ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬ ସମାରୋହ ର ଦ୍ଵିତୀୟ ଦିନ l ନୂଆପଡ଼ା - ୧୧/୩ -ନୂଆପଡା ଜିଲ୍ଲା ତଥା ଓଡ଼ିଶାର ମହିଳା ଉଦ୍ୟୋଗୀତା ସହିତ ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ଆଗେଇ ନେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ, ନୂଆପଡ଼ା ଓ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ଆନୁକୂଲ୍ୟରେ ନୂଆପଡ଼ା ସ୍ଥିତ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ଚଳିତ ସୁଭଦ୍ରା ଶକ୍ତି ମେଳାର ଆଜି ଦ୍ବିତୀୟ ଦିନ ଥିଲା। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଜି ମେଳାର ଦ୍ବିତୀୟ ସଂନ୍ଧ୍ୟାରେ ନୂଆପଡ଼ା ଜିଲ୍ଲା ପରିଷଦ ସଭ୍ୟ ଭରତ ଲାଲ ରାଉତ ଓ ଭାନୁ ପ୍ରତାପ ସିଂ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବରେଣ୍ୟ ଅତିଥିମାନେ ଷ୍ଟଲଗୁଡ଼ିକ ପରିଭ୍ରମଣ କରି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ, ଘରୋଇ ଉତ୍ପାଦ, ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ବୁଲି ଦେଖିଥିଲେ।ପରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ସନ୍ଧ୍ୟାର ଶୁଭାରମ୍ଭ ହୋଇଥିଲା। ଆୟୋଜିତ ସଭାରେ ଅତିଥିମାନେ ସୁଭଦ୍ରା ଶକ୍ତି ମେଳା ଜିଲ୍ଲାର ମହିଳାମାନଙ୍କୁ ସଶକ୍ତିକରଣ କରିବା ସହିତ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଆର୍ଥିକ ଉନ୍ନତିରେ ସହାୟକ ହେବ ବୋଲି କହିଥିଲେ। ମେଳା ଉପଲକ୍ଷେ ଆୟୋଜିତ ମୁଜିକ୍ ଚେୟାର ଓ ସ୍ପୁନ ରେସ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା l ମଞ୍ଚରେ ଅତିଥିମାନଙ୍କୁ ସ୍ମୃତି ଉପହାର ପ୍ରଦାନ କରାଯାଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମରେ ଢୋଲ ମହୁରୀ ସାଂସ୍କୃତିକ ଅନୁଷ୍ଠାନ, ନୂଆପଡ଼ା, ସରକାରୀ ବାଳିକା ବିଦ୍ୟାଳୟ, କୋଟେନ୍ ଚୁଆଁ , ନଟରାଜ ଡାନ୍ସ ଏକାଡେମୀ, ବଲାଙ୍ଗୀର, ଶଙ୍କର ବେହେରା ଏବଂ ଟିମ, ମା ବୀଣାପାଣି ବଜାସାଲ, କୋନାବିରା , ମା ଠାକୁରାଣୀ ଘୁମୁରା ଦଳ, ଭାଲୁଡୁଙ୍ଗୁରି ଦଳ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ କରି ଥିଲେ । ସେହିପରି ଦ୍ବିତୀୟ ଦିନ ସନ୍ଧ୍ୟାରେ ଆୟୋଜିତ ଷ୍ଟାର୍ ନାଇଟ୍ କାର୍ଯ୍ୟକ୍ରମରେ ପ୍ରସିଦ୍ଧ କଳାକାର ଭାଗ୍ୟଶ୍ରୀ, ସୌମ୍ୟଜିତ ଓ ଯେଶିକାଙ୍କ ଆକର୍ଷଣୀୟ ଅର୍କେଷ୍ଟ୍ରା ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା। ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ମେଳାରେ ଜିଲ୍ଲା ଓ ରାଜ୍ୟର ପ୍ରାୟ ୩୦୦ ଉଦ୍ୟୋଗୀ ଓ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ତାଙ୍କର ହସ୍ତଶିଳ୍ପ, ଘରୋଇ ଉତ୍ପାଦ, ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି। ଏହା ସହିତ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ଲୋକ ନୃତ୍ୟ ସହିତ ରଙ୍ଗାରଙ୍ଗ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ଥିବାରୁ ଜନ ସମାଗମ ବୃଦ୍ଧି ପାଇଛି।
ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬ ସମାରୋହ ର ଦ୍ଵିତୀୟ ଦିନ l ନୂଆପଡ଼ା - ୧୧/୩ -ନୂଆପଡା ଜିଲ୍ଲା ତଥା ଓଡ଼ିଶାର ମହିଳା ଉଦ୍ୟୋଗୀତା ସହିତ ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ଆଗେଇ ନେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ, ନୂଆପଡ଼ା ଓ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ଆନୁକୂଲ୍ୟରେ ନୂଆପଡ଼ା ସ୍ଥିତ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ଚଳିତ ସୁଭଦ୍ରା ଶକ୍ତି ମେଳାର ଆଜି ଦ୍ବିତୀୟ ଦିନ ଥିଲା। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଜି ମେଳାର ଦ୍ବିତୀୟ ସଂନ୍ଧ୍ୟାରେ ନୂଆପଡ଼ା ଜିଲ୍ଲା ପରିଷଦ ସଭ୍ୟ ଭରତ ଲାଲ ରାଉତ ଓ ଭାନୁ ପ୍ରତାପ ସିଂ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବରେଣ୍ୟ ଅତିଥିମାନେ ଷ୍ଟଲଗୁଡ଼ିକ ପରିଭ୍ରମଣ କରି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ, ଘରୋଇ ଉତ୍ପାଦ, ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ବୁଲି ଦେଖିଥିଲେ।ପରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ସନ୍ଧ୍ୟାର ଶୁଭାରମ୍ଭ ହୋଇଥିଲା। ଆୟୋଜିତ ସଭାରେ ଅତିଥିମାନେ ସୁଭଦ୍ରା ଶକ୍ତି ମେଳା ଜିଲ୍ଲାର ମହିଳାମାନଙ୍କୁ ସଶକ୍ତିକରଣ କରିବା ସହିତ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଆର୍ଥିକ ଉନ୍ନତିରେ ସହାୟକ
ହେବ ବୋଲି କହିଥିଲେ। ମେଳା ଉପଲକ୍ଷେ ଆୟୋଜିତ ମୁଜିକ୍ ଚେୟାର ଓ ସ୍ପୁନ ରେସ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା l ମଞ୍ଚରେ ଅତିଥିମାନଙ୍କୁ ସ୍ମୃତି ଉପହାର ପ୍ରଦାନ କରାଯାଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମରେ ଢୋଲ ମହୁରୀ ସାଂସ୍କୃତିକ ଅନୁଷ୍ଠାନ, ନୂଆପଡ଼ା, ସରକାରୀ ବାଳିକା ବିଦ୍ୟାଳୟ, କୋଟେନ୍ ଚୁଆଁ , ନଟରାଜ ଡାନ୍ସ ଏକାଡେମୀ, ବଲାଙ୍ଗୀର, ଶଙ୍କର ବେହେରା ଏବଂ ଟିମ, ମା ବୀଣାପାଣି ବଜାସାଲ, କୋନାବିରା , ମା ଠାକୁରାଣୀ ଘୁମୁରା ଦଳ, ଭାଲୁଡୁଙ୍ଗୁରି ଦଳ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ କରି ଥିଲେ । ସେହିପରି ଦ୍ବିତୀୟ ଦିନ ସନ୍ଧ୍ୟାରେ ଆୟୋଜିତ ଷ୍ଟାର୍ ନାଇଟ୍ କାର୍ଯ୍ୟକ୍ରମରେ ପ୍ରସିଦ୍ଧ କଳାକାର ଭାଗ୍ୟଶ୍ରୀ, ସୌମ୍ୟଜିତ ଓ ଯେଶିକାଙ୍କ ଆକର୍ଷଣୀୟ ଅର୍କେଷ୍ଟ୍ରା ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା। ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ମେଳାରେ ଜିଲ୍ଲା ଓ ରାଜ୍ୟର ପ୍ରାୟ ୩୦୦ ଉଦ୍ୟୋଗୀ ଓ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ତାଙ୍କର ହସ୍ତଶିଳ୍ପ, ଘରୋଇ ଉତ୍ପାଦ, ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି। ଏହା ସହିତ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ଲୋକ ନୃତ୍ୟ ସହିତ ରଙ୍ଗାରଙ୍ଗ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ଥିବାରୁ ଜନ ସମାଗମ ବୃଦ୍ଧି ପାଇଛି।
- ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ପାଞ୍ଚ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା l1
- କଣ୍ଟାବାଞ୍ଜି ର ଭାଇରାଲ ଭିଡ଼ିଓ ଅଧିକାରୀଙ୍କୁ ହଟହଟା କଲେ ବିଜେଡ଼ି ନେତା ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତ ରେ ପୋଲ ନିର୍ମାଣ ସମୟରେ ସରକାରୀ ନିୟମ ଉଲ୍ଲଂଘନ କରି ଜନ ସାଧାରଣ ଙ୍କୁ ହରିଆଣା କରୁଥିବା ଅଭିଯୋଗ ରେ ଅଧିକାରୀ ଙ୍କୁ ହଟହଟା କଲେ ବିଜେଡ଼ି ନେତା ଗିରିରାଜ ସିଂ ମାଝୀ।1
- Post by KOSAL TIMES2
- Post by Debit Harijan2
- Post by Giri sahu1
- ଏହି_ମିଶାଇଲକୁ_ଭୟ_କରନ୍ତି_୧୨୦ରୁ_ଅଧିକ_ଦେଶ_1
- ଭବାନୀପାଟଣା ପୌରପାଳିକା କୋମାନେ ପଡିଛେ।1
- ନୂଆପଡ଼ାରେ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ1