ପୁଲେଶ୍ୱର ରେ ମକର ମେଳା ପାଇଁ କଳସ ଶୋଭାଯାତ୍ରା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଞ୍ଚାୟତ ଅନ୍ତର୍ଗତ ପୁଲେଶ୍ଵର ଠାରେ ମକର ଯାତ୍ରା ଅବସରରେ ୨୪ ପ୍ରହରୀ ନାମ ଯଜ୍ଞ ପାଇଁ ମଙ୍ଗଳବାର ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳୁ ସ୍ଥାନୀୟ ହରିହର ଜୋର ଠାରେ ଗଙ୍ଗାମାତା ଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ବହୁ ସଂଖ୍ୟକ ମହିଳା ଓ ପୁରୁଷ, ଯୁବକ ଯୁବତୀ ମାନେ ଜଳ ପୂର୍ଣ୍ଣ କଳସି ଧରି ହରିବୋଲ, ହୁଳହୁଳି, ସଂର୍କୀନ, ଶଙ୍ଖ ଧ୍ୱନିରେ ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରାଯାଇଥିଲା । ପରେ ସମସ୍ତେ ନାମଯଜ୍ଞମଣ୍ଡପ ଠାରେ ପହଞ୍ଚି କଳସ ସ୍ଥାପନ କରିଥିଲେ। ଏଥିରେ ପୂଜକ କୃଷ୍ଣପ୍ରସାଦ ଦାସ ଓ ଗୋପାଳ ପାଢ଼ୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସୁରେଶ ପଧାନ ଓ ଧର୍ମପତ୍ନୀ ବିନୋଦିନୀ ପଧାନ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ। ଚଳିତ ବର୍ଷ ଏଠାକାର ମକର ଯାତ୍ରା ୬୭ବର୍ଷରେ ପହଞ୍ଚିଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସାଜସଜ୍ଜାଠାରୁ ଆରମ୍ଭ କରି ମେଢ଼, ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇଛି। ଏଥିରେ କମିଟି ସଭାପତି ଶ୍ୟାମ ନାରାୟଣ ମିଶ୍ର , ହେମାସାଗର ବାରିକ,ଲବ ରାଜହଂସ ,ଅଶ୍ୱିନୀ ବିଶି, ଶିବ କର୍ମୀ, ଗୌତମ ଦେହୁରୀ ,ଗୋପାଳ ବାରିକ, ସତ୍ୟା ପଧାନ, ଆଲୋକ ଭୋଇ, , ରଞ୍ଜନ ଭୁକ୍ତା ,ସୁରେନ୍ଦ୍ର ଗାଈଗରିଆ, ବଳରାମ ଘିବିଲା, ଖିରୋଦ ରାଜହଂସ ଶ୍ରୀନିବାସ ମେଣ୍ଡିଲି ପ୍ରମୁଖ କର୍ମକର୍ତ୍ତା କଳସ ଶୋଭା ଯାତ୍ରା ପରିଚାଳନା କରିଥିଲେ। ବୁଧବାର ସକାଳୁ ରୀତିନୀତି ଅନୁଯାୟୀ ଅଧିବାସ ଓ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ଯାତ୍ରା ୪ଦିନ ଧରି ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ଜଣାଯାଇଛି। ଏବର୍ଷ ମକର ଯାତ୍ରା କୁ ଆକର୍ଷଣୀୟ କରିବା ପାଇଁ ମନୋଲୋଭା ମେଢ, ସୁଉଚ୍ଚ ତୋରଣ ଓ ରଙ୍ଗୀନ ଆଲୋକମାଳାରେ ଗ୍ରାମ ସୁସଜ୍ଜିତ କରାଯାଇଛି।
ପୁଲେଶ୍ୱର ରେ ମକର ମେଳା ପାଇଁ କଳସ ଶୋଭାଯାତ୍ରା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଞ୍ଚାୟତ ଅନ୍ତର୍ଗତ ପୁଲେଶ୍ଵର ଠାରେ ମକର ଯାତ୍ରା ଅବସରରେ ୨୪ ପ୍ରହରୀ ନାମ ଯଜ୍ଞ ପାଇଁ ମଙ୍ଗଳବାର ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳୁ ସ୍ଥାନୀୟ ହରିହର ଜୋର ଠାରେ ଗଙ୍ଗାମାତା ଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ବହୁ ସଂଖ୍ୟକ ମହିଳା ଓ ପୁରୁଷ, ଯୁବକ ଯୁବତୀ
ମାନେ ଜଳ ପୂର୍ଣ୍ଣ କଳସି ଧରି ହରିବୋଲ, ହୁଳହୁଳି, ସଂର୍କୀନ, ଶଙ୍ଖ ଧ୍ୱନିରେ ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରାଯାଇଥିଲା । ପରେ ସମସ୍ତେ ନାମଯଜ୍ଞମଣ୍ଡପ ଠାରେ ପହଞ୍ଚି କଳସ ସ୍ଥାପନ କରିଥିଲେ। ଏଥିରେ ପୂଜକ କୃଷ୍ଣପ୍ରସାଦ ଦାସ ଓ ଗୋପାଳ ପାଢ଼ୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସୁରେଶ ପଧାନ ଓ ଧର୍ମପତ୍ନୀ ବିନୋଦିନୀ ପଧାନ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ। ଚଳିତ ବର୍ଷ ଏଠାକାର
ମକର ଯାତ୍ରା ୬୭ବର୍ଷରେ ପହଞ୍ଚିଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସାଜସଜ୍ଜାଠାରୁ ଆରମ୍ଭ କରି ମେଢ଼, ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇଛି। ଏଥିରେ କମିଟି ସଭାପତି ଶ୍ୟାମ ନାରାୟଣ ମିଶ୍ର , ହେମାସାଗର ବାରିକ,ଲବ ରାଜହଂସ ,ଅଶ୍ୱିନୀ ବିଶି, ଶିବ କର୍ମୀ, ଗୌତମ ଦେହୁରୀ ,ଗୋପାଳ ବାରିକ, ସତ୍ୟା ପଧାନ, ଆଲୋକ ଭୋଇ, , ରଞ୍ଜନ ଭୁକ୍ତା ,ସୁରେନ୍ଦ୍ର ଗାଈଗରିଆ, ବଳରାମ ଘିବିଲା, ଖିରୋଦ ରାଜହଂସ
ଶ୍ରୀନିବାସ ମେଣ୍ଡିଲି ପ୍ରମୁଖ କର୍ମକର୍ତ୍ତା କଳସ ଶୋଭା ଯାତ୍ରା ପରିଚାଳନା କରିଥିଲେ। ବୁଧବାର ସକାଳୁ ରୀତିନୀତି ଅନୁଯାୟୀ ଅଧିବାସ ଓ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ଯାତ୍ରା ୪ଦିନ ଧରି ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ଜଣାଯାଇଛି। ଏବର୍ଷ ମକର ଯାତ୍ରା କୁ ଆକର୍ଷଣୀୟ କରିବା ପାଇଁ ମନୋଲୋଭା ମେଢ, ସୁଉଚ୍ଚ ତୋରଣ ଓ ରଙ୍ଗୀନ ଆଲୋକମାଳାରେ ଗ୍ରାମ ସୁସଜ୍ଜିତ କରାଯାଇଛି।
- ପଲସାଗୋରାରେ ମକରଯାତ୍ରା ଆରମ୍ଭ ହୋଇଛି1
- jay hind 🙏1
- ଉଦଯାପିତ ହୋଇଯାଇଛି ପାଞ୍ଚଦିନ ବ୍ୟାପି ସୁବର୍ଣ୍ଣ ରାମେଶ୍ୱର ଷ୍ଟାଡିୟମରେ ଚାଲିଥିବା 32 ତମ ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ 20261
- ବୌଦ୍ଧ ଜିଲ୍ଲା ଗୁନ୍ଦୂଳିଆ ଠାରେ ହନୁମାନ ବିଗ୍ରହ ପ୍ରତିଷ୍ଠା1
- बामरा प्रसिद्ध मकर मेला आरम्भ बामरा केछुपानी से निकले हर महादेव #makarmela2026 #Bamranews1
- Post by Bighne Rana1
- #_ବ୍ୟାସନଗର_କହ୍ନେଇପୁର_ସ୍ଥିତ_ସ୍ୱାମୀ_ବିବେକାନନ୍ଦ_ଇନଷ୍ଟିଚୁଟ_ର_ବାର୍ଷିକ_ଉତ୍ସବ_ଅନୁଷ୍ଠିତ !1
- ସୁବର୍ଣ୍ଣପୁର ଜିଲ୍ଲା ହରିଣାପାଲି ଗାଁରେ ଅଗ୍ନିକାଣ୍ଡre ଜଳିଗଲା ଚାଷୀଙ୍କ ସୁନାର ଧାନ ଫସଲ l ଗତକାଲି ରାତିରେ କୌଣସି କାରଣରୁ ଏକ ପାଳ ଭାଡ଼ିରେ ନିଆଁ ଲାଗିଥିଲା l ଫଳରେ ପାଖରେ ଥିବା ଚାଷୀ ସିଦ୍ଧେଶ୍ୱର ନାଏକଙ୍କ ଧାନ ଖରିରେ ମଧ୍ୟ ନିଆଁ ଲାଗିଯାଇଥିଲା l ଦେଖୁ ଦେଖୁ ପୋଡି ପାଉଁଶ ହୋଇଥିଲା ଧାନ ଖରି l ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେବି ସେତେବେଳକୁ ସବୁତକ ଧାନ ପୋଡି ପାଉଁଶ ହୋଇଯାଇଥିଲା l ଏବେ କ୍ଷତିଗ୍ରସ୍ତ ଚାଷୀ ସରକାରୀ ସହାୟତା ଅପେକ୍ଷାରେ l1