ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ନିଲିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଇରାଲଗୁଣ୍ଡି ଗ୍ରାମରେ ଭୟଙ୍କର ପାନୀୟ ଜଳ ସଂକଟ ଦେଖାଦେଇଛି। ଗ୍ରାମର ଟେକସାହିରେ ରହୁଥିବା ୩୫ ପରିବାର ଏକମାତ୍ର ନଳକୂପରୁ ବାହାରୁଥିବା ଲୌହଯୁକ୍ତ ଦୂଷିତ ଜଳରେ ନିଜର ଶୋଷ ମେଣ୍ଟାଉଛନ୍ତି। ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କର୍ମଚାରୀ ଧ୍ୟାନ ଦେଇନଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ନଳକୂପର ଫିଲ୍ଟର ବାହାର କରି ନିଜେ ସଫା କରିଛନ୍ତି। ତଥାପି ମଇଳା ପାଣି ବାହାରୁଥିବାରୁ ଗ୍ରାମବାସୀମାନେ ନଳକୂପ ମୁହଁରେ ଗାମୁଛା ବାନ୍ଧି ସେହି ପାଣିକୁ ବ୍ୟବହାର କରୁଥିବା କହିଛନ୍ତି। ଗ୍ରାମବାସୀ ତୁଲେ କବାସୀ, ସାମେ ପଡ଼ିଆମୀ, ଅମ୍ବିକା ପଡ଼ିଆମୀ, ଦେବେ କବାସୀ, ସାମେ ମାଡ଼କାମୀ, ଜଗା କବାସୀ ପ୍ରମୁଖଙ୍କ କହିବା ଅନୁଯାୟୀ, ଇରାଲଗୁଣ୍ଡି ଗାଁରେ ୧୯୫ ପରିବାର ବାସ କରୁଥିବାବେଳେ ଏହାର ପଡ଼ାଗ୍ରାମ ଟେକସାହିରେ ୩୫ ପରିବାରର ଦେଢ଼ଶହରୁ ଅଧିକ ଲୋକ ବସବାସ କରନ୍ତି। ଦୀର୍ଘ ୨୦ ବର୍ଷ ପୂର୍ବେ ସାହିରେ ନଳକୂପ ଖନନ କରାଯାଇଥିଲା। ପୂର୍ବରୁ ଲୋକସଂଖ୍ୟା କମ୍ ଥିଲା, କିନ୍ତୁ ଏବେ ଜନସଂଖ୍ୟା ବୃଦ୍ଧି ପାଇ ଶତାଧିକ ଲୋକ ବାସ କରୁଛନ୍ତି ଏବଂ ସମସ୍ତେ ଏକମାତ୍ର ନଳକୂପ ଉପରେ ନିର୍ଭର କରିବାକୁ ବାଧ୍ୟ। ନଳକୂପ ମରାମତି ଅଭାବରୁ ଗତ କିଛି ମାସ ହେବ ଏଥିରୁ ଲୌହଯୁକ୍ତ ଦୂଷିତ ପାଣି ବାହାରୁଛି। ଦୂଷିତ ଜଳ ବ୍ୟବହାର ଯୋଗୁଁ ଗ୍ରାମବାସୀମାନେ ନାନା ରୋଗର ଶିକାର ହେଉଛନ୍ତି। ନଳକୂପରେ ବହୁ ବର୍ଷ ତଳେ ଏକ ଫିଲ୍ଟର ଲଗାଯାଇଥିଲା, କିନ୍ତୁ ଏହାପରେ କୌଣସି ଦିନ ଏହାକୁ ସଫା କରାଯାଇ ନାହିଁ। ନଳକୂପ ଖରାପ ହେଲେ ଏସ୍ଏମ୍ସି କର୍ମଚାରୀମାନେ ଅଭିଯୋଗ ପରେ ମରାମତି କରୁଛନ୍ତି, କିନ୍ତୁ ଫିଲ୍ଟର ସଫା କରିବାକୁ ଭୁଲିଯାଉଛନ୍ତି। ଫଳରେ ସାହିବାସିନ୍ଦାଙ୍କୁ ବାଧ୍ୟ ହୋଇ ଲୌହଯୁକ୍ତ ଦୂଷିତ ପାଣି ବ୍ୟବହାର କରିବାକୁ ପଡୁଛି। ସକାଳେ ପ୍ରଥମ ଏକ ଘଣ୍ଟା ପର୍ଯ୍ୟନ୍ତ ବାହାରୁଥିବା ପାଣି ପିଇବା ଅନୁପଯୁକ୍ତ। ଗାଁରେ ପୋଖରୀ କିମ୍ବା କେନାଲ ନଥିବାରୁ ନଳକୂପ ଏକମାତ୍ର ଭରସା ହୋଇଥିବାରୁ ଗାମୁଛା କିମ୍ବା ଛଣାଜାଲି ବାନ୍ଧିବାକୁ ପଡ଼ୁଛି। ଆଜି ଗ୍ରାମବାସୀମାନେ ଏକାଠି ହୋଇ ନଳକୂପରେ ଲାଗିଥିବା ଫିଲ୍ଟରକୁ ବାହାର କରି ସଫା କରିଛନ୍ତି। ମାଙ୍ଗି ପତିଆମୀ, ଗାଙ୍ଗି ପତିଆମୀ, ସୋନି ସୋଡି, ଯୋଗୀ ପଡ଼ିଆମୀ, ମାଳତୀ କବାସୀ, ଇର୍ମେ ପଡ଼ିଆମୀ, ରଙ୍ଗି କବାସୀ, ବାଣ୍ଡି ମାଢ଼ି, ଆଦା କବାସୀ, ଭୀମା ପଡ଼ିଆମୀ, ରାଜୁ ସୋଡି, ବିଜୁ ପଡ଼ିଆମୀ, ଲୋକନାଥ ପତିଆମୀ, ଗଙ୍ଗା କବାସୀ, ସୁଦ୍ଧା କବାସୀ ପ୍ରମୁଖଙ୍କ ସହ ଅନ୍ୟମାନେ ବ୍ଲକ ପ୍ରଶାସନ ନିକଟରେ ତୁରନ୍ତ ନୂତନ ନଳକୂପ କିମ୍ବା ସୋଲାର ଜଳ ପ୍ରକଳ୍ପ ଦ୍ୱାରା ପାଣି ଯୋଗାଇ ଦେବାକୁ ଦାବି କରିଛନ୍ତି।

- ମାଲକାନଗିରି ଜିଲ୍ଲାରେ ପିଭିଟିଜି ବଣ୍ଡା ସମ୍ପ୍ରଦାୟର ଲୋକଙ୍କୁ ମତଦାତା ତାଲିକା ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ୧୪୭-ଚିତ୍ରକୋଣ୍ଡା (ST) ନିର୍ବାଚନ ମଣ୍ଡଳୀରେ ମାନ୍ୟବର ଅତିରିକ୍ତ ଜିଲ୍ଲାପାଳ ତଥା ଇ.ଆର.ଓ ଏବଂ ଖଇରପୁଟ ବି.ଡି.ଓ ତଥା ଏ.ଇ.ଆର.ଓ ଙ୍କ ଉପସ୍ଥିତିରେ ବି.ଏଲ.ଓ. ମାନଙ୍କ ଦ୍ୱାରା ଏହି ଫର୍ମ ବଣ୍ଟାଯାଇଛି। ଏହି ଅଭିଯାନରେ ବଣ୍ଡା ଭାଇଭଉଣୀମାନଙ୍କୁ ବିଶେଷ ଭାବେ ସେମାନଙ୍କ ନିଜ ବଣ୍ଡା ଭାଷାରେ ଫର୍ମର ଉଦ୍ଦେଶ୍ୟ ଏବଂ ଏହାକୁ ପୂରଣ କରିବାର ସହଜ ପ୍ରକ୍ରିୟା ବିଷୟରେ ବୁଝାଯାଇଛି। ଏହାଦ୍ୱାରା ସେମାନେ ସହଜରେ ମତଦାତା ତାଲିକାରେ ସାମିଲ ହୋଇପାରିବେ।3
- କୋଟପାଡ଼ ଅଞ୍ଚଳରେ ଶାଳ ମଞ୍ଜି ଗୋଟାଳିମାନେ ଶାଳ ମଞ୍ଜି ବିକ୍ରି କରି କ୍ଷତି ସହୁଥିବା ଜଣାପଡ଼ିଛି।1
- ଜୟପୁର ସହରରେ ଆସନ୍ତା ଜୁନ ୧ ତାରିଖରୁ ଟ୍ରାଫିକ ନିୟମକୁ ଅତ୍ୟନ୍ତ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ପାର୍କିଂ କରାଯାଇଥିବା ସମସ୍ତ ଗାଡ଼ି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜୟପୁର ଏସଡିପିଓ ଅର୍ଚିତା ମିତ୍ତଲ ସୂଚନା ଦେଇଛନ୍ତି।1
- ଗତ ଶନିବାର ଦାମନଯୋଡି ଶିଳ୍ପାଞ୍ଚଳରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଛି। ମହାତ୍ମା ଗାନ୍ଧୀ କ୍ୟାନସର ହସ୍ପିଟାଲ ବିଶାଖାପାଟଣମ୍ ଏବଂ ନାଲକୋ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଏକ ମାରାଥନ ଓ ପଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି)ଙ୍କ ସହ ବିଭିନ୍ନ ବିଭାଗର ମହାପ୍ରବନ୍ଧକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେମାନେ ଜନସାଧାରଣଙ୍କୁ ତମାଖୁ, ଧୂମ୍ରପାନ ଏବଂ ମାଦକଦ୍ରବ୍ୟ ବର୍ଜନ କରିବା ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। କ୍ୟାନସର ହସ୍ପିଟାଲର ଡକ୍ଟର ସୂର୍ଯ୍ୟପ୍ରକାଶ ଏବଂ ନାଲକୋ ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ମିଳିତ ଭାବେ ଏହି ସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।1
- ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବୁର୍ଜା ଗ୍ରାମରେ ଜଣେ ବିବାହିତ ପୁରୁଷ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ କଳହକୁ ଏହି ଘଟଣାର ମୁଖ୍ୟ କାରଣ ବୋଲି ଜଣାପଡିଛି।1
- କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକର ଭଟାଙ୍ଗପଦର ପଞ୍ଚାୟତ ପଡ଼ିଆ ପରିସରଠାରେ ଶୁକ୍ରବାର ଦିନ ଏକ ପଞ୍ଚାୟତ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।1
- ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ଲିଙ୍ଗିପୁର ଗ୍ରାମରେ ଶ୍ରୀ ଶ୍ରୀ ଶ୍ରୀ ଚିନ୍ତା ପୋଲାମ୍ମା ଠାକୁରାଣୀ ମାଁଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ଯାତ୍ରା ଗ୍ରାମବାସୀଙ୍କ ଦ୍ୱାରା ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ତିନି ଦିନିଆ ଉତ୍ସବ ପାଇଁ ଲିଙ୍ଗିପୁର ଗ୍ରାମର ସମସ୍ତ ସାହିକୁ ତୋରଣ ଏବଂ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜାଯାଇଥିଲା। ଯାତ୍ରା ସମୟରେ ତିନି ଦିନ ଧରି ଅନ୍ନପ୍ରସାଦ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏହି ସମସ୍ତ ଆୟୋଜନର ଖର୍ଚ୍ଚ ସମାଜସେବୀ ଲୋଲା ସିଦ୍ଧାର୍ଥ ଏବଂ ଗ୍ରାମବାସୀ ବହନ କରିଥିବା ବେଳେ, ଗ୍ରାମର ଯୁବଗୋଷ୍ଠୀ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଥିଲେ। ଉତ୍ସବର ପ୍ରଥମ ଦିନ ମା’ଙ୍କୁ ଏକ ଅସ୍ଥାୟୀ ମନ୍ଦିରକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରତିଦିନ ସନ୍ଧ୍ୟା ସମୟରେ ମା’ଙ୍କର ଘଟ ପରିକ୍ରମା କରାଯିବା ସହ ବିଭିନ୍ନ ପ୍ରକାରର ପୌରାଣିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଯାତ୍ରାରେ ମାନସିକଧାରୀମାନେ ବିଭିନ୍ନ ଦେବଦେବୀଙ୍କ ବେଶଭୂଷାରେ ସଜ୍ଜିତ ହୋଇ ବାଦ୍ୟର ତାଳେ ତାଳେ ନାଚଗୀତରେ ଝୁମିଥିଲେ, ଯାହା ଗ୍ରାମବାସୀଙ୍କୁ ବେଶ ଆକୃଷ୍ଟ କରିଥିଲା। ଏହି ବାର୍ଷିକ ଉତ୍ସବରେ ଲିଙ୍ଗିପୁର ଗ୍ରାମର ଆଖପାଖ ଅଞ୍ଚଳର ବାସିନ୍ଦାଙ୍କ ସମେତ ବହୁ ଦୂର ଦୂରାନ୍ତରୁ ଲୋକଙ୍କ ଭିଡ଼ ଜମିଥିଲା। ମା’ଙ୍କ ଯାତ୍ରାର ଶେଷ ଦିନ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ରିପୋର୍ଟ ଗଜପତି ଜିଲ୍ଲାରୁ ଭାସ୍କର ସ୍ୱାଇଁଙ୍କ ଦ୍ୱାରା ପ୍ରଦାନ କରାଯାଇଛି।4
- ମାଲକାନଗିରି ଜିଲ୍ଲାର ବଦଳି ଏବଂ ଚିତ୍ରାଙ୍ଗପଲ୍ଲୀ ପଞ୍ଚାୟତରେ ଗତ ତିନି ଦିନ ଧରି ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ଏହି ଦୁଇ ପଞ୍ଚାୟତର ଲୋକମାନେ ଅନ୍ଧାରରେ ରହିଛନ୍ତି। ଏହି ଦୀର୍ଘ ସମୟର ବିଦ୍ୟୁତ୍ କାଟ ଯୋଗୁଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଓ କ୍ରୋଧ ଦେଖାଦେଇଛି।1