logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ବାଲେଶ୍ୱର ଗସ୍ତ। ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ବାଲେଶ୍ୱର ଗସ୍ତ ବାଲେଶ୍ୱର, ତା. ୦୯/୦୩: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବାଲେଶ୍ଵର ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ଡି ଆର୍ ଡି ଓ ଆନୁକୂଲ୍ୟରେ ଚାନ୍ଦିପୁର ସ୍ଥିତ ପ୍ରୁଫ୍ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ (ପିଏକ୍ସଇ) ପରିସରରେ ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଡିଆରଡିଓ ସଚିବ ଡଃ ସମୀର ଭି. କାମତଙ୍କ ସହ ଯୁଗ୍ମଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡିଆରଡିଓର ବିଭିନ୍ନ ଲ୍ୟାବରେଟରିର ନିର୍ଦ୍ଦେଶକ ଓ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା ବୈଜ୍ଞାନିକ ଓ ଗବେଷକମାନେ ଅଂଶଗ୍ରହଣ କରିଥିଲେ। ଅତିଥିମାନେ ବିଜ୍ଞାନ ଓ ପ୍ରତିରକ୍ଷା କ୍ଷେତ୍ରରେ ମହିଳାଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ଗବେଷଣାତ୍ମକ କାର୍ଯ୍ୟକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ତା ପରେ ଅପରାହ୍ନରେ ଶ୍ରୀମତୀ ଗର୍ଗ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ “ବାଲେଶ୍ୱର ଭିଜନ ଡକ୍ୟୁମେଣ୍ଟ” ଉପରେ ଏକ ପ୍ରେଜେଣ୍ଟେସନ୍ ଦେଇଥିଲେ। ଏଥିରେ ଜିଲ୍ଲାରେ ଚାଲୁଥିବା ପ୍ରମୁଖ ପ୍ରକଳ୍ପ ଯଥା ସୁବର୍ଣ୍ଣରେଖା ବନ୍ଦର, ସୁବର୍ଣ୍ଣରେଖା ସଂସ୍କାର ଯୋଜନା, ପର୍ଯ୍ୟଟନ ପ୍ରକଳ୍ପ, ସାମୁଦ୍ରିକ ଖାଦ୍ୟ ଓ ଅନ୍ୟାନ୍ୟ ଦ୍ରବ୍ୟର ରପ୍ତାନି ସମ୍ଭାବନା ବିଷୟରେ ଅବଗତ କରାଯାଇଥିଲା। ଏହାସହିତ ଆଗାମୀ ଦିନରେ ବାଲେଶ୍ୱରର ସମଗ୍ର ଉନ୍ନତି ପାଇଁ ରିଙ୍ଗ ରୋଡ ନିର୍ମାଣ, କଳା–ବିଜ୍ଞାନ–ସାହିତ୍ୟ ସମ୍ବନ୍ଧୀୟ ମ୍ୟୁଜିୟମ ସ୍ଥାପନ ଏବଂ ବାଲେଶ୍ୱରକୁ ମ୍ୟୁନିସିପାଲ କର୍ପୋରେସନ ରୂପେ ବିକଶିତ କରିବା ପରି ବିଭିନ୍ନ ଲୋକହିତକର ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଉକ୍ତ ସମୀକ୍ଷା ବୈଠକରେ ଦୁଇ ଅତିରିକ୍ତ ଜିଲ୍ଲାପାଳ, ଦୁଇ ଉପ ଜିଲ୍ଲାପାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଜିଲ୍ଲାର ସମଗ୍ର ଉନ୍ନତି ପାଇଁ ଏହି ପ୍ରକଳ୍ପଗୁଡ଼ିକୁ ସମୟମଧ୍ୟରେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

16 hrs ago
user_Journalist Harishankar Jena
Journalist Harishankar Jena
Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
16 hrs ago
8ca1149f-2ae3-4a53-953d-943a210979fa

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ବାଲେଶ୍ୱର ଗସ୍ତ। ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ବାଲେଶ୍ୱର ଗସ୍ତ ବାଲେଶ୍ୱର, ତା. ୦୯/୦୩: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବାଲେଶ୍ଵର ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ଡି ଆର୍ ଡି ଓ ଆନୁକୂଲ୍ୟରେ ଚାନ୍ଦିପୁର ସ୍ଥିତ ପ୍ରୁଫ୍ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ (ପିଏକ୍ସଇ) ପରିସରରେ ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଡିଆରଡିଓ ସଚିବ ଡଃ ସମୀର ଭି. କାମତଙ୍କ ସହ ଯୁଗ୍ମଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡିଆରଡିଓର ବିଭିନ୍ନ ଲ୍ୟାବରେଟରିର ନିର୍ଦ୍ଦେଶକ ଓ

f391647d-3371-4000-8603-08341549f5d9

ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା ବୈଜ୍ଞାନିକ ଓ ଗବେଷକମାନେ ଅଂଶଗ୍ରହଣ କରିଥିଲେ। ଅତିଥିମାନେ ବିଜ୍ଞାନ ଓ ପ୍ରତିରକ୍ଷା କ୍ଷେତ୍ରରେ ମହିଳାଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ଗବେଷଣାତ୍ମକ କାର୍ଯ୍ୟକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ତା ପରେ ଅପରାହ୍ନରେ ଶ୍ରୀମତୀ ଗର୍ଗ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ “ବାଲେଶ୍ୱର ଭିଜନ ଡକ୍ୟୁମେଣ୍ଟ” ଉପରେ ଏକ ପ୍ରେଜେଣ୍ଟେସନ୍ ଦେଇଥିଲେ। ଏଥିରେ ଜିଲ୍ଲାରେ ଚାଲୁଥିବା ପ୍ରମୁଖ ପ୍ରକଳ୍ପ ଯଥା ସୁବର୍ଣ୍ଣରେଖା ବନ୍ଦର, ସୁବର୍ଣ୍ଣରେଖା ସଂସ୍କାର ଯୋଜନା, ପର୍ଯ୍ୟଟନ ପ୍ରକଳ୍ପ,

65c8470d-dd82-49a6-98ed-6c7179dab71f

ସାମୁଦ୍ରିକ ଖାଦ୍ୟ ଓ ଅନ୍ୟାନ୍ୟ ଦ୍ରବ୍ୟର ରପ୍ତାନି ସମ୍ଭାବନା ବିଷୟରେ ଅବଗତ କରାଯାଇଥିଲା। ଏହାସହିତ ଆଗାମୀ ଦିନରେ ବାଲେଶ୍ୱରର ସମଗ୍ର ଉନ୍ନତି ପାଇଁ ରିଙ୍ଗ ରୋଡ ନିର୍ମାଣ, କଳା–ବିଜ୍ଞାନ–ସାହିତ୍ୟ ସମ୍ବନ୍ଧୀୟ ମ୍ୟୁଜିୟମ ସ୍ଥାପନ ଏବଂ ବାଲେଶ୍ୱରକୁ ମ୍ୟୁନିସିପାଲ କର୍ପୋରେସନ ରୂପେ ବିକଶିତ କରିବା ପରି ବିଭିନ୍ନ ଲୋକହିତକର ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଉକ୍ତ ସମୀକ୍ଷା ବୈଠକରେ ଦୁଇ ଅତିରିକ୍ତ ଜିଲ୍ଲାପାଳ, ଦୁଇ ଉପ ଜିଲ୍ଲାପାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଜିଲ୍ଲାର ସମଗ୍ର ଉନ୍ନତି ପାଇଁ ଏହି ପ୍ରକଳ୍ପଗୁଡ଼ିକୁ ସମୟମଧ୍ୟରେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

More news from ଓଡ଼ିଶା and nearby areas
  • *ଆକର୍ଷଣ ଡିଜାଇନର ସହ ଖୋଲିଲା ନୂତନ ଗହଣା ଶୋରୁମ* ବାଲିଆପାଳ ସିମୁଳିଆ ବଜାର ଜଗନ୍ନାଥ ମନ୍ଦିର ରାସ୍ତାରେ ଖୋଲିଲା ନ୍ୟୁୟୁ କମଳା ସୁନା ଦୋକାନ । ସମସ୍ତ,ସୁନା,ରୂପା,ଓ ହୀରା ଅଳଙ୍କାର ଉପରେ ୩ହଜାର ଟଙ୍କା ରିହାତି ସହିତ ଲୋକିଡ୍ର। ପ୍ରଥମ ବିଜେତା ବାଜାଜ ଚେତକ ସ୍କୁଟି ।
    1
    *ଆକର୍ଷଣ ଡିଜାଇନର ସହ ଖୋଲିଲା ନୂତନ ଗହଣା ଶୋରୁମ*
ବାଲିଆପାଳ ସିମୁଳିଆ ବଜାର ଜଗନ୍ନାଥ ମନ୍ଦିର ରାସ୍ତାରେ ଖୋଲିଲା ନ୍ୟୁୟୁ କମଳା ସୁନା ଦୋକାନ ।
ସମସ୍ତ,ସୁନା,ରୂପା,ଓ ହୀରା ଅଳଙ୍କାର ଉପରେ 
୩ହଜାର ଟଙ୍କା ରିହାତି ସହିତ ଲୋକିଡ୍ର। ପ୍ରଥମ ବିଜେତା ବାଜାଜ ଚେତକ ସ୍କୁଟି ।
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    20 hrs ago
  • ଭଦ୍ରକଜିଲ୍ଲା ସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ।ଗତ ତା ୬/୦୩/୨୬ ରିଖ ଶୁକ୍ରବାର ଦିନ ସ୍ଥାନୀୟ ପିଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟ ପରିସର ରେ ଭଦ୍ରକ ଜିଲ୍ଲାସ୍ତରୀୟ ପ୍ରେରଣା ଉତ୍ସବ ବେଶ୍ ଆଡମ୍ବର ସହକାରେ ପାଳନ କରା ଯାଇଥିଲା। ଜିଲ୍ଲା ରୁ ୧୮ଟି ବିଦ୍ୟାଳୟ ରୁ ୩୯ଜଣ ପ୍ରତିଯୋଗୀ ଅଂଶ୍ରହଣ କରିଥିଲେ ଏବଂ ସେଥି ମଧ୍ୟରୁ ୩୦ ଜଣ    ପରବର୍ତ୍ତୀ ସମୟ ରେ ଆଗାମୀ ସାକ୍ଷାତକାର ପାଇଁ ନିର୍ବାଚିତ ହୋଇଥିଲେ।
    1
    ଭଦ୍ରକଜିଲ୍ଲା ସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ।ଗତ ତା ୬/୦୩/୨୬ ରିଖ ଶୁକ୍ରବାର ଦିନ ସ୍ଥାନୀୟ ପିଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟ ପରିସର ରେ ଭଦ୍ରକ ଜିଲ୍ଲାସ୍ତରୀୟ ପ୍ରେରଣା ଉତ୍ସବ ବେଶ୍ ଆଡମ୍ବର ସହକାରେ ପାଳନ କରା ଯାଇଥିଲା। ଜିଲ୍ଲା ରୁ ୧୮ଟି ବିଦ୍ୟାଳୟ ରୁ ୩୯ଜଣ ପ୍ରତିଯୋଗୀ ଅଂଶ୍ରହଣ କରିଥିଲେ ଏବଂ ସେଥି ମଧ୍ୟରୁ ୩୦ ଜଣ    ପରବର୍ତ୍ତୀ ସମୟ ରେ ଆଗାମୀ ସାକ୍ଷାତକାର ପାଇଁ ନିର୍ବାଚିତ ହୋଇଥିଲେ।
    user_Kaizan mohanta
    Kaizan mohanta
    ସାମ୍ବାଦିକ ନାଇକାନିଡିହି, ଭଦ୍ରକ, ଓଡ଼ିଶା•
    22 hrs ago
  • ଭଦ୍ରକ ଇସ୍କନ ପକ୍ଷରୁ କୁଆଁସ ଠାରେ ଏକ ଭବ୍ୟ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ | ଆସନ୍ତା ମାର୍ଚ୍ଚ ୧୮ ରୁ ୨୦ ତାରିଖି ଯାଏ ୩ ଦିନ ଧରି ଉତ୍ସବ ପାଳନ ହେବ |
    1
    ଭଦ୍ରକ ଇସ୍କନ ପକ୍ଷରୁ କୁଆଁସ ଠାରେ ଏକ ଭବ୍ୟ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ | ଆସନ୍ତା ମାର୍ଚ୍ଚ ୧୮ ରୁ ୨୦ ତାରିଖି ଯାଏ ୩ ଦିନ ଧରି ଉତ୍ସବ ପାଳନ ହେବ |
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    4 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    1 hr ago
  • ପାଣିକୋଇଲି ଲଷ୍ମୀବିହାର ପଥରପଦାଠାରେ ମା ମହାଲଷ୍ମୀଙ୍କ ମନ୍ଦିର ମୁଣ୍ଡି ମରା କାର୍ଯ୍ୟ ହୋଇଯାଇଛି
    1
    ପାଣିକୋଇଲି ଲଷ୍ମୀବିହାର ପଥରପଦାଠାରେ ମା ମହାଲଷ୍ମୀଙ୍କ ମନ୍ଦିର ମୁଣ୍ଡି ମରା କାର୍ଯ୍ୟ ହୋଇଯାଇଛି
    user_ଯାଜପୁର ବୁଲେଟିନ
    ଯାଜପୁର ବୁଲେଟିନ
    Photographer କୋରାଇ, ଯାଜପୁର, ଓଡ଼ିଶା•
    17 hrs ago
  • ସୁବର୍ଣ୍ଣରେଖା କୂଳରେ ମାଫିଆ-ପ୍ରଶାସନର ଚୋରା ଗଠବନ୍ଧନ ବାଲିଆପାଳ ତହସିଲ ରସଲପୁର ଓ ପନ୍ତାଇ ଘାଟ ରେ ଚାଲିଛି ବାଲି ମାଫିଆଙ୍କ ମହାଲୁଟ୍
    1
    ସୁବର୍ଣ୍ଣରେଖା କୂଳରେ ମାଫିଆ-ପ୍ରଶାସନର ଚୋରା ଗଠବନ୍ଧନ
ବାଲିଆପାଳ ତହସିଲ ରସଲପୁର ଓ ପନ୍ତାଇ ଘାଟ ରେ ଚାଲିଛି ବାଲି ମାଫିଆଙ୍କ ମହାଲୁଟ୍
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    20 hrs ago
  • ଭଦ୍ରକ ଜିଲ୍ଲା ଟେନିସ ବଲ୍ କ୍ରିକେଟ ସଂଘ ଆନୁକୂଲ୍ୟରେ ,ରାଜ୍ୟ ଟେନିସ ବଲ ସଂଘ ଅନୁମୋଦିତ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଗତ ୭ ମାର୍ଚ୍ଚରେ ଆରମ୍ଭ ହୋଇ ୮ ମାର୍ଚ୍ଚରେ ସମାପ୍ତ ହୋଇଛି। ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ଟେନିସ ବଲ ସଂଘର ସଂପାଦକ ସିଥିଲ୍ କୁମାର ପଣ୍ଡା , ସହ ସଂପାଦକ ସୋମନାଥ ପରିଡା , ଭଦ୍ରକ ଜିଲ୍ଲା ଟେନିସ ବଲ ସଂଘର ଉପସଭାପତି ଗୌରହରି ମଣ୍ଡଳ , ସହିଦ୍ ଖାନ୍ , ଅସିତ ଦାସ ,ଶୁଭଲକ୍ଷ୍ମୀ ରାଉତ ଅଂଶୁମାନ ମହାନ୍ତି ,ଅମ୍ପାୟାର ରଜନୀ କାନ୍ତ ବିହାରୀ,ରଞ୍ଜନ କୁମାର ନାୟକ, ମନୋଜ ପେରେଇ , ବିଜୟ ନାୟକ ଓ ମନୋଜ କୁମାର ସାହୁ ପ୍ରମୁଖ ଦେଉଥିବା ବେଳେ , ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୁପେ ଜିଲ୍ଲା କ୍ରିଡା ଅଧିକାରୀ ତଥା ଓ ଏସ ଡି.ରମେଶ କୁମାର ମହାନ୍ତି ,ସ୍ଵତନ୍ତ୍ର ଅତିଥି ରୂପେ ୨(o) ନାଭାଲ ୟୁନିଟ୍ ଏନ୍ ସି ସି ର କମାଣ୍ଡିଙ୍ଗ ଅଫିସର ସୁଦିପ୍ କୁମାର ସାହୁ , ବେଷ୍ଟ ବୈଷୟିକ ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର କୁମାର ଯେନା, ପୂର୍ବତନ ଆପିଇ ଅରବିନ୍ଦ ବସନ୍ତ ରାଏ ,ସମାଜସେବୀକା ମଧୁସ୍ମିତା ମହାପାତ୍ର ,ରାଜ୍ୟ ସଂପାଦକ ରାଜ୍ୟ ସହ ସଂପାଦକ ,ଭଦ୍ରକ ଜିଲ୍ଲା ଉପସଭାପତି ଓ କାଯ୍ୟକାରୀ ସଭାପତି ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏହି ରାଜ୍ୟ ସ୍ତରୀୟ ଖେଳରେ ମୋଟ ୮ଗୋଟି ଜିଲ୍ଲା ଭାଗ ନେଇଥିଲେ । ତନ ମଧ୍ୟରୁ ଭଦ୍ରକ ଜିଲ୍ଲା ଓ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟରେ ଫାଇନାଲ୍ ଖେଳ ଅନୁଷ୍ଠିତ ହୋଇଥିଲା l ଶେଷରେ ଭଦ୍ରକ ଜିଲ୍ଲା ଏହି ରାଜ୍ୟ ସ୍ତରୀୟ ମହିଳା ଅସ୍ମିତା ଟେନିସ ବଲ କ୍ରିକେଟ ଲିଗ୍ ୨୦୨୫- ୨୦୨୬ ର ଚମ୍ପିଆନ୍ ଆଖ୍ୟ ଅର୍ଜନ କରିଥିଲା ଏହି ପ୍ରତିଯୋଗିତାରେ ବିଭିନ୍ନ ଆକର୍ଷଣୀୟ ପୁରସ୍କାର ରହିଥିଲା ତଥା ସର୍ବଶ୍ରେଷ୍ଠ ଫିଲ୍ଡର୍ ,ସର୍ବଶ୍ରେଷ୍ଠ କ୍ୟାଚ୍ , ସର୍ବଶ୍ରେଷ୍ଠ ବୋଲର୍,ସର୍ବଶ୍ରେଷ୍ଠ ବେଟର୍, ପ୍ଲେୟାର ଅଫ୍ ଦି ସିରିଜ୍ , ତୃତୀୟ ଦଳ ଭାବରେ କନ୍ଧମାଳ ଜିଲ୍ଲା ଟ୍ରଫି ଗ୍ରହଣ କରିଥିଲା l
    1
    ଭଦ୍ରକ ଜିଲ୍ଲା ଟେନିସ ବଲ୍ କ୍ରିକେଟ ସଂଘ ଆନୁକୂଲ୍ୟରେ ,ରାଜ୍ୟ ଟେନିସ ବଲ ସଂଘ ଅନୁମୋଦିତ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଗତ  ୭ ମାର୍ଚ୍ଚରେ ଆରମ୍ଭ ହୋଇ ୮ ମାର୍ଚ୍ଚରେ ସମାପ୍ତ ହୋଇଛି। ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ଟେନିସ ବଲ ସଂଘର ସଂପାଦକ ସିଥିଲ୍ କୁମାର ପଣ୍ଡା , ସହ ସଂପାଦକ ସୋମନାଥ ପରିଡା , ଭଦ୍ରକ ଜିଲ୍ଲା ଟେନିସ ବଲ ସଂଘର ଉପସଭାପତି ଗୌରହରି ମଣ୍ଡଳ , ସହିଦ୍ ଖାନ୍ , ଅସିତ ଦାସ ,ଶୁଭଲକ୍ଷ୍ମୀ ରାଉତ ଅଂଶୁମାନ ମହାନ୍ତି ,ଅମ୍ପାୟାର ରଜନୀ କାନ୍ତ ବିହାରୀ,ରଞ୍ଜନ କୁମାର ନାୟକ, ମନୋଜ ପେରେଇ , ବିଜୟ  ନାୟକ ଓ ମନୋଜ କୁମାର ସାହୁ ପ୍ରମୁଖ ଦେଉଥିବା ବେଳେ , ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୁପେ ଜିଲ୍ଲା କ୍ରିଡା ଅଧିକାରୀ ତଥା ଓ ଏସ ଡି.ରମେଶ କୁମାର ମହାନ୍ତି ,ସ୍ଵତନ୍ତ୍ର ଅତିଥି ରୂପେ ୨(o) ନାଭାଲ ୟୁନିଟ୍ ଏନ୍ ସି ସି ର କମାଣ୍ଡିଙ୍ଗ ଅଫିସର ସୁଦିପ୍ କୁମାର ସାହୁ , ବେଷ୍ଟ ବୈଷୟିକ ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର କୁମାର ଯେନା, ପୂର୍ବତନ ଆପିଇ ଅରବିନ୍ଦ ବସନ୍ତ ରାଏ ,ସମାଜସେବୀକା ମଧୁସ୍ମିତା ମହାପାତ୍ର ,ରାଜ୍ୟ ସଂପାଦକ ରାଜ୍ୟ ସହ ସଂପାଦକ ,ଭଦ୍ରକ ଜିଲ୍ଲା ଉପସଭାପତି ଓ କାଯ୍ୟକାରୀ ସଭାପତି  ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏହି ରାଜ୍ୟ ସ୍ତରୀୟ ଖେଳରେ ମୋଟ ୮ଗୋଟି ଜିଲ୍ଲା ଭାଗ ନେଇଥିଲେ । ତନ ମଧ୍ୟରୁ ଭଦ୍ରକ ଜିଲ୍ଲା ଓ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟରେ ଫାଇନାଲ୍ ଖେଳ ଅନୁଷ୍ଠିତ ହୋଇଥିଲା l ଶେଷରେ ଭଦ୍ରକ ଜିଲ୍ଲା ଏହି ରାଜ୍ୟ ସ୍ତରୀୟ ମହିଳା ଅସ୍ମିତା ଟେନିସ ବଲ କ୍ରିକେଟ ଲିଗ୍ ୨୦୨୫- ୨୦୨୬  ର ଚମ୍ପିଆନ୍ ଆଖ୍ୟ ଅର୍ଜନ କରିଥିଲା ଏହି ପ୍ରତିଯୋଗିତାରେ ବିଭିନ୍ନ ଆକର୍ଷଣୀୟ ପୁରସ୍କାର ରହିଥିଲା ତଥା ସର୍ବଶ୍ରେଷ୍ଠ ଫିଲ୍ଡର୍ ,ସର୍ବଶ୍ରେଷ୍ଠ କ୍ୟାଚ୍ , ସର୍ବଶ୍ରେଷ୍ଠ ବୋଲର୍,ସର୍ବଶ୍ରେଷ୍ଠ ବେଟର୍, ପ୍ଲେୟାର ଅଫ୍ ଦି ସିରିଜ୍ , ତୃତୀୟ ଦଳ ଭାବରେ କନ୍ଧମାଳ ଜିଲ୍ଲା ଟ୍ରଫି ଗ୍ରହଣ କରିଥିଲା l
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    20 hrs ago
  • #ଗୋ_ହତ୍ୟା_ଆଇନ_ପାରିତ_ଦାବି ଗୋ-ହତ୍ୟା ଆଇନକୁ ଚଳିତ ବଜେଟ ଅଧିବେଶନରେ ପାରିତ କରିବାକୁ ଦାବି ରଖିଛି ଓଡ଼ିିଶା ଗୋପୁତ୍ର ପରିବାର । ସଂଘ ତରଫରୁ ଆସନ୍ତା ୧୦ ତାରିଖରେ ବିଶାଳ ଶୋଭାଯାତ୍ରା କରାଯିବ। ଆନ୍ଦୋଳନରେ ଗୋପୁତ୍ର ପରିବାରର ସମସ୍ତ ସଦସ୍ୟ ସାମିଲ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି
    1
    #ଗୋ_ହତ୍ୟା_ଆଇନ_ପାରିତ_ଦାବି
ଗୋ-ହତ୍ୟା ଆଇନକୁ ଚଳିତ ବଜେଟ ଅଧିବେଶନରେ ପାରିତ କରିବାକୁ ଦାବି ରଖିଛି ଓଡ଼ିିଶା ଗୋପୁତ୍ର ପରିବାର । ସଂଘ ତରଫରୁ ଆସନ୍ତା ୧୦ ତାରିଖରେ ବିଶାଳ ଶୋଭାଯାତ୍ରା କରାଯିବ। ଆନ୍ଦୋଳନରେ ଗୋପୁତ୍ର ପରିବାରର ସମସ୍ତ ସଦସ୍ୟ ସାମିଲ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.