logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

- କନ୍ଧମାଳ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ମୋଟ ଭୋଟର ସଂଖ୍ୟା ୫.୩୪ ଲକ୍ଷକୁ ବୃଦ୍ଧି, ପୁରୁଷଙ୍କୁ ଟପିଲେ ମହିଳା | - କନ୍ଧମାଳ ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଫୁଲବାଣୀ କଲେକ୍ଟରେଟ୍‌ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ତାଲିକା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାର ନକଲ ସିଡି, ହାର୍ଡ କପି ପ୍ରଦାନ କରାଯାଇଛି।ପୁରୁଷଙ୍କ ଅପେକ୍ଷା ମହିଳା ଭୋଟର ଅଧିକ:ନୂତନ ଭୋଟର ତାଲିକାର ତଥ୍ୟ ଅନୁଯାୟୀ, ଜିଲ୍ଲାରେ ମୋଟ ଭୋଟରଙ୍କ ସଂଖ୍ୟା ୫,୩୪,୨୨୬ କୁ ବୃଦ୍ଧି ପାଇଛି। ଚଳିତ ତାଲିକାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଜିଲ୍ଲାରେ ମୋଟ ୨,୬୧,୫୧୬ ଜଣ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨, ୭୨, ୬୩୮ ରହିଛି। ଏହାଛଡ଼ା ତାଲିକାରେ ୭୨ ଜଣ ତୃତୀୟ ଲିଙ୍ଗୀ (TG) ଭୋଟର ମଧ୍ୟ ସାମିଲ ଅଛନ୍ତି। ସେହିପରି ଭୋଟରମାନଙ୍କ ସୁବିଧା ପାଇଁ ଜିଲ୍ଲାରେ ମୋଟ ବୁଥ୍ ସଂଖ୍ୟା ୬୬୧ ରୁ ୮୧୨ କୁ ବୃଦ୍ଧି କରାଯାଇଛି।

21 hrs ago
user_Exp କନ୍ଧମାଳ
Exp କନ୍ଧମାଳ
ଫୁଲବାଣୀ, କନ୍ଧମାଳ, ଓଡ଼ିଶା•
21 hrs ago

- କନ୍ଧମାଳ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ମୋଟ ଭୋଟର ସଂଖ୍ୟା ୫.୩୪ ଲକ୍ଷକୁ ବୃଦ୍ଧି, ପୁରୁଷଙ୍କୁ ଟପିଲେ ମହିଳା | - କନ୍ଧମାଳ ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଫୁଲବାଣୀ କଲେକ୍ଟରେଟ୍‌ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ତାଲିକା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାର ନକଲ ସିଡି, ହାର୍ଡ

କପି ପ୍ରଦାନ କରାଯାଇଛି।ପୁରୁଷଙ୍କ ଅପେକ୍ଷା ମହିଳା ଭୋଟର ଅଧିକ:ନୂତନ ଭୋଟର ତାଲିକାର ତଥ୍ୟ ଅନୁଯାୟୀ, ଜିଲ୍ଲାରେ ମୋଟ ଭୋଟରଙ୍କ ସଂଖ୍ୟା ୫,୩୪,୨୨୬ କୁ ବୃଦ୍ଧି ପାଇଛି। ଚଳିତ ତାଲିକାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଜିଲ୍ଲାରେ ମୋଟ ୨,୬୧,୫୧୬ ଜଣ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨, ୭୨, ୬୩୮ ରହିଛି। ଏହାଛଡ଼ା ତାଲିକାରେ ୭୨ ଜଣ ତୃତୀୟ ଲିଙ୍ଗୀ (TG) ଭୋଟର ମଧ୍ୟ ସାମିଲ ଅଛନ୍ତି। ସେହିପରି ଭୋଟରମାନଙ୍କ ସୁବିଧା ପାଇଁ ଜିଲ୍ଲାରେ ମୋଟ ବୁଥ୍ ସଂଖ୍ୟା ୬୬୧ ରୁ ୮୧୨ କୁ ବୃଦ୍ଧି କରାଯାଇଛି।

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଓଡ଼ିଶାରେ ପ୍ରଥମ - ଚଳିତ ୨୦୨୬ ମସିହା ଆଜି ଯାଏଁ ମୋଟ ୧୨୬ ଏନଡିପିଏସ କେସ
    1
    ସୁବର୍ଣ୍ଣପୁର ଓଡ଼ିଶାରେ ପ୍ରଥମ
- ଚଳିତ ୨୦୨୬ ମସିହା ଆଜି ଯାଏଁ ମୋଟ ୧୨୬ ଏନଡିପିଏସ କେସ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • ପେଟ୍ରୋଲିଙ୍ଗ ଡିୟୁଟି ଯାଇଥିବା ବେଳେ ବଜ୍ରପାତରେ ଏକ୍ସ ସାଇଜ ଅଫିସର ଙ୍କ ଅକାଳ ବିଯୋଗ l ପେଟ୍ରୋଲିଙ୍ଗ ଡିୟୁଟି ଯାଇଥିବା ବେଳେ ବଜ୍ରପାତରେ ଏକ୍ସ ସାଇଜ ଅଫିସର ଙ୍କ ଅକାଳ ବିଯୋଗ l ବୌଦ୍ଧ:ପେଟ୍ରୋଲିଙ୍ଗ୍ ବେଳେ ବଜ୍ରାଘାତ ନେଇଗଲା ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ଉପ-ନିରୀକ୍ଷକ (Sub-Inspector) ପୁରୁଷୋତ୍ତମ ବେବର୍ତ୍ତାଙ୍କ ଅସମୟ ରେ ମୃତ୍ୟୁଘଟିଛି । ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ନିଜ ଷ୍ଟାଫଙ୍କ ସହ ଘଣ୍ଟାପଡା ଥାନା ଅନ୍ତର୍ଗତ ଗୁଚ୍ଛାଗୋରା ଅଞ୍ଚଳରେ ପେଟ୍ରୋଲିଙ୍ଗ ଯାଇଥିବା ବେଳେ ସେ ହଠାତ୍ ବଜ୍ରାଘାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ କଣ୍ଟାମାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ​କର୍ତ୍ତବ୍ୟରତ ଅବସ୍ଥାରେ ଏପରି ଜଣେ ନିଷ୍ଠାପର କର୍ମଚାରୀଙ୍କ ଅଚାନକ ନିପାତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ତାଙ୍କ ମୃତ୍ୟୁରେ ଅବକାରୀ ବିଭାଗ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କ ଶବ ବ୍ୟବଛେଦ ପରେ ବୌଦ୍ଧ ଜିଲ୍ଲାର ଅବକାରୀ ବିଭାଗ ପକ୍ଷରୁ ତାଙ୍କ ମରଶରୀରକୁ ରାଷ୍ଟ୍ରିୟ ମର୍ଯ୍ୟଦା ସହ ତାଙ୍କ ନିଜ ଗ୍ରାମ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସାନିକେଟା ଗ୍ରାମକୁ ନିଆଯାଇଛି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସହ୍ୟ ଦୁଃଖ ସହିବାକୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ। ​
    1
    ପେଟ୍ରୋଲିଙ୍ଗ ଡିୟୁଟି ଯାଇଥିବା ବେଳେ ବଜ୍ରପାତରେ ଏକ୍ସ ସାଇଜ ଅଫିସର  ଙ୍କ ଅକାଳ ବିଯୋଗ l
ପେଟ୍ରୋଲିଙ୍ଗ ଡିୟୁଟି ଯାଇଥିବା ବେଳେ ବଜ୍ରପାତରେ ଏକ୍ସ ସାଇଜ ଅଫିସର  ଙ୍କ ଅକାଳ ବିଯୋଗ l 
ବୌଦ୍ଧ:ପେଟ୍ରୋଲିଙ୍ଗ୍ ବେଳେ ବଜ୍ରାଘାତ ନେଇଗଲା ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ  ଅବକାରୀ ଉପ-ନିରୀକ୍ଷକ (Sub-Inspector) ପୁରୁଷୋତ୍ତମ ବେବର୍ତ୍ତାଙ୍କ ଅସମୟ ରେ ମୃତ୍ୟୁଘଟିଛି । ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ନିଜ ଷ୍ଟାଫଙ୍କ ସହ ଘଣ୍ଟାପଡା ଥାନା ଅନ୍ତର୍ଗତ ଗୁଚ୍ଛାଗୋରା ଅଞ୍ଚଳରେ  ପେଟ୍ରୋଲିଙ୍ଗ ଯାଇଥିବା ବେଳେ ସେ ହଠାତ୍ ବଜ୍ରାଘାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ କଣ୍ଟାମାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ​କର୍ତ୍ତବ୍ୟରତ ଅବସ୍ଥାରେ ଏପରି ଜଣେ ନିଷ୍ଠାପର କର୍ମଚାରୀଙ୍କ ଅଚାନକ ନିପାତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ତାଙ୍କ ମୃତ୍ୟୁରେ ଅବକାରୀ ବିଭାଗ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କ ଶବ ବ୍ୟବଛେଦ ପରେ ବୌଦ୍ଧ ଜିଲ୍ଲାର ଅବକାରୀ ବିଭାଗ ପକ୍ଷରୁ ତାଙ୍କ ମରଶରୀରକୁ ରାଷ୍ଟ୍ରିୟ ମର୍ଯ୍ୟଦା ସହ ତାଙ୍କ ନିଜ ଗ୍ରାମ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସାନିକେଟା ଗ୍ରାମକୁ ନିଆଯାଇଛି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସହ୍ୟ ଦୁଃଖ ସହିବାକୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ। 
​
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    14 hrs ago
  • ବୌଦ୍ଧ ଜିଲ୍ଲାପାଳ ହରଭଙ୍ଗା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା କଲେ l ବୌଦ୍ଧ, ୨୧/୦୯: ହରଭଙ୍ଗା ବ୍ଲକରେ ଆୟୋଜିତ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ପରେ ଆଜି ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ବ୍ଲକ ଅଧୀନସ୍ଥ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିବା ସହ ସେଗୁଡ଼ିକର ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଏବଂ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ କର୍ଣ୍ଣ ସୁନା ପ୍ରମୁଖ ଉପସ୍ଥିତ ଥିଲେ।ସର୍ବପ୍ରଥମେ ଜିଲ୍ଲାପାଳ କରଞ୍ଜକଟା ଗ୍ରାମ ପଞ୍ଚାୟତର ଜାମୁପଦର ଗ୍ରାମରେ ‘ଏକ ପେଡ୍ ମାଁ କେ ନାମ୍’ ଅଭିଯାନ ତଥା ଭିବିଜି ରାମଜୀ ପ୍ରକଳ୍ପ ଅଧୀନରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମର ଯାଞ୍ଚ କରିଥିଲେ। ପରେ ପୁରୁଣାକଟକ ଗ୍ରାମ ପଞ୍ଚାୟତର ଯାଜପୁର ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟ ବୁଲି ଦେଖିଥିଲେ। ରୋପଣ କରାଯାଇଥିବା ସମସ୍ତ ବୃକ୍ଷର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ଯତ୍ନ ନେବା ପାଇଁ ସେ ସ୍ଥାନୀୟ ସରପଞ୍ଚ ତଥା ବିଭାଗୀୟ ଅଧିକାରୀମାନଙ୍କୁ ଦୃଢ଼ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲୁଣିବାହାଲ ଗ୍ରାମ ପଞ୍ଚାୟତସ୍ଥିତ ସୁଖପାଲ ଭୂତେଶ୍ୱର ମନ୍ଦିର ଏବଂ ଏହାର ଆଖପାଖରେ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ। ସମ୍ପୋଚ ଗ୍ରାମର ଯୁବକମାନେ ଏକ ଖେଳପଡ଼ିଆ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିବାରୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଉକ୍ତ ପ୍ରସ୍ତାବିତ ଖେଳପଡ଼ିଆ ସ୍ଥଳ ପରିଦର୍ଶନ କରି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଯୁବକମାନଙ୍କୁ ଆଶ୍ୱାସନା ଦେଇଥିଲେ। ଏଥିସହ ସାମ୍ପୋଚ ଗ୍ରାମ ପଞ୍ଚାୟତ ପୋଖରୀ ଏବଂ ଭିବିଜି ରାମଜୀ ଯୋଜନାରେ ହୋଇଥିବା ବୃକ୍ଷରୋପଣ ସ୍ଥଳିର ସ୍ଥିତି ମଧ୍ୟ ଯାଞ୍ଚ କରାଯାଇଥିଲା। ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ପୁରୁଣାକଟକ ସରପଞ୍ଚ ଅଶୋକ କୁମାର ସେଠୀଙ୍କ ସମେତ ବିଭାଗୀୟ ଅଧିକାରୀ,ବ୍ଲକ ଯନ୍ତ୍ରୀ ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।
    4
    ବୌଦ୍ଧ ଜିଲ୍ଲାପାଳ ହରଭଙ୍ଗା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା କଲେ l 
ବୌଦ୍ଧ, ୨୧/୦୯:
ହରଭଙ୍ଗା ବ୍ଲକରେ ଆୟୋଜିତ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ପରେ ଆଜି ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ବ୍ଲକ ଅଧୀନସ୍ଥ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିବା ସହ ସେଗୁଡ଼ିକର ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଏବଂ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ  କର୍ଣ୍ଣ ସୁନା ପ୍ରମୁଖ ଉପସ୍ଥିତ ଥିଲେ।ସର୍ବପ୍ରଥମେ ଜିଲ୍ଲାପାଳ କରଞ୍ଜକଟା ଗ୍ରାମ ପଞ୍ଚାୟତର ଜାମୁପଦର ଗ୍ରାମରେ ‘ଏକ ପେଡ୍ ମାଁ କେ ନାମ୍’ ଅଭିଯାନ ତଥା ଭିବିଜି ରାମଜୀ ପ୍ରକଳ୍ପ ଅଧୀନରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମର ଯାଞ୍ଚ କରିଥିଲେ। ପରେ ପୁରୁଣାକଟକ ଗ୍ରାମ ପଞ୍ଚାୟତର ଯାଜପୁର ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟ ବୁଲି ଦେଖିଥିଲେ। ରୋପଣ କରାଯାଇଥିବା ସମସ୍ତ ବୃକ୍ଷର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ଯତ୍ନ ନେବା ପାଇଁ ସେ ସ୍ଥାନୀୟ ସରପଞ୍ଚ ତଥା ବିଭାଗୀୟ ଅଧିକାରୀମାନଙ୍କୁ ଦୃଢ଼ ନିର୍ଦ୍ଦେଶ ଦେଇଥିଲେ।
ଏହା ପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲୁଣିବାହାଲ ଗ୍ରାମ ପଞ୍ଚାୟତସ୍ଥିତ ସୁଖପାଲ ଭୂତେଶ୍ୱର ମନ୍ଦିର ଏବଂ ଏହାର ଆଖପାଖରେ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ। ସମ୍ପୋଚ ଗ୍ରାମର ଯୁବକମାନେ ଏକ ଖେଳପଡ଼ିଆ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିବାରୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଉକ୍ତ ପ୍ରସ୍ତାବିତ ଖେଳପଡ଼ିଆ ସ୍ଥଳ ପରିଦର୍ଶନ କରି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଯୁବକମାନଙ୍କୁ ଆଶ୍ୱାସନା ଦେଇଥିଲେ। ଏଥିସହ ସାମ୍ପୋଚ ଗ୍ରାମ ପଞ୍ଚାୟତ ପୋଖରୀ ଏବଂ ଭିବିଜି ରାମଜୀ ଯୋଜନାରେ ହୋଇଥିବା ବୃକ୍ଷରୋପଣ ସ୍ଥଳିର ସ୍ଥିତି ମଧ୍ୟ ଯାଞ୍ଚ କରାଯାଇଥିଲା।
ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ବିଦ୍ୟାପତି ପଣ୍ଡା, ପୁରୁଣାକଟକ ସରପଞ୍ଚ  ଅଶୋକ କୁମାର ସେଠୀଙ୍କ ସମେତ  ବିଭାଗୀୟ ଅଧିକାରୀ,ବ୍ଲକ ଯନ୍ତ୍ରୀ ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।
    user_Ashwini Kumar Nanda
    Ashwini Kumar Nanda
    Newsstand Kantamal, Boudh•
    14 hrs ago
  • ବଲମ ତୁମ୍ବା ସଂରକ୍ଷିତ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା କଣ୍ଟାମାଳ ପୋଲିସ କଣ୍ଟାମାଳ ଥାନା ଅଧୀନରେ ଥିବା ବଲମ ତୁମ୍ବା ସଂରକ୍ଷିତ ଜଙ୍ଗଲ ଭିତରେ ବିପୁଳ ପରିମାଣର ବେଆଇନ ଗଞ୍ଜେଇ ଲୁଚାଇ ରଖାଯାଇଥିବା ନେଇ କଣ୍ଟାମାଳ ଥାନା ଅଧିକାରୀ ଙ୍କୁ ଆଜି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ଖବର ଆଧାରରେ ଥାନା ଅଧିକାରୀ ଏବଂ ତାଙ୍କର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଙ୍ଗଲ ଅଞ୍ଚଳରେ ବ୍ୟାପକ ଖାନତଲାସୀ କରିବା ପରେ, ପୋଲିସ ଟିମ୍ ସେଠାରୁ ୨ଟି ଧଳା ରଙ୍ଗର ଜରି ବସ୍ତା ଜବତ କରିବାରେ ସଫଳ ହୋଇଥିଲେ। ଯାଞ୍ଚ ପରେ ଏହି ବସ୍ତାଗୁଡ଼ିକରେ ପ୍ରାୟ ୧୧୫ କେଜି ଓଜନର ବେଆଇନ ଗଞ୍ଜେଇ ରହିଥିଲା । ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ଏନଡିପିଏସ ମାମଲା ରୁଜୁ କରାଯାଇଛି। ତେବେ ଏତେ ପରିମାଣର ଗଞ୍ଜେଇ ସେଠାକୁ କିଏ ଆଣିଥିଲା ଏବଂ ଏହି ବେଆଇନ କାରବାର ପଛରେ କେଉଁମାନଙ୍କର ସମ୍ପୃକ୍ତି ରହିଛି, ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଖୁବଶୀଘ୍ର ପ୍ରକୃତ ମାଲିକ ଓ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
    2
    ବଲମ ତୁମ୍ବା ସଂରକ୍ଷିତ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା କଣ୍ଟାମାଳ ପୋଲିସ 
କଣ୍ଟାମାଳ ଥାନା ଅଧୀନରେ ଥିବା  ବଲମ ତୁମ୍ବା ସଂରକ୍ଷିତ ଜଙ୍ଗଲ ଭିତରେ ବିପୁଳ ପରିମାଣର ବେଆଇନ ଗଞ୍ଜେଇ ଲୁଚାଇ ରଖାଯାଇଥିବା ନେଇ କଣ୍ଟାମାଳ ଥାନା ଅଧିକାରୀ ଙ୍କୁ ଆଜି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ଖବର ଆଧାରରେ ଥାନା ଅଧିକାରୀ ଏବଂ ତାଙ୍କର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଙ୍ଗଲ ଅଞ୍ଚଳରେ ବ୍ୟାପକ ଖାନତଲାସୀ କରିବା ପରେ, ପୋଲିସ ଟିମ୍ ସେଠାରୁ ୨ଟି ଧଳା ରଙ୍ଗର ଜରି ବସ୍ତା ଜବତ କରିବାରେ ସଫଳ ହୋଇଥିଲେ। ଯାଞ୍ଚ ପରେ ଏହି ବସ୍ତାଗୁଡ଼ିକରେ ପ୍ରାୟ ୧୧୫ କେଜି ଓଜନର ବେଆଇନ ଗଞ୍ଜେଇ ରହିଥିଲା । ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ଏନଡିପିଏସ ମାମଲା ରୁଜୁ କରାଯାଇଛି। ତେବେ ଏତେ ପରିମାଣର ଗଞ୍ଜେଇ ସେଠାକୁ କିଏ ଆଣିଥିଲା ଏବଂ ଏହି ବେଆଇନ କାରବାର ପଛରେ କେଉଁମାନଙ୍କର ସମ୍ପୃକ୍ତି ରହିଛି, ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଖୁବଶୀଘ୍ର ପ୍ରକୃତ ମାଲିକ ଓ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
    user_Hrudananda Meher
    Hrudananda Meher
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    15 hrs ago
  • କଣ୍ଟାମାଳ ଥାନା ଆଭ୍ୟନ୍ତରୀଣ ବଲମତୁମ୍ବା ସଂରକ୍ଷିତ ଜଙ୍ଗଲରୁ ଗଞ୍ଜେଇ ଭର୍ତ୍ତି ଦୁଇଟି ଜରି ବସ୍ତା ଜବତ କରିଛି କଣ୍ଟାମାଳ ପୁଲିସ, ଜବତ ଗଞ୍ଜେଇ ର ଆନୁମାନିକ ଓଜନ ୧୧୫କେଜି ହୋଇଥିବା ବେଳେ ଖୁବ ଶୀଘ୍ର ଏହି କାରବାର ରେ ସମ୍ପୃକ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି କଣ୍ଟାମାଳ ଥାନାଧିକାରୀ ଓମପ୍ରକାଶ ମହାନ୍ତି
    1
    କଣ୍ଟାମାଳ ଥାନା ଆଭ୍ୟନ୍ତରୀଣ ବଲମତୁମ୍ବା ସଂରକ୍ଷିତ ଜଙ୍ଗଲରୁ ଗଞ୍ଜେଇ ଭର୍ତ୍ତି ଦୁଇଟି ଜରି ବସ୍ତା ଜବତ କରିଛି କଣ୍ଟାମାଳ ପୁଲିସ, ଜବତ ଗଞ୍ଜେଇ ର ଆନୁମାନିକ ଓଜନ ୧୧୫କେଜି ହୋଇଥିବା ବେଳେ ଖୁବ ଶୀଘ୍ର ଏହି କାରବାର ରେ ସମ୍ପୃକ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି କଣ୍ଟାମାଳ ଥାନାଧିକାରୀ ଓମପ୍ରକାଶ ମହାନ୍ତି
    user_ଜୟ କୁମାର ମହାରଣା
    ଜୟ କୁମାର ମହାରଣା
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    18 hrs ago
  • ଆଜି ୧୦.୩୦ ଘଟିକା ରେ ସୁବର୍ଣ୍ଣପୁର ଜିଲ୍ଲାରେ SIR-2026 ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ଜିଲ୍ଲାପାଳ, ସୁବର୍ଣ୍ଣପୁର ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝି ଙ୍କ ସଭାପତିତ୍ଵରେ ପ୍ରକାଶ କରାଯାଇଛି । SIR-2026 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ତା. ତାରିଖ: ୨୧ ସେପ୍ଟେମ୍ବର ୨୦୨୬ ଆଜି ୧୦.୩୦ ଘଟିକା ରେ ସୁବର୍ଣ୍ଣପୁର ଜିଲ୍ଲାରେ SIR-2026 ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ଜିଲ୍ଲାପାଳ, ସୁବର୍ଣ୍ଣପୁର ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝି ଙ୍କ ସଭାପତିତ୍ଵରେ ପ୍ରକାଶ କରାଯାଇଛି । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନ ପ୍ରଧାନ, ଡେପୁଟି ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ କ୍ଲିଣ୍ଟନ ସାହୁ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀମତୀ ଯମୁନା ପ୍ରଧାନ, ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ସୁବର୍ଣ୍ଣପୁର ଜିଲ୍ଲାର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ଜିଲ୍ଲାର ୬୪-ବୀରମହାରାଜପୁର ନିର୍ବାଚନମଣ୍ଡଳୀର ୩୦୭ଟି ବୁଥ୍‌ରେ ମହିଳା ୧,୧୦,୧୦୮ ଜଣ , ପୁରୁଷ ୧,୦୧,୦୬୯ ଜଣ ଓ ତୃତୀୟ ଲିଙ୍ଗୀ ୩ ଜଣ ମୋଟ ଭୋଟର ୨,୧୧,୧୮୦ ଜଣ ଅଛନ୍ତି ।୬୫-ସୋନପୁର ନିର୍ବାଚନମଣ୍ଡଳୀର ୩୫୫ଟି ବୁଥ୍‌ରେ ମହିଳା ୧,୨୯,୬୯୩ ଜଣ, ପୁରୁଷ ୧,୨୧,୫୦୯ ଜଣ ଓ ତୃତୀୟ ଲିଙ୍ଗୀ ୨ ଜଣ ମୋଟ ଭୋଟର ୨,୫୦,୨୦୪ ଜଣ ଅଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୬୬୨ଟି ବୁଥ୍‌ରେ ମହିଳା ୨,୩୯,୮୦୧ ଜଣ , ପୁରୁଷ ୨,୨୨,୫୭୮ ଜଣ ଓ ତୃତୀୟ ଲିଙ୍ଗୀ ୫ ଜଣ ମୋଟ ଭୋଟର ୪,୬୨,୩୮୪ ଜଣ ଅଛନ୍ତି । ଏହି ପୁନଃ ନିରୀକ୍ଷଣ ପ୍ରକ୍ରିୟା ସମ୍ପାଦିତ ହୋଇଛି। ଏହି ପ୍ରକ୍ରିୟାରେ ପ୍ରାପ୍ତ ଦାବି ଓ ଆପତ୍ତିଗୁଡ଼ିକୁ ନିୟମାନୁସାରେ ଯାଞ୍ଚ କରି ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି। ଅପିଲ୍ ବ୍ୟବସ୍ଥା: ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଆଦେଶରେ କୌଣସି ବ୍ୟକ୍ତି ଅସନ୍ତୁଷ୍ଟ ହେଲେ, Representation of the People Act, 1950 ର ଧାରା 24 ଅନୁଯାୟୀ 15 ଦିନ ମଧ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ପ୍ରଥମ ଅପିଲ୍ କରିପାରିବେ। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆଦେଶରେ ଅସନ୍ତୁଷ୍ଟ ହେଲେ, 30 ଦିନ ମଧ୍ୟରେ Chief Electoral Officer ଙ୍କ ନିକଟରେ ଦ୍ୱିତୀୟ ଅପିଲ୍ କରିପାରିବେ। ଅପିଲ୍ ଦାଖଲ ହେବା ଦ୍ୱାରା ଚୂଡ଼ାନ୍ତ ଭୋଟର ତାଲିକାର ପ୍ରକାଶନ ସ୍ଥଗିତ ହେବ ନାହିଁ। ଏହି ସମଗ୍ର ପ୍ରକ୍ରିୟାରେ ସହଯୋଗ କରିଥିବା ସମସ୍ତ ରାଜନୈତିକ ଦଳ ଓ ସେମାନଙ୍କ ପ୍ରତିନିଧି, BLO, ସୁପରଭାଇଜର, ଅଧିକାରୀ, କର୍ମଚାରୀ ଏବଂ ସାଧାରଣ ଜନସାଧାରଣଙ୍କୁ ଜିଲ୍ଲାପାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ହାର୍ଦ୍ଦିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ । ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଏହି କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆଶା କରୁଛୁ।
    1
    ଆଜି ୧୦.୩୦ ଘଟିକା ରେ ସୁବର୍ଣ୍ଣପୁର ଜିଲ୍ଲାରେ SIR-2026 ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ଜିଲ୍ଲାପାଳ, ସୁବର୍ଣ୍ଣପୁର ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝି ଙ୍କ ସଭାପତିତ୍ଵରେ ପ୍ରକାଶ କରାଯାଇଛି । 
SIR-2026 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ 
ତା. ତାରିଖ: ୨୧ ସେପ୍ଟେମ୍ବର ୨୦୨୬
ଆଜି ୧୦.୩୦ ଘଟିକା ରେ ସୁବର୍ଣ୍ଣପୁର ଜିଲ୍ଲାରେ SIR-2026 ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ଜିଲ୍ଲାପାଳ, ସୁବର୍ଣ୍ଣପୁର ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝି ଙ୍କ ସଭାପତିତ୍ଵରେ ପ୍ରକାଶ କରାଯାଇଛି । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନ ପ୍ରଧାନ, ଡେପୁଟି  ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ କ୍ଲିଣ୍ଟନ ସାହୁ, ଭାରପ୍ରାପ୍ତ  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀମତୀ ଯମୁନା ପ୍ରଧାନ, ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ସୁବର୍ଣ୍ଣପୁର ଜିଲ୍ଲାର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।  
ଜିଲ୍ଲାର ୬୪-ବୀରମହାରାଜପୁର ନିର୍ବାଚନମଣ୍ଡଳୀର ୩୦୭ଟି ବୁଥ୍‌ରେ ମହିଳା ୧,୧୦,୧୦୮ ଜଣ , ପୁରୁଷ ୧,୦୧,୦୬୯ ଜଣ  ଓ ତୃତୀୟ ଲିଙ୍ଗୀ ୩ ଜଣ ମୋଟ ଭୋଟର  ୨,୧୧,୧୮୦ ଜଣ ଅଛନ୍ତି ।୬୫-ସୋନପୁର ନିର୍ବାଚନମଣ୍ଡଳୀର ୩୫୫ଟି ବୁଥ୍‌ରେ ମହିଳା ୧,୨୯,୬୯୩ ଜଣ, ପୁରୁଷ ୧,୨୧,୫୦୯ ଜଣ ଓ ତୃତୀୟ ଲିଙ୍ଗୀ ୨ ଜଣ ମୋଟ ଭୋଟର  ୨,୫୦,୨୦୪ ଜଣ ଅଛନ୍ତି । 
ସୁବର୍ଣ୍ଣପୁର ଜିଲ୍ଲାରେ  ମୋଟ ୬୬୨ଟି ବୁଥ୍‌ରେ ମହିଳା ୨,୩୯,୮୦୧ ଜଣ , ପୁରୁଷ ୨,୨୨,୫୭୮  ଜଣ  ଓ ତୃତୀୟ ଲିଙ୍ଗୀ ୫ ଜଣ ମୋଟ ଭୋଟର  ୪,୬୨,୩୮୪  ଜଣ ଅଛନ୍ତି । ଏହି ପୁନଃ ନିରୀକ୍ଷଣ ପ୍ରକ୍ରିୟା ସମ୍ପାଦିତ ହୋଇଛି। ଏହି ପ୍ରକ୍ରିୟାରେ ପ୍ରାପ୍ତ ଦାବି ଓ ଆପତ୍ତିଗୁଡ଼ିକୁ ନିୟମାନୁସାରେ ଯାଞ୍ଚ କରି ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି।
ଅପିଲ୍ ବ୍ୟବସ୍ଥା: ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଆଦେଶରେ କୌଣସି ବ୍ୟକ୍ତି ଅସନ୍ତୁଷ୍ଟ ହେଲେ, Representation of the People Act, 1950 ର ଧାରା 24 ଅନୁଯାୟୀ 15 ଦିନ ମଧ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ପ୍ରଥମ ଅପିଲ୍ କରିପାରିବେ। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆଦେଶରେ ଅସନ୍ତୁଷ୍ଟ ହେଲେ, 30 ଦିନ ମଧ୍ୟରେ Chief Electoral Officer ଙ୍କ ନିକଟରେ ଦ୍ୱିତୀୟ ଅପିଲ୍ କରିପାରିବେ। ଅପିଲ୍ ଦାଖଲ ହେବା ଦ୍ୱାରା ଚୂଡ଼ାନ୍ତ ଭୋଟର ତାଲିକାର ପ୍ରକାଶନ ସ୍ଥଗିତ ହେବ ନାହିଁ।
ଏହି ସମଗ୍ର ପ୍ରକ୍ରିୟାରେ ସହଯୋଗ କରିଥିବା ସମସ୍ତ ରାଜନୈତିକ ଦଳ ଓ ସେମାନଙ୍କ ପ୍ରତିନିଧି, BLO, ସୁପରଭାଇଜର, ଅଧିକାରୀ, କର୍ମଚାରୀ ଏବଂ ସାଧାରଣ ଜନସାଧାରଣଙ୍କୁ ଜିଲ୍ଲାପାଳ  ଜିଲ୍ଲା ପ୍ରଶାସନ ପକ୍ଷରୁ ହାର୍ଦ୍ଦିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ । ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଏହି କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆଶା କରୁଛୁ।
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    19 hrs ago
  • ନଶା ମୁକ୍ତ ଓଡିଶା ଅଭିଯାନ - ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ
    1
    ନଶା ମୁକ୍ତ ଓଡିଶା ଅଭିଯାନ
- ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ଓ ଆଥଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଂଜନ ପ୍ରଧାନ ଉଦ୍‌ଘାଟନ କରିଥିଲେ । କଣ୍ଟାମାଳ ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସମୂହ ସମ୍ପାଦକ ସୁଦାମ ଚରଣ ମିଶ୍ର ସଂଯୋଜନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ସୌରଭ ସାହୁ, ପ୍ରଦୀପ ମାଝି,ପ୍ରଦୀପ ଭୋଇ ଶିକ୍ଷକ ସରୋଜ ସାହୁ, ଶ୍ରୀକାନ୍ତ ବୁଦ୍ଧିଆ ବିଭିନ୍ନ କ୍ରୀଡ଼ା ପରିଚାଳନା କରିଥିଲେ।ଏହି ପ୍ରତିଯୋଗିତାରେ କଣ୍ଟାମାଳ ସମେତ ସିମିଲି ଯୋରା,ବରଗାଁ, ସାନଛପାପାଳି,ଖଲିଆପାଲି ଓ ଅଇଲାଚୁଆଁ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଆଥଲେଟିକ୍ସ ଇଭେଣ୍ଟ ସହିତ ଫୁଟବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ କଣ୍ଟାମାଳ ହାଇସ୍କୁଲର ଜୁନିଅର୍ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନେ ଶିକ୍ଷକ ବନମାଳୀ ମେହେରଙ୍କ ମାର୍ଗଦର୍ଶନରେ ଖେଳାଳିମାନଙ୍କୁ ପ୍ରାଥମିକ ସେବା ଯୋଗାଇଥିଲେ।ଖେଳାଳିଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ କ୍ରୀଡ଼ା ମନୋଭାବ ଦେଖିବାକୁ ମିଳିଥିଲା। କଣ୍ଟାମାଳ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ କ୍ରୀଡ଼ା ପ୍ରତିଯୋଗିତାରେ ସହଯୋଗ କରିଥିଲେ।
    1
    କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ
କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ
ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ସଦର ସରକାରୀ  ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ଓ ଆଥଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଂଜନ ପ୍ରଧାନ ଉଦ୍‌ଘାଟନ କରିଥିଲେ । କଣ୍ଟାମାଳ ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସମୂହ ସମ୍ପାଦକ ସୁଦାମ ଚରଣ ମିଶ୍ର ସଂଯୋଜନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ସୌରଭ ସାହୁ, ପ୍ରଦୀପ ମାଝି,ପ୍ରଦୀପ ଭୋଇ ଶିକ୍ଷକ ସରୋଜ ସାହୁ, ଶ୍ରୀକାନ୍ତ ବୁଦ୍ଧିଆ ବିଭିନ୍ନ କ୍ରୀଡ଼ା ପରିଚାଳନା କରିଥିଲେ।ଏହି ପ୍ରତିଯୋଗିତାରେ କଣ୍ଟାମାଳ ସମେତ ସିମିଲି ଯୋରା,ବରଗାଁ, ସାନଛପାପାଳି,ଖଲିଆପାଲି ଓ ଅଇଲାଚୁଆଁ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଆଥଲେଟିକ୍ସ ଇଭେଣ୍ଟ ସହିତ ଫୁଟବଲ୍‌ ପ୍ରତିଯୋଗିତା  ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ କଣ୍ଟାମାଳ ହାଇସ୍କୁଲର ଜୁନିଅର୍ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନେ  ଶିକ୍ଷକ ବନମାଳୀ ମେହେରଙ୍କ ମାର୍ଗଦର୍ଶନରେ ଖେଳାଳିମାନଙ୍କୁ ପ୍ରାଥମିକ ସେବା ଯୋଗାଇଥିଲେ।ଖେଳାଳିଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ କ୍ରୀଡ଼ା ମନୋଭାବ ଦେଖିବାକୁ ମିଳିଥିଲା। କଣ୍ଟାମାଳ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ  କ୍ରୀଡ଼ା ପ୍ରତିଯୋଗିତାରେ ସହଯୋଗ କରିଥିଲେ।
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    15 hrs ago
  • ,,,, ଗଞ୍ଜେଇ ଭର୍ତ୍ତି କଣ୍ଟେନର ଜବତ, ଜଣେ ଗିରଫ୍,,,,. ,,,,, | ଆଙ୍କର - ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସକୁ ମିଳିଛି ବଡ଼ ସଫଳତା । କନ୍ଧମାଳ ଜିଲ୍ଲା ବାଲିଗଡ଼ା ଅଞ୍ଚଳରୁ ବାହାର ରାଜ୍ୟକୁ ଏକ ଏଇଚର ଟ୍ରକ(କଣ୍ଟେନର)ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କଳାହାଣ୍ଡି -କନ୍ଧମାଳ ଜିଲ୍ଲା ସିମାନ୍ତ ଖମନପଡ଼ା ଗାଁ ନିକଟସ୍ଥ ବାଣ୍ଡିକିଆ ଛକରେ ମାଡ଼ି ବସିଲା ପୋଲିସ୍ । ୧୧୪୦ କେଜି ଗଞ୍ଜେଇ ସହ ଟ୍ରକ୍ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ବାଲିଗୁଡ଼ା ଥାନା ପାଲୁଙ୍କିଆ ଗ୍ରାମର ୨୮ ବର୍ଷୀୟ ଯୁବକ ମୋହତ ଦିଗାଳ ହୋଇଥିବା ଜଣାପଡ଼ିଛି ।
    1
    ,,,, ଗଞ୍ଜେଇ ଭର୍ତ୍ତି କଣ୍ଟେନର ଜବତ, ଜଣେ ଗିରଫ୍,,,,. ,,,,, |
ଆଙ୍କର - ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସକୁ ମିଳିଛି ବଡ଼ ସଫଳତା । କନ୍ଧମାଳ ଜିଲ୍ଲା ବାଲିଗଡ଼ା ଅଞ୍ଚଳରୁ ବାହାର ରାଜ୍ୟକୁ ଏକ ଏଇଚର ଟ୍ରକ(କଣ୍ଟେନର)ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କଳାହାଣ୍ଡି -କନ୍ଧମାଳ ଜିଲ୍ଲା ସିମାନ୍ତ ଖମନପଡ଼ା ଗାଁ ନିକଟସ୍ଥ ବାଣ୍ଡିକିଆ ଛକରେ ମାଡ଼ି ବସିଲା ପୋଲିସ୍ । ୧୧୪୦ କେଜି ଗଞ୍ଜେଇ ସହ ଟ୍ରକ୍ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ବାଲିଗୁଡ଼ା ଥାନା ପାଲୁଙ୍କିଆ ଗ୍ରାମର ୨୮ ବର୍ଷୀୟ ଯୁବକ ମୋହତ ଦିଗାଳ ହୋଇଥିବା ଜଣାପଡ଼ିଛି ।
    user_Exp କନ୍ଧମାଳ
    Exp କନ୍ଧମାଳ
    ଫୁଲବାଣୀ, କନ୍ଧମାଳ, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.