ବୌଦ୍ଧରେ ତୋଫାନପରି ଫାଉଣ୍ଡେସନ୍ ପକ୍ଷରୁ ଓଏସିସ୍ ମିସାଲ୍ ପ୍ରକଳ୍ପର ଶୁଭାରମ୍ଭ ବୌଦ୍ଧ, ଅଗଷ୍ଟ ୨୫: ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟରେ ବୌଦ୍ଧ କଲେକ୍ଟରେଟ୍ର ସମ୍ମିଳନୀ କକ୍ଷରେ ଓଏସିସ୍ ମିସାଲ୍ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ବୌଦ୍ଧସ୍ଥିତ ତୋଫାନପରି ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓଏସିସ୍ , ଗୁଜରାଟ୍ ସହଯୋଗ କରିଥିଲା। କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବିଭୂତି ଭୂଷଣ ନାୟକ, ଆଇଏଏସ୍ ଯୋଗଦେଇଥିଲେ। ଏଥିରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପାଢ଼ୀ, ଓଏଏସ୍, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ। ଓଏସିସ୍ ର ପ୍ରତିଷ୍ଠାତା ସଦସ୍ୟ ମେହୁଲ ପଞ୍ଚାଲ, ତୋଫାନପରି ଫାଉଣ୍ଡେସନ୍ର ସଭାପତି ଆଡଭୋକେଟ୍ ବିଶ୍ୱଜିତ ମିଶ୍ର, ସମ୍ପାଦକ ତୋଫାନ ପରିଡ଼ା ଏବଂ ପରାମର୍ଶଦାତା ଅଶୋକ କୁମାର ପଣ୍ଡିଆ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତୋଫାନପରି ଫାଉଣ୍ଡେସନ୍ର ସଦସ୍ୟା ସନ୍ଧ୍ୟାରାଣୀ ସାହୁଙ୍କ ସ୍ୱାଗତ ଭାଷଣ ଓ ଅଂଶଗ୍ରହଣକାରୀଙ୍କ ପରିଚୟରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ତୋଫାନପରି ଫାଉଣ୍ଡେସନ୍ ଏବଂ ଓଏସିସ୍ ଆନ୍ଦୋଳନର ଲକ୍ଷ୍ୟ ଓ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ତୋଫାନପରି ଫାଉଣ୍ଡେସନ୍ର ସଭାପତି ଆଡଭୋକେଟ୍ ବିଶ୍ୱଜିତ ମିଶ୍ର ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଗୁଣ ଓ ଚରିତ୍ର ଗଠନର ଗୁରୁତ୍ୱ ବିଷୟରେ କହିଥିଲେ। ସମ୍ପାଦକ ତୋଫାନ ପରିଡ଼ା ଓଏସିସ୍ ମିସାଲ୍ ପ୍ରକଳ୍ପର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଯୋଗାଯୋଗ କୌଶଳ, ଦଳଗତ କାର୍ଯ୍ୟ, ନିଷ୍ପତ୍ତି ନେବାର କ୍ଷମତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ କରିବା। ପ୍ରତ୍ୟେକ ଯୁବକ-ଯୁବତୀଙ୍କ ମଧ୍ୟରେ ଜଣେ ଭଲ ନେତା ହେବାର ସମ୍ଭାବନା ରହିଛି। ଉପଯୁକ୍ତ ସୁଯୋଗ, ମାର୍ଗଦର୍ଶନ ଓ ଅନୁକୂଳ ପରିବେଶ ମିଳିଲେ ସେହି କ୍ଷମତାର ବିକାଶ ସମ୍ଭବ ବୋଲି ଆୟୋଜକମାନେ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ତୋଫାନପରି ଫାଉଣ୍ଡେସନ୍ର ପରାମର୍ଶଦାତା ଅଶୋକ କୁମାର ପଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ। ସେ ସମସ୍ତ ଅତିଥି, ଅଧିକାରୀ, ସହଯୋଗୀ, ଅଂଶଗ୍ରହଣକାରୀ ଓ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ବୌଦ୍ଧରେ ତୋଫାନପରି ଫାଉଣ୍ଡେସନ୍ ପକ୍ଷରୁ ଓଏସିସ୍ ମିସାଲ୍ ପ୍ରକଳ୍ପର ଶୁଭାରମ୍ଭ ବୌଦ୍ଧ, ଅଗଷ୍ଟ ୨୫: ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟରେ ବୌଦ୍ଧ କଲେକ୍ଟରେଟ୍ର ସମ୍ମିଳନୀ କକ୍ଷରେ ଓଏସିସ୍ ମିସାଲ୍ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ବୌଦ୍ଧସ୍ଥିତ ତୋଫାନପରି ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓଏସିସ୍ , ଗୁଜରାଟ୍ ସହଯୋଗ କରିଥିଲା। କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବିଭୂତି ଭୂଷଣ ନାୟକ, ଆଇଏଏସ୍ ଯୋଗଦେଇଥିଲେ। ଏଥିରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପାଢ଼ୀ, ଓଏଏସ୍, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ। ଓଏସିସ୍ ର ପ୍ରତିଷ୍ଠାତା ସଦସ୍ୟ ମେହୁଲ ପଞ୍ଚାଲ, ତୋଫାନପରି ଫାଉଣ୍ଡେସନ୍ର ସଭାପତି ଆଡଭୋକେଟ୍ ବିଶ୍ୱଜିତ ମିଶ୍ର, ସମ୍ପାଦକ ତୋଫାନ ପରିଡ଼ା ଏବଂ ପରାମର୍ଶଦାତା ଅଶୋକ କୁମାର ପଣ୍ଡିଆ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତୋଫାନପରି ଫାଉଣ୍ଡେସନ୍ର ସଦସ୍ୟା ସନ୍ଧ୍ୟାରାଣୀ ସାହୁଙ୍କ ସ୍ୱାଗତ ଭାଷଣ ଓ ଅଂଶଗ୍ରହଣକାରୀଙ୍କ ପରିଚୟରୁ
କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ତୋଫାନପରି ଫାଉଣ୍ଡେସନ୍ ଏବଂ ଓଏସିସ୍ ଆନ୍ଦୋଳନର ଲକ୍ଷ୍ୟ ଓ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ତୋଫାନପରି ଫାଉଣ୍ଡେସନ୍ର ସଭାପତି ଆଡଭୋକେଟ୍ ବିଶ୍ୱଜିତ ମିଶ୍ର ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଗୁଣ ଓ ଚରିତ୍ର ଗଠନର ଗୁରୁତ୍ୱ ବିଷୟରେ କହିଥିଲେ। ସମ୍ପାଦକ ତୋଫାନ ପରିଡ଼ା ଓଏସିସ୍ ମିସାଲ୍ ପ୍ରକଳ୍ପର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଯୋଗାଯୋଗ କୌଶଳ, ଦଳଗତ କାର୍ଯ୍ୟ, ନିଷ୍ପତ୍ତି ନେବାର କ୍ଷମତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ କରିବା। ପ୍ରତ୍ୟେକ ଯୁବକ-ଯୁବତୀଙ୍କ ମଧ୍ୟରେ ଜଣେ ଭଲ ନେତା ହେବାର ସମ୍ଭାବନା ରହିଛି। ଉପଯୁକ୍ତ ସୁଯୋଗ, ମାର୍ଗଦର୍ଶନ ଓ ଅନୁକୂଳ ପରିବେଶ ମିଳିଲେ ସେହି କ୍ଷମତାର ବିକାଶ ସମ୍ଭବ ବୋଲି ଆୟୋଜକମାନେ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ତୋଫାନପରି ଫାଉଣ୍ଡେସନ୍ର ପରାମର୍ଶଦାତା ଅଶୋକ କୁମାର ପଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ। ସେ ସମସ୍ତ ଅତିଥି, ଅଧିକାରୀ, ସହଯୋଗୀ, ଅଂଶଗ୍ରହଣକାରୀ ଓ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
- ବୌଦ୍ଧରୁ ୨୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ମନମୁଣ୍ଡା ଥାନା ଲୁମୁରୁଜେନା ଗ୍ରାମରେ ଅବକାରୀ ଟିମ୍ ଚଢ଼ାଉ କରି ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଛି ।ଗିରଫ ଅଭିଯକ୍ତ ହେଲେ ରଞ୍ଜିତ କର୍ଣ୍ଣ (୪୫) ବୋଲି ଜଣାପଡ଼ିଛି । ତାଙ୍କ ନାମରେ ୨୯/୨୦୨୬-୨୭) ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ଚଢାଉରେ ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲୀପ କୁମାର ଶତପଥୀ, ଅବକାରୀ ଇନ୍ସପେକ୍ଟର ଏସ୍.କେ. ମିଶ୍ର, ଏଏସ୍ଆଇ ଅସିତ୍ କୁମାର ପ୍ରଧାନ, କନଷ୍ଟେବଲ ନିରଞ୍ଜନ ମଲ୍ଲିକ, ଲୋକନାଥ ଭୋଇ ଓ ପଞ୍ଚମୀ ବେହେରାଙ୍କ ସମେତ ବିଭାଗୀୟ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।1
- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ବୈଦିଆପଡା ଠାରେ ଗହ୍ମା ଡିଆଁ ପରମ୍ପରା ପାଳିତ ।1
- ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ଆଡ଼ଭୋକେଟ ଶ୍ୟାମ ଓଁ ପ୍ରସାଦ ମିଶ୍ରଙ୍କ ସଂଯୋଜନା ରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ସମାଜ ସେଵୀ ଶ୍ରୀବତ୍ସ ମଲ୍ଲିକ, ଓରମାସ ସିଇଓ ସମୀର କୁମାର ନାୟକ ଓ ପଏଁରୀ ସମ୍ପାଦକ ଚୌଧୁରୀ ବିଭାର ଉପସ୍ଥିତ ଥିଲେ l ସମ୍ପାଦକ ଉମେଶ କୁମ୍ଭାରଙ୍କ ନିର୍ଦେଶନା ରେ ଅତିଥି ମାନଙ୍କ ଉଦେଶ୍ୟ ରେ ସୁନ୍ଦର ସ୍ୱାଗତ ସଂଗୀତ ପରିବେଷଣ ହେଇଥିଲା l ଜିଲ୍ଲାପାଳ ତାଙ୍କ ଭାବ ବିହଳ ବାର୍ତ୍ତା କହିଥିଲେ ଏ ମାଟି କୁ ଆସିଲା ପରେ ମାଟିର ବାସ୍ନା ମୋତେ ବିଭୋର କରିଛି ଏବଂ ମୁଁ ଏଇ ଅନୁଷ୍ଠାନରୁ ଗୀତ ଗାଇବା ଶିଖିଛି l ଉମେଶ ବାବୁ ସବୁ ବେଳେ ଗୀତ ଗାଇବା ପାଇଁ ମୋତେ ପ୍ରେରଣା ଦେଇଛନ୍ତି ମୁଁ କେବେ ଭୁଲି ପାରିବିନି ଅନୁଷ୍ଠାନ କୁ ଏବଂ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଂକୁ l ଶେଷରେ ସଭାପତି ପ୍ରତ୍ୟୁଷ କୁମାର ମେହେର ଧନ୍ୟବାଦ ଦେଇଥିଲେ l1
- ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି 🚩 ଜୟ ଗୁରୁ ରବିଦାସ 🚩 ସୁବର୍ଣ୍ଣପୁର ଜିଲ୍ଲା ଉଲଣ୍ଡା ବ୍ଲକ ଜଉଁରାଭଉଁରା ଗ୍ରାମ ରେ ଆଜି ତା-୨୬/୦୮/୨୬ ସକାଳ 12.30ରେପବିତ୍ର କଳସ ବନ୍ଦନ ଶୋଭାଯାତ୍ରା" ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ସମସ୍ତ ପଞ୍ଚାୟତ ପ୍ରମୁଖ, ବୁତ୍ ସଭାପତି ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ମଣ୍ଡଳ କମିଟିର ସମସ୍ତ ସଦ୍ୟସ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ *ପ୍ରିୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗଦଲା ଉପସ୍ଥିତ ଥିଲେ1
- ଜଣେ ଗଂଜେଇ ମାଫିଆକୁ ଗୋଡ଼ାଇ ଗୋଡ଼ାଇ କାବୁକଲା ମନମୁଣ୍ଡା ପୋଲିସ ମନମୁଣ୍ଡା ପୋଲିସ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଆଜି ଅପରାହ୍ନ ସମୟରେ ମନମୁଣ୍ଡା ଶଗଡା ରାସ୍ତାର ଭୋଇ ସାହି ନିକଟରେ ଚଢ଼ାଉ କରିଥିଲା | ଏକ ଗାଡିକୁ ସନ୍ଦେହରେ ଅଟକାଇ ଥିଲା | ପୋଲିସକୁ ଦେଖି ମାଫିଆ ଗାଡି ଛାଡି ଫେରାର ମାରିବାକୁ ଉଦ୍ୟମ କରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଧରିଥିବା ଦେଖିବାକୁ ମିଳିଛି | ଉକ୍ତ ଘଟଣା ଅଞ୍ଚଳର ଏକ ସିସିଟିଭିରେ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି |1
- ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ସ୍ନେହ, ସୁରକ୍ଷା ଓ ବିଶ୍ୱାସର ପର୍ବ "ରକ୍ଷାବନ୍ଧନ" ପାଳିତ ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ସ୍ନେହ, ସୁରକ୍ଷା ଓ ବିଶ୍ୱାସର ପର୍ବ "ରକ୍ଷାବନ୍ଧନ" ପାଳିତ ଆଜି ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ବୌଦ୍ଧ ଜ଼ିଲ୍ଲା ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ରାକ୍ଷୀ ପର୍ବ ପାଳିତ ହୋଇଯାଇଛି। ପୋଲିସ କର୍ମଚାରୀ ଭାଇମାନଙ୍କ ହାତରେ ସ୍ନେହର ସୂତା (ରାକ୍ଷୀ) ବାନ୍ଧି ସେମାନଙ୍କର ଦୀର୍ଘାୟୁ ଓ ଶୁଭକାମନା କରିଥିଲେ। ଦିନରାତି ଜନସାଧାରଣଙ୍କ ସୁରକ୍ଷାରେ ନିୟୋଜିତ ଥିବା ଆମ ପୋଲିସ ଭାଇମାନେ ମଧ୍ୟ ଭଉଣୀମାନଙ୍କୁ ସଦାସର୍ବଦା ସୁରକ୍ଷା ଦେବାର ସଂକଳ୍ପ ନେଇଥିଲେ। ଏହି ଅବସରରେ ସମସ୍ତ ପୋଲିସ ଅଫିସର ଓ କର୍ମଚାରୀଙ୍କ ତରଫରୁ ଅଞ୍ଚଳବାସୀଙ୍କୁ ରକ୍ଷାବନ୍ଧନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ!1
- କଣ୍ଟାମାଳ ବ୍ଳକ ନୂଆଁପାଲିସ୍ଥିତ ଆଦିବାସୀ ହାଇସ୍କୁଲର ଛାତ୍ରୀନିବାସର ଅନ୍ତେବାସୀ ନିଆରା ଢଙ୍ଗରେ ପାଳିଲେ ରକ୍ଷାବନ୍ଧନ। ବୃକ୍ଷ ଦେବତାଙ୍କୁ ପୂଜାର୍ଚ୍ଚନା ପରେ ରାକ୍ଷୀ ବାନ୍ଧିଲେ ।1
- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ମହାନଦୀ ରେ କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀର ଦେଖି ଲୋକେ ଆତଙ୍କିତ।1