ଶିକ୍ଷା, ମାନବିକ ମୂଲ୍ୟବୋଧ, ସାମାଜିକ ଉନ୍ନତି ଏବଂ ଜାତୀୟ ବିକାଶରେ ଉଲ୍ଲେଖନୀୟ ଅବଦାନ, ଅନୁକରଣୀୟ ଉତ୍କର୍ଷତା, ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ଜୀବନବ୍ୟାପୀ ଉତ୍ସର୍ଗୀକୃତ ବ୍ୟକ୍ତି ବିଶେଷଙ୍କୁ ମସ୍କୋ ରିସର୍ଚ୍ଚ ୟୁନିଭରସିଟି ପକ୍ଷରୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଏ। ଏହି କ୍ରମରେ ମସ୍କୋ ରିସର୍ଚ୍ଚ ୟୁନିଭରସିଟି ଏବଂ ଉତ୍କଳ ଆଇନ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲ, ରାୟାଗଡ଼ା ଠାରେ ଏକ ଆନ୍ତର୍ଜାତିକ ସେମିନାର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉତ୍କଳ ଆଇନ ମହାବିଦ୍ୟାଳୟର ପ୍ରତିଷ୍ଠାତା ଡଃ ଅଶୋକ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏହି ସେମିନାରରେ ମସ୍କୋ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ ତରଫରୁ ନିୟୁର୍କରୁ ପ୍ରଫେସର ଲେଚି ୟୋନା ଓ ପ୍ରଫେସର କେଲି ଓଆଜି, ଏବଂ ଲଣ୍ଡନରୁ ପ୍ରଫେସର କେରିଲିଏ ଫକ୍ସ ଯୋଗ ଦେଇଥିଲେ। ସ୍ଥାନୀୟ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ଦୁଷ୍ମନ୍ତ ମହାନ୍ତି ଏବଂ ଡଃ ପ୍ରସନ୍ନ ଗନ୍ଥାୟତ ମଧ୍ୟ ଏଥିରେ ଯୋଗଦେଇ ସମାଜରେ ଆଇନର ଉପଯୋଗିତା ବିଷୟରେ ମତାମତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାର ତିନି ଜଣଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା। ଶିକ୍ଷା କ୍ଷେତ୍ରରେ ମା ହୀରା ନୀଳା ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ବରିଷ୍ଠ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ ଏବଂ କେନ୍ଦ୍ରାପଡ଼ାର ସରୋଜ କୁମାର ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଉଦ୍ୟୋଗୀ କ୍ଷେତ୍ରରେ ଭୁବନେଶ୍ୱରର ସ୍ୱାତୀ ସାମନ୍ତରାୟଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ଏହା ବ୍ୟତୀତ, ଯାଜପୁରର ରାଜ୍ୟସ୍ତରୀୟ ସାମ୍ବାଦିକ ସ୍ୱରୂପ ମହାନ୍ତିଙ୍କୁ 'ବେଷ୍ଟ ଆଚିଭର' ଭାବେ ସମ୍ମାନିତ କରାଯାଇଥିବାବେଳେ କଳା ଓ ସିନେମା କ୍ଷେତ୍ରରେ ଗଜେନ୍ଦ୍ର ବେହେରା ଏବଂ ସମାଜସେବା କ୍ଷେତ୍ରରେ ରାୟଗଡ଼ାର ଆର. କେ. ସାହୁକାରଙ୍କୁ ପୁରସ୍କାର, ମାନପତ୍ର ଓ ଉପଢୌକନ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ମହେଶ୍ୱତା ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବାବେଳେ ଉତ୍କଳ ଆଇନ ମହାବିଦ୍ୟାଳୟର ଡିନ୍ ଓ ଅଧ୍ୟାପକ ଶିବ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

- ଶିକ୍ଷା, ମାନବିକ ମୂଲ୍ୟବୋଧ, ସାମାଜିକ ଉନ୍ନତି ଏବଂ ଜାତୀୟ ବିକାଶରେ ଉଲ୍ଲେଖନୀୟ ଅବଦାନ, ଅନୁକରଣୀୟ ଉତ୍କର୍ଷତା, ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ଜୀବନବ୍ୟାପୀ ଉତ୍ସର୍ଗୀକୃତ ବ୍ୟକ୍ତି ବିଶେଷଙ୍କୁ ମସ୍କୋ ରିସର୍ଚ୍ଚ ୟୁନିଭରସିଟି ପକ୍ଷରୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଏ। ଏହି କ୍ରମରେ ମସ୍କୋ ରିସର୍ଚ୍ଚ ୟୁନିଭରସିଟି ଏବଂ ଉତ୍କଳ ଆଇନ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲ, ରାୟାଗଡ଼ା ଠାରେ ଏକ ଆନ୍ତର୍ଜାତିକ ସେମିନାର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉତ୍କଳ ଆଇନ ମହାବିଦ୍ୟାଳୟର ପ୍ରତିଷ୍ଠାତା ଡଃ ଅଶୋକ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏହି ସେମିନାରରେ ମସ୍କୋ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ ତରଫରୁ ନିୟୁର୍କରୁ ପ୍ରଫେସର ଲେଚି ୟୋନା ଓ ପ୍ରଫେସର କେଲି ଓଆଜି, ଏବଂ ଲଣ୍ଡନରୁ ପ୍ରଫେସର କେରିଲିଏ ଫକ୍ସ ଯୋଗ ଦେଇଥିଲେ। ସ୍ଥାନୀୟ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ଦୁଷ୍ମନ୍ତ ମହାନ୍ତି ଏବଂ ଡଃ ପ୍ରସନ୍ନ ଗନ୍ଥାୟତ ମଧ୍ୟ ଏଥିରେ ଯୋଗଦେଇ ସମାଜରେ ଆଇନର ଉପଯୋଗିତା ବିଷୟରେ ମତାମତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାର ତିନି ଜଣଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା। ଶିକ୍ଷା କ୍ଷେତ୍ରରେ ମା ହୀରା ନୀଳା ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ବରିଷ୍ଠ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ ଏବଂ କେନ୍ଦ୍ରାପଡ଼ାର ସରୋଜ କୁମାର ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଉଦ୍ୟୋଗୀ କ୍ଷେତ୍ରରେ ଭୁବନେଶ୍ୱରର ସ୍ୱାତୀ ସାମନ୍ତରାୟଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ଏହା ବ୍ୟତୀତ, ଯାଜପୁରର ରାଜ୍ୟସ୍ତରୀୟ ସାମ୍ବାଦିକ ସ୍ୱରୂପ ମହାନ୍ତିଙ୍କୁ 'ବେଷ୍ଟ ଆଚିଭର' ଭାବେ ସମ୍ମାନିତ କରାଯାଇଥିବାବେଳେ କଳା ଓ ସିନେମା କ୍ଷେତ୍ରରେ ଗଜେନ୍ଦ୍ର ବେହେରା ଏବଂ ସମାଜସେବା କ୍ଷେତ୍ରରେ ରାୟଗଡ଼ାର ଆର. କେ. ସାହୁକାରଙ୍କୁ ପୁରସ୍କାର, ମାନପତ୍ର ଓ ଉପଢୌକନ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ମହେଶ୍ୱତା ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବାବେଳେ ଉତ୍କଳ ଆଇନ ମହାବିଦ୍ୟାଳୟର ଡିନ୍ ଓ ଅଧ୍ୟାପକ ଶିବ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।1
- କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତର ଧଅଁରାଭଟା କଲୋନୀ ପଡ଼ାରେ ଜଳସଙ୍କଟ ଦେଖାଦେଇଛି।1
- ଦେଖନ୍ତୁ 🙏🙏🙏1
- ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗରେ କାର୍ଯ୍ୟରତ ସହକାରୀ ସୂଚନା ଅଧିକାରୀ (ଏଆଇଓ) ରାଜେନ୍ଦ୍ର କୁମାର ପାତ୍ର ତା. ୩୦/୦୫/୨୦୨୬ ରିଖରେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଶ୍ରୀ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହ କହିଥିଲେ ଯେ ସେ ବିଭାଗ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ଶ୍ରୀ ସେଠୀଙ୍କ ଅନୁଯାୟୀ, ସରକାର ଓ ସରକାରୀ ଯୋଜନାର ପ୍ରଚାର ପ୍ରସାର କ୍ଷେତ୍ରରେ ଶ୍ରୀ ପାତ୍ର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ କରି ସଫଳ ହୋଇଛନ୍ତି। ନିଜ ପ୍ରତିକ୍ରିୟାରେ ଶ୍ରୀ ପାତ୍ର ପ୍ରକାଶ କରିଥିଲେ ଯେ ସେ ବିଭାଗର କାର୍ଯ୍ୟକୁ ନିଷ୍ଠା ଓ ଆନ୍ତରିକ ଭାବେ କରିଛନ୍ତି ଏବଂ ନିଜ କାର୍ଯ୍ୟରେ ଆତ୍ମତୃପ୍ତି ଲାଭ କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଅଧିକାରୀ ପ୍ରଦୀପ୍ତ ସେନାପତି, ଗ୍ରନ୍ଥାଗାରିକ ମିନତୀ ଦାସ, ନିକ୍ଷେପକ ପ୍ରସନ୍ନ କୁମାର ସାହୁ, ଭଣ୍ଡାର ରକ୍ଷକ ରବୀନ୍ଦ୍ର କୁମାର ଦାସ, ବରିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ସ୍ୱାଇଁ, କର୍ମଚାରୀ ସୁବ୍ରତ କୁମାର ସାହୁ, ତ୍ରିନାଥ ପାତ୍ର, ପ୍ରତିମା ମହାନ୍ତି, ଲକ୍ଷ୍ମୀଧର ନାୟକ ଏବଂ ଅବସରପ୍ରାପ୍ତ କର୍ମଚାରୀ ପ୍ରଦୀପ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।1
- ଖଡ଼ିଆଳ ସ୍ଥିତ ଅଗ୍ରସେନ ଭବନ ଠାରେ ଏକ ରାଜ୍ୟସ୍ତରୀୟ ଜ୍ୟୋତିର୍ବିଦ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ଏହି ଅବସରରେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଥିଲେ।1
- ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ହାଟପଦା ଏସ ଏସ ଡି ସ୍କୁଲ ଠାରେ ଆଜି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓଡ଼ିଶା ଭୁବନେଶ୍ୱର ରୋଷେୟା ତଥା ସେବାୟତ ସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ସଭାପତି ମିନା ରାଓ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏବଂ ସମ୍ପାଦକ ସନ୍ୟାସୀ ଗମାଙ୍ଗଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରକାଶ ପାଇଛି ଯେ, ଗଜପତି ଜିଲ୍ଲାର ୭ଟି ବ୍ଲକର ରୋଷେୟାମାନେ ପ୍ରାୟ ୪୦ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ମିଳିପାରି ନାହିଁ। ଏହି ପ୍ରମୁଖ ସମସ୍ୟାକୁ ନେଇ ସଂଘ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ସରକାରଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଅନୁରୋଧ କରାଯାଇଛି। ସରକାର ସେମାନଙ୍କ ଗୁହାରି ନ ଶୁଣିଲେ ରୋଷେୟାମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ବୈଠକରେ ଚେତାବନୀ ଦିଆଯାଇଛି।1
- ଡାବୁଗାଁ ଅଞ୍ଚଳରେ ଅଚିନ୍ହା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ପରିସ୍ଥିତିକୁ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି ଏବଂ ପ୍ରଶାସନ ଏହି ବିଷୟରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରାଯାଉଛି।1
- କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନାରାୟଣପାଟଣା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାରେ ନାରାୟଣପାଟଣା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏସଡିପିଓଙ୍କ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।1