ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଅଧୀନରେ ନିର୍ମିତ ଅଣ୍ଡରପାସ୍ଗୁଡ଼ିକ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳର ଅନେକ ଗ୍ରାମବାସୀଙ୍କ ପାଇଁ ଦୁର୍ଦ୍ଦଶାର କାରଣ ପାଲଟିଛି। ବିଶେଷକରି କରଞ୍ଜକଟା ପଞ୍ଚାୟତର ଗୋଧିପଡ଼ା ଗ୍ରାମକୁ ସଂଯୋଗ କରୁଥିବା ଅଣ୍ଡରପାସର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ମାଟି ଧସିବା କାରଣରୁ ଏଠାରେ ସାଇକେଲଟିଏ ଚଳାଇବା ମଧ୍ୟ କଷ୍ଟକର ହେଉଛି। ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ, ଯେଉଁମାନଙ୍କ ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀ, ଚାଷୀ ଓ ଶ୍ରମିକ ସାମିଲ ଅଛନ୍ତି, ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଏହି ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ କରୁଛନ୍ତି। କେବଳ ଗୋଧିପଡ଼ା ନୁହେଁ, ବିରାମଚନ୍ଦ୍ରପୁର, ହାଟଗାଁ, ମଧୁସୂଦନପୁର, ଜଡ଼ାପାଲ ଓ ଆଇଁଲାଚୁଆଁ ଭଳି ଅନ୍ୟ ଅଣ୍ଡରପାସ୍ଗୁଡ଼ିକର ଅବସ୍ଥା ମଧ୍ୟ ସମାନ ରହିଛି। ଏହି ଅଣ୍ଡରପାସ୍ଗୁଡ଼ିକରେ ସାମାନ୍ୟ ବର୍ଷା ହେଲେ ପ୍ରାୟ ୩ ଫୁଟ୍ ପର୍ଯ୍ୟନ୍ତ ପାଣି ଜମି ରହୁଛି ଏବଂ ଜଳ ନିଷ୍କାସନ ପାଇଁ କୌଣସି ସଠିକ୍ ବ୍ୟବସ୍ଥା ନାହିଁ। ଠିକାଦାର ସଂସ୍ଥା ଓ ଯନ୍ତ୍ରୀମାନଙ୍କର ଚରମ ଅବହେଳାକୁ ସ୍ଥାନୀୟ ଲୋକେ ଦାୟୀ କରିଛନ୍ତି। ସେମାନେ କହିଛନ୍ତି ଯେ ବିକାଶ ନାଁରେ ସେମାନେ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଛନ୍ତି। ବର୍ଷା ଦିନ ଆରମ୍ଭରୁ ଯଦି ଏଭଳି ସ୍ଥିତି ରହୁଛି, ତେବେ ଆଷାଢ଼ ଓ ଶ୍ରାବଣ ମାସରେ ଗ୍ରାମବାସୀ କିପରି ଚଳିବେ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୌଣସି ବଡ଼ ଧରଣର ଅଘଟଣ ଘଟିବା ପୂର୍ବରୁ ରେଳ ବିଭାଗ, ଠିକା ସଂସ୍ଥା ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ବୈଷୟିକ ଯାଞ୍ଚ କରିବା ସହ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବା ଏବଂ ଏଠାରେ ଏକ ସୁରକ୍ଷା ପ୍ରାଚୀର ନିର୍ମାଣ କରିବାକୁ ଅଞ୍ଚଳବାସୀ ଜୋରଦାର ଦାବି କରିଛନ୍ତି।
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଅଧୀନରେ ନିର୍ମିତ ଅଣ୍ଡରପାସ୍ଗୁଡ଼ିକ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳର ଅନେକ ଗ୍ରାମବାସୀଙ୍କ ପାଇଁ ଦୁର୍ଦ୍ଦଶାର କାରଣ ପାଲଟିଛି। ବିଶେଷକରି କରଞ୍ଜକଟା ପଞ୍ଚାୟତର ଗୋଧିପଡ଼ା ଗ୍ରାମକୁ ସଂଯୋଗ କରୁଥିବା ଅଣ୍ଡରପାସର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ମାଟି ଧସିବା କାରଣରୁ ଏଠାରେ ସାଇକେଲଟିଏ ଚଳାଇବା ମଧ୍ୟ କଷ୍ଟକର ହେଉଛି। ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ, ଯେଉଁମାନଙ୍କ ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀ, ଚାଷୀ ଓ ଶ୍ରମିକ ସାମିଲ ଅଛନ୍ତି, ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଏହି ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ କରୁଛନ୍ତି। କେବଳ ଗୋଧିପଡ଼ା ନୁହେଁ, ବିରାମଚନ୍ଦ୍ରପୁର, ହାଟଗାଁ, ମଧୁସୂଦନପୁର, ଜଡ଼ାପାଲ ଓ ଆଇଁଲାଚୁଆଁ ଭଳି ଅନ୍ୟ ଅଣ୍ଡରପାସ୍ଗୁଡ଼ିକର ଅବସ୍ଥା ମଧ୍ୟ ସମାନ ରହିଛି। ଏହି ଅଣ୍ଡରପାସ୍ଗୁଡ଼ିକରେ ସାମାନ୍ୟ ବର୍ଷା ହେଲେ ପ୍ରାୟ ୩ ଫୁଟ୍ ପର୍ଯ୍ୟନ୍ତ ପାଣି ଜମି ରହୁଛି ଏବଂ ଜଳ ନିଷ୍କାସନ ପାଇଁ କୌଣସି ସଠିକ୍ ବ୍ୟବସ୍ଥା ନାହିଁ। ଠିକାଦାର ସଂସ୍ଥା ଓ ଯନ୍ତ୍ରୀମାନଙ୍କର ଚରମ ଅବହେଳାକୁ ସ୍ଥାନୀୟ ଲୋକେ ଦାୟୀ କରିଛନ୍ତି। ସେମାନେ କହିଛନ୍ତି ଯେ ବିକାଶ ନାଁରେ ସେମାନେ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଛନ୍ତି। ବର୍ଷା ଦିନ ଆରମ୍ଭରୁ ଯଦି ଏଭଳି ସ୍ଥିତି ରହୁଛି, ତେବେ ଆଷାଢ଼ ଓ ଶ୍ରାବଣ ମାସରେ ଗ୍ରାମବାସୀ କିପରି ଚଳିବେ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୌଣସି ବଡ଼ ଧରଣର ଅଘଟଣ ଘଟିବା ପୂର୍ବରୁ ରେଳ ବିଭାଗ, ଠିକା ସଂସ୍ଥା ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ବୈଷୟିକ ଯାଞ୍ଚ କରିବା ସହ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବା ଏବଂ ଏଠାରେ ଏକ ସୁରକ୍ଷା ପ୍ରାଚୀର ନିର୍ମାଣ କରିବାକୁ ଅଞ୍ଚଳବାସୀ ଜୋରଦାର ଦାବି କରିଛନ୍ତି।
- ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଅଧୀନରେ ନିର୍ମିତ ଅଣ୍ଡରପାସ୍ଗୁଡ଼ିକ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳର ଅନେକ ଗ୍ରାମବାସୀଙ୍କ ପାଇଁ ଦୁର୍ଦ୍ଦଶାର କାରଣ ପାଲଟିଛି। ବିଶେଷକରି କରଞ୍ଜକଟା ପଞ୍ଚାୟତର ଗୋଧିପଡ଼ା ଗ୍ରାମକୁ ସଂଯୋଗ କରୁଥିବା ଅଣ୍ଡରପାସର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ମାଟି ଧସିବା କାରଣରୁ ଏଠାରେ ସାଇକେଲଟିଏ ଚଳାଇବା ମଧ୍ୟ କଷ୍ଟକର ହେଉଛି। ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ, ଯେଉଁମାନଙ୍କ ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀ, ଚାଷୀ ଓ ଶ୍ରମିକ ସାମିଲ ଅଛନ୍ତି, ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଏହି ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ କରୁଛନ୍ତି। କେବଳ ଗୋଧିପଡ଼ା ନୁହେଁ, ବିରାମଚନ୍ଦ୍ରପୁର, ହାଟଗାଁ, ମଧୁସୂଦନପୁର, ଜଡ଼ାପାଲ ଓ ଆଇଁଲାଚୁଆଁ ଭଳି ଅନ୍ୟ ଅଣ୍ଡରପାସ୍ଗୁଡ଼ିକର ଅବସ୍ଥା ମଧ୍ୟ ସମାନ ରହିଛି। ଏହି ଅଣ୍ଡରପାସ୍ଗୁଡ଼ିକରେ ସାମାନ୍ୟ ବର୍ଷା ହେଲେ ପ୍ରାୟ ୩ ଫୁଟ୍ ପର୍ଯ୍ୟନ୍ତ ପାଣି ଜମି ରହୁଛି ଏବଂ ଜଳ ନିଷ୍କାସନ ପାଇଁ କୌଣସି ସଠିକ୍ ବ୍ୟବସ୍ଥା ନାହିଁ। ଠିକାଦାର ସଂସ୍ଥା ଓ ଯନ୍ତ୍ରୀମାନଙ୍କର ଚରମ ଅବହେଳାକୁ ସ୍ଥାନୀୟ ଲୋକେ ଦାୟୀ କରିଛନ୍ତି। ସେମାନେ କହିଛନ୍ତି ଯେ ବିକାଶ ନାଁରେ ସେମାନେ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଛନ୍ତି। ବର୍ଷା ଦିନ ଆରମ୍ଭରୁ ଯଦି ଏଭଳି ସ୍ଥିତି ରହୁଛି, ତେବେ ଆଷାଢ଼ ଓ ଶ୍ରାବଣ ମାସରେ ଗ୍ରାମବାସୀ କିପରି ଚଳିବେ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୌଣସି ବଡ଼ ଧରଣର ଅଘଟଣ ଘଟିବା ପୂର୍ବରୁ ରେଳ ବିଭାଗ, ଠିକା ସଂସ୍ଥା ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ବୈଷୟିକ ଯାଞ୍ଚ କରିବା ସହ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବା ଏବଂ ଏଠାରେ ଏକ ସୁରକ୍ଷା ପ୍ରାଚୀର ନିର୍ମାଣ କରିବାକୁ ଅଞ୍ଚଳବାସୀ ଜୋରଦାର ଦାବି କରିଛନ୍ତି।1
- ଅନୁଗୋଳ ପୁଲିସର ଏନକାଉଣ୍ଟରରେ ଦୁଇ ଡକାୟତ ସଚିନ ଗାଜଗେ ଏବଂ ପ୍ରକାଶ ମାହାନେ ଆହତ ହୋଇଛନ୍ତି। ଉଭୟ ମାହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଏନକାଉଣ୍ଟର ହଣ୍ଡପା ଥାନା ଅନ୍ତର୍ଗତ ଚୁଲିଆପୁର ଜଙ୍ଗଲ ନିକଟରେ ହୋଇଥିଲା।1
- ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସହର ଅନ୍ତର୍ଗତ ପଟାଭାଡିଠାରେ ଅବସ୍ଥିତ ଲୋକନାଥ ବାବା ବର ବେଶରେ ସଜ୍ଜିତ ହୋଇଛନ୍ତି। ଏହି ଅବସରରେ ଲୋକନାଥ ବାବାଙ୍କ ବରାତି ବାହାରିଥିଲା।1
- ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସମଗ୍ର ରାଜ୍ୟରେ ସରପଞ୍ଚ ସଂଘ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ, ସଂଘ ନିଜ ନିଜ ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରୁଛି। ଏହା ସହିତ, ରାଜ୍ୟ ସରପଞ୍ଚ ସଂଘ ପକ୍ଷରୁ ନିଜ ନିଜ ବ୍ଲକରେ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସରକାରୀ କାର୍ଯ୍ୟରେ ସହଯୋଗ ନ କରିବା ପାଇଁ ମଧ୍ୟ ଦାବି କରାଯାଉଛି। ଏହି କ୍ରମରେ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସରପଞ୍ଚ ସଂଘ, ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ଏବଂ ସରକାରୀ କାର୍ଯ୍ୟରେ ଅସହଯୋଗ ନେଇ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।1
- hello Punamchanda Nayak Baleshwar Sadar chunvatitalsai1
- ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଲୱେ ଫାଟକ ନିକଟ ଚକଠାରେ ସାଇ ହେଲଥ କେୟାର ଏକ ନୂତନ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ଆରମ୍ଭ କରିଛି। ଏହି ପ୍ରତିଷ୍ଠାନ ଉତ୍ତମ ମାନର ସେବା କମ୍ ଦାମ୍ରେ ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ। ବିଶେଷ କରି, ଏଠାରେ ରୋଗ ନିରୂପଣ ସେବା ୨୪ ଘଣ୍ଟା ଉପଲବ୍ଧ କରାଇବାର ବ୍ୟବସ୍ଥା କରାଯାଇଛି।1
- ନିର୍ବାଚନ କାର୍ଯ୍ୟରେ ସାମାନ୍ୟତମ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରି ବୌଦ୍ଧ ଜିଲ୍ଲାରେ ଏହାର ଏକ ବଡ଼ ପ୍ରମାଣ ଦେଖିବାକୁ ମିଳିଛି। ଭୋଟର ତାଲିକାର SIR କାର୍ଯ୍ୟକ୍ରମରେ ଚରମ ଅବହେଳା ଏବଂ କର୍ତ୍ତବ୍ୟରେ ଅନୁପସ୍ଥିତ ରହିବା ଅଭିଯୋଗରେ ଦୁଇ ଜଣ ଶିକ୍ଷକ ତଥା ବୁଥ୍ ଲେଭେଲ୍ ଅଫିସର (BLO) ଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ଦୁଇ ଅଧିକାରୀ ହେଉଛନ୍ତି ଗଣ୍ଡିସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିରେନ୍ଦ୍ର ବେହେରା ଏବଂ ଖରଭୁଇଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିବ ଚନ୍ଦ୍ର ଗାଆଣ। ବିରେନ୍ଦ୍ର ବେହେରା ୧୭୬-ଗଣ୍ଡିସର ମତଦାନ କେନ୍ଦ୍ରରେ ଏବଂ ଶିବ ଚନ୍ଦ୍ର ଗାଆଣ ୧୬୯-ଖରଭୂଇଁ ମତଦାନ କେନ୍ଦ୍ରରେ BLO ଭାବେ ଦାୟିତ୍ୱରେ ଥିଲେ। ବାରମ୍ବାର ନିର୍ଦ୍ଦେଶ ଏବଂ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ସେମାନେ SIR କାର୍ଯ୍ୟରେ ଅନୁପସ୍ଥିତ ରହିଥିଲେ, ଯାହା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO) ଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ଲକ୍ଷ୍ୟ କରାଯାଇଥିଲା। ବୌଦ୍ଧ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସୂଚନା ଅନୁଯାୟୀ, ଏଭଳି ଅନଧିକୃତ ଅନୁପସ୍ଥିତି ଭୋଟର ତାଲିକାର ସଠିକତା ଓ ନିର୍ଭରଯୋଗ୍ୟତା ରକ୍ଷାରେ ବାଧା ସୃଷ୍ଟି କରୁଛି। ଏହା Representation of the People Act, 1950 ର ଧାରା ୩୨ ର ସ୍ପଷ୍ଟ ଉଲ୍ଲଂଘନ ଅଟେ। ଏଣୁ ଉଭୟଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହ ଓଡ଼ିଶା ସିଭିଲ ସର୍ଭିସେସ୍ ନିୟମାବଳୀ ଅନୁଯାୟୀ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ଏହାସହ ଜିଲ୍ଲାର ସମସ୍ତ BLO ଏବଂ ସୁପରଭାଇଜରଙ୍କୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପ୍ରଶାସନ ତରଫରୁ କଡ଼ା ଚେତାବନୀ ଦିଆଯାଇଛି।1
- ଆଜି, ଜୁନ ୧୮, ଗୁରୁବାର, ଓଡ଼ିଶାରେ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି, କାରଣ ପାଣିପାଗ ବିଭାଗ ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ଏହା ସହିତ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଆଜି ଖୋଲୁଛି। ତେବେ ସୁବର୍ଣ୍ଣପୁରରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଏବଂ ବରଗଡରେ ଜୁନ ୨୨ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ରାଜ୍ୟ ସରକାର ୭୬,୬୧୨ କୋଟି ଟଙ୍କାର ୨୦ଟି ବୃହତ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗଞ୍ଜାମରେ ଟାଟା ପାୱାର ରିନିଉଏବଲ୍ ଏନର୍ଜି ଦ୍ୱାରା ୧୦,୦୦୦ କୋଟି ଟଙ୍କାର ସୋଲାର ପିଭି ସେଲ୍ ଉତ୍ପାଦନ କେନ୍ଦ୍ର, ଯାଜପୁର ସହର ପାଖରେ ଜୁପିଟର ୱାଗନ୍ସ ଲିମିଟେଡ୍ ଦ୍ୱାରା ୧୫୦୦ କୋଟି ଟଙ୍କାର ରେଳ କୋଚ୍ ନିର୍ମାଣ କାରଖାନା, ସମ୍ବଲପୁରରେ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ୍ ଦ୍ୱାରା ୭୫୮୦ କୋଟି ଟଙ୍କାର ସମନ୍ୱିତ ଇସ୍ପାତ କାରଖାନା ଏବଂ ମାଲକାନଗିରିରେ ରାଜପୁଷ୍ପା ରେନୋଭା କମ୍ପାନୀ ଦ୍ୱାରା ୫୦୦୦ କୋଟି ଟଙ୍କାର ପମ୍ପଡ୍ ଷ୍ଟୋରେଜ୍ ହାଇଡ୍ରୋ ପାୱାର ପ୍ଲାଣ୍ଟ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ଝାରସୁଗୁଡ଼ାରେ କେୟୁ ଉର୍ଜା ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ୨୪୦୦ କୋଟି ଟଙ୍କାର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ର ଏବଂ ସୁନ୍ଦରଗଡ଼ରେ ଓଡ଼ିଶା ଆଲୟ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଏକ ଲୁହାପଥର ପ୍ରକ୍ରିୟାକରଣ କାରଖାନା ସ୍ଥାପନ କରାଯିବ। ଖୋର୍ଦ୍ଧାରେ ଲ୍ୟାବ୍ ଗ୍ରୋନ୍ ଡାଇମଣ୍ଡ (କୃତ୍ରିମ ହୀରା) କାରଖାନା ପାଇଁ ତିନୋଟି କମ୍ପାନୀକୁ ମଞ୍ଜୁରୀ ମିଳିଛି, ଯାହା ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ସିଙ୍ଗାପୁରର ହାଇକମିଶନର ସାଇମନ୍ ୱଙ୍ଗ ଲୋକସେବା ଭବନରେ ଭେଟିଛନ୍ତି। ରାଜ୍ୟ ସରକାର ପ୍ରେସ୍କ୍ରିପ୍ସନ୍ ବିନା କଫ୍ ସିରପ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସ୍କୁଲ ବହିରେ ହୋଇଥିବା ପ୍ରିଣ୍ଟିଂ ତ୍ରୁଟିକୁ ନେଇ ମନ୍ତ୍ରୀ ଗଣ୍ଡ ସମୟ ଅଭାବରୁ ଏହା ହୋଇଥିବା ସ୍ୱୀକାର କରିଛନ୍ତି ଏବଂ ଏଥିପାଇଁ କାମ ନେଇଥିବା ସଂସ୍ଥା ଉପରେ ସନ୍ଦେହ ପ୍ରକାଶ ପାଇଛି। ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଜୁନ ୨୮ ତାରିଖରେ ଅନୁଷ୍ଠିତ ହେବ, ଯେଉଁଥିରେ ୯୭,୦୦୦ରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ। କେନ୍ଦ୍ରାପଡା ତିଖିରିର ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି, ଯାହାଙ୍କୁ ପୋଲିସ ଅଭିଯୋଗରେ ଗିରଫ କରାଯାଇଥିଲା। ଭୁବନେଶ୍ୱରର ୟୁନିଟ୍ ୧ ହାଟରେ ଅଗ୍ନିକାଣ୍ଡ ରୋକିବା ପାଇଁ ବଜାର ଅଞ୍ଚଳରେ ୱାଟର ସ୍ପ୍ରିଙ୍କଲର ସିଷ୍ଟମ ନିର୍ମାଣ କରାଯିବ। ଅପରାଧ ସମ୍ବନ୍ଧୀୟ ଖବର ମଧ୍ୟରେ, ଭୁବନେଶ୍ୱରର ଜଣେ ଯନ୍ତ୍ରୀ ଜାଲିଆତି ଅଭିଯୋଗରେ ଗିରଫ ହୋଇଛନ୍ତି। ସେ ଉପବାଚସ୍ପତିଙ୍କ ନକଲି ଚିଠି କରି ବଦଳି ପାଇଁ ଆବେଦନ କରିଥିଲେ। ମଞ୍ଚେଶ୍ୱର ଥାନାର ଜଣେ ଏଏସଆଇ ଓ ହୋମ୍ ଗାର୍ଡ ମୋବାଇଲ ଫେରସ୍ତ ପାଇଁ ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି। ରେଳବାଇ ଚାକିରି କରାଇ ଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ୱରରେ ବାପ-ଝିଅ ଗିରଫ ହୋଇଛନ୍ତି। ରାଉରକେଲା ସହରରେ ଏକ ସୁନା ଦୋକାନରୁ ଲୁଟ୍ ଅଭିଯୋଗରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ଅନୁଗୁଳ ନିକଟରେ ପୋଲିସ ଏକ ବଡ଼ ଗାଡ଼ି ଚୋରି ରାକେଟର ପର୍ଦ୍ଦାଫାଶ କରିବା ସହ ପାଞ୍ଚଟି ମୋଟରସାଇକେଲ୍ ସହ ଦୁଇ ଜଣଙ୍କୁ ଗିରଫ କରିଛି। ଭଦ୍ରକରେ ଜାଲ ନୋଟ୍ ଅଭିଯୋଗରେ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରିଛନ୍ତି, ତାଙ୍କ ନିକଟରୁ ଅନେକ ୫୦୦ ଟଙ୍କିଆ ନକଲି ନୋଟ୍ ମିଳିଛି। କେନ୍ଦ୍ର ସରକାର ପ୍ରଥମ ଚାକିରିଆଙ୍କ ପାଇଁ PM-VBRY ଅଧୀନରେ ୧୫,୦୦୦ ଟଙ୍କା ଆକାଉଣ୍ଟକୁ ପଠାଇ ଉପହାର ଦେଇଛନ୍ତି। ଶେୟାର ବଜାରରେ ମାର୍କେଟ୍ କ୍ୟାପ୍ ୫ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ମେଟା କମ୍ପାନୀ ନିଜର AI ପ୍ରକଳ୍ପ ପାଇଁ ପାଣ୍ଡି ସଂଗ୍ରହ କରିବାକୁ ଯାଉଛି, ଯାହା ପାଇଁ ହ୍ୱାଟ୍ସଆପ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ ମାସିକ ସବସ୍କ୍ରିପସନ ବ୍ୟବସ୍ଥା ଲାଗୁ ହୋଇପାରେ। ଆମେରିକା ସରକାର ଆନ୍ଥ୍ରୋପିକ୍ ଫେବୁଲ୍ ୫ ଏବଂ ମାଇଥୋସ୍ ୫ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, ଏହି ନିଷ୍ପତ୍ତି ପରେ ବିଭିନ୍ନ ଦେଶରେ ଘରୋଇ କୃତ୍ରିମ ବୁଦ୍ଧିମତା ଭିତ୍ତିଭୂମିର ବିକାଶ ପାଇଁ ଦାବି ବୃଦ୍ଧି ପାଇଛି। କ୍ରିକେଟ ଖବର ମଧ୍ୟରେ, ଲକ୍ଷ୍ନୌଠାରେ ଅନୁଷ୍ଠିତ ମ୍ୟାଚରେ ଶୁଭମନ ଗିଲ୍ ଏବଂ ଈଶାନ କିଷାନଙ୍କ ଚମତ୍କାର ଶତକ ବଳରେ ଭାରତ ଆଫଗାନିସ୍ତାନକୁ ପରାସ୍ତ କରିଛି। ଡାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ସିରିଜ୍ ମ୍ୟାଚରେ ଭାରତୀୟ ଏ ଦଳ ଆଫଗାନିସ୍ତାନକୁ ୧୦୧ ରନରେ ହରାଇଛି। ମହିଳା ଟି-୨୦ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ସ୍ମୃତି ମାନ୍ଧନାଙ୍କ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ବଳରେ ଭାରତ ନେଦରଲାଣ୍ଡକୁ ପରାସ୍ତ କରିଛି। ମୁମ୍ବାଇଠାରେ ଆୟୋଜିତ ଫିଟ୍ ଇଣ୍ଡିଆ ସାଇକ୍ଲୋଥନ ପ୍ରତିଯୋଗିତାରେ ଅଭିନେତା ଜ୍ୟାକି ଶ୍ରଫ୍ ଅଂଶଗ୍ରହଣ କରିଛନ୍ତି। କ୍ରିକେଟ୍ ତାରକା ଆକାଶଦୀପ ଖୁବ୍ ଶୀଘ୍ର ଅକ୍ଷିତାରାଜଙ୍କୁ ବିବାହ କରିବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜାରି ରହିଛି।1