logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗତ ଜୁନ ୮ ତାରିଖରେ ବେଲପାହାଡ଼ ପୌର ପରିଷଦର ନଗରପାଳ ନିମାଇଁ ଚରଣ (ବୁଲୁ) ପଣ୍ଡାଙ୍କ ବିରୋଧରେ ଉପାଧ୍ୟକ୍ଷା ରୀନା ସୁନାଙ୍କ ସମେତ ୧୪ ଜଣ କାଉନସିଲର ଜିଲା ପ୍ରଶାସନ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବକୁ ଶତାଧିକ ବେଲପାହାଡ଼ବାସୀ ଦୃଢ଼ ବିରୋଧ କରି ଆଜି ନଗରପାଳଙ୍କ ସପକ୍ଷରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି, ଯାହା ବେଲପାହାଡ଼ ସହରରେ ତୀବ୍ର ରାଜନୈତିକ ଉଷ୍ମତା ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ନଗରପାଳଙ୍କ ସପକ୍ଷରେ ମୋଟ ୫ ଜଣ କାଉନସିଲର ଥିବାବେଳେ, ତାଙ୍କ ବିରୋଧରେ ଉପାଧ୍ୟକ୍ଷା ସମେତ ୧୪ ଜଣ କାଉନସିଲର ସପକ୍ଷରେ ଥିବା ଜଣାପଡ଼ିଛି। ଆଗକୁ ଆହୁରି କିଛି କାଉନସିଲର ଅଦଳବଦଳ ହୋଇପାରନ୍ତି ବୋଲି ସହରରେ ଚର୍ଚ୍ଚା ଚାଲିଛି। ଏଭଳି ରାଜନୈତିକ ଛକାପଞ୍ଝା ଯୋଗୁଁ ସାଧାରଣ ଜନତା କ୍ଷତିଗ୍ରସ୍ତ ହେବା ସହ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏପରିକି ଅନେକ ଠିକାଦାର ପୌର ପରିଷଦ ଅଧୀନରେ କାର୍ଯ୍ୟ କରିବାକୁ ଭୟ କଲେଣି ଏବଂ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଲକ୍ଷ ଲକ୍ଷ ଟଙ୍କାର ପ୍ରାପ୍ୟ ମିଳିପାରିନାହିଁ। ପୂର୍ବ ପୌର କାଉନସିଲ ବୈଠକଗୁଡ଼ିକରେ ପୌର ମହାଦୁର୍ନୀତି ଓ ବିକାଶ କାର୍ଯ୍ୟକୁ ନେଇ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଅନେକ ଥର ତୀବ୍ର ଅସନ୍ତୋଷ ଓ ହଟ୍ଟଗୋଳ ଦେଖାଦେଇଥିଲା। ନଗରପାଳଙ୍କ ସପକ୍ଷ ଗୋଷ୍ଠୀ ଅଭିଯୋଗ କରିଛନ୍ତି ଯେ, ନଗରପାଳ ନିମାଇଁ ଚରଣ ପଣ୍ଡାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଉଛି। ସେ କେବେ ବି ବିକାଶର ବାଧକ ନୁହନ୍ତି ବରଂ ଜଣେ ଜଣାଶୁଣା ସମାଜସେବୀ ଭାବରେ ଅନେକଙ୍କୁ ସହଯୋଗ କରି ବେଲପାହାଡ଼କୁ ଉନ୍ନତି ପଥରେ ଆଗେଇ ନେଇଛନ୍ତି। ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ କିଛି ମାସ ବାକି ଥିବାବେଳେ ଏବେ ତାଙ୍କୁ ପଦବୀରୁ ହଟାଇଲେ ସହରର ବିକାଶ ବାଧାପ୍ରାପ୍ତ ହେବ ବୋଲି ସପକ୍ଷ ଗୋଷ୍ଠୀ ଦର୍ଶାଇଛନ୍ତି। ତେଣୁ, ତାଙ୍କୁ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ବେଲପାହାଡ଼ବାସୀଙ୍କୁ ସେବା କରିବାକୁ ସୁଯୋଗ ଦିଆଯାଉ ବୋଲି ଅନେକ ସହରବାସୀ ଦାବି କରି ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଅନ୍ୟପକ୍ଷରେ, ନଗରପାଳ ଶ୍ରୀ ପଣ୍ଡାଙ୍କୁ ପଦବୀରୁ ହଟାଇବା ପାଇଁ କଂଗ୍ରେସ, ବିଜେପି ଓ ବିଜେଡି ସମସ୍ତ ଦଳରୁ ମୋଟ ୧୪ ଜଣ କାଉନସିଲର ହାତ ମିଳାଇଥିବା ଜଣାପଡ଼ିଛି। ନଗରପାଳ ବୁଲୁ ପଣ୍ଡା ଆଗକୁ ନିଜ ପଦବୀରେ ରହିପାରିବେ କି ନାହିଁ, ତାହାକୁ ନେଇ ଏବେ ଅନେକ ଆଲୋଚନା ଚାଲିଛି ଏବଂ ବିପକ୍ଷ ଗୋଷ୍ଠୀ ସଂଖ୍ୟା ଗରିଷ୍ଠ କାଉନସିଲରଙ୍କୁ ନେଇ ନଗରପାଳ ପଦବୀ ଅଧିକାର କରିବା ପାଇଁ ଅଙ୍କ କଷା ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ନଗରପାଳ ପଦବୀକୁ ନେଇ ରାଜନୈତିକ ଅବସ୍ଥିତି କଣ ରହିବ ତାହା ଦେଖିବାକୁ ବାକି ରହିଲା।

4 days ago
user_Saroj Kumar Mirdha
Saroj Kumar Mirdha
Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
4 days ago

ଗତ ଜୁନ ୮ ତାରିଖରେ ବେଲପାହାଡ଼ ପୌର ପରିଷଦର ନଗରପାଳ ନିମାଇଁ ଚରଣ (ବୁଲୁ) ପଣ୍ଡାଙ୍କ ବିରୋଧରେ ଉପାଧ୍ୟକ୍ଷା ରୀନା ସୁନାଙ୍କ ସମେତ ୧୪ ଜଣ କାଉନସିଲର ଜିଲା ପ୍ରଶାସନ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବକୁ ଶତାଧିକ ବେଲପାହାଡ଼ବାସୀ ଦୃଢ଼ ବିରୋଧ କରି ଆଜି ନଗରପାଳଙ୍କ ସପକ୍ଷରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି, ଯାହା ବେଲପାହାଡ଼ ସହରରେ ତୀବ୍ର ରାଜନୈତିକ ଉଷ୍ମତା ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ନଗରପାଳଙ୍କ ସପକ୍ଷରେ ମୋଟ ୫ ଜଣ କାଉନସିଲର ଥିବାବେଳେ, ତାଙ୍କ ବିରୋଧରେ ଉପାଧ୍ୟକ୍ଷା ସମେତ ୧୪ ଜଣ କାଉନସିଲର ସପକ୍ଷରେ ଥିବା ଜଣାପଡ଼ିଛି। ଆଗକୁ

ଆହୁରି କିଛି କାଉନସିଲର ଅଦଳବଦଳ ହୋଇପାରନ୍ତି ବୋଲି ସହରରେ ଚର୍ଚ୍ଚା ଚାଲିଛି। ଏଭଳି ରାଜନୈତିକ ଛକାପଞ୍ଝା ଯୋଗୁଁ ସାଧାରଣ ଜନତା କ୍ଷତିଗ୍ରସ୍ତ ହେବା ସହ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏପରିକି ଅନେକ ଠିକାଦାର ପୌର ପରିଷଦ ଅଧୀନରେ କାର୍ଯ୍ୟ କରିବାକୁ ଭୟ କଲେଣି ଏବଂ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଲକ୍ଷ ଲକ୍ଷ ଟଙ୍କାର ପ୍ରାପ୍ୟ ମିଳିପାରିନାହିଁ। ପୂର୍ବ ପୌର କାଉନସିଲ ବୈଠକଗୁଡ଼ିକରେ ପୌର ମହାଦୁର୍ନୀତି ଓ ବିକାଶ କାର୍ଯ୍ୟକୁ ନେଇ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଅନେକ ଥର ତୀବ୍ର ଅସନ୍ତୋଷ ଓ ହଟ୍ଟଗୋଳ ଦେଖାଦେଇଥିଲା। ନଗରପାଳଙ୍କ

fec32642-9086-48c8-89f4-eb64bcd9913d

ସପକ୍ଷ ଗୋଷ୍ଠୀ ଅଭିଯୋଗ କରିଛନ୍ତି ଯେ, ନଗରପାଳ ନିମାଇଁ ଚରଣ ପଣ୍ଡାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଉଛି। ସେ କେବେ ବି ବିକାଶର ବାଧକ ନୁହନ୍ତି ବରଂ ଜଣେ ଜଣାଶୁଣା ସମାଜସେବୀ ଭାବରେ ଅନେକଙ୍କୁ ସହଯୋଗ କରି ବେଲପାହାଡ଼କୁ ଉନ୍ନତି ପଥରେ ଆଗେଇ ନେଇଛନ୍ତି। ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ କିଛି ମାସ ବାକି ଥିବାବେଳେ ଏବେ ତାଙ୍କୁ ପଦବୀରୁ ହଟାଇଲେ ସହରର ବିକାଶ ବାଧାପ୍ରାପ୍ତ ହେବ ବୋଲି ସପକ୍ଷ ଗୋଷ୍ଠୀ ଦର୍ଶାଇଛନ୍ତି। ତେଣୁ, ତାଙ୍କୁ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ବେଲପାହାଡ଼ବାସୀଙ୍କୁ ସେବା କରିବାକୁ ସୁଯୋଗ ଦିଆଯାଉ ବୋଲି ଅନେକ ସହରବାସୀ

3f68f48b-87f9-4018-bfee-d5723f2b2ab9

ଦାବି କରି ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଅନ୍ୟପକ୍ଷରେ, ନଗରପାଳ ଶ୍ରୀ ପଣ୍ଡାଙ୍କୁ ପଦବୀରୁ ହଟାଇବା ପାଇଁ କଂଗ୍ରେସ, ବିଜେପି ଓ ବିଜେଡି ସମସ୍ତ ଦଳରୁ ମୋଟ ୧୪ ଜଣ କାଉନସିଲର ହାତ ମିଳାଇଥିବା ଜଣାପଡ଼ିଛି। ନଗରପାଳ ବୁଲୁ ପଣ୍ଡା ଆଗକୁ ନିଜ ପଦବୀରେ ରହିପାରିବେ କି ନାହିଁ, ତାହାକୁ ନେଇ ଏବେ ଅନେକ ଆଲୋଚନା ଚାଲିଛି ଏବଂ ବିପକ୍ଷ ଗୋଷ୍ଠୀ ସଂଖ୍ୟା ଗରିଷ୍ଠ କାଉନସିଲରଙ୍କୁ ନେଇ ନଗରପାଳ ପଦବୀ ଅଧିକାର କରିବା ପାଇଁ ଅଙ୍କ କଷା ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ନଗରପାଳ ପଦବୀକୁ ନେଇ ରାଜନୈତିକ ଅବସ୍ଥିତି କଣ ରହିବ ତାହା ଦେଖିବାକୁ ବାକି ରହିଲା।

More news from Jharsuguda and nearby areas
  • ଆଜି ସୋମବାର ବେଲପାହାଡ଼ର ଗୁମାଡେରାସ୍ଥିତ ଗୌରୀ ଶଙ୍କର ମନ୍ଦିରରେ ଆୟୋଜିତ ହେବାକୁ ଥିବା ୧୯ତମ ଶୀତଳ ଷଷ୍ଠୀ ଉତ୍ସବକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର କମିଟି ଓ ଗୌରୀ ଶଙ୍କର ସେବାୟତ ସଂଘ ପକ୍ଷରୁ ଏହି ଉତ୍ସବର ପ୍ରସ୍ତୁତି ଓ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ଏହି ଉତ୍ସବ ୧୯ତମ ବର୍ଷରେ ପଦାର୍ପଣ କରୁଥିବା ବେଳେ ସମସ୍ତ ନୀତିକାନ୍ତି ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ କରାଯିବ। ଏହି ବର୍ଷ କନ୍ୟାପକ୍ଷ ଭାବେ ସପତ୍ନୀକ ସୁବାସ ସିଂଘାଣିଆ ଏବଂ ବରପକ୍ଷ ଭାବେ ସପତ୍ନୀକ ବୀଜାନୁ ନାୟକ ଦାୟିତ୍ୱ ନିର୍ବାହ କରିବେ। ଉତ୍ସବର କାର୍ଯ୍ୟସୂଚୀ ଅନୁଯାୟୀ, ଜୁନ ୧୭ ରେ ପିନ୍ଧାଣୀ ନୀତି, ଜୁନ ୧୮ ସକାଳ ୯ଟାରେ ହଳଦୀ ନୀତି ଏବଂ ସେହି ଦିନ ରାତି ୧୧ଟା ୪୬ ମିନିଟରେ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଅନୁଷ୍ଠିତ ହେବ। ଜୁନ ୧୯ ସନ୍ଧ୍ୟା ୬ଟାରେ ଏକ ଭବ୍ୟ ନଗର ପରିକ୍ରମା ଆୟୋଜିତ ହେବ, ଯେଉଁଥିରେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ନଗର ପରିକ୍ରମାରେ ସୁସଜ୍ଜିତ ପାଲକି, ଅଘୋରୀ ବେଶ, ସ୍ଥାନୀୟ କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ବାଦ୍ୟ, ଢୋଲ-ନିଶାନ, ଦୁଲ୍‌ଦୁଲି ବାଜା ଆଦି ପାରମ୍ପରିକ ନାଚ, ଗୀତ ଓ ବାଦ୍ୟ ଦର୍ଶକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ହେବ। ଏହାକୁ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ସମାଗମ ହେବେ ବୋଲି ଆଶା କରାଯାଉଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଆୟୋଜକଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ଗୌରିଶଙ୍କର ମନ୍ଦିର ପକ୍ଷରୁ କହ୍ନେଇ ଚରଣ ସେଠ, କୁଳମଣି ବାଗର, ସଚ୍ଚିଦାନନ୍ଦ ପଣ୍ଡା, ଲଳନ ଯାଦବ, ଦିଲୀପ ପଣ୍ଡା, ବିପ୍ଲବ ଅଗ୍ରୱାଲ, ସୁବୀର ରଣା, ଆଲୋକ ମହାକୁଡ଼, ଲକ୍ଷ୍ମଣ ଅଗ୍ରୱାଲ, ଦୀନେଶ କରାଲୀ, ସୁମିତ ଲାଲ, ରାକେଶ ସ୍ୱାଇଁ, ପ୍ରଦୀପ କର୍ମାକାର ଏବଂ ଦୀପକ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କ ସହଯୋଗରେ ଏବର୍ଷର ଉତ୍ସବକୁ ଆହୁରି ଭବ୍ୟ ଓ ସଫଳ କରାଯିବ ବୋଲି ଆୟୋଜକ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
    1
    ଆଜି ସୋମବାର ବେଲପାହାଡ଼ର ଗୁମାଡେରାସ୍ଥିତ ଗୌରୀ ଶଙ୍କର ମନ୍ଦିରରେ ଆୟୋଜିତ ହେବାକୁ ଥିବା ୧୯ତମ ଶୀତଳ ଷଷ୍ଠୀ ଉତ୍ସବକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର କମିଟି ଓ ଗୌରୀ ଶଙ୍କର ସେବାୟତ ସଂଘ ପକ୍ଷରୁ ଏହି ଉତ୍ସବର ପ୍ରସ୍ତୁତି ଓ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ଏହି ଉତ୍ସବ ୧୯ତମ ବର୍ଷରେ ପଦାର୍ପଣ କରୁଥିବା ବେଳେ ସମସ୍ତ ନୀତିକାନ୍ତି ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ କରାଯିବ। ଏହି ବର୍ଷ କନ୍ୟାପକ୍ଷ ଭାବେ ସପତ୍ନୀକ ସୁବାସ ସିଂଘାଣିଆ ଏବଂ ବରପକ୍ଷ ଭାବେ ସପତ୍ନୀକ ବୀଜାନୁ ନାୟକ ଦାୟିତ୍ୱ ନିର୍ବାହ କରିବେ।

ଉତ୍ସବର କାର୍ଯ୍ୟସୂଚୀ ଅନୁଯାୟୀ, ଜୁନ ୧୭ ରେ ପିନ୍ଧାଣୀ ନୀତି, ଜୁନ ୧୮ ସକାଳ ୯ଟାରେ ହଳଦୀ ନୀତି ଏବଂ ସେହି ଦିନ ରାତି ୧୧ଟା ୪୬ ମିନିଟରେ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଅନୁଷ୍ଠିତ ହେବ। ଜୁନ ୧୯ ସନ୍ଧ୍ୟା ୬ଟାରେ ଏକ ଭବ୍ୟ ନଗର ପରିକ୍ରମା ଆୟୋଜିତ ହେବ, ଯେଉଁଥିରେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ନଗର ପରିକ୍ରମାରେ ସୁସଜ୍ଜିତ ପାଲକି, ଅଘୋରୀ ବେଶ, ସ୍ଥାନୀୟ କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ବାଦ୍ୟ, ଢୋଲ-ନିଶାନ, ଦୁଲ୍‌ଦୁଲି ବାଜା ଆଦି ପାରମ୍ପରିକ ନାଚ, ଗୀତ ଓ ବାଦ୍ୟ ଦର୍ଶକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ହେବ। ଏହାକୁ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ସମାଗମ ହେବେ ବୋଲି ଆଶା କରାଯାଉଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଆୟୋଜକଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ଗୌରିଶଙ୍କର ମନ୍ଦିର ପକ୍ଷରୁ କହ୍ନେଇ ଚରଣ ସେଠ, କୁଳମଣି ବାଗର, ସଚ୍ଚିଦାନନ୍ଦ ପଣ୍ଡା, ଲଳନ ଯାଦବ, ଦିଲୀପ ପଣ୍ଡା, ବିପ୍ଲବ ଅଗ୍ରୱାଲ, ସୁବୀର ରଣା, ଆଲୋକ ମହାକୁଡ଼, ଲକ୍ଷ୍ମଣ ଅଗ୍ରୱାଲ, ଦୀନେଶ କରାଲୀ, ସୁମିତ ଲାଲ, ରାକେଶ ସ୍ୱାଇଁ, ପ୍ରଦୀପ କର୍ମାକାର ଏବଂ ଦୀପକ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କ ସହଯୋଗରେ ଏବର୍ଷର ଉତ୍ସବକୁ ଆହୁରି ଭବ୍ୟ ଓ ସଫଳ କରାଯିବ ବୋଲି ଆୟୋଜକ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    14 hrs ago
  • ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଜଣାଇଛନ୍ତି ଯେ, ସ୍କୁଲ୍ ଏବଂ ପବ୍ଲିକ୍ ଏଜୁକେସନ୍ ଡିପାର୍ଟମେଣ୍ଟ ରାଜ୍ୟର ସ୍କୁଲ୍ ପାଠ୍ୟପୁସ୍ତକରେ ମିଳିଥିବା ତ୍ରୁଟି ବିଷୟରେ ଅବଗତ ଅଛନ୍ତି। ଏହି ଭୁଲ୍ଗୁଡ଼ିକୁ ସୁଧାରି ଛାତ୍ରଛାତ୍ରୀମାନଙ୍କୁ ପଢ଼ାଇବା ପାଇଁ ସମସ୍ତ ସ୍କୁଲ୍କୁ ନିର୍ଦ୍ଦେଶ ଦିଆଯାଇଛି।
    1
    ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଜଣାଇଛନ୍ତି ଯେ, ସ୍କୁଲ୍ ଏବଂ ପବ୍ଲିକ୍ ଏଜୁକେସନ୍ ଡିପାର୍ଟମେଣ୍ଟ ରାଜ୍ୟର ସ୍କୁଲ୍ ପାଠ୍ୟପୁସ୍ତକରେ ମିଳିଥିବା ତ୍ରୁଟି ବିଷୟରେ ଅବଗତ ଅଛନ୍ତି। ଏହି ଭୁଲ୍ଗୁଡ଼ିକୁ ସୁଧାରି ଛାତ୍ରଛାତ୍ରୀମାନଙ୍କୁ ପଢ଼ାଇବା ପାଇଁ ସମସ୍ତ ସ୍କୁଲ୍କୁ ନିର୍ଦ୍ଦେଶ ଦିଆଯାଇଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    3 hrs ago
  • ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ବରପାଲି ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ଅବସରରେ ହିମାଦ୍ରି ନଗରରେ ପତରପେଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରମ୍ପରା ଅନୁଯାୟୀ, ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ପକ୍ଷରୁ ଦୁଇଜଣ ପଣ୍ଡିତ ମଣିଷଙ୍କ ରୀତିନୀତି ଅନୁସାରେ କଥା କଟାକୁଟି କରି ଶିବଙ୍କୁ ବର ରୂପେ ମନୋନୟନ କରିଥିଲେ।
    1
    ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ବରପାଲି ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ଅବସରରେ ହିମାଦ୍ରି ନଗରରେ ପତରପେଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରମ୍ପରା ଅନୁଯାୟୀ, ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ପକ୍ଷରୁ ଦୁଇଜଣ ପଣ୍ଡିତ ମଣିଷଙ୍କ ରୀତିନୀତି ଅନୁସାରେ କଥା କଟାକୁଟି କରି ଶିବଙ୍କୁ ବର ରୂପେ ମନୋନୟନ କରିଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    12 hrs ago
  • ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅନ୍ତର୍ଗତ ମହାଗୁଡ଼ି ବକ୍ସମାଠାରେ ଏକ ରାଜ୍ୟ ସ୍ତରୀୟ କିସାନ ମହାସଭା ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମଟି କୁଚିଣ୍ଡାର କିସାନ ସମାଜ ଦ୍ୱାରା 'ବନ୍ଦେ ଭାରତ ସୂର୍ଯ୍ୟ ବଂଶୀ ୫୫୦ କୁଣହାଁ' ଅଧୀନରେ ଅନୁଷ୍ଠିତ ହୋଇଥିଲା।
    1
    ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅନ୍ତର୍ଗତ ମହାଗୁଡ଼ି ବକ୍ସମାଠାରେ ଏକ ରାଜ୍ୟ ସ୍ତରୀୟ କିସାନ ମହାସଭା ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମଟି କୁଚିଣ୍ଡାର କିସାନ ସମାଜ ଦ୍ୱାରା 'ବନ୍ଦେ ଭାରତ ସୂର୍ଯ୍ୟ ବଂଶୀ ୫୫୦ କୁଣହାଁ' ଅଧୀନରେ ଅନୁଷ୍ଠିତ ହୋଇଥିଲା।
    user_Rupeli Vlog odia Tv
    Rupeli Vlog odia Tv
    Content Creator (YouTuber) କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    20 hrs ago
  • ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ଠାରେ ଯୁଗୀ ଯୁଗୀନ ଡ୍ୟାମ୍ ନିର୍ମାଣ ନ କରାଯିବା ପ୍ରତିବାଦରେ ଏକ ଜନମତ ସମାବେଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁଗୀ ଯୁଗୀନ ଡ୍ୟାମ୍ ନିର୍ମାଣ ପାଇଁ ସ୍ୱର ଉତ୍ତୋଳନ କରାଯାଇଛି।
    1
    ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ଠାରେ ଯୁଗୀ ଯୁଗୀନ ଡ୍ୟାମ୍ ନିର୍ମାଣ ନ କରାଯିବା ପ୍ରତିବାଦରେ ଏକ ଜନମତ ସମାବେଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁଗୀ ଯୁଗୀନ ଡ୍ୟାମ୍ ନିର୍ମାଣ ପାଇଁ ସ୍ୱର ଉତ୍ତୋଳନ କରାଯାଇଛି।
    user_Durjyodhan Garadia
    Durjyodhan Garadia
    ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    1 hr ago
  • ସୁବର୍ଣ୍ଣପୁର ଜିଲ୍ଲାର କର୍ଲାଯୁରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭାବେ ଡମ୍ବରୁଧର ଦୀପ କାର୍ଯ୍ୟ କରୁଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲାର କର୍ଲାଯୁରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭାବେ ଡମ୍ବରୁଧର ଦୀପ କାର୍ଯ୍ୟ କରୁଛନ୍ତି।
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    20 hrs ago
  • ବେଲପାହାଡ଼ର ଗୁମାଡେରାସ୍ଥିତ ଗୌରୀ ଶଙ୍କର ମନ୍ଦିରରେ ଆୟୋଜିତ ହେବାକୁ ଥିବା ୧୯ତମ ଶୀତଳ ଷଷ୍ଠୀ ଉତ୍ସବ ସମ୍ପର୍କରେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମନ୍ଦିର କମିଟି ଓ ଗୌରୀ ଶଙ୍କର ସେବାୟତ ସଂଘ ପକ୍ଷରୁ ଏହି ଉତ୍ସବର ପ୍ରସ୍ତୁତି ଏବଂ କାର୍ଯ୍ୟସୂଚୀ ବିଷୟରେ ଜଣାଇ ଦିଆଯାଇଛି। ଚଳିତ ବର୍ଷ ଶୀତଳ ଷଷ୍ଠୀ ଉତ୍ସବ ୧୯ତମ ବର୍ଷରେ ପଦାର୍ପଣ କରୁଥିବା ବେଳେ ସମସ୍ତ ପାରମ୍ପରିକ ରୀତିନୀତି ଅନୁଯାୟୀ ନୀତିକାନ୍ତି ସମ୍ପନ୍ନ କରାଯିବ। ଏଥିରେ ସପତ୍ନୀକ ସୁବାସ ସିଂଘାଣିଆ କନ୍ୟାପକ୍ଷ ଭାବେ ଏବଂ ସପତ୍ନୀକ ବୀଜାନୁ ନାୟକ ବରପକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିବେ। ଉତ୍ସବ କାର୍ଯ୍ୟସୂଚୀ ଅନୁଯାୟୀ, ଜୁନ ୧୭ରେ ପିନ୍ଧାଣୀ ନୀତି, ଜୁନ ୧୮ ସକାଳ ୯ଟାରେ ହଳଦୀ ନୀତି ଏବଂ ସେହି ଦିନ ରାତି ୧୧ଟା ୪୬ ମିନିଟରେ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଅନୁଷ୍ଠିତ ହେବ। ଜୁନ ୧୯ ସନ୍ଧ୍ୟା ୬ଟାରେ ଏକ ଭବ୍ୟ ନଗର ପରିକ୍ରମା ଆୟୋଜିତ ହେବା ସହ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ନଗର ପରିକ୍ରମାରେ ସୁସଜ୍ଜିତ ପାଲକି, ଅଘୋରୀ ବେଶ, ସ୍ଥାନୀୟ କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ବାଦ୍ୟ, ଢୋଲ-ନିଶାନ, ଦୁଲ୍‌ଦୁଲି ବାଜା ଆଦି ପାରମ୍ପରିକ ନାଚ, ଗୀତ ଓ ବାଦ୍ୟ ଦର୍ଶକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ହେବ। ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଆୟୋଜକ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ଗୌରିଶଙ୍କର ମନ୍ଦିର ପକ୍ଷରୁ କହ୍ନେଇ ଚରଣ ସେଠ, କୁଳମଣି ବାଗର, ସଚ୍ଚିଦାନନ୍ଦ ପଣ୍ଡା, ଲଳନ ଯାଦବ, ଦିଲୀପ ପଣ୍ଡା, ବିପ୍ଲବ ଅଗ୍ରୱାଲ, ସୁବୀର ରଣା, ଆଲୋକ ମହାକୁଡ଼, ଲକ୍ଷ୍ମଣ ଅଗ୍ରୱାଲ, ଦୀନେଶ କରାଲୀ, ସୁମିତ ଲାଲ, ରାକେଶ ସ୍ୱାଇଁ, ପ୍ରଦୀପ କର୍ମାକାର, ଦୀପକ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କ ସହଯୋଗରେ ଏବର୍ଷର ଉତ୍ସବକୁ ଆହୁରି ଭବ୍ୟ ଓ ସଫଳ କରାଯିବ ବୋଲି ଆୟୋଜକ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
    1
    ବେଲପାହାଡ଼ର ଗୁମାଡେରାସ୍ଥିତ ଗୌରୀ ଶଙ୍କର ମନ୍ଦିରରେ ଆୟୋଜିତ ହେବାକୁ ଥିବା ୧୯ତମ ଶୀତଳ ଷଷ୍ଠୀ ଉତ୍ସବ ସମ୍ପର୍କରେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମନ୍ଦିର କମିଟି ଓ ଗୌରୀ ଶଙ୍କର ସେବାୟତ ସଂଘ ପକ୍ଷରୁ ଏହି ଉତ୍ସବର ପ୍ରସ୍ତୁତି ଏବଂ କାର୍ଯ୍ୟସୂଚୀ ବିଷୟରେ ଜଣାଇ ଦିଆଯାଇଛି।

ଚଳିତ ବର୍ଷ ଶୀତଳ ଷଷ୍ଠୀ ଉତ୍ସବ ୧୯ତମ ବର୍ଷରେ ପଦାର୍ପଣ କରୁଥିବା ବେଳେ ସମସ୍ତ ପାରମ୍ପରିକ ରୀତିନୀତି ଅନୁଯାୟୀ ନୀତିକାନ୍ତି ସମ୍ପନ୍ନ କରାଯିବ। ଏଥିରେ ସପତ୍ନୀକ ସୁବାସ ସିଂଘାଣିଆ କନ୍ୟାପକ୍ଷ ଭାବେ ଏବଂ ସପତ୍ନୀକ ବୀଜାନୁ ନାୟକ ବରପକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିବେ। ଉତ୍ସବ କାର୍ଯ୍ୟସୂଚୀ ଅନୁଯାୟୀ, ଜୁନ ୧୭ରେ ପିନ୍ଧାଣୀ ନୀତି, ଜୁନ ୧୮ ସକାଳ ୯ଟାରେ ହଳଦୀ ନୀତି ଏବଂ ସେହି ଦିନ ରାତି ୧୧ଟା ୪୬ ମିନିଟରେ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଅନୁଷ୍ଠିତ ହେବ। ଜୁନ ୧୯ ସନ୍ଧ୍ୟା ୬ଟାରେ ଏକ ଭବ୍ୟ ନଗର ପରିକ୍ରମା ଆୟୋଜିତ ହେବା ସହ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯିବ।

ନଗର ପରିକ୍ରମାରେ ସୁସଜ୍ଜିତ ପାଲକି, ଅଘୋରୀ ବେଶ, ସ୍ଥାନୀୟ କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ବାଦ୍ୟ, ଢୋଲ-ନିଶାନ, ଦୁଲ୍‌ଦୁଲି ବାଜା ଆଦି ପାରମ୍ପରିକ ନାଚ, ଗୀତ ଓ ବାଦ୍ୟ ଦର୍ଶକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ହେବ। ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଆୟୋଜକ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ଗୌରିଶଙ୍କର ମନ୍ଦିର ପକ୍ଷରୁ କହ୍ନେଇ ଚରଣ ସେଠ, କୁଳମଣି ବାଗର, ସଚ୍ଚିଦାନନ୍ଦ ପଣ୍ଡା, ଲଳନ ଯାଦବ, ଦିଲୀପ ପଣ୍ଡା, ବିପ୍ଲବ ଅଗ୍ରୱାଲ, ସୁବୀର ରଣା, ଆଲୋକ ମହାକୁଡ଼, ଲକ୍ଷ୍ମଣ ଅଗ୍ରୱାଲ, ଦୀନେଶ କରାଲୀ, ସୁମିତ ଲାଲ, ରାକେଶ ସ୍ୱାଇଁ, ପ୍ରଦୀପ କର୍ମାକାର, ଦୀପକ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କ ସହଯୋଗରେ ଏବର୍ଷର ଉତ୍ସବକୁ ଆହୁରି ଭବ୍ୟ ଓ ସଫଳ କରାଯିବ ବୋଲି ଆୟୋଜକ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    23 hrs ago
  • ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ସବଡେଗା ରାଜ୍ୟ ରାଜପଥ-୨୪ର ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି। ରାସ୍ତାର ଏହି ଖରାପ ପରିସ୍ଥିତି ଯୋଗୁଁ ଯେକୌଣସି ମୁହୂର୍ତ୍ତରେ ଏକ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଛି।
    1
    ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ସବଡେଗା ରାଜ୍ୟ ରାଜପଥ-୨୪ର ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି। ରାସ୍ତାର ଏହି ଖରାପ ପରିସ୍ଥିତି ଯୋଗୁଁ ଯେକୌଣସି ମୁହୂର୍ତ୍ତରେ ଏକ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଛି।
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.