ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ୱାରା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ସମାପ୍ତି ଓ ଜନସାଧାରଣଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ସେବା ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି ମାର୍ଶାଘାଇ ସ୍ଥିତ ଜଳସେଚନ ବିଭାଗ ଡାକ ବଙ୍ଗଳାଠାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ଯୋଜନାଗୁଡିକର ସମୀକ୍ଷା କରିଥିଲେ। ବୈଠକରେ ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ, କ୍ରୀଡା, ପାନୀୟ ଜଳ, ଦକ୍ଷତା ବିକାଶ, ଶିକ୍ଷା, ସାମାଜିକ ସୁରକ୍ଷା, ସମାଜ କଲ୍ୟାଣ, ବିଦ୍ୟୁତ୍, ଶିଳ୍ପ ସହ ବିଭିନ୍ନ ବିଭାଗର କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଥିଲେ। ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗରେ ଚାଲିଥିବା ଉନ୍ନତିମୂଳକ ପ୍ରକଳ୍ପ ଓ ସରକାରୀ ଯୋଜନା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମାନ୍ୟବର ମନ୍ତ୍ରୀ ଜିଲ୍ଲାର ସମଗ୍ର ଉନ୍ନତି ପାଇଁ ସମସ୍ତ ଅଧିକାରୀଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବା ସହିତ ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଚାଲିଥିବା ପ୍ରକଳ୍ପଗୁଡିକୁ ଧାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ମହାକାଳପଡ଼ାର ମାନ୍ୟବର ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶଶାଙ୍କ ଶେଖର ସେଠୀ, ଜିଲ୍ଲାପାଳ ରଘୁରାମ ଆର. ଆୟର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି, ଆଜି ସକାଳେ ମାନ୍ୟବର ମନ୍ତ୍ରୀ ମହାକାଳପଡ଼ା ବ୍ଲକର ନୀଳକଣ୍ଠେଶ୍ୱର ମନ୍ଦିରଠାରେ ଆୟୋଜିତ “ସୋମନାଥ ସ୍ୱାଭିମାନ ପର୍ବ” କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

- ଢେଙ୍କାନାଳର ନିହାଲପ୍ରସାଦ ଅଷ୍ଟଶମ୍ଭୁ ମନ୍ଦିରକୁ ଯାଉଥିବା କଂକ୍ରିଟ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। କାମ ଚାଲିଥିବା ବେଳେ ବୋର୍ଡରେ ମଞ୍ଜୁରୀ ବର୍ଷ ୨୦୨୬ ଲେଖାଥିବା ଦେଖିବାକୁ ମିଳିଛି। ଏହି ଘଟଣା ଜିଲ୍ଲାପାଳଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।1
- ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାଠାରେ ଦଳିତ ନେତା କାଳିଆ ଭୋଇଙ୍କ ଏକାଦଶୀ ପାଳନ କରାଯାଇଛି। ଜୟଦେବ ଏହି କାର୍ଯ୍ୟକ୍ରମର ଆୟୋଜନ କରି ସ୍ମୃତିସଭା ପାଳନ କରିଛନ୍ତି।1
- ଆଜି ବାଲିପାଟଣା ଥାନାରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅଭିନବ ଆୟୋଜନ ପାଇଁ ଥାନା ଅଧିକାରୀଙ୍କୁ ଧନ୍ୟବାଦ ଜଣାଯାଇଛି।1
- ବୌଦ୍ଧର ବୁଟୁପାଲିସ୍ଥିତ ଶ୍ରୀରାଧା ମାଧବ ସେବାଶ୍ରମରେ ଏକ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ଲୋକମାନେ ଆୟୁର୍ବେଦିକ ପଦ୍ଧତିରେ ଚିକିତ୍ସା ସେବା ପାଇବେ। ଏହା ଅଞ୍ଚଳବାସୀଙ୍କୁ ପ୍ରାକୃତିକ ଉପାୟରେ ସୁସ୍ଥ ରହିବାରେ ସାହାଯ୍ୟ କରିବ।1
- ସୌମ୍ୟଙ୍କ ମାମୁଁ କଣ କହୁଛନ୍ତି ଶୁଣନ୍ତୁ ... #BaliantaCase #baliantanews1
- ସୁର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପାରଗ କହିବା ସହ ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଥିବା ଅଭିଯୋଗ କରିଛନ୍ତି। ତାଙ୍କ କହିବାନୁସାରେ, ରାଜ୍ୟରେ ପ୍ରତିଦିନ ହତ୍ୟା ଭଳି ଘଟଣା ଘଟୁଛି, ଯାହା ସରକାରୀ ବ୍ୟବସ୍ଥାର ଦୁର୍ବଳତାକୁ ଦର୍ଶାଉଛି।1
- ଓଡ଼ିଶାର ଅଭିନେତା ତଥା ରାଜନେତା ସୁର ରାଉତରାୟ ଦକ୍ଷିଣ ଭାରତୀୟ ଅଭିନେତା ବିଜୟଙ୍କୁ ସମର୍ଥନ କରି ବଡ଼ ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଯେ ଦକ୍ଷିଣରେ ସବୁ କଳାକାରଙ୍କୁ ଭୋଟ୍ ମିଳେ ଏବଂ ଜଣେ ଯୁବ ମୁଖ୍ୟମନ୍ତ୍ରୀ ରାଜ୍ୟ ପାଇଁ ଭଲ କାମ କରିପାରିବେ।1
- ଢ଼େଙ୍କାନାଳର ଭୁବନରେ ଜଣେ ବ୍ୟକ୍ତି ନିଜକୁ ବ୍ୟାଙ୍କ ମ୍ୟାନେଜର କହି ୫୦ ହଜାର ଟଙ୍କା ଠକି ନେଇଛି। ଏହି ଘଟଣା ସହ ଓଡ଼ିଶାରେ ସାଇବର ଅପରାଧ ବୃଦ୍ଧି ପାଉଥିବା ନେଇ ଚିନ୍ତା ବଢ଼ିଛି।1
- ପୁରୀ ଟାଉନ ହଲ୍ରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନର 'ପୁଣ୍ୟତ୍ସଵ' ଅନୁଷ୍ଠିତ। ପୁରୀ ଟାଉନ ହଲ୍ ପରିସରରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନ ପକ୍ଷରୁ ଦୁଇ ଦିନ ବ୍ୟାପି ବାର୍ଷିକ ଉତ୍ସବ ‘ପୁଣ୍ୟତ୍ସଵ’ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡଃ ସମ୍ବିତ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବର ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ ଉପରେ ସେ ନିଜର ମନ୍ତବ୍ୟ ରଖିଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସରକାରୀ ଏଏନଏମ ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷା ନୟନା ସାମଲ, ଅନୁଷ୍ଠାନର ନିର୍ଦ୍ଦେଶକ ବାବୁଲା ବେହେରା ଓ ଅଧ୍ୟକ୍ଷା କମଳା ପଣ୍ଡା ମଞ୍ଚାସିନ ଥିଲେ। ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡା ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରି ଶିକ୍ଷାନୁଷ୍ଠାନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ପୁରୀର ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡଃ ବାମଦେବ ମହାନ୍ତିଙ୍କୁ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସହ-ନିର୍ଦ୍ଦେଶିକା ମଧୁସ୍ମିତା ରଥ ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ଅଭିଜ୍ୟୋତି ପ୍ରିୟଦର୍ଶିନୀ, ସୋନାଲି ପ୍ରଧାନ, ସସ୍ମିତା ସାହୁ ଓ ରୂପାଲି ପ୍ରଧାନ କାର୍ଯ୍ୟକ୍ରମର ସମ୍ପାଦନାରେ ସହଯୋଗ କରିଥିଲେ। କୁମୁଦ ଶତପଥୀ ମଞ୍ଚ ପରିଚାଳନାର ଦାୟିତ୍ୱ ତୁଲାଇଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।(ଡ଼ଃ ମନୋଜ କୁମାର ବଳିଆରସିଂ)4