ହୃଦଘାତରେ କରଞ୍ଜିଆର ବରିଷ୍ଠ ସାମ୍ବାଦିକ ସରୋଜ କୁମାର ବେହେରାଙ୍କ ପରଲୋକ, କଳିଙ୍ଗ ଟିଭିର କରଞ୍ଜିଆ ପ୍ରତିନିଧି ଓ ପ୍ରେସ କ୍ଲବର ପ୍ରତିଷ୍ଠାତା ସଦସ୍ୟଙ୍କ ବିୟୋଗରେ ଶୋକର ଛାୟା କରଞ୍ଜିଆ, ୩୧/୭,(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ପ୍ରେସ କ୍ଲବର ପ୍ରତିଷ୍ଠାତା ସଦସ୍ୟ ତଥା କଳିଙ୍ଗ ଟିଭିର କରଞ୍ଜିଆ ପ୍ରତିନିଧି ବରିଷ୍ଠ ସାମ୍ବାଦିକ ସରୋଜ କୁମାର ବେହେରାଙ୍କର ଶୁକ୍ରବାର ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା। ସକାଳ ପର୍ଯ୍ୟନ୍ତ ସେ ସୁସ୍ଥ ଥିବାବେଳେ ଦିନ ପ୍ରାୟ ୧ଟା ସମୟରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଶୁକ୍ରୁଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ତେବେ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ଅପରାହ୍ନ ପ୍ରାୟ ୧ଟା ୩୦ ମିନିଟ୍ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗ ଖବର ପ୍ରଚାର ହେବା ପରେ ଶୁକ୍ରୁଳି ସ୍ଥିତ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ ଏବଂ ଶୁଭେଚ୍ଛୁମାନେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ, କରଞ୍ଜିଆ ପ୍ରେସ କ୍ଲବର ସମ୍ପାଦକ କର୍ଣ୍ଣାଜୁନ ସାହା, ଭାଗବତ ଚନ୍ଦ୍ର ଦାସ, ତନ୍ମୟ କୁମାର ଦାସ, ସତ୍ୟବ୍ରତ ବେହେରା, ବିନ୍ଦୁସାର ଦାସ,ଉମାଶଙ୍କର ଦାସ, ସୁରଜ ସିଂ, ବିଜୟ ଗିରି, ଅଭିଷେକ ପାଣିଗ୍ରାହୀ, ତପୁ ଦାସ ଅଧିକାରୀ ଓ ଲଲାଟେନ୍ଦୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ପରିବାର, ବନ୍ଧୁ, ସହକର୍ମୀ ଓ ସାମ୍ବାଦିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ମୃତ୍ୟୁବେଳେ ତାଙ୍କ ନିକଟରେ ବାପା, ମା', ଭାଇ, ଭଉଣୀ ଓ ପତ୍ନୀ ଉପସ୍ଥିତ ଥିଲେ। ଶ୍ରୀ ବେହେରା ପ୍ରଥମେ ଓଟିଭିରେ ସାମ୍ବାଦିକ ଭାବେ କାର୍ଯ୍ୟ କରି ପରବର୍ତ୍ତୀ ସମୟରେ କଳିଙ୍ଗ ଟିଭିର କରଞ୍ଜିଆ ପ୍ରତିନିଧି ଭାବେ ଦାୟିତ୍ୱ ତୁଲାଇଥିଲେ। ସେ କରଞ୍ଜିଆ ପ୍ରେସ କ୍ଲବର ପ୍ରତିଷ୍ଠାତା ସଦସ୍ୟ ହେବା ସହ ଖିଚିଂ ମହୋତ୍ସବ ଓ କରଞ୍ଜିଆ ମହୋତ୍ସବର ମଧ୍ୟ ପ୍ରତିଷ୍ଠାତା ସଦସ୍ୟ ଥିଲେ। ସେ ଉତ୍କଳ ସାମ୍ବାଦିକ ସଂଘର ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ତାଙ୍କ ବିୟୋଗରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ସମ୍ପାଦକ ବେଣୁଧର ପଣ୍ଡା, ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ସଭାପତି ରତିକାନ୍ତ ପରୀକ୍ଷାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ପରେ ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

- ବନ୍ୟା ପରିସ୍ଥିତି ପରିଚାଳନା ସମ୍ପର୍କିତ ସୂଚନାଦେଲେ ଜିଲ୍ଲାପାଳ! ସ୍ଥିତି ସମ୍ପୂର୍ଣ ନିୟନ୍ତ୍ରାଧୀନ,ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ କେନ୍ଦୁଝର,୩୧(ଦୁର୍ଯ୍ୟୋଧନ ପାତ୍ର):କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ଆଜି ମିନି କନଫରେନ୍ସ ହଲ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବର୍ତ୍ତମାନର ସ୍ଥିତି, ରିଲିଫ୍ କାର୍ଯ୍ୟ ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଜିଲ୍ଲାପାଳ ଶ୍ରୀ ସିଂହ ସୂଚନା ଦେଇଛନ୍ତି ଯେ ଚମ୍ପୁଆ, ସ୍ୱାମପାଟଣା ଏବଂ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି।ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଆନନ୍ଦପୁରଠାରେ ଜଳସ୍ତର ୩୫.୩୫ ମିଟର ରହିଥିଲା, ଯାହା ବିପଦ ସଙ୍କେତ (୩୮.୩୬ ମିଟର)ଠାରୁ ଯଥେଷ୍ଟ ତଳେ ରହିଛି। ସେହିପରି ଚମ୍ପୁଆ ଏବଂ ସ୍ୱାମପାଟଣାଠାରେ ମଧ୍ୟ ନଦୀର ଜଳସ୍ତର ନିଜ ନିଜର ବିପଦ ସଙ୍କେତ ଠାରୁ ତଳେ ରହିଛି ଏବଂ କ୍ରମାଗତ ଭାବେ ହ୍ରାସ ପାଉଛି। କାନପୁର ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ଯେ, ବର୍ତ୍ତମାନ କଫର ଡ୍ୟାମ୍ ଉପରେ ପାଣି ପ୍ରବାହିତ ହେଉଛି ଏବଂ ସର୍ବାଧିକ ସୁରକ୍ଷିତ ସ୍ତର ୪୪୦.୦୦ ମିଟର ତୁଳନାରେ ଜଳଭଣ୍ଡାରର ଜଳସ୍ତର ୪୩୦.୪୦ ମିଟର ରେକର୍ଡ କରାଯାଇଛି।ଏହି ପ୍ରକଳ୍ପକୁ ପ୍ରତି ସେକେଣ୍ଡରେ ୪୦.୧୬୨ କ୍ୟୁମେକ (ଘନ ମିଟର) ଜଳ ପ୍ରବେଶ କରୁଥିବା ବେଳେ ୫୮୭.୯७୮ କ୍ୟୁମେକ ଜଳ ନିଷ୍କାସିତ ହେଉଛି। ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ଜଳ ନିଷ୍କାସନ ଯୋଗୁଁ କୌଣସି ଗ୍ରାମ ପ୍ରଭାବିତ ହେବାର ଆଶଙ୍କା ନାହିଁ ଏବଂ ପ୍ରଶାସନ ପକ୍ଷରୁ ନିମ୍ନମୁଖୀ ବ୍ଲକ ଯଥା ଯୋଡ଼ା,ଚମ୍ପୁଆ,ଝୁମ୍ପୁରା,ସଦର ଏବଂ ପାଟଣାର ସ୍ଥିତି ଉପରେ କ୍ରମାଗତ ଭାବେ ନଜର ରଖାଯାଇଛି। ଜିଲ୍ଲାପାଳ ଦର୍ଶାଇଛନ୍ତି ଯେ ବିଗତ କିଛି ଦିନର ପ୍ରବଳ ବର୍ଷା ଯୋଗୁଁ ୧୩ଟି ବ୍ଲକର ୯୪ଟି ଗ୍ରାମ ପଞ୍ଚାୟତ ଏବଂ ୭୨୭ଟି ଗ୍ରାମ ପ୍ରଭାବିତ ହୋଇଛି।ମୋଟ ୪୮ଟି ଗ୍ରାମ ଜଳବନ୍ଦୀ ହୋଇ ରହିଥିଲା,କିନ୍ତୁ ବର୍ତ୍ତମାନ କୌଣସି ଗ୍ରାମ ଜଳବନ୍ଦୀ ହୋଇ ରହିନାହିଁ।ଫସଲ କ୍ଷତିର ଆକଳନ ଅନୁଯାୟୀ ୧୮୭ ହେକ୍ଟର ଧାନ ଜମି ଏବଂ ୭୦ ହେକ୍ଟର ଅଣଧାନ ଚାଷ ଜମି ନଷ୍ଟ ହୋଇଛି।ଜିଲ୍ଲାରେ ୫୨୩ଟି ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି, ଯେଉଁଥିରେ ୫୨୦ଟି ଆଂଶିକ କ୍ଷତିଗ୍ରସ୍ତ ଏବଂ ୩ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଘର ସାମିଲ ଅଛି, ଏହା ବ୍ୟତୀତ ୩୮ଟି ଗୁହାଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ଜନିତ ବିଭିନ୍ନ ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି-ଜଣେ କାନ୍ଥ ଭୁଶୁଡ଼ିବା ଯୋଗୁଁ, ଦୁଇ ଜଣ ପାଣିରେ ବୁଡ଼ିଯିବା ଯୋଗୁଁ ଏବଂ ଜଣେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି-ଏହା ସହିତ ୧୪ଟି ଗୋରୁଗାଈଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ସୂଚନା ମିଳିଛି।ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବାa ୧୮ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇଥିଲା, ଯେଉଁଥିରୁ ବର୍ତ୍ତମାନ ୨ଟି କାର୍ଯ୍ୟକ୍ଷମ ରହିଛି। ଏପର୍ଯ୍ୟନ୍ତ ମୋଟ ୬,୯୧୮ ଜଣ ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ଆଜି ୬୦ ଜଣଙ୍କୁ ଖାଦ୍ୟ ପରଷା ଯାଇଛି।ପ୍ରଶାସନ ପକ୍ଷରୁ ୧,୮୧୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୯୨ ଜଣ ଗର୍ଭବତୀ ମହିଳାଙ୍କୁ 'ମା' ଗୃହ'କୁ ସ୍ଥାନାନ୍ତର କରାଯାଇଛି। ଏହାବ୍ୟତୀତ ୧ଟି ଆଶ୍ରୟସ୍ଥଳୀ, ୧୦ଟି ଗୋପାଳନ ଶିବିର (କ୍ୟାଟଲ କ୍ୟାମ୍ପ),୧୦ଟି ମେଡିକାଲ ଟିମ୍,୨୬ଟି ମୋବାଇଲ୍ ମେଡିକାଲ୍ ୟୁନିଟ୍ ଏବଂ ୧୦ଟି ପ୍ରାଣୀଧନ ଚିକିତ୍ସା ଟିମ୍ ନିୟୋଜିତ କରାଯିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ୫୬୯ଟି ପଲିଥିନ୍ ସିଟ୍ ବଣ୍ଟନ କରାଯାଇଛି।ଜନସାଧାରଣଙ୍କୁ ସତର୍କ ଓ ସଜାଗ ରହିବାକୁ ନିବେଦନ କରି ନାଗରିକମାନେ କେବଳ ଭାରତୀୟ ପାଣିପାଗ ବିଭାଗ (IMD) ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରାଯାଉଥିବା ସଠିକ୍ ସୂଚନା ଉପରେ ଭରସା କରିବାସହ କୌଣସି ଗୁଜବ କିମ୍ବା ସୋସିଆଲ ମିଡିଆର ଅସତ୍ୟ ବାର୍ତ୍ତା ଉପରେ ବିଶ୍ୱାସ ନକରନ୍ତୁ କିମ୍ବା ତାହାକୁ ସେୟାର ନକରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ଯେ। ବଢ଼ି ପାଣି ଥିବା ନଦୀ,ନାଳ,ଡ୍ୟାମ୍ କିମ୍ବା ଅନ୍ୟାନ୍ୟ ଜଳାଶୟ ନିକଟକୁ ନଯିବାକୁ ଏବଂ ବନ୍ୟା ପାଣି ପାଖରେ ସେଲଫି ନେବା କିମ୍ବା କୌଣସି ବିପଜ୍ଜନକ କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି।ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପ୍ରଶାସନକୁ ସୂଚନା ଦେବାକୁ ଏବଂ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଡେପୁଟି କଲେକ୍ଟର (ଜରୁରୀକାଳୀନ) ଅଭିଳାଷ ପୁରୋହିତ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତଥିଲେ।1
- ପୁରଣୀଆରେ ୨୫ ଟିକିଆ ହାତୀପଲଙ୍କ ଉତ୍ପାତ; ମାଡ଼ି ଦଳି ଦେଲେ ଧାନ ଫସଲ, ଭୟରେ ଗ୍ରାମବାସୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ପୁରଣୀଆ ଓ ଏହାର ଆଖପାଖ ଅଞ୍ଚଳରେ ହାତୀପଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ ଦିନ ଧରି ପ୍ରାୟ ୨୫ଟି ହାତୀଙ୍କ ଏକ ପଲ ଏହି ଅଞ୍ଚଳରେ ଅବସ୍ଥାନ କରି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ରାତି ହେଲେ ହାତୀପଲ ଜଙ୍ଗଲରୁ ବାହାରି ଗ୍ରାମ ନିକଟସ୍ଥ ଧାନ ବିଲରେ ପଶି ଫସଲକୁ ନଷ୍ଟ କରିଦେଉଛନ୍ତି। କଷ୍ଟାର୍ଜିତ ଫସଲ ଆଖି ଆଗରେ ନଷ୍ଟ ହେଉଥିବାରୁ ଚାଷୀମାନେ ନାହିଁନଥିବା ଚିନ୍ତାରେ ପଡ଼ିଛନ୍ତି। ଅପରପକ୍ଷରେ, ସନ୍ଧ୍ୟା ନଦେଉଣୁ ହାତୀ ଭୟରେ ଗ୍ରାମବାସୀ ଘରୁ ବାହାରିବାକୁ ଭୟ କରୁଛନ୍ତି। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କୁ ଗଭୀର ଜଙ୍ଗଲକୁ ଘଉଡ଼ାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।1
- ସାନ୍ତରାପୁର ଗ୍ରାମରେ ଜଣେ ଆଦିବାସୀ ମୁଣ୍ଡା ଶ୍ରେଣୀ ର ସ୍ୱାମୀ ସ୍ତ୍ରୀ ଯୋଜନା ରୁ ବାହାରେ ଘଟଗାଁ ବ୍ଲକ ର ଆଦିବାସୀ ବହୁଳ ହେଇଥିଵା ଅଞ୍ଚଳ ରେ ସମରା ମୁଣ୍ଡା 70ବର୍ଷ ଚାଲିଛି କିନ୍ତୁ ମୁଧୁବାବୁ ପେନସନ ରୁ ବଞ୍ଚିତ ଅଛି4
- 🙏🙏🙏କର୍ତ୍ତ୍ୟବ୍ୟ ପରାୟଣ 🙏🙏🙏 ନିଷ୍ଠା ଓ ଭକ୍ତି ସତମାର୍ଗ ର ବ୍ୟକ୍ତି କେବେ ହାରି ନ ଥାଏ 🙏🙏🙏1
- 11:10 ଶରୁ ନ୍ୟୁଜ୍ ଲୋକାଲ୍ ଆପ୍ ବର୍ତ୍ତମାନ | Leena Pradhan ଆପଣଙ୍କ ପ୍ରୋଫାଇଲ ଦେଖୁଛନ୍ତି! ସେମାନଙ୍କ ପ୍ରୋଫାଇଲ ପରିଚିତ କରନ୍ତୁ! କିମ୍ବା ଓଡିଶା ରିପୋ ODISHA RAMCO 4 OR ଓଡ଼ିଶା ରିପୋର୍ଟର ଓଡ଼ିଶା ରିପୋର୍ଟର ନିମ୍ନଲିଖିତ #ଦଶମ_ଛାତ୍ରଙ୍କୁ_ଛୁରି ଭୁସି_ହତ୍ୟା ଜୟପୁର ନିକଟ ବାରିଣୀପୁଟ ପ୍ରକଳ୍ପ ହାଇସ୍କୁଲରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ସ୍କୁଲ ବାହାରକୁ ଡାକି ଛୁରି ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ହେଲେ ମହେଶ ବାଘ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।1
- ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ ଗୋରୁ ବେପାର ବ୍ୟାନ ପରେ ମୁଁ ମଣିଷଙ୍କୁ କିପରି ବେପାର କରନ୍ତି ଦେଖିଲି।ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ1
- ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ଅଗର୍ଦା ଗ୍ରାମାର ଯୁବକ ମୃତ। ମୃତ ଶରୀରକୁ ଫ୍ରେରାଇ ଆଣିବା ପାଇଁ ପରିବାରର ଆକୁଳ ନିବେଦନ।1
- #କୁଆଖାଇକୁ_ଡେଇଁଲେ_ମହିଳା କୁଆଖାଇ ପୋଲ ଉପରେ କୁଆଖାଇକୁ ଡେଇଁଲେ ମହିଳା, ୫ କିଲୋମିଟର ଭିତରେ ପଶି ଖୋଜିଲା ଉଦ୍ଧାରକାରୀ ଦଳ, ହେଲେ .....1