logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଲୁମୁରୁଜେନା ଗ୍ରାମରୁ ୨୬ କିଲୋଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ l ବୌଦ୍ଧ, ତା. ୨୬/୦୮ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ମାଦକଦ୍ରବ୍ୟ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଥିବା ବେଳେ ମନମୁଣ୍ଡା ଥାନା ଅନ୍ତର୍ଗତ ଲୁମୁରୁଜେନା ଗ୍ରାମରେ ଚଢ଼ାଉ କରାଯାଇ ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବୌଦ୍ଧ ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲୀପ କୁମାର ଶତପଥୀଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀମାନେ ମନମୁଣ୍ଡା ଥାନା ଅଞ୍ଚଳର ଲୁମୁର୍ଜେନା ଗ୍ରାମରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ସେହି ଗ୍ରାମର ବଳଭଦ୍ର କର୍ଣ୍ଣଙ୍କ ପୁଅ ରଞ୍ଜିତ କର୍ଣ୍ଣ (୪୫)ଙ୍କ ନିକଟରୁ ଚୋରା ଚାଲାଣ ପାଇଁ ରଖାଯାଇଥିବା ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏନେଇ ଅବକାରୀ ବିଭାଗ ପକ୍ଷରୁ କେସ୍ ନମ୍ବର ୨୯/୨୦୨୬-୨୭ ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତ ରଞ୍ଜିତ କର୍ଣ୍ଣଙ୍କୁ କଣ୍ଟାମାଳ କୋର୍ଟରେ ହାଜର କରାଯିବା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲ୍‌କୁ ପଠାଯାଇଛି। ଏହି ଚଢ଼ାଉ ଓ ତଦନ୍ତରେ ଅବକାରୀ ଇନ୍ସପେକ୍ଟର ଶତପଥୀ ଙ୍କ ସହିତ ଅବକାରୀ ଇନ୍ସପେକ୍ଟର ଏସ୍‌.କେ. ମିଶ୍ର, ଅବକାରୀ ଏଏସ୍‌ଆଇ ଅସିତ୍ କୁମାର ପ୍ରଧାନ, ଅବକାରୀ କନଷ୍ଟେବଲ ନିରଞ୍ଜନ ମଲ୍ଲିକ, ଲୋକନାଥ ଭୋଇ ଓ ପଞ୍ଚମୀ ବେହେରାଙ୍କ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ସାମିଲ ଥିଲେ। ବୌଦ୍ଧ ଜିଲ୍ଲାରେ ଅବୈଧ ଗଞ୍ଜେଇ ଚାଲାଣ ଓ ମାଦକଦ୍ରବ୍ୟ କାରବାର ବିରୋଧରେ ଅବକାରୀ ବିଭାଗର ଏଭଳି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

1 hr ago
user_Ashwini Kumar Nanda
Ashwini Kumar Nanda
Newsstand Kantamal, Boudh•
1 hr ago
12f16b5f-203a-4947-a3ae-b4be80b79b56

ଲୁମୁରୁଜେନା ଗ୍ରାମରୁ ୨୬ କିଲୋଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ l ବୌଦ୍ଧ, ତା. ୨୬/୦୮ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ମାଦକଦ୍ରବ୍ୟ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଥିବା ବେଳେ ମନମୁଣ୍ଡା ଥାନା ଅନ୍ତର୍ଗତ ଲୁମୁରୁଜେନା ଗ୍ରାମରେ ଚଢ଼ାଉ କରାଯାଇ ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବୌଦ୍ଧ ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲୀପ କୁମାର ଶତପଥୀଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀମାନେ ମନମୁଣ୍ଡା ଥାନା ଅଞ୍ଚଳର ଲୁମୁର୍ଜେନା ଗ୍ରାମରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ସେହି ଗ୍ରାମର ବଳଭଦ୍ର କର୍ଣ୍ଣଙ୍କ ପୁଅ ରଞ୍ଜିତ କର୍ଣ୍ଣ (୪୫)ଙ୍କ ନିକଟରୁ ଚୋରା ଚାଲାଣ ପାଇଁ ରଖାଯାଇଥିବା ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏନେଇ ଅବକାରୀ ବିଭାଗ ପକ୍ଷରୁ କେସ୍ ନମ୍ବର ୨୯/୨୦୨୬-୨୭ ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତ ରଞ୍ଜିତ କର୍ଣ୍ଣଙ୍କୁ କଣ୍ଟାମାଳ କୋର୍ଟରେ ହାଜର କରାଯିବା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲ୍‌କୁ ପଠାଯାଇଛି। ଏହି ଚଢ଼ାଉ ଓ ତଦନ୍ତରେ ଅବକାରୀ ଇନ୍ସପେକ୍ଟର ଶତପଥୀ ଙ୍କ ସହିତ ଅବକାରୀ ଇନ୍ସପେକ୍ଟର ଏସ୍‌.କେ. ମିଶ୍ର, ଅବକାରୀ ଏଏସ୍‌ଆଇ ଅସିତ୍ କୁମାର ପ୍ରଧାନ, ଅବକାରୀ କନଷ୍ଟେବଲ ନିରଞ୍ଜନ ମଲ୍ଲିକ, ଲୋକନାଥ ଭୋଇ ଓ ପଞ୍ଚମୀ ବେହେରାଙ୍କ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ସାମିଲ ଥିଲେ। ବୌଦ୍ଧ ଜିଲ୍ଲାରେ ଅବୈଧ ଗଞ୍ଜେଇ ଚାଲାଣ ଓ ମାଦକଦ୍ରବ୍ୟ କାରବାର ବିରୋଧରେ ଅବକାରୀ ବିଭାଗର ଏଭଳି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

More news from ଓଡ଼ିଶା and nearby areas
  • ମନମୁଣ୍ଡା ଥାନା ପୋଲିସ ପକ୍ଷରୁ ୧ କ୍ୱିଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ
    1
    ମନମୁଣ୍ଡା ଥାନା ପୋଲିସ ପକ୍ଷରୁ ୧ କ୍ୱିଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ
    user_Bansidhar Majhi
    Bansidhar Majhi
    Voice of people କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    17 min ago
  • ୧କ୍ୱିଣ୍ଟାଲ ଗଂଜେଇ ଜବତ କଲା ମନମୁଣ୍ଡା ପୋଲିସ , ଘଟଣା ସ୍ଥଳରୁ ମାଫିଆ ଫେରାର ଆଜି ମନମୁଣ୍ଡା ଥାନା ପୋଲିସ ଟିମ ଶଗଡା ଫାଣ୍ଡି ଅନ୍ତର୍ଗତ ସିଗାଡି ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଗ୍ରାମ ଜଙ୍ଗଲ ନିକଟରେ ଚୋରା ଚାଲାଣ ପାଇଁ ରଖା ଯାଇଥିବା ୨ଗୋଟି ବସ୍ତାରେ ଗଞ୍ଜେଇ ପାଇଥିଲେ । ମାଜିଷ୍ଟେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଓଜନ କରିବାରୁ ୧ କୁଇଣ୍ଟାଲ ହୋଇଥିଲା । କିଛି ଅଜଣା ଲୋକ ଉକ୍ତ ଗଞ୍ଜେଇ ପରିବହନ ନିମନ୍ତେ ଗଚ୍ଛିତ ରଖିଥିଲେ । ଏ ନେଇ ମନମୁଣ୍ଡା ଥାନାରେ ୩୪୫/୨୬ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଚିରଞ୍ଜିବ ବେହେରା ସୂଚନା ଦେଇଛନ୍ତି | ଗତ ଦୁଇ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ସମୁଦାୟ ୧୧ ଟି ମାମଲା ରୁଜୁ କରି ୩୨ ଜଣ ଲୋକଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସମୁଦାୟ ୩୯କୁଇଣ୍ଟାଲ ଗଞ୍ଜେଇ ଓ ୯ ଗୋଟି ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି ।
    2
    ୧କ୍ୱିଣ୍ଟାଲ ଗଂଜେଇ ଜବତ କଲା ମନମୁଣ୍ଡା ପୋଲିସ , ଘଟଣା ସ୍ଥଳରୁ ମାଫିଆ ଫେରାର 
ଆଜି ମନମୁଣ୍ଡା ଥାନା ପୋଲିସ ଟିମ ଶଗଡା ଫାଣ୍ଡି ଅନ୍ତର୍ଗତ ସିଗାଡି ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଗ୍ରାମ ଜଙ୍ଗଲ ନିକଟରେ ଚୋରା ଚାଲାଣ ପାଇଁ ରଖା ଯାଇଥିବା ୨ଗୋଟି ବସ୍ତାରେ ଗଞ୍ଜେଇ ପାଇଥିଲେ । ମାଜିଷ୍ଟେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଓଜନ କରିବାରୁ ୧ କୁଇଣ୍ଟାଲ ହୋଇଥିଲା । କିଛି ଅଜଣା ଲୋକ ଉକ୍ତ ଗଞ୍ଜେଇ ପରିବହନ ନିମନ୍ତେ ଗଚ୍ଛିତ ରଖିଥିଲେ । ଏ ନେଇ ମନମୁଣ୍ଡା ଥାନାରେ ୩୪୫/୨୬ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଚିରଞ୍ଜିବ ବେହେରା ସୂଚନା ଦେଇଛନ୍ତି | ଗତ ଦୁଇ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ସମୁଦାୟ ୧୧ ଟି ମାମଲା ରୁଜୁ କରି ୩୨ ଜଣ ଲୋକଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସମୁଦାୟ ୩୯କୁଇଣ୍ଟାଲ ଗଞ୍ଜେଇ ଓ ୯ ଗୋଟି ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି ।
    user_Hrudananda Meher
    Hrudananda Meher
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    46 min ago
  • ଆସନ୍ତାକାଲି ରାକ୍ଷୀପୂର୍ଣ୍ଣିମା । ଆଜି କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାସ୍ଥିତ ମଲିକ ହୋଟେଲରେ ମିଠା କିଣିବାପାଇଁ ଭଉଣୀ ଭାଇଙ୍କ ବହୁତ ଭିଡ଼ ।
    1
    ଆସନ୍ତାକାଲି ରାକ୍ଷୀପୂର୍ଣ୍ଣିମା । ଆଜି କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାସ୍ଥିତ ମଲିକ ହୋଟେଲରେ ମିଠା କିଣିବାପାଇଁ ଭଉଣୀ ଭାଇଙ୍କ ବହୁତ ଭିଡ଼ ।
    user_Prabhat Sahu
    Prabhat Sahu
    Local News Reporter କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    1 hr ago
  • ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ l ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ l ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀ ଅଙ୍କୁର ଯାଦବଙ୍କ ଆହ୍ୱାନରେ ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା l ସମ୍ପାଦକ ଶ୍ରୀ ଉମାକାନ୍ତ ବାଗ ସଭାକାର୍ଯ୍ୟ ଆରମ୍ଭ କରିଥିଲେ l ସଭାରେ ଉପସ୍ଥିତ ଥିବା ବରିଷ୍ଠ ଉପଦେଷ୍ଟା ଶ୍ରୀ ଅର୍ଜୁନ କୁମାର ଧଙ୍ଗଡ଼ାମାଝୀ, ଶ୍ରୀ ପୂର୍ଣଚନ୍ଦ୍ର ଗୌଡ଼ ଶ୍ରୀ ଶ୍ରବଣ କୁମାର ଗୁପ୍ତ ଓ ଶ୍ରୀ ସୀତାରାମ ଘି ଦୀପଧୂପ ଦେଇଥିଲେ l ସ୍ବର୍ଗତ ବି. ପି. ମଣ୍ଡଳଙ୍କୁ ତାଙ୍କ ଅବଦାନକୁ ମନେପକାଇ ଶ୍ରୀଯୁକ୍ତ ଶ୍ରବଣ କୁମାର ଗୁପ୍ତ ଉପସ୍ଥିତ ଥିବା ସମସ୍ତଙ୍କୁ ଅବଗତ କରାଇଥିଲେ l ସ୍ବର୍ଗତ ବିନ୍ଦେଶ୍ବରୀ ପ୍ରସାଦ ମଣ୍ଡଳ ସାମାଜିକ ନ୍ୟାୟ ଓ ସମାଜ ଗଠନରେ ପ୍ରମୁଖ ଭୂମିକା ନିଭେଇବା ସହିତ ୫୨% ଓବିସି ଙ୍କୁ ସମ୍ବିଧାନର ଧାରା ୩୪୦ ଅନୁଯାଇ ସ୍ୱତନ୍ତ୍ର ଅଧିକାର ଦେବା ପାଇଁ ଏକ କମିଟି ଗଠନ କରି ତାହାର ଅଧକ୍ଷ ଭାବେ ନିଯୁକ୍ତି ହୋଇଥିଲେ l ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ ସମୟ ଧରି କଠିନ୍ନ ପରିଶ୍ରମ କଲାପରେ ତତକାଲିନା ସରକାର ଙ୍କୁ ଏକ ସଫଳ ଡ୍ରାଫ୍ଟ ପ୍ରସ୍ତୁତ କରି ସମର୍ପିତ କରିଥିଲେ l ଓବିସି ମାନଙ୍କର ସମସ୍ୟା ଓ ତାହାର ସମାଧାନ ପାଇଁ ଭାରତ ସରକାରଙ୍କୁ ଜଣାଇଥିଲେ l ସେହିଦିନ ଠାରୁ ଭାରତର ରାଜନୈତିକ ପରିବର୍ତ୍ତନ ଆରମ୍ଭ ହୋଇଥିଲା l ଉକ୍ତ ସଭାରେ ଉପସ୍ଥିତ ଥିବା ସମସ୍ତେ ତାଙ୍କ ବିଷୟରେ କିମ୍ବା ଆଜିର ସମାଜର ସ୍ଥିତି ଓ ଆବଶ୍ୟକତାକୁ ନେଇ କିଛି କିଛି ଆଲୋଚନା କରିଥିଲେ l ପରିଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଅର୍ଜୁନ କୁମାର ଭାଟି ଧନ୍ୟବାଦ ଦେଇ ସଭାକୁ ସାଙ୍ଗ ଘୋଷଣା କରିଥିଲେ l
    1
    ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ l 
ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ l 
ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀ ଅଙ୍କୁର ଯାଦବଙ୍କ ଆହ୍ୱାନରେ ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା l ସମ୍ପାଦକ ଶ୍ରୀ ଉମାକାନ୍ତ ବାଗ ସଭାକାର୍ଯ୍ୟ ଆରମ୍ଭ କରିଥିଲେ l ସଭାରେ ଉପସ୍ଥିତ ଥିବା ବରିଷ୍ଠ ଉପଦେଷ୍ଟା ଶ୍ରୀ ଅର୍ଜୁନ କୁମାର ଧଙ୍ଗଡ଼ାମାଝୀ, ଶ୍ରୀ ପୂର୍ଣଚନ୍ଦ୍ର ଗୌଡ଼  ଶ୍ରୀ ଶ୍ରବଣ କୁମାର ଗୁପ୍ତ ଓ ଶ୍ରୀ ସୀତାରାମ ଘି ଦୀପଧୂପ ଦେଇଥିଲେ l ସ୍ବର୍ଗତ ବି. ପି. ମଣ୍ଡଳଙ୍କୁ ତାଙ୍କ  ଅବଦାନକୁ ମନେପକାଇ  ଶ୍ରୀଯୁକ୍ତ ଶ୍ରବଣ କୁମାର ଗୁପ୍ତ  ଉପସ୍ଥିତ ଥିବା ସମସ୍ତଙ୍କୁ ଅବଗତ କରାଇଥିଲେ l  ସ୍ବର୍ଗତ ବିନ୍ଦେଶ୍ବରୀ ପ୍ରସାଦ ମଣ୍ଡଳ ସାମାଜିକ ନ୍ୟାୟ ଓ ସମାଜ ଗଠନରେ ପ୍ରମୁଖ ଭୂମିକା ନିଭେଇବା ସହିତ ୫୨% ଓବିସି ଙ୍କୁ ସମ୍ବିଧାନର ଧାରା ୩୪୦ ଅନୁଯାଇ  ସ୍ୱତନ୍ତ୍ର ଅଧିକାର ଦେବା ପାଇଁ ଏକ କମିଟି ଗଠନ କରି ତାହାର ଅଧକ୍ଷ ଭାବେ ନିଯୁକ୍ତି ହୋଇଥିଲେ l ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ ସମୟ ଧରି କଠିନ୍ନ ପରିଶ୍ରମ କଲାପରେ ତତକାଲିନା ସରକାର ଙ୍କୁ ଏକ ସଫଳ ଡ୍ରାଫ୍ଟ ପ୍ରସ୍ତୁତ କରି ସମର୍ପିତ କରିଥିଲେ l ଓବିସି ମାନଙ୍କର ସମସ୍ୟା ଓ ତାହାର ସମାଧାନ ପାଇଁ ଭାରତ ସରକାରଙ୍କୁ ଜଣାଇଥିଲେ l ସେହିଦିନ ଠାରୁ ଭାରତର ରାଜନୈତିକ ପରିବର୍ତ୍ତନ ଆରମ୍ଭ ହୋଇଥିଲା l ଉକ୍ତ ସଭାରେ ଉପସ୍ଥିତ ଥିବା ସମସ୍ତେ ତାଙ୍କ ବିଷୟରେ କିମ୍ବା ଆଜିର ସମାଜର ସ୍ଥିତି ଓ ଆବଶ୍ୟକତାକୁ ନେଇ କିଛି କିଛି ଆଲୋଚନା କରିଥିଲେ l ପରିଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ  ଅର୍ଜୁନ କୁମାର ଭାଟି ଧନ୍ୟବାଦ ଦେଇ ସଭାକୁ ସାଙ୍ଗ ଘୋଷଣା କରିଥିଲେ l
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    2 hrs ago
  • ବୌଦ୍ଧରେ ତୋଫାନପରି ଓ OASIS ସହଯୋଗରେ MISAAL ପ୍ରକଳ୍ପର ଶୁଭାରମ୍ଭ l ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଚରିତ୍ର ଗଠନ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟ l ବୌଦ୍ଧ, ତା.୨୫/୦୮: ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଦକ୍ଷତା, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ OASIS MISAAL ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ Tofanpari Foundation ପକ୍ଷରୁ ଏବଂ ଗୁଜରାଟର OASIS Movementର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗ ଦେଇଥିଲେ। ସଭାରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ। ଏହି ପ୍ରକଳ୍ପର ମୂଳ ବିଶ୍ୱାସ ହେଉଛି— ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଜଣେ ଜଣେ ସମ୍ଭାବନାମୟ ନେତା ଲୁଚି ରହିଛନ୍ତି; ଆବଶ୍ୟକ ହେଉଛି ସଠିକ୍ ସୁଯୋଗ, ମାର୍ଗଦର୍ଶନ ଓ ଉପଯୁକ୍ତ ପରିବେଶ। ଏହି ଦୃଷ୍ଟିକୋଣକୁ ଆଧାର କରି MISAAL ପ୍ରକଳ୍ପ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଯୋଗାଯୋଗ କୌଶଳ, ଦଳଗତ କାର୍ଯ୍ୟ, ନିଷ୍ପତ୍ତି ଗ୍ରହଣ କ୍ଷମତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକଶିତ କରାଯିବ।ଏହା ମାଧ୍ୟମରେ ଯୁବମାନେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବା ସହ ନିଜ ନିଜ ସମୁଦାୟ ପାଇଁ ସକାରାତ୍ମକ ଆଦର୍ଶ ଓ ପରିବର୍ତ୍ତନର ବାହକ ହୋଇପାରିବେ। ସଭାରେ ବିଭିନ୍ନ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ l
    3
    ବୌଦ୍ଧରେ ତୋଫାନପରି ଓ OASIS ସହଯୋଗରେ  MISAAL ପ୍ରକଳ୍ପର ଶୁଭାରମ୍ଭ l 
ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଚରିତ୍ର ଗଠନ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟ l 
ବୌଦ୍ଧ, ତା.୨୫/୦୮: ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଦକ୍ଷତା, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ OASIS MISAAL ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ Tofanpari Foundation ପକ୍ଷରୁ ଏବଂ ଗୁଜରାଟର OASIS Movementର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ  ଯୋଗ ଦେଇଥିଲେ। ସଭାରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ  ଅନିରୁଦ୍ଧ ପଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ।
ଏହି ପ୍ରକଳ୍ପର ମୂଳ ବିଶ୍ୱାସ ହେଉଛି— ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଜଣେ ଜଣେ ସମ୍ଭାବନାମୟ ନେତା ଲୁଚି ରହିଛନ୍ତି; ଆବଶ୍ୟକ ହେଉଛି ସଠିକ୍ ସୁଯୋଗ, ମାର୍ଗଦର୍ଶନ ଓ ଉପଯୁକ୍ତ ପରିବେଶ। ଏହି ଦୃଷ୍ଟିକୋଣକୁ ଆଧାର କରି MISAAL ପ୍ରକଳ୍ପ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଯୋଗାଯୋଗ କୌଶଳ, ଦଳଗତ କାର୍ଯ୍ୟ, ନିଷ୍ପତ୍ତି ଗ୍ରହଣ କ୍ଷମତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକଶିତ କରାଯିବ।ଏହା ମାଧ୍ୟମରେ ଯୁବମାନେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବା ସହ ନିଜ ନିଜ ସମୁଦାୟ ପାଇଁ ସକାରାତ୍ମକ ଆଦର୍ଶ ଓ ପରିବର୍ତ୍ତନର ବାହକ ହୋଇପାରିବେ। ସଭାରେ ବିଭିନ୍ନ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ l
    user_Ashwini Kumar Nanda
    Ashwini Kumar Nanda
    Newsstand Kantamal, Boudh•
    22 hrs ago
  • ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତା ଅଭିଯୋଗ। ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତା ଅଭିଯୋଗ। ତା୨୬-୦୮, ବୁଧବାର,ଘଟିପିରି,ଓଡ଼ାପଡ଼ା,ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢ଼େଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୂଚନା ଅନୁଯାୟୀ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଘଟିପିରି,ଗୋବିନ୍ଦପ୍ରସାଦ,କଳାଙ୍ଗ ଏବଂ କୋତ୍ତମ ପଞ୍ଚାୟତ ୬୫୦ରୁ ଉର୍ଦ୍ଧ ଚାଷୀ ଧାନ ଦେଇଥାନ୍ତି।ଚଳିତ ବର୍ଷ ସରକାର ଏଗ୍ରୀଷ୍ଟାକ୍ ନିୟମ କୋହଳ କରିବାରେ ୪୦୦ରୁ ଉର୍ଦ୍ଧ୍ବ ଚାଷୀଙ୍କର ପଞ୍ଜିକରଣ କାର୍ଯ୍ୟ ସରିଛି। ଆଉ କିଛି ଚାଷୀଙ୍କର ପଞ୍ଜିକରଣ କରିବାର ସମସ୍ୟା ସୃଷ୍ଟି ହୋଇଥିଲା। ଏହାକୁ ନେଇ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ଏବଂ ସମ୍ପାଦକଙ୍କ ମଧ୍ୟରେ ବଚସା ହୋଇଥିଲା। ଜିଲ୍ଲା ସମବାୟ କାର୍ଯ୍ୟାଳୟ ଏ ସମ୍ପର୍କରେ ଚାଷୀମାନେ ଲିଖିତ ଅଭିଯୋଗ କରିଥିଲେ।ଏହାର ତଦନ୍ତ କରିବା ପାଇଁ ଆଜି ଏସ ଆର ସିଏସ ଏବଂ ବିଭାଗୀୟ ଅଧିକାରୀ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ପହଞ୍ଚି ଥିଲେ।ସେଠାରେ ସଭାପତି ,ସମ୍ପାଦକ ଓ ଅଭିଯୋଗକାରୀ ଚାଷୀମାନଙ୍କ ସହିତ ଆଲୋଚନା କରାଯାଇଥିଲା। ଅଭିଯୋଗ ଗୁଡ଼ିକର ପୁଙ୍ଖାନୁ ପୁଙ୍ଖ ଭାବରେ ତଦନ୍ତ ପୂର୍ବକ ଏହାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ଏସ ଆର ସିଏସ କହି ଥିଲାବେଳେ ତୁରନ୍ତ ତଦନ୍ତ କରି ସମ୍ପାଦକଙ୍କୁ ବହିଷ୍କାର କରାଯିବ ନଚେତ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ।ଏସମ୍ପର୍କରେ ସଭାପତି ଏବଂ ସମ୍ପାଦକ ସରକାରଙ୍କ ନୀତିନିୟମ ଅନୁଯାୟୀ ପଞ୍ଜିକରଣ କାର୍ଯ୍ୟ ଚାଲୁଥିଲା ବୋଲି ପ୍ରକାଶ କରିଛନ୍ତି ହେଲେ ଏଥି ପ୍ରତି ବିଭାଗ କି ପ୍ରକାର ପଦକ୍ଷେପ ନେଉଛି ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।
    1
    ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତା ଅଭିଯୋଗ।
ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତା ଅଭିଯୋଗ।
ତା୨୬-୦୮, ବୁଧବାର,ଘଟିପିରି,ଓଡ଼ାପଡ଼ା,ଢେଙ୍କାନାଳ।
ରିପୋର୍ଟ ବିଭୁ ପ୍ରସାଦ ଶତପଥୀ 
ଢ଼େଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୂଚନା ଅନୁଯାୟୀ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଘଟିପିରି,ଗୋବିନ୍ଦପ୍ରସାଦ,କଳାଙ୍ଗ ଏବଂ କୋତ୍ତମ ପଞ୍ଚାୟତ ୬୫୦ରୁ ଉର୍ଦ୍ଧ ଚାଷୀ ଧାନ ଦେଇଥାନ୍ତି।ଚଳିତ ବର୍ଷ ସରକାର ଏଗ୍ରୀଷ୍ଟାକ୍ ନିୟମ କୋହଳ କରିବାରେ ୪୦୦ରୁ ଉର୍ଦ୍ଧ୍ବ ଚାଷୀଙ୍କର ପଞ୍ଜିକରଣ କାର୍ଯ୍ୟ ସରିଛି। ଆଉ କିଛି ଚାଷୀଙ୍କର ପଞ୍ଜିକରଣ କରିବାର ସମସ୍ୟା ସୃଷ୍ଟି ହୋଇଥିଲା। ଏହାକୁ ନେଇ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ଏବଂ ସମ୍ପାଦକଙ୍କ ମଧ୍ୟରେ ବଚସା ହୋଇଥିଲା।
ଜିଲ୍ଲା ସମବାୟ କାର୍ଯ୍ୟାଳୟ ଏ ସମ୍ପର୍କରେ ଚାଷୀମାନେ ଲିଖିତ ଅଭିଯୋଗ କରିଥିଲେ।ଏହାର ତଦନ୍ତ କରିବା ପାଇଁ ଆଜି ଏସ ଆର ସିଏସ ଏବଂ ବିଭାଗୀୟ ଅଧିକାରୀ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ପହଞ୍ଚି ଥିଲେ।ସେଠାରେ ସଭାପତି ,ସମ୍ପାଦକ ଓ ଅଭିଯୋଗକାରୀ ଚାଷୀମାନଙ୍କ ସହିତ ଆଲୋଚନା କରାଯାଇଥିଲା। ଅଭିଯୋଗ ଗୁଡ଼ିକର ପୁଙ୍ଖାନୁ ପୁଙ୍ଖ ଭାବରେ ତଦନ୍ତ ପୂର୍ବକ ଏହାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ଏସ ଆର ସିଏସ କହି ଥିଲାବେଳେ ତୁରନ୍ତ ତଦନ୍ତ କରି ସମ୍ପାଦକଙ୍କୁ ବହିଷ୍କାର କରାଯିବ ନଚେତ  ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ।ଏସମ୍ପର୍କରେ ସଭାପତି ଏବଂ ସମ୍ପାଦକ ସରକାରଙ୍କ ନୀତିନିୟମ ଅନୁଯାୟୀ ପଞ୍ଜିକରଣ କାର୍ଯ୍ୟ ଚାଲୁଥିଲା ବୋଲି ପ୍ରକାଶ କରିଛନ୍ତି ହେଲେ ଏଥି ପ୍ରତି ବିଭାଗ କି ପ୍ରକାର ପଦକ୍ଷେପ ନେଉଛି ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    1 hr ago
  • ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ଏହି ଉତ୍ସବ ରେ ସହ ସହ ଭକ୍ତ ଙ୍କ ସମାବେଶ ହୋଇଥିଲା ଜଳସାଇ ପରେ ସମସ୍ତେ ଆନନ୍ଦ ରେ ପ୍ରସାଦ ସେବନ କଲେ l
    1
    ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l
ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ଏହି ଉତ୍ସବ ରେ ସହ ସହ ଭକ୍ତ ଙ୍କ ସମାବେଶ ହୋଇଥିଲା ଜଳସାଇ ପରେ ସମସ୍ତେ ଆନନ୍ଦ ରେ ପ୍ରସାଦ ସେବନ କଲେ l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ପୁରୁଣାକଟକ ପୋଲିସକୁ ବଡ଼ ସଫଳତା ବ୍ରାଉନସୁଗାର ରାକେଟ ଫର୍ଦ୍ଦାଫାଶ କରିବା ସହ ମୁଖ୍ୟ ବ୍ୟବସାୟୀ ସହ ମୋଟ ୪ଜଣ ଗିରଫ୍ ପୁରୁଣାକଟକ ପୋଲିସକୁ ବଡ଼ ସଫଳତା ବ୍ରାଉନସୁଗାର ରାକେଟ ଫର୍ଦ୍ଦାଫାଶ ମୁଖ୍ୟ ବ୍ୟବସାୟୀ ସହ ୩ଜଣ ଗିରଫ୍ ବୌଦ୍ଧ:ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏସଡିପିଓ କନକ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପୁରୁଣାକଟକ ପୋଲିସ ଏକ ବ୍ରାଉନସୁଗାର ରାକେଟ ଫର୍ଦ୍ଦାଫାଶ କରିଥିବା କଥା କୁହାଯାଇଛି । ଫୁଲବାଣୀ ଓ ବୌଦ୍ଧ ଅଞ୍ଚଳ ମଧ୍ୟରେ ସକ୍ରିୟ ଥିବା ବ୍ରାଉନସୁଗାର କାରବାର ରାକେଟକୁ ପୋଲିସ ଫର୍ଦ୍ଦାଫାଶ କରିବା ସହ ମୁଖ୍ୟ ସରବରାହକାରୀଙ୍କ ସମେତ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଫୁଲବାଣୀରୁ ପୁରୁଣାକଟକକୁ ରାଣୀପଥର ଘାଟିର ଘଞ୍ଚ ଜଙ୍ଗଲିଆ ରାସ୍ତା ଦେଇ ବ୍ରାଉନସୁଗାର ଚାଲାଣ ହେଉଥିବା ନେଇ ଗତ ଦୁଇ ମାସ ହେଲା ଗୁପ୍ତ ସୂଚନା ମିଳୁଥିଲା। ବୌଦ୍ଧ ଆରକ୍ଷୀ ଅଧୀକ୍ଷକ କୂଳଦୀପ ମିନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସକାଳ ସମୟରେ ଜାତୀୟ ରାଜପଥ ୧୫୭ ସ୍ଥିତ କହଁରସାହି ଛକ ନିକଟରେ ଚଢ଼ାଉ କରାଯାଇ ୩ ଜଣ ଅଭିଯୁକ୍ତଙ୍କୁ ଅଟକ କରାଯାଇଥିଲା। ୩ ଜଣ ଅଭିଯୁକ୍ତ ହେଲେ ପୁରୁଣାକଟକ ଅଞ୍ଚଳର ଦେବାଶିଷ ନାଏକ ଓରଫ ବାବୁଲୁ, ବାବୁଲୁ ବେହେରା ଓରଫ ବାବୁ ଓ ଜିଆଁକଟା ଗ୍ରାମର ପ୍ରକାଶ ପାତ୍ର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ୩ ଜଣଙ୍କୁ ଜେରା ସମୟରେ ଫୁଲବାଣୀ ଟାଉନ ଥାନା ଅଞ୍ଚଳର ଶିବାଜୀ ମହାନ୍ତି ଏହି କାରବାରର ମୁଖ୍ୟ ବେପାରୀ ବୋଲି ଜଣାପଡ଼ିବା ପରେ ଅପରାହ୍ନରେ ପୋଲିସ ଟିମ୍ ତାଙ୍କୁ ମଧ୍ୟ ଗିରଫ କରିଥିଲା। ତାଙ୍କ ନିକଟରୁ ୧୦.୨୫୦ ଗ୍ରାମ୍ ବ୍ରାଉନସୁଗାର ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ, ୧ ହଜାର ଟଙ୍କା, ଏକ ମୋବାଇଲ ଫୋନ ସହ ହୋଣ୍ଡା ସାଇନ ବାଇକ ଜବତ କରିଛି ପୋଲିସ । ନିଶା ମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ପୁରୁଣାକଟକ ଥାନା କେସ୍ ନଂ ୧୭୯/୨୦୨୬ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତଙ୍କୁ ତଦନ୍ତ ପରେ କୋର୍ଟ ଚାଲାଣ କରାଯିବ ବୋଲି ପୁରୁଣାକଟକ ଥାନା ଅଧିକାରୀ ରଞ୍ଜିତ ମୁନି ସୂଚନା ଦେଇଛନ୍ତି ।
    1
    ପୁରୁଣାକଟକ ପୋଲିସକୁ ବଡ଼ ସଫଳତା  
ବ୍ରାଉନସୁଗାର ରାକେଟ ଫର୍ଦ୍ଦାଫାଶ କରିବା ସହ 
ମୁଖ୍ୟ ବ୍ୟବସାୟୀ ସହ ମୋଟ ୪ଜଣ ଗିରଫ୍
ପୁରୁଣାକଟକ ପୋଲିସକୁ ବଡ଼ ସଫଳତା  
ବ୍ରାଉନସୁଗାର ରାକେଟ ଫର୍ଦ୍ଦାଫାଶ 
ମୁଖ୍ୟ ବ୍ୟବସାୟୀ ସହ ୩ଜଣ ଗିରଫ୍ 
ବୌଦ୍ଧ:ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏସଡିପିଓ କନକ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପୁରୁଣାକଟକ ପୋଲିସ ଏକ ବ୍ରାଉନସୁଗାର ରାକେଟ ଫର୍ଦ୍ଦାଫାଶ କରିଥିବା କଥା କୁହାଯାଇଛି । ଫୁଲବାଣୀ ଓ ବୌଦ୍ଧ ଅଞ୍ଚଳ ମଧ୍ୟରେ ସକ୍ରିୟ ଥିବା ବ୍ରାଉନସୁଗାର କାରବାର ରାକେଟକୁ ପୋଲିସ ଫର୍ଦ୍ଦାଫାଶ କରିବା ସହ ମୁଖ୍ୟ ସରବରାହକାରୀଙ୍କ ସମେତ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଫୁଲବାଣୀରୁ ପୁରୁଣାକଟକକୁ ରାଣୀପଥର ଘାଟିର ଘଞ୍ଚ ଜଙ୍ଗଲିଆ ରାସ୍ତା ଦେଇ ବ୍ରାଉନସୁଗାର ଚାଲାଣ ହେଉଥିବା ନେଇ ଗତ ଦୁଇ ମାସ ହେଲା ଗୁପ୍ତ ସୂଚନା ମିଳୁଥିଲା। ବୌଦ୍ଧ ଆରକ୍ଷୀ ଅଧୀକ୍ଷକ କୂଳଦୀପ ମିନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସକାଳ ସମୟରେ ଜାତୀୟ ରାଜପଥ ୧୫୭ ସ୍ଥିତ କହଁରସାହି ଛକ ନିକଟରେ ଚଢ଼ାଉ କରାଯାଇ ୩ ଜଣ ଅଭିଯୁକ୍ତଙ୍କୁ ଅଟକ କରାଯାଇଥିଲା। ୩ ଜଣ ଅଭିଯୁକ୍ତ ହେଲେ ପୁରୁଣାକଟକ ଅଞ୍ଚଳର ଦେବାଶିଷ ନାଏକ ଓରଫ ବାବୁଲୁ, ବାବୁଲୁ ବେହେରା ଓରଫ ବାବୁ ଓ ଜିଆଁକଟା ଗ୍ରାମର ପ୍ରକାଶ ପାତ୍ର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ୩ ଜଣଙ୍କୁ ଜେରା ସମୟରେ ଫୁଲବାଣୀ ଟାଉନ ଥାନା ଅଞ୍ଚଳର ଶିବାଜୀ ମହାନ୍ତି ଏହି କାରବାରର ମୁଖ୍ୟ ବେପାରୀ ବୋଲି ଜଣାପଡ଼ିବା ପରେ ଅପରାହ୍ନରେ ପୋଲିସ ଟିମ୍ ତାଙ୍କୁ ମଧ୍ୟ ଗିରଫ କରିଥିଲା। ତାଙ୍କ ନିକଟରୁ ୧୦.୨୫୦ ଗ୍ରାମ୍ ବ୍ରାଉନସୁଗାର ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ, ୧ ହଜାର ଟଙ୍କା, ଏକ ମୋବାଇଲ ଫୋନ ସହ ହୋଣ୍ଡା ସାଇନ ବାଇକ ଜବତ କରିଛି ପୋଲିସ । ନିଶା ମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ପୁରୁଣାକଟକ ଥାନା କେସ୍ ନଂ ୧୭୯/୨୦୨୬ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତଙ୍କୁ ତଦନ୍ତ ପରେ କୋର୍ଟ ଚାଲାଣ କରାଯିବ ବୋଲି ପୁରୁଣାକଟକ ଥାନା ଅଧିକାରୀ ରଞ୍ଜିତ ମୁନି ସୂଚନା ଦେଇଛନ୍ତି ।
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.