logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୋରାପୁଟ ଜିଲ୍ଲାରେ ୨୫ ତାରିଖ ଯାଏଁ ସବୁ ସ୍କୁଲ ଛୁଟି #Koraput #SchoolsClosed

5 hrs ago
user_Kopad Breaking News
Kopad Breaking News
କୋଟପାଡ, କୋରାପୁଟ, ଓଡ଼ିଶା•
5 hrs ago

କୋରାପୁଟ ଜିଲ୍ଲାରେ ୨୫ ତାରିଖ ଯାଏଁ ସବୁ ସ୍କୁଲ ଛୁଟି #Koraput #SchoolsClosed

More news from ଓଡ଼ିଶା and nearby areas
  • ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଛୁଟି ଘୋଷଣା କଲେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ। ଆସନ୍ତା 23 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ 3 ଦିନ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
    1
    ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଛୁଟି ଘୋଷଣା କଲେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ। ଆସନ୍ତା 23 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ 3 ଦିନ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    7 hrs ago
  • ଭୋଜି ଖାଇ ମୋଟର ସାଇକେଲରେ ନିଜ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଛନ୍ତି
    1
    ଭୋଜି ଖାଇ ମୋଟର ସାଇକେଲରେ ନିଜ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଛନ୍ତି
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    11 hrs ago
  • ନୂଆପଡ଼ା -୨୨/୪- ପରିବେଶ ସୁରକ୍ଷା ଓ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱ ପୃଥିବୀ ଦିବସ ଅବସରରେ ଟାନ୍‌ୱାଟ ସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ସଭାଗୃହରେ “ନାଲସା (ବନ୍ୟଜନ୍ତୁ-ମନୁଷ୍ୟ ସଂଘର୍ଷ ପୀଡ଼ିତଙ୍କୁ ଆଇନ ସହାୟତା) ଯୋଜନା, ୨୦୨୫” ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ଲାଷ୍ଟିକ ମୁକ୍ତ ହେଉ ନୂଆପଡ଼ା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ମଧୁସୂଦନ ଦାଶ ପରିବେଶର ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଜିଲ୍ଲାବାସୀଙ୍କୁ ନୂଆପଡ଼ାକୁ ପ୍ଲାଷ୍ଟିକମୁକ୍ତ କରିବା ସହ ଧରିତ୍ରୀର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନାଲସାର ନୂତନ ଯୋଜନା ‘୨୦୨୫’ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ବନ୍ୟଜନ୍ତୁ ଓ ମନୁଷ୍ୟ ମଧ୍ୟରେ ହେଉଥିବା ସଂଘର୍ଷ ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ପରିବାର କିଭଳି ସରକାରୀ ଓ ଆଇନଗତ ସହାୟତା ପାଇପାରିବେ, ସେ ନେଇ ସେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ। ସଚେତନତା ପରେ ଅତିଥି ଓ ଗ୍ରାମବାସୀଙ୍କ ଦ୍ୱାରା ପ୍ଲାଷ୍ଟିକ ସଫେଇ କରାଯାଇ ପ୍ରାୟ ୨୨ କେଜି ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ବବିତା ସିଂ ପୃଥିବୀକୁ ସବୁଜ ଓ ସୁନ୍ଦର ରଖିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଏହି ଶିବିରରେ ବନ ବିଭାଗର ଏ ସି ଏଫ ମହମ୍ମଦ ସାଲେହା, ନୂଆପଡ଼ା ନଗର ପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ବନପାଳ ଲକ୍ଷ୍ମୀଧର ଘିଭେଲା, ପି.ଇ.ଓ ଭାନୂପଲି ପଦ୍ମାବତୀ, ସରପଞ୍ଚ ଜୟରାମ ସତନାମୀ, ଓକିଲ ଅନୁପ ଶର୍ମା ଏବଂ ଟାଟା ପାୱାରର ଆଇନ ଅଧିକାରୀ ପ୍ରଜ୍ଜ୍ଵଳ ପ୍ରକାଶ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। ଏହି ସଚେତନତା ଶିବିରରେ ସ୍ଥାନୀୟ ଗ୍ରାମବାସୀ, ବନ ବିଭାଗ କର୍ମଚାରୀ ଏବଂ 'ଅଧିକାର ମିତ୍ର'ମାନେ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଧରିତ୍ରୀର ସୁରକ୍ଷା ସହ ବନ୍ୟପ୍ରାଣୀ ଓ ମନୁଷ୍ୟ ମଧ୍ୟରେ ସହାବସ୍ଥାନ କିଭଳି ସମ୍ଭବ, ସେ ନେଇ ଶିବିରରେ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରାଯାଇଛି।
    5
    ନୂଆପଡ଼ା -୨୨/୪-  ପରିବେଶ ସୁରକ୍ଷା ଓ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ  ପକ୍ଷରୁ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱ ପୃଥିବୀ ଦିବସ ଅବସରରେ ଟାନ୍‌ୱାଟ ସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ସଭାଗୃହରେ “ନାଲସା (ବନ୍ୟଜନ୍ତୁ-ମନୁଷ୍ୟ ସଂଘର୍ଷ ପୀଡ଼ିତଙ୍କୁ ଆଇନ ସହାୟତା) ଯୋଜନା, ୨୦୨୫” ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ଲାଷ୍ଟିକ ମୁକ୍ତ ହେଉ ନୂଆପଡ଼ା
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ମଧୁସୂଦନ ଦାଶ ପରିବେଶର ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଜିଲ୍ଲାବାସୀଙ୍କୁ ନୂଆପଡ଼ାକୁ ପ୍ଲାଷ୍ଟିକମୁକ୍ତ କରିବା ସହ ଧରିତ୍ରୀର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ।
ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନାଲସାର ନୂତନ ଯୋଜନା ‘୨୦୨୫’ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ବନ୍ୟଜନ୍ତୁ ଓ ମନୁଷ୍ୟ ମଧ୍ୟରେ ହେଉଥିବା ସଂଘର୍ଷ ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ପରିବାର କିଭଳି ସରକାରୀ ଓ ଆଇନଗତ ସହାୟତା ପାଇପାରିବେ, ସେ ନେଇ ସେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ।
ସଚେତନତା ପରେ ଅତିଥି ଓ ଗ୍ରାମବାସୀଙ୍କ ଦ୍ୱାରା ପ୍ଲାଷ୍ଟିକ ସଫେଇ କରାଯାଇ ପ୍ରାୟ ୨୨ କେଜି ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିଲା।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ବବିତା ସିଂ ପୃଥିବୀକୁ ସବୁଜ ଓ ସୁନ୍ଦର ରଖିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।
ଏହି ଶିବିରରେ ବନ ବିଭାଗର  ଏ ସି ଏଫ ମହମ୍ମଦ ସାଲେହା, ନୂଆପଡ଼ା ନଗର ପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ବନପାଳ ଲକ୍ଷ୍ମୀଧର ଘିଭେଲା, ପି.ଇ.ଓ ଭାନୂପଲି ପଦ୍ମାବତୀ, ସରପଞ୍ଚ ଜୟରାମ ସତନାମୀ, ଓକିଲ ଅନୁପ ଶର୍ମା ଏବଂ ଟାଟା ପାୱାରର ଆଇନ ଅଧିକାରୀ ପ୍ରଜ୍ଜ୍ଵଳ ପ୍ରକାଶ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ।
ଏହି ସଚେତନତା ଶିବିରରେ ସ୍ଥାନୀୟ ଗ୍ରାମବାସୀ, ବନ ବିଭାଗ କର୍ମଚାରୀ ଏବଂ 'ଅଧିକାର ମିତ୍ର'ମାନେ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଧରିତ୍ରୀର ସୁରକ୍ଷା ସହ ବନ୍ୟପ୍ରାଣୀ ଓ ମନୁଷ୍ୟ ମଧ୍ୟରେ ସହାବସ୍ଥାନ କିଭଳି ସମ୍ଭବ, ସେ ନେଇ ଶିବିରରେ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରାଯାଇଛି।
    user_Surendra Tiwari
    Surendra Tiwari
    Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
    7 hrs ago
  • କନ୍ତପହଁରାଠାରେ ଶ୍ରୀ ରଘୁନାଥ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା
    1
    କନ୍ତପହଁରାଠାରେ ଶ୍ରୀ ରଘୁନାଥ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    7 hrs ago
  • WhatsApp earning app application
    1
    WhatsApp earning app application
    user_WhatsApp earning money
    WhatsApp earning money
    ଚନ୍ଦ୍ରପୁର, ରାୟଗଡା, ଓଡ଼ିଶା•
    14 hrs ago
  • ନୂଆପଡା ଜିଲ୍ଲା ରୁ ଏକ ଭାଇରାଲ ଭିଡ଼ିଓ ଜୋର ସୋର ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି।
    1
    ନୂଆପଡା ଜିଲ୍ଲା ରୁ ଏକ ଭାଇରାଲ ଭିଡ଼ିଓ ଜୋର ସୋର ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    18 hrs ago
  • #କୋରାପୁଟରେ_୨୫ଯାଏଁ_ସ୍କୁଲ_ଛୁଟି କୋରାପୁଟ ଜିଲ୍ଲାରେ ୨୫ ତାରିଖ ଯାଏଁ ସବୁ ସ୍କୁଲ ଛୁଟି #Koraput #SchoolsClosed #Heatwave #Odisha #Odianews
    1
    #କୋରାପୁଟରେ_୨୫ଯାଏଁ_ସ୍କୁଲ_ଛୁଟି
କୋରାପୁଟ ଜିଲ୍ଲାରେ ୨୫ ତାରିଖ ଯାଏଁ ସବୁ ସ୍କୁଲ ଛୁଟି #Koraput #SchoolsClosed #Heatwave #Odisha #Odianews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    5 hrs ago
  • ମହିଳା ସଂରକ୍ଷଣକୁ ନିର୍ଧାରଣ ନେଇ ବିଜେପି ଭ୍ରମାତ୍ମକ ସୂଚନା କୁ ଜନ ସାଧାରଣ ଙ୍କ ଶମ୍ବୁଖରେ ପ୍ରକୃତ ତଥ୍ୟ ଉପସ୍ଥାପନା କରିବା କୁ ନେଇ କୋରାପୁଟ ଜ଼ିଲ୍ଲା କଂଗ୍ରେସ ଦଳ ତରଫରୁ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା।
    1
    ମହିଳା ସଂରକ୍ଷଣକୁ ନିର୍ଧାରଣ ନେଇ ବିଜେପି ଭ୍ରମାତ୍ମକ ସୂଚନା କୁ ଜନ ସାଧାରଣ ଙ୍କ ଶମ୍ବୁଖରେ ପ୍ରକୃତ ତଥ୍ୟ ଉପସ୍ଥାପନା କରିବା କୁ ନେଇ କୋରାପୁଟ ଜ଼ିଲ୍ଲା କଂଗ୍ରେସ ଦଳ ତରଫରୁ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    7 hrs ago
  • ନୂଆପଡ଼ା-୨୨/୪ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ସେମାନଙ୍କୁ ଆଇନଗତ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସିନାପାଲି ବ୍ଲକ ଝାରବନ୍ଧ ପଞ୍ଚାୟତ ସ୍ଥିତ ଦେବିଚରନ୍ ହାଇସ୍କୁଲ ପରିସରରେ 'ନାଲସା (ପାଠ୍ୟକ୍ରମ ଛାଡ଼ିଥିବା ଓ ଅସୁବିଧାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା) ଯୋଜନା, ୨୦୨୫' ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଯୋଗଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ ଜିତେନ୍ଦ୍ର କୁମାର ସେଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସିନାପାଲି ଉର୍ମିଳା ମହାପାତ୍ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ବେଣୁଧର ହରିଜନ ସରପଞ୍ଚ, ଝାରବନ୍ଧ ରୋହିତେଶ୍ୱର ନାୟକ ପି.ଇ.ଓ., ଏଥିସହିତ ସିନାପାଲି ଅଧିବକ୍ତା ସଂଘର ବରିଷ୍ଠ ସଦସ୍ୟ ବାଣୀ ବଲ୍ଲଭ ପାଣିଗ୍ରାହୀ, ବିଜୟାନନ୍ଦ ବେହେରା, ଜଗବନ୍ଧୁ ମେହେର, ଗୁଣସାଗର ମେହେର ଏବଂ ବିଦ୍ୟାଳୟର ଶିକ୍ଷକ ବୃନ୍ଦ ଓ ତାଲୁକ ଆଇନ ସେବା ସମିତିର ଅଧିକାର ମିତ୍ରମାନେ ଉପସ୍ଥିତ ଥିଲେ। ଶିବିରକୁ ସମ୍ବୋଧିତ କରି ସଚିବ ନବନୀତା ଦାଶ ନାଲସା (NALSA) ର ୨୦୨୫ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, "କୌଣସି ବି ଶିଶୁ ଅଭାବ କିମ୍ବା ପାରିବାରିକ ଅସୁବିଧା କାରଣରୁ ଶିକ୍ଷାରୁ ବଞ୍ଚିତ ହେବା ଉଚିତ ନୁହେଁ।" ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ କିଭଳି ପୁଣିଥରେ ବିଦ୍ୟାଳୟରେ ନାମ ଲେଖାଯାଇପାରିବ ଏବଂ ସେମାନଙ୍କୁ ମିଳୁଥିବା ମାଗଣା ଆଇନଗତ ସହାୟତା ସମ୍ପର୍କରେ ସେ ସଚେତନ କରିଥିଲେ। "ଶିକ୍ଷା ପ୍ରତିଟି ଶିଶୁର ମୌଳିକ ଅଧିକାର। ସାମାଜିକ ବା ଅର୍ଥନୈତିକ ପ୍ରତିବନ୍ଧକ ଯେପରି ଶିକ୍ଷା ପଥରେ ବାଧା ସୃଷ୍ଟି ନକରେ, ସେଥିପାଇଁ ନାଲସା ସର୍ବଦା ତତ୍ପର।" - ନବନୀତା ଦାଶ (ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ) ସିନାପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ସେଠ ଅଧାରୁ ପାଠ ଛାଡ଼ିଥିବା (Dropout) ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ଆର୍ଥିକ ପ୍ରୋତ୍ସାହନ ଉପରେ ଆଲୋକପାତ କରିଥିଲେ। ଶିକ୍ଷା କ୍ଷେତ୍ରରେ ପିଲାମାନଙ୍କୁ ମିଳୁଥିବା ସହାୟତା ରାଶି ଏବଂ ଏହାର ଆବେଦନ ପ୍ରକ୍ରିୟା ସମ୍ବନ୍ଧରେ ଉପସ୍ଥିତ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏହି ଶିବିର ମାଧ୍ୟମରେ ଅଞ୍ଚଳରେ ଶିକ୍ଷାର ପ୍ରସାର ଏବଂ ଆଇନ ସଚେତନତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
    5
    ନୂଆପଡ଼ା-୨୨/୪ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ସେମାନଙ୍କୁ ଆଇନଗତ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସିନାପାଲି ବ୍ଲକ ଝାରବନ୍ଧ ପଞ୍ଚାୟତ ସ୍ଥିତ ଦେବିଚରନ୍ ହାଇସ୍କୁଲ ପରିସରରେ 'ନାଲସା (ପାଠ୍ୟକ୍ରମ ଛାଡ଼ିଥିବା ଓ ଅସୁବିଧାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା) ଯୋଜନା, ୨୦୨୫' ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଯୋଗଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ
ଜିତେନ୍ଦ୍ର କୁମାର ସେଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସିନାପାଲି
ଉର୍ମିଳା ମହାପାତ୍ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ,
ବେଣୁଧର ହରିଜନ ସରପଞ୍ଚ, ଝାରବନ୍ଧ
ରୋହିତେଶ୍ୱର ନାୟକ ପି.ଇ.ଓ.,
ଏଥିସହିତ ସିନାପାଲି ଅଧିବକ୍ତା ସଂଘର ବରିଷ୍ଠ ସଦସ୍ୟ ବାଣୀ ବଲ୍ଲଭ ପାଣିଗ୍ରାହୀ, ବିଜୟାନନ୍ଦ ବେହେରା, ଜଗବନ୍ଧୁ ମେହେର, ଗୁଣସାଗର ମେହେର ଏବଂ ବିଦ୍ୟାଳୟର ଶିକ୍ଷକ ବୃନ୍ଦ ଓ ତାଲୁକ ଆଇନ ସେବା ସମିତିର ଅଧିକାର ମିତ୍ରମାନେ ଉପସ୍ଥିତ ଥିଲେ।
ଶିବିରକୁ ସମ୍ବୋଧିତ କରି ସଚିବ ନବନୀତା ଦାଶ ନାଲସା (NALSA) ର ୨୦୨୫ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, "କୌଣସି ବି ଶିଶୁ ଅଭାବ କିମ୍ବା ପାରିବାରିକ ଅସୁବିଧା କାରଣରୁ ଶିକ୍ଷାରୁ ବଞ୍ଚିତ ହେବା ଉଚିତ ନୁହେଁ।" ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ କିଭଳି ପୁଣିଥରେ ବିଦ୍ୟାଳୟରେ ନାମ ଲେଖାଯାଇପାରିବ ଏବଂ ସେମାନଙ୍କୁ ମିଳୁଥିବା ମାଗଣା ଆଇନଗତ ସହାୟତା ସମ୍ପର୍କରେ ସେ ସଚେତନ କରିଥିଲେ।
"ଶିକ୍ଷା ପ୍ରତିଟି ଶିଶୁର ମୌଳିକ ଅଧିକାର। ସାମାଜିକ ବା ଅର୍ଥନୈତିକ ପ୍ରତିବନ୍ଧକ ଯେପରି ଶିକ୍ଷା ପଥରେ ବାଧା ସୃଷ୍ଟି ନକରେ, ସେଥିପାଇଁ ନାଲସା ସର୍ବଦା ତତ୍ପର।" - ନବନୀତା ଦାଶ (ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ)
ସିନାପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ସେଠ ଅଧାରୁ ପାଠ ଛାଡ଼ିଥିବା (Dropout) ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ଆର୍ଥିକ ପ୍ରୋତ୍ସାହନ ଉପରେ ଆଲୋକପାତ କରିଥିଲେ। ଶିକ୍ଷା କ୍ଷେତ୍ରରେ ପିଲାମାନଙ୍କୁ ମିଳୁଥିବା ସହାୟତା ରାଶି ଏବଂ ଏହାର ଆବେଦନ ପ୍ରକ୍ରିୟା ସମ୍ବନ୍ଧରେ ଉପସ୍ଥିତ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।
ଏହି ଶିବିର ମାଧ୍ୟମରେ ଅଞ୍ଚଳରେ ଶିକ୍ଷାର ପ୍ରସାର ଏବଂ ଆଇନ ସଚେତନତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
    user_Surendra Tiwari
    Surendra Tiwari
    Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.