ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ମିଳିତ ବିରୋଧୀ ଦଳ ର ଦାବି। ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ମିଳିତ ବିରୋଧୀ ଦଳ ର ଦାବି। ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ ଭୁବନେଶ୍ୱର,:୩୧ ମାର୍ଚ୍ଚ ୨୦୨୬ ଓଡ଼ିଶାର ମିଳିତ ବିରୋଧୀ ଦଳଙ୍କର ଏକ ୪୯ ଜଣିଆ ପ୍ରତିନିଧି ଦଳ ଲୋକ ଭବନ(ରାଜ ଭବନ) ଠାରେ ଓଡ଼ିଶାର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। କଟକ ବଡ ଡାକ୍ତରଖାନାରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଓ ମୃତ୍ୟୁ ଘଟଣା ପାଇଁ ଦାୟୀ ସମସ୍ତ ଅଧିକାରୀଙ୍କ ବିରୋଧ ରେ କଠୋର କାର୍ଯ୍ୟନୁଷ୍ଠାନ ଦାବି କରି ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ପ୍ରତିନିଧି ଦଳରେ ବିଜୁ ଜନତା ଦଳ, କଂଗ୍ରେସ, ସିପିଆଇ(ଏମ), ସିପିଆଇ, ସିପିଆଇ(ଏମଏଲ) ଲିବରେସନ, ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ଏନସିପି (ଶରଦ ପୱାର), ସମତା କ୍ରାନ୍ତି ଦଳ ଓ ଆରଜେଡିର ନେତାମାନେ ଅଂଶଗ୍ରହଣ କରିଥିଲେ। ବିଜେଡିର ବରିଷ୍ଠ ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ସିପିଆଇ ରାଜ୍ୟ ସମ୍ପାଦକ ଡ଼ଃ ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ(ଏମ) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇ(ଏମଏଲ) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସମତା କ୍ରାନ୍ତି ଦଳ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାସ କୁମାର ସାମନ୍ତରା, ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ସମାଜବାଦୀ ପାର୍ଟି ରାଜ୍ୟ ନେତା ପ୍ରଦୀପ କୁମାର ମିଶ୍ର ଓ ଆରଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାରଙ୍କ ସମେତ ବିଭିନ୍ନ ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ପ୍ରତିନିଧି ଦଳରେ ବିଜୁ ଜନତା ଦଳ ପକ୍ଷରୁ ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ପ୍ରୀତିରଞ୍ଜନ ଘରାଇ, ସୁମିତ୍ରା ଜେନା, ପ୍ରଶାନ୍ତ ମୁଦୁଳି, ଭୃଗୁ ବକ୍ସିପାତ୍ର, ପ୍ରଫୁଲ୍ଲ ସିଂହ, ସୁବାଷ ସିଂହ, ସୁଲୋଚନା ଦାସ, ମନ୍ମଥ ରାଉତରାୟ, ବିଜୟ ନାୟକ, ଲେନିନ ମହାନ୍ତି, ଚିନ୍ମୟ ସାହୁ, ଇପ୍ସିତା ସାହୁ ଓ ସୁରେନ୍ଦ୍ର ମହାପାତ୍ର ଅଂଶଗ୍ରହଣ କରିଥିଲେ। କଂଗ୍ରେସ ଦଳ ପକ୍ଷରୁ ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ସୁରେଶ ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା, ଲଳାଟେନ୍ଦୁ ମହାପାତ୍ର, ସିଦ୍ଧାର୍ଥ ସ୍ୱରୂପ ଦାଶ, ମୀନାକ୍ଷୀ ବାହିନୀପତି, ରବି ମଲ୍ଲିକ, ସୁରେଶ ମହାପାତ୍ର, ରଞ୍ଜିତ ପଟ୍ଟରା, ସି ଏସ ରାଜନ ଏକ୍କା ଓ ପ୍ରକାଶ ଜେନା ଉପସ୍ଥିତ ଥିଲେ, ସିପିଆଇ ପକ୍ଷରୁ ଜୟନ୍ତ ଦାସ, ଏନ୍. ନାରାୟଣ ରେଡ୍ଡି, ସିପିଆଇ (ଏମ୍) ପକ୍ଷରୁ ବିଷ୍ଣୁ ଚରଣ ମହାନ୍ତି, ବଦ୍ରୀ ନାରାୟଣ ଦାସ, ସିପିଆଇ(ଏମଏଲ) ଲିବରେସନ ମହେନ୍ଦ୍ର ପରିଡା, ବିଧାନ ଦାସ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ତରଫ ରୁ ଲକ୍ଷ୍ମୀ ଦୋରା ପ୍ରମୁଖ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ। ସ୍ମାରକପତ୍ରରେ ମୁଖ୍ୟ ଦାବିଗୁଡ଼ିକ ହେଲା— ଏହି ଅଗ୍ନିକାଣ୍ଡ ଘଟଣା ରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଏକ ଵ୍ୟଵସ୍ଥାକୃତ ହତ୍ୟା । ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳ ରୁ ବରଖାସ୍ତ କରିବା ପାଇଁ ମିଳିତ ବିରୋଧୀ ଦଳ ଦାବି କରିଛନ୍ତି । ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ସହ ସମସ୍ତ ଦାୟୀ ଅଧିକାରୀଙ୍କୁ ଗିରଫ କରାଯାଉ, ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ନେତୃତ୍ୱରେ ନ୍ୟାୟିକ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରକାଶ କରିବା,ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଆର୍ଥିକ ସହାୟତା ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଦିଆଯାଉ। ଆହତ ମାନଙ୍କୁ ଉନ୍ନତ ଏବଂ ମାଗଣା ଚିକିତ୍ସା ପ୍ରଦାନ ସହ ୫ଲକ୍ଷ ଟଙ୍କାର ସହାୟତା ଦିଆଯାଉ। ସମସ୍ତ ସରକାରୀ ହସ୍ପିଟାଲରେ ତୁରନ୍ତ ଫାୟାର ସେଫ୍ଟି ଅଡିଟ୍ କରାଯାଉ।
ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ମିଳିତ ବିରୋଧୀ ଦଳ ର ଦାବି। ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ମିଳିତ ବିରୋଧୀ ଦଳ ର ଦାବି। ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ ଭୁବନେଶ୍ୱର,:୩୧ ମାର୍ଚ୍ଚ ୨୦୨୬ ଓଡ଼ିଶାର ମିଳିତ ବିରୋଧୀ ଦଳଙ୍କର ଏକ ୪୯ ଜଣିଆ ପ୍ରତିନିଧି ଦଳ ଲୋକ ଭବନ(ରାଜ ଭବନ) ଠାରେ ଓଡ଼ିଶାର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। କଟକ ବଡ ଡାକ୍ତରଖାନାରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଓ ମୃତ୍ୟୁ ଘଟଣା ପାଇଁ ଦାୟୀ ସମସ୍ତ ଅଧିକାରୀଙ୍କ ବିରୋଧ ରେ କଠୋର କାର୍ଯ୍ୟନୁଷ୍ଠାନ ଦାବି କରି ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ପ୍ରତିନିଧି ଦଳରେ ବିଜୁ ଜନତା ଦଳ, କଂଗ୍ରେସ, ସିପିଆଇ(ଏମ), ସିପିଆଇ, ସିପିଆଇ(ଏମଏଲ) ଲିବରେସନ, ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ଏନସିପି (ଶରଦ ପୱାର), ସମତା କ୍ରାନ୍ତି ଦଳ ଓ
ଆରଜେଡିର ନେତାମାନେ ଅଂଶଗ୍ରହଣ କରିଥିଲେ। ବିଜେଡିର ବରିଷ୍ଠ ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ସିପିଆଇ ରାଜ୍ୟ ସମ୍ପାଦକ ଡ଼ଃ ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ(ଏମ) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇ(ଏମଏଲ) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସମତା କ୍ରାନ୍ତି ଦଳ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାସ କୁମାର ସାମନ୍ତରା, ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ସମାଜବାଦୀ ପାର୍ଟି ରାଜ୍ୟ ନେତା ପ୍ରଦୀପ କୁମାର ମିଶ୍ର ଓ ଆରଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାରଙ୍କ ସମେତ ବିଭିନ୍ନ ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ପ୍ରତିନିଧି ଦଳରେ ବିଜୁ ଜନତା ଦଳ ପକ୍ଷରୁ ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ପ୍ରୀତିରଞ୍ଜନ
ଘରାଇ, ସୁମିତ୍ରା ଜେନା, ପ୍ରଶାନ୍ତ ମୁଦୁଳି, ଭୃଗୁ ବକ୍ସିପାତ୍ର, ପ୍ରଫୁଲ୍ଲ ସିଂହ, ସୁବାଷ ସିଂହ, ସୁଲୋଚନା ଦାସ, ମନ୍ମଥ ରାଉତରାୟ, ବିଜୟ ନାୟକ, ଲେନିନ ମହାନ୍ତି, ଚିନ୍ମୟ ସାହୁ, ଇପ୍ସିତା ସାହୁ ଓ ସୁରେନ୍ଦ୍ର ମହାପାତ୍ର ଅଂଶଗ୍ରହଣ କରିଥିଲେ। କଂଗ୍ରେସ ଦଳ ପକ୍ଷରୁ ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ସୁରେଶ ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା, ଲଳାଟେନ୍ଦୁ ମହାପାତ୍ର, ସିଦ୍ଧାର୍ଥ ସ୍ୱରୂପ ଦାଶ, ମୀନାକ୍ଷୀ ବାହିନୀପତି, ରବି ମଲ୍ଲିକ, ସୁରେଶ ମହାପାତ୍ର, ରଞ୍ଜିତ ପଟ୍ଟରା, ସି ଏସ ରାଜନ ଏକ୍କା ଓ ପ୍ରକାଶ ଜେନା ଉପସ୍ଥିତ ଥିଲେ, ସିପିଆଇ ପକ୍ଷରୁ ଜୟନ୍ତ ଦାସ, ଏନ୍. ନାରାୟଣ ରେଡ୍ଡି, ସିପିଆଇ (ଏମ୍) ପକ୍ଷରୁ ବିଷ୍ଣୁ ଚରଣ ମହାନ୍ତି, ବଦ୍ରୀ ନାରାୟଣ ଦାସ, ସିପିଆଇ(ଏମଏଲ) ଲିବରେସନ ମହେନ୍ଦ୍ର ପରିଡା, ବିଧାନ ଦାସ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ତରଫ ରୁ
ଲକ୍ଷ୍ମୀ ଦୋରା ପ୍ରମୁଖ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ। ସ୍ମାରକପତ୍ରରେ ମୁଖ୍ୟ ଦାବିଗୁଡ଼ିକ ହେଲା— ଏହି ଅଗ୍ନିକାଣ୍ଡ ଘଟଣା ରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଏକ ଵ୍ୟଵସ୍ଥାକୃତ ହତ୍ୟା । ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳ ରୁ ବରଖାସ୍ତ କରିବା ପାଇଁ ମିଳିତ ବିରୋଧୀ ଦଳ ଦାବି କରିଛନ୍ତି । ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ସହ ସମସ୍ତ ଦାୟୀ ଅଧିକାରୀଙ୍କୁ ଗିରଫ କରାଯାଉ, ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ନେତୃତ୍ୱରେ ନ୍ୟାୟିକ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରକାଶ କରିବା,ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଆର୍ଥିକ ସହାୟତା ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଦିଆଯାଉ। ଆହତ ମାନଙ୍କୁ ଉନ୍ନତ ଏବଂ ମାଗଣା ଚିକିତ୍ସା ପ୍ରଦାନ ସହ ୫ଲକ୍ଷ ଟଙ୍କାର ସହାୟତା ଦିଆଯାଉ। ସମସ୍ତ ସରକାରୀ ହସ୍ପିଟାଲରେ ତୁରନ୍ତ ଫାୟାର ସେଫ୍ଟି ଅଡିଟ୍ କରାଯାଉ।
- Post by Gagan Bhoi1
- ହାଇକୋର୍ଟ ନିଆଁ ମହିଳାଙ୍କ ସାଙ୍ଘାତିକ ଷଡ଼ଯନ୍ତ୍ର। ହାଇକୋର୍ଟ ନିକଟରେ ଅଗ୍ନିକାଣ୍ଡ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା କଲେ ମହିଳା।1
- କଟକ ହାଇକୋଟ ସାମ୍ନା1
- ଜଣେ ମହିଳା ନିଜର ଅସନ୍ତୋଷ ପ୍ରକାଶ କରିବାକୁ ଯାଇ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ସ୍ୱୀକାର କରିଛନ୍ତି, ଯାହା ଫଳରେ ଏକ ବୋଲେରୋ ସମେତ ୪ଟି ଗାଡ଼ି ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଘଟାଇଥିବା ଅଭିଯୁକ୍ତ ମହିଳା ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅଞ୍ଚଳର ମିନୋତି ସାହୁ। ଘଟଣା ପରେ ପୋଲିସ ତାଙ୍କୁ କାବୁ କରି ଅଟକ ରଖିଛି। ମିନତିଙ୍କ କହିବା ଅନୁସାରେ, ସେ ଦୀର୍ଘ ଦିନ ଧରି ନିଜର କିଛି ବ୍ୟକ୍ତିଗତ ଓ ଆଇନଗତ ସମସ୍ୟାର ସମାଧାନ ପାଇଁ ପୋଲିସର ଦ୍ୱାରସ୍ଥ ହେଉଥିଲେ। ମାତ୍ର ପୋଲିସ ତାଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ସହାୟତା କରିବାକୁ ମନା କରିଦେଇଥିଲା। ଏହି ଅବହେଳା ଓ ଅନ୍ୟାୟର ପ୍ରତିଶୋଧ ନେବା ପାଇଁ ସେ ହାଇକୋର୍ଟ ପରିସରକୁ ବାଛିଥିଲେ। ବଡ଼ କଥା ହେଉଛି କି ଏପରି କରିବା ପାଇଁ ମିନତୀ ଏକ ଷଡ଼ଯନ୍ତ୍ର । ସେ ଯୋଜନାବଦ୍ଧ ଭାବେ ଗଣେଶ ଘାଟ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିଣିଥିଲେ। ଏକ କପଡ଼ାରେ ପେଟ୍ରୋଲ ଢାଳି ସେଥିରେ ନିଆଁ ଲଗାଇ ସେ ହାଇକୋର୍ଟ କ୍ୟାମ୍ପସ ଭିତରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ତାଙ୍କର ଲକ୍ଷ୍ୟ ଥିଲା କୋର୍ଟ ପରିସର ଭିତରେ ନିଆଁ ଲଗାଇବା। ମାତ୍ର ସେ ଫିଙ୍ଗିଥିବା ନିଆଁ ଲଗା କପଡ଼ାଟି କୋର୍ଟର ପାଚେରୀରେ ବାଜି ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକ ଉପରେ ପଡ଼ିଥିଲା। ନିମିଷକ ମଧ୍ୟରେ ନିଆଁ ଭୟଙ୍କର ରୂପ ଧାରଣ କରି ବୋଲେରୋ, ଇଲେକ୍ଟ୍ରିକ୍ ସ୍କୁଟି ଓ ବାଇକ୍କୁ ଜାଳି ଦେଇଥିଲା। ବଡ଼ କଥା ହେଉଛି କି ମିନତି ଏହି କାଣ୍ଡ ଘଟାଇବା ପୂର୍ଵରୁ ନିଜ ମୋବାଇଲଟିକୁ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ଦେଇ ଏହାର ଭିଡିଓ ମଧ୍ୟ କରିଛନ୍ତି. Byt - ଉକ୍ତ ମହିଳା4
- Post by MD MOBIN ANSARI1
- ସୁଭଦ୍ରା ଶକ୍ତିମେଳା ଉଦଯାପିତ... ============== କେନ୍ଦ୍ରାପଡ଼ା, ୩୧.୦୩.୨୦୨୬ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆ ଠାରେ ୨୪ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ସୁଭଦ୍ରା ଶକ୍ତିମେଳା ଗତକାଲି ଉଦଯାପିତ ହୋଇଯାଇଛି । ଏହି ମେଳା ମହିଳା ସଶକ୍ତିକରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର କୌଶଳ, ସୃଜନଶୀଳତା ଓ ଆର୍ଥିକ ସ୍ୱାବଲମ୍ବନକୁ ପ୍ରଚାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ପରିଗଣିତ ହୋଇଛି | ଉଦଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁଧାକର ସାହୁ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଓ ଡିପିସି ମିଶନ ଶକ୍ତି ଆରତୀ ସାହୁ ଉପସ୍ଥିତ ଥିଲେ। ମେଳାରେ ବିଭିନ୍ନ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସମ୍ମାନିତ କରାଯାଇଥିଲା— ଶ୍ରେଷ୍ଠ କୃଷି ଉତ୍ପାଦ (ସର୍ବାଧିକ ବିକ୍ରୟ): ଗଙ୍ଗା ମାତା (ରାଜନଗର) ପ୍ରଥମ, ବଜ୍ରା ମହାକାଳୀ ଡାଲ୍ PG (ମାର୍ଶାଘାଇ) ଦ୍ୱିତୀୟ, ଶ୍ରୀ କୃଷ୍ଣ PG (ଗଞ୍ଜାମ, ଶେରଗଡ଼) ତୃତୀୟ। ଶ୍ରେଷ୍ଠ ଅଣକୃଷି ଉତ୍ପାଦ: ମା ସମଲେଶ୍ୱରୀ SHG (ବରଗଡ଼, ଅତାବିରା) ପ୍ରଥମ, ବିରବାରପୁର ହସ୍ତତନ୍ତ PG (କଟକ, ବଡମ୍ବା) ଦ୍ୱିତୀୟ, ବୁଢ଼ି ମା SHG (ନୟାଗଡ଼) ତୃତୀୟ। ଶ୍ରେଷ୍ଠ ପ୍ୟାକିଙ୍ଗ, ଲେବେଲିଂ ଓ ଡିସ୍ପ୍ଲେ: ମା ବିମଳେଇ ଉତ୍ପାଦିକା SHG (ଗରଦପୁର) ପ୍ରଥମ; ମହାସଂଗ୍ରାମ SHG (ରାଜକନିକା) ଓ ମା ବନଦୁର୍ଗା SHG (ଆଳି) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ | ଶ୍ରେଷ୍ଠ ଗ୍ରାହକ ବ୍ୟବହାର ଓ ପ୍ରସ୍ତୁତିକରଣ: ସତ୍ୟସାଇ PG (କେନ୍ଦ୍ରାପଡ଼ା) ଶ୍ରେଷ୍ଠ; ତ୍ରାହି ଅଚ୍ୟୁତା SHG (ପଟ୍ଟାମୁଣ୍ଡାଇ) ଓ ମା ସନ୍ତୋଷୀ SHG (କେଉଁଝର) ସ୍ଥାନ ପାଇଥିଲେ। ଶ୍ରେଷ୍ଠ ଉଦ୍ଭାବନ (SHG ଉତ୍ପାଦ): ଉତ୍କଳ ଗ୍ରାମୀଣ (ଡେରାବିଶ) ପ୍ରଥମ; ମା ବନଦୁର୍ଗା (ମହାକଳାପଡ଼ା) ଓ ଓମ୍ ସାଇ SHG (ବାଲେଶ୍ୱର) ସମ୍ମାନିତ। ଶ୍ରେଷ୍ଠ ଷ୍ଟଲ୍ (ସମୁଦାୟ ପ୍ରଦର୍ଶନ): ତୁଳସୀ କ୍ଷେତ୍ର PG (କେନ୍ଦ୍ରାପଡ଼ା) ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହି ଅବସରରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼, ଆଇଆଇସି ଟାଉନ ଥାନା ଶୁଭେନ୍ଦୁ କୁମାର ସାହୁ, ଆଇଆଇସି ମୁଖ୍ୟାଳୟ ଦିଲ୍ଲୀପ କୁମାର ସାହୁ, ରିଜର୍ଭ ପୋଲିସର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ରାମଚନ୍ଦ୍ର ମହାନ୍ତି ଓ ଅଗ୍ନିଶମ ଅଧିକାରୀ ଅଶୋକ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ। ପରେ , ମହିଳା ସଶକ୍ତିକରଣ ବିଷୟରେ ଉଲ୍ଲେଖନୀୟ ଲେଖାପାଇଁ "ମନ କି ବାତ" କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଦ୍ୱାରା ପ୍ରଶଂସା ସଉଁଟିଥିବା HNS ମହାବିଦ୍ୟାଳୟ, ଚାନ୍ଦୋଳର +3 ପ୍ରଥମ ବର୍ଷ ଛାତ୍ର ଓମ ପ୍ରକାଶ ରଥଙ୍କୁ ବିଶେଷ ସମ୍ବର୍ଦ୍ଧନା ଜଣାଯାଇଥିଲା। ସମଗ୍ର ମେଳା ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ବଜାର ସଂଯୋଗ, କୌଶଳ ପ୍ରଦର୍ଶନ ଓ ଆର୍ଥିକ ସଶକ୍ତିକରଣରେ ଏକ ସଫଳ ମଞ୍ଚ ରୂପେ ପ୍ରମାଣିତ ହୋଇଛି।1
- Post by NEWS MANORANJAN1
- Post by Gagan Bhoi1
- ପୋଲିସକୁ ପୋଲିସ ଦେଲା ନିର୍ଯାତନା। ଚାକିରୀରୁ ଇସ୍ତଫା ଦେଲେ ମହିଳା ହାବିଲଦାର। ଅନୁଗୁଳରେ ପୋଲିସ ଆଣିଲା ପୋଲିସ ବିରୁଦ୍ଧରେ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ। କେବଳ ଅଭିଯୋଗ ନୁହଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ପତ୍ର ଦେଇଛନ୍ତି ଜଣେ ମହିଳା ହାବିଲଦାର। ଶୁଣନ୍ତୁ ସେ କ'ଣ ଅଭିଯୋଗ ଆଣିଛନ୍ତି...1