Shuru
Apke Nagar Ki App…
ସୁକିନ୍ଦା-ଡୁବୁରୀ ରାସ୍ତାରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଖଣିଜ ବୋଝେଇ ଟ୍ରକଟି ରାସ୍ତା କଡ଼କୁ ମାଡ଼ି ଯାଇଥିବା ବେଳେ ଏହାର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରତିଦିନ ଏହି ରାସ୍ତାରେ ଭାରୀ ଖଣିଜ ବୋଝେଇ ଟ୍ରକ ଚଳାଚଳ କରୁଥିବାରୁ ଦୁର୍ଘଟଣାର ଆଶଙ୍କା ସବୁବେଳେ ରହିଆସିଛି। ତେଣୁ, ଏହି ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ଚାଳକ ଏବଂ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରାଯାଇଛି।
KALIAPANI UPDATE
ସୁକିନ୍ଦା-ଡୁବୁରୀ ରାସ୍ତାରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଖଣିଜ ବୋଝେଇ ଟ୍ରକଟି ରାସ୍ତା କଡ଼କୁ ମାଡ଼ି ଯାଇଥିବା ବେଳେ ଏହାର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରତିଦିନ ଏହି ରାସ୍ତାରେ ଭାରୀ ଖଣିଜ ବୋଝେଇ ଟ୍ରକ ଚଳାଚଳ କରୁଥିବାରୁ ଦୁର୍ଘଟଣାର ଆଶଙ୍କା ସବୁବେଳେ ରହିଆସିଛି। ତେଣୁ, ଏହି ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ଚାଳକ ଏବଂ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରାଯାଇଛି।
More news from Odisha and nearby areas
- ଢେଙ୍କାନାଳ ସହରର ୯ ନମ୍ବର ୱାର୍ଡ ଅନ୍ତର୍ଗତ କୁଟୁଣିଆ ସାହିରେ ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ସରକାରୀ ଜମିକୁ ମୁକ୍ତ କରିବା ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଶାସନ ପହଞ୍ଚିଥିଲା। ଢେଙ୍କାନାଳ ସହରର ଏହି ୯ ନମ୍ବର ୱାର୍ଡର କୁଟୁଣିଆ ସାହିରେ ବହୁ ବର୍ଷ ଧରି ସରକାରୀ ଜମି ଜବରଦଖଲ ହୋଇ ରହିଥିବା ଅଭିଯୋଗ ରହିଛି। ଜବରଦଖଲ ହୋଇଥିବା ଜମିକୁ ମୁକ୍ତ କରିବା ପାଇଁ ପ୍ରଶାସନ, ପୌରପାଳିକା ଏବଂ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ବସ୍ତିବାସିନ୍ଦାଙ୍କ ତୀବ୍ର ବିରୋଧ ଯୋଗୁଁ ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା। ବସ୍ତିବାସିନ୍ଦାମାନେ ଜେସିବି ଆଗରେ ବସି ବିରୋଧ ପ୍ରଦର୍ଶନ କରିଥିଲେ। ଏହି ପ୍ରବଳ ବିରୋଧ ଯୋଗୁଁ ଉଚ୍ଛେଦ ପ୍ରକ୍ରିୟା ଆଗକୁ ବଢ଼ିପାରିନଥିଲା ଏବଂ ପ୍ରଶାସନକୁ ଶେଷରେ ଖାଲି ହାତରେ ଫେରିବାକୁ ପଡ଼ିଥିଲା।1
- ୨୦୨୬ ମସିହାର ଅନ୍ତର୍ଜାତୀୟ ଯୋଗ ଦିବସ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟା ମନ୍ଦିରରେ ପାଳନ କରାଯିବ।1
- ଅନୁଗୁଳ ଜିଲ୍ଲାର ତାଳଚେର ଏକ ଶିଳ୍ପ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ସାଧାରଣ ଲୋକଙ୍କ ସମସ୍ୟା ଲାଗି ରହିଛି। ଅଧିବାସୀମାନେ ବିଭିନ୍ନ ସମୟରେ ସ୍ଥାନୀୟ ତଥା ଜିଲ୍ଲା ପ୍ରଶାସନକୁ ବିଭିନ୍ନ ଦାବୀ ଓ ସମସ୍ୟା ନେଇ ଲିଖିତ ଅଭିଯୋଗ କରିଆସୁଛନ୍ତି। ତେବେ, ସାଧାରଣ ଲୋକଙ୍କ ଅଭିଯୋଗକୁ ଜିଲ୍ଲା ପ୍ରଶାସନ ନିକଟରେ ଜଣାଇଲେ ମଧ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟର କୌଣସି ବିଭାଗ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଶୁଣୁ ନଥିବା, ପଦକ୍ଷେପ ନେଉ ନଥିବା କିମ୍ବା ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହୋଇଛି। ଏଠାରେ ଅଭିଯୋଗ ଅନେକ କିନ୍ତୁ ଫଳାଫଳ ଶୂନ ବୋଲି କୁହାଯାଇଛି। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜକିଶୋର ସାହୁଙ୍କ ଦ୍ୱାରା ଦୀର୍ଘ ୨ ବର୍ଷ ହେବ ବିଭିନ୍ନ ସମୟରେ ଦାବୀ ଓ ଅଭିଯୋଗ ଜଣାଇବା ସତ୍ତ୍ୱେ କୌଣସି ସରକାରୀ କାର୍ଯ୍ୟାଳୟ ପଦକ୍ଷେପ ନେଇନାହିଁ। ଏହି ପ୍ରସଙ୍ଗରେ ଆଜି ତାଳଚେରରେ ଆୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପୁନର୍ବାର ୫ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି। ଏହି ୫ ଦଫା ଦାବୀଗୁଡ଼ିକ ମଧ୍ୟରେ ତାଳଚେର ଶିଳ୍ପାଞ୍ଚଳରେ ଶ୍ରମିକମାନଙ୍କର ପୋଲିସ୍ ଭେରିଫିକେସନ୍ ପ୍ରମାଣପତ୍ର ଯାଞ୍ଚ ପାଇଁ ବାରମ୍ବାର ଦାବୀ ହୋଇଥିଲେ ମଧ୍ୟ ପୋଲିସ୍ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପବିତ୍ର ମୋହନ ମେଡିକାଲଠାରୁ ବଲଣ୍ଡା ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରୁ କୋଇଲା ଗୁଣ୍ଡ ଉଠାଇ ଛାଡୁ କରିବା ସହ ପାଣି ସିଞ୍ଚନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏମ୍.ସି.ଏଲ୍. ଜଗନ୍ନାଥ ଏରିଆକୁ ଚିଠି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ। ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ଜଣାଇବା ସତ୍ତ୍ୱେ ଏହାକୁ ଗୁରୁତ୍ୱ ଦିଆଯାଇ ନାହିଁ। ଏମ୍.ସି.ଏଲ୍. ପକ୍ଷରୁ ଏପ୍ରିଲ ୧ରୁ ପାଣି ଦେବା ପାଇଁ ଚିଠି ହୋଇଥିଲେ ମଧ୍ୟ ଜୁନ୍ ୧୨ରୁ କାର୍ଯ୍ୟାଦେଶ ଦିଆଯାଇଛି। ଘଣ୍ଟପଡ଼ା ପଞ୍ଚାୟତର ପବିତ୍ର ମୋହନ ମେଡିକାଲ ଯିବା ରାସ୍ତାରେ (ଅନନ୍ତ ମାର୍କେଟ୍) ଓଭରବ୍ରିଜ୍ ନିର୍ମାଣ ପାଇଁ ଚିଠି ଦିଆଯାଇଥିଲେ ମଧ୍ୟ ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଟି.ଏଫ୍.ଏଲ୍. ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଶେଷରେ, ତାଳଚେରରୁ ହିଙ୍ଗୁଳା ପର୍ଯ୍ୟନ୍ତ ରାସ୍ତାରେ ଥିବା କଂସେଇ ଖାନା (ମାଂସ ଦୋକାନ) ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଗତ ୨୦୨୫ରୁ ଜଣାଇବା ପରେ ମଧ୍ୟ ତହସିଲଦାର ଏହାକୁ ଗୁରୁତ୍ୱ ଦେଇ ନାହାନ୍ତି। ଶ୍ରୀ ସାହୁ ଏହି ସମସ୍ତ ଦାବୀକୁ ଗୁରୁତର ସହ ବିଚାର କରି ସମାଧାନ କରିବାକୁ ଅନୁରୋଧ କରିଛନ୍ତି।1
- ଉଡ଼ଳାର କେଉଁ ସ୍ଥାନ ବିଷୟରେ ପ୍ରଶ୍ନ ପଚରାଯାଇଛି।1
- ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ ଅନ୍ତର୍ଗତ ବଡତ୍ରୀବିଡା ପଞ୍ଚାୟତର ବଡତ୍ରୀବିଡା ଗ୍ରାମରେ ରାସନ୍ ଡିଲର ଭାବେ ମନୋନୀତ ସଞ୍ଜୟ ପ୍ରଧାନଙ୍କ ମନମାନୀ ଯୋଗୁଁ ହିତାଧିକାରୀମାନେ ସରକାର ଦେଉଥିବା ଚାଉଳ ସଠିକ ସମୟରେ ପାଇପାରୁ ନାହାନ୍ତି। ସେହି ଗ୍ରାମର ହିତାଧିକାରୀ ଗୋବିନ୍ଦ ଗୋଛୟତ ଗତ ତିନି ମାସ ହେବ ରାସନ୍ ଚାଉଳ ପାଇବାରୁ ବଞ୍ଚିତ ହୋଇ ବାରମ୍ବାର ନିରାଶ ହେଉଛନ୍ତି। ହିତାଧିକାରୀମାନେ ପଚାରିଲେ ଡିଲର ତାଙ୍କୁ ପନ୍ଦର ଦିନ ପରେ ଆସିବାକୁ କହୁଛନ୍ତି, ଯାହାକି ତାଙ୍କ ମନମାନୀର ପ୍ରମାଣ। ଏଭଳି ବ୍ୟକ୍ତିତ୍ବଙ୍କୁ ଯଦି ସରକାରଙ୍କ ରାସନ୍ ଚାଉଳ ବଣ୍ଟନ ପାଇଁ ମନୋନୀତ କରାଯାଏ, ତେବେ ସାଧାରଣ ଗରୀବ ଲୋକଟି କିପରି ଦୁଇମୁଠା ସରକାରୀ ଦାନା ପାଇବ, ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।2
- ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବୈଠକ ଶେଷ ହୋଇଛି। ଏହି ବୈଠକରେ ଓଡିଶା ସରକାରଙ୍କ ତରଫରୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି ଯେ ଏଲ ନିନୋ ପ୍ରଭାବରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇପାରେ। ଏହା ସହିତ, ୱେଷ୍ଟ ଏସିଆରେ ଦେଖାଦେଇଥିବା ସଙ୍କଟ ଯୋଗୁଁ ରାଜ୍ୟରେ ସାରର ଅଭାବ ହେବାର ମଧ୍ୟ ଆଶଙ୍କା ରହିଛି।1
- ଢେଙ୍କାନାଳର ଦୀନବନ୍ଧୁପୁର ଗ୍ରାମବାସୀ ପ୍ରାୟ ଗୋଟିଏ ବର୍ଷ ହେବ ବିଜୁଳି ସମସ୍ୟା ଯୋଗୁଁ ଅନ୍ଧାରରେ ରହିଛନ୍ତି। ପ୍ରତିଦିନ ରାତି ୭ଟାରୁ ବିଜୁଳି କଟିଯାଉଥିବା ବେଳେ ପରଦିନ ସକାଳ ୯ଟାରେ ଆସୁଛି। ଏହି ସମସ୍ୟା ନେଇ ଗ୍ରାମବାସୀ ସ୍ଥାନୀୟ ବିଧାୟିକା ସୀମାରାଣୀ ନାଏକଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ପ୍ରଶାସନ କିମ୍ବା ବିଧାୟିକା କେହି ସେମାନଙ୍କ କଥା ନ ଶୁଣିବାରୁ ବାଧ୍ୟ ହୋଇ ଗ୍ରାମବାସୀ ବର୍ତ୍ତମାନ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି।4
- ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ପୂର୍ବକୋଟ ଅଞ୍ଚଳରେ ଦୁଇଜଣ ଦୁର୍ବୃତ୍ତ ଧଡ଼ ଧଡ଼ କରି ଗୁଳି ଚଳାଇଛନ୍ତି। ଏହି ପୂରା ଘଟଣାଟି CCTV କ୍ୟାମେରାରେ କଏଦ ହୋଇଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଯାଜପୁର ପୋଲିସ ଏହି ଗୁଳି ଚଳାଇଥିବା ଦୁର୍ବୃତ୍ତମାନଙ୍କୁ କେବେ ଧରିବାରେ ସଫଳ ହେବ।1