କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବାଞ୍ଜି ବାହାଲ ଗ୍ରାମରେ ଚାଲିଥିବା ଭାଗବତ ଟୁଙ୍ଗି ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ନିର୍ମାଣ କାମରେ ଅତି ନିମ୍ନମାନର ସିମେଣ୍ଟ ବ୍ୟବହାର କରାଯାଉଛି ଏବଂ ଏଷ୍ଟିମେଣ୍ଟ ଅନୁଯାୟୀ କାର୍ଯ୍ୟ କରାଯାଉ ନାହିଁ। ଏପରିକି ଭାଗବତ ଟୁଙ୍ଗିର ଯେଉଁ ଛାତ ପଡ଼ିଛି, ତାହା ସମ୍ପୂର୍ଣ୍ଣ ଅଙ୍କାବଙ୍କା ହୋଇଛି ଏବଂ ସେଥିରୁ ଗିଟିଗୁଡ଼ିକ ସ୍ପଷ୍ଟ ଭାବେ ଦେଖାଯାଉଛି। କାର୍ଯ୍ୟ ସମ୍ପାଦନରେ କୌଣସି ନିୟମିତ ନିରୀକ୍ଷଣ କରାଯାଉ ନଥିବାରୁ ଏବଂ ଅତି ତ୍ୱରିତ ଗତିରେ କାମ ଶେଷ କରାଯାଉଥିବାରୁ ଏହାର ସ୍ଥାୟୀତ୍ୱ ଓ ଗୁଣମାନକୁ ନେଇ ଗୁରୁତର ସନ୍ଦେହ ସୃଷ୍ଟି ହୋଇଛି। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଏବଂ ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା କଥା କୁହାଯାଉଥିଲେ ସୁଦ୍ଧା ଏଠାରେ ଜେଇ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏଭଳି ନିମ୍ନମାନର କାମ ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷିତରେ, ଏହାର ସଠିକ୍ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବାଞ୍ଜି ବାହାଲ ଗ୍ରାମରେ ଚାଲିଥିବା ଭାଗବତ ଟୁଙ୍ଗି ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ନିର୍ମାଣ କାମରେ ଅତି ନିମ୍ନମାନର ସିମେଣ୍ଟ ବ୍ୟବହାର
କରାଯାଉଛି ଏବଂ ଏଷ୍ଟିମେଣ୍ଟ ଅନୁଯାୟୀ କାର୍ଯ୍ୟ କରାଯାଉ ନାହିଁ। ଏପରିକି ଭାଗବତ ଟୁଙ୍ଗିର ଯେଉଁ ଛାତ ପଡ଼ିଛି, ତାହା ସମ୍ପୂର୍ଣ୍ଣ ଅଙ୍କାବଙ୍କା ହୋଇଛି ଏବଂ ସେଥିରୁ ଗିଟିଗୁଡ଼ିକ ସ୍ପଷ୍ଟ ଭାବେ ଦେଖାଯାଉଛି। କାର୍ଯ୍ୟ ସମ୍ପାଦନରେ କୌଣସି ନିୟମିତ ନିରୀକ୍ଷଣ କରାଯାଉ ନଥିବାରୁ ଏବଂ ଅତି ତ୍ୱରିତ
ଗତିରେ କାମ ଶେଷ କରାଯାଉଥିବାରୁ ଏହାର ସ୍ଥାୟୀତ୍ୱ ଓ ଗୁଣମାନକୁ ନେଇ ଗୁରୁତର ସନ୍ଦେହ ସୃଷ୍ଟି ହୋଇଛି। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଏବଂ ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା କଥା କୁହାଯାଉଥିଲେ ସୁଦ୍ଧା ଏଠାରେ ଜେଇ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏଭଳି ନିମ୍ନମାନର କାମ
ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷିତରେ, ଏହାର ସଠିକ୍ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।
- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବାଞ୍ଜି ବାହାଲ ଗ୍ରାମରେ ଚାଲିଥିବା ଭାଗବତ ଟୁଙ୍ଗି ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ନିର୍ମାଣ କାମରେ ଅତି ନିମ୍ନମାନର ସିମେଣ୍ଟ ବ୍ୟବହାର କରାଯାଉଛି ଏବଂ ଏଷ୍ଟିମେଣ୍ଟ ଅନୁଯାୟୀ କାର୍ଯ୍ୟ କରାଯାଉ ନାହିଁ। ଏପରିକି ଭାଗବତ ଟୁଙ୍ଗିର ଯେଉଁ ଛାତ ପଡ଼ିଛି, ତାହା ସମ୍ପୂର୍ଣ୍ଣ ଅଙ୍କାବଙ୍କା ହୋଇଛି ଏବଂ ସେଥିରୁ ଗିଟିଗୁଡ଼ିକ ସ୍ପଷ୍ଟ ଭାବେ ଦେଖାଯାଉଛି। କାର୍ଯ୍ୟ ସମ୍ପାଦନରେ କୌଣସି ନିୟମିତ ନିରୀକ୍ଷଣ କରାଯାଉ ନଥିବାରୁ ଏବଂ ଅତି ତ୍ୱରିତ ଗତିରେ କାମ ଶେଷ କରାଯାଉଥିବାରୁ ଏହାର ସ୍ଥାୟୀତ୍ୱ ଓ ଗୁଣମାନକୁ ନେଇ ଗୁରୁତର ସନ୍ଦେହ ସୃଷ୍ଟି ହୋଇଛି। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଏବଂ ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା କଥା କୁହାଯାଉଥିଲେ ସୁଦ୍ଧା ଏଠାରେ ଜେଇ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏଭଳି ନିମ୍ନମାନର କାମ ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷିତରେ, ଏହାର ସଠିକ୍ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।4
- କଳାହାଣ୍ଡି ଜିଲ୍ଲାରେ ଏକ ତାର ବାଡ଼ରେ ଭାଲୁ ଫଶିଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।1
- କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆରଏମସି ସଭାଗୃହଠାରେ ଜର୍ଣ୍ଣାଲିଷ୍ଟ୍ ଏସୋସିଏସନ୍ ପକ୍ଷରୁ ସାମ୍ବାଦିକ ସଂଘର ନୂତନ ସଭାପତି ଓ କର୍ମକର୍ତ୍ତାଙ୍କ ଗଠନ ଅବସରରେ ଏକ ସମ୍ବଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ପୂର୍ବତନ ଅଧ୍ୟାପକ ଚନ୍ଦ୍ରଶେଖର ଆଚାରୀ, ସମ୍ମାନିତ ଅତିଥି ଭାବେ ଡଃ ହେମସାଗର ସା ଏବଂ ବିଶେଷ ଅତିଥି ଭାବେ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପ ରାଜ ୟାଦବ ମଞ୍ଚାସିନ ଥିଲେ। ଏହି ସମାରୋହରେ ସଂଘର ନୂତନ ସଭାପତି ଭାବେ ନୃପ ରାଜ ସାହୁ, ସମ୍ପାଦକ ଭାବେ ରୋହିତ ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ପ୍ରଫୁଲ୍ଲ ସାହୁଙ୍କୁ ଚୟନ କରାଯାଇଛି। କାର୍ଯ୍ୟକ୍ରମର ଶେଷରେ ବରିଷ୍ଠ ସାମ୍ବାଦିକ ଡମ୍ବରୁ ଭୋଇ ଏବଂ ତୁମେଶ୍ବର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।1
- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ପ୍ରୟାସ ଜାରି ରହିଛି। ଏହି ପ୍ରୟାସର ଅଂଶସ୍ୱରୂପ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ବିଭିନ୍ନ ବିଦ୍ୟାଳୟ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ସେ ସଂପୃକ୍ତ ବିଦ୍ୟାଳୟଗୁଡ଼ିକରେ ଚାଲିଥିବା ଶିକ୍ଷାଦାନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି।1
- ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ସଦର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୋଷାଗୁମୁଡ଼ା ବ୍ଲକ କଂଗ୍ରେସ ଏବଂ ବିଜେଡି ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଗତ ଶୁକ୍ରବାର ସନ୍ଧ୍ୟାରେ କୋଷାଗୁମୁଡ଼ା ଲେମ୍ପସ (LAMPS) କାର୍ଯ୍ୟାଳୟରେ ପହଞ୍ଚି ସେଠାକାର ସଭାପତି ମହେଶ୍ବର ଭଣ୍ଡାରୀ ଏବଂ ଏମଡିଙ୍କୁ ଦୁର୍ବ୍ୟବହାର କରିବା ସହ ଦଳୀୟ କର୍ମୀଙ୍କ ଦ୍ୱାରା ହୋହଲ୍ଲା କରିବା ଅଭିଯୋଗରେ ଏହି ପ୍ରତିବାଦ ସଭା କରାଯାଇଛି। ବିଧାୟକ ଲେମ୍ପସ କର୍ମଚାରୀଙ୍କୁ ଚୋର କହିବା ଏବଂ ସଭାପତି ମଦ୍ୟପାନ କରିଛନ୍ତି କହି ପୋଲିସ ଦ୍ୱାରା ଯାଞ୍ଚ କରିବାକୁ କହିବା ଘଟଣାକୁ ଉଭୟ ଦଳ ତୀବ୍ର ନିନ୍ଦା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବ୍ଲକ ସଭାପତି ପଦ୍ମ ସାଇ ମାଳି, ସମିତି ସଭ୍ୟ ଯୁଗଧର ହରିଜନ, ଯୁବ କଂଗ୍ରେସ କର୍ମୀ ବାବୁଲି ବାଘ, ଶୁଭାଶିଷ ପଟନାୟକ (ଟିକିନା) ଓ ରଘୁ ମାଝୀ ଏବଂ ବିଜେଡି ପକ୍ଷରୁ ପ୍ରଶାନ୍ତ ବକ୍ସି, ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ଭି-ପ୍ରସାଦ ରାଓ, ଲେମ୍ପସ ସଭାପତି ହରିହର ଭଣ୍ଡାରୀ ଓ ଲେମ୍ପସ ଡାଇରେକ୍ଟର ମଧୁସୂଦନ ଭତ୍ରାଙ୍କ ସମେତ ଦୁଇ ଦଳର ବହୁ କର୍ମୀ ଉପସ୍ଥିତ ଥିଲେ। ବିଧାୟକଙ୍କ ଏଭଳି ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗକୁ ସେମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ ପ୍ରଶ୍ନ କରିଛନ୍ତି ଯେ, କାହାର କପାଳରେ ସେ କେଉଁ ଦଳର ବୋଲି ଲେଖା ଅଛି କି, ଯେଉଁଥିପାଇଁ ବିଧାୟକ କଂଗ୍ରେସ ଓ ବିଜେଡି ଲୋକଙ୍କୁ ପ୍ରଥମେ ଏବଂ ବିଜେପି ଲୋକଙ୍କୁ ଶେଷରେ ସାର ଓ ଧାନ ଟୋକେନ ଦିଆଯାଉଥିବା ନେଇ ପାତରଅନ୍ତର ଅଭିଯୋଗ କରୁଛନ୍ତି? ଯୁବ କଂଗ୍ରେସ କର୍ମୀ ଶୁଭାଶିଷ ପଟନାୟକ ମଧ୍ୟ ବିଧାୟକ ଗୌରୀ ମାଝୀଙ୍କୁ ଘେରି ସେ ସରକାରଙ୍କ ନିୟମ ଉପରେ କି ବୋଲି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ସରକାରୀ ଗାଇଡଲାଇନ ଅନୁସାରେ କ୍ୟୁଆର କୋଡ୍ ମାଧ୍ୟମରେ କ୍ୟାଶ୍ଲେସ୍ କାରବାର କରିବାକୁ ନିୟମ ଥିବାବେଳେ, ବିଧାୟକ ଲେମ୍ପସରେ ବସି ଡିଆରସିଏସ (DRCS) କୁ ଫୋନ ଯୋଗେ ନଗଦ (କ୍ୟାଶ୍) ପେମେଣ୍ଟ ପାଇଁ ଅନୁମତି ମାଗିବା କେତେଦୂର ସମୀଚୀନ? ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳ ଚାଷୀମାନଙ୍କୁ ବିଜେଡି, କଂଗ୍ରେସ ଓ ବିଜେପି ଭଳି ରାଜନୈତିକ ଦଳ ଆଧାରରେ ଭାଗ ନକରିବାକୁ ଚେତାଇ ଦେଇଛନ୍ତି। ବିଧାୟକ ନିଜର ଏଭଳି ଆଚରଣ ପାଇଁ ତୁରନ୍ତ ସାମ୍ବାଦିକ ସମ୍ମିଳନୀ କରି କ୍ଷମା ମାଗନ୍ତୁ ବୋଲି ଉଭୟ ଦଳ ଦୃଢ଼ ଦାବି କରିଛନ୍ତି।1
- କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଦାଦନ ସମସ୍ୟାକୁ ନେଇ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏହି ବିଶେଷ କାର୍ଯ୍ୟକ୍ରମର ଶୀର୍ଷକ 'ଦାଦନ ଶବ ଜୀଅନ୍ତା ଶବ' ରଖାଯାଇଛି, ଯେଉଁଥିରେ ଦାଦନ ସମସ୍ୟାର ଗମ୍ଭୀରତା ଓ ଏହି ଶ୍ରମିକମାନଙ୍କ ଦୁର୍ଦ୍ଦଶାଜନକ ସ୍ଥିତିକୁ ପ୍ରଦର୍ଶିତ କରାଯାଇଛି।1
- କଳାହାଣ୍ଡିର ଧର୍ମଗଡ଼ରେ ଚୋର ଓ ଲୁଟେରା ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକମାନଙ୍କୁ ସଜାଗ ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଚୋର ଓ ଲୁଟେରା ଗ୍ୟାଙ୍ଗ ସକ୍ରିୟ ଥିବାରୁ ସମସ୍ତେ ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।1