ପୁରୀରେ ପାଳିତ ୯୧ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ। ପୁରୀରେ ଆଜି ଧୂମଧାମରେ ପାଳିତ ହୋଇଛି ୯୧ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ। ପୋଲିସ ଲାଇନ୍ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ୟାରେଡ଼, ସମ୍ମାନ ଓ ସଙ୍କଳ୍ପର ଦୃଶ୍ୟ ଦେଖିବାକୁ ମିଳିଛି। ପୁରୀରେ ୯୧ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ପୋଲିସ ପକ୍ଷରୁ ପୋଲିସ ଲାଇନ୍ ପଡିଆରେ ଏକ ଭବ୍ୟ ପ୍ୟାରେଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ହୋଇ ଉତ୍ସାହର ସହ ଦିବସଟିକୁ ପାଳନ କରିଥିଲେ। ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ସମସ୍ତ ପୋଲିସ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପୋଲିସ ବାହିନୀର ତ୍ୟାଗ, ସେବା ଓ ନିଷ୍ଠାକୁ ସ୍ମରଣ କରିଥିଲେ। ଏହା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରାଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ପ୍ୟାରେଡ଼, ଯେଉଁଥିରେ ପୁରୀ ପୋଲିସ ଓ ଶ୍ରୀମନ୍ଦିର ସୁରକ୍ଷା ବାଟାଲିୟନ୍ ଅଂଶଗ୍ରହଣ କରି ଶୃଙ୍ଖଳା ଓ ପ୍ରଶିକ୍ଷଣର ଉଚ୍ଚମାନର ପ୍ରଦର୍ଶନ କରିଥିଲେ। “ପୁରୀ ପୋଲିସ ଆଧୁନିକ ପ୍ରଯୁକ୍ତି ଓ ଜନସହଭାଗିତା ମାଧ୍ୟମରେ ଆଇନ ଓ ଶୃଙ୍ଖଳା ରକ୍ଷାରେ ଆହୁରି ସକ୍ଷମ ହେବାକୁ ପ୍ରତିବଦ୍ଧ। ଅପରାଧମୁକ୍ତ ପୁରୀ ଗଠନ ପାଇଁ ଆମର ପ୍ରୟାସ ଜାରି ରହିବ।” ଏହି ଅବସରରେ ଉତ୍କୃଷ୍ଟ ସେବା ପାଇଁ ବିଭିନ୍ନ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। (ଡ଼ଃ ମନୋଜ କୁମାର ବଳିଆରସିଂ)
ପୁରୀରେ ପାଳିତ ୯୧ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ। ପୁରୀରେ ଆଜି ଧୂମଧାମରେ ପାଳିତ ହୋଇଛି ୯୧ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ। ପୋଲିସ ଲାଇନ୍ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ୟାରେଡ଼, ସମ୍ମାନ ଓ ସଙ୍କଳ୍ପର ଦୃଶ୍ୟ ଦେଖିବାକୁ ମିଳିଛି। ପୁରୀରେ ୯୧ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ପୋଲିସ
ପକ୍ଷରୁ ପୋଲିସ ଲାଇନ୍ ପଡିଆରେ ଏକ ଭବ୍ୟ ପ୍ୟାରେଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ହୋଇ ଉତ୍ସାହର ସହ ଦିବସଟିକୁ ପାଳନ କରିଥିଲେ। ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ସମସ୍ତ ପୋଲିସ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ
ପୋଲିସ ବାହିନୀର ତ୍ୟାଗ, ସେବା ଓ ନିଷ୍ଠାକୁ ସ୍ମରଣ କରିଥିଲେ। ଏହା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରାଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ପ୍ୟାରେଡ଼, ଯେଉଁଥିରେ ପୁରୀ ପୋଲିସ ଓ ଶ୍ରୀମନ୍ଦିର ସୁରକ୍ଷା ବାଟାଲିୟନ୍ ଅଂଶଗ୍ରହଣ କରି ଶୃଙ୍ଖଳା ଓ ପ୍ରଶିକ୍ଷଣର ଉଚ୍ଚମାନର ପ୍ରଦର୍ଶନ କରିଥିଲେ। “ପୁରୀ ପୋଲିସ
ଆଧୁନିକ ପ୍ରଯୁକ୍ତି ଓ ଜନସହଭାଗିତା ମାଧ୍ୟମରେ ଆଇନ ଓ ଶୃଙ୍ଖଳା ରକ୍ଷାରେ ଆହୁରି ସକ୍ଷମ ହେବାକୁ ପ୍ରତିବଦ୍ଧ। ଅପରାଧମୁକ୍ତ ପୁରୀ ଗଠନ ପାଇଁ ଆମର ପ୍ରୟାସ ଜାରି ରହିବ।” ଏହି ଅବସରରେ ଉତ୍କୃଷ୍ଟ ସେବା ପାଇଁ ବିଭିନ୍ନ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। (ଡ଼ଃ ମନୋଜ କୁମାର ବଳିଆରସିଂ)
- Post by Manoj kumar baliyarsingh4
- Post by Rajesh Samantaray1
- କଣାସ ବ୍ଲକ କଣାସ ପାୟତ ଜଳିଆପଡା ଗ୍ରାମରେ ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଥିବା ମା ମଙ୍ଗଳାଙ୍କ ପୀଠରେ ଗତକାଲି ଠାରୁ ଚୈତିପର୍ବ ଆରମ୍ଭ ହେବା ସଂଙ୍ଗେ ସଂଙ୍ଗେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଆଜି କଳସ ଯାତ୍ରା ଉତ୍ସବ ଥିବାରୁ ମାଙ୍କ ପୀଠରୁ ରାଜ୍ୟରୁ ବିଭିନ୍ନ ସ୍ଥାନରୁ ଆସିଥିବା 10 ହଜାରରୁ ଉର୍ଦ୍ଧ ଭକ୍ତ ଯଜ୍ଞ ସ୍ଥଳରୁ ବାହାରି ଜଳିଆପଡା,କଣାସ,ଗୋଲାବଜାର ଦେଇ ଦୋକନ୍ଦା ଦୟାନଦୀ ତୁଠରେ ପହଁଚିଥିଲେ । କଳସ ଯାତ୍ରା ଆଗେ ଆଗେ ବିଭିନ୍ନ ବାଦ୍ୟ ଘଣ୍ଟି ,ଘିଣ୍ଟ ,ତଗାନାଚ, ପଶୁପକ୍ଷି ନାଚ,ଭଲୁନାଚ,କଣ୍ଢଇ ନାଚ ଚାଲିଥିବା ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କଣାସ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଦୟା ନଦୀ ତୁଠରେ ପୂଜା ଅର୍ଚ୍ଚନା ସାରିବା ପରେ ଭକ୍ତମାନେ କଳସ ବୁଢାଇ ପୁନଶ୍ଚ ଯଜ୍ଞ ସ୍ଥଳକୁ ଫେରି ଆସିଥିଲେ । ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଚାରିଦିନ ଧରି ଅଙ୍କୁରୋପଣ,ମଣ୍ଡଳକରଣ,ଜଳଯାତ୍ରା,ଅଗ୍ନିସ୍ଥାପନ,ସୂର୍ଯ୍ୟପୂଜା,ଚଣ୍ଡୀପାଠ,ଯଜ୍ଞଆହୁତି,ଅଳତା ସେବା ଅନୁଷ୍ଠିତ ହେବା ସହ ୨ ତାରିଖ ସଂନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହେବ । ଚାରି ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି ।3
- ଉତ୍କଳ ଦିବସ ଆୟୋଜକ ସମିତି, ନିମାପଡା ବଂକ୍ସି ଜଗବନ୍ଧୁ ଙ୍କ ମାଟିର ବୀର ପାଇକ ପୁଅ ମାନଙ୍କ ଦ୍ୱାରା ନିମାପଡା ମାଟିରେ ପାଇକ ଆଖଡ଼ା ପ୍ରଦର୍ଶନ1
- Post by Gagan Bhoi4
- Post by NEWS MANORANJAN1
- ୫ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର।1
- Post by Manoj kumar baliyarsingh4