।।କାଳବୈଶାଖୀରେ ଭାଙ୍ଗିଲା ବିଦ୍ୟାଳୟଛାତ। ନିର୍ମାଣ କାମର ଗୁଣବତ୍ତା କୁ ନେଇ ଉଠୁଛି ପ୍ରଶ୍ନ।। ।।କାଳବୈଶାଖୀରେ ଭାଙ୍ଗିଲା ବିଦ୍ୟାଳୟଛାତ। ନିର୍ମାଣ କାମର ଗୁଣବତ୍ତା କୁ ନେଇ ଉଠୁଛି ପ୍ରଶ୍ନ।। ବେଲପାହାଡ଼ ସ୍ଥିତ ପିଏମଶ୍ରୀ ଗିରଧରଲାଲ ଉଚ୍ଚ ବିଦ୍ୟାଳୟ ଉପରେ ନିର୍ମିତ ସେଡ କାଳବୈଶାଖୀରେ ଭାଙ୍ଗି ଯାଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟକୁ ସୁରକ୍ଷିତ ରଖିବା ପାଇଁ ନିର୍ମିତ ସେଡ କାଳବୈଶାଖୀ ପବନରେ ଭାଙ୍ଗି ବିଦ୍ୟାଳୟ ଉପରେ ପଡ଼ିଯାଇଛି। ଖବର ପାଇ ବେଲପାହାଡ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ, ଜୁନିଅର ଇଞ୍ଜିନିଅର, ବିଦ୍ୟାଳୟ କମିଟି ସ୍ଥିତି ଯାଞ୍ଚ କରିଥିଲେ।କାଳବୈଶାଖୀରେ ଏହି ସେଡ ଭାଙ୍ଗି ପଡ଼ିବା ପରେ ନିର୍ମାଣ କାମର ଗୁଣବତ୍ତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ୨୦୨୪-୨୫ ଆର୍ଥିକ ବର୍ଷରେ ସେଡ୍ ନିର୍ମାଣ ହୋଇଥିଲା। ମାତ୍ର ବର୍ଷେ ନପୂରୁଣୁ ଅଳ୍ପ ପବନରେ ସେଡ୍ ଭାଙ୍ଗିଯିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲା ପ୍ରଶାସନ ନିର୍ମାଣ କାର୍ଯ୍ୟର ତଦନ୍ତ କରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । #PMShriGLHighSchool #shadedamage #belpahar #belpaharmuncipality

- नक्सलवाद का मूल कारण विकास की डिमांड नहीं है, एक ideology है। जिस ideology को राष्ट्रपति पद का चुनाव जीतने के लिए इंदिरा गांधी जी ने स्वीकार कर लिया… इसी वामपंथी विचारधारा के कारण नक्सलवाद फैला है। #Amit Shah #NaxalFreeIndia1
- ସାରା ରାଜ୍ୟ ରୁ ମଦ ବନ୍ଦ କରିବା ଦାବି ନେଇ ଜରାବଗା ର ସନ୍ଧ୍ୟାରାଣୀ ପଟେଲ ସୋମବାର ସକାଳ ୬ ଟାରେ କେଶେଇବାହାଲ ସୋଲ ମୁଖ୍ୟ ରାସ୍ତାକୁ ବାଉଁଶ ବାନ୍ଧି ଅବରୋଧ କରି ଧାରଣା ରେ ବସିଥିଲେ l ଯଦ୍ୱାରା କି ରାସ୍ତା ରେ ଯାତାୟାତ କରୁଥିବା ଲୋକେ ଅନେକ ଅସୁବିଧା ର ସମ୍ମୁଖୀନ ହୋଇଥିଲେ l ଗ୍ରାମବାସୀ ମାନେ କାରଣ ପଚାରିବାରୁ ମଦ ପାଇଁ ପ୍ରତ୍ୟେକ ପରିବାର ରେ ଝଗଡା ମାରପିଟ ଲାଗି ରହୁଥିବାରୁ ପୁରା ରାଜ୍ୟ ରୁ ମଦ ବନ୍ଦ ହେବା ଜରୁରୀ ବୋଲି ମହିଳା ଜଣକ ପ୍ରକାଶ କରିଥିଲେ l ଅନେକ ବୁଝାସୁଝା ସତ୍ୱେ ଧାରଣା ରୁ ନ ଉଥିବାରୁ ଲୋକ ମାନେ ମହୁଲପାଲି ପୁଲିସ କୁ ସୂଚନା ଦେଇଥିଲେ l ପରିବାର ଲୋକ ଙ୍କ ବୁଝାସୁଝା ପରେ ସେ ଧାରଣା ରୁ ଉଠି ଥିଲେ l1
- Post by BAHUJAN ADHIKAR1
- ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ ସୁବର୍ଣ୍ଣପୁର: ଏକ ଚଉଦ ଚକିଆ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ସୋନପୁର ପୋଲିସ। ବୌଦ୍ଧ ଜିଲ୍ଲାରୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ସ୍ଥାନୀୟ ବୁଢ଼ାରଜା ଛକରେ ଟ୍ରକଟିକୁ ଅଟକ ରଖିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତନଖି କରାଯାଇଥିଲା। ୧୦.୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ବଜାର ଦର ପ୍ରାୟ ଦଶ କୋଟି ହେବ ବୋଲି ଜଣାଯାଇଛି। ଟ୍ରକ ସହ ଡ୍ରାଇଭର ଲକ୍ଷ୍ମଣ ଯାଦବ(୫୯) ଏବଂ ହେଲ୍ପର ଲକ୍ଷ୍ମଣ ଯାଦବ (୨୯) ଙ୍କୁ ଗିରଫ କରିଛି। ସେହିପରି ବିନିକା ଥାନା ଦାନିପାଲି ଛକରୁ ୩.୭୨୦ ଏବଂ ବୀରମହାରାଜପୁରରୁ ୩୭.୪୫୦ କେଜି ମୋଟ ୧୦୯୧ କେଜି ଗଞ୍ଜେଇ ଜବତ କରିଛି ପୁଲିସ।1
- ସସୁବର୍ଣ୍ଣପୁର ଜିଲ୍ଲା ବିନିକାକୁ ସବଡିଭିଜନ ମାନ୍ୟତା ପାଇଁ ବିଧାନସଭାରେ ଦାବି କରିଛନ ଆମର ଲୋକପ୍ରିୟ ବିଧାୟକ ଇଂ ବୀରମହାରାଜପୁର ଜଗଦଲା1
- ସୁବର୍ଣ୍ଣପୁର ଜିଲ୍ଲାର ବିରମହାରାଜପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ ବାଗବର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ଵ ସ୍ଥିତ ପ୍ରାଥମିକ ସେବା ସମବାୟ ସମ୍ମୁଖ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ : * ବିଭିନ୍ନ ପ୍ରକାରର ୪୮( ଅଠଚାଳିଶ) ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ : ସୁବର୍ଣ୍ଣପୁର ଜିଲ୍ଲା ବିରହାହାରଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ ବାଗବର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ଵ ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ, ଶ୍ରୀ ନାରାୟଣ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୪୮( ଅଠଚାଳିଶ) ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୩୬ (ଛତିଶ) ଗୋଟି ଦରଖାସ୍ତ ବ୍ୟକ୍ତିଗତ ରହିଥିବା ବେଳେ ୧୨ (ବାଆର) ଗୋଟି ସାମୁହିକ ଦରଖାସ୍ତ ହସ୍ତଗତ ହୋଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୀରମହାରାଜପୁର, ରାଜୀବ କୁମାର ହାଁସଦା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ରାଜେନ୍ଦ୍ର ମାଝୀ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଅଶ୍ୱିନୀ କୁମାର ମେହେର, ଉପ - ଜିଲ୍ଲାପାଳ, ବୀରମହାରାଜପୁର ସୁରେନ୍ଦ୍ର କୁମାର ମେହେର, ଉପାଧ୍ୟକ୍ଷ, ବୀରମହାରାଜପୁର ପଞ୍ଚୟତ ସମିତି, ନାରାୟଣ ଲୁହା, ତହସିଲଦାର, ବୀରମହାରାଜପୁର, ସୁଶ୍ରୀ ସୁଚିଶ୍ମିତା ପାଣିଗ୍ରାହୀ, ଡେପୁଟି କଲେକ୍ଟର, ଅଭିଯୋଗ ଶୁଣାଣୀ, ସୁଶ୍ରୀ ପ୍ରିୟଦର୍ଶିନି ସାହୁଙ୍କ ସମେତ ସରପଞ୍ଚ, ଉଫୁଲା, ଶ୍ରୀମତି ଶ୍ରୀୟା କର୍ମୀ ଓ ସରପଞ୍ଚ,ବାଗବାର ଗ୍ରାମ ପଞ୍ଚାୟତ, ଶ୍ରୀମତି ନିରୁପମା ବଗର୍ତ୍ତି ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ,କର୍ମଚାରୀ ବୃନ୍ଦ ଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର, ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନ ସମ୍ବାଦ ପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ।1
- Post by Sonepur news khulasa1
- आज बस्तर से नक्सलवाद लगभग समाप्त हो चुका है. बक्सर में हर गांव में स्कूल, राशन की दुकान, पंचायत में PAC/CAC बनाने की मुहिम चल रही है, आधार कार्ड बन रहे हैं, मुफ्त राशन मिल रहा है: गृह मंत्री @AmitShah1