logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଝାରସୁଗୁଡ଼ା ବିଟିଏମ ସ୍ଥିତ ଫାର୍ମାସି କଲେଜ ପ୍ରେକ୍ଷାଳୟଠାରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଝାରସୁଗୁଡ଼ା ଏବଂ ଉତ୍କଳ ସାହିତ୍ୟ ସମାଜ, ଝାରସୁଗୁଡ଼ାର ମିଳିତ ଆନୁକୂଲ୍ୟରେ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମାଞ୍ଚଳ ଏକତାମଞ୍ଚର ସଭାପତି ରାଜେଶ ପାଢ଼ୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଗୁରୁ ଭଗବାନ ସାହୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଗୁରୁଙ୍କ ତ୍ୟାଗପୂତ ଜୀବନୀ ଉପରେ ଆଲୋକପାତ କରିଥିଲେ। ଉତ୍ସବର ପ୍ରାରମ୍ଭରେ ଉତ୍କଳ ସାହିତ୍ୟ ସମାଜର ଆବାହିକା ଅଧ୍ୟାପିକା ମନ୍ଦାକିନୀ ଶତପଥୀ ସୂଚନା ପ୍ରଦାନ କରିଥିବା ବେଳେ ମୁଖ୍ୟବକ୍ତା କବି ସୁବୋଧ ଚନ୍ଦ୍ର ପଟେଲ ଗୁରୁଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନନୀୟ ଅତିଥି ପ୍ରେମ ସାଗର ଦେହେରିଆ ଗୁରୁଙ୍କ ଐତିହାସିକ, କିମ୍ବଦନ୍ତୀ ମୂଳକ ଓ ସାମାଜିକ ନାଟକ ତଥା ଲୋକ ମହୋତ୍ସବରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜର ସଂପାଦକ ଗୀତିକବି ପ୍ରେମସାଗର ଦାସ, ରାଜଶ୍ରୀ ମେହେର ଏବଂ ଆରତୀ ପଣ୍ଡା ଯୋଗ ଦେଇ ଗୁରୁଙ୍କ ଶବ୍ଦନୃତ୍ୟ ଏବଂ ସମଗ୍ର ପଶ୍ଚିମ ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ ପାଇଁ ସଂଗ୍ରାମ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ମହିଳା ସଂଯୋଜିକା ଶ୍ରୀମତୀ ସୁଜାତା ମିଶ୍ର ଗୁରୁ ଭଗବାନ ସାହୁଙ୍କ ତ୍ୟାଗପୂତ ଜୀବନାଦର୍ଶ ଉପରେ ଆଲୋକପାତ କରି ଆଗାମୀ ପିଢ଼ିଙ୍କୁ ଏ ବିଷୟରେ ଅବଗତ କରାଇବା ପାଇଁ ପ୍ରତ୍ୟେକ ସଚେତନ ସଂସ୍କୃତି ପ୍ରେମୀ ପ୍ରୟାସ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଉମେଶ ବେହେରା, ସତ୍ୟ ପଣ୍ଡା, ମିତେନ ରାଉତ, ସସ୍ମିତା ପଣ୍ଡା, ନବନୀତ କୌର ଓ ଦୀପା ନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ସ୍ମୃତିଚାରଣ କରିଥିବା ବେଳେ ଶେଷରେ ଆଲୋକ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

1 hr ago
user_PNC MEDIA
PNC MEDIA
ବରଗଡ଼, ବରଗଡ଼, ଓଡ଼ିଶା•
1 hr ago
9016ac1e-eff8-46e3-ae3b-72d1d00c40c2

ଝାରସୁଗୁଡ଼ା ବିଟିଏମ ସ୍ଥିତ ଫାର୍ମାସି କଲେଜ ପ୍ରେକ୍ଷାଳୟଠାରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଝାରସୁଗୁଡ଼ା ଏବଂ ଉତ୍କଳ ସାହିତ୍ୟ ସମାଜ, ଝାରସୁଗୁଡ଼ାର ମିଳିତ ଆନୁକୂଲ୍ୟରେ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମାଞ୍ଚଳ ଏକତାମଞ୍ଚର ସଭାପତି ରାଜେଶ ପାଢ଼ୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଗୁରୁ ଭଗବାନ ସାହୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଗୁରୁଙ୍କ ତ୍ୟାଗପୂତ ଜୀବନୀ ଉପରେ ଆଲୋକପାତ କରିଥିଲେ। ଉତ୍ସବର ପ୍ରାରମ୍ଭରେ ଉତ୍କଳ ସାହିତ୍ୟ ସମାଜର ଆବାହିକା ଅଧ୍ୟାପିକା ମନ୍ଦାକିନୀ ଶତପଥୀ ସୂଚନା ପ୍ରଦାନ କରିଥିବା ବେଳେ ମୁଖ୍ୟବକ୍ତା କବି ସୁବୋଧ ଚନ୍ଦ୍ର ପଟେଲ ଗୁରୁଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନନୀୟ ଅତିଥି ପ୍ରେମ ସାଗର ଦେହେରିଆ ଗୁରୁଙ୍କ ଐତିହାସିକ, କିମ୍ବଦନ୍ତୀ ମୂଳକ ଓ ସାମାଜିକ ନାଟକ ତଥା ଲୋକ ମହୋତ୍ସବରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜର ସଂପାଦକ ଗୀତିକବି ପ୍ରେମସାଗର ଦାସ, ରାଜଶ୍ରୀ ମେହେର ଏବଂ ଆରତୀ ପଣ୍ଡା ଯୋଗ ଦେଇ ଗୁରୁଙ୍କ ଶବ୍ଦନୃତ୍ୟ ଏବଂ ସମଗ୍ର ପଶ୍ଚିମ ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ ପାଇଁ ସଂଗ୍ରାମ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ମହିଳା ସଂଯୋଜିକା ଶ୍ରୀମତୀ ସୁଜାତା ମିଶ୍ର ଗୁରୁ ଭଗବାନ ସାହୁଙ୍କ ତ୍ୟାଗପୂତ ଜୀବନାଦର୍ଶ ଉପରେ ଆଲୋକପାତ କରି ଆଗାମୀ ପିଢ଼ିଙ୍କୁ ଏ ବିଷୟରେ ଅବଗତ କରାଇବା ପାଇଁ ପ୍ରତ୍ୟେକ ସଚେତନ ସଂସ୍କୃତି ପ୍ରେମୀ ପ୍ରୟାସ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଉମେଶ ବେହେରା, ସତ୍ୟ ପଣ୍ଡା, ମିତେନ ରାଉତ, ସସ୍ମିତା ପଣ୍ଡା, ନବନୀତ କୌର ଓ ଦୀପା ନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ସ୍ମୃତିଚାରଣ କରିଥିବା ବେଳେ ଶେଷରେ ଆଲୋକ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

More news from ଓଡ଼ିଶା and nearby areas
  • ବରଗଡ଼ ପଞ୍ଚାୟତ କଲେଜ ପାଖରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ପାୱାର ଗ୍ରିଡ୍ ଉତ୍ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସଭାରେ ବରଗଡ଼ ଲୋକ ସଭା ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଓ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ପ୍ରମୁଖ ଯୋଗଦେଇଥିଲେ।
    4
    ବରଗଡ଼ ପଞ୍ଚାୟତ କଲେଜ ପାଖରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ପାୱାର ଗ୍ରିଡ୍ ଉତ୍ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସଭାରେ ବରଗଡ଼ ଲୋକ ସଭା ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଓ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ପ୍ରମୁଖ ଯୋଗଦେଇଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    2 hrs ago
  • ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ନିଜ ପୁତୁରାକୁ ହରାଇଥିବା ଜଣେ ବ୍ୟକ୍ତି ପୋଲିସ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି। ଯେଉଁମାନେ ତାଙ୍କ ପୁତୁରାକୁ ମାରିଛନ୍ତି, ସେହି ସମସ୍ତ ଅଭିଯୁକ୍ତମାନଙ୍କୁ ଯେପରି କଠୋର ଦଣ୍ଡ ମିଳିବ, ତାହା ନିଶ୍ଚିତ କରିବାକୁ ସେ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି।
    1
    ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ନିଜ ପୁତୁରାକୁ ହରାଇଥିବା ଜଣେ ବ୍ୟକ୍ତି ପୋଲିସ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି। ଯେଉଁମାନେ ତାଙ୍କ ପୁତୁରାକୁ ମାରିଛନ୍ତି, ସେହି ସମସ୍ତ ଅଭିଯୁକ୍ତମାନଙ୍କୁ ଯେପରି କଠୋର ଦଣ୍ଡ ମିଳିବ, ତାହା ନିଶ୍ଚିତ କରିବାକୁ ସେ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି।
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    15 hrs ago
  • ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଭିଯୋଗ କରିଛନ୍ତି ଯେ ଇସ୍କନ ରଥଯାତ୍ରା ବିଷୟରେ ମିଥ୍ୟା ପ୍ରଚାର କରୁଛି ଏବଂ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି। ଏଥିସହିତ, ଗଜପତି ମହାରାଜା ସେମାନଙ୍କର 'ଅଦିନିଆ' ରଥଯାତ୍ରାକୁ ପ୍ରଶଂସା କରିଥିବା ନେଇ ଇସ୍କନ ଯେଉଁ ଦାବି କରିଥିଲା, ତାହାକୁ ମଧ୍ୟ ସେ ସମ୍ପୂର୍ଣ୍ଣ ଭୁଲ୍ ବୋଲି ସ୍ପଷ୍ଟ କରିଛନ୍ତି।
    1
    ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଭିଯୋଗ କରିଛନ୍ତି ଯେ ଇସ୍କନ ରଥଯାତ୍ରା ବିଷୟରେ ମିଥ୍ୟା ପ୍ରଚାର କରୁଛି ଏବଂ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି। ଏଥିସହିତ, ଗଜପତି ମହାରାଜା ସେମାନଙ୍କର 'ଅଦିନିଆ' ରଥଯାତ୍ରାକୁ ପ୍ରଶଂସା କରିଥିବା ନେଇ ଇସ୍କନ ଯେଉଁ ଦାବି କରିଥିଲା, ତାହାକୁ ମଧ୍ୟ ସେ ସମ୍ପୂର୍ଣ୍ଣ ଭୁଲ୍ ବୋଲି ସ୍ପଷ୍ଟ କରିଛନ୍ତି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ସାନଭାଲୁପାଳି ଅଞ୍ଚଳରେ ଚାଲିଥିବା ଏକ ପଥର କ୍ରସର ଯୋଗୁଁ ସ୍ଥାନୀୟ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। କ୍ରସର ମାଲିକ ବେଆଇନ ଭାବେ କୋଟି କୋଟି ଟଙ୍କାର ଚୋରା ପଥର ଚାଲାଣ କରୁଥିବା ବେଳେ ଦିନରାତି ଚାଲୁଥିବା ପଥର ବ୍ଲାଷ୍ଟିଙ୍ଗ୍ ଏବଂ କ୍ରସର କାର୍ଯ୍ୟ ଯୋଗୁଁ ଗ୍ରାମବାସୀଙ୍କ ଘରଗୁଡ଼ିକ ଥରୁଛି। ଏହି ବିସ୍ଫୋରଣ ଯୋଗୁଁ ଲୋକଙ୍କ ଘରର କାନ୍ଥ ଏବଂ ଛାତରେ ବଡ଼ ବଡ଼ ଫାଟ ସୃଷ୍ଟି ହେଉଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଗଭୀର ଆତଙ୍କ ଖେଳାଇ ଦେଇଛି। କ୍ରସରରୁ ନିର୍ଗତ ହେଉଥିବା ଧୂଳିଗୁଣ୍ଡ ଯୋଗୁଁ ଚାଷବାସ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଏହା ପରିବେଶକୁ ପ୍ରଦୂଷିତ କରିବା ସହ ସାଧାରଣ ଜନତା ଓ ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ପୂର୍ବରୁ ଅନେକ ଔଷଧୀୟ ବୃକ୍ଷଲତା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଏହି ଅଞ୍ଚଳରେ ବେଆଇନ ଖନନ କାରଣରୁ ଶହ ଶହ ଫୁଟର ବଡ଼ ବଡ଼ ଗାତ ସୃଷ୍ଟି କରି ସେମିତି ଖୋଲା ଛାଡ଼ି ଦିଆଯାଉଛି। ଏହା ବ୍ୟତୀତ ଓଭରଲୋଡ୍ ଗାଡ଼ି ଚଳାଚଳ ଯୋଗୁଁ ସ୍ଥାନୀୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଖଣି ବିଭାଗ ଅଧିକାରୀ, ତହସିଲଦାର ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ବେଆଇନ କ୍ରସର ସମ୍ପର୍କରେ ଅଭିଯୋଗ ପାଇବା ପରେ ରାଜସ୍ବ ନିରୀକ୍ଷକ ଏବଂ ମାଇନିଙ୍ଗ ବିଭାଗକୁ ଖବର ଦିଆଯାଇଥିବା ବିନିକା ଅତିତିକ୍ତ ତହସିଲଦାର କହିଛନ୍ତି। ଏହାସହ କ୍ଷତିଗ୍ରସ୍ତ ଘରଗୁଡ଼ିକର ତଦନ୍ତ କରି ଉଚିତ କ୍ଷତିପୂରଣ ପାଇଁ ସରକାରଙ୍କୁ ଜଣାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ସହ ଆଗାମୀ ଦିନରେ ଯଦି ଏହି ବେଆଇନ ଖନନ ଓ ପଥର ବ୍ଲାଷ୍ଟିଙ୍ଗ୍ ଉପରେ ରୋକ ଲଗା ନଯାଏ, ତେବେ ଗ୍ରାମବାସୀ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ସାନଭାଲୁପାଳି ଅଞ୍ଚଳରେ ଚାଲିଥିବା ଏକ ପଥର କ୍ରସର ଯୋଗୁଁ ସ୍ଥାନୀୟ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। କ୍ରସର ମାଲିକ ବେଆଇନ ଭାବେ କୋଟି କୋଟି ଟଙ୍କାର ଚୋରା ପଥର ଚାଲାଣ କରୁଥିବା ବେଳେ ଦିନରାତି ଚାଲୁଥିବା ପଥର ବ୍ଲାଷ୍ଟିଙ୍ଗ୍ ଏବଂ କ୍ରସର କାର୍ଯ୍ୟ ଯୋଗୁଁ ଗ୍ରାମବାସୀଙ୍କ ଘରଗୁଡ଼ିକ ଥରୁଛି। ଏହି ବିସ୍ଫୋରଣ ଯୋଗୁଁ ଲୋକଙ୍କ ଘରର କାନ୍ଥ ଏବଂ ଛାତରେ ବଡ଼ ବଡ଼ ଫାଟ ସୃଷ୍ଟି ହେଉଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଗଭୀର ଆତଙ୍କ ଖେଳାଇ ଦେଇଛି।

କ୍ରସରରୁ ନିର୍ଗତ ହେଉଥିବା ଧୂଳିଗୁଣ୍ଡ ଯୋଗୁଁ ଚାଷବାସ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଏହା ପରିବେଶକୁ ପ୍ରଦୂଷିତ କରିବା ସହ ସାଧାରଣ ଜନତା ଓ ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ପୂର୍ବରୁ ଅନେକ ଔଷଧୀୟ ବୃକ୍ଷଲତା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଏହି ଅଞ୍ଚଳରେ ବେଆଇନ ଖନନ କାରଣରୁ ଶହ ଶହ ଫୁଟର ବଡ଼ ବଡ଼ ଗାତ ସୃଷ୍ଟି କରି ସେମିତି ଖୋଲା ଛାଡ଼ି ଦିଆଯାଉଛି। ଏହା ବ୍ୟତୀତ ଓଭରଲୋଡ୍ ଗାଡ଼ି ଚଳାଚଳ ଯୋଗୁଁ ସ୍ଥାନୀୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି।

ଏହି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଖଣି ବିଭାଗ ଅଧିକାରୀ, ତହସିଲଦାର ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ବେଆଇନ କ୍ରସର ସମ୍ପର୍କରେ ଅଭିଯୋଗ ପାଇବା ପରେ ରାଜସ୍ବ ନିରୀକ୍ଷକ ଏବଂ ମାଇନିଙ୍ଗ ବିଭାଗକୁ ଖବର ଦିଆଯାଇଥିବା ବିନିକା ଅତିତିକ୍ତ ତହସିଲଦାର କହିଛନ୍ତି। ଏହାସହ କ୍ଷତିଗ୍ରସ୍ତ ଘରଗୁଡ଼ିକର ତଦନ୍ତ କରି ଉଚିତ କ୍ଷତିପୂରଣ ପାଇଁ ସରକାରଙ୍କୁ ଜଣାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ସହ ଆଗାମୀ ଦିନରେ ଯଦି ଏହି ବେଆଇନ ଖନନ ଓ ପଥର ବ୍ଲାଷ୍ଟିଙ୍ଗ୍ ଉପରେ ରୋକ ଲଗା ନଯାଏ, ତେବେ ଗ୍ରାମବାସୀ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    13 hrs ago
  • ଝାରସୁଗୁଡ଼ାରେ ଏକ ପ୍ରତିବାଦର ନୂତନ ଶୈଳୀର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରତିବାଦରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠାରେ ଏକ ପଟେ କୁଶପୁତ୍ତଳିକା ଜଳୁଛି ଏବଂ ଅନ୍ୟପଟେ ତା’ ପାଖରେ ଡାନ୍ସ ପର୍ଫର୍ମାନ୍ସ ଚାଲିଛି। ଆନ୍ଦୋଳନ ସମୟରେ ଦିଆଯାଉଥିବା ନାରା ଅପେକ୍ଷା ଏହି ନୃତ୍ୟର ନୂଆ ଷ୍ଟେପ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ କୁଶପୁତ୍ତଳିକା ଦାହ ଅପେକ୍ଷା ନାଚର ଭିଡିଓ ଅଧିକ ଭାଇରାଲ ହେଉଛି। ତେବେ ପାଠ ପଢ଼ୁଥିବା କୋମଳମତି ଶିଶୁମାନଙ୍କୁ ଏଭଳି ଏକ ଆନ୍ଦୋଳନରେ ସାମିଲ କରିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଶିକ୍ଷକ ଶିକ୍ଷୟତ୍ରୀମାନେ ଶିଶୁମାନଙ୍କୁ ଭିନ୍ନ ଢଙ୍ଗରେ ବୁଝାଇ ପଢ଼ାଇପାରିଥାନ୍ତେ, ଯେପରି ସେମାନଙ୍କ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନଥାନ୍ତା। କିନ୍ତୁ ସେମାନଙ୍କୁ ଏହି ପ୍ରତିବାଦରେ ସାମିଲ କରାଇ, ସେମାନଙ୍କ ସମ୍ମୁଖରେ ଜନପ୍ରତିନିଧିମାନେ ଗୀତରେ ଏଭଳି ନାଚିବାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ କୋମଳମତି ଶିଶୁମାନେ ଜନପ୍ରତିନିଧିମାନଙ୍କଠାରୁ କ’ଣ ଶିଖିବେ ବୋଲି ପ୍ରଶ୍ନ ଉଠିଛି।
    1
    ଝାରସୁଗୁଡ଼ାରେ ଏକ ପ୍ରତିବାଦର ନୂତନ ଶୈଳୀର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରତିବାଦରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠାରେ ଏକ ପଟେ କୁଶପୁତ୍ତଳିକା ଜଳୁଛି ଏବଂ ଅନ୍ୟପଟେ ତା’ ପାଖରେ ଡାନ୍ସ ପର୍ଫର୍ମାନ୍ସ ଚାଲିଛି। ଆନ୍ଦୋଳନ ସମୟରେ ଦିଆଯାଉଥିବା ନାରା ଅପେକ୍ଷା ଏହି ନୃତ୍ୟର ନୂଆ ଷ୍ଟେପ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ କୁଶପୁତ୍ତଳିକା ଦାହ ଅପେକ୍ଷା ନାଚର ଭିଡିଓ ଅଧିକ ଭାଇରାଲ ହେଉଛି।

ତେବେ ପାଠ ପଢ଼ୁଥିବା କୋମଳମତି ଶିଶୁମାନଙ୍କୁ ଏଭଳି ଏକ ଆନ୍ଦୋଳନରେ ସାମିଲ କରିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଶିକ୍ଷକ ଶିକ୍ଷୟତ୍ରୀମାନେ ଶିଶୁମାନଙ୍କୁ ଭିନ୍ନ ଢଙ୍ଗରେ ବୁଝାଇ ପଢ଼ାଇପାରିଥାନ୍ତେ, ଯେପରି ସେମାନଙ୍କ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନଥାନ୍ତା। କିନ୍ତୁ ସେମାନଙ୍କୁ ଏହି ପ୍ରତିବାଦରେ ସାମିଲ କରାଇ, ସେମାନଙ୍କ ସମ୍ମୁଖରେ ଜନପ୍ରତିନିଧିମାନେ ଗୀତରେ ଏଭଳି ନାଚିବାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ କୋମଳମତି ଶିଶୁମାନେ ଜନପ୍ରତିନିଧିମାନଙ୍କଠାରୁ କ’ଣ ଶିଖିବେ ବୋଲି ପ୍ରଶ୍ନ ଉଠିଛି।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    19 hrs ago
  • ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଠାରେ ଭାଗବତ ପରାୟଣ ଅନୁଷ୍ଠିତ ହୋଇଯାଇଛି।
    1
    ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଠାରେ ଭାଗବତ ପରାୟଣ ଅନୁଷ୍ଠିତ ହୋଇଯାଇଛି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    26 min ago
  • ବରଗଡ଼ ଜିଲ୍ଲା ବରପାଲିସ୍ଥିତ ଗଙ୍ଗାଧର ମେହେର କ୍ଲବଠାରେ ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ତଥା ବରପାଲି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଘନଶ୍ୟାମ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଅଗଷ୍ଟ ୨୮ ତାରିଖ ସନ୍ଧ୍ୟାରେ ଏହି ଜୟନ୍ତୀ ସମାରୋହ ପାଳନ କରାଯିବ। ଏହା ସହିତ ପ୍ରତି ମାସର ଗୋଟିଏ ଦିନରେ ଗଙ୍ଗାଧର ସାହିତ୍ୟ ଉପରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିବା ନେଇ ବର୍ତ୍ତମାନର ସଭାପତି ନରେନ୍ଦ୍ର କୁମାର ହୋତା ସୂଚନା ଦେଇଛନ୍ତି। ଏହି ବୈଠକରେ ଆନନ୍ଦ ମେହେର, ବାଳକିଶୋର ଖାଡ଼ଙ୍ଗl, ପଦ୍ମଲୋଚନ ସାହୁ, ରାଜାରାମ ମେହେର, ବାଳକୃଷ୍ଣ ପୂଝାରୀ, ମହେନ୍ଦ୍ର ଗହୀର ଓ ବନ୍ତରlମ ସେଠ ପ୍ରମୁଖ ଯୋଗ ଦେଇଥିଲେ।
    1
    ବରଗଡ଼ ଜିଲ୍ଲା ବରପାଲିସ୍ଥିତ ଗଙ୍ଗାଧର ମେହେର କ୍ଲବଠାରେ ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ତଥା ବରପାଲି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଘନଶ୍ୟାମ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଆସନ୍ତା ଅଗଷ୍ଟ ୨୮ ତାରିଖ ସନ୍ଧ୍ୟାରେ ଏହି ଜୟନ୍ତୀ ସମାରୋହ ପାଳନ କରାଯିବ। ଏହା ସହିତ ପ୍ରତି ମାସର ଗୋଟିଏ ଦିନରେ ଗଙ୍ଗାଧର ସାହିତ୍ୟ ଉପରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିବା ନେଇ ବର୍ତ୍ତମାନର ସଭାପତି ନରେନ୍ଦ୍ର କୁମାର ହୋତା ସୂଚନା ଦେଇଛନ୍ତି। ଏହି ବୈଠକରେ ଆନନ୍ଦ ମେହେର, ବାଳକିଶୋର ଖାଡ଼ଙ୍ଗl, ପଦ୍ମଲୋଚନ ସାହୁ, ରାଜାରାମ ମେହେର, ବାଳକୃଷ୍ଣ ପୂଝାରୀ, ମହେନ୍ଦ୍ର ଗହୀର ଓ ବନ୍ତରlମ ସେଠ ପ୍ରମୁଖ ଯୋଗ ଦେଇଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    7 hrs ago
  • ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲି ଥାନା ପୁଲିସ ଏକ ହତ୍ୟା ଉଦ୍ୟମ ମାମଲାରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ପ୍ରେମାନନ୍ଦ ବିଶି (୪୯)ଙ୍କୁ ଗିରଫ କରିଛି। ଗତ ୧୦ ଜୁଲାଇ ସନ୍ଧ୍ୟାରେ ପିଠିଣ୍ଡା ଗ୍ରାମର ମାଉସୀ ଗୁଡ଼ି ନିକଟରେ ଶବସତ୍କାର ସମୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେବା ପରେ ଅଭିଯୁକ୍ତ ପ୍ରେମାନନ୍ଦ ଏକ ଭୁଜାଲିରେ ଅନାମା ମାଝୀ (୪୧)ଙ୍କ ଉପରେ ସଂଘାତିକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ପୀଡ଼ିତଙ୍କ ମୁଣ୍ଡ, ଜହ୍ନା ଓ ହାତରେ ଗୁରୁତର ଆଘାତ ଲାଗିଥିଲା। ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ଲଖନପୁର ସିଏଚସିରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଅଧିକ ଉନ୍ନତ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ରେଙ୍ଗାଲି ଥାନା ପୁଲିସ ଘଟଣା ସ୍ଥଳରୁ ଆକ୍ରମଣରେ ବ୍ୟବହୃତ ହୋଇଥିବା ଭୁଜାଲିକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ସମ୍ବେଦନଶୀଳ ମାମଲାରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି।
    1
    ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲି ଥାନା ପୁଲିସ ଏକ ହତ୍ୟା ଉଦ୍ୟମ ମାମଲାରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ପ୍ରେମାନନ୍ଦ ବିଶି (୪୯)ଙ୍କୁ ଗିରଫ କରିଛି। ଗତ ୧୦ ଜୁଲାଇ ସନ୍ଧ୍ୟାରେ ପିଠିଣ୍ଡା ଗ୍ରାମର ମାଉସୀ ଗୁଡ଼ି ନିକଟରେ ଶବସତ୍କାର ସମୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେବା ପରେ ଅଭିଯୁକ୍ତ ପ୍ରେମାନନ୍ଦ ଏକ ଭୁଜାଲିରେ ଅନାମା ମାଝୀ (୪୧)ଙ୍କ ଉପରେ ସଂଘାତିକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଏହି ଆକ୍ରମଣରେ ପୀଡ଼ିତଙ୍କ ମୁଣ୍ଡ, ଜହ୍ନା ଓ ହାତରେ ଗୁରୁତର ଆଘାତ ଲାଗିଥିଲା। ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ଲଖନପୁର ସିଏଚସିରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଅଧିକ ଉନ୍ନତ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ରେଙ୍ଗାଲି ଥାନା ପୁଲିସ ଘଟଣା ସ୍ଥଳରୁ ଆକ୍ରମଣରେ ବ୍ୟବହୃତ ହୋଇଥିବା ଭୁଜାଲିକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ସମ୍ବେଦନଶୀଳ ମାମଲାରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି।
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.