କର୍ମଚାରୀଙ୍କ ପାଇଁ ବଡ଼ ଖବର: ପିଏଫ୍ କଟାଯିବାର ସର୍ବୋଚ୍ଚ ଦରମା ସୀମା ୨୫,୦୦୦ ଟଙ୍କାକୁ ବୃଦ୍ଧି; ୫୧ ଲକ୍ଷରୁ ଅଧିକ ହେବେ ଉପକୃତ। କର୍ମଚାରୀଙ୍କ ପାଇଁ ବଡ଼ ଖବର: ପିଏଫ୍ କଟାଯିବାର ସର୍ବୋଚ୍ଚ ଦରମା ସୀମା ୨୫,୦୦୦ ଟଙ୍କାକୁ ବୃଦ୍ଧି; ୫୧ ଲକ୍ଷରୁ ଅଧିକ ହେବେ ଉପକୃତ। ନୂଆଦିଲ୍ଲୀ : ଦେଶର କୋଟି କୋଟି ଶ୍ରମିକ ଓ ଚାକିରିଆଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରୋଭିଡେଣ୍ଟ ଫଣ୍ଡ (PF) କଟାଯିବା ପାଇଁ ଥିବା ମାସିକ ସର୍ବୋଚ୍ଚ ଦରମା ସୀମା (Salary Ceiling) କୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ସୀମା ୧୫,୦୦୦ ଟଙ୍କା ଥିବା ବେଳେ ଏବେ ଏହାକୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ବୋଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ଫଳରେ ଦେଶର ପ୍ରାୟ ୫୧ ଲକ୍ଷରୁ ଅଧିକ କର୍ମଚାରୀ ସିଧାସଳଖ ଉପକୃତ ହେବେ। ବିଶେଷ କରି ଯେଉଁମାନଙ୍କର ମାସିକ ଦରମା ୧୫,୦୦୦ ରୁ ୨୫,୦୦୦ ଟଙ୍କା ମଧ୍ୟରେ ରହିଛି, ସେମାନେ ଏବେ ସଂଶୋଧିତ ପିଏଫ୍ ନିୟମ ଅଧୀନକୁ ଆସିବେ। ଏହି ନୂତନ ବ୍ୟବସ୍ଥାକୁ ଚଳିତ ବର୍ଷର ବିଶ୍ୱକର୍ମା ଜୟନ୍ତୀ ଅର୍ଥାତ୍ ସେପ୍ଟେମ୍ବର ୧୭ ତାରିଖରୁ ଲାଗୁ କରାଯାଉଛି ।କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ଯେ, ଶ୍ରମିକ ଓ କର୍ମଚାରୀମାନଙ୍କର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାପକ ଏବଂ ସୁଦୃଢ଼ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ଏହା ଦ୍ୱାରା ଅଧିକରୁ ଅଧିକ ଶ୍ରମିକ ଭବିଷ୍ୟନିଧି ପାଣ୍ଠି (EPFO) ପରିସରଭୁକ୍ତ ହୋଇପାରିବେ। କର୍ମଚାରୀ ସଂଗଠନଗୁଡ଼ିକ ପକ୍ଷରୁ ଏହା ଏକ ଦୀର୍ଘଦିନର ଦାବି ଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ରେ ଅନୁମୋଦନ କରାଯାଇଛି। ଏହି ନୂଆ ନିୟମ ଲାଗୁ ହେବା ଦ୍ୱାରା କେନ୍ଦ୍ର ସରକାରଙ୍କ ରାଜକୋଷ ଉପରେ ବାର୍ଷିକ ପ୍ରାୟ ୧୧,୩୩୯ କୋଟି ଟଙ୍କାର ବ୍ୟୟଭାର ପଡ଼ିବ ବୋଲି ଆକଳନ କରାଯାଇଛି। ଏହା ପୂର୍ବରୁ ସରକାର ବାର୍ଷିକ ପ୍ରାୟ ୧୦,୨୫୦ କୋଟି ଟଙ୍କାର ବଜେଟ୍ ସହାୟତା ଯୋଗାଇ ଦେଉଥିଲେ। ସେହିପରି ନୂଆ ନିୟମ ଅନୁଯାୟୀ, ନିଯୁକ୍ତିଦାତା ବା କମ୍ପାନୀଗୁଡ଼ିକର ପିଏଫ୍ ଯୋଗଦାନ ମଧ୍ୟ ପ୍ରତି କର୍ମଚାରୀ ପିଛା ପ୍ରାୟ ୬୦0 ଟଙ୍କା ବୃଦ୍ଧି ପାଇବ। ଏହି ନିଷ୍ପତ୍ତି ଦ୍ୱାରା କର୍ମଚାରୀମାନଙ୍କର କେବଳ ପିଏଫ୍ ସଞ୍ଚୟ ବଢ଼ିବ ନାହିଁ, ବରଂ ଅବସର ପରେ ମିଳୁଥିବା ମାସିକ ପେନସନ୍ ଏବଂ ମୃତ୍ୟୁକାଳୀନ ବୀମା (EDLI) ରାଶିରେ ମଧ୍ୟ ବଡ଼ ଧରଣର ବୃଦ୍ଧି ଘଟିବ। ତେବେ ପିଏଫ୍ ବାବଦକୁ ଅଧିକ ଅର୍ଥ କଟିବା ହେତୁ କର୍ମଚାରୀମାନଙ୍କର ହାତକୁ ଆସୁଥିବା ଦରମା (Take-home salary) ସାମାନ୍ୟ କମିଯାଇପାରେ, କିନ୍ତୁ ଭବିଷ୍ୟତ ପାଇଁ ସେମାନଙ୍କର ସଞ୍ଚୟ ପାଣ୍ଠି ବହୁତ ବଡ଼ ହେବ।୨୦୧୪ ମସିହା ପରେ ଅର୍ଥାତ୍ ଦୀର୍ଘ ୧୨ ବର୍ଷ ପରେ ସରକାର ପିଏଫ୍ ସୀମାରେ ଏଭଳି ପରିବର୍ତ୍ତନ କରିଥିବାରୁ ଶ୍ରମିକ ମହଲରେ ଖୁସିର ଲହରୀ ଖେଳିଯାଇଛି।

- ମୋହୁଡ଼ା ଭୈରବୀ ଉଚ୍ଚ ବିଦ୍ୟାଳୟରେ କୁକୁଡାଖଣ୍ଡି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ମୋହୁଡ଼ା ଭୈରବୀ ଉଚ୍ଚ ବିଦ୍ୟାଳୟରେ କୁକୁଡାଖଣ୍ଡି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l1
- ମୋହନା ରେ ପାରଳାଖେମୁଣ୍ଡି ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଆସିଥିବା ମୁଖ୍ୟ ଦ୍ୱାରା ଖମ୍ବ କୁ ସ୍ୱାଗତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ଚାଲିଥିବା ବେଳେ ଉକ୍ତ ମନ୍ଦିର ର ମୁଖ୍ୟ ଫାଟକ ରେ ଲାଗିବାକୁ ଥିବା ଖମ୍ବ କୁ ମୋହନା ଠାରେ ସ୍ୱାଗତ କରାଯଇଛି ଫୁଲ ଚନ୍ଦନ ଧୂପ ଦେଇ କୀର୍ତନ କରି ପରେ ନଗର ପରୀକ୍ରମା କରାଯଇଛି3
- ଆସିକା : ଉଗ୍ର ହେଉଛି ଶ୍ରମିକ ଆନ୍ଦୋଳନ, ଦୀର୍ଘ ସାତଦିନ ହେଲା ନୂଆଗାଁ ଚିନି ଶିଳ୍ପର ଆଗରେ ଧାରଣାରେ ବସିଛନ୍ତି ଏନ୍. ଏମ୍. ଆର୍ ଶ୍ରମିକ ଛିଡ଼ୁନି ବିବାଦ l ଦୀର୍ଘ ସାତଦିନ ହେଲା କାର୍ଯ୍ୟ ଛାଡି ଆନ୍ଦୋଳ ରେ ଶ୍ରମିକ l କମ୍ପାନୀ କାମ ଠପ l ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ମିଳୁଛି ଶ୍ରମିକ ଙ୍କୁ ସମର୍ଥନ l ଏଆଇଟିୟୁସି ପକ୍ଷରୁ ଜାରିରହିଛି ଗଣ ଧାରଣା l ଗଞ୍ଜାମ ଜିଲ୍ଲା ଆସିକା ନୂଆଗାଁ ସମବାୟ ଚିନି ଶିଳ୍ପ ଆଗରେ ଧାରଣାରେ ବସିଛନ୍ତି ଚିନି ଶିଳ୍ପର ଏନ୍. ଏମ୍. ଆର୍ ଶ୍ରମିକ l ତିନି ଦଫା ଦାବି ନେଇ ଦୀର୍ଘ ସାତ ଦିନହେଲା ଶ୍ରମିକ ମାନେ ଚିନିକଳ ମୁଖ୍ୟ ଫାଟକ ଆଗରେ ଗଣ ଧାରଣାରେ ବସିଥିବା ବେଳେ ବନ୍ଦ ପଡିଛି ସମସ୍ତ କାମ l ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶ୍ରମିକ ମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାର ଚେତାବନୀ ଦେଇଥିବା ବେଳେ ଦୀର୍ଘ ଦିନ ପରେବି ଚିନି କଳ କତୃପକ୍ଷ ଙ୍କ ନୀରବତା କୁ ନେଇ ଏବେ ସାଧାରଣରେ ଉଠିଲାଣି ପ୍ରଶ୍ନ l1
- The development has raised concern over the health and recovery of the orangutans. Medical care, nutrition and continuous monitoring remain crucial as authorities focus on their well-being. orangutans anaemia, orangutan health news, orangutan anaemia news, Odisha orangutan news, Kanak News, Odisha News, orangutan health update, animal health news, wildlife news Odisha, orangutan latest news, anaemia in orangutans, wildlife health alert, animal care Odisha, orangutan treatment, breaking news Odisha, latest Odisha news, viral Odisha news, wildlife rescue news, orangutan medical update, animal health update, Odisha wildlife news, Kanak News Odisha, orangutan condition, wildlife care India, animal rescue news, latest wildlife news1
- my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha left4
- ମୋହନା ମିଶନ ଶକ୍ତି ଗୃହ ଠାରେ ସୁଭଦ୍ରା ଯୋଜନା ର ପ୍ରତିଷ୍ଠା ଦିବସ ଓ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ମିଶନ ଶକ୍ତି ଗୃହ ଠାରେ ମହିଳା ମାନଙ୍କୁ ନେଇ ସୁଭଦ୍ରା ଯୋଜନା ର ପ୍ରତିଷ୍ଠା ଦିବସ ଓ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଅବସର ରେ କେକ କାଟିବା ସହ ଝୁଟି ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା ପରେ ମହିଳା ଙ୍କୁ ପୁରସ୍କାର ପ୍ରଦାନ କରାଯଇଛି4
- ଗଣେଶ ବିସର୍ଜନ ବେଳେ ଘୋଡ଼ାହାଡ଼ ନଦୀରେ ଅଘଟଣ ନଦୀରେ ବୁଡ଼ି ୨ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୨ ଛାତ୍ର ଉଦ୍ଧାର । ଗଣେଶ ବିସର୍ଜନ ବେଳେ ଘୋଡ଼ାହାଡ଼ ନଦୀରେ ଅଘଟଣ ନଦୀରେ ବୁଡ଼ି ୨ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୨ ଛାତ୍ର ଉଦ୍ଧାର । ହିଞ୍ଜିଳିକାଟୁ, ୧୬/୯: ଗଣେଶ ମୂର୍ତ୍ତି ବିସର୍ଜନର ଉତ୍ସବ ମଧ୍ୟରେ ହିଞ୍ଜିଳିକାଟୁ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଅଘଟଣ। ସ୍ଥାନୀୟ ଘୋଡ଼ାହାଡ଼ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡ଼ି ଦୁଇ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଘଟଣାରେ ଅନ୍ୟ ଦୁଇ ଛାତ୍ର ମଧ୍ୟ ପାଣିରେ ବୁଡ଼ିଯାଉଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି। ଉଭୟଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ସମୟରେ ବଇଁଞ୍ଚବଣିଆ ଅଞ୍ଚଳର ହାଇଟେକ୍ ନାମକ ଏକ ଘରୋଇ ଟିଉସନରେ ପଢ଼ୁଥିବା କିଛି ଛାତ୍ର ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଘୋଡ଼ାହାଡ଼ ନଦୀକୂଳକୁ ଯାଇଥିଲେ। ବିସର୍ଜନ ସମୟରେ ଦୁଇ ଛାତ୍ରଙ୍କ ପାଦ ଖସିଯିବାରୁ ସେମାନେ ନଦୀର ଗଭୀର ଅଞ୍ଚଳରେ ବୁଡ଼ିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଛାତ୍ର ମଧ୍ୟ ପାଣିରେ ବୁଡ଼ିଯାଉଥିବା ଖବର ମିଳିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଅଗ୍ନିଶମ କର୍ମଚାରୀମାନେ ବୁଡ଼ିଯାଇଥିବା ଛାତ୍ରମାନଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଡାକ୍ତର ସେଠାରେ ଦୁଇ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରଦ୍ୱୟ ହେଲେ ପ୍ରୀତମ ସୀମେଲି ଓ ଆଦର୍ଶ ସାହୁ। ଉଭୟଙ୍କ ବୟସ ପ୍ରାୟ ୧୪ ବର୍ଷ। ସେମାନେ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୃତ ପ୍ରୀତମ ରାୟଗଡ଼ା ଜିଲ୍ଲାର ହୋଇଥିବା ବେଳେ ସେ ହିଞ୍ଜିଳିକାଟୁରେ ଜଣେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ଅନ୍ୟ ମୃତ ଛାତ୍ର ଆଦର୍ଶ ସାହୁ ହିଞ୍ଜିଳିକାଟୁ ବଇଁଞ୍ଚବଣିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ପରେ ନଦୀକୂଳରେ ଲୋକଙ୍କ ଭିଡ଼ ଜମିଥିଲା। ଦୁଇ ନାବାଳକ ଛାତ୍ରଙ୍କ ଅକାଳ ମୃତ୍ୟୁକୁ ନେଇ ହିଞ୍ଜିଳିକାଟୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅପରପକ୍ଷରେ, ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ହିଞ୍ଜିଳି ଥାନାରେ କେସ ନଂ-୨୧/୨୬ ଓ ୨୨/୨୬ ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ସହ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏହି ଦୁଃଖଦ ଘଟଣା ପରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ନଦୀ ଓ ଅନ୍ୟ ଜଳାଶୟ ନିକଟରେ ସୁରକ୍ଷା ବ୍ୟବସ୍ଥା ଏବଂ ସତର୍କତାମୂଳକ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ତଥ୍ୟ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।2
- ଲୁହ ଭରିଦେଲା ଭସାଣ ଖୁସି । କାଳ ହେଲା ଭସାଣି ଯାତ୍ରା। ରାଜ୍ୟର ବିଭିନ୍ନ ସ୍ଥାନରେ ମୂର୍ତ୍ତି ବିସର୍ଜନ ବେଳେ ୧୨ ଜଣ ନେଇଛନ୍ତି ସଲୀଳ ସମାଧୀ। ଜଗତସିଂହପୁରରେ ୪ ଜଣଙ୍କ ଜୀବନ ଯାଇଥିବବେଳେ ବୀରମିତ୍ରପୁରରେ ଚାଲିଯାଇଛି ୩ ନାବାଳିକାଙ୍କ ଜୀବନ । ଜଗତସିଂହପୁର ପଣ୍ଡୁଆ ଗୋପାଳପୁର ନିକଟରେ ଗଣେଶ ଭସାଣି ବେଳେ ନଦୀରେ ବୁଡିଯାଇଥିଲେ ୪ ଯୁବକ । ସୁନ୍ଦରଗଡ଼ ବୀରମିତ୍ରପୁରରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗଂଜାମ ଆସିକାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦିଗପହଣ୍ଡିରେ ଜଣକର ଜୀବନ ଯାଇଛି । ସେହିଭଳି ଭଦ୍ରକ ଚାନ୍ଦବାଲିରେ ମଧ୍ୟ ଜଣକର ମୃତ୍ୟୁ ହୋଇଛି। କୋରାପୁଟ ଦଶମନ୍ତପୁରରେ ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୧୨ ଜଣଙ୍କର ମୃତ୍ୟୁ ଯୋଗୁ ଚାରିଆଡ଼େ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । The joy of idol immersion turned tragic as 12 people died in separate drowning incidents across Odisha. Four youths drowned during Ganesh idol immersion near Pandua Gopalpur in Jagatsinghpur, while three people died in Birmitrapur of Sundargarh district. Two deaths were reported from Asika and one from Digapahandi in Ganjam, while one person died in Chandabali of Bhadrak. In Dasamantpur of Koraput, one person died after drowning in a pond while bathing. The deaths in a single day have cast a pall of gloom across the affected areas. The Fire Services department has advised people to remain alert and cautious during idol immersion.1