Shuru
Apke Nagar Ki App…
ଅନ୍ୟର ଧର୍ମକୁ ନିନ୍ଦା ନକରି ସମସ୍ତେ ଭାରତୀୟ ହୋଇ ରୁହନ୍ତୁ - ମନୋଜ ଦାସ
AK14TV
ଅନ୍ୟର ଧର୍ମକୁ ନିନ୍ଦା ନକରି ସମସ୍ତେ ଭାରତୀୟ ହୋଇ ରୁହନ୍ତୁ - ମନୋଜ ଦାସ
More news from ଓଡ଼ିଶା and nearby areas
- Post by AK14TV1
- ବୋରିଗାଁରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ପରେ ମୃତ୍ୟୁକ ପରିବାରକୁ ଆର୍ଥିକ ସହାୟତା କଲେ ପରିବହନ ମନ୍ତ୍ରୀ1
- Post by Jay kala _ jay Kalinga1
- ମାଥାଲପୁଟର ମଲ୍ ମଲି ଯାତ୍ରା1
- ସମୟ ରେ ସମସ୍ତେ ନିଜର,, ଅସୁବିଧା ପଡ଼ିଲେ କିଏ କାହାର ?1
- #ଦବେଇ 🌹🌹🌹🌹🇹🇯🇹🇯🇹🇯🌹🌹🌹🌹🌹🇹🇯🌹🌹🌹🌹1
- ଚାଖି ଖୁଣ୍ଟିଆ ଙ୍କ ୨୦୪ ତମ ଜୟନ୍ତୀ ପାଳିତ। (ଡ଼ଃ ମନୋଜ କୁମାର ବଳିଆରସିଂ)ପୁରୀ ୩୦/୧୨ ଦେଶର ସୁରକ୍ଷା ଓ ଗୌରବ ପାଇଁ ବିପ୍ଲବୀ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କର ଅବଦାନ ଅତୁଳନୀୟ।ସେ ଏପରି ଜଣେ ବୀର ଯିଏ ଦେଶ ମାତୃକାର ସେବା ସହ ମହାପ୍ରଭୁଙ୍କ ସେବା ରେ ମଧ୍ୟ ସମର୍ପିତ ଥିଲେ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା। ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଚାଖି ଖୁଣ୍ଟିଆ ସ୍ମୃତି ସମିତି ର ମିଳିତ ସହଯୋଗରେ ଚାଖି ଖୁଣ୍ଟିଆଙ୍କର ୨୦୪ ତମ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ମହାପୁରୁଷ ମାନଙ୍କର ସେବା ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଗାମୀ ପିଢ଼ି କୁ ଅବଗତ କରାଯିବା ଉଚିତ ବୋଲି କହିଥିଲେ।ଅନ୍ୟତମ ଅତିଥି ଭାବେ ପିକେଡିଏ ସଚିବ ଦିଲ୍ଲୀପ କୁମାର ମହାରଣା ଚାଖି ଖୁଣ୍ଟିଆ ଙ୍କ ତ୍ୟାଗ ଓ ବୀରତ୍ବର କଥା କାଳ କାଳକୁ ପ୍ରତିଟି ଓଡ଼ିଆ ଙ୍କୁ ଉଦବୁଦ୍ଧ କରିବ ବୋଲି କହିବା ସହ ଆମ ମହାନ ପରମ୍ପରା ଓ ଗୌରବ କୁ ଆଗକୁ ନେବାକୁ ଶପଥ ନେବାକୁ ମତ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ପ୍ରଫେସର ଅସିତ କୁମାର ମହାନ୍ତି ଚାଖି ଖୁଣ୍ଟିଆ ଙ୍କ ଜନ୍ମ, ନାମର ସାର୍ଥକତା, କର୍ମ,ସଂଗ୍ରାମ, ଦେଶପ୍ରେମ, ଆଧ୍ୟାତ୍ମିକତା, ଚାଖି ଙ୍କ ଦ୍ୱାରା ରଚିତ ଜଗନ୍ନାଥ ଜଣାଣ ଭଜନ ସମ୍ପର୍କରେ ବିଷଦ ଆଲୋକପାତ କରିଥିଲେ।ଚାଖି ଖୁଣ୍ଟିଆ ଓ ଜୟୀ ରାଜଗୁରୁ ଙ୍କ ପରି ପ୍ରଥମ ଓ ପ୍ରଧାନ ସଂଗ୍ରାମୀ ମାନଙ୍କ ସମ୍ପର୍କରେ ଅଧିକ ପ୍ରାମାଣିକ ତଥ୍ୟ ଆଧାରିତ ଗବେଷଣା ଜରୁରୀ ବୋଲି ସେ କହିବା ସହ ଯୁବ ପିଢି ଏହା ଉପରେ ଅଧିକ ମନୋନିବେଶ ପାଇଁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଚାଖି ଙ୍କ ଦାୟାଦ ହଜୁରୀ ନୀଳକଣ୍ଠ ଖୁଣ୍ଟିଆ, ସ୍ମୃତି ସମିତିର କାର୍ଯ୍ୟକାରୀ ସଭାପତି ତଥା ଉତ୍ସବ ର ସଭାପତି ମାୟାଧର ମହାରଣା ଚାଖି ଙ୍କ ଜୀବନୀ ଓ କାର୍ଯ୍ୟ ଧାରା ସମ୍ପର୍କରେ ଆଲୋଚନା କରି ତାଙ୍କ ପରି ଦୁର୍ଦ୍ଦଶ ସଂଗ୍ରାମୀ ପୁରୀ ମାଟିରେ ଜନ୍ମ ନେବା ଅତ୍ୟନ୍ତ ଗୌରବର କଥା।ତାଙ୍କରି ଭଳି ସାହସୀ ଓ ଦେଶ ପ୍ରେମୀ ହେବାକୁ ସେମାନେ ଅନୁରୋଧ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିବା ସହ ସମସ୍ତଙ୍କୁ ସ୍ବାଗତ, ଅତିଥି ପରିଚୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଚାଖି ଖୁଣ୍ଟିଆ ସ୍ମୃତି ସମିତି ସମ୍ପାଦକ ଧୃବ ଚରଣ କର ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଉଲ୍ଲେଖନୀୟ ଅବଦାନ ପାଇଁ ଭଗବାନ ସୁଆର ଓ ଫକୀର ପଣ୍ଡାଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ସେହିପରି ଗଙ୍ଗାଧର ହାଇସ୍କୁଲ ର ଏନସିସି ଓ ଘୋଡ଼ା ବଜାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଗାଇଡ ଟିମକୁ ଶୃଙ୍ଖଳା ରକ୍ଷା ପାଇଁ ପୁରସ୍କୃତ କରାଯାଇଥିଲା।ଶ୍ରୀପର୍ଣ୍ଣା କଳା ପରିଷଦ ସ୍ୱାଗତ ସଂଗୀତ ଓ ଚାଖି ଙ୍କ ରଚିତ ଭଜନ ପରିବେଷଣ କରିଥିଲେ।ଶେଷରେ ଅନାମ ଚନ୍ଦ୍ର ସାହୁ ,ଶିବ ସୁନ୍ଦର ମିଶ୍ର ଓ କ୍ରିଷ୍ଣା ମହାପାତ୍ର ଙ୍କ ସଂଯୋଜନା ରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟୁଷରୁ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟାଳୟ ଠାରେ ଚାଖି ଖୁଣ୍ଟିଆ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ଉପରୋକ୍ତ ଅତିଥି ମାନଙ୍କ ସହ କୃଷ୍ଣଚନ୍ଦ୍ର ମିଶ୍ର, ଗଣେଶ୍ବର ପ୍ରହରାଜ, ସୁକାନ୍ତ ପଣ୍ଡା, ଅଖିଳ କୁମାର ଦଳାଇ, ବିଜୟ ଦାସ,ଅନାମ ଚରଣ ସାହୁ, ଶିବ ସୁନ୍ଦର ମିଶ୍ର, ସୂର୍ଯ୍ୟ ନାରାୟଣ ମିଶ୍ର,ବିଭୁଦାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ମାଲ୍ୟାର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ।ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।4
- Post by AK14TV1