ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଶିକ୍ଷକ ବଦଳି କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ଏବଂ ଶିକ୍ଷକମାନଙ୍କର ଉଚିତ ଅଦଳବଦଳ ପ୍ରକ୍ରିୟାକୁ ସୁଦୂରପ୍ରସାରୀ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ବୈଠକରେ ଜିଲ୍ଲାପାଳ ଶ୍ରୀ ରାଜଶିର୍କେ ପ୍ରକାଶ କରିଛନ୍ତି ଯେ, ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ର-ଶିକ୍ଷକ ଅନୁପାତ ସନ୍ତୁଳନ ରଖିବା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଅଟେ। ସମ୍ପୂର୍ଣ୍ଣ ବଦଳି ପ୍ରକ୍ରିୟାରେ ସ୍ୱଚ୍ଛତା, ନିରପେକ୍ଷତା ଏବଂ ସରକାରୀ ନିୟମାବଳୀର କଠୋର ଅନୁପାଳନ କରାଯିବ। ବିଶେଷ କରି ଜିଲ୍ଲାର ଦୂରବର୍ତ୍ତୀ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଏକକ ଶିକ୍ଷକ ବିଦ୍ୟାଳୟଗୁଡ଼ିକର ସମସ୍ୟା ଦୂର କରିବାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ, ଯେପରି କୌଣସି ବି ଶିଶୁ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ। ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇଙ୍କ ସମେତ ସମସ୍ତ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ଶିକ୍ଷକମାନଙ୍କ ବୃତ୍ତିଗତ ତଥ୍ୟ, ସେବା ଅବଧି ଏବଂ ଅନଲାଇନ ପ୍ରୋଫାଇଲ୍କୁ ଆଧାର କରି ଏହି ବଦଳି ତାଲିକା ପ୍ରସ୍ତୁତ କରାଯାଇଛି। ଯେଉଁ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକତାଠାରୁ ଅଧିକ ଶିକ୍ଷକ ଅଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ଶିକ୍ଷକ ଅଭାବ ଥିବା ବିଦ୍ୟାଳୟକୁ ବଦଳି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବଦଳି ପ୍ରକ୍ରିୟା ଦ୍ୱାରା ଶିକ୍ଷକ ସମସ୍ୟାର ସମାଧାନ ହେବା ସହ ଶୈକ୍ଷିକ ବାତାବରଣରେ ଉନ୍ନତି ଆସିବ ବୋଲି ଜିଲ୍ଲା ଶିକ୍ଷା ବିଭାଗ ଆଶା ପ୍ରକଟ କରିଛି।

- ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୁଲିସ ଏକ ବଡ଼ ସଫଳତା ହାସଲ କରି ବାଦଲିଗୁଡ଼ା ଗ୍ରାମରୁ ଏକ ଟନରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି। କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ଓ ତାଙ୍କ ଟିମ୍ ଏକ ବିଶେଷ ସୂତ୍ରରୁ ଖବର ପାଇ ଏହି ଚଢ଼ାଉ କରିଥିଲେ। ଜବତ ହୋଇଥିବା ଏହି ବିପୁଳ ପରିମାଣର ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରଥମେ ଗୋଟେ କୋଟିରୁ ଊର୍ଦ୍ଧ୍ବ ଏବଂ ପରେ ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି କୁହାଯାଇଛି। କାଲିମେଳା ବ୍ଲକ ପୂର୍ବରୁ ଅସାଧୁ ବ୍ୟବସାୟୀଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟିଥିବା ବେଳେ ବର୍ତ୍ତମାନ ଏଥିରେ ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳିଛି। ଯେବେଠାରୁ କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ଏଠାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି, ସେବେଠାରୁ ଅସାଧୁ ଓ ଅସାମାଜିକ ଲୋକଙ୍କର ନିଦ ହଜିଯାଇଛି। ଏବେ ଅଞ୍ଚଳରେ ଅସାମାଜିକ ବ୍ୟକ୍ତିଙ୍କ ଉପଦ୍ରବ ଆଉ ଦେଖିବାକୁ ମିଳୁନାହିଁ। ଏହା ସହିତ ଥାନାକୁ ଆସୁଥିବା ସମସ୍ତ ମାମଲାକୁ ଶ୍ରୀଯୁକ୍ତ ବିଶ୍ଵାଳ ଖୁବ୍ କମ୍ ସମୟ ମଧ୍ୟରେ ସମାଧାନ କରୁଥିବାରୁ ଲୋକମାନେ ନ୍ୟାୟ ପାଇଁ ଆଉ ହନ୍ତସନ୍ତ ହେଉନାହାନ୍ତି। ଏହି ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ପୁଲିସ ପକ୍ଷରୁ ଖୋଜା ଚାଲିଛି। ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ପ୍ରକାଶ କରିଛନ୍ତି।2
- କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ମଦ ବାର୍ରୁ ବଟି ମାଗିବା ଘଟଣାକୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଏହି ସମ୍ପର୍କିତ ଆଉ ଏକ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ବାର୍ ମ୍ୟାନେଜରକୁ ପାଣି ପିଆଇ ଦେଉଥିବା ବା ସମ୍ପୂର୍ଣ୍ଣ ନାକେଦମ କରୁଥିବା ଶୁଣିବାକୁ ମିଳୁଛି। ଏହି ଭାଇରାଲ ଅଡିଓ ସାମ୍ନାକୁ ଆସିବା ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ଏବଂ ଏଭଳି ସ୍ଥିତିରେ ପ୍ରକୃତରେ ଭୁଲ୍ କାହାର, ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।1
- କୋରାପୁଟ ଜିଲ୍ଲାର ଜୟପୁରଠାରେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟ ଉନ୍ନୟନ କମିଟି ଗଠନ କରାଯାଇଛି।1
- କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ପୁକାଲି ପଞ୍ଚାୟତର ପୁକାଲି ସାପ୍ତାହିକ ଶନିବାର ହାଟରେ ରାସ୍ତାର ଦୁଇ ପାର୍ଶ୍ୱରେ ହାଟ ବସୁଥିବା ହେତୁ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏହି କାରଣରୁ ଯାତାୟାତ କରୁଥିବା ସାଧାରଣ ଲୋକେ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ଏଥିସହ ଜରୁରୀକାଳୀନ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଅନେକ ଅସୁବିଧା ଓ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ପୁକାଲି ସାପ୍ତାହିକ ହାଟ ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ଦୋକାନ ବଜାର ବସିବା ଯୋଗୁଁ ହିଁ ଏହି ପ୍ରକାର ଟ୍ରାଫିକ ସମସ୍ୟା ଉପୁଜୁଛି।1
- ଦାମନଯୋଡ଼ି ସ୍ଥିତ ନବରତ୍ନ ନାଲକୋର ପ୍ରଶାସନିକ ବିଭାଗରେ ଚିଫ୍ ଜେନେରାଲ ମ୍ୟାନେଜର ଭାବେ ଚନ୍ଦ୍ର ମୋହନ ମହନ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୧୯୯୭ ମସିହାରୁ ନାଲକୋରେ କାର୍ଯ୍ୟ କରିଆସୁଥିବା ବେଳେ ମାନବ ସମ୍ବଳ ଏବଂ ପ୍ରଶାସନିକ ସେବା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ବିଭିନ୍ନ ପଦବୀରେ ନିଜର ଦାୟିତ୍ୱ ତୁଲାଇଛନ୍ତି। ଜାଭିୟର ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରୀ ହାସଲ କରିଥିବା ଚନ୍ଦ୍ର ମୋହନଙ୍କର ନାଲକୋ ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ଦାମନଯୋଡ଼ି ନାଲକୋର ପାରିପାର୍ଶ୍ୱିକ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଯାଇ ସେ ସେଠାରେ ରହିଥିବା ଅନେକ ସମସ୍ୟାର ସମାଧାନ କରିଥିବାରୁ ସେ 'ସି ଏମ୍ ମହନ୍ତ' ଭାବେ ଗାଁ ଗାଁରେ ବେଶ୍ ପରିଚିତ। ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ସେ ସ୍ଥାନୀୟ ଅଞ୍ଚଳର ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଗ୍ରାମାଞ୍ଚଳରେ ନାଲକୋର ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ନେଇ ମତବ୍ୟକ୍ତ କରିଛନ୍ତି।1
- କୋଷାଗୁମୁଡ଼ାଠାରେ ଆଜି ସନ୍ଧ୍ୟା ସମୟରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଲେମ୍ପସ ପରିଚାଳକଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚାଷୀମାନେ କିପରି ସୁବିଧା ଓ ସରଳ ଭାବରେ ସାର ପାଇପାରିବେ ତାହା ସୁନିଶ୍ଚିତ କରିବା। ସେ ସରକାରୀ ମୂଲ୍ୟରେ ସମସ୍ତ ଚାଷୀଙ୍କୁ ସଠିକ୍ ଭାବରେ ସାର ଯୋଗାଇ ଦେବା ପାଇଁ ଲେମ୍ପସ ପରିଚାଳକଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଆଲୋଚନା ସମୟରେ ଉପସ୍ଥିତ କିଛି ବ୍ୟକ୍ତିବିଶେଷଙ୍କ ପକ୍ଷରୁ ହୋହଲ୍ଲା କରାଯାଇଥିଲା। ତେବେ ବିଧାୟକ ଶ୍ରୀ ମାଝୀ ତୁରନ୍ତ ଏହାର ସମାଧାନ କରିଥିଲେ ଏବଂ ଚାଷୀଙ୍କୁ ସହଜରେ ସାର ଯୋଗାଇବା ପାଇଁ ପୁଣିଥରେ ଲେମ୍ପସ ପରିଚାଳକଙ୍କୁ ନିର୍ଦ୍ଦେଶ ଦେଇଥିଲେ।1
- କୋରାପୁଟ ଜିଲ୍ଲା କୋଟପାଡ଼ରେ ମହିଳାଙ୍କ ଆଗରେ ଶେଷରେ ପ୍ରଶାସନ ହାର ମାନିଛି। ଏହି ପରିସ୍ଥିତି ପରେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆକ୍ସନ୍ ମୁଡ଼କୁ ଆସିଯାଇଛି।1
- ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ଏକ ବଡ଼ ଧରଣର ସଫଳତା ହାସଲ କରି ୧,୦୧୫ କିଲୋଗ୍ରାମ (ଗୋଟିଏ ଟନ୍ ପନ୍ଦର କିଲୋଗ୍ରାମ) ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ କୋଟି ତିନିଲକ୍ଷ ଟଙ୍କା ହେବ ବୋଲି କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ଚୋରା ଚାଲାଣ କରିବା ପାଇଁ ଏହି ଗଞ୍ଜେଇକୁ ଗଚ୍ଛିତ ରଖାଯାଇଥିଲା। କାଲିମେଳା ଥାନା ଅଧୀନ ଭେଜାଙ୍ଗିୱାଡ଼ା ପଞ୍ଚାୟତର ବଦିଲିଗୁଡା ଜଙ୍ଗଲରେ ଏହି ଗଞ୍ଜେଇ ଗଚ୍ଛିତ ଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ କାଲିମେଳା ପୋଲିସ ଜଙ୍ଗଲରେ ଚଢ଼ାଉ କରି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ତେବେ ପୋଲିସର ଚଢ଼ାଉ ସମ୍ପର୍କରେ ଆଗୁଆ ସୂଚନା ପାଇ ଗଞ୍ଜେଇ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଏହି ଘଟଣାରେ କାଲିମେଳା ପୋଲିସ ପକ୍ଷରୁ ଏନଡିପିଏସ (NDPS) ଧାରାରେ ଏକ ମାମଲା ରୁଜୁ କରାଯାଇଛି। ଉକ୍ତ ଜବତ ଗଞ୍ଜେଇ କାରବାର ସହିତ କାହାର ସମ୍ପୃକ୍ତି ରହିଛି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।4