logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନୂତନ ଶିକ୍ଷାନୀତି ୨୦୨୦ ଏବଂ ଭାରତର ଉଚ୍ଚଶିକ୍ଷା  ଆଲୋଚନା ଚକ୍ର କଣାସ ବ୍ଲକ୍ ଦୟାବିହାର ଠାରେ ପ୍ରତିଷ୍ଠିତ ଦୟାବିହାର ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ଏବଂଆଇକ୍ୟୁଏସି (IQAC) ର ମିଳିତ ସହଯୋଗରେ "ନୂତନ ଶିକ୍ଷାନୀତି ୨୦୨୦ ଏବଂ ଭାରତର ଉଚ୍ଚଶିକ୍ଷା "ଶୀର୍ଷକ ଏକ ଆଲୋଚନା ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷା ବିଭାଗର ପ୍ରାଧ୍ୟାପକ ଡ଼ ଗୌରାଙ୍ଗ ଚରଣ ନନ୍ଦ , ମୁଖ୍ୟ ବକ୍ତା ଡ଼ ପ୍ରଦୋଶ କୁମାର ପତି , ବଳଙ୍ଗା ଡିଗ୍ରୀ କଲେଜ, ଗାଦୀବ୍ରହ୍ମ ଡିଗ୍ରୀ କଲେଜର ଶିକ୍ଷା ବିଭାଗର ବରିଷ୍ଠ ଅଧ୍ୟାପକ ଡକ୍ଟର ଲକ୍ଷ୍ମୀଧର ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ । ମନୁଷ୍ୟର ପ୍ରାଣମୟ କୋଷ, ମନୋମୟକୋଷ , ବିଜ୍ଞାନମୟ କୋଷ, ଆନନ୍ଦମୟ କୋଷ ଓ ଅନ୍ନମୟ କୋଷର ବିକାଶ ହେଲେ ପୂର୍ଣ୍ଣାଙ୍ଗ ଶିକ୍ଷା ହୋଇପାରିବ ।ଶିକ୍ଷା ହାସଲ କରିଦେଲେ କେବଳ ହେବନି ,ଜୀବନରେ ଆସୁଥିବା ସମସ୍ତ ସମସ୍ୟାକୁ ସମୁଖୀନ ହେବାର ଦକ୍ଷତା ହିଁ ସାମଗ୍ରିକ ଶିକ୍ଷା । ତତ୍ ସହିତ ଏନ ଇ ପି (NEP) ୨୦୨୦ ରେ ଉଚ୍ଚ ଶିକ୍ଷା ପ୍ରତି ଥିବା ବିଭିନ୍ନ ବ୍ୟବସ୍ଥା, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମୁଖ୍ୟ ଅତିଥି ଶ୍ରୀ ନନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କର ଅଭିଭାଷଣ ମାଧ୍ୟମରେ ଜଣାଇଥିଲେ । ଅଧ୍ୟାତ୍ମିକ ମୂଲ୍ୟବୋଧରେ ଆମ ଶରୀର ଗଢ଼ା। ତେଣୁ ଆମେ ବାସ୍ତବ ଠାରୁ ଦୂରେଇ ନଯାଇ ଭବିଷ୍ୟତ ପିଢ଼ି ପାଇଁ କାର୍ଯ୍ୟପନ୍ଥା ଆପଣେଇବା ଦରକାର ବୋଲି ଶ୍ରୀ ପତି ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ । ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଦ୍ଵାରା ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ଉପହାର ଓ ଉତ୍ତରୀୟ ପ୍ରଦାନ କରିଥିଲେ , ଶିକ୍ଷା ବିଭାଗର ଅଧ୍ୟାପିକା ସୁପ୍ରଭା ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ ପୂର୍ବକ ମଞ୍ଚ ପରିଚାଳନା କରିଥିଲେ, ବିଭାଗୀୟ ମୁଖ୍ୟ ମୈତ୍ରୀ ମିଶ୍ର ଆଲୋଚନା ଚକ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ବିଭିନ୍ନ ମହାବିଦ୍ୟାଳୟରୁ ପ୍ରାୟତଃ ୧୫ ରୁ ଉର୍ଦ୍ଧ୍ୱ ଅଧ୍ୟାପକ ଅଧ୍ୟାପକ ଯୋଗ ଦେଇଥିଲେ, ଶିକ୍ଷା ବିଭାଗର ୧୦ ଜଣ ଛାତ୍ର ଛାତ୍ରୀ ଲକ୍ଷ୍ମୀପ୍ରିୟା ପ୍ରଧାନ, ଶ୍ରାବଣୀ ବାରିକ, ଯଜ୍ଞସେନୀ ଜେନା , ରୂପଶ୍ରୀ ସାହୁ , ମୌସୁମୀ ମାର୍ଥା, ପ୍ରିୟାଂଶୁ ଜେନା ଆଦି ନିଜର ଆଲେଖ୍ୟ ପ୍ରଦାନ କରିଥିଲେ ।ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ମହାବିଦ୍ୟାଳୟର ଏକାଡେମିକର ମୁଖ୍ୟ ଶ୍ରୀ ରବୀନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ  କରିଥିଲେ

on 13 March
user_Sujit Tripathy
Sujit Tripathy
Accountant ଗାଡ଼ିସାଗଡ଼ା, ପୁରୀ, ଓଡ଼ିଶା•
on 13 March
57fec6f3-d7ef-4b54-9b3c-13359cb53fa6

More news from ଓଡ଼ିଶା and nearby areas
  • ବେଆଇନ ଜବରଦଖଲ ଉଚ୍ଛେଦ ନେଇ ରଣପୁର ତହସିଲଦାର ଙ୍କୁ ଗ୍ରାମବାସୀ ଙ୍କ ବିରୋଧ । ଗ୍ରାମବାସୀ ଙ୍କ ବିରୋଧ ପାଇଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ । ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଲୋଧଚୁଆ ରାଜସ୍ୱ ନିରୀକ୍ଷକଙ୍କ ସର୍କଲ ରେ ଥିବା ବାଙ୍କପୁର ମୈଜା ର ଖାତା ନଂ -୨୩୬,ପ୍ଲଟ ନଂ -୪୩୨ ବଗାୟତ ୨ ଅନାବାଦୀ କିସମ ଜମିକୁ ଗ୍ରାମବାସୀ ଭୋଗଦଖଲ କରିଆସୁଥିବା ବେଳେ ସେହି ଗ୍ରାମ ର ପୃଥିରାଜ ସାମନ୍ତରାୟ ଏହାକୁ ନିଜର ପୈତୃକ ସମ୍ପତ୍ତି ବୋଲି ଦାବି କରି ଆସୁଥିଲେ । ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଗ୍ରାମ ର କିଛି ଗରିବ ଶ୍ରେଣୀ ର ବାସହୀନ ଲୋକଙ୍କୁ ଘର କରିବା ପାଇଁ ଦେଇଥିଲେ ଏବଂ କିଛି ଜଣ ମଧ୍ୟ ଏହି ଜାଗା ରେ ଘର କରି ବସବାସ କରୁଥିଲେ । ଏହାକୁ ନେଇ ପୃଥିରାଜ ସାମନ୍ତରାୟ ମାନ୍ୟବର ହାଇକୋର୍ଟ ଙ୍କ ନିକଟରେ ୦୮/୦୯/୨୦୨୫ ରେ O.P.L.E କେସ ନଂ ୩୬/୨୫-୨୬ ଏକ ମାମଲା ରୁଜୁ କରିଥିଲେ । ମାନ୍ୟବର ହାଇକୋର୍ଟ ୨୯/୦୯/୨୦୨୫ ରେ ଚିଠି ନଂ ୨୩୯୧୭/୨୫ ରେ ନୟାଗଡ଼ ସବ୍ କଲେକ୍ଟର ଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରଣପୁର ତହସିଲଦାର ଓ ଲୋଧଚୁଆ ରାଜସ୍ୱ ବିଭାଗ ଏହାର ତଦନ୍ତ କରି ସବ୍ କଲେକ୍ଟର ଙ୍କୁ ରିପୋର୍ଟ ଦେଲାପରେ ରଣପୁର ତହସିଲଦାର ୨୬/୦୩/୨୦୨୬ ଚିଠି ନଂ ୨୪୯୭ ରେ ଜବରଦଖଲକାରୀ ଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ ଦେଇଥିଲେ ।ଆଜି ରଣପୁର ତହସିଲଦାର ଏନଫୋର୍ସମେଣ୍ଟ ଟିମ୍ ର ସହାୟତା ରେ ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ପରେ ରଣପୁର ତହସିଲଦାର ଓ ପୋଲିସ ଅଧିକାରୀ ଲୋକଙ୍କୁ ବୁଝସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।ବାଧ୍ୟ ହୋଇ ପ୍ରଶାସନ ଆଜିର ଉଚ୍ଛେଦ ପ୍ରକ୍ରିୟା କୁ ସ୍ଥଗିତ ରଖିଥିବା ବେଳେ ରଣପୁର ପୋଲିସ ସରକାରୀ କାର୍ଯ୍ୟ ରେ ବାଧା ଦେବା ପାଇଁ ଗ୍ରାମବାସୀ ଙ୍କ ବିରୋଧ ରେ ମାମଲା ରୁଜୁ କରିଛି।
    1
    ବେଆଇନ ଜବରଦଖଲ ଉଚ୍ଛେଦ ନେଇ ରଣପୁର ତହସିଲଦାର ଙ୍କୁ ଗ୍ରାମବାସୀ ଙ୍କ ବିରୋଧ ।  
ଗ୍ରାମବାସୀ ଙ୍କ ବିରୋଧ ପାଇଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ।
ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଲୋଧଚୁଆ  ରାଜସ୍ୱ ନିରୀକ୍ଷକଙ୍କ ସର୍କଲ ରେ ଥିବା ବାଙ୍କପୁର ମୈଜା ର ଖାତା ନଂ -୨୩୬,ପ୍ଲଟ ନଂ -୪୩୨ ବଗାୟତ ୨ ଅନାବାଦୀ କିସମ ଜମିକୁ ଗ୍ରାମବାସୀ ଭୋଗଦଖଲ କରିଆସୁଥିବା ବେଳେ ସେହି ଗ୍ରାମ ର ପୃଥିରାଜ ସାମନ୍ତରାୟ ଏହାକୁ ନିଜର  ପୈତୃକ ସମ୍ପତ୍ତି ବୋଲି ଦାବି କରି ଆସୁଥିଲେ । ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଗ୍ରାମ ର କିଛି ଗରିବ ଶ୍ରେଣୀ ର ବାସହୀନ ଲୋକଙ୍କୁ ଘର କରିବା ପାଇଁ ଦେଇଥିଲେ ଏବଂ କିଛି ଜଣ ମଧ୍ୟ ଏହି ଜାଗା ରେ ଘର  କରି ବସବାସ କରୁଥିଲେ   । ଏହାକୁ ନେଇ ପୃଥିରାଜ ସାମନ୍ତରାୟ ମାନ୍ୟବର ହାଇକୋର୍ଟ ଙ୍କ ନିକଟରେ  ୦୮/୦୯/୨୦୨୫ ରେ  O.P.L.E  କେସ ନଂ ୩୬/୨୫-୨୬ ଏକ ମାମଲା ରୁଜୁ କରିଥିଲେ । ମାନ୍ୟବର ହାଇକୋର୍ଟ ୨୯/୦୯/୨୦୨୫ ରେ ଚିଠି  ନଂ ୨୩୯୧୭/୨୫ ରେ  ନୟାଗଡ଼ ସବ୍ କଲେକ୍ଟର ଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରଣପୁର ତହସିଲଦାର ଓ ଲୋଧଚୁଆ ରାଜସ୍ୱ ବିଭାଗ ଏହାର ତଦନ୍ତ କରି ସବ୍ କଲେକ୍ଟର ଙ୍କୁ ରିପୋର୍ଟ ଦେଲାପରେ ରଣପୁର ତହସିଲଦାର ୨୬/୦୩/୨୦୨୬  ଚିଠି ନଂ ୨୪୯୭ ରେ ଜବରଦଖଲକାରୀ ଙ୍କୁ  ଜାଗା ଖାଲି କରିବା ପାଇଁ  ନୋଟିସ ଦେଇଥିଲେ ।ଆଜି ରଣପୁର ତହସିଲଦାର ଏନଫୋର୍ସମେଣ୍ଟ ଟିମ୍ ର ସହାୟତା ରେ ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ପରେ ରଣପୁର ତହସିଲଦାର ଓ ପୋଲିସ ଅଧିକାରୀ ଲୋକଙ୍କୁ ବୁଝସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।ବାଧ୍ୟ ହୋଇ ପ୍ରଶାସନ ଆଜିର ଉଚ୍ଛେଦ ପ୍ରକ୍ରିୟା କୁ ସ୍ଥଗିତ ରଖିଥିବା ବେଳେ ରଣପୁର ପୋଲିସ ସରକାରୀ କାର୍ଯ୍ୟ ରେ ବାଧା ଦେବା ପାଇଁ ଗ୍ରାମବାସୀ ଙ୍କ ବିରୋଧ ରେ ମାମଲା ରୁଜୁ କରିଛି।
    user_Biswajit Nayak
    Biswajit Nayak
    Court reporter ରଣପୁର, ନୟାଗଡ଼, ଓଡ଼ିଶା•
    6 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    28 min ago
  • Post by Darbar Tv
    1
    Post by Darbar Tv
    user_Darbar Tv
    Darbar Tv
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ୩୦ ପ୍ରତିଯୋଗୀ କଲେ ଜଗା ଦର୍ଶନ #FeminaMissIndia #SJTA #Srimandir
    1
    ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ୩୦ ପ୍ରତିଯୋଗୀ କଲେ ଜଗା ଦର୍ଶନ 
#FeminaMissIndia #SJTA #Srimandir
    user_Odisha khabar
    Odisha khabar
    Bhubaneswar (M.Corp.), Khordha•
    2 hrs ago
  • ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୂଳିଙ୍ଗି ଗ୍ରାମ ପଞ୍ଚାୟତର ତେଲାପଲ୍ଲୀ ଗ୍ରାମରେ ବହୁ ପ୍ରାଚୀନ କାଳରୁ ଗାଁ ଶେଷ ମୁଣ୍ଡରେ ପୂଜା ପାଉଥିବା ଏକ ଦେବୀ ବା ଶକ୍ତି ସଂକେତ ପ୍ରତିମା l ଏକ ପଥରରେ ସିନ୍ଦୂର ଆଦି ବୋଳି ତାହା ଚାରିପଟେ ମାଟି ଘୋଡାରେ ସଜାଇ ଶଙ୍ଖା, ଶାଢିରେ ସଜାଇ ପ୍ରତୀକାତ୍ମକ ଭାବେ ପୂଜା କରାଯାଏ l ମା ମାଳୁଆଣି, ବୁଢ଼ୀ ଠାକୁରାଣୀ, ନେଲା ଆମ୍ମା , ଚଞ୍ଚଳା ଆମ୍ମମା ଗ୍ରାମଦେବତୀ ରୂପରେ ପୂଜା ପାଇ ଆସୁଛନ୍ତି l ତେଲାପଲ୍ଲୀ ଗ୍ରାମର ସେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ପ୍ରତ୍ୟେକଶୁଭ କାର୍ଯ୍ୟ ଯଥା ବିବାହ ବ୍ରତ ଆଦି କାର୍ଯ୍ୟରେ ପ୍ରଥମେ ମାଙ୍କ ପାଖରେ ଶରଣଗତ ହୋଇଥାନ୍ତି l ମା ମାଳୁଆଣି ପ୍ରତ୍ୟକ୍ଷ ଠାକୁରାଣୀ ଡାକିଲେ ଶୁଣନ୍ତି l ପ୍ରତ୍ୟକ୍ଷ ଠାକୁରାଣୀ ବୋଲି ଚାରିଆଡ଼େ ମାଆଙ୍କର ହୁରିପଡେ l ଲୋକମାନଙ୍କର ଅଗାଧ ବିଶ୍ବାସକୁ ମା ପଣତକାନିରେ ଘୋଡାଇ ଅନନ୍ତ ଚକ୍ଷୁର ଆଡୁଆଳରେ ଗ୍ରାମର ପ୍ରତ୍ୟେକ ବ୍ୟକ୍ତିଙ୍କୁ ରଖିଛନ୍ତି l ମାଙ୍କର ଇତିହାସ ଜେଜେ ମାଙ୍କ ଗପ ପେଡିରୁ କେବେ ସରିନି ତ ସତ ସେହିପରି ଅଲୌକିକ ଘଟଣା ଗ୍ରାମବାସୀଙ୍କ ଜୀବନରେ ଘଟିଛି l ସେହି ମାଳୁଆଣି ମାଆଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଗଞ୍ଜାମର ସୁପରିଚିତ ଜଣା ଶୁଣା ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଗୁରୁ ଶ୍ରୀ CH.ରାଜୀବ ଲୋଚନ ରେଡ୍ଡୀ ସାରଙ୍କ ଜନ୍ମ ମାଟି ତେଲାପଲ୍ଲୀ ଅଜି ଚଳ ଚଞ୍ଚଳ l ଗ୍ରାମବାସୀଙ୍କ ଆନନ୍ଦ ନ କହିଲେ ସରେ ଚଳିତ ୨୦.୦୪.୨୦୨୬ ସୋମବାର ଠାରୁ ୨୪.୦୪.୨୦୨୬ ଶୁକ୍ରବାର ପର୍ଯ୍ୟନ୍ତ ପଞ୍ଚଦିନ ବ୍ୟାପି ତେଲାପଲ୍ଲୀ ଗ୍ରାମରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ l ପ୍ରତି ଦିନ ଘୃତ ଯଜ୍ଞ , ଅର୍ଣ୍ଣ ଯଜ୍ଞ, ନାମ ଯଜ୍ଞ, ଜ୍ଞାନଯଜ୍ଞାଦି ମହା ସମରରେ ଅନୁଷ୍ଠିତ ହବ ସେଥିରେ ମୂଖ୍ୟ ପଣ୍ଡିତ ସରୋଜ କୁମାର ଶତପଥି, ମୁଖ୍ୟ ପୁରୋହିତ କାଳୁ ଚରଣ ରଥ , ମହନ୍ତ ଶ୍ରୀ ସନାତନ ଦାସ ଜି ମହାରାଜ, ବାବାଜୀ ଶ୍ରୀ ନାରାୟଣ ଦାସ ଜି ମହାରାଜ ଯୋଗଦାନ ଦେଇ କାର୍ଯ୍ୟକୁ ସଫାଲ୍ୟ ମଣ୍ଡିତ କରିବେ l ସହପରିବାର ଓ ସବା ନ୍ଧବ ଉକ୍ତ ଧାର୍ମିକ ଅନୁଷ୍ଠାନରେ ସହଯୋଗ କରି ବିଭୁକୃପା ଲାଭ କରିବାକୁ ତେଲାପଲ୍ଲୀ ଗ୍ରାମବାସୀଙ୍କ ଓ ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଗୁରୁଶ୍ରୀ ରାଜୀବ ରେଡ୍ଡୀସାରଙ୍କ ଏକାନ୍ତ ନିବେଦନ l
    1
    ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୂଳିଙ୍ଗି ଗ୍ରାମ ପଞ୍ଚାୟତର  ତେଲାପଲ୍ଲୀ ଗ୍ରାମରେ ବହୁ ପ୍ରାଚୀନ କାଳରୁ ଗାଁ ଶେଷ ମୁଣ୍ଡରେ ପୂଜା ପାଉଥିବା ଏକ ଦେବୀ ବା ଶକ୍ତି ସଂକେତ ପ୍ରତିମା l ଏକ ପଥରରେ ସିନ୍ଦୂର ଆଦି ବୋଳି ତାହା ଚାରିପଟେ ମାଟି ଘୋଡାରେ ସଜାଇ ଶଙ୍ଖା, ଶାଢିରେ ସଜାଇ ପ୍ରତୀକାତ୍ମକ ଭାବେ ପୂଜା କରାଯାଏ l ମା ମାଳୁଆଣି, ବୁଢ଼ୀ ଠାକୁରାଣୀ, ନେଲା ଆମ୍ମା , ଚଞ୍ଚଳା ଆମ୍ମମା ଗ୍ରାମଦେବତୀ ରୂପରେ ପୂଜା ପାଇ ଆସୁଛନ୍ତି l  ତେଲାପଲ୍ଲୀ ଗ୍ରାମର ସେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ପ୍ରତ୍ୟେକଶୁଭ କାର୍ଯ୍ୟ ଯଥା ବିବାହ ବ୍ରତ ଆଦି କାର୍ଯ୍ୟରେ ପ୍ରଥମେ ମାଙ୍କ ପାଖରେ ଶରଣଗତ ହୋଇଥାନ୍ତି l ମା  ମାଳୁଆଣି ପ୍ରତ୍ୟକ୍ଷ ଠାକୁରାଣୀ ଡାକିଲେ ଶୁଣନ୍ତି l ପ୍ରତ୍ୟକ୍ଷ ଠାକୁରାଣୀ ବୋଲି ଚାରିଆଡ଼େ ମାଆଙ୍କର ହୁରିପଡେ l ଲୋକମାନଙ୍କର ଅଗାଧ ବିଶ୍ବାସକୁ ମା ପଣତକାନିରେ ଘୋଡାଇ ଅନନ୍ତ ଚକ୍ଷୁର ଆଡୁଆଳରେ ଗ୍ରାମର ପ୍ରତ୍ୟେକ ବ୍ୟକ୍ତିଙ୍କୁ ରଖିଛନ୍ତି l ମାଙ୍କର ଇତିହାସ ଜେଜେ ମାଙ୍କ ଗପ ପେଡିରୁ କେବେ ସରିନି ତ ସତ ସେହିପରି ଅଲୌକିକ ଘଟଣା ଗ୍ରାମବାସୀଙ୍କ ଜୀବନରେ ଘଟିଛି l ସେହି ମାଳୁଆଣି ମାଆଙ୍କ  ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଗଞ୍ଜାମର ସୁପରିଚିତ ଜଣା ଶୁଣା ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଗୁରୁ ଶ୍ରୀ CH.ରାଜୀବ ଲୋଚନ ରେଡ୍ଡୀ ସାରଙ୍କ ଜନ୍ମ ମାଟି ତେଲାପଲ୍ଲୀ ଅଜି ଚଳ ଚଞ୍ଚଳ l ଗ୍ରାମବାସୀଙ୍କ ଆନନ୍ଦ ନ କହିଲେ ସରେ ଚଳିତ ୨୦.୦୪.୨୦୨୬ ସୋମବାର ଠାରୁ ୨୪.୦୪.୨୦୨୬ ଶୁକ୍ରବାର ପର୍ଯ୍ୟନ୍ତ ପଞ୍ଚଦିନ ବ୍ୟାପି ତେଲାପଲ୍ଲୀ ଗ୍ରାମରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ l  ପ୍ରତି ଦିନ ଘୃତ ଯଜ୍ଞ , ଅର୍ଣ୍ଣ ଯଜ୍ଞ, ନାମ ଯଜ୍ଞ, ଜ୍ଞାନଯଜ୍ଞାଦି ମହା ସମରରେ ଅନୁଷ୍ଠିତ ହବ ସେଥିରେ ମୂଖ୍ୟ ପଣ୍ଡିତ ସରୋଜ କୁମାର ଶତପଥି, ମୁଖ୍ୟ ପୁରୋହିତ କାଳୁ ଚରଣ ରଥ , ମହନ୍ତ ଶ୍ରୀ ସନାତନ ଦାସ ଜି ମହାରାଜ, ବାବାଜୀ ଶ୍ରୀ ନାରାୟଣ ଦାସ ଜି ମହାରାଜ ଯୋଗଦାନ ଦେଇ କାର୍ଯ୍ୟକୁ ସଫାଲ୍ୟ ମଣ୍ଡିତ କରିବେ l  ସହପରିବାର ଓ ସବା ନ୍ଧବ ଉକ୍ତ ଧାର୍ମିକ ଅନୁଷ୍ଠାନରେ ସହଯୋଗ କରି ବିଭୁକୃପା ଲାଭ କରିବାକୁ  ତେଲାପଲ୍ଲୀ ଗ୍ରାମବାସୀଙ୍କ ଓ ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଗୁରୁଶ୍ରୀ  ରାଜୀବ ରେଡ୍ଡୀସାରଙ୍କ ଏକାନ୍ତ ନିବେଦନ l
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • ଉଦଯାପିତ ହେଲା ଦୁଲଣା ମହୋତ୍ସବ #spnewstvliveodia #breakingnews #bankinews
    1
    ଉଦଯାପିତ ହେଲା ଦୁଲଣା ମହୋତ୍ସବ #spnewstvliveodia #breakingnews #bankinews
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    3 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    10 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    51 min ago
  • Post by Darbar Tv
    1
    Post by Darbar Tv
    user_Darbar Tv
    Darbar Tv
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.