Shuru
Apke Nagar Ki App…
ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ବ୍ଲକର ମହୁଲଗାଁ ମନ୍ଦିରପଡ଼ାରେ ଆଜି ଅପରାହ୍ନ ୪ଟା ସମୟରେ ପ୍ରବଳ ଝଡ଼ତୋଫାନ ସହିତ ଘଡ଼ଘଡ଼ି ଓ ବଜ୍ରପାତ ହୋଇଥିଲା। ଏହି ସମୟରେ ଏକ ଗଛ ମୂଳେ ବିଶ୍ରାମ ନେଉଥିବା ତିନୋଟି ବଳଦ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ମୃତ ବଳଦମାନଙ୍କ ମାଲିକ ହେଉଛନ୍ତି ମହୁଲ ଗ୍ରାମର ୬୫ ବର୍ଷୀୟ ଦୁଆରୁ କିସାନ। ଦୁଆରୁ କିସାନ ଜଣେ ଗରିବ ଚାଷୀ ଭାବେ ଚାଷ କାର୍ଯ୍ୟ କରି ନିଜର ଆଠ ପ୍ରାଣୀ କୁଟୁମ୍ବକୁ ପ୍ରତିପୋଷଣ କରନ୍ତି। ଚାଷବାସ ସମୟରେ ଏଭଳି ବଜ୍ରପାତ ଯୋଗୁଁ ତିନୋଟି ବଳଦଙ୍କ ମୃତ୍ୟୁ ତାଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି, ଯାହା ତାଙ୍କ ପରିବାର ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି। ଏହି ଘଟଣା ପରେ ଗ୍ରାମବାସୀମାନେ ଦୁଆରୁ କିସାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।
Raju kumar patel
ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ବ୍ଲକର ମହୁଲଗାଁ ମନ୍ଦିରପଡ଼ାରେ ଆଜି ଅପରାହ୍ନ ୪ଟା ସମୟରେ ପ୍ରବଳ ଝଡ଼ତୋଫାନ ସହିତ ଘଡ଼ଘଡ଼ି ଓ ବଜ୍ରପାତ ହୋଇଥିଲା। ଏହି ସମୟରେ ଏକ ଗଛ ମୂଳେ ବିଶ୍ରାମ ନେଉଥିବା ତିନୋଟି ବଳଦ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ମୃତ ବଳଦମାନଙ୍କ ମାଲିକ ହେଉଛନ୍ତି ମହୁଲ ଗ୍ରାମର ୬୫ ବର୍ଷୀୟ ଦୁଆରୁ କିସାନ। ଦୁଆରୁ କିସାନ ଜଣେ ଗରିବ ଚାଷୀ ଭାବେ ଚାଷ କାର୍ଯ୍ୟ କରି ନିଜର ଆଠ ପ୍ରାଣୀ କୁଟୁମ୍ବକୁ ପ୍ରତିପୋଷଣ କରନ୍ତି। ଚାଷବାସ ସମୟରେ ଏଭଳି ବଜ୍ରପାତ ଯୋଗୁଁ ତିନୋଟି ବଳଦଙ୍କ ମୃତ୍ୟୁ ତାଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି, ଯାହା ତାଙ୍କ ପରିବାର ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି। ଏହି ଘଟଣା ପରେ ଗ୍ରାମବାସୀମାନେ ଦୁଆରୁ କିସାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।
More news from ଓଡ଼ିଶା and nearby areas
- ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ବ୍ଲକର ମହୁଲଗାଁ ମନ୍ଦିରପଡ଼ାରେ ଆଜି ଅପରାହ୍ନ ୪ଟା ସମୟରେ ପ୍ରବଳ ଝଡ଼ତୋଫାନ ସହିତ ଘଡ଼ଘଡ଼ି ଓ ବଜ୍ରପାତ ହୋଇଥିଲା। ଏହି ସମୟରେ ଏକ ଗଛ ମୂଳେ ବିଶ୍ରାମ ନେଉଥିବା ତିନୋଟି ବଳଦ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ମୃତ ବଳଦମାନଙ୍କ ମାଲିକ ହେଉଛନ୍ତି ମହୁଲ ଗ୍ରାମର ୬୫ ବର୍ଷୀୟ ଦୁଆରୁ କିସାନ। ଦୁଆରୁ କିସାନ ଜଣେ ଗରିବ ଚାଷୀ ଭାବେ ଚାଷ କାର୍ଯ୍ୟ କରି ନିଜର ଆଠ ପ୍ରାଣୀ କୁଟୁମ୍ବକୁ ପ୍ରତିପୋଷଣ କରନ୍ତି। ଚାଷବାସ ସମୟରେ ଏଭଳି ବଜ୍ରପାତ ଯୋଗୁଁ ତିନୋଟି ବଳଦଙ୍କ ମୃତ୍ୟୁ ତାଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି, ଯାହା ତାଙ୍କ ପରିବାର ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି। ଏହି ଘଟଣା ପରେ ଗ୍ରାମବାସୀମାନେ ଦୁଆରୁ କିସାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।1
- ସମସ୍ତ ଭକ୍ତମାନଙ୍କୁ କବୀର ପରମାତ୍ମାଙ୍କ ପ୍ରକଟ ଲୀଳା ନିଶ୍ଚୟ ଦେଖିବାକୁ ବିଶେଷ ଭାବରେ ଅନୁରୋଧ କରାଯାଇଛି। ଏହି ଖାସ୍ ପ୍ରସ୍ତୁତି ୨୦୨୬ ମସିହା ଜୁନ୍ ୨୭ ତାରିଖ ଶନିବାର ଦିନ ସନ୍ଧ୍ୟା ୦୭:୩୦ ସମୟରେ ପ୍ରସାରିତ ହେବ। ଏହି କାର୍ଯ୍ୟକ୍ରମ ସମସ୍ତ ସତଲୋକ ଆଶ୍ରମରେ ଉପଲବ୍ଧ ହେବ।1
- ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲଖନପୁର ବ୍ଲକର ବାଘମୁଣ୍ଡାରେ ପବିତ୍ର ମହରମ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଅଳକା ମହାନ୍ତି ଯୋଗଦେଇ ମହରମର ଶୁଭେଚ୍ଛା ଜଣାଇଥିଲେ। ସେ ଏହି ଅବସରରେ ସଦ୍ଭାବ, ଭାଇଚାରା ଏବଂ ସାମ୍ପ୍ରଦାୟିକ ସମ୍ପ୍ରୀତିର ବାର୍ତ୍ତା ଦେଇଥିଲେ।1
- ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ସହରରେ ତା:୨୬।୬।୨୬ ଶୁକ୍ରବାର ଦିନ ମହରମ ପର୍ବ ଅତ୍ୟନ୍ତ ଧୁମଧାମରେ ପାଳିତ ହୋଇଯାଇଛି। ବେଲପାହାଡ଼ ସ୍ଥିତ ଖ୍ୱାଜା ଗରିବ ନୱାଜ ମହରମ କମିଟି ଏବଂ ଗୁମାଡେରାସ୍ଥିତ ନୁରୀ ଜାମା ମସ୍ଜିତ୍ କମିଟି ପକ୍ଷରୁ ପୃଥକ ଭାବେ ଏହି ପର୍ବ ଆୟୋଜିତ ହୋଇଥିଲା। ଏହି ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଉଭୟ କମିଟି ଦ୍ୱାରା ଦୁଇଟି ବିଶାଳ ଶୋଭାଯାତ୍ରା ବାହାର କରାଯାଇ ସହର ପରିକ୍ରମା କରାଯାଇଥିଲା। ଶତାଧିକ ମୁସଲ୍ମାନ୍ ଭାଇ ଓ ଭଉଣୀ ନୂତନ ପୋଷାକ ପିନ୍ଧି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଏବଂ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଦେଶରେ ଶାନ୍ତି, ଦେଶପ୍ରେମ ଏବଂ ଭାତ୍ରୁଭାବ ବଜାୟ ରଖିବାକୁ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସମୟରେ ମୁସଲ୍ମାନ୍ ଭାଇ ଓ ଭଉଣୀମାନେ ପରସ୍ପର ମଧ୍ୟରେ ହାତ ମିଳାଇ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ବିଶେଷ କରି, ଅନ୍ୟ ସମୁଦାୟର ଲୋକେ ମଧ୍ୟ ସେମାନଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଥିଲା, ଯାହା ସୌହାର୍ଦ୍ଦ୍ୟର ବାତାବରଣ ସୃଷ୍ଟି କରିଥିଲା। ଖ୍ୱାଜା ଗରିବ ନୱାଜ ମହରମ କମିଟିର ଅମଜଦ ଖାନ, ଅବଦୁଲ୍ ଇବ୍ରାହିମ, ଏମଡି ସୁଲେମାନ, ହାକିମ ଖାନ, ଲାଲୁ, ସାଜିତ ଖାନ, ଅଜୀମ ଖାନ, ନଶ୍ରୁ ଖାନ ପ୍ରମୁଖ ସଦସ୍ୟ ଏହି ଆୟୋଜନରେ ସହଯୋଗ କରିଥିଲେ। ସେହିପରି ଗୁମାଡେରା ନୁରୀ ଜାମା ମସ୍ଜିତ୍ କମିଟି ପକ୍ଷରୁ ମକ୍ସୁଦ୍ ଆଲମ୍, ଅମଜଦ ଅହମ୍ମଦ, ମହମ୍ମଦ ଇଜାଜ୍, ମହମ୍ମଦ ସମସାଦ୍, ମହମ୍ମଦ ଶିରାଜ୍, ଏମଡି ସମସାଦ, ମହମ୍ମଦ ଇର୍ଫାନ୍, ହାଜି ଉସ୍ମାନ, ହାଜି ସୁଲେମାନ ପ୍ରମୁଖ ସଦସ୍ୟ ମଧ୍ୟ ସହଯୋଗ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ବେଲପାହାଡ଼ ଥାନାଧିକାରୀ ବିକାଶ କେଲେତଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ବଳ ମୁତୟନ କରାଯାଇଥିଲା।4
- ରାଜଗାଙ୍ଗପୁରର ବାଲୁକା ଶିଳ୍ପୀ ରାଜୁ ସାହୁ ନିଜ କଳା ମାଧ୍ୟମରେ ଭେନେଜୁଏଲାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।2
- ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଆନ୍ତର୍ଜାତିକ ନିଶା ଦ୍ରବ୍ୟ ନିରୋଧ ଦିବସ ଅବସରରେ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।1
- ବାଲିଶଙ୍କରା ପଞ୍ଚାୟତର ମହୁଲଗାଁ ଗ୍ରାମରେ ଜଣେ ଗରିବ ଚାଷୀଙ୍କ ତିନୋଟି ଗୋରୁ ପ୍ରବଳ ବର୍ଷା ସହିତ ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି।1