କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ଓ ଆଥଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଂଜନ ପ୍ରଧାନ ଉଦ୍ଘାଟନ କରିଥିଲେ । କଣ୍ଟାମାଳ ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସମୂହ ସମ୍ପାଦକ ସୁଦାମ ଚରଣ ମିଶ୍ର ସଂଯୋଜନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ସୌରଭ ସାହୁ, ପ୍ରଦୀପ ମାଝି,ପ୍ରଦୀପ ଭୋଇ ଶିକ୍ଷକ ସରୋଜ ସାହୁ, ଶ୍ରୀକାନ୍ତ ବୁଦ୍ଧିଆ ବିଭିନ୍ନ କ୍ରୀଡ଼ା ପରିଚାଳନା କରିଥିଲେ।ଏହି ପ୍ରତିଯୋଗିତାରେ କଣ୍ଟାମାଳ ସମେତ ସିମିଲି ଯୋରା,ବରଗାଁ, ସାନଛପାପାଳି,ଖଲିଆପାଲି ଓ ଅଇଲାଚୁଆଁ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଆଥଲେଟିକ୍ସ ଇଭେଣ୍ଟ ସହିତ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ କଣ୍ଟାମାଳ ହାଇସ୍କୁଲର ଜୁନିଅର୍ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନେ ଶିକ୍ଷକ ବନମାଳୀ ମେହେରଙ୍କ ମାର୍ଗଦର୍ଶନରେ ଖେଳାଳିମାନଙ୍କୁ ପ୍ରାଥମିକ ସେବା ଯୋଗାଇଥିଲେ।ଖେଳାଳିଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ କ୍ରୀଡ଼ା ମନୋଭାବ ଦେଖିବାକୁ ମିଳିଥିଲା। କଣ୍ଟାମାଳ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ କ୍ରୀଡ଼ା ପ୍ରତିଯୋଗିତାରେ ସହଯୋଗ କରିଥିଲେ।
କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ଓ ଆଥଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଂଜନ ପ୍ରଧାନ ଉଦ୍ଘାଟନ କରିଥିଲେ । କଣ୍ଟାମାଳ ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସମୂହ ସମ୍ପାଦକ ସୁଦାମ ଚରଣ ମିଶ୍ର ସଂଯୋଜନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ସୌରଭ ସାହୁ, ପ୍ରଦୀପ ମାଝି,ପ୍ରଦୀପ ଭୋଇ ଶିକ୍ଷକ ସରୋଜ ସାହୁ, ଶ୍ରୀକାନ୍ତ ବୁଦ୍ଧିଆ ବିଭିନ୍ନ କ୍ରୀଡ଼ା ପରିଚାଳନା କରିଥିଲେ।ଏହି ପ୍ରତିଯୋଗିତାରେ କଣ୍ଟାମାଳ ସମେତ ସିମିଲି ଯୋରା,ବରଗାଁ, ସାନଛପାପାଳି,ଖଲିଆପାଲି ଓ ଅଇଲାଚୁଆଁ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଆଥଲେଟିକ୍ସ ଇଭେଣ୍ଟ ସହିତ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ କଣ୍ଟାମାଳ ହାଇସ୍କୁଲର ଜୁନିଅର୍ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନେ ଶିକ୍ଷକ ବନମାଳୀ ମେହେରଙ୍କ ମାର୍ଗଦର୍ଶନରେ ଖେଳାଳିମାନଙ୍କୁ ପ୍ରାଥମିକ ସେବା ଯୋଗାଇଥିଲେ।ଖେଳାଳିଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ କ୍ରୀଡ଼ା ମନୋଭାବ ଦେଖିବାକୁ ମିଳିଥିଲା। କଣ୍ଟାମାଳ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ କ୍ରୀଡ଼ା ପ୍ରତିଯୋଗିତାରେ ସହଯୋଗ କରିଥିଲେ।
- dapala2 and lukapada palasagora kantamal boudh odisha1
- #ନଶା_ମୁକ୍ତ_ଓଡିଶା_ପ୍ରଥମ_ଦିନ_ରେ_ସୁବର୍ଣ୍ଣପୁର #ପୋଲିସ_କୁ_ବଡ଼_ସଫଳତା l #rishitv #drugfreeodisha #subarnapur #highlight ଏହି ଚଢ଼ାଉ ସମୟରେ ସର୍ବମୋଟ ୫୪୦. ୪୭କେଜି ଗଂଜେଇ, ୦୨ଟି ଚାରୀ ଚକିଆ ଓ ୧ଟି ମୋଟର ସାଇକେଲ ଜବତ1
- *ଅଦ୍ୟ ସେପ୍ଟେମ୍ବର ମାସ ୨୨ ତାରିଖ ଶୁଭ ମଙ୍ଗଳବାର ୨୦୨୬ ମସିହା ଭାଦ୍ରବମାସ ଶୁକ୍ଳପକ୍ଷ । ଜୟ ବଜରଙ୍ଗିବାଲି ମହାପ୍ରଭୁ ମହାବିରି ହନୁମାନଜୀଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ ଧନଧାନ୍ୟରେ ପୁରୀ ଉଠୁ ଆପଣଙ୍କ ଘର ଶୁଭମୟ ଓ ମଙ୍ଗମୟ ହେଉ* *ଅଦ୍ୟ ସେପ୍ଟେମ୍ବର ମାସ ୨୨ ତାରିଖ ଶୁଭ ମଙ୍ଗଳବାର ୨୦୨୬ ମସିହା ଭାଦ୍ରବମାସ ଶୁକ୍ଳପକ୍ଷ । ଜୟ ବଜରଙ୍ଗିବାଲି ମହାପ୍ରଭୁ ମହାବିରି ହନୁମାନଜୀଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ ଧନଧାନ୍ୟରେ ପୁରୀ ଉଠୁ ଆପଣଙ୍କ ଘର ଶୁଭମୟ ଓ ମଙ୍ଗମୟ ହେଉ*1
- ସୁବର୍ଣ୍ଣପୁର ଓଡ଼ିଶାରେ ପ୍ରଥମ - ଚଳିତ ୨୦୨୬ ମସିହା ଆଜି ଯାଏଁ ମୋଟ ୧୨୬ ଏନଡିପିଏସ କେସ1
- ଆଜି ୧୦.୩୦ ଘଟିକା ରେ ସୁବର୍ଣ୍ଣପୁର ଜିଲ୍ଲାରେ SIR-2026 ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ଜିଲ୍ଲାପାଳ, ସୁବର୍ଣ୍ଣପୁର ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝି ଙ୍କ ସଭାପତିତ୍ଵରେ ପ୍ରକାଶ କରାଯାଇଛି । SIR-2026 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ତା. ତାରିଖ: ୨୧ ସେପ୍ଟେମ୍ବର ୨୦୨୬ ଆଜି ୧୦.୩୦ ଘଟିକା ରେ ସୁବର୍ଣ୍ଣପୁର ଜିଲ୍ଲାରେ SIR-2026 ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ଜିଲ୍ଲାପାଳ, ସୁବର୍ଣ୍ଣପୁର ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝି ଙ୍କ ସଭାପତିତ୍ଵରେ ପ୍ରକାଶ କରାଯାଇଛି । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନ ପ୍ରଧାନ, ଡେପୁଟି ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ କ୍ଲିଣ୍ଟନ ସାହୁ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀମତୀ ଯମୁନା ପ୍ରଧାନ, ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ସୁବର୍ଣ୍ଣପୁର ଜିଲ୍ଲାର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ଜିଲ୍ଲାର ୬୪-ବୀରମହାରାଜପୁର ନିର୍ବାଚନମଣ୍ଡଳୀର ୩୦୭ଟି ବୁଥ୍ରେ ମହିଳା ୧,୧୦,୧୦୮ ଜଣ , ପୁରୁଷ ୧,୦୧,୦୬୯ ଜଣ ଓ ତୃତୀୟ ଲିଙ୍ଗୀ ୩ ଜଣ ମୋଟ ଭୋଟର ୨,୧୧,୧୮୦ ଜଣ ଅଛନ୍ତି ।୬୫-ସୋନପୁର ନିର୍ବାଚନମଣ୍ଡଳୀର ୩୫୫ଟି ବୁଥ୍ରେ ମହିଳା ୧,୨୯,୬୯୩ ଜଣ, ପୁରୁଷ ୧,୨୧,୫୦୯ ଜଣ ଓ ତୃତୀୟ ଲିଙ୍ଗୀ ୨ ଜଣ ମୋଟ ଭୋଟର ୨,୫୦,୨୦୪ ଜଣ ଅଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୬୬୨ଟି ବୁଥ୍ରେ ମହିଳା ୨,୩୯,୮୦୧ ଜଣ , ପୁରୁଷ ୨,୨୨,୫୭୮ ଜଣ ଓ ତୃତୀୟ ଲିଙ୍ଗୀ ୫ ଜଣ ମୋଟ ଭୋଟର ୪,୬୨,୩୮୪ ଜଣ ଅଛନ୍ତି । ଏହି ପୁନଃ ନିରୀକ୍ଷଣ ପ୍ରକ୍ରିୟା ସମ୍ପାଦିତ ହୋଇଛି। ଏହି ପ୍ରକ୍ରିୟାରେ ପ୍ରାପ୍ତ ଦାବି ଓ ଆପତ୍ତିଗୁଡ଼ିକୁ ନିୟମାନୁସାରେ ଯାଞ୍ଚ କରି ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି। ଅପିଲ୍ ବ୍ୟବସ୍ଥା: ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଆଦେଶରେ କୌଣସି ବ୍ୟକ୍ତି ଅସନ୍ତୁଷ୍ଟ ହେଲେ, Representation of the People Act, 1950 ର ଧାରା 24 ଅନୁଯାୟୀ 15 ଦିନ ମଧ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ପ୍ରଥମ ଅପିଲ୍ କରିପାରିବେ। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆଦେଶରେ ଅସନ୍ତୁଷ୍ଟ ହେଲେ, 30 ଦିନ ମଧ୍ୟରେ Chief Electoral Officer ଙ୍କ ନିକଟରେ ଦ୍ୱିତୀୟ ଅପିଲ୍ କରିପାରିବେ। ଅପିଲ୍ ଦାଖଲ ହେବା ଦ୍ୱାରା ଚୂଡ଼ାନ୍ତ ଭୋଟର ତାଲିକାର ପ୍ରକାଶନ ସ୍ଥଗିତ ହେବ ନାହିଁ। ଏହି ସମଗ୍ର ପ୍ରକ୍ରିୟାରେ ସହଯୋଗ କରିଥିବା ସମସ୍ତ ରାଜନୈତିକ ଦଳ ଓ ସେମାନଙ୍କ ପ୍ରତିନିଧି, BLO, ସୁପରଭାଇଜର, ଅଧିକାରୀ, କର୍ମଚାରୀ ଏବଂ ସାଧାରଣ ଜନସାଧାରଣଙ୍କୁ ଜିଲ୍ଲାପାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ହାର୍ଦ୍ଦିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ । ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଏହି କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆଶା କରୁଛୁ।1
- ସୁବର୍ଣ୍ଣପୁରରୁ ଆସନ୍ତା କାଲି ପୁରୀ ରୁ ଭୁବନେଶ୍ୱର ପଦଯାତ୍ରାରେ ଯିବେ ବେସରକାରୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଆସନ୍ତା କାଲି ପୁରୀ ରୁ ଭୁବନେଶ୍ୱର ପଦଯାତ୍ରାରେ ଯିବେ ବେସରକାରୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ । ଏହି ପଦଯାତ୍ରାରେ ସୁବର୍ଣ୍ଣପୁର ଜିଲାର ସମସ୍ତ 2008 ରୁ 2018 ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ୟ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି l 2008 ରୁ 2018 ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଙ୍କୁ ସରକାରୀ ଅନୁଦାନ ଯୋଗାଇ ଦେବାକୁ ଦାବି କରିଛି ସଂଘ। ବିଭିନ୍ନ ସମୟରେ ଦାବି କରି ଆସୁଥିବା ଏହି ସଂଘ ଆସନ୍ତାକାଲି ବିଧାନ ସଭା ଚାଲିବାକୁ ଥିବାବେଳେ ସେମାନେ ପଦଯାତ୍ରା କରି ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବାକୁ ଯିବେ । ତଥାପି ସରକାର୍ ଯଦି ନଶୁଣନ୍ତି ତାହେଲେ ଆନ୍ଦୋଳନ ଜାରି ରଖିବାକୁ ଚେତାବନି ଦେଇଛନ୍ତି ।2
- କଣ୍ଟାମାଳ ପୋଲିସ ଦ୍ୱାରା ବଲମନ୍ତୁମ୍ବା ଜଙ୍ଗଲରୁ ୧୧୫ କେଜି ଗଞ୍ଜେଇ ଜବତ କଣ୍ଟାମାଳ ପୋଲିସ ଦ୍ୱାରା ବଲମନ୍ତୁମ୍ବା ଜଙ୍ଗଲରୁ ୧୧୫ କେଜି ଗଞ୍ଜେଇ ଜବତ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଆଜି କଣ୍ଟାମାଳ ଥାନା ଅଧିକାରୀଙ୍କୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା ଯେ, କଣ୍ଟାମାଳ ଥାନା ଅଧୀନ ବଲମନ୍ତୁମ୍ବା ସଂରକ୍ଷିତ ଜଙ୍ଗଲ ଭିତରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖାଯାଇଛି। ଏହି ଖବର ପାଇବା ପରେ କଣ୍ଟାମାଳ ଥାନା ଅଧିକାରୀ ତୁରନ୍ତ ନିଜ ଟିମ୍ ସହ ଉକ୍ତ ଜଙ୍ଗଲକୁ ଯାଇ ସେଠାରେ ଘନ ଘନ ତଲାସୀ କରିଥିଲେ। ତଲାସୀ ବେଳେ ଜଙ୍ଗଲ ଭିତରୁ ୨ଟି ଧଳା ରଙ୍ଗର ଜରି ବସ୍ତା ଜବତ କରାଯାଇଥିଲା, ଯେଉଁଥିରେ ପ୍ରାୟ ୧୧୫ କେଜି ଓଜନର ଗଞ୍ଜେଇ ଭର୍ତି ହୋଇ ରହିଥିଲା। ଏହି ଘଟଣା ନେଇ ଥାନାରେ ଏକ ଏନଡିପିଏସ୍ ମାମଲା ରୁଜୁ ହୋଇଛି। ଏହି ଗଞ୍ଜେଇ କାହାର ଏବଂ କିଏ ଜଙ୍ଗଲରେ ଫିଙ୍ଗି ଯାଇଛି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l1
- କିଶୋରନଗରରେ ବ୍ଲକ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ: ୨୦୫ ଜଣ କ୍ରୀଡ଼ାବିତଙ୍କ ଜଳୱା। କିଶୋରନଗରରେ ବ୍ଲକ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ: ୨୦୫ ଜଣ କ୍ରୀଡ଼ାବିତଙ୍କ ଜଳୱା। ତା୨୦/୦୯/୨୦୨୬,ରବିବାର, କିଶୋରନଗର, ଅନୁଗୋଳ। ରିପୋର୍ଟର ବିଭୁ ପ୍ରସାଦ ଶତପଥୀ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ସ୍ତରୀୟ ବାର୍ଷିକ ଦୌଡ଼କୁଦ ଓ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ କ୍ରୀଡ଼ା ମହୋତ୍ସବରେ ବ୍ଲକର ବିଭିନ୍ନ ଅଞ୍ଚଳରୁ କ୍ରୀଡ଼ାବିତମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ଅନୁଷ୍ଠିତ ସଭାରେ କିଶୋରନଗରର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମଙ୍ଗୁଳୁ ପ୍ରଧାନ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବଇଣ୍ଡା ସ୍ଥିତ ଜନତା କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ଖମାରୀ ଯୋଗ ଦେଇ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । ହଣ୍ଡପା ଥାନା ଅଧିକାରୀ (IIC) ଶ୍ରୀଯୁକ୍ତ ରାଜେଶ ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଯୁବପିଢ଼ିଙ୍କୁ ଅସତ୍ ପଥରୁ ଦୂରେଇ ରହି କ୍ରୀଡ଼ା ଓ ଗଠନମୂଳକ କାର୍ଯ୍ୟରେ ନିୟୋଜିତ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ହଣ୍ଡପା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଶ୍ମିତା ପ୍ରଧାନ, ସମିତି ସଭ୍ୟ ଶ୍ରୀ ଅନୁକୂଲ୍ୟ ବେହେରା, ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ଜେନା, ବ୍ଲକ କ୍ରୀଡ଼ା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ପ୍ରଧାନ ଏବଂ କ୍ରୀଡ଼ା ସମ୍ପାଦକ ଶ୍ରୀଯୁକ୍ତ ବିଶ୍ୱନାଥ ଦେହୁରୀ ମଞ୍ଚାସୀନ ଥିଲେ । ଏହି ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ବାମୁର ଜୋନ, କିଶୋରଗଞ୍ଜ ଜୋନ, ହିମିତିରା ଜୋନ ଏବଂ ହଣ୍ଡପା ଜୋନରୁ ମୋଟ୍ ୨୦୫ ଜଣ କୃତି କ୍ରୀଡ଼ାବିତ ଭାଗ ନେଇ ନିଜର ଖେଳ କୌଶଳ ପ୍ରଦର୍ଶନ କରିଥିଲେ । ଦୌଡ଼କୁଦ, ଲଙ୍ଗ୍ ଜମ୍ପ୍, ହାଇ ଜମ୍ପ୍ ଭଳି ବିଭିନ୍ନ ପ୍ରତିଯୋଗିତା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା. କାର୍ଯ୍ୟକ୍ରମକୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଖେଳ ଶିକ୍ଷକ ଓ କ୍ରୀଡ଼ାପ୍ରେମୀମାନେ ସକ୍ରିୟ ସହଯୋଗ କରିଥିଲେ । ବ୍ଲକ ସ୍ତରରେ ଏଭଳି ଆୟୋଜନ ଛାତ୍ରଛାତ୍ରୀ ଓ ଯୁବପ୍ରତିଭାମାନଙ୍କୁ ଆଗକୁ ବଢ଼ିବା ପାଇଁ ଏକ ଭଲ ପ୍ଲାଟଫର୍ମ ଯୋଗାଇ ଦେଉଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।1
- ନଶା ମୁକ୍ତ ଓଡିଶା ଅଭିଯାନ - ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ1