logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ଓ ଡାବୁଗାଁ ବ୍ଲକରେ ଭାରତ ସରକାରଙ୍କ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ମୀରା ମହାନ୍ତି ଆଜି ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ସେ ଅନେକ କ୍ଷେତ୍ର ବୁଲି ଦେଖିଥିଲେ। କେନ୍ଦ୍ରୀୟ ପ୍ରଭାରୀ ତେନ୍ତୁଳିଖୁଣ୍ଟି ବ୍ଲକର ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ପରିଦର୍ଶନ କରି ଶିଶୁମାନଙ୍କୁ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ, ପ୍ରାକ୍-ବିଦ୍ୟାଳୟ ଶିକ୍ଷା ଏବଂ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାର ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ତେନ୍ତୁଳିଖୁଣ୍ଟି ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ସ୍ୱାସ୍ଥ୍ୟସେବା, ଔଷଧ ମହଜୁଦ, ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥିତି ଏବଂ ରୋଗୀସେବା ସମ୍ପର୍କରେ ସମୀକ୍ଷା କରିଥିଲେ। ସେ ହାଟପଡା ଅଙ୍ଗନୱାଡି କେନ୍ଦ୍ର, ପିଏମ୍‌ ଶ୍ରୀ ଉଚ୍ଚ ବିଦ୍ୟାଳୟ ଜୁନାପାଣି, ସିଏଚ୍‌ସି ତେନ୍ତୁଳିଖୁଣ୍ଟି ଏବଂ ଇନ୍ଦ୍ରାବତୀ ଡ୍ୟାମ୍‌ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଜିଲ୍ଲା ଓ ବ୍ଲକର ସମଗ୍ର ପ୍ରଗତିକୁ ପ୍ରଶଂସା କରି ଦଳୀୟ ସମନ୍ୱୟ ଓ ସହଯୋଗୀ ମନୋଭାବ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ସେ ଜିଲ୍ଲାର ଉନ୍ନତି ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ, ଯେଉଁଥିରେ ନବରଙ୍ଗପୁରରେ ଇଥାନଲ୍ ପ୍ଲାଣ୍ଟ ସ୍ଥାପନା ପ୍ରସ୍ତୁତି, ଆକାଂକ୍ଷା ବ୍ଲକର ସମଗ୍ର ଉନ୍ନୟନ ପରିକଳ୍ପନା, ମକା ଓ ମିଲେଟ୍‌ ପରି କୃଷି ଉତ୍ପାଦର ମୂଲ୍ୟ ବୃଦ୍ଧି, କ୍ଲଷ୍ଟର ଆଧାରିତ ଉନ୍ନୟନ ରଣନୀତି ଏବଂ ଶୀତଳ ଭଣ୍ଡାର (କୋଲ୍ଡ ଷ୍ଟୋରେଜ୍‌) ସ୍ଥାପନା ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନେଇ କିପରି କୁପୋଷଣକୁ କମ୍ କରାଯାଇପାରିବ ଏବଂ ଅନୁଷ୍ଠାନିକ ପ୍ରସବ ବୃଦ୍ଧି କରାଯାଇପାରିବ ସେ ନେଇ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଜଳଜନିତ ରୋଗ ପ୍ରତିରୋଧ ପାଇଁ ସ୍ୱାସ୍ଥ୍ୟ ସଚେତନତା ଓ ଜନ ସେବା କାର୍ଯ୍ୟକଳାପର ଏକ ନିୟମିତ କ୍ୟାଲେଣ୍ଡର ପ୍ରସ୍ତୁତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମନ୍ୱୟ ବୃଦ୍ଧି କରିବାକୁ ସେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ଲକ ବିକାଶ ଅଧିକାରୀଙ୍କ ସହ ନିୟମିତ ସମୀକ୍ଷା ବୈଠକ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବିଶ୍ୱଜିତ ବର୍ମନ, ସହକାରୀ ଯୋଜନା ନିର୍ଦ୍ଦେଶକ ବ୍ରଜବନ୍ଧୁ ନାୟକ, ଡାବୁଗାଁ ବ୍ଲକ ଉନ୍ନୟନ ଅଧିକାରୀ ସମୀର କୁମାର ପାତ୍ର ଏବଂ ତେନ୍ତୁଳିଖୁଣ୍ଟି ବ୍ଲକ ଉନ୍ନୟନ ଅଧିକାରୀ ମନୋଜ ପାଣିଗ୍ରାହୀ ଉପସ୍ଥିତ ଥିଲେ। ପରିଦର୍ଶନ ପରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ସମ୍ପୂର୍ଣ୍ଣତା ଅଭିଯାନ ଅଧୀନରେ ଆକାଂକ୍ଷୀ ବ୍ଲକ ଏବଂ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ବିଭିନ୍ନ ସୂଚକାଙ୍କ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କେନ୍ଦ୍ରୀୟ ପ୍ରଭାରୀ ଶ୍ରୀମତୀ ମହାନ୍ତି ସମସ୍ତ ଯୋଜନାର ଶତ ପ୍ରତିଶତ ବୃଦ୍ଧି ନିଶ୍ଚିତ କରିବା ପାଇଁ କ୍ଷେତ୍ର ସ୍ତରରେ ତତ୍ପରତାର ସହ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଶିଶୁ ମୃତ୍ୟୁ ହାର ହ୍ରାସ, କୁପୋଷଣ ମୁକ୍ତି, ପ୍ରସବପୂର୍ବ ଯତ୍ନ ଓ ଟୀକାକରଣର ସମ୍ପୂର୍ଣ୍ଣ ଅଭିଯାନ, ପ୍ରାଥମିକ ଶିକ୍ଷାର ଗୁଣବତ୍ତା, ଛାତ୍ର ନାମଲେଖା ଓ ଉପସ୍ଥିତି ବୃଦ୍ଧି, କୃଷକମାନଙ୍କୁ ସରକାରୀ ଯୋଜନାର ଲାଭ ପହଞ୍ଚାଇବା, ଉତ୍ପାଦନ ବୃଦ୍ଧି, ପାନୀୟ ଜଳ, ପାଇଖାନା, ବିଦ୍ୟୁତ୍ ଓ ରାସ୍ତା ସଂଯୋଗର ସମ୍ପୂର୍ଣ୍ଣତା କାର୍ଯ୍ୟକାରୀ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ପ୍ରତ୍ୟେକ ନାଗରିକଙ୍କ ପାଖରେ ସରକାରୀ ସେବା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଛି।

1 hr ago
user_Nandini tv
Nandini tv
ନବରଙ୍ଗପୁର ପି.ଏସ., ନବରଙ୍ଗପୁର, ଓଡ଼ିଶା•
1 hr ago
481862ab-1671-4af1-9e08-040f52215a8d

More news from ଓଡ଼ିଶା and nearby areas
  • ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଜୁନ୍ ୨୧କୁ ଜାତିସଂଘ ସାଧାରଣ ସଭା ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲା, ଯାହା ସେହି ଦିନଠାରୁ ବିଶ୍ୱବ୍ୟାପୀ ପାଳିତ ହୋଇଆସୁଛି। ଏହି ଅବସରରେ, ୨୧ ଜୁନ୍ ୨୬ ରେ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ଠାରେ ଏହି ଦିବସ ପାଳନ କରାଯାଇଛି। କୋଷାଗୁମୁଡ଼ା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଆଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ବ୍ଲକ ପ୍ରଶାସନ, ରାଜନେତା, ସ୍କୁଲ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ମିଳିତ ଭାବେ ଏହି ଯୋଗଦିବସ ପାଳନ କରିଥିଲେ। ସମସ୍ତେ ଏକ ମନ ଓ ଏକ ଧ୍ୟାନରେ ଯୋଗାଭ୍ୟାସ କରିବା ସହ ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାସ ଏବଂ ଯୋଗ ଗୁରୁ ସିମାଞ୍ଚଳ ବିଶୋଇଙ୍କ ଉପସ୍ଥିତିରେ ପ୍ରତିଦିନ ଯୋଗ କରିବା ପାଇଁ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଗଜାମୁଗ ଓ ଚଣା ପ୍ରଦାନ କରାଯାଇଥିଲା। ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର ହେଉଛି ଯୋଗ, ଯାହା ଶାରୀରିକ ଓ ମାନସିକ ସୁସ୍ଥତା ବୃଦ୍ଧି ପାଇଁ ଅନ୍ୟତମ ବିଶ୍ୱାସଯୋଗ୍ୟ ମାଧ୍ୟମ ଭାବରେ ଉଭା ହୋଇଛି।
    1
    ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଜୁନ୍ ୨୧କୁ ଜାତିସଂଘ ସାଧାରଣ ସଭା ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲା, ଯାହା ସେହି ଦିନଠାରୁ ବିଶ୍ୱବ୍ୟାପୀ ପାଳିତ ହୋଇଆସୁଛି। ଏହି ଅବସରରେ, ୨୧ ଜୁନ୍ ୨୬ ରେ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ଠାରେ ଏହି ଦିବସ ପାଳନ କରାଯାଇଛି।

କୋଷାଗୁମୁଡ଼ା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଆଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ବ୍ଲକ ପ୍ରଶାସନ, ରାଜନେତା, ସ୍କୁଲ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ମିଳିତ ଭାବେ ଏହି ଯୋଗଦିବସ ପାଳନ କରିଥିଲେ। ସମସ୍ତେ ଏକ ମନ ଓ ଏକ ଧ୍ୟାନରେ ଯୋଗାଭ୍ୟାସ କରିବା ସହ ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାସ ଏବଂ ଯୋଗ ଗୁରୁ ସିମାଞ୍ଚଳ ବିଶୋଇଙ୍କ ଉପସ୍ଥିତିରେ ପ୍ରତିଦିନ ଯୋଗ କରିବା ପାଇଁ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଗଜାମୁଗ ଓ ଚଣା ପ୍ରଦାନ କରାଯାଇଥିଲା।

ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର ହେଉଛି ଯୋଗ, ଯାହା ଶାରୀରିକ ଓ ମାନସିକ ସୁସ୍ଥତା ବୃଦ୍ଧି ପାଇଁ ଅନ୍ୟତମ ବିଶ୍ୱାସଯୋଗ୍ୟ ମାଧ୍ୟମ ଭାବରେ ଉଭା ହୋଇଛି।
    user_Santosh kumar
    Santosh kumar
    Court reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    3 hrs ago
  • ଜୟପୁର : ଫଟୋ ପାଇଁ ନାହିଁନିଜ ପାଇଁ ଯୋଗ କରନ୍ତୁ ଜୟପୁର : ଫଟୋ ପାଇଁ ନାହିଁନିଜ ପାଇଁ ଯୋଗ କରନ୍ତୁ ଜୟପୁର : ଫଟୋ ପାଇଁ ନାହିଁନିଜ ପାଇଁ ଯୋଗ କରନ୍ତୁ
    1
    ଜୟପୁର : ଫଟୋ ପାଇଁ ନାହିଁନିଜ ପାଇଁ ଯୋଗ କରନ୍ତୁ

ଜୟପୁର : ଫଟୋ ପାଇଁ ନାହିଁନିଜ ପାଇଁ ଯୋଗ କରନ୍ତୁ
ଜୟପୁର : ଫଟୋ ପାଇଁ ନାହିଁନିଜ ପାଇଁ ଯୋଗ କରନ୍ତୁ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    7 hrs ago
  • ଦେଖନ୍ତୁ 🙏🙏🙏
    1
    ଦେଖନ୍ତୁ 🙏🙏🙏
    user_Baleswar Naik
    Baleswar Naik
    ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
    2 hrs ago
  • କୋକସରା ଥାନା ଅନ୍ତର୍ଗତ ଡଙ୍ଗରୀଗୁଡ଼ା ଏନଏଚ-୨୬ ରାସ୍ତା କଡ଼ରୁ କୋକସରା ୟଙ୍ଗ୍ ଷ୍ଟାର୍ ଯୁବ ଗୋଷ୍ଠୀ ମଇଁଷି ବୋଝେଇ ଏକ କଣ୍ଟେନରକୁ ଧରିଛନ୍ତି। ସୂଚନାନୁସାରେ, ଏହି ଯୁବ ଗୋଷ୍ଠୀ ଉକ୍ତ କଣ୍ଟେନରକୁ କୋକସରା ଥାନା ପୋଲିସକୁ ଜିମା ଦେଇଛନ୍ତି।
    3
    କୋକସରା ଥାନା ଅନ୍ତର୍ଗତ ଡଙ୍ଗରୀଗୁଡ଼ା ଏନଏଚ-୨୬ ରାସ୍ତା କଡ଼ରୁ କୋକସରା ୟଙ୍ଗ୍ ଷ୍ଟାର୍ ଯୁବ ଗୋଷ୍ଠୀ ମଇଁଷି ବୋଝେଇ ଏକ କଣ୍ଟେନରକୁ ଧରିଛନ୍ତି। ସୂଚନାନୁସାରେ, ଏହି ଯୁବ ଗୋଷ୍ଠୀ ଉକ୍ତ କଣ୍ଟେନରକୁ କୋକସରା ଥାନା ପୋଲିସକୁ ଜିମା ଦେଇଛନ୍ତି।
    user_Basanta Sarabu mbc tv
    Basanta Sarabu mbc tv
    Reporter କୋକସରା, କଳାହାଣ୍ଡି, ଓଡ଼ିଶା•
    7 hrs ago
  • ଉମରକୋଟ ମେଡିକାଲରେ ଜଣେ ଡାକ୍ତରଙ୍କ ନାମରେ ଏକ ସଂଗୀନ ଅଭିଯୋଗ ଆସିଛି। ଉମରକୋଟ ଥାନା ଅନ୍ତର୍ଗତ ସୁଖୀଗାଁ ପଞ୍ଚାୟତର ଗାବରୀଗୁଡା ଗ୍ରାମର ଧନମତି ସାନ୍ତା ନାମକ ଜଣେ ମହିଳା ଓ ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ନବଜାତ ଶିଶୁପୁତ୍ରକୁ ଡାକ୍ତର ଚୋରି କରି ନେଇଛନ୍ତି। ଏହି ଗୁରୁତର ଅଭିଯୋଗ ନେଇ ପରିବାର ଲୋକ ଓ ଜଣେ ସମାଜସେବୀଙ୍କ ସହିତ ଉକ୍ତ ଦମ୍ପତି ଉମରକୋଟ ଥାନାରେ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଧନମତି ପ୍ରସୂତି ପାଇଁ ଉମରକୋଟ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆବଶ୍ୟକ କାର୍ଡ ଓ ସମୟ ଅନୁସାରେ ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରି ଏକ ଶିଶୁପୁତ୍ର ଜନ୍ମ ହୋଇଥିବା ଧନମତିଙ୍କୁ ଜଣାଇଥିଲେ। ପ୍ରସୂତି ମାଆ କହିଛନ୍ତି ଯେ ଶିଶୁକୁ କିଛି ସମୟ ପାଇଁ ମାଆର ଛାତିରେ ଦିଆଯାଇ ପରେ ନେଇଯାଇଥିଲେ। ପରେ ଧନମତିଙ୍କ ସ୍ୱାମୀଙ୍କଠାରୁ ଏକ ଦସ୍ତଖତ ନେଇ ଶିଶୁଟିକୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିଲା। ତା’ପରେ ଫୋନ ଯୋଗେ ଜଣାଯାଇଥିଲା ଯେ ଶିଶୁପୁତ୍ରର ମୃତ୍ୟୁ ହୋଇଛି। କୋରାପୁଟ ମେଡିକାଲରୁ ୬ ଦିନ ପରେ ଗାଁରେ ପହଞ୍ଚିବା ପରେ ନବଜାତ ଶିଶୁର ମୃତଦେହ ଫେରାଇ ଦେବାକୁ କହିବାରୁ ଡାକ୍ତର ମନା କରି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ଗାଁ ଲୋକେ ଓ ସରପଞ୍ଚଙ୍କ ପରାମର୍ଶ ନେଇଥିଲେ ମଧ୍ୟ ଗାଁର ଜଣେ ଆଶା କର୍ମୀ ସେମାନଙ୍କୁ ଥାନାରେ ଅଭିଯୋଗ ନ କରିବାକୁ ଧମକାଇଥିଲେ। ଏତିକି ନୁହେଁ, ପାଖ ଗାଁର ଜଣେ ବ୍ୟକ୍ତି ମଧ୍ୟ ଥାନାରେ ଅଭିଯୋଗ କରିବାକୁ ମନା କରିଥିଲେ। ଉଭୟ ଦମ୍ପତି ଓ ପରିବାର ବର୍ଗ 'ଆମ ପିଲାକୁ ଚୋରି କରିଛନ୍ତି' ବୋଲି ସଂଗୀନ ଅଭିଯୋଗ ଆଣି ଥାନାକୁ ଯାଇଛନ୍ତି। ଉମରକୋଟ ଥାନା ଅଧିକାରୀ ବିପିନ ବାଘଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ କେସ ଉପରେ ତଦନ୍ତ କରାଯାଇ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ।
    2
    ଉମରକୋଟ ମେଡିକାଲରେ ଜଣେ ଡାକ୍ତରଙ୍କ ନାମରେ ଏକ ସଂଗୀନ ଅଭିଯୋଗ ଆସିଛି। ଉମରକୋଟ ଥାନା ଅନ୍ତର୍ଗତ ସୁଖୀଗାଁ ପଞ୍ଚାୟତର ଗାବରୀଗୁଡା ଗ୍ରାମର ଧନମତି ସାନ୍ତା ନାମକ ଜଣେ ମହିଳା ଓ ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ନବଜାତ ଶିଶୁପୁତ୍ରକୁ ଡାକ୍ତର ଚୋରି କରି ନେଇଛନ୍ତି। ଏହି ଗୁରୁତର ଅଭିଯୋଗ ନେଇ ପରିବାର ଲୋକ ଓ ଜଣେ ସମାଜସେବୀଙ୍କ ସହିତ ଉକ୍ତ ଦମ୍ପତି ଉମରକୋଟ ଥାନାରେ ମାମଲା ରୁଜୁ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଧନମତି ପ୍ରସୂତି ପାଇଁ ଉମରକୋଟ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆବଶ୍ୟକ କାର୍ଡ ଓ ସମୟ ଅନୁସାରେ ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରି ଏକ ଶିଶୁପୁତ୍ର ଜନ୍ମ ହୋଇଥିବା ଧନମତିଙ୍କୁ ଜଣାଇଥିଲେ। ପ୍ରସୂତି ମାଆ କହିଛନ୍ତି ଯେ ଶିଶୁକୁ କିଛି ସମୟ ପାଇଁ ମାଆର ଛାତିରେ ଦିଆଯାଇ ପରେ ନେଇଯାଇଥିଲେ। ପରେ ଧନମତିଙ୍କ ସ୍ୱାମୀଙ୍କଠାରୁ ଏକ ଦସ୍ତଖତ ନେଇ ଶିଶୁଟିକୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିଲା। ତା’ପରେ ଫୋନ ଯୋଗେ ଜଣାଯାଇଥିଲା ଯେ ଶିଶୁପୁତ୍ରର ମୃତ୍ୟୁ ହୋଇଛି। କୋରାପୁଟ ମେଡିକାଲରୁ ୬ ଦିନ ପରେ ଗାଁରେ ପହଞ୍ଚିବା ପରେ ନବଜାତ ଶିଶୁର ମୃତଦେହ ଫେରାଇ ଦେବାକୁ କହିବାରୁ ଡାକ୍ତର ମନା କରି ଦେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ଗାଁ ଲୋକେ ଓ ସରପଞ୍ଚଙ୍କ ପରାମର୍ଶ ନେଇଥିଲେ ମଧ୍ୟ ଗାଁର ଜଣେ ଆଶା କର୍ମୀ ସେମାନଙ୍କୁ ଥାନାରେ ଅଭିଯୋଗ ନ କରିବାକୁ ଧମକାଇଥିଲେ। ଏତିକି ନୁହେଁ, ପାଖ ଗାଁର ଜଣେ ବ୍ୟକ୍ତି ମଧ୍ୟ ଥାନାରେ ଅଭିଯୋଗ କରିବାକୁ ମନା କରିଥିଲେ। ଉଭୟ ଦମ୍ପତି ଓ ପରିବାର ବର୍ଗ 'ଆମ ପିଲାକୁ ଚୋରି କରିଛନ୍ତି' ବୋଲି ସଂଗୀନ ଅଭିଯୋଗ ଆଣି ଥାନାକୁ ଯାଇଛନ୍ତି। ଉମରକୋଟ ଥାନା ଅଧିକାରୀ ବିପିନ ବାଘଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ କେସ ଉପରେ ତଦନ୍ତ କରାଯାଇ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ।
    user_SANTOSH PATRA ARGUS NEWS
    SANTOSH PATRA ARGUS NEWS
    Social worker ଉମରକୋଟ, ନବରଙ୍ଗପୁର, ଓଡ଼ିଶା•
    9 hrs ago
  • ଜୟପୁର ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି, ଯେଉଁଥିରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୪ଟି ମାମଲାର ପର୍ଦାଫାସ ହୋଇଛି।
    1
    ଜୟପୁର ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି, ଯେଉଁଥିରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୪ଟି ମାମଲାର ପର୍ଦାଫାସ ହୋଇଛି।
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    9 hrs ago
  • ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅନ୍ତର୍ଗତ ପାତ୍ରୀ ସଂରକ୍ଷିତ ଜଙ୍ଗଲରୁ ୧୦ ଲକ୍ଷ ଟଙ୍କାରେ ବିକ୍ରି ଉଦ୍ୟମ କରାଯାଉଥିବା ଏକ ମହାବଳ ବାଘ ଛାଲ ଜବତ ହୋଇଛି। ଏହି ଘଟଣାରେ ବନ ବିଭାଗ ଗ୍ରାହକ ସାଜି ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଉଦୟନ ସୁବୁଦ୍ଧିଙ୍କ ସୂଚନା ଅନୁସାରେ, ଗତ କିଛି ଦିନ ଧରି ଜିଲ୍ଲାରେ ମହାବଳ ବାଘ ଛାଲ ବିକ୍ରି ହେଉଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ବନ ବିଭାଗ ସତର୍କ ହୋଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସିଏଫ୍ ସୁବାଷ ଚନ୍ଦ୍ର ଖୁଣ୍ଟିଆ ଏବଂ ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତରାଙ୍କ ତତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ପାତ୍ରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପଛରେ ଥିବା ପାତ୍ରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏକ ବ୍ୟାଗରେ ରୟାଲ ବେଙ୍ଗଲ (ମହାବଳ) ବାଘ ଛାଲ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବନ କର୍ମଚାରୀମାନେ ଗ୍ରାହକ ସାଜି ତାଙ୍କୁ ଧରିବାରେ ସଫଳ ହୋଇଥିଲେ। ବାଘ ଛାଲକୁ ସିଲାଇ କରାଯାଇ ୧୦ ଲକ୍ଷ ଟଙ୍କାରେ ବିକ୍ରି କରିବା ଉଦ୍ଦେଶ୍ୟରେ ରଖାଯାଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ପାତ୍ରୀ ଗ୍ରାମର ଶିବୁନ ଟାକ୍ରୀ ବୋଲି ଜଣାପଡିଛି, ଯିଏକି ଜଣେ ପାଷ୍ଟର ଭାବେ କାର୍ଯ୍ୟ କରୁଥିବା ଡିଏଫଓ ସୂଚନା ଦେଇଛନ୍ତି। ତାଙ୍କ ନିକଟରୁ ବାଘ ଛାଲ ସହ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି। ବନ ବିଭାଗ ତରଫରୁ ଏ ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଫେରାର ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଛି।
    1
    ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅନ୍ତର୍ଗତ ପାତ୍ରୀ ସଂରକ୍ଷିତ ଜଙ୍ଗଲରୁ ୧୦ ଲକ୍ଷ ଟଙ୍କାରେ ବିକ୍ରି ଉଦ୍ୟମ କରାଯାଉଥିବା ଏକ ମହାବଳ ବାଘ ଛାଲ ଜବତ ହୋଇଛି। ଏହି ଘଟଣାରେ ବନ ବିଭାଗ ଗ୍ରାହକ ସାଜି ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଉଦୟନ ସୁବୁଦ୍ଧିଙ୍କ ସୂଚନା ଅନୁସାରେ, ଗତ କିଛି ଦିନ ଧରି ଜିଲ୍ଲାରେ ମହାବଳ ବାଘ ଛାଲ ବିକ୍ରି ହେଉଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ବନ ବିଭାଗ ସତର୍କ ହୋଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସିଏଫ୍ ସୁବାଷ ଚନ୍ଦ୍ର ଖୁଣ୍ଟିଆ ଏବଂ ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତରାଙ୍କ ତତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ପାତ୍ରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପଛରେ ଥିବା ପାତ୍ରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏକ ବ୍ୟାଗରେ ରୟାଲ ବେଙ୍ଗଲ (ମହାବଳ) ବାଘ ଛାଲ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବନ କର୍ମଚାରୀମାନେ ଗ୍ରାହକ ସାଜି ତାଙ୍କୁ ଧରିବାରେ ସଫଳ ହୋଇଥିଲେ। ବାଘ ଛାଲକୁ ସିଲାଇ କରାଯାଇ ୧୦ ଲକ୍ଷ ଟଙ୍କାରେ ବିକ୍ରି କରିବା ଉଦ୍ଦେଶ୍ୟରେ ରଖାଯାଇଥିଲା।

ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ପାତ୍ରୀ ଗ୍ରାମର ଶିବୁନ ଟାକ୍ରୀ ବୋଲି ଜଣାପଡିଛି, ଯିଏକି ଜଣେ ପାଷ୍ଟର ଭାବେ କାର୍ଯ୍ୟ କରୁଥିବା ଡିଏଫଓ ସୂଚନା ଦେଇଛନ୍ତି। ତାଙ୍କ ନିକଟରୁ ବାଘ ଛାଲ ସହ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି। ବନ ବିଭାଗ ତରଫରୁ ଏ ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଫେରାର ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଛି।
    user_Santosh kumar
    Santosh kumar
    Court reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    19 hrs ago
  • ଜୟପୁର ଅନ୍ତର୍ଗତ ଗଡ଼ପଦରଠାରେ ବିରିପାଣି ଯାତ୍ରା ଆୟୋଜିତ ହୋଇଛି।
    1
    ଜୟପୁର ଅନ୍ତର୍ଗତ ଗଡ଼ପଦରଠାରେ ବିରିପାଣି ଯାତ୍ରା ଆୟୋଜିତ ହୋଇଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    22 hrs ago
  • ଡାବୁଗାଁ ବନ ବିଭାଗ ପାଟ୍ରି ଜଙ୍ଗଲ ନିକଟରେ ମହାବଳ ବାଘ ଛାଲ ବିକ୍ରି ସମୟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ବାଘ ଛାଲ ଜବତ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର DFO ଉଦୟମାନ ସୁବୁଦ୍ଧିଙ୍କ ନେତୃତ୍ୱରେ ନବରଙ୍ଗପୁର ଏବଂ ଡାବୁଗାଁ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତିନି ଜଣ ବ୍ୟବସାୟୀ ୧୦ ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ କରୁଥିଲେ। ବନ ବିଭାଗର ଚଢ଼ାଉ ସମୟରେ ଦୁଇ ଜଣ ବ୍ୟବସାୟୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜଣେ ବ୍ୟବସାୟୀଙ୍କୁ ବାଘ ଛାଲ ସହ ଧରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ପାଟ୍ରି ଗ୍ରାମ ପଞ୍ଚାୟତର ଖୋଲିଗୁଡ଼ା ଗାଁର ବୋଲି ଜଣାପଡ଼ିଛି। ସେ ତେନ୍ତୁଳିଖୁଣ୍ଟି ବ୍ଲକର ଅମଳଭଟା ଚର୍ଚ୍ଚରେ ଫାଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ଏହି ବାଘ ଛାଲଟି ଝାରସୁଗୁଡ଼ା ଜିଲ୍ଲାରୁ ଅଣାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ରାକେଟରେ ଅନ୍ୟ କେଉଁ ଅଭିଯୁକ୍ତମାନେ ସଂଶ୍ଳିଷ୍ଟ ଅଛନ୍ତି, ତାହାକୁ ନେଇ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି। ନବରଙ୍ଗପୁର DFO ଉଦୟମାନ ସୁବୁଦ୍ଧିଙ୍କ ନେତୃତ୍ୱରେ ଏହି ଅପରେସନରେ ନବରଙ୍ଗପୁର ACF ସୁବାସ ଚନ୍ଦ୍ର ଖୁଣ୍ଟିଆ, ଡାବୁଗାଁ ରେଞ୍ଜର ରାମଚନ୍ଦ୍ର ଭତ୍ରା, ଜୋଟାବାଲ ଫରେଷ୍ଟର ପ୍ରଫୁଲ କୁମାର ମାଝୀ, ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ, ଫରେଷ୍ଟ ଗାର୍ଡ ଟିମ ଏବଂ ନବରଙ୍ଗପୁର ୱାଇଲ୍ଡ ଲାଇଫ ସ୍କ୍ୱାଡ୍ ସାମିଲ ଥିଲେ।
    1
    ଡାବୁଗାଁ ବନ ବିଭାଗ ପାଟ୍ରି ଜଙ୍ଗଲ ନିକଟରେ ମହାବଳ ବାଘ ଛାଲ ବିକ୍ରି ସମୟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ବାଘ ଛାଲ ଜବତ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର DFO ଉଦୟମାନ ସୁବୁଦ୍ଧିଙ୍କ ନେତୃତ୍ୱରେ ନବରଙ୍ଗପୁର ଏବଂ ଡାବୁଗାଁ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତିନି ଜଣ ବ୍ୟବସାୟୀ ୧୦ ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ କରୁଥିଲେ।

ବନ ବିଭାଗର ଚଢ଼ାଉ ସମୟରେ ଦୁଇ ଜଣ ବ୍ୟବସାୟୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜଣେ ବ୍ୟବସାୟୀଙ୍କୁ ବାଘ ଛାଲ ସହ ଧରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ପାଟ୍ରି ଗ୍ରାମ ପଞ୍ଚାୟତର ଖୋଲିଗୁଡ଼ା ଗାଁର ବୋଲି ଜଣାପଡ଼ିଛି। ସେ ତେନ୍ତୁଳିଖୁଣ୍ଟି ବ୍ଲକର ଅମଳଭଟା ଚର୍ଚ୍ଚରେ ଫାଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ଏହି ବାଘ ଛାଲଟି ଝାରସୁଗୁଡ଼ା ଜିଲ୍ଲାରୁ ଅଣାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ରାକେଟରେ ଅନ୍ୟ କେଉଁ ଅଭିଯୁକ୍ତମାନେ ସଂଶ୍ଳିଷ୍ଟ ଅଛନ୍ତି, ତାହାକୁ ନେଇ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି।

ନବରଙ୍ଗପୁର DFO ଉଦୟମାନ ସୁବୁଦ୍ଧିଙ୍କ ନେତୃତ୍ୱରେ ଏହି ଅପରେସନରେ ନବରଙ୍ଗପୁର ACF ସୁବାସ ଚନ୍ଦ୍ର ଖୁଣ୍ଟିଆ, ଡାବୁଗାଁ ରେଞ୍ଜର ରାମଚନ୍ଦ୍ର ଭତ୍ରା, ଜୋଟାବାଲ ଫରେଷ୍ଟର ପ୍ରଫୁଲ କୁମାର ମାଝୀ, ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ, ଫରେଷ୍ଟ ଗାର୍ଡ ଟିମ ଏବଂ ନବରଙ୍ଗପୁର ୱାଇଲ୍ଡ ଲାଇଫ ସ୍କ୍ୱାଡ୍ ସାମିଲ ଥିଲେ।
    user_Gam Khabar
    Gam Khabar
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.