Shuru
Apke Nagar Ki App…
ଚାକିରି ନାରେ ଠକେଇ ଅଭିଯୁକ୍ତ ଗିରଫ! ଚାକିରି ନାରେ ସୋସିଆଲ ମିଡିଆରେ ମିଥ୍ୟା ବିଜ୍ଞାପନ ବାହାର କରିଥିବା ଠକ୍ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ମାଲକାନଗିରି ପୋଲିସ। ଅଭିଯୁକ୍ତ ହେଉଛନ୍ତି ବିଶ୍ବଜିତ ଜେନା। ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ମାଲକାନଗିରି ଜିଲ୍ଲା ପାଇଁ ମିଛ ଚାକିରି ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଥିଲେ ଠକ୍ ଜଣଂକ। ତେବେ ମାଲକାନଗିରି ପୋଲିସ ପକ୍ଷରୁ ଘଟଣାକୁ ଜାଣିବା ପରେ ଦୃଢ଼ତାର ସହିତ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ୩ଟି ମୋବାଇଲ ଫୋନ୍ କିଛି ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ନେଇ ମାଲକାନଗିରି ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଆଦର୍ଶ ନ୍ୟୁଜ live
ଚାକିରି ନାରେ ଠକେଇ ଅଭିଯୁକ୍ତ ଗିରଫ! ଚାକିରି ନାରେ ସୋସିଆଲ ମିଡିଆରେ ମିଥ୍ୟା ବିଜ୍ଞାପନ ବାହାର କରିଥିବା ଠକ୍ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ମାଲକାନଗିରି ପୋଲିସ। ଅଭିଯୁକ୍ତ ହେଉଛନ୍ତି ବିଶ୍ବଜିତ ଜେନା। ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ମାଲକାନଗିରି ଜିଲ୍ଲା ପାଇଁ ମିଛ ଚାକିରି ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଥିଲେ ଠକ୍ ଜଣଂକ। ତେବେ ମାଲକାନଗିରି ପୋଲିସ ପକ୍ଷରୁ ଘଟଣାକୁ ଜାଣିବା ପରେ ଦୃଢ଼ତାର ସହିତ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ୩ଟି ମୋବାଇଲ ଫୋନ୍ କିଛି ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ନେଇ ମାଲକାନଗିରି ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
More news from ଓଡ଼ିଶା and nearby areas
- ଚାକିରି ଦେବା ନାଁରେ ଠକେଇ,ଭୁବନେଶ୍ୱରରୁ ଜଣେ ଗିରଫ,୩ଟି ମୋବାଇଲ ଓ ପାମ୍ପଲେଟ ଜବତ @National24_News1
- ମୁଖ୍ୟ 7ଟା ନିୟମ* 1. *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍ 2. *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ 3. *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ 4. *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ 5. *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ 6. *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର 7. *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ *RBI ଗାଇଡଲାଇନ୍ - ଡିଟେଲ୍* *Circular Name:* RBI/2022-23/66 - Guidelines on Digital Lending & Fair Practices Code *Date:* 02.09.2022 ଏବଂ ପରେ Update ହୋଇଛି *ମୁଖ୍ୟ 7ଟା ନିୟମ* 1. *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍ 2. *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ 3. *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ 4. *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ 5. *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ 6. *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର 7. *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ1
- ଖଡ଼ିଆଳ ଥାନା ପରିସରରେ ମେଗା ରକ୍ତଦାନ ଶିବିର ଆୟୋଜିତ,୬୦ ୟୁନିଟ ରକ୍ତ ସଂଗ୍ରହ ଖଡ଼ିଆଳ ଥାନା ପରିସରରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂହ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ୬୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।1
- ଗଜପତି: ତୃତୀୟ ଲିଙ୍ଗି ଙ୍କ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ ତୃତୀୟ ଲିଙ୍ଗୀଙ୍କ ପାଇଁ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ନୂଆଁ ଫାଏର ଷ୍ଟେସନ୍ ଠାରେ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ ବାସଗୃହ ନିର୍ମାଣ ଏଵଂ ଥଇଥାନ ବ୍ୟବସ୍ଥା ପାଇଁ ଭୂମି ପୂଜନ କରାଯାଇଥିବା ଦେଖିବାକୁ ମିଳିଛି। ବହୁ ବର୍ଷରୁ ଏହି କିନ୍ନର ସମାଜ ବାସ ଗୃହ ପାଇଁ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରସାଶନ ପକ୍ଷରୁ ଆଜି ଠାରୁ ବାସଗୃହ ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯାହାକୁ ନେଇ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଂଗୀ ସମାଜ ସଭାନେତ୍ରୀ ମଧୁ ବରାଡ , ସମ୍ପାଦିକା ଜସ୍ମିନ୍ ଶେଖ୍ ଖୁସି ବ୍ୟକ୍ତ କରି ସରକାର ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଗୋଷାଣୀ ବ୍ଲକ ଜେଇ ଙ୍କ ସହ ଜିଲ୍ଲାର ତୃତୀୟ ଲୀଙ୍ଗୀ ସମାଜ ର ସଦସ୍ୟ ଗଣ ଉପସ୍ଥିତ ଥିଲେ।1
- ମାଲକାନଗିରି ଜିଲ୍ଲା ପୌରପରିଷଦ ଅନ୍ତର୍ଗତ ଚିଦାନନ୍ଦ ସାହିରେ ଥିବା ସ୍କୁଲ୍ ଛାତରୁ ଗଳୁଛି ବର୍ଷା ପାଣି ଓ ପଡ଼ୁଛି ସିମେଣ୍ଟ । ବର୍ଷା ଦିନ ଆସିବା ମାତ୍ରେ ସ୍କୁଲରେ ଆରମ୍ଭ ହୋଇଯାଏ ବିଭିନ୍ନ ସମସ୍ୟା । ଲଗାତାର ସ୍କୁଲ ରୁ ପାଣି ଗଳିବା ଯୋଗୁଁ ଶ୍ରେଣୀ ଗୃହ ରେ ବର୍ଷା ପାଣି ଜମି ରହିଥାଏ ଓ ରୁମ ଗୁଡ଼ିକ ଓଦା ରହିଥାଏ । ଯାହାଫଳରେ ପିଲା ମାନେ ନାନା ସମସ୍ୟା ରେ ସେଠାରେ ବସିଥାନ୍ତି । କେବଳ ଏତିକି ରେ ସରିନାହିଁ ସ୍କୁଲ ର ସମସ୍ୟା ସ୍କୁଲ୍ ରେ ନାହିଁ ଶୌଚାଳୟ ଓ ପିଇବା ପାଣିର ବ୍ୟବସ୍ଥା । ତେବେ ଏହି ସମସ୍ୟା ଗୁଡ଼ିକୁ ଉପରସ୍ଥ ଅଧିକାରୀ ଙ୍କୁ ବାରମ୍ୱାର ଜଣାଇଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁନାହିଁ । ତେଣୁ ପିଲାଙ୍କ ସୁରକ୍ଷା ଲାଗି ସ୍କୁଲ୍ ରୁମ ବଦଳରେ ବାହାରେ ଜରି ଟାଙ୍ଗୀ ପାଠ ପଢା ଯାଉଛି । ଏବଂ ଯେ ପ୍ରଯ୍ୟନ୍ତ ଶ୍ରେଣୀ ଗୃହ ମରାମତି ନ ହେଵ ପିଲା ମାନେ ଏମିତି ପାଠ ପଢ଼ିବେ ବୋଲି ଅବିଭାବକ ମାନେ ମତ ପ୍ରକାଶ କରିଛନ୍ତି ।1
- Slug _ସରପଞ୍ଚଙ୍କ ସ୍ୱାମୀ ହତ୍ୟା ଘଟଣାରେ ୩ ଗିରଫ; ୨୪ ଘଣ୍ଟାରେ କଳାହାଣ୍ଡି ପୋଲିସର ସଫଳତା Anchor :- ସରପଞ୍ଚଙ୍କ ସ୍ୱାମୀ ତଥା ବିଜେପି କର୍ମୀ ଫକୀର ରଣାଙ୍କୁ ଛୁରୀ ଭୁଷି ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ। ଘଟଣାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍ପି ନାଗରାଜ ଦେବରକୋଣ୍ଡା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିଥିବା କୁହାଯାଇଛି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଡମ୍ କର୍ଲାଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ବିଜେପି କର୍ମୀ ଫକୀର ରଣାଙ୍କ ହତ୍ୟା ଘଟଣାରେ ବଡ଼ ସଫଳତା ପାଇଛି ପୋଲିସ। ଗତ ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଫକୀର ରଣାଙ୍କୁ ଅଭିଯୁକ୍ତମାନେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଗୋଡ଼ାଇ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ଫକୀର ରଣାଙ୍କ ପୁଅ ମଦନପୁର ରାମପୁର ଥାନାରେ ତିନିଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଓ ତଦନ୍ତ ଆଧାରରେ ପୋଲିସ ଡମ୍ କର୍ଲାଖୁଣ୍ଟାର ତୁଳସୀରାମ ସାହୁ ଓ ସୁରସିଂ ପାତ୍ର, ଏବଂ ଫଟାମୁଣ୍ଡାର ବଳଦେବ ସାହୁଙ୍କୁ ଗିରଫ କରିଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି। ଗିରଫ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ଘଟଣାର ପଛରେ ଥିବା ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି। କଳାହାଣ୍ଡି ଭବାନୀପାଟଣା ରୁରିତେଶ କୁମାର ମୁଣ୍ଡ Slug _ସରପଞ୍ଚଙ୍କ ସ୍ୱାମୀ ହତ୍ୟା ଘଟଣାରେ ୩ ଗିରଫ; ୨୪ ଘଣ୍ଟାରେ କଳାହାଣ୍ଡି ପୋଲିସର ସଫଳତା Anchor :- ସରପଞ୍ଚଙ୍କ ସ୍ୱାମୀ ତଥା ବିଜେପି କର୍ମୀ ଫକୀର ରଣାଙ୍କୁ ଛୁରୀ ଭୁଷି ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ। ଘଟଣାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍ପି ନାଗରାଜ ଦେବରକୋଣ୍ଡା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିଥିବା କୁହାଯାଇଛି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଡମ୍ କର୍ଲାଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ବିଜେପି କର୍ମୀ ଫକୀର ରଣାଙ୍କ ହତ୍ୟା ଘଟଣାରେ ବଡ଼ ସଫଳତା ପାଇଛି ପୋଲିସ। ଗତ ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଫକୀର ରଣାଙ୍କୁ ଅଭିଯୁକ୍ତମାନେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଗୋଡ଼ାଇ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ଫକୀର ରଣାଙ୍କ ପୁଅ ମଦନପୁର ରାମପୁର ଥାନାରେ ତିନିଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଓ ତଦନ୍ତ ଆଧାରରେ ପୋଲିସ ଡମ୍ କର୍ଲାଖୁଣ୍ଟାର ତୁଳସୀରାମ ସାହୁ ଓ ସୁରସିଂ ପାତ୍ର, ଏବଂ ଫଟାମୁଣ୍ଡାର ବଳଦେବ ସାହୁଙ୍କୁ ଗିରଫ କରିଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି। ଗିରଫ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ଘଟଣାର ପଛରେ ଥିବା ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି। କଳାହାଣ୍ଡି ଭବାନୀପାଟଣା ରୁରିତେଶ କୁମାର ମୁଣ୍ଡ4
- ଆଜିର ଟପ୍ ହେଡଲାଇନ୍ସ — ୮ ଅଗଷ୍ଟ ୨୦୨୬ 🌧️ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା — IMD ପକ୍ଷରୁ ଆଗାମୀ ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ନେଇ ସତର୍କତା; ଲଘୁଚାପ ସମ୍ଭାବନା ମଧ୍ୟ ରହିଛି। ଆଜିର ଟପ୍ ହେଡଲାଇନ୍ସ — ୮ ଅଗଷ୍ଟ ୨୦୨୬ 🌧️ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା — IMD ପକ୍ଷରୁ ଆଗାମୀ ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ନେଇ ସତର୍କତା; ଲଘୁଚାପ ସମ୍ଭାବନା ମଧ୍ୟ ରହିଛି। � OdishaTv +1 🌊 ଓଡ଼ିଶାରେ ବନ୍ୟା ଆଶଙ୍କା କମିଲା — ବନ୍ୟା ପ୍ରଭାବ କମିବା ପରେ କ୍ଷୟକ୍ଷତିର ତ୍ୱରିତ ଆକଳନ କରିବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ। � The Times of India 📚 ଓଡ଼ିଶା ପାଠ୍ୟପୁସ୍ତକକୁ ନେଇ ବିବାଦ — ପ୍ରଥମ ଶ୍ରେଣୀର ଏକ ଓଡ଼ିଆ ପାଠ୍ୟପୁସ୍ତକରେ ଜାତୀୟ ସଙ୍ଗୀତ ଓ ରାଜ୍ୟ ସଙ୍ଗୀତରେ ତ୍ରୁଟି ଥିବା ଅଭିଯୋଗ। � The Times of India 🏫 ବର୍ଷା ପାଇଁ ସ୍କୁଲ୍ ଛୁଟି ନେଇ ସ୍ଥାନୀୟ ନିଷ୍ପତ୍ତି — ୮ ଅଗଷ୍ଟ ପାଇଁ ସାରା ଦେଶରେ ସ୍କୁଲ୍ ଛୁଟି ଘୋଷଣା ହୋଇନାହିଁ; ସ୍ଥାନୀୟ ପରିସ୍ଥିତି ଅନୁସାରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ। � The Economic Times 🌧️ ୨୦ରୁ ଅଧିକ ରାଜ୍ୟରେ ବର୍ଷା ସତର୍କତା — ଦିଲ୍ଲୀ-NCR, କେରଳ, ଓଡ଼ିଶା ସମେତ ଅନେକ ଅଞ୍ଚଳରେ ଭାରୀ ବର୍ଷାର ପୂର୍ବାନୁମାନ। �1
- Slug _ପୁଣି ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ; କାରଣ ଅସ୍ପଷ୍ଟ, ବନ ବିଭାଗର ତଦନ୍ତ Anchor :- କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ। କର୍ମେ ବିଟ୍ ଅନ୍ତର୍ଗତ ଜାମପଡ଼ା ଓ ଖଇରମାଲ ମଧ୍ୟବର୍ତ୍ତୀ ଜଙ୍ଗଲରୁ ଏକ ଛୁଆ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀର ମୃତ୍ୟୁର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବାବେଳେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନର୍ଲା ରେଞ୍ଜ ଅଧୀନ କର୍ମେ ବିଟ୍ର ଜାମପଡ଼ା ଓ ଖଇରମାଲ ମଧ୍ୟରେ ଥିବା ଜଙ୍ଗଲରେ ଏକ ଛୁଆ ଦନ୍ତା ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀର ଯାଞ୍ଚ କରିବା ସହ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛନ୍ତି। ତେବେ ହାତୀଟିର ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଛି, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ବନ ବିଭାଗର ତଦନ୍ତ ଓ ଆବଶ୍ୟକ ପରୀକ୍ଷା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ପୂର୍ବ ଘଟଣା: ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ’ ମାସ ୨୪ ତାରିଖରେ ମଧ୍ୟ ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଧା ବିଟ୍ରେ ଏକ ବୟସ୍କ ଦନ୍ତା ହାତୀର ମୃତଦେହ ମିଳିଥିଲା। ସେତେବେଳେ ଦୁଇ ହାତୀଙ୍କ ମଧ୍ୟରେ ଲଢ଼େଇ ଯୋଗୁଁ ଉକ୍ତ ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏବେ ପୁଣି ସମାନ ରେଞ୍ଜରେ ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ ଘଟଣା ବନ୍ୟଜନ୍ତୁ ସୁରକ୍ଷା ଓ ହାତୀଙ୍କ ସୁରକ୍ଷିତ ବିଚରଣକୁ ନେଇ ନୂଆ ପ୍ରଶ୍ନ ଉଠାଇଛି। ବନ ବିଭାଗର ତଦନ୍ତ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ। କଳାହାଣ୍ଡି ଭବାନୀପାଟଣା ରୁ ରିତେଶ କୁମାର ମୁଣ୍ଡ Slug _ପୁଣି ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ; କାରଣ ଅସ୍ପଷ୍ଟ, ବନ ବିଭାଗର ତଦନ୍ତ Anchor :- କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ। କର୍ମେ ବିଟ୍ ଅନ୍ତର୍ଗତ ଜାମପଡ଼ା ଓ ଖଇରମାଲ ମଧ୍ୟବର୍ତ୍ତୀ ଜଙ୍ଗଲରୁ ଏକ ଛୁଆ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀର ମୃତ୍ୟୁର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବାବେଳେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନର୍ଲା ରେଞ୍ଜ ଅଧୀନ କର୍ମେ ବିଟ୍ର ଜାମପଡ଼ା ଓ ଖଇରମାଲ ମଧ୍ୟରେ ଥିବା ଜଙ୍ଗଲରେ ଏକ ଛୁଆ ଦନ୍ତା ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀର ଯାଞ୍ଚ କରିବା ସହ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛନ୍ତି। ତେବେ ହାତୀଟିର ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଛି, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ବନ ବିଭାଗର ତଦନ୍ତ ଓ ଆବଶ୍ୟକ ପରୀକ୍ଷା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ପୂର୍ବ ଘଟଣା: ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ’ ମାସ ୨୪ ତାରିଖରେ ମଧ୍ୟ ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଧା ବିଟ୍ରେ ଏକ ବୟସ୍କ ଦନ୍ତା ହାତୀର ମୃତଦେହ ମିଳିଥିଲା। ସେତେବେଳେ ଦୁଇ ହାତୀଙ୍କ ମଧ୍ୟରେ ଲଢ଼େଇ ଯୋଗୁଁ ଉକ୍ତ ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏବେ ପୁଣି ସମାନ ରେଞ୍ଜରେ ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ ଘଟଣା ବନ୍ୟଜନ୍ତୁ ସୁରକ୍ଷା ଓ ହାତୀଙ୍କ ସୁରକ୍ଷିତ ବିଚରଣକୁ ନେଇ ନୂଆ ପ୍ରଶ୍ନ ଉଠାଇଛି। ବନ ବିଭାଗର ତଦନ୍ତ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ। କଳାହାଣ୍ଡି ଭବାନୀପାଟଣା ରୁ ରିତେଶ କୁମାର ମୁଣ୍ଡ4