ସଡ଼କ ସୁରକ୍ଷା ମାସ ନିମନ୍ତେ ସଚେତନତା ପଦଯାତ୍ରା ଅନୁଷ୍ଠିତ l ରାୟଗଡ଼ :- ତା. ୯/୦୧/୨୦୨୬- ରାୟଗଡ଼ ଜିଲ୍ଲାସ୍ଥରୀୟ ସଡ଼କ ସୁରକ୍ଷା ମାସ ସଚେତନତା ନିମନ୍ତେ ପଦଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ପ୍ରଦିକ୍ଷଣ ଗୃହ ଠାରୁ ବାହାରିଥିବା ଶୋଭାଯାତ୍ରାକୁ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣି, ଆଇ. ଏ. ଏସ, ଯୋଗଦେଇ ପତାକା ହଲାଇ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାଏକ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ, ଡା ମମତା ସାହୁ,ଜିଲ୍ଲl ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିନୟ କୁମାର ପାଳ, ଏମଭି ଆଇ ପି.ଦୁର୍ଗା ପ୍ରସାଦ ରାଓ, ଜିଲ୍ଲାଶିକ୍ଷା ଅଧିକାରୀ, ରାମ ନାହାକ,ଅଧ୍ୟକ୍ଷା ରାୟଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ,ଟ୍ରାଫିକ ଇନଷ୍ପେକଟର ଯେ. ଭରlସଗଡ଼ିଆ, ରାସ୍ତା ନିରାପତ୍ତା କମିଟି ସଦସ୍ୟ ଶିବ ନାରାୟଣ ଗୌଡ଼, ଆଶିଷ ରଞ୍ଜନ ପଣ୍ଡା, ଚନ୍ଦ୍ରଭାନୁ ସିଂହ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀ,ଏନସିସି ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ l ସ୍ଥାନୀୟ ପ୍ରଦିକ୍ଷଣ ଗୃହରୁ, ରାୟଗଡ ବ୍ଲକ ଛକ,ହୋଟେଲ କପିଳlଶ ଛକ ଦେଇ ସହର ପରିକ୍ରମା କରି ଇଣ୍ଡୋର ଷ୍ଟାଡିୟମ ଦେଇ ପୁଣି ପ୍ରଦିକ୍ଷଣ ଗୃହରେ ପହଞ୍ଚିଇଥିଲେ ଓ ସଚେତନତା ସ୍ଲୋଗାନ ଦେଇଥିଲେ l ବିଶେଷ କରି ବର୍ଷ ଆରମ୍ଭରୁ ଯେପରି ଜିଲ୍ଲାରେ ଦୁର୍ଘଟଣା ହ୍ରାସ ପାଇବ ସେଥିପାଇଁ ଜନସଚେତନା କରାଯାଇଥିଲା l ଗାଡ଼ି ଚଳାଇଲା ବେଳେ ହେଲମେଟ ବ୍ୟବହାର କରିବା, ଧର୍ଯ୍ୟ ସୀମା ଭିତରେ ଗାଡିର ଗତିରେ ଚଳାଇବା ଆଦି ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ l
ସଡ଼କ ସୁରକ୍ଷା ମାସ ନିମନ୍ତେ ସଚେତନତା ପଦଯାତ୍ରା ଅନୁଷ୍ଠିତ l ରାୟଗଡ଼ :- ତା. ୯/୦୧/୨୦୨୬- ରାୟଗଡ଼ ଜିଲ୍ଲାସ୍ଥରୀୟ ସଡ଼କ ସୁରକ୍ଷା ମାସ ସଚେତନତା ନିମନ୍ତେ ପଦଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ପ୍ରଦିକ୍ଷଣ ଗୃହ ଠାରୁ ବାହାରିଥିବା ଶୋଭାଯାତ୍ରାକୁ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣି, ଆଇ. ଏ. ଏସ, ଯୋଗଦେଇ ପତାକା ହଲାଇ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାଏକ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ, ଡା ମମତା ସାହୁ,ଜିଲ୍ଲl
ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିନୟ କୁମାର ପାଳ, ଏମଭି ଆଇ ପି.ଦୁର୍ଗା ପ୍ରସାଦ ରାଓ, ଜିଲ୍ଲାଶିକ୍ଷା ଅଧିକାରୀ, ରାମ ନାହାକ,ଅଧ୍ୟକ୍ଷା ରାୟଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ,ଟ୍ରାଫିକ ଇନଷ୍ପେକଟର ଯେ. ଭରlସଗଡ଼ିଆ, ରାସ୍ତା ନିରାପତ୍ତା କମିଟି ସଦସ୍ୟ ଶିବ ନାରାୟଣ ଗୌଡ଼, ଆଶିଷ ରଞ୍ଜନ ପଣ୍ଡା, ଚନ୍ଦ୍ରଭାନୁ ସିଂହ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀ,ଏନସିସି ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ l ସ୍ଥାନୀୟ ପ୍ରଦିକ୍ଷଣ ଗୃହରୁ,
ରାୟଗଡ ବ୍ଲକ ଛକ,ହୋଟେଲ କପିଳlଶ ଛକ ଦେଇ ସହର ପରିକ୍ରମା କରି ଇଣ୍ଡୋର ଷ୍ଟାଡିୟମ ଦେଇ ପୁଣି ପ୍ରଦିକ୍ଷଣ ଗୃହରେ ପହଞ୍ଚିଇଥିଲେ ଓ ସଚେତନତା ସ୍ଲୋଗାନ ଦେଇଥିଲେ l ବିଶେଷ କରି ବର୍ଷ ଆରମ୍ଭରୁ ଯେପରି ଜିଲ୍ଲାରେ ଦୁର୍ଘଟଣା ହ୍ରାସ ପାଇବ ସେଥିପାଇଁ ଜନସଚେତନା କରାଯାଇଥିଲା l ଗାଡ଼ି ଚଳାଇଲା ବେଳେ ହେଲମେଟ ବ୍ୟବହାର କରିବା, ଧର୍ଯ୍ୟ ସୀମା ଭିତରେ ଗାଡିର ଗତିରେ ଚଳାଇବା ଆଦି ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ l
- ନନ୍ଦପୁର ଘାଗଡାପଣ୍ଡି ଗ୍ରାମରେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର,ପୋଲିସ ତଦନ୍ତ ଜାରି1
- ବାଲିଗୁଡା ପୋଲିସ କୁ ମିଳିଛି ବଡ ସଫଳତା, ଚୋରି ଗ୍ୟାଙ୍ଗ କୁ ଧରିବାରେ ସଫଳ ହେଇଛି ବାଲିଗୁଡା ପୋଲିସ1
- Post by AK14TV1
- ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ) କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରମେଶ ଜେନା ବିଧାୟକ ସାନଖେମୁଣ ବିଧାୟକ କାର୍ଯ୍ୟକ୍ରମରେ ଯୋଗଦାନ l ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ରାଇପଦା ନିକଟରେ ବାଘ - ହାତୀ ପରେ ବାଘ ଭାୟ - ଜଙ୍ଗଲକୁ ନଯିବା କୁ ସତର୍କ କଲା ବନବିଭାଗ- ଜି.ଉଦୟଗିରି,୧୦/୦୧(ଚିନ୍ମୟ କୁମାର ସେଠୀ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତା ବାଘ ବୁଲୁଥିବା ବେଳେ ସିସି ଟିଭି କ୍ୟାମେରାରେ କଏଦ୍ ହୋଇଥିବା ଦେଖିବାକୁ ମିଳିଛି। ବାଘ ବୁଲୁଥିବା ଘଟଣା ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି। ଲୋକ ଙ୍କ ମଧ୍ୟରେ ଭୟର ବାତାବରଣ ଦେଖି ସ୍ଥାନୀୟ ବନବିଭାଗ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ସତର୍କ ରହିବା ପାଇଁ ସଚେତନ କରିଛନ୍ତି ।2
- ଡାବୁଗାଁ ବ୍ଲକ ରେ ନୂତନ ବିଡ଼ିଓ ଙ୍କ ଯୋଗଦାନ1
- ପର୍ଯ୍ୟଟନ ସ୍ଥଳୀରେ ବନ ବିଭାଗର ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ--- ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ସମସ୍ତ ପର୍ଯ୍ୟଟନସ୍ଥଳ ମାନଙ୍କରେ ଲୋକଙ୍କର ଭିଡ ଦେଖିବାକୁ ମିଳେ l ଗଜପତି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେଉଛି ପଦ୍ମ ସମ୍ଭବ ବୁଦ୍ଧ ବିହାର ଓ ନିକଟରେ ପ୍ରବାହିତ ହେଉଥିବା ଖସଡ଼ା ଜଳପ୍ରପାତ l ଏହି ଋତୁରେ ପର୍ଯ୍ୟଟକ ମାନେ ରାଜ୍ୟ, ଜିଲ୍ଲା ତଥା ଜିଲ୍ଲା ବାହାରୁ ପରିବାର ବର୍ଗ ଓ ବନ୍ଧୁ ବାନ୍ଧବଙ୍କ ସହ ପିକ୍ ନିକର ମଜା ନେବା ପାଇଁ ଏହି ସ୍ଥାନକୁ ଆସିଥାନ୍ତି। ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ପ୍ରବଳମାତ୍ରାରେ ଏଠାରେ ହୋଇଥାଏ l ଫଳରେ ପରିବେଶ ପ୍ରଦୂଷଣର ମଧ୍ୟ ଆଶଙ୍କା ରହିଛି l ତାହାକୁ ଏଠାରେ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚନ୍ଦ୍ରଗିରି ଫାଣ୍ଡି ପୋଲିସର ସହାୟତାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ ପିକନିକ କ୍ୟାମ୍ପ ୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଚନ୍ଦ୍ରଗିରି ବନାଞ୍ଚଳର ବନପାଳ ଗଣେଶ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ, ଚାନ୍ଦିପୁର ସେକ୍ସନର ବନପାଳ ବାରିକ ବେହେରାଙ୍କ ସମେତ ସମସ୍ତ ବନରକ୍ଷୀ ଓ ସମସ୍ତ ବନ କର୍ମଚାରି ଓ ଅଗ୍ନିଶମ ବାହିନୀ,ଖସଡ଼ା ଗାଁ ଓ ରାଙ୍କୁଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏହି ଦୁଇ ପର୍ଯ୍ୟଟନ ସ୍ଥଳକୁ ସଫେଇ କରିଥିଲେ l ଏହି ଖସଡ଼ା ଜଳପ୍ରପାତ କୁ ପରିଷ୍କାର ରଖିବା ପାଇଁ ଲବାରସିଂ ପଞ୍ଚାୟତର ୨ ଖଣ୍ଡ ଗାଁ ଖସଡ଼ା ଓ ରଙ୍କୁଡ଼ା ଗାଁ କୁ ନେଇ ଜୈବ ଉନ୍ନୟନ କମିଟି ଗଠନ କରାଯାଇଛି। ଦୁଇ ମାସ ଧରି ଏହି କମିଟିର ଲୋକ ମାନେ ପାଳି କରି ଏହି ଜଳପ୍ରପାତର ଚତୁଃପାର୍ଶ୍ୱକୁ ସଫେଇ କରାଯାଉଛି ବୋଲି ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ କହିଛନ୍ତି।ତେବେ ଖସଡ଼ା ଠାରେ ଅତ୍ୟଧିକ ପରିମାଣରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ହେଉ ଥିବାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ନ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ1
- ଗଞ୍ଜାମ ଧରାକୋଟ ବରଡାବିଲି ବଡ଼ ଭାଇକୁ ପ୍ରେଟ୍ରୋଲ ପକାଇ ପୋଡି ଦେଲା ସାନ ଭାଇ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ସମ୍ବଲପୁରରେ ଇ-ବସ୍ ସେବା ଆରମ୍ଭ1