Shuru
Apke Nagar Ki App…
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅଣ୍ଡରକଞ୍ଚ ଥାନା ଅନ୍ତର୍ଗତ ଜଳ ପ୍ରପାତ ମୃତ୍ୟୁ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅଣ୍ଡରକଞ୍ଚ ଥାନା ଅନ୍ତର୍ଗତ ଜଳ ପ୍ରପାତ ମୃତ୍ୟୁ
Tuna Behera
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅଣ୍ଡରକଞ୍ଚ ଥାନା ଅନ୍ତର୍ଗତ ଜଳ ପ୍ରପାତ ମୃତ୍ୟୁ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅଣ୍ଡରକଞ୍ଚ ଥାନା ଅନ୍ତର୍ଗତ ଜଳ ପ୍ରପାତ ମୃତ୍ୟୁ
More news from ଓଡ଼ିଶା and nearby areas
- ନାଲକୋ ପକ୍ଷରୁ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ପାରିପାର୍ଶ୍ବିକ ଗ୍ରାମକୁ ନେଇ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି ଅଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରୁ ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ୧୯ ତାରିଖ ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗୁଞିଗୁଡାକୁ ହରାଇ ଉପର ରଙ୍ଗପାଣି ଟିମ୍ ଚମ୍ପିୟାନ ହୋଇଥିଲା। ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ,ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ଭି.ଏସ୍.ଏସ୍.ଆନନ୍ଦ,ସିଜିଏମ ପୁରୁଷୋତ୍ତମ ମହନ୍ତ,ସିଆଇଏସଏଫ ସିନିଅର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟଙ୍କ ସମେତ ନାଲକୋର ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ଖଣି ଅଞ୍ଚଳରୁ ଅଧିକାରୀ ମାନେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟସେବା ସହ କ୍ରୀଡା ମାଧ୍ୟମରେ ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଯୁବ ବିକାଶକୁ ପ୍ରୋତ୍ସାହିତ କରିବା ନାଲକୋର ଏହା ଏକ ବିଶେଷ ପଦକ୍ଷେପ ଓ ପ୍ରତିବଦ୍ଧତା ବୋଲି ସିଏମଡ଼ି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ।1
- ଆଜି ପଦ୍ମପୁର ବ୍ଲକ୍ ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଁ ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ଶ୍ରୀ ମାଝି ଶବର ଏବଂ ସାଂସଦ ପ୍ରତିନିଧି ଏମ୍. ସୁରେଶ୍ କୁମାର (ନାନାଜୀ)ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଭକ୍ତିମୟ ଗାନ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଛି।1
- ପାରମ୍ପରିକ ରୀତିନୀତି ଅନୁସାରେ ଜୟପୁରରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଉପସ୍ଥିତ ରହି ପାରମ୍ପରିକ ପୂଜାର୍ଚ୍ଚନା ମାଧ୍ୟମରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।1
- Post by MSP TV (Reporter:-MiHiR)1
- ଅଦ୍ୟ ତା. 20/04/2026 ରିଖ ଆମ କଳିଙ୍ଗ ସମ୍ବାଦ ନିୟୁଜ ଚାନେଲ ର ନିମାପଡା ପ୍ରତିନିଧି ଦିପୁ ରଞ୍ଜନ ବେହେରା ନିମାପଡ଼ା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା ର ଉନ୍ନତି କରଣ କାମ ବୁଲି ଦେଖିଛନ୍ତି। ରାସ୍ତା ରେ ଠିକାଦାର ଅଠା ମାଟି ପକାଇ ଥିବା ଯୋଗୁଁ ଅଳ୍ପ ଝିପି ଝିପି ବର୍ଷା ରେ ରାସ୍ତା ରେ କାଦୁଅ ହୋଇଯାଉଛି। ଯାତାୟାତ ପାଇଁ ଜନସାଧାରଣ ହଇରାଣ ହରକତ ହେଉଛନ୍ତି।ଚାଲି କରି ଯିବା ଆସିବା ବ୍ୟକ୍ତି ମାନେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ନିମାପଡା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା କାମ ର ଉନ୍ନତି କରଣ ତୁରନ୍ତ ସମାପ୍ତ କଲେ ଜନସାଧାରଣ ଙ୍କ ଯାତାୟାତ ରେ ସୁବିଧା ହେବ ବୋଲି ଦାବୀ କରିଛନ୍ତି। ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର1
- ମୋବାଇଲ ମାଲିକ ମନରେ ହସ ଫୁଟାଇଲେ ଟିଟିଲାଗଡ଼ ପୋଲିସ.. ଟିଟିଲାଗଡ଼.. ଗତ ଏକ ବର୍ଷ ତଥା ଉର୍ଦ୍ଧ ସମୟ ଧରି ନିଜ ଝାଳ ବୁହା ଟଙ୍କା ରେ ମୋବାଇଲ କିଣିଥିବା ବେଳେ ଉକ୍ତ ମୋବାଇଲ ଗୁଡିକ ଚୋରି ହୋଇଯାଇଥିବା ବେଳେ କେତେକ ମୋବାଇଲ ହଜି ଯାଇଥିବା ନେଇ ଟିଟିଲାଗଡ଼ ଥାନା ରେ ଅଭିଯୋଗ ହୋଇଥିଲା l ଅଭିଯୋଗ ପାଇବା ପରେ ବଲାଙ୍ଗୀର ଏସ ପି ଅଭିଳାଷ ଜି ଙ୍କ ନିର୍ଦେଶ ରେ ତଥା ଟିଟିଲାଗଡ଼ ଏସ ଡ଼ି ପି ଓ ଯଶୋବନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଟିଟିଲାଗଡ଼ ଥାନାଅଧିକାରୀ ମନୋଜ କୁମାର ମୁଣ୍ଡା ଏକ ସ୍ୱତନ୍ତ୍ର ଟିମ କରି ଏହାର ତଦନ୍ତ ଆରମ୍ଭ କରିଥିଲେ l ତଦନ୍ତକାରୀ ଟିମ ଟିଟିଲାଗଡ଼ ଥାନାରେ ହୋଇଥିବା ବିଭିନ୍ନ ମୋବାଇଲ କେଶ ଗୁଡିକୁ ତଦାରଖ କରି ତଦନ୍ତ କରିବା ସହିତ ଆଜି ୧୬ ଗୋଟି ମୋବାଇଲ କୁ ଉଦ୍ଧାର କରି ମୋବାଇଲ ମାଲିକ ମାନଙ୍କୁ ହସ୍ତାନ୍ତର କରିବାରେ ସଫଳ ହୋଇଛି l ନିଜ ହଜି ଯାଇଥିବା ତଥା ଚୋରି ହୋଇଥିବା ମୋବାଇଲ ପୁଣି ଫେରିପାଇବାର ଆଶା ଛାଡି ଦେଇଥିବା ଲୋକେ ନିଜ ନିଜ ମୋବାଇଲ ପାଇ ଟିଟିଲାଗଡ଼ ପୋଲିସ କୁ ଧନ୍ୟବାଦ ଦେବା ସହ ଥାନାଅଧିକାରୀ ଏବଂ ତଦନ୍ତ କାରି ଟିମ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ମୋବାଇଲ ଫେରିପାଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଗୁଳାପ ଛତର, ତେନ୍ତୁଳୀଖୁଣ୍ଟି, ବିବେକ ଘିଭେଲା ଗୂଂଚିତରା, ମଳୟ କୁମାର ବିଶି, ଲୁଥୁରବନ୍ଧ, ସୁଜିତ ସାହୁ, ଗୁଲମୀ, ଚନ୍ଦ୍ରଶିକା, ଭାଟି ପଡା, ପିତାମ୍ବର ବଗର୍ତି, ଶିରୋଲ,ସୁବ୍ରତ ପଣ୍ଡା, ରଘୁନାଥ ପଡା, କାଞ୍ଚନ ମହାରଣା, ହାଟପଦା ପଡା, ସୁଜିତ ସାହୁ, ତେଜରାଜ କୁମ୍ଭାର, ଦୀନବନ୍ଧୁ ସାହୁ, ବୈକୁଣ୍ଠ ବଗର୍ତି,ମିହିର ଚରଣ ଆଡ଼ଜୁଆର୍ଡ, ଙ୍କ ମୋବାଇଲ ଉଦ୍ଧାର କରି ହସ୍ତାନ୍ତର କରିଛି ଟିଟିଲାଗଡ଼ ପୋଲିସ l ଇନ୍ସପେକ୍ଟର ମନୋଜ କୁମାର ମୁଣ୍ଡା,ଏସ ଆଇ ତାରାବତୀ କିଷାନ ପ୍ରମୁଖ ରହିଛନ୍ତି l ଏହା ପୂର୍ବରୁ ମଧ୍ୟ ଟିଟିଲାଗଡ଼ ପୋଲିସ ଅନେକ ମୋବାଇଲ ଉଦ୍ଧାର କରି ମାଲିକ ମାନଙ୍କୁ ହସ୍ତାନ୍ତର କରି ପ୍ରଶଂସା ର ପାତ୍ର ହୋଇପାରିଛି l5
- ରାଜନଗର ଠାରେ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ତିରୋଧାନ ଦିବସ ପାଳିତ1
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜୟପୁରରେ ରଥ କାଠ ଅନୁକୂଳ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ଜୟପୁରବାସୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହୋତ୍ସବ ଭାବେ ପରିଣତ ହୋଇଥିଲା।1