Shuru
Apke Nagar Ki App…
User5115 Susanta Kumar Pattnaik
More news from ଓଡ଼ିଶା and nearby areas
- Post by User5115 Susanta Kumar Pattnaik1
- ଧାନ ବିକିଵା ପାଇଁ ଚାଷୀଙ୍କୁ ଆନ୍ଦୋଳନ କରିବାକୁ ପଡୁଛି:ଶେଷଦେବ ନନ୍ଦ1
- Flat for sale infront of the AIIMS1
- ଶିଶିର ସାରସ ଚଳିତ ବର୍ଷ ଜାନୁଆରୀ ୧୦ ରୁ ୧୮ ପର୍ଯ୍ୟନ୍ତ ପୁରୀ ୭/୧ ଶିଶିର ସାରସ୍ ୨୦୨୬ ମେଳାର ଆୟୋଜନର ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।ଚଳିତ ମାସ ୧୦ ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି ବହୁ ପ୍ରତିକ୍ଷିତ ପ୍ରଦର୍ଶନୀ ଭୁବନେଶ୍ୱର ୟୁନିଟ ୩ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ।ଏଥିପାଇଁ ଓରମାସ ପକ୍ଷରୁ ଆଜି ଓ ଆସନ୍ତା କାଲି ପୁରୀର ଲାଇଟହାଉସ୍ ନିକଟ ସି ବିଚ୍ରେ ଏକ ଆକାଶପତଙ୍ଗ ବା ଗୁଡି ଶୋ ଆୟୋଜିତ ହେଉଛି।। ଏହି ଆକାଶପତଙ୍ଗ ଶୋ ହେଉଛି ଶିଶିର ସାରସ୍ ମେଳାର ପ୍ରଚାର ପ୍ରସାର ପାଇଁ ଏକ ପ୍ରୟାସ।ଏଥିରେ ଯୋଗ ଦେଇ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଓରମାସ ର ଡେପୁଟି ସିଇଓ ନିଗମ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସିସିର ସାରସ୍ ହେଉଛି ଏମିତି ଏକ କାର୍ଯ୍ୟକ୍ରମ ଯେଉଁଠାରେ ୨୦ଟି ରାଜ୍ୟ ଏବଂ ଓଡ଼ିଶାର ସମସ୍ତ ୩୦ ଟି ଜିଲ୍ଲାର କଳା/ଶିଳ୍ପୀମାନେ ୩୭୫ ଟି ଷ୍ଟଲ୍ରେ ତାଙ୍କର ସର୍ବୋତ୍ତମ କଳା/ପଦାର୍ଥ ପ୍ରଦର୍ଶନ କରିବେ । ଏହା "ଭୋକାଲ୍ ଟୁ ଲୋକାଲ୍" ଭାବନାକୁ ଉତ୍ସାହିତ କରିବା ଓ "ଆତ୍ମନିର୍ଭର ଓଡ଼ିଶା" ଗଠନ ପକ୍ଷରେ ଏକ ଶକ୍ତିଶାଳୀ ପଦକ୍ଷେପ ଅଟୁଟ କରିବା ପ୍ରୟାସ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପୃଷ୍ଟି ସୂଚନା ଦେଇଥିଲେ। ରାଘୁରାଜପୁର ଚିତ୍ରକଳା, ଗୋପ ବ୍ଲକ ର ଦେଶୀ ଗାଈ ଘିଁ, ସତ୍ୟବାଦୀ ର ନଡ଼ିଆ ତେଲ, ନୀମାପଡ଼ାର ପମ୍ପଡ଼/ମିଠା/କନଫେକ୍ସନେରୀ ଓ ଚିଲିକାର ବିଶେଷ ସି ଖାଦ୍ୟ ଭଳି ଆମ ଜିଲ୍ଲାର ଶ୍ରେଷ୍ଠ ଉତ୍ପାଦକ ଗୋଷ୍ଠୀମାନଙ୍କ ଉତ୍ପାଦ ସିସିର ସାରସ୍ ମେଳାରେ ପ୍ରଦର୍ଶିତ ହେବ।ପୁରୀକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ନିଶ୍ଚୟଭାବେ ଶିଶିର ସାରସ୍, ଭୁବନେଶ୍ୱରକୁ ପରିଦର୍ଶନ କରିବେ।ଯାହାକି କଳା, କୌଶଳ ଓ ସଂସ୍କୃତିର ଏକ ସଂଗମସ୍ଥଳ ଏବଂ ଏକ ମିନି ଭାରତର ପ୍ରତିନିଧିତ୍ବ ବୋଲି ଶ୍ରୀ ପୃଷ୍ଟି ଅନୁରୋଧ କରିଛନ୍ତି।4
- Jay Jagannath 🙏1
- ଇଟାମାଟିରେ ନୂତନ ବର୍ଷର ବନ୍ଧୁମିଳନ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପ୍ରତ୍ୟୁଷା ରାଜେଶ୍ୱରୀ ଇଟାମାଟି (ନୟାଗଡ଼): ନୟାଗଡ଼ ଜିଲ୍ଲା ଇଟାମାଟିଠାରେ ଆଜି ନୂତନ ବର୍ଷର ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ବିଜେପି ନାରୀ ନେତ୍ରୀ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଯୋଗ ଦେଇ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ। ମଣ୍ଡଳ ସଭାପତିଙ୍କ ଅଭିଭାଷଣ: ଏହି ସଭାରେ ମଣ୍ଡଳ ସଭାପତି ନିଜ ବକ୍ତବ୍ୟ ରଖି କହିଥିଲେ ଯେ, ସ୍ଥାନୀୟ ଅଞ୍ଚଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକତା ବଜାୟ ରଖିବା ଏବଂ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ସେ ଆଗାମୀ ଦିନରେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଦିଗରେ ଦଳ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ପୁରୀ ସାଂସଦଙ୍କ ଅନୁପସ୍ଥିତି: ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଯୋଗଦେବାର ସୂଚନା ରହିଥିଲା, ମାତ୍ର କାର୍ଯ୍ୟ ବ୍ୟସ୍ତତା କାରଣରୁ ସେ ଆସିପାରି ନଥିବା ସଭାରେ ସୂଚନା ଦିଆଯାଇଥିଲା। ସାଂସଦଙ୍କ ଅନୁପସ୍ଥିତି ସତ୍ତ୍ୱେ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଶେଷରେ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ବନ୍ଧୁମିଳନ ଉତ୍ସବଟି ସଫଳତାର ସହ ସମାପ୍ତ ହୋଇଥିଲା।4
- ଜାନୁୟାରୀ 26 ପାଇଁ ପ୍ରଶାସନ ର ବୈଠକ2
- Post by User5115 Susanta Kumar Pattnaik1