନ ପାଇଁ ଏକ ବ୍ୟାପକ ସାଂଗଠନିକ ଢାଞ୍ଚା ପ୍ରତିଷ୍ଠା କରିବ। ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଏହି ଐତିହାସିକ ସହଭାଗିତା ସ୍ୱଚ୍ଛ ଶକ୍ତିକୁ ରୂପାନ୍ତରଣ ପାଇଁ ଆଞ୍ଚଳିକ ସହଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ଓଡ଼ିଶା ଓ ମଧ୍ୟପ୍ରଦେଶର ରଣନୈତିକ ଦୂରଦୃଷ୍ଟି ଓ ସମ୍ବଳକୁ ବ୍ୟବହାର କରି, ଆମେ ସ୍ଥାୟୀ ବିକାଶ, ନବସୃଜନ ଏବଂ ସୁଦୃଢ଼ ଶକ୍ତି ଭିତ୍ତିଭୂମି ପାଇଁ ଏକ ମଜବୁତ ମାନଦଣ୍ଡ ସ୍ଥାପନ କରୁଛୁ, ଯାହା ଭାରତର ସବୁଜ ଶକ୍ତିର ବିକାଶ ପଥକୁ ଆହୁରି ତ୍ୱରାନ୍ୱିତ କରିବ। ଏହି ବୁଝାମଣାର ସର୍ତ୍ତାବଳୀ ଅନୁଯାୟୀ, ବୃଦ୍ଧି ପାଉଥିବା ଆଞ୍ଚଳିକ ଶକ୍ତି ଚାହିଦାକୁ ପୂରଣ କରିବା ପାଇଁ ସୌର, ପବନ ଏବଂ ହାଇବ୍ରିଡ୍ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିର ଯୌଥ ପ୍ରସାର ସହିତ ଅନ୍ୟାନ୍ୟ ପ୍ରାଥମିକ କ୍ଷେତ୍ରରେ ଦୁଇ ରାଜ୍ୟର ଶକ୍ତି ବିଭାଗ ସକ୍ରିୟ ଭାବରେ ସହଯୋଗ କରିବେ। ଏହି ସହଭାଗିତା ନୀତି ନିର୍ଦ୍ଧାରଣ, ନିୟାମକ ପଦ୍ଧତି ଏବଂ ଗ୍ରିଡ୍ ସଂଯୋଜନା ରଣନୀତି ପାଇଁ ସ୍ୱତନ୍ତ୍ର ବୈଷୟିକ ଆଦାନପ୍ରଦାନ ମାଧ୍ୟମ ପ୍ରତିଷ୍ଠା କରିବା ସହ ଶକ୍ତି ସଂରକ୍ଷଣ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରରେ ଯୁଗ୍ମ ଗବେଷଣା ଓ ବିକାଶ ପ୍ରକଳ୍ପ ଆରମ୍ଭ କରିବା ଉପରେ ମଧ୍ୟ ଧ୍ୟାନ ଦେବ। ଏହି ସମ୍ମିଳନୀ ଅବସରରେ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ସ୍ଥାୟୀ ଶକ୍ତି କ୍ଷେତ୍ରରେ ଆଞ୍ଚଳିକ ସହଯୋଗର ପ୍ରସାର ପାଇଁ ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଛନ୍ତି।1
- ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ବିରୂପା ନଦୀର ଭଟିମୁଣ୍ଡା ଘାଟରୁ ଶହ କାଉଡିଆ ଭକ୍ତ ମାନେ ପାଣି ଉଠେଇ ବିଭିନ୍ନ ଶୈବପୀଠକୁ ଯାଉଛନ୍ତି ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ବିରୂପା ନଦୀର ଭଟିମୁଣ୍ଡା ଘାଟରୁ ଶହ କାଉଡିଆ ଭକ୍ତ ମାନେ ପାଣି ଉଠେଇ ବିଭିନ୍ନ ଶୈବପୀଠକୁ ଯାଉଛନ୍ତି l #LatestNews #UpdateNews #apanankakhabara #cuttack #jagatsinghpur #Bhubaneswar #bolbam #adaspur #debagada #Subarnapur #boudha #Niali #news #OdishaNews #odisha1
- ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା:ପ୍ର:ଓଗ୍ରାମ ସରକାଣା ସ୍ଵାମି ପରିତ କ୍ତା ୰ପିତାଙ୍କ ସରକାର ଜାଗା ନୋକାନଘରେ ରହୁଛନ୍ତି ନାଆଁବାଳକ ପୁଅକୁ ଧରି ନିଜ ନାମରଜାଗା କିଣି ଛନ୍ତି ପକା ଘର ପାଇଁ ସରକାରଙ୍କ ପାଖରେ ଜାବି ଭିଡ଼ିଓ ତା ୮/୮/୨୦୨୬1