logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

​ଚମ୍ପୁଆରେ ଅଧରାତିରେ ବୋଲେରୋରୁ ଚାଲିଥିଲା ଗୋରୁ ଚୋରି: CCTVରେ କଏଦ ହେଲା ଚୋରଙ୍କ କାରନାମା, ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ! କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଗୋରୁ ଚୋର ଦଳ। ବିଳମ୍ବିତ ରାତିରେ ସହର ଓ ରାସ୍ତା କଡ଼ରେ ବୁଲୁଥିବା ଗୋରୁଙ୍କୁ ବୋଲେରୋ ଗାଡ଼ିରେ ଚୋରି କରି ନେଉଥିବାର ଏକ ସାଂଘାତିକ ଦୃଶ୍ୟ ସ୍ଥାନୀୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ​ମିଳିଥିବା ସୂଚନା ମୁତାବକ, ରାତି ପ୍ରାୟ ୧ଟା ୨ ମିନିଟ୍‌ ସମୟରେ ଏକ ସଫେଦ ରଙ୍ଗର ବୋଲେରୋ ଗାଡ଼ି ରାସ୍ତା କଡ଼ରେ ଅଟକିଥିଲା। ଗାଡ଼ିରୁ କିଛି ଯୁବକ ଓହ୍ଲାଇ ରାସ୍ତାରେ ଛିଡ଼ା ହୋଇଥିବା ଗୋରୁମାନଙ୍କୁ ଘେରି ଯୋରଜବରଦସ୍ତ ଟେକି ନେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ସିସିଟିଭି ଫୁଟେଜ୍‌ରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି ଯେ, ଚୋରମାନେ ଗୋରୁଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିବାକୁ ଚେଷ୍ଟା କରୁଛନ୍ତି। ​ଚମ୍ପୁଆ ଭଳି ଗୁରୁତ୍ୱପୂର୍ଣ୍ଣ ସହରରେ ଅଧରାତିରେ ରାଜରାସ୍ତା ଉପରେ ଏଭଳି ଖୋଲାଖୋଲି ଗୋରୁ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ପୋଲିସର ରାତ୍ରିକାଳୀନ ପାଟ୍ରୋଲିଂ କଡ଼ାକଡ଼ି ହେଉନଥିବାରୁ ଚୋରମାନେ ଏହାର ଫାଇଦା ଉଠାଇ ନିର୍ଭୟରେ ଏଭଳି କାଣ୍ଡ ଭିଆଉଥିବା ଅଭିଯୋଗ ହୋଇଛି। ସିସିଟିଭି ଫୁଟେଜ୍‌କୁ ଆଧାର କରି ପୋଲିସ ତୁରନ୍ତ ତଦନ୍ତ କରିବା ସହ ଉକ୍ତ ବୋଲେରୋ ଗାଡ଼ି ଓ ଚୋରଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

3 hrs ago
user_ସମୀର ପାତ୍ର
ସମୀର ପାତ୍ର
କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
3 hrs ago
8f4bc4f6-9e26-4ab3-89fc-5f66063ddd3e

​ଚମ୍ପୁଆରେ ଅଧରାତିରେ ବୋଲେରୋରୁ ଚାଲିଥିଲା ଗୋରୁ ଚୋରି: CCTVରେ କଏଦ ହେଲା ଚୋରଙ୍କ କାରନାମା, ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ! କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଗୋରୁ ଚୋର ଦଳ। ବିଳମ୍ବିତ ରାତିରେ ସହର ଓ ରାସ୍ତା କଡ଼ରେ ବୁଲୁଥିବା ଗୋରୁଙ୍କୁ ବୋଲେରୋ ଗାଡ଼ିରେ ଚୋରି କରି ନେଉଥିବାର ଏକ ସାଂଘାତିକ ଦୃଶ୍ୟ ସ୍ଥାନୀୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ​ମିଳିଥିବା ସୂଚନା ମୁତାବକ, ରାତି ପ୍ରାୟ ୧ଟା ୨ ମିନିଟ୍‌ ସମୟରେ ଏକ ସଫେଦ ରଙ୍ଗର ବୋଲେରୋ ଗାଡ଼ି ରାସ୍ତା କଡ଼ରେ ଅଟକିଥିଲା। ଗାଡ଼ିରୁ କିଛି ଯୁବକ ଓହ୍ଲାଇ ରାସ୍ତାରେ ଛିଡ଼ା ହୋଇଥିବା ଗୋରୁମାନଙ୍କୁ ଘେରି ଯୋରଜବରଦସ୍ତ ଟେକି ନେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ସିସିଟିଭି ଫୁଟେଜ୍‌ରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି ଯେ, ଚୋରମାନେ ଗୋରୁଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିବାକୁ ଚେଷ୍ଟା କରୁଛନ୍ତି। ​ଚମ୍ପୁଆ ଭଳି ଗୁରୁତ୍ୱପୂର୍ଣ୍ଣ ସହରରେ ଅଧରାତିରେ ରାଜରାସ୍ତା ଉପରେ ଏଭଳି ଖୋଲାଖୋଲି ଗୋରୁ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ପୋଲିସର ରାତ୍ରିକାଳୀନ ପାଟ୍ରୋଲିଂ କଡ଼ାକଡ଼ି ହେଉନଥିବାରୁ ଚୋରମାନେ ଏହାର ଫାଇଦା ଉଠାଇ ନିର୍ଭୟରେ ଏଭଳି କାଣ୍ଡ ଭିଆଉଥିବା ଅଭିଯୋଗ ହୋଇଛି। ସିସିଟିଭି ଫୁଟେଜ୍‌କୁ ଆଧାର କରି ପୋଲିସ ତୁରନ୍ତ ତଦନ୍ତ କରିବା ସହ ଉକ୍ତ ବୋଲେରୋ ଗାଡ଼ି ଓ ଚୋରଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

More news from ଓଡ଼ିଶା and nearby areas
  • ଛତିଆ ଗ୍ରାମ ରେ ଯିବାଆସିବା କୁ ନେଇ ବହୁତ ଅସୁବିଧା ସାନ୍ତରାପୁର ପଞ୍ଚାୟତ ଛତିଆ ଦୁଇ ନମ୍ବର ୱାର୍ଡ଼ କାଦୁଅ ସରବର ହେଇ ରହିଛି ରାସ୍ତା
    3
    ଛତିଆ ଗ୍ରାମ ରେ ଯିବାଆସିବା କୁ ନେଇ ବହୁତ ଅସୁବିଧା 
ସାନ୍ତରାପୁର ପଞ୍ଚାୟତ ଛତିଆ ଦୁଇ ନମ୍ବର ୱାର୍ଡ଼ କାଦୁଅ ସରବର ହେଇ ରହିଛି ରାସ୍ତା
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    3 hrs ago
  • ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ଚୌଧୁରୀଙ୍କ ଅଧକ୍ଷତାରେ ପାଳିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ନିର୍ଦେଶକ ତଥା ପ୍ରତିଷ୍ଠାତା ରାଜୁ ପୃସେଠ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ଆଜି ବିଦ୍ୟାଳୟ ପରିସରରେ ପବିତ୍ରତାର ପ୍ରତୀକ, ଭାଇ ଭଉଣୀର ସମ୍ପର୍କ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଦେଖିବାକୁ ମିଳିଥିଲା l ଛାତ୍ରୀ ମାନେ ଛାତ୍ରଙ୍କୁ ପୂଜାର୍ଚନା, ବନ୍ଦନା କରି ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଖୁଆଇ ମହା ଆଡମ୍ବର ସହକାରେ ପାଳିତ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଉତ୍ସାହ, ପ୍ରେରଣା ଜାଗ୍ରତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ l
    3
    ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ  
ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ  ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ଚୌଧୁରୀଙ୍କ ଅଧକ୍ଷତାରେ  ପାଳିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ନିର୍ଦେଶକ ତଥା ପ୍ରତିଷ୍ଠାତା ରାଜୁ ପୃସେଠ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ଆଜି ବିଦ୍ୟାଳୟ ପରିସରରେ ପବିତ୍ରତାର ପ୍ରତୀକ, ଭାଇ ଭଉଣୀର ସମ୍ପର୍କ କୁନି କୁନି ଛାତ୍ର  ଛାତ୍ରୀ ମାନଙ୍କ ଭିତରେ ଦେଖିବାକୁ ମିଳିଥିଲା l ଛାତ୍ରୀ  ମାନେ ଛାତ୍ରଙ୍କୁ ପୂଜାର୍ଚନା, ବନ୍ଦନା  କରି  ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଖୁଆଇ ମହା ଆଡମ୍ବର ସହକାରେ ପାଳିତ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଉତ୍ସାହ, ପ୍ରେରଣା ଜାଗ୍ରତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ l
    user_ପ୍ରଦୀପ କୁମାର ସାହୁ
    ପ୍ରଦୀପ କୁମାର ସାହୁ
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    7 hrs ago
  • ବିଳମ୍ବିତ ରାତିରେ କଳପଡ଼ା ପୋଲ ଉପରୁ ଲୁଣାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଥିବା ସୂଚନା। ନିଖୋଜ ଯୁବକ ଜଣକ ସଦର ଥାନା ଅଧୀନ ବାହାକଣ୍ଡିଆ ଗାଁର ରାଜ କିଶୋର ଜେନା ବୋଲି ଜଣାପଡ଼ିଛି।
    1
    ବିଳମ୍ବିତ ରାତିରେ କଳପଡ଼ା ପୋଲ ଉପରୁ ଲୁଣାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଥିବା ସୂଚନା। ନିଖୋଜ ଯୁବକ ଜଣକ ସଦର ଥାନା ଅଧୀନ ବାହାକଣ୍ଡିଆ ଗାଁର ରାଜ କିଶୋର ଜେନା ବୋଲି ଜଣାପଡ଼ିଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • ରାଜ୍ୟ ରାଜ ପଥର ଚିକଟ ମାଟି ଛକ ରେ ବସ ଓ ଟ୍ରାକଟର ମାଧ୍ୟ୍ୟରେ ଧକ୍କା ୩ ଆହତ
    1
    ରାଜ୍ୟ ରାଜ ପଥର ଚିକଟ ମାଟି ଛକ ରେ ବସ ଓ ଟ୍ରାକଟର ମାଧ୍ୟ୍ୟରେ ଧକ୍କା ୩ ଆହତ
    user_Rabindra Nayak
    Rabindra Nayak
    Court reporter ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    1 day ago
  • ଇଦ ମିଲାଦୁନ ନବୀ ପର୍ବ ଉପଲକ୍ଷେ ଭଦ୍ରକ ପୋଲିସ ତରଫରୁ ଫ୍ଲାଗମାର୍ଚ୍ଚ ଆସନ୍ତାକାଲି ଭଦ୍ରକରେ ମୁସଲମାନ ସମ୍ପ୍ରଦାୟ ମହମ୍ମଦ ଙ୍କ ଜନ୍ମଦିନ ପାଳନ କରିବେ,ଭଦ୍ରକ ସୁରକ୍ଷା ଦୃଷ୍ଟିରୁ ଭଦ୍ରକ ଏସପି ମନୋଜ ରାଉତ ଙ୍କ ନେତୃତ୍ୱ ରେ ଭଦ୍ରକ ପୁରୁଣା ବଜାର ଅଞ୍ଚଳ ରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରିଛନ୍ତି,ଶାନ୍ତି ଶୃଙ୍ଖଳା ସହ ପର୍ବ ପାଳନ କରିବାକୁ ପୋଲିସ ପକ୍ଷରୁ ଅପିଲ କରିଛନ୍ତି , ସୁରକ୍ଷା ଦୃଷ୍ଟି ରୁ ସହର ରେ 30 ପ୍ଲାଟୁନ ଫୋର୍ସ ସହ ବରିଷ୍ଟ ପୋଲିସ ଅଧିକାରୀ ମନେ ଉପସ୍ଥିତ ରହିବେ
    1
    ଇଦ ମିଲାଦୁନ ନବୀ ପର୍ବ ଉପଲକ୍ଷେ ଭଦ୍ରକ ପୋଲିସ ତରଫରୁ  ଫ୍ଲାଗମାର୍ଚ୍ଚ 
ଆସନ୍ତାକାଲି ଭଦ୍ରକରେ ମୁସଲମାନ ସମ୍ପ୍ରଦାୟ ମହମ୍ମଦ ଙ୍କ ଜନ୍ମଦିନ ପାଳନ କରିବେ,ଭଦ୍ରକ ସୁରକ୍ଷା ଦୃଷ୍ଟିରୁ ଭଦ୍ରକ ଏସପି ମନୋଜ ରାଉତ ଙ୍କ ନେତୃତ୍ୱ ରେ ଭଦ୍ରକ ପୁରୁଣା ବଜାର ଅଞ୍ଚଳ ରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରିଛନ୍ତି,ଶାନ୍ତି ଶୃଙ୍ଖଳା ସହ ପର୍ବ ପାଳନ କରିବାକୁ ପୋଲିସ ପକ୍ଷରୁ ଅପିଲ କରିଛନ୍ତି , ସୁରକ୍ଷା ଦୃଷ୍ଟି ରୁ ସହର ରେ 30 ପ୍ଲାଟୁନ ଫୋର୍ସ ସହ ବରିଷ୍ଟ ପୋଲିସ ଅଧିକାରୀ ମନେ ଉପସ୍ଥିତ ରହିବେ
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    2 hrs ago
  • ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି.. .......................
    1
    ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି..
.......................
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    12 hrs ago
  • ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡ, ଏନେଇ ଆଇନଜୀବିଙ୍କ ପ୍ରତିକ୍ରିୟା ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡରେ ଦଣ୍ଡ ଶୁଣାଇଲେ ଅନୁଗୋଳ ଆଡ ହକ୍ ଜଜ୍ (ଫାଷ୍ଟ ଟ୍ରାକ) ବିରଞ୍ଚି ନାରାୟଣ ମିଶ୍ର l ଏନେଇ ଆଇନଜୀବୀଙ୍କ ପ୍ରତିକ୍ରିୟା l
    1
    ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡ, ଏନେଇ ଆଇନଜୀବିଙ୍କ ପ୍ରତିକ୍ରିୟା 
ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡରେ ଦଣ୍ଡ ଶୁଣାଇଲେ ଅନୁଗୋଳ ଆଡ ହକ୍ ଜଜ୍ (ଫାଷ୍ଟ ଟ୍ରାକ) ବିରଞ୍ଚି ନାରାୟଣ ମିଶ୍ର l ଏନେଇ ଆଇନଜୀବୀଙ୍କ ପ୍ରତିକ୍ରିୟା l
    user_Priya Madhaba Das
    Priya Madhaba Das
    Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    2 hrs ago
  • ଖମାର ମାର୍କେଟ ରେ ଟ୍ରକ୍ ଦୁର୍ଘଟଣା ରେ ଛାତ୍ର ମୃତ ............
    1
    ଖମାର ମାର୍କେଟ ରେ ଟ୍ରକ୍ ଦୁର୍ଘଟଣା ରେ ଛାତ୍ର ମୃତ ............
    user_DEB REPOTER
    DEB REPOTER
    Credit reporting agency Anugul, Odisha•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.