ହରଚଣ୍ଡୀ ସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଉତ୍କଳ ଦିବସ ପାଳିତ। (ଡ଼ଃ ମନୋଜ କୁମାର ବଳିଆରସିଂ)ପୁରୀ,ବୁଧବାର ପ୍ରାତଃ ୮ଘଟିକା ସମୟରେ ସ୍ଥାନୀୟ ହରଚଣ୍ଡୀ ସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସ୍ୱତନ୍ତ୍ର ଉତ୍କଳ ଦିବସ ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସଵରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ଶ୍ରୀମତୀ ସ୍ବର୍ଣ୍ଣଲତା ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସଵକୁ ଆଗେଇନେଇଥିଲେ।ଏହି ଅଵସରରେ ବିଦ୍ୟାଳୟର ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ।ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଯେଉଁ ବରପୁତ୍ର ମାନଙ୍କ ର ତ୍ୟାଗ ଓ ଅବଦାନ ଅତୁଳନୀୟ ସେ ବିଷୟରେ ଶ୍ରୀମତୀ ସ୍ୱର୍ଣ୍ଣଲତା ଦାସ ସମ୍ୟକ ଉପସ୍ଥାପନ କରିଥିଲେ। ଏହି ଉତ୍ସଵରର ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ତଥା ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ସତ୍ୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିବା ବେଳେ ଉପସଭାପତି ଶ୍ରୀମତୀ ଦାସ ଙ୍କ ଦ୍ଵାରା ଉତ୍ତରୀୟ ପ୍ରଦାନ କରାଯାଇ ମୁଖ୍ୟ ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା।ଉତ୍କଳ ର ବରପୁତ୍ର ମାନଙ୍କର ଫଟୋଚିତ୍ର ରେ ପୁଷ୍ପମାଲ୍ୟ ତଥା ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା।ମୁଖ୍ୟ ଅତିଥିଙ୍କ ଅଭିଭାସଣରେ ସ୍ୱତନ୍ତ୍ର ଦିବସ କିଭଳି ଗଠନ କରାଯାଇଥିଲା ସେ ବିଷୟରେ ସବିଶେଷ ତଥ୍ୟ ଶିଶୁ ମାନଙ୍କୁ ପ୍ରଦାନ କରିଥିଲେ।ଶେଷରେ ଧନ୍ୟବାଦ ଓ ମିଷ୍ଟାନ୍ନ ସେବନ କରି ସମସ୍ତେ ଗୃହ ପ୍ରତ୍ୟାଗମନ କରିଥିଲେ।ସମସ୍ତ ଗୁରୁମା ,ଗୁରୁଜୀଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇଥିଲା।
ହରଚଣ୍ଡୀ ସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଉତ୍କଳ ଦିବସ ପାଳିତ। (ଡ଼ଃ ମନୋଜ କୁମାର ବଳିଆରସିଂ)ପୁରୀ,ବୁଧବାର ପ୍ରାତଃ ୮ଘଟିକା ସମୟରେ ସ୍ଥାନୀୟ ହରଚଣ୍ଡୀ ସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସ୍ୱତନ୍ତ୍ର ଉତ୍କଳ ଦିବସ ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସଵରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ଶ୍ରୀମତୀ ସ୍ବର୍ଣ୍ଣଲତା ଦାସ ପ୍ରଦୀପ
ପ୍ରଜ୍ୱଳନ କରି ଉତ୍ସଵକୁ ଆଗେଇନେଇଥିଲେ।ଏହି ଅଵସରରେ ବିଦ୍ୟାଳୟର ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ।ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଯେଉଁ ବରପୁତ୍ର ମାନଙ୍କ ର ତ୍ୟାଗ ଓ ଅବଦାନ ଅତୁଳନୀୟ
ସେ ବିଷୟରେ ଶ୍ରୀମତୀ ସ୍ୱର୍ଣ୍ଣଲତା ଦାସ ସମ୍ୟକ ଉପସ୍ଥାପନ କରିଥିଲେ। ଏହି ଉତ୍ସଵରର ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ତଥା ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ସତ୍ୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିବା ବେଳେ ଉପସଭାପତି ଶ୍ରୀମତୀ ଦାସ ଙ୍କ ଦ୍ଵାରା ଉତ୍ତରୀୟ ପ୍ରଦାନ କରାଯାଇ ମୁଖ୍ୟ ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା।ଉତ୍କଳ ର ବରପୁତ୍ର ମାନଙ୍କର
ଫଟୋଚିତ୍ର ରେ ପୁଷ୍ପମାଲ୍ୟ ତଥା ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା।ମୁଖ୍ୟ ଅତିଥିଙ୍କ ଅଭିଭାସଣରେ ସ୍ୱତନ୍ତ୍ର ଦିବସ କିଭଳି ଗଠନ କରାଯାଇଥିଲା ସେ ବିଷୟରେ ସବିଶେଷ ତଥ୍ୟ ଶିଶୁ ମାନଙ୍କୁ ପ୍ରଦାନ କରିଥିଲେ।ଶେଷରେ ଧନ୍ୟବାଦ ଓ ମିଷ୍ଟାନ୍ନ ସେବନ କରି ସମସ୍ତେ ଗୃହ ପ୍ରତ୍ୟାଗମନ କରିଥିଲେ।ସମସ୍ତ ଗୁରୁମା ,ଗୁରୁଜୀଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇଥିଲା।
- Post by Manoj kumar baliyarsingh4
- Post by Rajesh Samantaray1
- କଣାସ ବ୍ଲକ କଣାସ ପାୟତ ଜଳିଆପଡା ଗ୍ରାମରେ ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଥିବା ମା ମଙ୍ଗଳାଙ୍କ ପୀଠରେ ଗତକାଲି ଠାରୁ ଚୈତିପର୍ବ ଆରମ୍ଭ ହେବା ସଂଙ୍ଗେ ସଂଙ୍ଗେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଆଜି କଳସ ଯାତ୍ରା ଉତ୍ସବ ଥିବାରୁ ମାଙ୍କ ପୀଠରୁ ରାଜ୍ୟରୁ ବିଭିନ୍ନ ସ୍ଥାନରୁ ଆସିଥିବା 10 ହଜାରରୁ ଉର୍ଦ୍ଧ ଭକ୍ତ ଯଜ୍ଞ ସ୍ଥଳରୁ ବାହାରି ଜଳିଆପଡା,କଣାସ,ଗୋଲାବଜାର ଦେଇ ଦୋକନ୍ଦା ଦୟାନଦୀ ତୁଠରେ ପହଁଚିଥିଲେ । କଳସ ଯାତ୍ରା ଆଗେ ଆଗେ ବିଭିନ୍ନ ବାଦ୍ୟ ଘଣ୍ଟି ,ଘିଣ୍ଟ ,ତଗାନାଚ, ପଶୁପକ୍ଷି ନାଚ,ଭଲୁନାଚ,କଣ୍ଢଇ ନାଚ ଚାଲିଥିବା ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କଣାସ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଦୟା ନଦୀ ତୁଠରେ ପୂଜା ଅର୍ଚ୍ଚନା ସାରିବା ପରେ ଭକ୍ତମାନେ କଳସ ବୁଢାଇ ପୁନଶ୍ଚ ଯଜ୍ଞ ସ୍ଥଳକୁ ଫେରି ଆସିଥିଲେ । ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଚାରିଦିନ ଧରି ଅଙ୍କୁରୋପଣ,ମଣ୍ଡଳକରଣ,ଜଳଯାତ୍ରା,ଅଗ୍ନିସ୍ଥାପନ,ସୂର୍ଯ୍ୟପୂଜା,ଚଣ୍ଡୀପାଠ,ଯଜ୍ଞଆହୁତି,ଅଳତା ସେବା ଅନୁଷ୍ଠିତ ହେବା ସହ ୨ ତାରିଖ ସଂନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହେବ । ଚାରି ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି ।3
- ଉତ୍କଳ ଦିବସ ଆୟୋଜକ ସମିତି, ନିମାପଡା ବଂକ୍ସି ଜଗବନ୍ଧୁ ଙ୍କ ମାଟିର ବୀର ପାଇକ ପୁଅ ମାନଙ୍କ ଦ୍ୱାରା ନିମାପଡା ମାଟିରେ ପାଇକ ଆଖଡ଼ା ପ୍ରଦର୍ଶନ1
- Post by Gagan Bhoi4
- Post by NEWS MANORANJAN1
- ୫ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର।1
- Post by Manoj kumar baliyarsingh4