ବଙ୍ଗୀୟ ନବବର୍ଷ ପାଇଁ ଉତ୍ସବମୁଖର ଏମଭି-୭୯, ଧୁମଧାମରେ ପାଳିତ ପହିଲା ବୈଶାଖ ପହିଲା ବୈଶାଖ ଅବସରରେ ବଙ୍ଗୀୟ ନବବର୍ଷକୁ ମାଲକାନଗିରି ଜିଲ୍ଲାର ଏମଭି-୭୯ ଗ୍ରାମରେ ବେଶ ଉତ୍ସାହ ଓ ଆଡମ୍ବର ସହ ପାଳନ କରାଯାଇଛି। ଗ୍ରାମର ବଙ୍ଗୀୟ ସମ୍ପ୍ରଦାୟ ସହ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇ ସାମ୍ପ୍ରଦାୟିକ ସମ୍ମିଳନ ଓ ସୌହାର୍ଦ୍ୟର ଅନନ୍ୟ ଦୃଶ୍ୟ ପ୍ରଦର୍ଶନ କରିଥିଲେ। ସକାଳୁ ଘରେ ଘରେ ପୂଜାର୍ଚ୍ଚନା ସାରିବା ପରେ ମହିଳାମାନେ ନଗର କୀର୍ତ୍ତନରେ ଭାଗ ନେଇଥିଲେ। ଭକ୍ତିମୟ ସଙ୍ଗୀତ, ଆଳତି ଓ ପରମ୍ପରାଗତ ଆଚାର-ବିଚାର ମାଧ୍ୟମରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ସ୍ଥାନୀୟ ବଜାର ଓ ବ୍ୟବସାୟୀମାନେ ବିଶେଷ ପୂଜାର୍ଚ୍ଚନା କରି ନୂଆ ଖାତା ଖୋଲି ବ୍ୟବସାୟର ଶୁଭାରମ୍ଭ କରିଥିଲେ, ଯାହା ବଙ୍ଗୀୟ ପରମ୍ପରାର ଅଂଶ ଅଟେ। ମନ୍ଦିର ପରିସରରେ ଖିଚୁଡ଼ି ଭୋଗ ବଣ୍ଟନ କରାଯାଇଥିବା ବେଳେ, ଦୋକାନୀମାନେ ମିଠା ବଣ୍ଟନ କରି ନୂଆବର୍ଷର ଆନନ୍ଦକୁ ସାମୂହିକ ଭାବେ ପାଳନ କରିଥିଲେ। ଗ୍ରାମବାସୀମାନେ ନୂତନ ବସ୍ତ୍ର ପରିଧାନ କରି ପରିବାର ସହ ଏହି ଦିନଟିକୁ ଆନନ୍ଦମୟ ଭାବେ କାଟିଥିଲେ। ପିଠା, ପାଣା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟର ସ୍ୱାଦ ନିଆଯାଇଥିଲା। ଉତ୍ସବକୁ ଅଧିକ ସାର୍ଥକ କରିବା ପାଇଁ ଗ୍ରାମର ଯୁବମାନେ ଗଛଲଗାଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। “ନୂଆବର୍ଷ ନୂଆ ଆଶା ଓ ସମ୍ଭାବନା ନେଇଆସେ। ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ଆମର ଦାୟିତ୍ୱ,” ବୋଲି ଜଣେ ଯୁବକ କହିଥିଲେ। ଏହି ଅବସରରେ ଗ୍ରାମର ବରିଷ୍ଠ ବ୍ୟକ୍ତି ସୁକୁମାର ମଣ୍ଡଳଙ୍କ ପକ୍ଷରୁ ଗାମୁଛା ବଣ୍ଟନ ସହ ଖିଚୁଡ଼ି, କ୍ଷୀରି ଭୋଗର ବିଶେଷ ବ୍ୟବସ୍ଥା କରାଯାଇଥିଲା। ଆଧ୍ୟାତ୍ମିକ ଓ ସାମାଜିକ ପରିବେଶରେ ଉତ୍ସବ ଅଧିକ ମାନମୋହନୀୟ ହୋଇଉଠିଥିଲା। ଏହାସହ ସ୍ଥାନୀୟ ଅଞ୍ଚଳରେ ଜଳଛତ୍ର ଆରମ୍ଭ କରାଯାଇ ମାଟି ହାଣ୍ଡିରେ ଥଣ୍ଡା ପାଣି ପ୍ରଦାନ କରାଯାଉଛି, ଯାହା ଗ୍ରୀଷ୍ମକାଳରେ ଲୋକଙ୍କ ପାଇଁ ବିଶେଷ ଉପକାରୀ ହେବ। ଏମଭି-୭୯ରେ ବଙ୍ଗୀୟ ସମ୍ପ୍ରଦାୟ ପାଇଁ ପହିଲା ବୈଶାଖ ଦୁର୍ଗାପୂଜା ପରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପର୍ବ ଭାବେ ପାଳନ କରାଯାଏ। ଏହା କେବଳ ନୂଆ ବର୍ଷର ଆରମ୍ଭ ନୁହେଁ, ବରଂ ସାମ୍ପ୍ରଦାୟିକ ଏକତା, ସଂସ୍କୃତି ଓ ପରମ୍ପରାର ଜୀବନ୍ତ ପ୍ରତୀକ ଭାବେ ଗ୍ରାମରେ ଉଜାଗର ହୋଇଥାଏ।
ବଙ୍ଗୀୟ ନବବର୍ଷ ପାଇଁ ଉତ୍ସବମୁଖର ଏମଭି-୭୯, ଧୁମଧାମରେ ପାଳିତ ପହିଲା ବୈଶାଖ ପହିଲା ବୈଶାଖ ଅବସରରେ ବଙ୍ଗୀୟ ନବବର୍ଷକୁ ମାଲକାନଗିରି ଜିଲ୍ଲାର ଏମଭି-୭୯ ଗ୍ରାମରେ ବେଶ ଉତ୍ସାହ ଓ ଆଡମ୍ବର ସହ ପାଳନ କରାଯାଇଛି। ଗ୍ରାମର ବଙ୍ଗୀୟ ସମ୍ପ୍ରଦାୟ ସହ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇ ସାମ୍ପ୍ରଦାୟିକ ସମ୍ମିଳନ ଓ ସୌହାର୍ଦ୍ୟର ଅନନ୍ୟ ଦୃଶ୍ୟ ପ୍ରଦର୍ଶନ କରିଥିଲେ। ସକାଳୁ ଘରେ ଘରେ ପୂଜାର୍ଚ୍ଚନା ସାରିବା ପରେ ମହିଳାମାନେ ନଗର କୀର୍ତ୍ତନରେ ଭାଗ ନେଇଥିଲେ। ଭକ୍ତିମୟ ସଙ୍ଗୀତ, ଆଳତି ଓ ପରମ୍ପରାଗତ ଆଚାର-ବିଚାର ମାଧ୍ୟମରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ସ୍ଥାନୀୟ ବଜାର ଓ ବ୍ୟବସାୟୀମାନେ ବିଶେଷ ପୂଜାର୍ଚ୍ଚନା କରି ନୂଆ ଖାତା ଖୋଲି ବ୍ୟବସାୟର ଶୁଭାରମ୍ଭ କରିଥିଲେ, ଯାହା ବଙ୍ଗୀୟ ପରମ୍ପରାର ଅଂଶ ଅଟେ। ମନ୍ଦିର ପରିସରରେ ଖିଚୁଡ଼ି ଭୋଗ ବଣ୍ଟନ କରାଯାଇଥିବା ବେଳେ, ଦୋକାନୀମାନେ ମିଠା ବଣ୍ଟନ କରି ନୂଆବର୍ଷର ଆନନ୍ଦକୁ ସାମୂହିକ ଭାବେ ପାଳନ କରିଥିଲେ। ଗ୍ରାମବାସୀମାନେ ନୂତନ ବସ୍ତ୍ର ପରିଧାନ କରି ପରିବାର ସହ ଏହି ଦିନଟିକୁ ଆନନ୍ଦମୟ
ଭାବେ କାଟିଥିଲେ। ପିଠା, ପାଣା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟର ସ୍ୱାଦ ନିଆଯାଇଥିଲା। ଉତ୍ସବକୁ ଅଧିକ ସାର୍ଥକ କରିବା ପାଇଁ ଗ୍ରାମର ଯୁବମାନେ ଗଛଲଗାଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। “ନୂଆବର୍ଷ ନୂଆ ଆଶା ଓ ସମ୍ଭାବନା ନେଇଆସେ। ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ଆମର ଦାୟିତ୍ୱ,” ବୋଲି ଜଣେ ଯୁବକ କହିଥିଲେ। ଏହି ଅବସରରେ ଗ୍ରାମର ବରିଷ୍ଠ ବ୍ୟକ୍ତି ସୁକୁମାର ମଣ୍ଡଳଙ୍କ ପକ୍ଷରୁ ଗାମୁଛା ବଣ୍ଟନ ସହ ଖିଚୁଡ଼ି, କ୍ଷୀରି ଭୋଗର ବିଶେଷ ବ୍ୟବସ୍ଥା କରାଯାଇଥିଲା। ଆଧ୍ୟାତ୍ମିକ ଓ ସାମାଜିକ ପରିବେଶରେ ଉତ୍ସବ ଅଧିକ ମାନମୋହନୀୟ ହୋଇଉଠିଥିଲା। ଏହାସହ ସ୍ଥାନୀୟ ଅଞ୍ଚଳରେ ଜଳଛତ୍ର ଆରମ୍ଭ କରାଯାଇ ମାଟି ହାଣ୍ଡିରେ ଥଣ୍ଡା ପାଣି ପ୍ରଦାନ କରାଯାଉଛି, ଯାହା ଗ୍ରୀଷ୍ମକାଳରେ ଲୋକଙ୍କ ପାଇଁ ବିଶେଷ ଉପକାରୀ ହେବ। ଏମଭି-୭୯ରେ ବଙ୍ଗୀୟ ସମ୍ପ୍ରଦାୟ ପାଇଁ ପହିଲା ବୈଶାଖ ଦୁର୍ଗାପୂଜା ପରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପର୍ବ ଭାବେ ପାଳନ କରାଯାଏ। ଏହା କେବଳ ନୂଆ ବର୍ଷର ଆରମ୍ଭ ନୁହେଁ, ବରଂ ସାମ୍ପ୍ରଦାୟିକ ଏକତା, ସଂସ୍କୃତି ଓ ପରମ୍ପରାର ଜୀବନ୍ତ ପ୍ରତୀକ ଭାବେ ଗ୍ରାମରେ ଉଜାଗର ହୋଇଥାଏ।
- ମାଲକାନଗିରି, ତାରିଖ: ୧୫-୦୪-୨୦୨୬ (ରାମ କୃଷ୍ଣ ଚୌଧୁରୀ) ଅଯୋଧ୍ୟା ଠାରୁ ରାମେଶ୍ୱର ପର୍ଯ୍ୟନ୍ତ ଚାଲୁଥିବା ଶ୍ରୀରାମ ବନଗମନ ପଥ ଯାତ୍ରା ସନ୍ଦର୍ଭରେ ଆଜି ମାଲକାନଗିରି ଜିଲ୍ଲାରେ ସାଧୁସନ୍ଥମାନଙ୍କ ଆଗମନ ହୋଇଥିଲା। ଏହି ଯାତ୍ରା ଭଗବାନ ଶ୍ରୀରାମଙ୍କ ୧୪ ବର୍ଷର ବନବାସ ସମୟରେ ଯେଉଁ ପଥରୁ ସେ ଗତି କରିଥିଲେ, ସେହି ପୌରାଣିକ ଓ ଐତିହ୍ୟମୟ ପଥକୁ ପୁନର୍ଜୀବିତ କରିବା ଓ ଲୋକମାନଙ୍କ ମଧ୍ୟରେ ଧାର୍ମିକ ସଚେତନତା ସୃଷ୍ଟି କରିବାକୁ ଉଦ୍ଦିଷ୍ଟ। ଏହି ପବିତ୍ର ଯାତ୍ରା ମାଧ୍ୟମରେ ସନ୍ତମାନେ ଭଗବାନ ଶ୍ରୀରାମଙ୍କ ଆଦର୍ଶ, ଧର୍ମ, ନୀତି ଓ ସେବାଭାବର ସନ୍ଦେଶ ସାରା ଦେଶରେ ପ୍ରଚାର କରୁଛନ୍ତି। ସେହିପରି, ଭାରତର ବିଭିନ୍ନ ସ୍ଥାନରେ ଥିବା ରାମାୟଣ ସଂପୃକ୍ତ ପବିତ୍ର ସ୍ଥଳୀମାନଙ୍କର ଗୁରୁତ୍ୱକୁ ଉଜାଗର କରିବା ଓ ସେଗୁଡ଼ିକୁ ଧାର୍ମିକ ପର୍ଯ୍ୟଟନ କେନ୍ଦ୍ର ଭାବେ ଉନ୍ନତ କରିବା ମଧ୍ୟ ଏହାର ଲକ୍ଷ୍ୟ। ଯାତ୍ରା ସମୟରେ ସେମାନେ ଓଡ଼ିଶାର କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ଧାମ ସହିତ ମାଲକାନଗିରି ଜିଲ୍ଲାର ଆମାକୁଣ୍ଡ, ଖଇରପୁଟ ବ୍ଲକର ମୁଦୁଲିପଡ଼ା ସ୍ଥିତ ସୀତାକୁଣ୍ଡ, ମାଲକାନଗିରି ନଗରର ମଲିକେଶ୍ୱର ଶିବମନ୍ଦିର ଦର୍ଶନ କରିଥିଲେ। ପରେ ସେମାନେ ମୋଟୁ ଏବଂ ସିଲେରୁ-ସାବେରୀ ସଙ୍ଗମରେ ପବିତ୍ର ସ୍ନାନ କରି ତେଲେଙ୍ଗାନା ରାଜ୍ୟ ଦେଇ ନିଜ ଆଗାମୀ ଯାତ୍ରା ଜାରି ରଖିଥିଲେ। ଏହି ଯାତ୍ରା ଅଞ୍ଚଳର ଧାର୍ମିକ ଓ ଐତିହ୍ୟମୂଳକ ମହତ୍ତ୍ୱକୁ ଆଲୋକିତ କରୁଥିବାବେଳେ ସ୍ଥାନୀୟ ମଣିଷମାନଙ୍କ ମଧ୍ୟରେ ଭକ୍ତିଭାବ ଓ ଉତ୍ସାହର ପରିବେଶ ସୃଷ୍ଟି କରିଛି। ସ୍ଥାନୀୟ ମଣିଷମାନେ ଓ କାର୍ଯ୍ୟକର୍ତ୍ତାମାନେ ମାଲକାନଗିରି ଜିଲ୍ଲାର ପବିତ୍ର ସ୍ଥାନମାନଙ୍କର ଉନ୍ନତି ପାଇଁ ପ୍ରଶାସନଙ୍କୁ ଦୃଷ୍ଟିଆକର୍ଷଣ କରିଛନ୍ତି। ପିଇବା ପାଣି, ବିଦ୍ୟୁତ୍ ବ୍ୟବସ୍ଥା, ପୂଜକମାନଙ୍କ ଯଥୋଚିତ ଦରମା ଏବଂ ଭୋଗ ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା ସହ ସ୍ଥାନମାନଙ୍କର ପ୍ରଚାର-ପ୍ରସାର ଜରୁରୀ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଆଗାମୀ ପିଢ଼ୀ ଆମର ସମୃଦ୍ଧ ଇତିହାସ ଓ ପରମ୍ପରା ବିଷୟରେ ଅବଗତ ହେବେ। ଏହି ଅବସରରେ ପଶ୍ଚିମ ବଙ୍ଗର ସିଲିଗୁଡ଼ିର ରାମାନନ୍ଦ ସ୍ୱାମୀଜୀ, ବିହାରର ମୁଜାଫରପୁରର ଅମୀୟ ଭୂଷଣଙ୍କ ସହ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।4
- ବଙ୍ଗୀୟ ନବବର୍ଷ ପାଇଁ ଉତ୍ସବମୁଖର ଏମଭି-୭୯, ଧୁମଧାମରେ ପାଳିତ ପହିଲା ବୈଶାଖ ପହିଲା ବୈଶାଖ ଅବସରରେ ବଙ୍ଗୀୟ ନବବର୍ଷକୁ ମାଲକାନଗିରି ଜିଲ୍ଲାର ଏମଭି-୭୯ ଗ୍ରାମରେ ବେଶ ଉତ୍ସାହ ଓ ଆଡମ୍ବର ସହ ପାଳନ କରାଯାଇଛି। ଗ୍ରାମର ବଙ୍ଗୀୟ ସମ୍ପ୍ରଦାୟ ସହ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇ ସାମ୍ପ୍ରଦାୟିକ ସମ୍ମିଳନ ଓ ସୌହାର୍ଦ୍ୟର ଅନନ୍ୟ ଦୃଶ୍ୟ ପ୍ରଦର୍ଶନ କରିଥିଲେ। ସକାଳୁ ଘରେ ଘରେ ପୂଜାର୍ଚ୍ଚନା ସାରିବା ପରେ ମହିଳାମାନେ ନଗର କୀର୍ତ୍ତନରେ ଭାଗ ନେଇଥିଲେ। ଭକ୍ତିମୟ ସଙ୍ଗୀତ, ଆଳତି ଓ ପରମ୍ପରାଗତ ଆଚାର-ବିଚାର ମାଧ୍ୟମରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ସ୍ଥାନୀୟ ବଜାର ଓ ବ୍ୟବସାୟୀମାନେ ବିଶେଷ ପୂଜାର୍ଚ୍ଚନା କରି ନୂଆ ଖାତା ଖୋଲି ବ୍ୟବସାୟର ଶୁଭାରମ୍ଭ କରିଥିଲେ, ଯାହା ବଙ୍ଗୀୟ ପରମ୍ପରାର ଅଂଶ ଅଟେ। ମନ୍ଦିର ପରିସରରେ ଖିଚୁଡ଼ି ଭୋଗ ବଣ୍ଟନ କରାଯାଇଥିବା ବେଳେ, ଦୋକାନୀମାନେ ମିଠା ବଣ୍ଟନ କରି ନୂଆବର୍ଷର ଆନନ୍ଦକୁ ସାମୂହିକ ଭାବେ ପାଳନ କରିଥିଲେ। ଗ୍ରାମବାସୀମାନେ ନୂତନ ବସ୍ତ୍ର ପରିଧାନ କରି ପରିବାର ସହ ଏହି ଦିନଟିକୁ ଆନନ୍ଦମୟ ଭାବେ କାଟିଥିଲେ। ପିଠା, ପାଣା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟର ସ୍ୱାଦ ନିଆଯାଇଥିଲା। ଉତ୍ସବକୁ ଅଧିକ ସାର୍ଥକ କରିବା ପାଇଁ ଗ୍ରାମର ଯୁବମାନେ ଗଛଲଗାଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। “ନୂଆବର୍ଷ ନୂଆ ଆଶା ଓ ସମ୍ଭାବନା ନେଇଆସେ। ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ଆମର ଦାୟିତ୍ୱ,” ବୋଲି ଜଣେ ଯୁବକ କହିଥିଲେ। ଏହି ଅବସରରେ ଗ୍ରାମର ବରିଷ୍ଠ ବ୍ୟକ୍ତି ସୁକୁମାର ମଣ୍ଡଳଙ୍କ ପକ୍ଷରୁ ଗାମୁଛା ବଣ୍ଟନ ସହ ଖିଚୁଡ଼ି, କ୍ଷୀରି ଭୋଗର ବିଶେଷ ବ୍ୟବସ୍ଥା କରାଯାଇଥିଲା। ଆଧ୍ୟାତ୍ମିକ ଓ ସାମାଜିକ ପରିବେଶରେ ଉତ୍ସବ ଅଧିକ ମାନମୋହନୀୟ ହୋଇଉଠିଥିଲା। ଏହାସହ ସ୍ଥାନୀୟ ଅଞ୍ଚଳରେ ଜଳଛତ୍ର ଆରମ୍ଭ କରାଯାଇ ମାଟି ହାଣ୍ଡିରେ ଥଣ୍ଡା ପାଣି ପ୍ରଦାନ କରାଯାଉଛି, ଯାହା ଗ୍ରୀଷ୍ମକାଳରେ ଲୋକଙ୍କ ପାଇଁ ବିଶେଷ ଉପକାରୀ ହେବ। ଏମଭି-୭୯ରେ ବଙ୍ଗୀୟ ସମ୍ପ୍ରଦାୟ ପାଇଁ ପହିଲା ବୈଶାଖ ଦୁର୍ଗାପୂଜା ପରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପର୍ବ ଭାବେ ପାଳନ କରାଯାଏ। ଏହା କେବଳ ନୂଆ ବର୍ଷର ଆରମ୍ଭ ନୁହେଁ, ବରଂ ସାମ୍ପ୍ରଦାୟିକ ଏକତା, ସଂସ୍କୃତି ଓ ପରମ୍ପରାର ଜୀବନ୍ତ ପ୍ରତୀକ ଭାବେ ଗ୍ରାମରେ ଉଜାଗର ହୋଇଥାଏ।2
- Post by Poriman Poriman sisa1
- କୋଟପାଡ଼ : ପରିଣତ ବୟସ ଓ ଶାରୀରିକ ଅକ୍ଷମତା ହାର୍ ମାନିଛି 75 ବର୍ଷ ବୟସ୍କ ହରିନାଥଙ୍କ ପରିଶ୍ରମ ଆଗରେ1
- ଜୟପୁର ଚେମ୍ବର ଅଫ୍ କମର୍ସର ନୂତନ କାର୍ଯ୍ୟକାରୀ କମିଟି ଗଠିତ ସୂଚନା ଦେଲେ SANJAY KUMAR JAIN ଜୟପୁର ଚାମ୍ବର ଅଫ କୋମର୍ସର ନୂତନ ସଭାପତି1
- ସ୍ଥାନୀୟ ମାଥାଲପୁଟ ରାଧାକୃଷ୍ଣ ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ ପାଳିତ ହୋଇଛି।୨ ଦିନ ଧରି ଏହି ଉତ୍ସବରେ କଳଶ ଶୋଭାଯାତ୍ରା,ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଏବଂ ଅଷ୍ଟମପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା।ସ୍ଥାନୀୟ ମରିଚମାଳ ନଦୀରୁ ଶତାଧିକ ମହିଳା ଶ୍ରଦ୍ଧାଳୁ କଳଶ ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ସୁନାବେଡ଼ା ର ପର୍ବତ ମହାରାଜ ନାମଯଜ୍ଞ କରିଥିଲା ବେଳେ ମନ୍ଦିରର ଦୈନନ୍ଦିନ ପୂଜକ ପ୍ରତାପ ପଣ୍ଡା ଓ ପ୍ରଣୟ ଦେବତାଙ୍କ ସହ ସୀମାଞ୍ଚଳ କର ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ଓ ଘୃତ ଯଜ୍ଞ କରିଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ହରିବନ୍ଧୁ ବିଶ୍ବାଳ,କାଳୀ ପାଟ୍ଟଯୋଶୀ,ଆକୁଳ ଜେନା,ସୁଦାମ ବାରିକ,କେ ଶଙ୍କର ପାତ୍ର,କେଶବ ଚୌଧୁରୀ, ବିଶ୍ବନାଥ ଚୌଧୁରୀ,ବେଣୁପାଣି ସାହୁ,ସଞ୍ଜୟ ବିଶ୍ବାଳ ମାର୍କେଟର ବ୍ୟବସାୟୀ ଓ ଗ୍ରାମ ଲୋକେ ଉତ୍ସବ ପରିଚାଳନା କରିଥିଲେ।1
- ଉମରକୋଟ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।1
- କୋଟପାଡ଼ ବିଇଓ ଅଫିସରେ ଦୁର୍ବ୍ୟବହାର ଅଭିଯୋଗ,ଧାରଣାରେ ବସିଲେ ଅବସର ପ୍ରାପ୍ତ ଶିକ୍ଷକ #kotpad #KotpadBreakingNews1