logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମଇଦାନକେଲ ପଞ୍ଚାୟତର ନେଲୁଙ୍ଗ ଗାଁରେ ଟିପିଏନ୍ ଓଡିଏଲ୍ ପକ୍ଷରୁ ଏକ ସ୍ବାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଛି। ଏହି ଶିବିରଟି ଟିପିଏନ୍ ଓଡିଏଲ୍ ର ସିଏସ୍ ଆର୍ ମୁଖ୍ୟ ଶିବା ମୁଖିଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସ୍ବାସ୍ଥ୍ୟ ଶିବିରରେ ମୋଟ ୧୨୬ ଜଣ ରୋଗୀଙ୍କର ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ଡାକ୍ତର ବସୁମତୀ ଜେନା, ଡାକ୍ତର ବିଶ୍ବଜିତ୍ ବେହେରା, ଫାର୍ମାଶିଷ୍ଟ ସତ୍ୟବ୍ରତ ସାହୁ, ଏଏନଏମ୍ ଲକ୍ଷ୍ମୀପ୍ରିୟା ଜେନା ଏବଂ ଗାଡି ଚାଳକ ଚିନ୍ମୟ ଗିରି ପ୍ରମୁଖ ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ।

1 day ago
user_ଦୁର୍ଯ୍ୟୋଧନ ପାତ୍ର
ଦୁର୍ଯ୍ୟୋଧନ ପାତ୍ର
Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
1 day ago

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମଇଦାନକେଲ ପଞ୍ଚାୟତର ନେଲୁଙ୍ଗ ଗାଁରେ ଟିପିଏନ୍ ଓଡିଏଲ୍ ପକ୍ଷରୁ ଏକ ସ୍ବାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଛି। ଏହି ଶିବିରଟି ଟିପିଏନ୍ ଓଡିଏଲ୍ ର ସିଏସ୍ ଆର୍ ମୁଖ୍ୟ ଶିବା ମୁଖିଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସ୍ବାସ୍ଥ୍ୟ ଶିବିରରେ ମୋଟ ୧୨୬ ଜଣ ରୋଗୀଙ୍କର ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ଡାକ୍ତର ବସୁମତୀ ଜେନା, ଡାକ୍ତର ବିଶ୍ବଜିତ୍ ବେହେରା, ଫାର୍ମାଶିଷ୍ଟ ସତ୍ୟବ୍ରତ ସାହୁ, ଏଏନଏମ୍ ଲକ୍ଷ୍ମୀପ୍ରିୟା ଜେନା ଏବଂ ଗାଡି ଚାଳକ ଚିନ୍ମୟ ଗିରି ପ୍ରମୁଖ ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ।

More news from ଓଡ଼ିଶା and nearby areas
  • କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପୁରୁମୁଣ୍ତା ପଞ୍ଚାୟତର ଭାଲୁଛକ ଠାରୁ ପୁରୁମୁଣ୍ତା ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଅତି କଛପ ଗତିରେ ଚାଲିଛି। ଠିକାଦାର ନିଜ ମନଇଛା କାମ କରୁଥିବା ବେଳେ ଗତ ଦୁଇ ବର୍ଷ ହେବ ଏହି କାମ ଶେଷ ହେଉ ନଥିବାରୁ ସ୍ଥାନୀୟ ଅଞ୍ଳବାସୀ ଚରମ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୁରୁମୁଣ୍ତା ପଞ୍ଚାୟତ ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ନିର୍ମାଣ କରାଯାଇଥିବା ଏକ ପୋଲ କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ବର୍ଷା ପୂର୍ବରୁ ଏହି ପୋଲ କାମ ଶେଷ ହୋଇ ନଥିବା ଯୋଗୁଁ ନିକଟସ୍ଥ ଚାଷ ଜମିରେ ମାଟି ପୋତି ହୋଇଯାଇଛି। ସେହିପରି ସମ୍ପୂର୍ଣ୍ଣ ରାସ୍ତା ସାରା ପାଣି ଓ କାଦୁଅ ଭର୍ତ୍ତି ହୋଇ ରହିଥିବାରୁ ଯାତାୟାତ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ପଣ୍ଡାପଡ଼ା ସମେତ ଅନ୍ୟାନ୍ୟ ଅଞ୍ଚଳକୁ ଯିବା ପାଇଁ ଲୋକେ ଦିନରାତି ଏହି ରାସ୍ତା ଉପରେ ନିର୍ଭର କରୁଥିଲେ ମଧ୍ୟ ଏହାର ଦୟନୀୟ ଅବସ୍ଥା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଏଭଳି ଦୁର୍ଦ୍ଦଶା ଯୋଗୁଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଉଥିବା ୧୦୮ ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତାରେ ଯାଆସ କରିପାରୁ ନାହିଁ। ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକେ ଏହି କାଦୁଅ ରାସ୍ତାରେ ଚାଲି ଚାଲି ଯିବା ତ ଦୂରର କଥା, ବାଇକ୍ କିମ୍ବା କାର୍ ଭଳି ଯାନବାହାନ ଧରି ଯିବା ଆସିବା କରିବାକୁ ନାପସନ୍ଦ କରୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପୁରୁମୁଣ୍ତା ଗ୍ରାମବାସୀ ଭୀମସେନ କବାଟ, ଏକାଦଶୀ ନାଏକ, ମହେନ୍ଦ୍ର ନାଏକ, ଚିକନ କୁମାର ସାହୁ, ହଳଧର ନାଏକ ଏବଂ ବିପିନ କବାଟ ପ୍ରମୁଖ ଦାବି କରିଛନ୍ତି।
    3
    କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପୁରୁମୁଣ୍ତା ପଞ୍ଚାୟତର ଭାଲୁଛକ ଠାରୁ ପୁରୁମୁଣ୍ତା ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଅତି କଛପ ଗତିରେ ଚାଲିଛି। ଠିକାଦାର ନିଜ ମନଇଛା କାମ କରୁଥିବା ବେଳେ ଗତ ଦୁଇ ବର୍ଷ ହେବ ଏହି କାମ ଶେଷ ହେଉ ନଥିବାରୁ ସ୍ଥାନୀୟ ଅଞ୍ଳବାସୀ ଚରମ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପୁରୁମୁଣ୍ତା ପଞ୍ଚାୟତ ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ନିର୍ମାଣ କରାଯାଇଥିବା ଏକ ପୋଲ କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ବର୍ଷା ପୂର୍ବରୁ ଏହି ପୋଲ କାମ ଶେଷ ହୋଇ ନଥିବା ଯୋଗୁଁ ନିକଟସ୍ଥ ଚାଷ ଜମିରେ ମାଟି ପୋତି ହୋଇଯାଇଛି। ସେହିପରି ସମ୍ପୂର୍ଣ୍ଣ ରାସ୍ତା ସାରା ପାଣି ଓ କାଦୁଅ ଭର୍ତ୍ତି ହୋଇ ରହିଥିବାରୁ ଯାତାୟାତ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ପଣ୍ଡାପଡ଼ା ସମେତ ଅନ୍ୟାନ୍ୟ ଅଞ୍ଚଳକୁ ଯିବା ପାଇଁ ଲୋକେ ଦିନରାତି ଏହି ରାସ୍ତା ଉପରେ ନିର୍ଭର କରୁଥିଲେ ମଧ୍ୟ ଏହାର ଦୟନୀୟ ଅବସ୍ଥା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ରାସ୍ତାର ଏଭଳି ଦୁର୍ଦ୍ଦଶା ଯୋଗୁଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଉଥିବା ୧୦୮ ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତାରେ ଯାଆସ କରିପାରୁ ନାହିଁ। ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକେ ଏହି କାଦୁଅ ରାସ୍ତାରେ ଚାଲି ଚାଲି ଯିବା ତ ଦୂରର କଥା, ବାଇକ୍ କିମ୍ବା କାର୍ ଭଳି ଯାନବାହାନ ଧରି ଯିବା ଆସିବା କରିବାକୁ ନାପସନ୍ଦ କରୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପୁରୁମୁଣ୍ତା ଗ୍ରାମବାସୀ ଭୀମସେନ କବାଟ, ଏକାଦଶୀ ନାଏକ, ମହେନ୍ଦ୍ର ନାଏକ, ଚିକନ କୁମାର ସାହୁ, ହଳଧର ନାଏକ ଏବଂ ବିପିନ କବାଟ ପ୍ରମୁଖ ଦାବି କରିଛନ୍ତି।
    user_ଦୁର୍ଯ୍ୟୋଧନ ପାତ୍ର
    ଦୁର୍ଯ୍ୟୋଧନ ପାତ୍ର
    Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    10 min ago
  • କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ମୂଷାଖରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଲ୍ଲୀପଶି ଗ୍ରାମରେ ଜଳବିଭାଜିକା ବିଭାଗ ପକ୍ଷରୁ ହୋଇଥିବା କାଜୁ ଚାରା ରୋପଣ ପ୍ରକଳ୍ପରେ ବଡ଼ଧରଣର ଅନିୟମିତତା ଅଭିଯୋଗ ହୋଇଛି। ପ୍ରକଳ୍ପ ଅଧୀନରେ କାଜୁ ଚାରା ରୋପଣ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସେହି ସ୍ଥାନରେ କୌଣସି ଗଛ ଦେଖିବାକୁ ମିଳୁନାହିଁ। ସ୍ଥାନୀୟ ବାସିନ୍ଦା ଏବଂ ବ୍ଲକ ପରିଚାଳନା ସଭାପତିଙ୍କ ଅଭିଯୋଗ ଅନୁଯାୟୀ, ଅନେକ ସ୍ଥାନରେ କୌଣସି କାର୍ଯ୍ୟ ହୋଇନଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇ ସରକାରୀ ଅର୍ଥ ହରିଲୁଟ କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବା ସହ, ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
    2
    କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ମୂଷାଖରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଲ୍ଲୀପଶି ଗ୍ରାମରେ ଜଳବିଭାଜିକା ବିଭାଗ ପକ୍ଷରୁ ହୋଇଥିବା କାଜୁ ଚାରା ରୋପଣ ପ୍ରକଳ୍ପରେ ବଡ଼ଧରଣର ଅନିୟମିତତା ଅଭିଯୋଗ ହୋଇଛି। ପ୍ରକଳ୍ପ ଅଧୀନରେ କାଜୁ ଚାରା ରୋପଣ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସେହି ସ୍ଥାନରେ କୌଣସି ଗଛ ଦେଖିବାକୁ ମିଳୁନାହିଁ। ସ୍ଥାନୀୟ ବାସିନ୍ଦା ଏବଂ ବ୍ଲକ ପରିଚାଳନା ସଭାପତିଙ୍କ ଅଭିଯୋଗ ଅନୁଯାୟୀ, ଅନେକ ସ୍ଥାନରେ କୌଣସି କାର୍ଯ୍ୟ ହୋଇନଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇ ସରକାରୀ ଅର୍ଥ ହରିଲୁଟ କରାଯାଇଛି। 

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବା ସହ, ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
    user_Ghatgaon mirror
    Ghatgaon mirror
    ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    23 hrs ago
  • ଦେବଗଡ଼ ଜିଲ୍ଲା ବାରକୋଟରେ ସନାତନ ସଂସ୍କୃତି ଏବଂ ସଂସ୍କାରରେ ନାରୀ ଶକ୍ତିକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଆମ ସନାତନ ସଂସ୍କୃତି ଓ ସଂସ୍କାରରେ ସର୍ବଦା ନାରୀ ଶକ୍ତିକୁ ସମ୍ମାନ ପ୍ରଦାନ କରିବାର ଏକ ମହାନ ପରମ୍ପରା ରହିଛି।
    1
    ଦେବଗଡ଼ ଜିଲ୍ଲା ବାରକୋଟରେ ସନାତନ ସଂସ୍କୃତି ଏବଂ ସଂସ୍କାରରେ ନାରୀ ଶକ୍ତିକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଆମ ସନାତନ ସଂସ୍କୃତି ଓ ସଂସ୍କାରରେ ସର୍ବଦା ନାରୀ ଶକ୍ତିକୁ ସମ୍ମାନ ପ୍ରଦାନ କରିବାର ଏକ ମହାନ ପରମ୍ପରା ରହିଛି।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    4 hrs ago
  • AkshYarsila fish .....................................
    2
    AkshYarsila fish
.....................................
    user_Dola Pradhan
    Dola Pradhan
    ବରକୋଟ, ଦେବଗଡ଼, ଓଡ଼ିଶା•
    6 hrs ago
  • ବଣାଇଁ ଉପଖଣ୍ଡ ଅନ୍ତର୍ଗତ ଜର୍ଡ଼l ବନାଞ୍ଚଳ ଅଧୀନ ଉଲସୁରା ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ନିୟମିତ ପଦଯାତ୍ରା ପାଟ୍ରୋଲିଂ ସମୟରେ ରାମଛିଣ୍ଡା ସେକ୍ସନର ଫରେଷ୍ଟରଙ୍କ ନେତୃତ୍ୱରେ ବନରକ୍ଷୀ, ବନ କର୍ମଚାରୀ ଏବଂ ସୁରକ୍ଷା ଦଳର ଏକ ଟିମ୍ ବୃହତ୍ ବେଆଇନ ଅତିକ୍ରମଣ ଓ ଜଙ୍ଗଲ ଜମି ବିନାଶକୁ ଠାବ କରିଛନ୍ତି। ବନ ଅଧିକାରୀମାନଙ୍କୁ ଦେଖି ଅଧିକାଂଶ ଅପରାଧୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରୁ କେତେକ ବ୍ୟକ୍ତି ବେଆଇନ ଭାବେ ଗଛ କାଟିବା, ଗଛର ଛାଲ ଛଡ଼ାଇବା, ଡାଳ କାଟିବା ଏବଂ ଜଙ୍ଗଲ ଜମି ସଫା କରି ଅତିକ୍ରମଣ କରିବା ସହ ବେଆଇନ ଶିକାର ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲେ। ଏହି ଅଭିଯାନ ସମୟରେ ବନ ବିଭାଗ ଟିମ୍ ୪ଟି କୁରାଡ଼ି, ୪ଟି ଦାଉଲି, ୨ଟି ଫାଶ ଫନ୍ଦା, ୧ଟି ଧନୁ ଏବଂ ୪ଟି ତୀର ଜବତ କରିଛି। ଘଟଣାସ୍ଥଳ ଯାଞ୍ଚରୁ ପ୍ରାୟ ୭୪୨ଟି ଗଛର ଛାଲ ଛଡ଼ାଯାଇଥିବା ଏବଂ ୨୩ ହେକ୍ଟର ଜଙ୍ଗଲ ଜମି ବେଆଇନ ଭାବେ ସଫା କରାଯାଇଥିବା ସ୍ପଷ୍ଟ ହୋଇଛି। ସମ୍ପୂର୍ଣ୍ଣ ଅଭିଯାନର ତଥ୍ୟ ଡ୍ରୋନ ଭିଡିଓ ଏବଂ ଫଟୋ ମାଧ୍ୟମରେ ସଂଗ୍ରହ କରାଯାଇଛି। ଏହି ଘଟଣାରେ ଓଡ଼ିଶା ବନ ଆଇନ, ୧୯୭୨ ର ପ୍ରାସଙ୍ଗିକ ଧାରା ଅନୁଯାୟୀ OR Case No. 35J of 2026–27 ନାମରେ ଏକ ବନ ଅପରାଧ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଫେରାର ଥିବା ଅବଶିଷ୍ଟ ଅପରାଧୀମାନଙ୍କୁ ଚିହ୍ନଟ କରି ଗିରଫ କରିବା ସହ ସମସ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତଦନ୍ତ ଜାରି ରହିଛି।
    4
    ବଣାଇଁ ଉପଖଣ୍ଡ ଅନ୍ତର୍ଗତ ଜର୍ଡ଼l ବନାଞ୍ଚଳ ଅଧୀନ ଉଲସୁରା ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ନିୟମିତ ପଦଯାତ୍ରା ପାଟ୍ରୋଲିଂ ସମୟରେ ରାମଛିଣ୍ଡା ସେକ୍ସନର ଫରେଷ୍ଟରଙ୍କ ନେତୃତ୍ୱରେ ବନରକ୍ଷୀ, ବନ କର୍ମଚାରୀ ଏବଂ ସୁରକ୍ଷା ଦଳର ଏକ ଟିମ୍ ବୃହତ୍ ବେଆଇନ ଅତିକ୍ରମଣ ଓ ଜଙ୍ଗଲ ଜମି ବିନାଶକୁ ଠାବ କରିଛନ୍ତି। ବନ ଅଧିକାରୀମାନଙ୍କୁ ଦେଖି ଅଧିକାଂଶ ଅପରାଧୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରୁ କେତେକ ବ୍ୟକ୍ତି ବେଆଇନ ଭାବେ ଗଛ କାଟିବା, ଗଛର ଛାଲ ଛଡ଼ାଇବା, ଡାଳ କାଟିବା ଏବଂ ଜଙ୍ଗଲ ଜମି ସଫା କରି ଅତିକ୍ରମଣ କରିବା ସହ ବେଆଇନ ଶିକାର ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲେ। ଏହି ଅଭିଯାନ ସମୟରେ ବନ ବିଭାଗ ଟିମ୍ ୪ଟି କୁରାଡ଼ି, ୪ଟି ଦାଉଲି, ୨ଟି ଫାଶ ଫନ୍ଦା, ୧ଟି ଧନୁ ଏବଂ ୪ଟି ତୀର ଜବତ କରିଛି। ଘଟଣାସ୍ଥଳ ଯାଞ୍ଚରୁ ପ୍ରାୟ ୭୪୨ଟି ଗଛର ଛାଲ ଛଡ଼ାଯାଇଥିବା ଏବଂ ୨୩ ହେକ୍ଟର ଜଙ୍ଗଲ ଜମି ବେଆଇନ ଭାବେ ସଫା କରାଯାଇଥିବା ସ୍ପଷ୍ଟ ହୋଇଛି। ସମ୍ପୂର୍ଣ୍ଣ ଅଭିଯାନର ତଥ୍ୟ ଡ୍ରୋନ ଭିଡିଓ ଏବଂ ଫଟୋ ମାଧ୍ୟମରେ ସଂଗ୍ରହ କରାଯାଇଛି।

ଏହି ଘଟଣାରେ ଓଡ଼ିଶା ବନ ଆଇନ, ୧୯୭୨ ର ପ୍ରାସଙ୍ଗିକ ଧାରା ଅନୁଯାୟୀ OR Case No. 35J of 2026–27 ନାମରେ ଏକ ବନ ଅପରାଧ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଫେରାର ଥିବା ଅବଶିଷ୍ଟ ଅପରାଧୀମାନଙ୍କୁ ଚିହ୍ନଟ କରି ଗିରଫ କରିବା ସହ ସମସ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତଦନ୍ତ ଜାରି ରହିଛି।
    user_ସୁରଜ ପ୍ରତାପ ମହାନ୍ତି
    ସୁରଜ ପ୍ରତାପ ମହାନ୍ତି
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    7 hrs ago
  • କେନ୍ଦୁଝର ଜିଲ୍ଲା ଚମ୍ପୁଆ ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତିରେ ଅହେତୁକ ବିଳମ୍ବ ଯୋଗୁଁ ଶିକ୍ଷାଦାନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି, ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବାକୁ ତତ୍ପରତା ପ୍ରକାଶ କରୁଥିବା ବେଳେ, ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ କ୍ଷୋଭ ପ୍ରକାଶ କରିସାରିଛି। ସାରା ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଚମ୍ପୁଆ ମହାବିଦ୍ୟାଳୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ। ୧୯୭୭ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ମହାବିଦ୍ୟାଳୟର ୧୪ଟି ବିଭାଗ ମଧ୍ୟରୁ ବର୍ତ୍ତମାନ ବାଣିଜ୍ୟ ବିଭାଗରେ ଗୋଟିଏ, ରାଜନୀତି ବିଭାଗରେ ଦୁଇଟି, ଅର୍ଥନୀତି ବିଭାଗରେ ଦୁଇଟି, ଗଣିତରେ ଦୁଇଟି, ଉଦ୍ଭିଦ ବିଜ୍ଞାନରେ ଗୋଟିଏ, ଭୈତିକ ବିଜ୍ଞାନରେ ଗୋଟିଏ ଏବଂ ଭୂତତ୍ତ୍ବ ବିଜ୍ଞାନରେ ଗୋଟିଏ ପଦବୀ ଖାଲି ପଡ଼ିଛି। ପାଠପଢ଼ା ନ ହେବା କାରଣରୁ ଦୂରଦୂରାନ୍ତରୁ ଅର୍ଥ ଖର୍ଚ୍ଚ କରି କଲେଜ ଆସୁଥିବା ଛାତ୍ରଛାତ୍ରୀମାନେ ନିରାଶ ହୋଇ ଘରକୁ ଫେରୁଥିବା ଅଭିଯୋଗ କରିଛନ୍ତି। ଏହି ସମସ୍ୟା ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର କର ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ଅଧ୍ୟାପକ ନିଯୁକ୍ତି ପାଇଁ ସେ ଦୁଇ ମାସ ହେବ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ନିକଟକୁ ଫାଇଲ ପ୍ରସ୍ତୁତ କରି ପଠାଇଛନ୍ତି। ମାତ୍ର ସଭାପତି ଏହି ବିଷୟକୁ ଗୁରୁତ୍ଵ ଦେଉନଥିବାରୁ ଏପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇପାରୁ ନାହିଁ।
    3
    କେନ୍ଦୁଝର ଜିଲ୍ଲା ଚମ୍ପୁଆ ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତିରେ ଅହେତୁକ ବିଳମ୍ବ ଯୋଗୁଁ ଶିକ୍ଷାଦାନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି, ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବାକୁ ତତ୍ପରତା ପ୍ରକାଶ କରୁଥିବା ବେଳେ, ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ କ୍ଷୋଭ ପ୍ରକାଶ କରିସାରିଛି। ସାରା ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଚମ୍ପୁଆ ମହାବିଦ୍ୟାଳୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ।

୧୯୭୭ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ମହାବିଦ୍ୟାଳୟର ୧୪ଟି ବିଭାଗ ମଧ୍ୟରୁ ବର୍ତ୍ତମାନ ବାଣିଜ୍ୟ ବିଭାଗରେ ଗୋଟିଏ, ରାଜନୀତି ବିଭାଗରେ ଦୁଇଟି, ଅର୍ଥନୀତି ବିଭାଗରେ ଦୁଇଟି, ଗଣିତରେ ଦୁଇଟି, ଉଦ୍ଭିଦ ବିଜ୍ଞାନରେ ଗୋଟିଏ, ଭୈତିକ ବିଜ୍ଞାନରେ ଗୋଟିଏ ଏବଂ ଭୂତତ୍ତ୍ବ ବିଜ୍ଞାନରେ ଗୋଟିଏ ପଦବୀ ଖାଲି ପଡ଼ିଛି। ପାଠପଢ଼ା ନ ହେବା କାରଣରୁ ଦୂରଦୂରାନ୍ତରୁ ଅର୍ଥ ଖର୍ଚ୍ଚ କରି କଲେଜ ଆସୁଥିବା ଛାତ୍ରଛାତ୍ରୀମାନେ ନିରାଶ ହୋଇ ଘରକୁ ଫେରୁଥିବା ଅଭିଯୋଗ କରିଛନ୍ତି।

ଏହି ସମସ୍ୟା ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର କର ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ଅଧ୍ୟାପକ ନିଯୁକ୍ତି ପାଇଁ ସେ ଦୁଇ ମାସ ହେବ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ନିକଟକୁ ଫାଇଲ ପ୍ରସ୍ତୁତ କରି ପଠାଇଛନ୍ତି। ମାତ୍ର ସଭାପତି ଏହି ବିଷୟକୁ ଗୁରୁତ୍ଵ ଦେଉନଥିବାରୁ ଏପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇପାରୁ ନାହିଁ।
    user_ଦୁର୍ଯ୍ୟୋଧନ ପାତ୍ର
    ଦୁର୍ଯ୍ୟୋଧନ ପାତ୍ର
    Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    2 hrs ago
  • ମୟୂରଭଞ୍ଜରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ପୋଲିସ ବାବୁ ଚରମ ହଟହଟା ହୋଇଛନ୍ତି। ମହିଳାଙ୍କ ଘରେ ପୋଲିସ ବାବୁ ପଶିଥିବା ଦେଖି ପରିବାର ଲୋକେ ତାଙ୍କୁ କାବୁ କରିନେଇଥିଲେ। ଏହାପରେ ପରିବାର ଲୋକେ ଏକତ୍ରିତ ହୋଇ ସମ୍ପୃକ୍ତ ପୋଲିସ ବାବୁଙ୍କୁ ଧରି ନିର୍ଧୂମ ପିଟିଛନ୍ତି।
    1
    ମୟୂରଭଞ୍ଜରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ପୋଲିସ ବାବୁ ଚରମ ହଟହଟା ହୋଇଛନ୍ତି। ମହିଳାଙ୍କ ଘରେ ପୋଲିସ ବାବୁ ପଶିଥିବା ଦେଖି ପରିବାର ଲୋକେ ତାଙ୍କୁ କାବୁ କରିନେଇଥିଲେ। ଏହାପରେ ପରିବାର ଲୋକେ ଏକତ୍ରିତ ହୋଇ ସମ୍ପୃକ୍ତ ପୋଲିସ ବାବୁଙ୍କୁ ଧରି ନିର୍ଧୂମ ପିଟିଛନ୍ତି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.