ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରାକୁ ସରସ, ସୁନ୍ଦର, ଶୃଙ୍ଖଳିତ ତଥା ନୀତି ଆଧାରିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳୀ ଶ୍ରୀକ୍ଷେତ୍ର ସେବାୟତ ସଂଘ ସଭାପତି ଶ୍ରୀଯୁକ୍ତ ଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ୨୦୨୬ ମସିହା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ତାରିଖ ନିର୍ଘଣ୍ଟ କରାଯାଇଛି। ଏହା ଅନୁଯାୟୀ, ଜୁନ୍ ୨୯ ରେ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ, ଜୁଲାଇ ୧୪ ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ ୧୬ ରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା, ଜୁଲାଇ ୧୭ ରେ ଆଡପ ପହଣ୍ଡି, ଜୁଲାଇ ୨୦ ରେ ହେରାପଞ୍ଚମୀ, ଜୁଲାଇ ୨୪ ରେ ବାହୁଡା ଯାତ୍ରା, ଜୁଲାଇ ୨୫ ରେ ରାଜରାଜେଶ୍ୱର (ସୁନା) ବେଶ, ଜୁଲାଇ ୨୬ ରେ ଅଧର ପଣା, ଏବଂ ଜୁଲାଇ ୨୭ ରେ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ସମ୍ପାଦନ ହେବ। ଟ୍ରଷ୍ଟ ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଥିଲା। ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା, ଶୃଙ୍ଖଳା, ସୁରକ୍ଷା, ସ୍ୱଚ୍ଛତା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ପ୍ରଚାର ପ୍ରସାର, ସାଂସ୍କୃତିକ କାର୍ଯ୍ୟକ୍ରମ, ପହଣ୍ଡି ବିଧି, ସେବାୟତମାନଙ୍କ ବେଶ ପରିପାଟି, ଆଚରଣ, ଉଚ୍ଚାରଣ ଆଦି ବିଷୟରେ ଆଲୋଚନା ହୋଇଥିଲା। ଶେଷରେ, ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି ଯେପରିକି, ସକାଳ ୫ ଘଣ୍ଟାରେ ମଙ୍ଗଳ ଆଳତୀ, ସକାଳ ୯ ଘଣ୍ଟାରେ ଧାଡ଼ି ପହଣ୍ଡି, ପୂର୍ବାହ୍ନ ୧୧ ଘଣ୍ଟାରେ ମହାସ୍ନାନ, ଅପରାହ୍ନ ୨ ଘଣ୍ଟାରେ ଗଜାନନ ବେଶ, ଏବଂ ଅପରାହ୍ନ ୪ ଘଣ୍ଟାରେ ଅଣସର ବିଜେ। ଏହି ବୈଠକରେ ଅନେକ ବରିଷ୍ଠ ସେବାୟତ ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରାକୁ ସରସ, ସୁନ୍ଦର, ଶୃଙ୍ଖଳିତ ତଥା ନୀତି ଆଧାରିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳୀ ଶ୍ରୀକ୍ଷେତ୍ର ସେବାୟତ ସଂଘ ସଭାପତି ଶ୍ରୀଯୁକ୍ତ ଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ୨୦୨୬ ମସିହା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ତାରିଖ ନିର୍ଘଣ୍ଟ
କରାଯାଇଛି। ଏହା ଅନୁଯାୟୀ, ଜୁନ୍ ୨୯ ରେ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ, ଜୁଲାଇ ୧୪ ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ ୧୬ ରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା, ଜୁଲାଇ ୧୭ ରେ ଆଡପ ପହଣ୍ଡି, ଜୁଲାଇ ୨୦ ରେ ହେରାପଞ୍ଚମୀ, ଜୁଲାଇ ୨୪ ରେ ବାହୁଡା ଯାତ୍ରା, ଜୁଲାଇ ୨୫ ରେ ରାଜରାଜେଶ୍ୱର (ସୁନା) ବେଶ, ଜୁଲାଇ ୨୬ ରେ ଅଧର ପଣା,
ଏବଂ ଜୁଲାଇ ୨୭ ରେ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ସମ୍ପାଦନ ହେବ। ଟ୍ରଷ୍ଟ ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଥିଲା। ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା, ଶୃଙ୍ଖଳା, ସୁରକ୍ଷା, ସ୍ୱଚ୍ଛତା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ପ୍ରଚାର ପ୍ରସାର, ସାଂସ୍କୃତିକ କାର୍ଯ୍ୟକ୍ରମ, ପହଣ୍ଡି ବିଧି, ସେବାୟତମାନଙ୍କ ବେଶ ପରିପାଟି, ଆଚରଣ, ଉଚ୍ଚାରଣ ଆଦି ବିଷୟରେ
ଆଲୋଚନା ହୋଇଥିଲା। ଶେଷରେ, ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି ଯେପରିକି, ସକାଳ ୫ ଘଣ୍ଟାରେ ମଙ୍ଗଳ ଆଳତୀ, ସକାଳ ୯ ଘଣ୍ଟାରେ ଧାଡ଼ି ପହଣ୍ଡି, ପୂର୍ବାହ୍ନ ୧୧ ଘଣ୍ଟାରେ ମହାସ୍ନାନ, ଅପରାହ୍ନ ୨ ଘଣ୍ଟାରେ ଗଜାନନ ବେଶ, ଏବଂ ଅପରାହ୍ନ ୪ ଘଣ୍ଟାରେ ଅଣସର ବିଜେ। ଏହି ବୈଠକରେ ଅନେକ ବରିଷ୍ଠ ସେବାୟତ ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
- ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଯୁବକମାନେ ନିଜ ଇଚ୍ଛାରେ ଏକ ସାମୂହିକ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ଆଜି ସକାଳୁ ରଥ ପଡ଼ିଆକୁ ପରିଷ୍କାର କରିଛନ୍ତି।1
- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ୨୦୨୬ ମସିହାରେ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ସରସ, ସୁନ୍ଦର, ଶୃଙ୍ଖଳିତ ତଥା ନୀତି ଆଧାରିତ କରିବା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳୀ ଶ୍ରୀକ୍ଷେତ୍ର ସେବାୟତ ସଂଘ ସଭାପତି ଶ୍ରୀଯୁକ୍ତ ଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆସନ୍ତା ଜୁନ୍ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ, ଜୁଲାଇ ୧୪ ତାରିଖରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ ୧୬ ତାରିଖରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା, ଜୁଲାଇ ୧୭ ତାରିଖରେ ଆଡପ ପହଣ୍ଡି, ଜୁଲାଇ ୨୦ ତାରିଖରେ ହେରାପଞ୍ଚମୀ, ଜୁଲାଇ ୨୪ ତାରିଖରେ ବାହୁଡା ଯାତ୍ରା, ଜୁଲାଇ ୨୫ ତାରିଖରେ ରାଜରାଜେଶ୍ୱର (ସୁନା) ବେଶ, ଜୁଲାଇ ୨୬ ତାରିଖରେ ଅଧର ପଣା ଏବଂ ଜୁଲାଇ ୨୭ ତାରିଖରେ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ସମ୍ପାଦନ ହେବ ବୋଲି ସ୍ଥିର କରାଯାଇଥିଲା। ଟ୍ରଷ୍ଟ ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା, ଶୃଙ୍ଖଳା, ସୁରକ୍ଷା, ସ୍ୱଚ୍ଛତା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ପ୍ରଚାର ପ୍ରସାର, ସାଂସ୍କୃତିକ କାର୍ଯ୍ୟକ୍ରମ, ପହଣ୍ଡି ବିଧି, ସେବାୟତମାନଙ୍କ ବେଶ ପରିପାଟି, ଆଚରଣ ଓ ଉଚ୍ଚାରଣ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟ ଏହି ବୈଠକରେ ପାରିତ ହୋଇଥିଲା। ବୈଠକ ଶେଷରେ ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ସ୍ଥିର କରାଯାଇଥିଲା। ଏହି ନିର୍ଘଣ୍ଟ ଅନୁଯାୟୀ, ସକାଳ ୫ ଘଣ୍ଟାରେ ମଙ୍ଗଳ ଆଳତୀ, ସକାଳ ୯ ଘଣ୍ଟାରେ ଧାଡ଼ି ପହଣ୍ଡି, ପୂର୍ବାହ୍ନ ୧୧ ଘଣ୍ଟାରେ ମହାସ୍ନାନ, ଅପରାହ୍ନ ୨ ଘଣ୍ଟାରେ ଗଜାନନ ବେଶ ଏବଂ ଅପରାହ୍ନ ୪ ଘଣ୍ଟାରେ ଅଣସର ବିଜେ କାର୍ଯ୍ୟକ୍ରମ ସମ୍ପାଦିତ ହେବ। ଏହି ପ୍ରସ୍ତୁତି ବୈଠକରେ ଅନେକ ବରିଷ୍ଠ ସେବାୟତ ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।1
- ଏକ ଗୁଳିକାଣ୍ଡ ଘଟଣାକୁ ନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଶୁଣିବା ପାଇଁ କୁହାଯାଇଛି।1
- ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅଧ୍ୟକ୍ଷ୍ୟା ଦିପ୍ତୀରେଖା ନନ୍ଦଙ୍କ ସିଙ୍ଗିଯୁବା ଗ୍ରାମସ୍ଥିତ ଘରକୁ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।1
- ଆସନ୍ତା ବର୍ଷା ଋତୁ ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ବୌଦ୍ଧ ଜିଲ୍ଲାର ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ଙ୍କ ମିଳିତ ଆୟୋଜନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଏକ୍ସରସାଇଜ (TTEX)-୨୦୨୬ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତହସିଲଦାର ବୌଦ୍ଧ ଅନିତା କୁମାରୀ ସାହୁ, ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ତଥା ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ୟୋତି ରଞ୍ଜନ ଭୁଏ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପରେ OSDMAର ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ଟେବୁଲ ଟପ୍ ଏକ୍ସରସାଇଜର ଉଦ୍ଦେଶ୍ୟ, କଳ୍ପିତ ବିପର୍ଯ୍ୟୟ ପରିସ୍ଥିତି ଓ ପ୍ରତିକ୍ରିୟା ବ୍ୟବସ୍ଥା ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଏହି ଅବସରରେ ଜିଲ୍ଲା ଦୁର୍ଯ୍ୟୋଗ ପରିଚାଳନା ପ୍ରାଧିକରଣ (DDMA) ପକ୍ଷରୁ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ଜରୁରୀକାଳୀନ ପରିଚାଳନା, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ରାଜସ୍ୱ, ପୁଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ, ଜଳସମ୍ପଦ, ପରିବହନ, ପଞ୍ଚାୟତିରାଜ, କୃଷି, ପଶୁସମ୍ପଦ, ବନ, ଶିକ୍ଷା, ରେଳବାଇ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତିମୂଳକ ପଦକ୍ଷେପଗୁଡ଼ିକୁ ଉପସ୍ଥାପନ କରିଥିଲେ। ରାଜ୍ୟ ପର୍ଯ୍ୟବେକ୍ଷକ ତଥା DMTC, ROTIର ପ୍ରଶିକ୍ଷକ ଅରୁଣ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ମତାମତ ଓ ପରାମର୍ଶ ଦେଇଥିଲେ ଏବଂ ଅଂଶଗ୍ରହଣକାରୀମାନଙ୍କ ଠାରୁ ମଧ୍ୟ ସୁପାରିଶ ଓ ମତାମତ ଗ୍ରହଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ବିପର୍ଯ୍ୟୟ ସମୟରେ ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ, ତ୍ୱରିତ ସୂଚନା ଆଦାନ-ପ୍ରଦାନ ଏବଂ ଜନସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଭ୍ୟାସ ଜରିଆରେ ଜିଲ୍ଲାର ବିପର୍ଯ୍ୟୟ ମୁକାବିଲା କ୍ଷମତା, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ଏବଂ ଆନ୍ତଃବିଭାଗୀୟ ସମନ୍ୱୟ ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ ପାଇଥିଲା।1
- ସୁବର୍ଣ୍ଣପୁର ଜିଲ୍ଲାରେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଘରେ ଗୁଳିମାଡ଼ ହୋଇଥିବା ଖବର ମିଳିଛି, ଯାହା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବିଜେଡି ଯୁବ ସଭାପତି ତଥା ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ନନ୍ଦଙ୍କ ଘରକୁ ବିଳମ୍ବିତ ରାତିରେ କିଛି ଅଜଣା ଲୋକ ଗୁଳି ଚଳାଇଥିଲେ।1
- ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ ପୂର୍ବତନ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ଉପସଭାପତି କିଶୋର ହୋତା ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।1
- ବୌଦ୍ଧ ଜିଲ୍ଲାର ୫୭ ନମ୍ୱର ଜାତୀୟ ରାଜପଥରେ ପୁରୁଣାକଟକ ଥାନା ଅନ୍ତର୍ଗତ ଗଣ୍ଡାପାଜୁ ଠାରେ ଏକ ଆଇଚର୍ ଗାଡ଼ି ଗଛକୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି।1