logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶିବିରରେ ୫୪ଗୋଟି ବ୍ୟକ୍ତିଗତ ଓ ୧୨ଟି ଗୋଷ୍ଠିଗତ ଅଭିଯୋଗର ଶୁଣାଣି : କୋମନା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର l କୋମନା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ l ନୂଆପଡା -୯/୦୩ -ନୂଆପଡା ଜିଲ୍ଲା କୋମନା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଜି ଶିବିରରେ ୫୪ଗୋଟି ବ୍ୟକ୍ତିଗତ ଓ ୧୨ଟି ଗୋଷ୍ଠିଗତ ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଥିଲେ ।ସମସ୍ତ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି, ୨ ଜଣ ଅସହାୟଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୦,୦୦୦ ଟଙ୍କା ଲେଖାଏ ତୁରନ୍ତ ସହାୟତା ପ୍ରଦାନ କରାଯାଇଥିଲା। ଏହି ଅବସରରେ, ୨୮ ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସ୍ବୀକୃତି ଶିରୋନାମା ଓ ୨ଗୋଟି ଗୋଷ୍ଠୀଗତ ଜଙ୍ଗଲ ଅଧିକାର ସ୍ବୀକୃତି ଶିରୋନାମା ବଣ୍ଟନ କରାଯାଇଥିଲା। ବିଡ଼ିଓ ପବିତ୍ର କୁମାର ସାମଲ, ତହସିଲଦାର ସର୍ବେଶ୍ଵର ଜାଲ, ଡେପୁଟୀ କଲେକ୍ଟର ଚିନ୍ମୟ ସାଗର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସଭାରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅଭିଯୋଗ ଶୁଣାଣୀ ଶିବିର ଉପଲକ୍ଷେ ବ୍ଲକ୍ ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିର ତଥା ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ କରା ଯାଇଥିଲା । ଅଭିଯୋଗ ଶୁଣାଣୀ ପରେ, ଜିଲ୍ଲାପାଳ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ , ଅଭିଯୋଗ ଶୁଣାଣି ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଆଜି କିଛି ବ୍ୟକ୍ତିଗତ ଓ ସାମୂହିକ ଅଭିଯୋଗ ଗ୍ରହଣ କରାଯାଇଥିଲା ଏବଂ ସଂପୃକ୍ତ ଅଧିକାରୀମାନଙ୍କୁ ସେଗୁଡିକର ତ୍ଵରିତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେ ସମସ୍ତଙ୍କୁ ନିଜ ଅଭିଯୋଗ ଅନଲାଇନ୍‌ ମାଧ୍ୟମରେ ମଧ୍ୟ ଦାଖଲ କରିବାକୁ ଆହ୍ବାନ କରିଥିଲେ। ଏହି ଅବସରରେ ସମରସିଂ ଗ୍ରାମ ପଞ୍ଚାୟତର ଭୂର୍କାଧୋଡ଼ା ଗ୍ରାମରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର, ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନ ଟିଏ ଓ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗୃହପାଳିତ ପଶୁପକ୍ଷୀ ମାନଙ୍କ ପାଇଁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ "ପ୍ରାଣୀ ପାଇଁ ଦିନଟିଏ" ନାମରେ ଗୋଟିଏ ଚିକିତ୍ସା ଶିବିର ମଧ୍ୟ ଆୟୋଜିତ ହୋଇଥିଲା l ଏହି ଅଭିଯୋଗ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ବନଖଣ୍ଡ ଅଧିକାରୀ ଖଡିଆଳ , ଅଜିଜ ଖାନ, ବନଖଣ୍ଡ ଅଧିକାରୀ (କେନ୍ଦୁପତ୍ର) କେ ମାଧବିଲତା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଉପାଧ୍ୟକ୍ଷ ଜୟଦେବ ପ୍ରଧାନ, ଜୋନ୍ ୧ ଜିଲ୍ଲା ପରିଷଦ ସଦସ୍ୟ ମୁରଲୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l

1 day ago
user_Surendra Tiwari
Surendra Tiwari
Insurance Agent ନୂଆପଡା, ନୂଆପଡ଼ା, ଓଡ଼ିଶା•

More news from ଓଡ଼ିଶା and nearby areas
  • Post by Surendra Tiwari
    3
    Post by Surendra Tiwari
    user_Surendra Tiwari
    Surendra Tiwari
    Insurance Agent ନୂଆପଡା, ନୂଆପଡ଼ା, ଓଡ଼ିଶା•
    6 hrs ago
  • ତିଖାଳି ଡ୍ୟାମ ଲୋକ ମହୋତ୍ସବ କମିଟି ପକ୍ଷରୁ ସାମ୍ବାଦିକ ସମ୍ବିଳନୀ, ଆସନ୍ତା ମାର୍ଚ୍ଚ ୧୩ ତାରିଖ ଆରମ୍ଭ ହେବ ଉତ୍ସବ I
    1
    ତିଖାଳି ଡ୍ୟାମ ଲୋକ ମହୋତ୍ସବ କମିଟି ପକ୍ଷରୁ ସାମ୍ବାଦିକ ସମ୍ବିଳନୀ, ଆସନ୍ତା ମାର୍ଚ୍ଚ ୧୩ ତାରିଖ ଆରମ୍ଭ ହେବ ଉତ୍ସବ I
    user_Hareram karuan
    Hareram karuan
    ସାମ୍ବାଦିକ Nuapada, Odisha•
    8 hrs ago
  • କଣ୍ଟାବାଞ୍ଜି ର ଭାଇରାଲ ଭିଡ଼ିଓ ଅଧିକାରୀଙ୍କୁ ହଟହଟା କଲେ ବିଜେଡ଼ି ନେତା ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତ ରେ ପୋଲ ନିର୍ମାଣ ସମୟରେ ସରକାରୀ ନିୟମ ଉଲ୍ଲଂଘନ କରି ଜନ ସାଧାରଣ ଙ୍କୁ ହରିଆଣା କରୁଥିବା ଅଭିଯୋଗ ରେ ଅଧିକାରୀ ଙ୍କୁ ହଟହଟା କଲେ ବିଜେଡ଼ି ନେତା ଗିରିରାଜ ସିଂ ମାଝୀ।
    1
    କଣ୍ଟାବାଞ୍ଜି ର ଭାଇରାଲ ଭିଡ଼ିଓ ଅଧିକାରୀଙ୍କୁ ହଟହଟା କଲେ ବିଜେଡ଼ି ନେତା 
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତ ରେ ପୋଲ ନିର୍ମାଣ ସମୟରେ ସରକାରୀ ନିୟମ ଉଲ୍ଲଂଘନ କରି ଜନ ସାଧାରଣ ଙ୍କୁ ହରିଆଣା କରୁଥିବା ଅଭିଯୋଗ ରେ ଅଧିକାରୀ ଙ୍କୁ ହଟହଟା କଲେ ବିଜେଡ଼ି ନେତା ଗିରିରାଜ ସିଂ ମାଝୀ।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    15 min ago
  • Post by RAGHUNANDAN SINGH
    1
    Post by RAGHUNANDAN SINGH
    user_RAGHUNANDAN SINGH
    RAGHUNANDAN SINGH
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    15 hrs ago
  • Post by Bighne Rana
    1
    Post by Bighne Rana
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    1 hr ago
  • ଟ୍ରକ ଧକାରେ
    1
    ଟ୍ରକ ଧକାରେ
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    13 hrs ago
  • Post by Mangulu Sahu
    1
    Post by Mangulu Sahu
    user_Mangulu Sahu
    Mangulu Sahu
    ବରଗଡ଼, ବରଗଡ଼, ଓଡ଼ିଶା•
    33 min ago
  • ନୁଆପଡ଼ା - ୦୯/୦୩ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସମରସିଂଯ ଗ୍ରାମ ପଂଚାୟତର ଭୂର୍କାଧୋଡ଼ା ଗ୍ରାମରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି lଏହି ସଭାରେ କୋମନା ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ , ବିଡ଼ିଓ ପବିତ୍ର କୁମାର ସାମଲ, ସ୍ଥାନୀୟ ସରପଞ୍ଚ ଉପେନ୍ଦ୍ର ରଣା ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି, ଅଧିକାରୀ ତଥା ଜନସାଧାରଣଙ୍କୁ ସ୍ବାଗତ କରି ସଭା ପରିଚାଳନା କରିଥିଲେ l ସଭାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଶ୍ରମିକ, କୃଷକ, ମହିଳା ତଥା ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ lପ୍ରଥମେ ସମାରୋହରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ନବ ଜାତକ ଶିଶୁ କନ୍ୟା କ୍ରିତିକାଂଶି ଦାସ ଓ ଧନେଶ୍ୱରୀ ସାହୁକୁ କୋଳରେ ଧରି ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଦୁଇ ଶିଶୁର ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ପ୍ରଦାନ କରିଥିଲେ l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଚାରି ଜଣ ଗର୍ଭବତୀ ମହିଳାଙ୍କୁ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ lଏହି ଅବସରରେ, ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ପାଲା ପରିବେଷଣ କରାଯାଇ ପ୍ରବାସୀ ଶ୍ରମିକ ନିରାକରଣ ଓ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା ସୃଷ୍ଟି କରା ଯାଇଥିଲା। ଜିଲ୍ଲାପାଳ ସମସ୍ତଙ୍କୁ ଉଦବୋଧନ ଦେଇ କହିଲେ ଯେ ସରକାରଙ୍କ ପକ୍ଷରୁ ବହୁତ ଜନ ମଙ୍ଗଳକାରୀ ତଥା କର୍ମ ନିଯୁକ୍ତି ଯୋଜନା ଜିଲ୍ଲାରେ ଉପଲବ୍ଧ ଅଛି। ସେ ଗ୍ରାମବାସୀଙ୍କୁ ପ୍ରବାସୀ ଶ୍ରମିକ ଭାବେ ନ ଯାଇ ଘରେ ରହି ଏହାର ଲାଭ ଉଠାଇବା ପାଇଁ ଆହ୍ବାନ ଦେଇଥିଲେ। ସେ ଛୋଟ ପିଲାଙ୍କୁ ଶିଶୁ ଶ୍ରମିକ ଭାବେ ନିୟୋଜିତ ନକରି ସ୍କୁଲ୍ ପଠେଇବା ପାଇଁ ବାପା ମାଁ ମାନଙ୍କୁ କହିଥିଲେ। ସେହିପରି , ଗାଁ କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ, ଆଠ ଜଣ ହିତାଧିକାରୀ ଶ୍ରମିକଙ୍କୁ ମନରେଗା ରେ ୧୦୦ ଦିନରୁ ଅଧିକ କାମ କରିଥିବାରୁ ସମ୍ୱର୍ଦ୍ଧିତ କରାଯାଇଥିଲା। ସେହିପରି ଦୁଇଟି ପରିବାରକୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଗିରିଧାରି ମାଝୀ, ହୀରାକାନ୍ତି ନାଗ ଓ ସୁଲୋଚନା ଶବରଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ମୃତ୍ୟୁ କାଳୀନ ସହାୟତା ଓ ଯାଇମଣୀଙ୍କୁ ୧୦,୦୦୦ ଟଙ୍କା ମାତୃତ୍ୱ ସହାୟତା ପ୍ରଦାନ କରାଯାଇଥିଲା। ଏହି ଅବସରରେ, ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଅତିଥିମାନେ ପକ୍ଷୀମାନଙ୍କ ପାଇଁ ବାସ, ଖାଦ୍ୟ ,ଜଳ ଯୋଗାଇ ଦେଇଥିଲେ lଶେଷରେ, ଜିଲ୍ଲାପାଳ ଓ ଅଧିକାରୀ ମାନେ ପ୍ରବାସୀ ଶ୍ରମିକ ଦେବଶିଂ ମାଝୀଙ୍କ ଘରକୁ ପରିଦର୍ଶନ କରି ତାଙ୍କ ପରିବାର ସହ ଆଲୋଚନା କରିଥିଲେ। ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ବୁଝାଇବା ସହ ଏହାର ଲାଭ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଶିବିରକୁ କୋମନା ବିଡ଼ିଓ ପବିତ୍ର କୁମାର ସାମଲ, ତହସିଲଦାର ସର୍ବେଶ୍ଵର ଜାଲ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏସ ଗୀତା ,ସ୍ଥାନୀୟ ସରପଞ୍ଚ, ପଞ୍ଚାୟତିରାଜ ବିଭାଗ, ଜଙ୍ଗଲ ବିଭାଗ ପ୍ରମୁଖ ଆୟୋଜନ କରିଥିଲେ।
    1
    ନୁଆପଡ଼ା - ୦୯/୦୩
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସମରସିଂଯ ଗ୍ରାମ ପଂଚାୟତର ଭୂର୍କାଧୋଡ଼ା ଗ୍ରାମରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି lଏହି ସଭାରେ କୋମନା ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ , ବିଡ଼ିଓ ପବିତ୍ର କୁମାର ସାମଲ, ସ୍ଥାନୀୟ ସରପଞ୍ଚ ଉପେନ୍ଦ୍ର ରଣା ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l  
ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ  ସମସ୍ତ ଅତିଥି, ଅଧିକାରୀ ତଥା ଜନସାଧାରଣଙ୍କୁ ସ୍ବାଗତ କରି ସଭା ପରିଚାଳନା କରିଥିଲେ l  ସଭାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଶ୍ରମିକ, କୃଷକ,  ମହିଳା ତଥା ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ  ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ lପ୍ରଥମେ ସମାରୋହରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ନବ ଜାତକ ଶିଶୁ କନ୍ୟା କ୍ରିତିକାଂଶି ଦାସ ଓ ଧନେଶ୍ୱରୀ ସାହୁକୁ କୋଳରେ ଧରି ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ  । ଦୁଇ ଶିଶୁର ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ପ୍ରଦାନ କରିଥିଲେ  l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଚାରି ଜଣ ଗର୍ଭବତୀ ମହିଳାଙ୍କୁ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ lଏହି ଅବସରରେ, ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା  ପାଲା ପରିବେଷଣ କରାଯାଇ ପ୍ରବାସୀ ଶ୍ରମିକ ନିରାକରଣ ଓ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା ସୃଷ୍ଟି କରା ଯାଇଥିଲା। 
ଜିଲ୍ଲାପାଳ ସମସ୍ତଙ୍କୁ ଉଦବୋଧନ ଦେଇ କହିଲେ ଯେ ସରକାରଙ୍କ ପକ୍ଷରୁ ବହୁତ ଜନ ମଙ୍ଗଳକାରୀ ତଥା କର୍ମ ନିଯୁକ୍ତି ଯୋଜନା ଜିଲ୍ଲାରେ ଉପଲବ୍ଧ ଅଛି। ସେ ଗ୍ରାମବାସୀଙ୍କୁ ପ୍ରବାସୀ ଶ୍ରମିକ ଭାବେ ନ ଯାଇ ଘରେ ରହି ଏହାର ଲାଭ ଉଠାଇବା ପାଇଁ ଆହ୍ବାନ ଦେଇଥିଲେ। ସେ ଛୋଟ ପିଲାଙ୍କୁ ଶିଶୁ ଶ୍ରମିକ ଭାବେ ନିୟୋଜିତ ନକରି ସ୍କୁଲ୍ ପଠେଇବା ପାଇଁ ବାପା ମାଁ ମାନଙ୍କୁ କହିଥିଲେ। ସେହିପରି , ଗାଁ କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ସେ ଆହ୍ବାନ ଦେଇଥିଲେ। 
ଏହି ଅବସରରେ, ଆଠ ଜଣ ହିତାଧିକାରୀ ଶ୍ରମିକଙ୍କୁ ମନରେଗା ରେ ୧୦୦ ଦିନରୁ ଅଧିକ କାମ କରିଥିବାରୁ ସମ୍ୱର୍ଦ୍ଧିତ କରାଯାଇଥିଲା। ସେହିପରି ଦୁଇଟି ପରିବାରକୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।  ଗିରିଧାରି ମାଝୀ, ହୀରାକାନ୍ତି ନାଗ ଓ ସୁଲୋଚନା ଶବରଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ମୃତ୍ୟୁ କାଳୀନ ସହାୟତା ଓ ଯାଇମଣୀଙ୍କୁ ୧୦,୦୦୦ ଟଙ୍କା ମାତୃତ୍ୱ ସହାୟତା ପ୍ରଦାନ କରାଯାଇଥିଲା। 
ଏହି ଅବସରରେ, ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଅତିଥିମାନେ ପକ୍ଷୀମାନଙ୍କ ପାଇଁ ବାସ, ଖାଦ୍ୟ ,ଜଳ ଯୋଗାଇ ଦେଇଥିଲେ lଶେଷରେ, ଜିଲ୍ଲାପାଳ ଓ ଅଧିକାରୀ ମାନେ ପ୍ରବାସୀ ଶ୍ରମିକ ଦେବଶିଂ ମାଝୀଙ୍କ ଘରକୁ ପରିଦର୍ଶନ କରି ତାଙ୍କ ପରିବାର ସହ ଆଲୋଚନା କରିଥିଲେ। ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ବୁଝାଇବା ସହ ଏହାର ଲାଭ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଶିବିରକୁ କୋମନା ବିଡ଼ିଓ ପବିତ୍ର କୁମାର ସାମଲ, ତହସିଲଦାର ସର୍ବେଶ୍ଵର ଜାଲ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏସ ଗୀତା ,ସ୍ଥାନୀୟ ସରପଞ୍ଚ, ପଞ୍ଚାୟତିରାଜ ବିଭାଗ, ଜଙ୍ଗଲ ବିଭାଗ ପ୍ରମୁଖ ଆୟୋଜନ କରିଥିଲେ।
    user_Surendra Tiwari
    Surendra Tiwari
    Insurance Agent ନୂଆପଡା, ନୂଆପଡ଼ା, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.