ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ସ୍ଥାନ :ଭେଇଯିଗୋଠ କିଶୋରନଗର: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବିଲେଇନାଳି ଗ୍ରାମପଞ୍ଚାୟତର ଭେଇଯିଗୋଠ ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୋଳ ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ ପକ୍ଷରୁ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଙ୍ଗନୱାଡି କର୍ମୀ, ୱାର୍ଡମେମ୍ବର, ଆଶାକର୍ମୀଙ୍କ ସମେତ ଗ୍ରାମର ବିଭିନ୍ନ ସଦସ୍ୟ ଉପସ୍ଥିତ ରହି ଶିଶୁ ସୁରକ୍ଷା ଓ କଲ୍ୟାଣ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମ ଏବଂ ଶିଶୁମାନଙ୍କୁ ଜୀବନ ପ୍ରତି ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜିତ କରିବା ଭଳି ସମ୍ବେଦନଶୀଳ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଭଳି ଘଟଣା ଶିଶୁମାନଙ୍କ ଶାରୀରିକ, ମାନସିକ ଓ ଶିକ୍ଷାଗତ ବିକାଶ ଉପରେ କିପରି ନକାରାତ୍ମକ ପ୍ରଭାବ ପକାଏ, ସେନେଇ ସଚେତନ କରାଯାଇଥିଲା। ବାଲ୍ୟ ବିବାହ ଓ ଶିଶୁ ଶ୍ରମରେ ନିୟୋଜିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଆଇନରେ ଥିବା ଦଣ୍ଡବିଧାନ ଓ ନିୟମାବଳୀ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ଏଥିସହ ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ଏବଂ ଶିଶୁମାନଙ୍କ ଅଧିକାର ସୁରକ୍ଷାରେ ପରିବାର ଓ ସମାଜର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ ସହଯୋଗୀ ଦିପି ଦେହୁରୀ ବୈଠକ ପରିଚାଳନା କରିଥିଲେ। ଶିଶୁମାନଙ୍କୁ ନିରାପଦ ପରିବେଶ ଯୋଗାଇବା ସହ ସେମାନଙ୍କ ଅଧିକାର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା
ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ସ୍ଥାନ :ଭେଇଯିଗୋଠ କିଶୋରନଗର: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବିଲେଇନାଳି ଗ୍ରାମପଞ୍ଚାୟତର ଭେଇଯିଗୋଠ ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୋଳ ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ ପକ୍ଷରୁ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଙ୍ଗନୱାଡି କର୍ମୀ, ୱାର୍ଡମେମ୍ବର, ଆଶାକର୍ମୀଙ୍କ ସମେତ ଗ୍ରାମର ବିଭିନ୍ନ ସଦସ୍ୟ ଉପସ୍ଥିତ ରହି ଶିଶୁ ସୁରକ୍ଷା ଓ କଲ୍ୟାଣ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମ ଏବଂ ଶିଶୁମାନଙ୍କୁ ଜୀବନ ପ୍ରତି ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜିତ କରିବା ଭଳି ସମ୍ବେଦନଶୀଳ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଭଳି ଘଟଣା ଶିଶୁମାନଙ୍କ ଶାରୀରିକ, ମାନସିକ ଓ ଶିକ୍ଷାଗତ ବିକାଶ ଉପରେ କିପରି ନକାରାତ୍ମକ ପ୍ରଭାବ ପକାଏ, ସେନେଇ ସଚେତନ କରାଯାଇଥିଲା। ବାଲ୍ୟ ବିବାହ ଓ ଶିଶୁ ଶ୍ରମରେ ନିୟୋଜିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଆଇନରେ ଥିବା ଦଣ୍ଡବିଧାନ ଓ ନିୟମାବଳୀ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ଏଥିସହ ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ଏବଂ ଶିଶୁମାନଙ୍କ ଅଧିକାର ସୁରକ୍ଷାରେ ପରିବାର ଓ ସମାଜର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ ସହଯୋଗୀ ଦିପି ଦେହୁରୀ ବୈଠକ ପରିଚାଳନା କରିଥିଲେ। ଶିଶୁମାନଙ୍କୁ ନିରାପଦ ପରିବେଶ ଯୋଗାଇବା ସହ ସେମାନଙ୍କ ଅଧିକାର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା
- ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଗଡ଼ ମହା ବିଦ୍ୟାଳୟରେ ଶକ୍ତିଶ୍ରୀ ସେଲ୍ ପକ୍ଷରୁ ଆୟୋଜିତ ଛଅ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମାପନୀ ସମାରୋହ ସମାପ୍ତ ହୋଇଛି । ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଗଡ଼ ମହା ବିଦ୍ୟାଳୟରେ ଶକ୍ତିଶ୍ରୀ ସେଲ୍ ପକ୍ଷରୁ ଆୟୋଜିତ ଛଅ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମାପନୀ ସମାରୋହ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମର ଶକ୍ତିଶ୍ରୀ ସେଲ୍ର ଦାୟିତ୍ୱରେ ଥିବା ଅଧ୍ୟାପିକା ଶ୍ରୀମତୀ ଶୁଭ୍ରସୁଧା ଦାସ ମାର୍ଗଦର୍ଶନରେ ଆୟୋଜିତ ହୋଇଥିବା ଛଅ ଦିନ ଧରି ପ୍ରଶିକ୍ଷିକା ଶ୍ରୀମତୀ ଯଜ୍ଞସେନୀ ରାୟ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳର ପ୍ରାୟୋଗିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ, ଆତ୍ମବିଶ୍ୱାସ, ସଚେତନତା ଏବଂ ବିପଦ ସମୟରେ ନିଜକୁ ସୁରକ୍ଷିତ ରଖିବାର କ୍ଷମତା ପ୍ରଦାନ କରିବା । ସମାପନୀ ସମାରୋହରେ ବଣାଇ ଥାନାର ଏଏସଆଇ ପର୍ଶୁରାମ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ ଆତ୍ମରକ୍ଷା, ବ୍ୟକ୍ତିଗତ ସୁରକ୍ଷା ଓ ଯୁବତୀମାନଙ୍କ ମଧ୍ୟରେ ସଚେତନତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ବଣାଇଗଡ଼ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଜେନାମଣି ସାହୁ ସମାପନୀ ସମାରୋହରେ ସଭାପତିତ୍ୱ କରିଥିବା ବେଳେ ଶକ୍ତିଶ୍ରୀ ସେଲ୍ର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଛାତ୍ରୀମାନଙ୍କ ସଶକ୍ତିକରଣ ପାଇଁ ଏଭଳି ବ୍ୟବହାରିକ ତାଲିମ ଓ ସଚେତନତାମୂଳକ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଛଅ ଦିନିଆ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସେ ପ୍ରଶିକ୍ଷିକା, ଆୟୋଜକ ଓ ଅଂଶଗ୍ରହଣକାରୀ ଛାତ୍ରୀମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଭୌତିକ ବିଜ୍ଞାନ ଅଧ୍ୟାପିକା ତଥା ମହାବିଦ୍ୟାଳୟ ର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଦାୟିତ୍ୱରେ ଥିବା ଶ୍ରୀମତୀ ଲିପିକା ପ୍ରଧାନ ଉପସ୍ଥିତ ଥିଲେ । ସେ ଛାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ଓ ସହଯୋଗମୂଳକ ଶିକ୍ଷା ପରିବେଶ ସୃଷ୍ଟିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଶେଷରେ ଇତିହାସ ବିଭାଗର ଅଧ୍ୟାପକ ମୃତ୍ୟୁଞ୍ଜୟ ବ୍ରହ୍ମ ଧନ୍ୟବାଦ ଅର୍ପଣ କରିଥିଲେ ।2
- 🚨 आंबेडकर प्रतिमा को लेकर सीकरी गांव में तनाव, भारी पुलिस बल तैनात बदायूं: फैजगंज बेहटा क्षेत्र के सीकरी गांव में ग्राम समाज की भूमि पर आंबेडकर प्रतिमा स्थापित करने को लेकर मंगलवार को हंगामा हो गया। ग्रामीणों ने पुलिसकर्मियों पर प्रतिमा गिराकर क्षतिग्रस्त करने का आरोप लगाते हुए धरना शुरू कर दिया। मामले की सूचना मिलते ही अधिकारी मौके पर पहुंचे और स्थिति को संभाला। संवेदनशीलता को देखते हुए तीन थानों की पुलिस फोर्स तैनात की गई है। हालांकि, ग्रामीणों द्वारा लगाए गए आरोपों की प्रशासन की ओर से अभी पुष्टि नहीं की गई है। फिलहाल पुलिस-प्रशासन स्थिति पर नजर बनाए हुए है। #Badaun #Sikri #AmbedkarStatue #FaizganjBehta #UPNews #BreakingNews #P24NewsExpress #LatestNews 🚨 आंबेडकर प्रतिमा को लेकर सीकरी गांव में तनाव, भारी पुलिस बल तैनात बदायूं: फैजगंज बेहटा क्षेत्र के सीकरी गांव में ग्राम समाज की भूमि पर आंबेडकर प्रतिमा स्थापित करने को लेकर मंगलवार को हंगामा हो गया। ग्रामीणों ने पुलिसकर्मियों पर प्रतिमा गिराकर क्षतिग्रस्त करने का आरोप लगाते हुए धरना शुरू कर दिया। मामले की सूचना मिलते ही अधिकारी मौके पर पहुंचे और स्थिति को संभाला। संवेदनशीलता को देखते हुए तीन थानों की पुलिस फोर्स तैनात की गई है। हालांकि, ग्रामीणों द्वारा लगाए गए आरोपों की प्रशासन की ओर से अभी पुष्टि नहीं की गई है। फिलहाल पुलिस-प्रशासन स्थिति पर नजर बनाए हुए है। #Badaun #Sikri #AmbedkarStatue #FaizganjBehta #UPNews #BreakingNews #P24NewsExpress #LatestNews1
- ଦୁଇ କୋଟି ର ଗଞ୍ଜେଇ ଜବତ । G F X,, ନିଶା ବେପାରୀଙ୍କ ନିସ୍ତାର ନାହିଁ , G F X,,ଓଡ଼ିଶା ଛତିଶଗଡ଼ ସୀମାନ୍ତ ରେ ୨ କୋଟିର ଗଞ୍ଜେଇ ଜବତ, G F X,,ଆନ୍ତଃରାଜ୍ୟ ଚୋରା ଚାଲାଣ ନେଟୱାର୍କ ଠାବ।1
- Post by ସାମ୍ବାଦିକ Biswamitra padhi1
- ଏ ହେଉଛି କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର । ରୋଗୀଙ୍କୁ ଖାଲି ବେଡରେ ଚିକିତ୍ସା, ଚଦର ଗଲା କୁଆଡ଼େ?1
- ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l ବୌଦ୍ଧ:ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅଞ୍ଚଳରୁ ପୁଣିଥରେ ବିପୁଳ ପରିମାଣର ଗଞ୍ଜେଇ ଜବତ। ପେଟ୍ରୋଲିଙ୍ଗ ସମୟରେ ପୋଲିସ ଦୁଇଟି ବସ୍ତାରୁ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ତେବେ ଘଟଣାସ୍ଥଳରୁ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ କିଛି ଲୋକ ଫେରାର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବୁଧବାର ଦିନ ମନମୁଣ୍ଡା ଥାନା ପୋଲିସ ର ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସିଙ୍ଗାଡ଼ି ଗ୍ରାମ ନିକଟସ୍ଥ ଅଞ୍ଚଳରେ ସନ୍ଦେହଜନକ ଭାବେ ରଖାଯାଇଥିବା ଦୁଇଟି ବସ୍ତା ଉପରେ ନଜର ପଡ଼ିଥିଲା। ପରେ ପୋଲିସ ଉକ୍ତ ବସ୍ତାଗୁଡ଼ିକ ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ମିଳିଥିଲା। ସାକ୍ଷୀମାନଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରୁ ମୋଟ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ହୋଇଥିବା ଜଣାପଡ଼ିଛି l ଘଟଣାସ୍ଥଳରେ ଗଞ୍ଜେଇ ଚାଲାଣ ପାଇଁ କିଛି ଲୋକ ଗଞ୍ଜେଇ ଗଚ୍ଛିତ ରଖି ଥିବା ପୋଲିସ ଜାଣିବାକୁ ପାଇଥିଲେ। ତେବେ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ମନମୁଣ୍ଡା ଥାନାରେ କେସ୍ ନମ୍ବର ୩୪୫/୨୬ରେ ଏନ୍ଡିପିଏସ୍ ଆକ୍ଟର ଧାରା ୨୦(ବି)(ii)(C) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଫେରାର ଥିବା ବ୍ୟକ୍ତିମାନଙ୍କୁ ଧରିବା ସହ ଘଟଣାର ଅଧିକ ତଦନ୍ତ ଚାଲିଛି। ସୂଚନା ଅନୁସାରେ, ଗତ ଦୁଇ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ପକ୍ଷରୁ ମୋଟ ୧୧ଟି ମାମଲା ରୁଜୁ କରାଯାଇ ୩୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାସହ ୩୯୦୦କ୍ୟୁଣ୍ଟାଲ ଗଞ୍ଜେଇ ଓ ୯ ଗୋଟି ବନ୍ଧୁକ,ଚାଲାଣରେ ବ୍ୟବହୃତ ଯାନବାହନ ମଧ୍ୟ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।1
- BPSC TRE 4 अभ्यर्थियों के प्रदर्शन के दौरान महिला पुलिस हुई बेहोश! 😱 . . #BPSCTRE4 #BPSC #BiharNews #PatnaNews #BPSCProtest #raghu__creator__100k BPSC TRE 4 अभ्यर्थियों के प्रदर्शन के दौरान महिला पुलिस हुई बेहोश! 😱 . . #BPSCTRE4 #BPSC #BiharNews #PatnaNews #BPSCProtest #raghu__creator__100k1
- ଶ୍ରାବଣ ମାସର ଶେଷ ଦିନରେ ଘଣ୍ଟାପଡ଼ା ଶିବ ମନ୍ଦିରରେ ବାବା ଯୋଗେଶ୍ଵର କମିଟିର କାଉଡ଼ିଆଙ୍କ ପକ୍ଷରୁ ପୂର୍ଣ୍ଣାହୂତିର ଜଳାଭିଷେକ ନିମନ୍ତେ କଳସ ଯାତ୍ରା1
- ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ବେକରେ ଲୁଗା ଲଗାଇ ହତ୍ୟା ଅଭିଯୋଗ, ଯୌତୁକ ନିର୍ଯାତନା ନେଇ ପରିବାରର ସଙ୍ଗୀନ ଅଭିଯୋଗ। ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ମଠଚକ ନିକଟରେ ଜଣେ ବିବାହିତା ମହିଳାଙ୍କୁ ବେକରେ ଲୁଗା ଲଗାଇ ହତ୍ୟା କରାଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ହେଲେ ଲିଜାରାଣୀ ପାତ୍ର। ଏହି ଘଟଣାରେ ତାଙ୍କ ସ୍ୱାମୀ କ୍ଷିତୀଶ ପାତ୍ରଙ୍କ ସମେତ ଶାଶୁ-ଶ୍ୱଶୁରଙ୍କ ଭୂମିକାକୁ ନେଇ ମଧ୍ୟ ଗୁରୁତର ପ୍ରଶ୍ନ ଉଠିଛି। ମୃତକଙ୍କ ବାପା ଓ ପରିବାର ଲୋକେ ଏହାକୁ ସମ୍ପୂର୍ଣ୍ଣ ଭାବେ ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମୃତକଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରଠାରୁ ଶାଶୁଘର ପକ୍ଷରୁ ୧୦ ଲକ୍ଷ ଟଙ୍କା, ଗାଡ଼ି ଓ ଆସବାବପତ୍ର ଦାବି କରି ଲିଜାରାଣୀଙ୍କ ଉପରେ ଦୀର୍ଘଦିନ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏପରିକି ଏହି ଘଟଣାକୁ ନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିବା ଏବଂ ପରେ ଆପୋସ ସମାଧାନ ହୋଇଥିବା ମଧ୍ୟ ପରିବାର ପକ୍ଷରୁ କୁହାଯାଇଛି। ତେବେ ଆପୋସ ସମାଧାନ ପରେ ମଧ୍ୟ ପରିସ୍ଥିତି ସୁଧୁରିଲା ନାହିଁ ଏବଂ ଶେଷରେ ଲିଜାରାଣୀଙ୍କ ଜୀବନ ଚାଲିଗଲା ବୋଲି ତାଙ୍କ ପରିବାର ଅଭିଯୋଗ କରିଛି। ଏହା ହତ୍ୟା ନା ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ—ସେନେଇ ମଧ୍ୟ ଏବେ ଅନେକ ପ୍ରଶ୍ନ ଉଠିଛି। ଖବର ପାଇ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଘଟଣାରେ ଅଭିଯୁକ୍ତ ସ୍ୱାମୀ କ୍ଷିତୀଶ ପାତ୍ରଙ୍କ ସମେତ ଶାଶୁ ଓ ଶ୍ୱଶୁରଙ୍କୁ ମିଶାଇ ମୋଟ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଘଟଣାର ପ୍ରକୃତ କାରଣ କ’ଣ, ଯୌତୁକ ନିର୍ଯାତନାର ଅଭିଯୋଗ କେତେ ସତ୍ୟ ଏବଂ ଲିଜାରାଣୀଙ୍କ ମୃତ୍ୟୁ ପଛରେ କାହାର ଭୂମିକା ରହିଛି—ସେନେଇ ପୋଲିସର ତଦନ୍ତ ଉପରେ ଏବେ ସମସ୍ତଙ୍କ ନଜର। ଦୋଷୀ ଯିଏ ହେଉନା କାହିଁକି, ନିରପେକ୍ଷ ତଦନ୍ତ କରି ମୃତ ମହିଳାଙ୍କୁ ନ୍ୟାୟ ଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି।1