ମାଥିଲିର ଧୁଙ୍ଗିଆପୁଟରେ ମୁଖ୍ୟ ଶିବିର ସହ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ମାଲକାନଗିରି,୧୧/୫/୨୬: ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶିବିରଟି ମାଥିଲି ବ୍ଲକର ଧୁଙ୍ଗିଆପୁଟ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଡୋଲାମଣି ପ୍ରଧାନ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଶ୍ମିରଞ୍ଜନ ସେନାପତି ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣିଥିଲେ।ମାଥିଲି ବ୍ଲକ ବ୍ୟତୀତ ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକରେ ମଧ୍ୟ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ କାଲିମେଳା ବ୍ଲକର ବାଡିଗେଟା, ମାଲକାନଗିରି ବ୍ଲକର ଝାରପାଲି, ଚିତ୍ରକୋଣ୍ଡା ବ୍ଲକର ବଡ଼ପଡ଼ା, ଖଇରପୁଟ ବ୍ଲକର ଗୋବିନ୍ଦପାଲି, କୋରୁକୋଣ୍ଡା ବ୍ଲକର ମାରିୱାଡ଼ା ଏବଂ ପୋଡ଼ିଆ ବ୍ଲକର ବାପନପାଲି ପଞ୍ଚାୟତରେ ଅଭିଯୋଗ ଶୁଣାଣି କରାଯାଇଥିଲା। ଏହି ଅବସରରେ ମୋଟ ୫୭ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୨୨ଟି ବ୍ୟକ୍ତିଗତ ଏବଂ ୩୫ଟି ଗ୍ରାମ ଭିତ୍ତିକ ସାମୂହିକ ସମସ୍ୟା ରହିଥିଲା।ଶିବିର ପରିସରରେ ବିଭିନ୍ନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସହାୟତା କ୍ୟାମ୍ପ ଆୟୋଜିତ ହୋଇଥିଲା। ମାଥିଲି ବିଡିଓ ପ୍ରମୋଦ ବେହେରା ଏବଂ ସହକାରୀ ଜିଲ୍ଲାପାଳ ପ୍ରୀତମ ଦେବତା ସମଗ୍ର କାର୍ଯ୍ୟକ୍ରମର ସମନ୍ୱୟ ରକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଆପତ୍ତି ଓ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ।

- ପ୍ରେମିକାକୁ ପାଇବା ପାଇଁ ପ୍ରେମିକ ସାଜିଲା ଛୁଆ ଚୋର ପିଲା ଚୋରକୁ ଖୁଣ୍ଟରେ ବାନ୍ଧି ପୁଲିସ ଜିମା ଦେଲେ ଗାଁ ଲୋକ | ଏପରି ଏକ ଘଟଣା ଘଟିଛି ମୋଟୁ ଥାନା ଅନ୍ତର୍ଗତ ଏମଭି ୧୧୪ ଗ୍ରାମରେ | ଖବର ପାଇ ଆଜି ସକାଳୁ ମୋଟୁ ପୁଲିସ ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତ ଯୁବକକୁ ଉଦ୍ଧାର କରି ଥାନାକୁ ନେଇଥିବାର ସୂଚନା ମିକିଛି | ମିଳିଥିବା ସୂଚନା ଅନୁସାରେ, ଏମଭି ୬୦ ଗ୍ରାମର ସୁବ୍ରତ ମଣ୍ଡଳ ନାମକ ଯୁବକ ଏମଭି ୧୧୪ ଗ୍ରାମର ଜଣେ ମହିଳାଙ୍କୁ ଭଲ ପାଉଥିଲା | ମହିଳା ଓ ଅଭିଯୁକ୍ତ ଜଣକ ଆନ୍ଧ୍ରରେ କାମ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା | କିଛି ଦିନ ହେଲା ମହିଳା ଜଣକ ନିଜ ଗ୍ରାମକୁ ଆସିବାପରେ ଯୁବକ ସହିତ ଆଉ ଯୋଗାଯୋଗରେ ନଥିଲେ | ତେବେ ମହିଳାଙ୍କ ଛୁଆକୁ ଅପହରଣ କରି ନେଇଗଲେ ମହିଳା ଜଣଙ୍କ ଆପେ ଆପେ ତାଙ୍କ ପାଖକୁ ଆସିଯିବ ଭାବି ଆଜି ଭୋର ସମୟରେ ସୁବ୍ରତ ଏମଭି ୧୧୪ ଗ୍ରାମକୁ ଆସି ମହିଳାଙ୍କ ଛୁଆ ବଦଳରେ ପଡ଼ୋଶୀ ଘରର ଜଣେ ଛୁଆକୁ ଅପହରଣ କରି ନେଇଯାଇଥିଲା | ତେବେ ଗ୍ରାମବାସୀ ଏହା ଜାଣି ପାରି ଚୋରର ପିଛା କରି ଗାଁ ନିକଟରୁ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ବାନ୍ଧି ପୁଲିସକୁ ଖବର ଦେଇଥିଲେ | ମୋଟୁ ପୁଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ କରୁଥିବାର ସୂଚନା ମିଳିଛି|3
- କୋଟପାଡ଼ : ମହାସମାରୋହରେ ପାଳିତ ହେଲା ଐତିହାସିକ ବୋବେୟା ବାଲିଯାତ୍ରା ମହାସମାରୋହରେ ପାଳିତ ହେଲା ଐତିହାସିକ ବୋବେୟା ବାଲିଯାତ୍ରା1
- ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି ଶିବିର କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଉପସ୍ଥିତ ରହି ସାଧାରଣ ଲୋକଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟାର ଶୁଣାଣି କରିଥିଲେ। ମୋଟ ୨୧ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବାବେଳେ ସେଥିମଧ୍ୟରୁ ୮ଟି ବ୍ୟକ୍ତିଗତ ଏବଂ ୧୩ଟି ଗୋଷ୍ଠୀଗତ ସମସ୍ୟା ସମ୍ବନ୍ଧୀୟ ଥିଲା। ଏହାମଧ୍ୟରୁ ଗୋଟିଏ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ସୂଚନା ମିଳିଛି। ଲକ୍ଷ୍ମୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆମ୍ବିତ ମହାନ୍ତି, ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଶିବ ସାଇ ସ୍ୱରୂପ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେଶିକା ଓ ତହସିଲଦାର ନୈବେଦ୍ୟ ଭୋଇ ସହ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ। କୋରାପୁଟ ରୁ ମଦନମୋହନ ସବୁ ଙ୍କ ରିପୋର୍ଟ କେବିକେ ଦର୍ପଣ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି ଶିବିର କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଉପସ୍ଥିତ ରହି ସାଧାରଣ ଲୋକଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟାର ଶୁଣାଣି କରିଥିଲେ। ମୋଟ ୨୧ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବାବେଳେ ସେଥିମଧ୍ୟରୁ ୮ଟି ବ୍ୟକ୍ତିଗତ ଏବଂ ୧୩ଟି ଗୋଷ୍ଠୀଗତ ସମସ୍ୟା ସମ୍ବନ୍ଧୀୟ ଥିଲା। ଏହାମଧ୍ୟରୁ ଗୋଟିଏ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ସୂଚନା ମିଳିଛି। ଲକ୍ଷ୍ମୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆମ୍ବିତ ମହାନ୍ତି, ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଶିବ ସାଇ ସ୍ୱରୂପ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେଶିକା ଓ ତହସିଲଦାର ନୈବେଦ୍ୟ ଭୋଇ ସହ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ। କୋରାପୁଟ ରୁ ମଦନମୋହନ ସବୁ ଙ୍କ ରିପୋର୍ଟ କେବିକେ ଦର୍ପଣ1
- କୋରାପୁଟ ଜିଲ୍ଲା ଦାମନଯୋଡିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହାର ଚନ୍ଦନ ଯାତ୍ରା ଶେଷ ହୋଇଛି। ଏହି ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରୀଜୀଉଙ୍କ ଚାପଖେଳ ଅନୁଷ୍ଠିତ ହୋଇଥିଲା, ଯାହା ଦେଖିବାକୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଭଜନ ମଣ୍ଡଳୀ ଓ ସଂକୀର୍ତ୍ତନରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା।1
- ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେବା ଅଭିଯୋଗରେ ଜଣେ ଡାକ୍ତରଙ୍କ ଡିଗ୍ରୀ ବାତିଲ କରାଯାଇଛି। ଏହି ଘଟଣା ସମଗ୍ର ଦେଶରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଓ ଏଭଳି କାର୍ଯ୍ୟର ଗୁରୁତର ପରିଣାମକୁ ଦର୍ଶାଉଛି।1
- କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ମାଛପୁଟରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦୁଇ ବର୍ଷ ହେଲା ବନ୍ଦ ପଡ଼ିଛି। ଏହି କାରଣରୁ ୮ ଖଣ୍ଡ ଗାଁର ହଜାର ହଜାର ଲୋକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇଛନ୍ତି ଏବଂ ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ ହୋଇଛି। ଓଡ଼ିଶାର ଏହି ଅଞ୍ଚଳର ଲୋକେ ତୁରନ୍ତ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ଦାବି କରି ଆନ୍ଦୋଳନର ଚେତାବନୀ ଦେଇଛନ୍ତି।1
- ଓଡ଼ିଶା ଜନତା କଂଗ୍ରେସ (OJC) ଦଳ ପକ୍ଷରୁ ଭବାନୀପାଟଣାରେ ଏକ ବିଶାଳ ସମାବେଶ ଆୟୋଜିତ ହୋଇଛି। ଏଥିରେ ବହୁ ସଂଖ୍ୟକ କର୍ମୀ ଓ ସମର୍ଥକ ଯୋଗ ଦେଇ ଦଳର ଶକ୍ତି ପ୍ରଦର୍ଶନ କରିଛନ୍ତି, ଯାହା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।1
- କୋରାପୁଟର ବୋବେୟା ପଞ୍ଚାୟତରେ ୧୩ ବର୍ଷ ପରେ ଐତିହାସିକ କୃଷି ଭିତ୍ତିକ ବାଲିଯାତ୍ରା ପର୍ବ ଅନୁଷ୍ଠିତ ହେଉଛି। ଏହାକୁ ନେଇ ବୋବେୟା ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି ଓ ଲକ୍ଷାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।1