ମିତ୍ରସଂଘ ରୋପ୍ଯ ଜୟନ୍ତୀ ଉଦଯାପିତ । ଓଡିଶୀ,ଭଜନନୃତ୍ଯ ଓ ଆଧୁନିକ ଡ୍ଯାନ୍ସରେ କମ୍ପିଲା ମଞ୍ଚ ପୁରୀ,ଶ୍ରୀକ୍ଷେତ୍ରର ଅଗ୍ରଣୀ ସ୍ବେଛାସେବୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମିତ୍ରସଂଘର ରୌପ୍ଯ ଜୟନ୍ତୀ ଶରଧାବାଲି ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଉଦଯାପିତ ହୋଇଯାଇଛି । ମୁଖ୍ଯ ଅତିଥି ଭାବେ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି କହିଲେ ମାନବ ସେବା ହିଁ ମାଧବ ସେବା । ଶ୍ରୀକ୍ଷେତ୍ର ମାଟିରେ ସେବା କରି ମିତ୍ରସଂଘ ଆଜି ଓଡିଶାରେ ପରିଚିତ ହୋଇପାରିଛି । ସେବା ମନୋଭାବ ନେଇ ସେ ସମାଜରେ ମିତ୍ରତା ସ୍ଥାପନ କରି ଲୋକଙ୍କ ପ୍ରିୟ ଭାଜନ ଓ ବିଶ୍ବାସ୍ବନୀୟ ବଜାୟ ରଖିଛି । ସମ୍ମାନିତ ଅତିଥି ଭାବେ ଅର୍ବାନ ବ୍ଯାଙ୍କର ନିର୍ଦ୍ଦେଶକ ବିରେନ୍ଦ୍ର କୁମାର ନାୟକ, ବରିଷ୍ଠ ସେବାୟତ ଭଗବାନ ସୁଆର, ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ଦି ବେଲର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ,ଗୋ ସେବକ ରକ୍ଷକ ରାଧାମାଧବ ଦାସ, ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକ, ସମାଜସେବୀ ଚକ୍ରଧର ମହାପାତ୍ର, ରଣପୁର ପୂର୍ବତନ ବିଧାୟକ ସତ୍ଯନାରାୟଣ ପ୍ରଧାନ, ଅନୁଷ୍ଠାନର ଆବାହକ ଅନନ୍ତ ଶତପଥୀ,ସମ୍ପାଦକ ରାଜୀବ କୁମାର ମହାପାତ୍ର ମଞ୍ଚରେ ଉପସ୍ଥିତ ରହି ମିତ୍ରସଂଘର ସେବାକୁ ପ୍ରଶଂସିତ କରିଥିଲେ । ମିତ୍ରସଂଘ ୨୦୦୦ ଡିସେମ୍ବର ୧୯ ତାରିଖ ଠାରୁ ସେବା ଆରମ୍ଭ କରି ଆଜି ପଚିଶ ବର୍ଷ କାଳ ଝଡ ଝଞ୍ଜା ଓ ବିଭିନ୍ନ କଷ୍ଟକରି ଲୋକଙ୍କ ପାଖରେ ପହଞ୍ଚି ପାରି ସେବା ପ୍ରଦାନ କରିଥିବାରୁ ଅତିଥିମାନେ ସେବା ଅନୁଷ୍ଠାନ ମିତ୍ରସଂଘର ପରିବାକୁ ଭୂୟଂଶୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ସଭାପତି ସୁଵାସିନୀ ଶତପଥୀ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଭାରତୀୟ ଚତୁର୍ଦ୍ଧାଧାମ ବେଦଭବନ ନ୍ଯାସର ପାଠଶାଳାର ବିଦ୍ୟାର୍ଥିମାନଙ୍କ ଦ୍ବାର ବେଦପାଠ ପରିବେଷଣ କରାଯାଇଥିଲା । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରୀ ମନିଷା କଳାନିକେତନର କୁନି କୁନି କଳାକାର ମାନଙ୍କର ଭଜନନୃତ୍ଯ ସୁନା ଝୁଲୁଣାରେ ଝୁଲୁଛି କହ୍ନେଇ , ହାଇଗୋ ଯଶୋଦା ରାଣୀ, ଲିଙ୍ଗରାଜ କଳାନିକେତନର ସମ୍ବଲପୁରୀ ନୃତ୍ଯ ମା ସମଲେଇ ମହୁଲି ଲାଗିଛିରେ,ମହାବୀର ଡ୍ଯାନ୍ସ ଗ୍ରୁପର ଜଗନ୍ନାଥୟ ନମଃ, ନଟରାଜ ଡ୍ଯାନ୍ସ ଗ୍ରୁପର ସମ୍ବଲପୁରୀ ନୃତ୍ଯ ଡାଲଖାଇରେ ଓ ଆଦିବାସୀ ନୃତ୍ଯ, ନିଳାଦ୍ରୀ କଲଚ୍ଯୁରାଲ ଏକାଡେମୀର ସମ୍ବଲପୁରୀଆ ଫୁଲରେ ଲକ୍ଷେ ଟଙ୍କା ଚାଲିରେ ଓ ଆଦିବାସୀ ନୃତ୍ଯ, ଏସସିଏସ ଡ୍ଯାନ୍ସ ଗ୍ରୁପର ରିମିକ୍ସ ଡ୍ଯାନ୍ସ,ଜଗନ ଡ୍ଯାନ୍ସ ଗ୍ରୁପର କଳାକାରଙ୍କ ଆଧୁନିକ ଡ୍ଯାନ୍ସ ଧମାକାରେ ଦୁଲୁକିଲା ମଞ୍ଚ । ଢିଙ୍କି ଦେ ଦୁଲେଇକେ ଦେ ସମା କୁଟେ ଧାନ ବିଶ୍ବଜିତ ବିଶ୍ବାଳଙ୍କ ନୃତ୍ଯ ଦେଖି ବିମୋହିତ ହୋଇଥିଲେ ଦର୍ଶକ । ସରସ୍ଵତୀ ଡ୍ଯାନ୍ସ ଗ୍ରୁପର ନୃତ୍ଯ କଳାକାର ନୃତ୍ଯ ପରିବେଷଣ କରିଥିଲେ । ଏହି ଅବସରରେ ବିଭିନ୍ନ ସେବା କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବିଶେଷ ବ୍ଯକ୍ତି ମାନଙ୍କୁ ଅତିଥିମାନଙ୍କ ଦ୍ବାରା ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ଆଲୋକ କୁମାର ମହାନ୍ତି, ସହ ସମ୍ପାଦକ ସସ୍ମିତା ଶତପଥୀ, ଅନୁଷ୍ଠାନର ଉପଦେଷ୍ଟା ତଥା ସାମାଜିକ କର୍ମୀ ଦେବାଶିଷ ଦାଶ,ପ୍ରଧାନ ଶିକ୍ଷକ ବିରେନ୍ଦ୍ର ମହାନ୍ତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କ୍ରିଷ୍ଣା ମହାପାତ୍ର, ପୂର୍ବତନ ପୌରସଦସ୍ଯ ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି ଉତ୍ସବକୁ ପରିଚାଳନା କରିଥିଲେ । ଲଲାଟେନ୍ଦୁ ମିଶ୍ର ମଞ୍ଚ ସଂଚାଳନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯିବା ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ସଂଯୋଜକ କପିଳେଶ୍ଵର ମହାପାତ୍ର, ସାଂସ୍କୃତିକ ସମ୍ପାଦକ ସରୋଜ କୁମାର ମହାନ୍ତି ,ମୃତ୍ୟୁଞ୍ଜୟ ପାଣି,ଏସ ପିଣ୍ଟୁ,ରବିନାରାୟଣ ବେହେରା, ରୋଜାଲିନ ଲେଙ୍କା ପ୍ରମୁଖ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କିଶୋର ଆଚାର୍ଯ୍ଯ, ସନ୍ତୋଷ କୁମାର ସାହୁ, ଜଗଜିତ ବିଶୋଇ, ସ୍ମୃତିରଞ୍ଜନ ପାଲ, ନିଖିଲ କୁମାର ଓଝା, ସାହିଲ କୁମାର ମହାନ୍ତି, ସତ୍ଯ ଶୁଭମ ଦାଶଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ଯ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶୀତୁଆ ରାତିର କାକରରେ ଓଡିଶୀନୃତ୍ଯ, ସମ୍ବଲପୁରୀ ନୃତ୍ଯ ଭଜନନୃତ୍ଯ, ଆଦିବାସୀ ନୃତ୍ଯ ଓ ଆଧୁନିକ ଡ୍ଯାନ୍ସ କଳାକାରଙ୍କ ନିଖୁଣ ନୃତ୍ଯ ପ୍ରଦର୍ଶନରେ ଦର୍ଶକ ମାନେ କରତାଳି ଦେଇ ମନୋଭରି ଉପଭୋଗ କରିବା ସହ ନୃତ୍ଯଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ ।(ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ)
ମିତ୍ରସଂଘ ରୋପ୍ଯ ଜୟନ୍ତୀ ଉଦଯାପିତ । ଓଡିଶୀ,ଭଜନନୃତ୍ଯ ଓ ଆଧୁନିକ ଡ୍ଯାନ୍ସରେ କମ୍ପିଲା ମଞ୍ଚ ପୁରୀ,ଶ୍ରୀକ୍ଷେତ୍ରର ଅଗ୍ରଣୀ ସ୍ବେଛାସେବୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମିତ୍ରସଂଘର ରୌପ୍ଯ ଜୟନ୍ତୀ ଶରଧାବାଲି ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଉଦଯାପିତ ହୋଇଯାଇଛି । ମୁଖ୍ଯ ଅତିଥି ଭାବେ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି କହିଲେ ମାନବ ସେବା ହିଁ ମାଧବ ସେବା । ଶ୍ରୀକ୍ଷେତ୍ର ମାଟିରେ ସେବା କରି ମିତ୍ରସଂଘ ଆଜି ଓଡିଶାରେ ପରିଚିତ ହୋଇପାରିଛି । ସେବା ମନୋଭାବ ନେଇ ସେ ସମାଜରେ ମିତ୍ରତା ସ୍ଥାପନ କରି ଲୋକଙ୍କ ପ୍ରିୟ ଭାଜନ ଓ ବିଶ୍ବାସ୍ବନୀୟ ବଜାୟ ରଖିଛି । ସମ୍ମାନିତ ଅତିଥି ଭାବେ ଅର୍ବାନ ବ୍ଯାଙ୍କର ନିର୍ଦ୍ଦେଶକ ବିରେନ୍ଦ୍ର କୁମାର ନାୟକ, ବରିଷ୍ଠ ସେବାୟତ ଭଗବାନ ସୁଆର, ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ଦି ବେଲର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ,ଗୋ ସେବକ ରକ୍ଷକ ରାଧାମାଧବ ଦାସ, ସମାଜସେବୀ ପ୍ରଫୁଲ୍ଲ କୁମାର
ନାୟକ, ସମାଜସେବୀ ଚକ୍ରଧର ମହାପାତ୍ର, ରଣପୁର ପୂର୍ବତନ ବିଧାୟକ ସତ୍ଯନାରାୟଣ ପ୍ରଧାନ, ଅନୁଷ୍ଠାନର ଆବାହକ ଅନନ୍ତ ଶତପଥୀ,ସମ୍ପାଦକ ରାଜୀବ କୁମାର ମହାପାତ୍ର ମଞ୍ଚରେ ଉପସ୍ଥିତ ରହି ମିତ୍ରସଂଘର ସେବାକୁ ପ୍ରଶଂସିତ କରିଥିଲେ । ମିତ୍ରସଂଘ ୨୦୦୦ ଡିସେମ୍ବର ୧୯ ତାରିଖ ଠାରୁ ସେବା ଆରମ୍ଭ କରି ଆଜି ପଚିଶ ବର୍ଷ କାଳ ଝଡ ଝଞ୍ଜା ଓ ବିଭିନ୍ନ କଷ୍ଟକରି ଲୋକଙ୍କ ପାଖରେ ପହଞ୍ଚି ପାରି ସେବା ପ୍ରଦାନ କରିଥିବାରୁ ଅତିଥିମାନେ ସେବା ଅନୁଷ୍ଠାନ ମିତ୍ରସଂଘର ପରିବାକୁ ଭୂୟଂଶୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ସଭାପତି ସୁଵାସିନୀ ଶତପଥୀ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଭାରତୀୟ ଚତୁର୍ଦ୍ଧାଧାମ ବେଦଭବନ ନ୍ଯାସର ପାଠଶାଳାର ବିଦ୍ୟାର୍ଥିମାନଙ୍କ ଦ୍ବାର ବେଦପାଠ ପରିବେଷଣ କରାଯାଇଥିଲା । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରୀ ମନିଷା କଳାନିକେତନର କୁନି କୁନି କଳାକାର ମାନଙ୍କର ଭଜନନୃତ୍ଯ ସୁନା ଝୁଲୁଣାରେ ଝୁଲୁଛି କହ୍ନେଇ , ହାଇଗୋ ଯଶୋଦା ରାଣୀ, ଲିଙ୍ଗରାଜ କଳାନିକେତନର ସମ୍ବଲପୁରୀ ନୃତ୍ଯ ମା ସମଲେଇ ମହୁଲି
ଲାଗିଛିରେ,ମହାବୀର ଡ୍ଯାନ୍ସ ଗ୍ରୁପର ଜଗନ୍ନାଥୟ ନମଃ, ନଟରାଜ ଡ୍ଯାନ୍ସ ଗ୍ରୁପର ସମ୍ବଲପୁରୀ ନୃତ୍ଯ ଡାଲଖାଇରେ ଓ ଆଦିବାସୀ ନୃତ୍ଯ, ନିଳାଦ୍ରୀ କଲଚ୍ଯୁରାଲ ଏକାଡେମୀର ସମ୍ବଲପୁରୀଆ ଫୁଲରେ ଲକ୍ଷେ ଟଙ୍କା ଚାଲିରେ ଓ ଆଦିବାସୀ ନୃତ୍ଯ, ଏସସିଏସ ଡ୍ଯାନ୍ସ ଗ୍ରୁପର ରିମିକ୍ସ ଡ୍ଯାନ୍ସ,ଜଗନ ଡ୍ଯାନ୍ସ ଗ୍ରୁପର କଳାକାରଙ୍କ ଆଧୁନିକ ଡ୍ଯାନ୍ସ ଧମାକାରେ ଦୁଲୁକିଲା ମଞ୍ଚ । ଢିଙ୍କି ଦେ ଦୁଲେଇକେ ଦେ ସମା କୁଟେ ଧାନ ବିଶ୍ବଜିତ ବିଶ୍ବାଳଙ୍କ ନୃତ୍ଯ ଦେଖି ବିମୋହିତ ହୋଇଥିଲେ ଦର୍ଶକ । ସରସ୍ଵତୀ ଡ୍ଯାନ୍ସ ଗ୍ରୁପର ନୃତ୍ଯ କଳାକାର ନୃତ୍ଯ ପରିବେଷଣ କରିଥିଲେ । ଏହି ଅବସରରେ ବିଭିନ୍ନ ସେବା କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବିଶେଷ ବ୍ଯକ୍ତି ମାନଙ୍କୁ ଅତିଥିମାନଙ୍କ ଦ୍ବାରା ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ଆଲୋକ କୁମାର ମହାନ୍ତି, ସହ ସମ୍ପାଦକ ସସ୍ମିତା ଶତପଥୀ, ଅନୁଷ୍ଠାନର ଉପଦେଷ୍ଟା ତଥା ସାମାଜିକ କର୍ମୀ ଦେବାଶିଷ ଦାଶ,ପ୍ରଧାନ ଶିକ୍ଷକ ବିରେନ୍ଦ୍ର ମହାନ୍ତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କ୍ରିଷ୍ଣା ମହାପାତ୍ର, ପୂର୍ବତନ ପୌରସଦସ୍ଯ ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ
ରହି ଉତ୍ସବକୁ ପରିଚାଳନା କରିଥିଲେ । ଲଲାଟେନ୍ଦୁ ମିଶ୍ର ମଞ୍ଚ ସଂଚାଳନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯିବା ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ସଂଯୋଜକ କପିଳେଶ୍ଵର ମହାପାତ୍ର, ସାଂସ୍କୃତିକ ସମ୍ପାଦକ ସରୋଜ କୁମାର ମହାନ୍ତି ,ମୃତ୍ୟୁଞ୍ଜୟ ପାଣି,ଏସ ପିଣ୍ଟୁ,ରବିନାରାୟଣ ବେହେରା, ରୋଜାଲିନ ଲେଙ୍କା ପ୍ରମୁଖ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କିଶୋର ଆଚାର୍ଯ୍ଯ, ସନ୍ତୋଷ କୁମାର ସାହୁ, ଜଗଜିତ ବିଶୋଇ, ସ୍ମୃତିରଞ୍ଜନ ପାଲ, ନିଖିଲ କୁମାର ଓଝା, ସାହିଲ କୁମାର ମହାନ୍ତି, ସତ୍ଯ ଶୁଭମ ଦାଶଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ଯ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶୀତୁଆ ରାତିର କାକରରେ ଓଡିଶୀନୃତ୍ଯ, ସମ୍ବଲପୁରୀ ନୃତ୍ଯ ଭଜନନୃତ୍ଯ, ଆଦିବାସୀ ନୃତ୍ଯ ଓ ଆଧୁନିକ ଡ୍ଯାନ୍ସ କଳାକାରଙ୍କ ନିଖୁଣ ନୃତ୍ଯ ପ୍ରଦର୍ଶନରେ ଦର୍ଶକ ମାନେ କରତାଳି ଦେଇ ମନୋଭରି ଉପଭୋଗ କରିବା ସହ ନୃତ୍ଯଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ ।(ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ)
- Significant cultural rise in 2025, India.1
- 35 ଲକ୍ଷ୍ୟ ଗାଡ଼ିରୁ 1300 କୋଟି ଜୋରିମନା ଆଦାୟ କରିବା ବନ୍ଦ କରି ରଦ୍ଦ କର:ନବ ନିର୍ମାଣ ଯୁବ ସଂଗଠନ1
- କେନ୍ଦ୍ରାପଡ଼ା ଜିଲା କଳାବୁଦା ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର, ଵେବସାୟୀ ସୁବାଷ ମଲିକ ଙ୍କୁ ପୋଡି ମାରିଦେବା ଘଟଣା ରେ, ପୋଲିସ ର ସନ୍ଧାନୀ କୁକୁର ସାହାଯ୍ୟ ରେ ଛାନଭିନ୍ ଆରମ୍ଭ..!1
- Post by Jay kala _ jay Kalinga1
- ସମୟ ରେ ସମସ୍ତେ ନିଜର,, ଅସୁବିଧା ପଡ଼ିଲେ କିଏ କାହାର ?1
- ବୋରିଗାଁରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ପରେ ମୃତ୍ୟୁକ ପରିବାରକୁ ଆର୍ଥିକ ସହାୟତା କଲେ ପରିବହନ ମନ୍ତ୍ରୀ1
- ଚାଖି ଖୁଣ୍ଟିଆ ଙ୍କ ୨୦୪ ତମ ଜୟନ୍ତୀ ପାଳିତ। (ଡ଼ଃ ମନୋଜ କୁମାର ବଳିଆରସିଂ)ପୁରୀ ୩୦/୧୨ ଦେଶର ସୁରକ୍ଷା ଓ ଗୌରବ ପାଇଁ ବିପ୍ଲବୀ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କର ଅବଦାନ ଅତୁଳନୀୟ।ସେ ଏପରି ଜଣେ ବୀର ଯିଏ ଦେଶ ମାତୃକାର ସେବା ସହ ମହାପ୍ରଭୁଙ୍କ ସେବା ରେ ମଧ୍ୟ ସମର୍ପିତ ଥିଲେ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା। ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଚାଖି ଖୁଣ୍ଟିଆ ସ୍ମୃତି ସମିତି ର ମିଳିତ ସହଯୋଗରେ ଚାଖି ଖୁଣ୍ଟିଆଙ୍କର ୨୦୪ ତମ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ମହାପୁରୁଷ ମାନଙ୍କର ସେବା ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଗାମୀ ପିଢ଼ି କୁ ଅବଗତ କରାଯିବା ଉଚିତ ବୋଲି କହିଥିଲେ।ଅନ୍ୟତମ ଅତିଥି ଭାବେ ପିକେଡିଏ ସଚିବ ଦିଲ୍ଲୀପ କୁମାର ମହାରଣା ଚାଖି ଖୁଣ୍ଟିଆ ଙ୍କ ତ୍ୟାଗ ଓ ବୀରତ୍ବର କଥା କାଳ କାଳକୁ ପ୍ରତିଟି ଓଡ଼ିଆ ଙ୍କୁ ଉଦବୁଦ୍ଧ କରିବ ବୋଲି କହିବା ସହ ଆମ ମହାନ ପରମ୍ପରା ଓ ଗୌରବ କୁ ଆଗକୁ ନେବାକୁ ଶପଥ ନେବାକୁ ମତ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ପ୍ରଫେସର ଅସିତ କୁମାର ମହାନ୍ତି ଚାଖି ଖୁଣ୍ଟିଆ ଙ୍କ ଜନ୍ମ, ନାମର ସାର୍ଥକତା, କର୍ମ,ସଂଗ୍ରାମ, ଦେଶପ୍ରେମ, ଆଧ୍ୟାତ୍ମିକତା, ଚାଖି ଙ୍କ ଦ୍ୱାରା ରଚିତ ଜଗନ୍ନାଥ ଜଣାଣ ଭଜନ ସମ୍ପର୍କରେ ବିଷଦ ଆଲୋକପାତ କରିଥିଲେ।ଚାଖି ଖୁଣ୍ଟିଆ ଓ ଜୟୀ ରାଜଗୁରୁ ଙ୍କ ପରି ପ୍ରଥମ ଓ ପ୍ରଧାନ ସଂଗ୍ରାମୀ ମାନଙ୍କ ସମ୍ପର୍କରେ ଅଧିକ ପ୍ରାମାଣିକ ତଥ୍ୟ ଆଧାରିତ ଗବେଷଣା ଜରୁରୀ ବୋଲି ସେ କହିବା ସହ ଯୁବ ପିଢି ଏହା ଉପରେ ଅଧିକ ମନୋନିବେଶ ପାଇଁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଚାଖି ଙ୍କ ଦାୟାଦ ହଜୁରୀ ନୀଳକଣ୍ଠ ଖୁଣ୍ଟିଆ, ସ୍ମୃତି ସମିତିର କାର୍ଯ୍ୟକାରୀ ସଭାପତି ତଥା ଉତ୍ସବ ର ସଭାପତି ମାୟାଧର ମହାରଣା ଚାଖି ଙ୍କ ଜୀବନୀ ଓ କାର୍ଯ୍ୟ ଧାରା ସମ୍ପର୍କରେ ଆଲୋଚନା କରି ତାଙ୍କ ପରି ଦୁର୍ଦ୍ଦଶ ସଂଗ୍ରାମୀ ପୁରୀ ମାଟିରେ ଜନ୍ମ ନେବା ଅତ୍ୟନ୍ତ ଗୌରବର କଥା।ତାଙ୍କରି ଭଳି ସାହସୀ ଓ ଦେଶ ପ୍ରେମୀ ହେବାକୁ ସେମାନେ ଅନୁରୋଧ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିବା ସହ ସମସ୍ତଙ୍କୁ ସ୍ବାଗତ, ଅତିଥି ପରିଚୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଚାଖି ଖୁଣ୍ଟିଆ ସ୍ମୃତି ସମିତି ସମ୍ପାଦକ ଧୃବ ଚରଣ କର ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଉଲ୍ଲେଖନୀୟ ଅବଦାନ ପାଇଁ ଭଗବାନ ସୁଆର ଓ ଫକୀର ପଣ୍ଡାଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ସେହିପରି ଗଙ୍ଗାଧର ହାଇସ୍କୁଲ ର ଏନସିସି ଓ ଘୋଡ଼ା ବଜାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଗାଇଡ ଟିମକୁ ଶୃଙ୍ଖଳା ରକ୍ଷା ପାଇଁ ପୁରସ୍କୃତ କରାଯାଇଥିଲା।ଶ୍ରୀପର୍ଣ୍ଣା କଳା ପରିଷଦ ସ୍ୱାଗତ ସଂଗୀତ ଓ ଚାଖି ଙ୍କ ରଚିତ ଭଜନ ପରିବେଷଣ କରିଥିଲେ।ଶେଷରେ ଅନାମ ଚନ୍ଦ୍ର ସାହୁ ,ଶିବ ସୁନ୍ଦର ମିଶ୍ର ଓ କ୍ରିଷ୍ଣା ମହାପାତ୍ର ଙ୍କ ସଂଯୋଜନା ରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟୁଷରୁ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟାଳୟ ଠାରେ ଚାଖି ଖୁଣ୍ଟିଆ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ଉପରୋକ୍ତ ଅତିଥି ମାନଙ୍କ ସହ କୃଷ୍ଣଚନ୍ଦ୍ର ମିଶ୍ର, ଗଣେଶ୍ବର ପ୍ରହରାଜ, ସୁକାନ୍ତ ପଣ୍ଡା, ଅଖିଳ କୁମାର ଦଳାଇ, ବିଜୟ ଦାସ,ଅନାମ ଚରଣ ସାହୁ, ଶିବ ସୁନ୍ଦର ମିଶ୍ର, ସୂର୍ଯ୍ୟ ନାରାୟଣ ମିଶ୍ର,ବିଭୁଦାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ମାଲ୍ୟାର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ।ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।4
- Post by User5115 Susanta Kumar Pattnaik1
- ଜେପି ଭାତରେ ମାରୁଚି ଓ ହାତରେ ଆମ ଆଦମୀ ନେତା ଶାହରୁଖକୁ ମାରିଚି:ଆମ ଆଦମୀ ପାର୍ଟି1