Shuru
Apke Nagar Ki App…
କୋଷାଗୁମୁଡ଼ାରେ ୨୧/୬/୨୬ ତାରିଖରେ 'ବିକାଶ ର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବାଲେଙ୍ଗା ପଞ୍ଚାୟତ ସରପଞ୍ଚ ହିତାଧିକାରୀମାନଙ୍କୁ ପେନସନ, ଚାଉଳ କାର୍ଡ ଏବଂ ଆବାସ ଘର ପାଇଁ ୱାର୍କ ଅର୍ଡର ବଣ୍ଟନ କରିଛନ୍ତି।
Santosh kumar
କୋଷାଗୁମୁଡ଼ାରେ ୨୧/୬/୨୬ ତାରିଖରେ 'ବିକାଶ ର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବାଲେଙ୍ଗା ପଞ୍ଚାୟତ ସରପଞ୍ଚ ହିତାଧିକାରୀମାନଙ୍କୁ ପେନସନ, ଚାଉଳ କାର୍ଡ ଏବଂ ଆବାସ ଘର ପାଇଁ ୱାର୍କ ଅର୍ଡର ବଣ୍ଟନ କରିଛନ୍ତି।
More news from ଓଡ଼ିଶା and nearby areas
- କୋରାପୁଟ ଜିଲ୍ଲାର କୋଟପାଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ଜଣେ ଯୋଗଗୁରୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ।1
- ଜୟପୁର : ଫଟୋ ପାଇଁ ନାହିଁନିଜ ପାଇଁ ଯୋଗ କରନ୍ତୁ ଜୟପୁର : ଫଟୋ ପାଇଁ ନାହିଁନିଜ ପାଇଁ ଯୋଗ କରନ୍ତୁ ଜୟପୁର : ଫଟୋ ପାଇଁ ନାହିଁନିଜ ପାଇଁ ଯୋଗ କରନ୍ତୁ1
- କୋକସରା ଥାନା ଅନ୍ତର୍ଗତ ଡଙ୍ଗରୀଗୁଡ଼ା ଏନଏଚ-୨୬ ରାସ୍ତା କଡ଼ରୁ କୋକସରା ୟଙ୍ଗ୍ ଷ୍ଟାର୍ ଯୁବ ଗୋଷ୍ଠୀ ମଇଁଷି ବୋଝେଇ ଏକ କଣ୍ଟେନରକୁ ଧରିଛନ୍ତି। ସୂଚନାନୁସାରେ, ଏହି ଯୁବ ଗୋଷ୍ଠୀ ଉକ୍ତ କଣ୍ଟେନରକୁ କୋକସରା ଥାନା ପୋଲିସକୁ ଜିମା ଦେଇଛନ୍ତି।3
- ଦେଖନ୍ତୁ 🙏🙏🙏1
- କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ମହିଳା ସରପଞ୍ଚଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି କ୍ରମରେ ମାଲକାନଗିରି ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଏକତ୍ରିତ ହୋଇ ଘଟଣାକୁ ଦୃଢ଼ ବିରୋଧ କରାଯାଇଛି। ସଂଘ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର କହିବା ଅନୁଯାୟୀ, ଜଣେ ମହିଳା ସରପଞ୍ଚ, ଯିଏ ଏକ ସାମ୍ବିଧାନିକ ପଦବୀରେ ଅଛନ୍ତି, ତାଙ୍କୁ ଯେଉଁଭଳି ଭାବେ ହଇରାଣ ହରକତ ଓ ମାନସିକ ନିର୍ଯାତନା ଦିଆଯାଇଛି, ତାହା ଅତ୍ୟନ୍ତ ଦୁଃଖଦାୟକ। ଏହାଦ୍ୱାରା ଜଣେ ଜନପ୍ରତିନିଧିଙ୍କ ମାନ-ମର୍ଯ୍ୟାଦା କ୍ଷୁଣ୍ଣ ହୋଇଛି ବୋଲି ସଂଘ ଅଭିଯୋଗ କରିଛି। ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ପ୍ରଦାନ କରିବାକୁ ସଂଘ ଦାବି କରିଛି। ଏହା ସହିତ ଯଦି କୌଣସି ବିଡିଓ କିମ୍ବା ଆଇଆଇସି (IIC) ଏହି ଘଟଣାରେ ସମ୍ପୃକ୍ତ ଥାଆନ୍ତି, ତେବେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ସଂଘ ଦାବିପତ୍ରରେ ଉଲ୍ଲେଖ କରିଛି। ମାଲକାନଗିରି ଜିଲ୍ଲାର ସମସ୍ତ ସରପଞ୍ଚ ଏକ ସ୍ୱରରେ ଏହି ନିନ୍ଦନୀୟ ଘଟଣାର ପ୍ରତିବାଦ କରିଛନ୍ତି ଏବଂ ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।4
- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅନ୍ତର୍ଗତ ପାତ୍ରୀ ସଂରକ୍ଷିତ ଜଙ୍ଗଲରୁ ୧୦ ଲକ୍ଷ ଟଙ୍କାରେ ବିକ୍ରି ଉଦ୍ୟମ କରାଯାଉଥିବା ଏକ ମହାବଳ ବାଘ ଛାଲ ଜବତ ହୋଇଛି। ଏହି ଘଟଣାରେ ବନ ବିଭାଗ ଗ୍ରାହକ ସାଜି ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଉଦୟନ ସୁବୁଦ୍ଧିଙ୍କ ସୂଚନା ଅନୁସାରେ, ଗତ କିଛି ଦିନ ଧରି ଜିଲ୍ଲାରେ ମହାବଳ ବାଘ ଛାଲ ବିକ୍ରି ହେଉଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ବନ ବିଭାଗ ସତର୍କ ହୋଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସିଏଫ୍ ସୁବାଷ ଚନ୍ଦ୍ର ଖୁଣ୍ଟିଆ ଏବଂ ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତରାଙ୍କ ତତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ପାତ୍ରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପଛରେ ଥିବା ପାତ୍ରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏକ ବ୍ୟାଗରେ ରୟାଲ ବେଙ୍ଗଲ (ମହାବଳ) ବାଘ ଛାଲ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବନ କର୍ମଚାରୀମାନେ ଗ୍ରାହକ ସାଜି ତାଙ୍କୁ ଧରିବାରେ ସଫଳ ହୋଇଥିଲେ। ବାଘ ଛାଲକୁ ସିଲାଇ କରାଯାଇ ୧୦ ଲକ୍ଷ ଟଙ୍କାରେ ବିକ୍ରି କରିବା ଉଦ୍ଦେଶ୍ୟରେ ରଖାଯାଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ପାତ୍ରୀ ଗ୍ରାମର ଶିବୁନ ଟାକ୍ରୀ ବୋଲି ଜଣାପଡିଛି, ଯିଏକି ଜଣେ ପାଷ୍ଟର ଭାବେ କାର୍ଯ୍ୟ କରୁଥିବା ଡିଏଫଓ ସୂଚନା ଦେଇଛନ୍ତି। ତାଙ୍କ ନିକଟରୁ ବାଘ ଛାଲ ସହ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି। ବନ ବିଭାଗ ତରଫରୁ ଏ ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଫେରାର ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଛି।1
- ଜୟପୁର ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି, ଯେଉଁଥିରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୪ଟି ମାମଲାର ପର୍ଦାଫାସ ହୋଇଛି।1
- ଜୟପୁର ଅନ୍ତର୍ଗତ ଗଡ଼ପଦରଠାରେ ବିରିପାଣି ଯାତ୍ରା ଆୟୋଜିତ ହୋଇଛି।1
- ଡାବୁଗାଁ ବନ ବିଭାଗ ପାଟ୍ରି ଜଙ୍ଗଲ ନିକଟରେ ମହାବଳ ବାଘ ଛାଲ ବିକ୍ରି ସମୟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ବାଘ ଛାଲ ଜବତ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର DFO ଉଦୟମାନ ସୁବୁଦ୍ଧିଙ୍କ ନେତୃତ୍ୱରେ ନବରଙ୍ଗପୁର ଏବଂ ଡାବୁଗାଁ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତିନି ଜଣ ବ୍ୟବସାୟୀ ୧୦ ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ କରୁଥିଲେ। ବନ ବିଭାଗର ଚଢ଼ାଉ ସମୟରେ ଦୁଇ ଜଣ ବ୍ୟବସାୟୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜଣେ ବ୍ୟବସାୟୀଙ୍କୁ ବାଘ ଛାଲ ସହ ଧରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ପାଟ୍ରି ଗ୍ରାମ ପଞ୍ଚାୟତର ଖୋଲିଗୁଡ଼ା ଗାଁର ବୋଲି ଜଣାପଡ଼ିଛି। ସେ ତେନ୍ତୁଳିଖୁଣ୍ଟି ବ୍ଲକର ଅମଳଭଟା ଚର୍ଚ୍ଚରେ ଫାଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ଏହି ବାଘ ଛାଲଟି ଝାରସୁଗୁଡ଼ା ଜିଲ୍ଲାରୁ ଅଣାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ରାକେଟରେ ଅନ୍ୟ କେଉଁ ଅଭିଯୁକ୍ତମାନେ ସଂଶ୍ଳିଷ୍ଟ ଅଛନ୍ତି, ତାହାକୁ ନେଇ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି। ନବରଙ୍ଗପୁର DFO ଉଦୟମାନ ସୁବୁଦ୍ଧିଙ୍କ ନେତୃତ୍ୱରେ ଏହି ଅପରେସନରେ ନବରଙ୍ଗପୁର ACF ସୁବାସ ଚନ୍ଦ୍ର ଖୁଣ୍ଟିଆ, ଡାବୁଗାଁ ରେଞ୍ଜର ରାମଚନ୍ଦ୍ର ଭତ୍ରା, ଜୋଟାବାଲ ଫରେଷ୍ଟର ପ୍ରଫୁଲ କୁମାର ମାଝୀ, ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ, ଫରେଷ୍ଟ ଗାର୍ଡ ଟିମ ଏବଂ ନବରଙ୍ଗପୁର ୱାଇଲ୍ଡ ଲାଇଫ ସ୍କ୍ୱାଡ୍ ସାମିଲ ଥିଲେ।1