Shuru
Apke Nagar Ki App…
ଓଡ଼ିଶା ଭିଜିଲାନ୍ସ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍ ଆଣ୍ଡ ବି. ବିଭାଗର ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କୁ ଗିରଫ କରିଛି। ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କର ବିପୁଳ ଚଳ ଓ ଅଚଳ ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି। ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ଆଠ ଏକର ଜମି ସହ ପାଞ୍ଚଟି ଘର, ଦୁଇଟି ଫାର୍ମ ହାଉସ, ଏବଂ ଏକ ମାର୍କେଟ କମ୍ପ୍ଲେକ୍ସ ରହିଛି। ଭିଜିଲାନ୍ସ ଏହି ସବୁ ସମ୍ପତ୍ତି ଉପରେ ଖୋଜ୍ ଖବର ଜାରି ରଖିଛି। ଭୁବନେଶ୍ୱର ଶବର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଆର୍ ଆଣ୍ଡ ବି. ଡିଭିଜନର ଇନଚାର୍ଜ ନିର୍ବାହୀ ଯନ୍ତ୍ରୀ ଥିବାବେଳେ ଧର୍ମଗଡ ଆର୍ ଆଣ୍ଡ ବି. ସବ୍-ଡିଭିଜନରେ ମଧ୍ୟ କାର୍ଯ୍ୟରତ ଥିଲେ। ସରକାରୀ ବାବୁଙ୍କ ଠାରୁ ଏତେ ପୁଳା ପୁଳା ସମ୍ପତ୍ତି ମିଳିବା ପରେ ପ୍ରଶ୍ନ ଉଠୁଛି ଯେ ସେ ଜଣେ ଯନ୍ତ୍ରୀ ଥିଲେ ନା ଜଣେ ଜମିଦାର!
ଲକ୍ଷ୍ମୀ ରଞ୍ଜନ ବାଗ
ଓଡ଼ିଶା ଭିଜିଲାନ୍ସ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍ ଆଣ୍ଡ ବି. ବିଭାଗର ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କୁ ଗିରଫ କରିଛି। ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କର ବିପୁଳ ଚଳ ଓ ଅଚଳ ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି। ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ଆଠ ଏକର ଜମି ସହ ପାଞ୍ଚଟି ଘର, ଦୁଇଟି ଫାର୍ମ ହାଉସ, ଏବଂ ଏକ ମାର୍କେଟ କମ୍ପ୍ଲେକ୍ସ ରହିଛି। ଭିଜିଲାନ୍ସ ଏହି ସବୁ ସମ୍ପତ୍ତି ଉପରେ ଖୋଜ୍ ଖବର ଜାରି ରଖିଛି। ଭୁବନେଶ୍ୱର ଶବର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଆର୍ ଆଣ୍ଡ ବି. ଡିଭିଜନର ଇନଚାର୍ଜ ନିର୍ବାହୀ ଯନ୍ତ୍ରୀ ଥିବାବେଳେ ଧର୍ମଗଡ ଆର୍ ଆଣ୍ଡ ବି. ସବ୍-ଡିଭିଜନରେ ମଧ୍ୟ କାର୍ଯ୍ୟରତ ଥିଲେ। ସରକାରୀ ବାବୁଙ୍କ ଠାରୁ ଏତେ ପୁଳା ପୁଳା ସମ୍ପତ୍ତି ମିଳିବା ପରେ ପ୍ରଶ୍ନ ଉଠୁଛି ଯେ ସେ ଜଣେ ଯନ୍ତ୍ରୀ ଥିଲେ ନା ଜଣେ ଜମିଦାର!
More news from ଓଡ଼ିଶା and nearby areas
- ଶିକ୍ଷା, ମାନବିକ ମୂଲ୍ୟବୋଧ, ସାମାଜିକ ଉନ୍ନତି ଏବଂ ଜାତୀୟ ବିକାଶରେ ଉଲ୍ଲେଖନୀୟ ଅବଦାନ, ଅନୁକରଣୀୟ ଉତ୍କର୍ଷତା, ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ଜୀବନବ୍ୟାପୀ ଉତ୍ସର୍ଗୀକୃତ ବ୍ୟକ୍ତି ବିଶେଷଙ୍କୁ ମସ୍କୋ ରିସର୍ଚ୍ଚ ୟୁନିଭରସିଟି ପକ୍ଷରୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଏ। ଏହି କ୍ରମରେ ମସ୍କୋ ରିସର୍ଚ୍ଚ ୟୁନିଭରସିଟି ଏବଂ ଉତ୍କଳ ଆଇନ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲ, ରାୟାଗଡ଼ା ଠାରେ ଏକ ଆନ୍ତର୍ଜାତିକ ସେମିନାର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉତ୍କଳ ଆଇନ ମହାବିଦ୍ୟାଳୟର ପ୍ରତିଷ୍ଠାତା ଡଃ ଅଶୋକ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏହି ସେମିନାରରେ ମସ୍କୋ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ ତରଫରୁ ନିୟୁର୍କରୁ ପ୍ରଫେସର ଲେଚି ୟୋନା ଓ ପ୍ରଫେସର କେଲି ଓଆଜି, ଏବଂ ଲଣ୍ଡନରୁ ପ୍ରଫେସର କେରିଲିଏ ଫକ୍ସ ଯୋଗ ଦେଇଥିଲେ। ସ୍ଥାନୀୟ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ଦୁଷ୍ମନ୍ତ ମହାନ୍ତି ଏବଂ ଡଃ ପ୍ରସନ୍ନ ଗନ୍ଥାୟତ ମଧ୍ୟ ଏଥିରେ ଯୋଗଦେଇ ସମାଜରେ ଆଇନର ଉପଯୋଗିତା ବିଷୟରେ ମତାମତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାର ତିନି ଜଣଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା। ଶିକ୍ଷା କ୍ଷେତ୍ରରେ ମା ହୀରା ନୀଳା ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ବରିଷ୍ଠ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ ଏବଂ କେନ୍ଦ୍ରାପଡ଼ାର ସରୋଜ କୁମାର ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଉଦ୍ୟୋଗୀ କ୍ଷେତ୍ରରେ ଭୁବନେଶ୍ୱରର ସ୍ୱାତୀ ସାମନ୍ତରାୟଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ଏହା ବ୍ୟତୀତ, ଯାଜପୁରର ରାଜ୍ୟସ୍ତରୀୟ ସାମ୍ବାଦିକ ସ୍ୱରୂପ ମହାନ୍ତିଙ୍କୁ 'ବେଷ୍ଟ ଆଚିଭର' ଭାବେ ସମ୍ମାନିତ କରାଯାଇଥିବାବେଳେ କଳା ଓ ସିନେମା କ୍ଷେତ୍ରରେ ଗଜେନ୍ଦ୍ର ବେହେରା ଏବଂ ସମାଜସେବା କ୍ଷେତ୍ରରେ ରାୟଗଡ଼ାର ଆର. କେ. ସାହୁକାରଙ୍କୁ ପୁରସ୍କାର, ମାନପତ୍ର ଓ ଉପଢୌକନ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ମହେଶ୍ୱତା ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବାବେଳେ ଉତ୍କଳ ଆଇନ ମହାବିଦ୍ୟାଳୟର ଡିନ୍ ଓ ଅଧ୍ୟାପକ ଶିବ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।1
- କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତର ଧଅଁରାଭଟା କଲୋନୀ ପଡ଼ାରେ ଜଳସଙ୍କଟ ଦେଖାଦେଇଛି।1
- ଦେଖନ୍ତୁ 🙏🙏🙏1
- ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗରେ କାର୍ଯ୍ୟରତ ସହକାରୀ ସୂଚନା ଅଧିକାରୀ (ଏଆଇଓ) ରାଜେନ୍ଦ୍ର କୁମାର ପାତ୍ର ତା. ୩୦/୦୫/୨୦୨୬ ରିଖରେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଶ୍ରୀ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହ କହିଥିଲେ ଯେ ସେ ବିଭାଗ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ଶ୍ରୀ ସେଠୀଙ୍କ ଅନୁଯାୟୀ, ସରକାର ଓ ସରକାରୀ ଯୋଜନାର ପ୍ରଚାର ପ୍ରସାର କ୍ଷେତ୍ରରେ ଶ୍ରୀ ପାତ୍ର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ କରି ସଫଳ ହୋଇଛନ୍ତି। ନିଜ ପ୍ରତିକ୍ରିୟାରେ ଶ୍ରୀ ପାତ୍ର ପ୍ରକାଶ କରିଥିଲେ ଯେ ସେ ବିଭାଗର କାର୍ଯ୍ୟକୁ ନିଷ୍ଠା ଓ ଆନ୍ତରିକ ଭାବେ କରିଛନ୍ତି ଏବଂ ନିଜ କାର୍ଯ୍ୟରେ ଆତ୍ମତୃପ୍ତି ଲାଭ କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଅଧିକାରୀ ପ୍ରଦୀପ୍ତ ସେନାପତି, ଗ୍ରନ୍ଥାଗାରିକ ମିନତୀ ଦାସ, ନିକ୍ଷେପକ ପ୍ରସନ୍ନ କୁମାର ସାହୁ, ଭଣ୍ଡାର ରକ୍ଷକ ରବୀନ୍ଦ୍ର କୁମାର ଦାସ, ବରିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ସ୍ୱାଇଁ, କର୍ମଚାରୀ ସୁବ୍ରତ କୁମାର ସାହୁ, ତ୍ରିନାଥ ପାତ୍ର, ପ୍ରତିମା ମହାନ୍ତି, ଲକ୍ଷ୍ମୀଧର ନାୟକ ଏବଂ ଅବସରପ୍ରାପ୍ତ କର୍ମଚାରୀ ପ୍ରଦୀପ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।1
- ଖଡ଼ିଆଳ ସ୍ଥିତ ଅଗ୍ରସେନ ଭବନ ଠାରେ ଏକ ରାଜ୍ୟସ୍ତରୀୟ ଜ୍ୟୋତିର୍ବିଦ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ଏହି ଅବସରରେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଥିଲେ।1
- କେନ୍ଦ୍ରାପଡ଼ାରୁ ପ୍ରଶାନ୍ତ କୁମାର ବେହେରାଙ୍କ ସୂଚନା ଅନୁଯାୟୀ, ମହାକାଳପଡ଼ାଠାରେ ଅତନୁ ସବ୍ୟସାଚୀ ନାୟକ ହଜାର ହଜାର ମହିଳାଙ୍କୁ ଏକତ୍ରିତ କରି ଏକ ପ୍ରତିବାଦ ସଭା ଆୟୋଜନ କରିଛନ୍ତି।1
- ଡାବୁଗାଁ ଅଞ୍ଚଳରେ ଅଚିନ୍ହା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ପରିସ୍ଥିତିକୁ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି ଏବଂ ପ୍ରଶାସନ ଏହି ବିଷୟରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରାଯାଉଛି।1
- ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ଜଳଖିଆ ବ୍ୟବସାୟ କରୁଥିବା କବିତା ମହାରଣା ନାମ୍ନୀ ଜଣେ ଗରିବ ବିଧବା ମହିଳାଙ୍କୁ କେତେକ ଅସାମାଜିକ ଅନଲାଇନ ବାଇକ ଚାଳକ ମିଳିତ ଭାବେ ଶାରୀରିକ ଆକ୍ରମଣ କରିବା ସହ ଅସଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସେଠାରେ ବର୍ତ୍ତମାନ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ, ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପୀଡ଼ିତା ମହିଳାଙ୍କୁ କିଛି ନବୁଝି ଦୁର୍ବ୍ୟବହାର କରିଥିଲା। ଏହି ଆକ୍ରମଣ ଓ ଅସଦ ବ୍ୟବହାର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ପୋଲିସ ଫାଣ୍ଡି ସମ୍ମୁଖରେ ହୋଇଥିବା ବେଳେ ଫାଣ୍ଡି କର୍ମଚାରୀମାନେ ସବୁ ଦେଖି ଚୁପ ରହିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି। ଫଳରେ ମହିଳାଙ୍କ ପୁଅ ତୁରନ୍ତ ପୋଲିସର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତା ମହିଳାଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି।1