Shuru
Apke Nagar Ki App…
Slug - ଓଡ୍ରାଫ ପକ୍ଷରୁ କଲେଜ ଛାତ୍ରଙ୍କୁ ତାଲିମ ମୋହନା - ଗଜପତି ଜିଲ୍ଲା ମୋହନାରେ ଛତ୍ରପୁର 8th ବାଟାଲିୟନ ଓଡ୍ରାଫ ଟିମ ପକ୍ଷରୁ କଲେଜ ଛାତ୍ର ଙ୍କୁ ବିଭିନ୍ନ ତାଲିମ ପ୍ରଦାନ କରାଯାଉଛି l ଡିଜାଷ୍ଟର ମ୍ୟାନେଜମେଣ୍ଟ ପକ୍ଷରୁ ଏହି ତାଲିମ ପ୍ରଦାନ କରାଯାଉଥିବା ବେଳେ ଏଥିରେ ମୋହନା ଓ ଚାନ୍ଦିପୁଟ କଲେଜର 30 ଜଣ ଛାତ୍ର ତାଲିମ ନେଉଛନ୍ତି l ବିଶେଷ କରି ବନ୍ୟା, ବାତ୍ୟା ସମୟରେ ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ଅଣିଯିବ ସେନେଇ ତାଲିମ ଦିଆଯାଉଛି l ନଦୀରେ ଭାସିଯାଉଥିଲେ କିମ୍ବା ପୋଖରୀ ରେ ବୁଡି ଯାଉଥିବା ଲୋକଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରାଯାଇପାରିବ ସେନେଇ ମଧ୍ୟ ତାଲିମ ପ୍ରଦାନ କରାଯାଉଥିବା କହିଛନ୍ତି ଓଡ୍ରାଫ ଟିମ l ଏହି ତାଲିମ ପାଇବା ପରେ ନିଜ ଗାଁ ଓ ଅଞ୍ଚଳ ର ଲୋକଙ୍କୁ ସହାୟତା କରିପାରିବୁ ବୋଲି କଲେଜ ଛାତ୍ର କହିଛନ୍ତି l ବାଇଟ - ସନ୍ତୋଷ ପଟେଲ, ଓଡ୍ରାଫ ଟିମ ହାବିଲଦାର ବାଇଟ - ମୁନା ବିନ୍ଧାଣି, ଛାତ୍ର
Ansubhai Pandey

More news from ଓଡ଼ିଶା and nearby areas
- Post by Ansubhai Pandey1
- ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା। ଗଣେଶ ପାଣିଗ୍ରାହୀ ରିପୋର୍ଟ1

- ଗଞ୍ଜାମ ଜିଲ୍ଲା ଚୈତ୍ର ପର୍ବ ଶେଷ ମଙ୍ଗଳବାର ରେ ବାସନ୍ତିକ ଦୂର୍ଗା ବେସରେ ଦର୍ଶନ ଦେଉଛନ୍ତି ମା ତାରାତାରିଣୀ ପୁରୁଷୋତ୍ତମ ପୁର: ଦକ୍ଷିଣ ଓଡିଶା ର ପ୍ରସିଦ୍ଧ ଶକ୍ତି ପୀଠ ତଥା ଗଞ୍ଜାମ ଜିଲାର ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀ ଙ୍କ ପୀଠରେ ଚୈତ୍ର ପର୍ବ ଚୈତ୍ର ଶେଷ ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଶେଷ ଯାତ୍ରା ରେ ମା’ ତାରାତାରିଣୀ ଦୁଇଭଉଣୀ ବାସନ୍ତିକ ଦୂର୍ଗା ବେଶରେ ଶ୍ରଦ୍ଧାଳୁ ଙ୍କୁ ଦେଉଛନ୍ତି ଦର୍ଶନ l ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁ ଙ୍କ ପୀଠରେ ସମାଗମ ହୋଇଛି l ଜନ୍ମିତ ଶିଶୁ ର ପ୍ରଥମ ଚୁଟି ଘରଇଷ୍ଟ ଙ୍କ ପାଖରେ ପକାଇଲେ ଶିଶୁ ର ମଙ୍ଗଳ ହେବା ନେଇ ବିଶ୍ୱାସ ରହିଥିବା ବେଳେ ଆଜି ଶ୍ରଦ୍ଧାଳୁ ମାନେ ମା ଙ୍କ ନିକଟରେ ଚୁଟି ପକାଉଛନ୍ତି l ଭିଡ଼ କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚାରୋଟି ମୁଣ୍ଡନ କେନ୍ଦ୍ର ଖୋଲା ଯାଇଥିବା ବେଳେ ପ୍ରତ୍ୟେକ ମୁଣ୍ଡନ କେନ୍ଦ୍ରରେ ଦୁଇ ସହ ବାରିକ ନିୟୋଜିତ ହୋଇଛନ୍ତି l ତେବେ ମା ଙ୍କ ପର୍ବ ରେ ସେବା କଲେ ପରିବାର ପ୍ରତି ମା ଶୁଭଦୃଷ୍ଟି ରଖୁଥିବା ବିଶ୍ୱାସ ରହିଥିବାରୁ ବର୍ଷ ସାରା ଏହି ଦିନକୁ ଅପେକ୍ଷା କରି ରହୁଥିବା କହିଛନ୍ତି ବାରିକ l ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ବରିଷ୍ଠ କଂଗ୍ରେସ ନେତା ଶଙ୍କର ପ୍ରଧାନ ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ମନୋନୀତ ହୋଇଛନ୍ତି । ମଙ୍ଗଳବାର ପିସିସି ସଭାପତି ଭକ୍ତଚରଣ ଦାସ ଶଙ୍କର ପ୍ରଧାନଙ୍କୁ ନାମରେ ମୋହର ମାରିବା ସହ ବିଧିବଦ୍ଧ ଭାବେ ଘୋଷଣା ହୋଇଛି । ଜିଲ୍ଲା କଂଗ୍ରେସ ସଭାପତି ଘୋଷଣା ହେବା ପରେ ମୋହନା ବ୍ଳକ କଂଗ୍ରେସ ପକ୍ଷରୁ ସ୍ବାଗତ କରିଛନ୍ତି । ମୋହନା ବ୍ଳକ ଲୁହାଗୁଡି ବାସିନ୍ଧା ଶଙ୍କର ଗତ ପ୍ରାୟ ଦୁଇ ଦଶନ୍ଧି ଧରି କଂଗ୍ରେସର ଜଣେ ସକ୍ରିୟ କର୍ମୀ ଅଛନ୍ତି । ପୂର୍ବରୁ ଲୁହାଗୁଡିରୁ ୨୦୦୭ ରୁ୨୦୧୨ ସମିତିସଭ୍ୟ, ୨୦୦୮ ରୁ ୨୦୧୨ ପର୍ଯ୍ୟନ୍ତ ମୋହନା ବ୍ଳକର ଯୁବ କଂଗ୍ରେସର ସଭାପତି ଥିଲେ ଏବଂ ୨୦୧୩ ରୁ ଆଜି ପର୍ଯ୍ୟନ୍ତ କଂଗ୍ରେସର ବ୍ଳକ ସଭାପତି ଦାୟିତ୍ବ ରହି ଦଳର ସମସ୍ତ କାମ କରିଆସୁଥିଲି । ଜିଲ୍ଲା କଂଗ୍ରେସ କମିଟିର ବିଭିନ୍ନ ପଦ ପଦବିରେ ରହି କାର୍ଯ୍ୟ କରୁଥିଲେ । ତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ଦେଇଥିବା ଯୋଗୁଁ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ କର୍ମୀମାନେ । ଏଥିସହ ଦଳର ସବୁ ବର୍ଗର କର୍ମୀ ଓ ନେତାଙ୍କୁ ନେଇ ଦଳକୁ ମଜବୁତ କରିବି ବୋଲି ନୂତନ ଭାବେ ଜିଲ୍ଲା ସଭାପତି ଶଙ୍କର କହିଛନ୍ତି । ସୂଚନା ଯୋଗ୍ୟ ଯେ ଗତ ରାଜ୍ୟସଭା ନିର୍ବାଚନରେ ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଥିବା ଦାଶରଥି ଗମାଙ୍ଗ ଦଳୀୟ ହୁଇପକୁ ଅବମାନନା କରି କ୍ରସ ଭୋଟିଂ କରିଥିଲେ । ଏହାକୁ ନେଇ ବିବାଦୀୟ ହୋଇ ପଡିବା ସହ ତାଙ୍କୁ ପିସିସି ସଭାପତି କଂଗ୍ରେସ ଦଳରୁ ନିଲମ୍ବିତ କରିଛନ୍ତି । ଏହାକୁ ଆଧାର କରି ଆଜି ଶଙ୍କର ପ୍ରଧାନଙ୍କ ନାମରେ ମୋହର ମାରିଛି ପିସିସି ।1
- ବ୍ରହ୍ମପୁର ନିକଟସ୍ଥ ନାଟକ କମା ଗାଁରେ ଜଳ ଯାତ୍ରା ଶୁଭ ଆରମ୍ଭ (ବି ଜଗନ୍ନାଥପୁର) Live Odisha News Update1
- ମୁନିଗୁଡାରେ ଉତ୍କଳ ଦିବସ ପାଳିତ। ମୁନିଗୁଡାର ସ୍ଥାନୀୟ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ମୁନିଗୁଡା ପ୍ରେସ କ୍ଳବ,ସାହିତ୍ୟ ସଂସଦ ଓ ସମ୍ବାଦ ସାହିତ୍ୟ ଘର ମିଳିତରେ ଉତ୍କଳ ଦିବସ ବା ଓଡିଶା ଦିବସ ପାଳିତ ହୋଇଯାଇଛି। ମୁନିଗୁଡା ସାହିତ୍ୟ ସଂସଦ ସଭାପତି ହୃଷିକେଶ ଜାଲିଙ୍କ ସଭାପତିତ୍ୱ ଓ ପ୍ରେସ କ୍ଳବ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସଭାପତି ପି.ସୁଧାକର ପାତ୍ର,ମୁଖ୍ୟବକ୍ତା ଭାବେ ପ୍ରେସ କ୍ଳବ ଉପ ସଭାପତି ମନୋରଞ୍ଜନ ଦଳାଇ,ସମ୍ମାନିତ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ କୃଷ୍ଣଚନ୍ଦ୍ର ମଲ୍ଲିକ,ସଂସ୍କୃତ ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ପତି ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଅତିଥି ମାନେ ଆଜିର କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ 1936 ମସିହା ଏପ୍ରିଲ 1 ତାତିଖରେ ଓଡ଼ିଶା ଭାଷାଭିତ୍ତିରେ ସମଗ୍ର ଦେଶରେ ଏକ ସ୍ବତନ୍ତ୍ର ପ୍ରଦେଶ ରୂପେ ମାନ୍ୟତା ପାଇଥିଲା। ଏହା ପୂର୍ବରୁ ଓଡ଼ିଶା ବିହାର ଓ ବେଙ୍ଗଲ ସହିତ ମିଶିକି ରହିଥିଲା ଏହି ଦିନଟି କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଆମ ଆତ୍ମସମ୍ମାନ, ସଂସ୍କୃତି ଏବଂ ଇତିହାସର ସମ୍ମାନର ଦିନ ବୋଲି ମତ ବ୍ୟକ୍ତ କରିଥିଲେ। ଏଥିସହ ଉତ୍କଳ ଦିବସ ଓ ଓଡିଶା ସ୍ୱତନ୍ତ୍ର ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପରେ କବି ପ୍ରଶାନ୍ତ ସାହୁଙ୍କ ପିତା ସ୍ବର୍ଗତ ମକରଧ୍ୱଜ ସାହୁକାରଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଏହି ଅବସରରେ କୁନି କଳାକାର ରିପ୍ସିତା ପାତ୍ରଙ୍କ ସୁନ୍ଦର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବୟିତ୍ରୀ ନନ୍ଦିନୀ ଦାସ,ସୁଶୀଳା ସରାଫ, କବି ଅକ୍ଷୟ କୁମାର ମଲ୍ଲିକ,ଉତ୍ତମ କୁମାର ଦାସ, ସୁବାଷ ଖୁରା,ପ୍ରମୋଦ ଦାସ,କାଳିନ୍ଦୀ ନାୟକ, ଦୋଳ ଗୋବିନ୍ଦ ନାୟକ,ଗଣେଶ ସେଠୀ,ସାମ୍ବାଦିକ କ୍ଷମାସାଗର ଦାସ,ପ୍ରସାଦ ସାହୁକାର,ଧନୁ କୁସୁଲିଆ, ଭି.ପ୍ରବୀଣ କୁମାର, ନରତ୍ତମ ପାଢ଼ୀ ପ୍ରମୁଖଙ୍କ ସମେତ ଅନ୍ୟ କବୟିତ୍ରୀ,କବି ମାନେ ଉପସ୍ଥିତ ରହିଥିଲେ। ଶେଷରେ ଉତ୍କଳ ଦିବସ ଉପଲକ୍ଷେ କବୟିତ୍ରୀ,କବି ମାନେ ନିଜ ନିଜର ସୁରଚିତ କବିତା ପଠନ କରିଥିଲେ।4
- Post by Ansubhai Pandey1