ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଥିବା 'ବୃକ୍ଷର ବନ୍ଧୁ' ଅନୁଷ୍ଠାନ ପକ୍ଷରୁ ଜୁଲାଇ ୧, ୨୦୨୬, ବୁଧବାର ଦିନ ବନମହୋତ୍ସବ ପାଳନ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବେଲପାହାଡ଼ ଗୁମାଡେରା ସ୍ଥିତ ମିରର ଥିଏଟର ନିକଟରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମତ ପ୍ରକାଶ ପାଇଛି ଯେ, ଜିଲ୍ଲାରେ ଶିଳ୍ପାୟନ ଏବଂ ଖଣି ଖାଦାନ ବୃଦ୍ଧି ପାଇବା ଦ୍ୱାରା ମାନବ ସମାଜ ଓ ଜୀବଜଗତ ବର୍ତ୍ତମାନ ବିନାଶ ଆଡ଼କୁ ଗତି କରୁଛି। ଧୀରେ ଧୀରେ ଜିଲ୍ଲାରେ ପ୍ରାକୃତିକ ଜଙ୍ଗଲ ହ୍ରାସ ପାଉଥିବା ବେଳେ ଅସଂଖ୍ୟ ବୃକ୍ଷଲତା ବଳି ପଡ଼ି ଧୂଳିସାତ୍ ହେଉଛି। ଆଗାମୀ ସମୟରେ ଅଞ୍ଚଳରେ ଆହୁରି ଅଧିକ ଶିଳ୍ପ ଓ ଖଣି ପ୍ରତିଷ୍ଠା ହେବା ନିଶ୍ଚିତ ହୋଇସାରିଛି, କିନ୍ତୁ ତୁଳନାତ୍ମକ ଭାବେ ବୃକ୍ଷରୋପଣକୁ ପ୍ରାଧାନ୍ୟ ଦିଆଯାଇ ନାହିଁ। ଏଣୁ, ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଦ୍ୱାରା ହିଁ ଆଗକୁ ମାନବ ସମାଜ ଓ ଜୀବଜଗତକୁ ବିନାଶରୁ ବଞ୍ଚାଯାଇ ପାରିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲପାହାଡ଼ ରେଞ୍ଜର ପ୍ରଦୀପ ନାଏକ ଏବଂ ସମ୍ମାନିତ ଅତିଥି ଭାବେ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ବେଲପାହାଡ଼ ଜୁନିୟର କଲେଜର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଭୋଇ, ବର୍ଷିୟାନ୍ ନାଗରିକ ସଚ୍ଚିଦାନନ୍ଦ ପଣ୍ଡା, ପୀତବାସ ପ୍ରଧାନ, ରମାକାନ୍ତ ମଲ୍ଲିକ, ଗଜେନ୍ଦ୍ର ନାଏକ, ମିରର ଥିଏଟରର ନିର୍ଦ୍ଦେଶକ ଡଃ ସୁବାସ ଚନ୍ଦ୍ର ପ୍ରଧାନ ଓ ପୌର କର୍ମଚାରୀ ଶୈଳେଶ ବହିଦାର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସମାଜସେବା ଓ ପରିବେଶ ସଚେତନତା କ୍ଷେତ୍ରରେ ଅବଦାନ ପାଇଁ ସୁରେନ୍ଦ୍ର ଭୋଇଙ୍କୁ ଏବଂ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନ୍ଏସ୍ଡି)ରେ ଚୟନିତ ଅଭିନେତ୍ରୀ ସୋନିଆ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ଆୟୋଜନରେ 'ବୃକ୍ଷର ବନ୍ଧୁ'ର ପ୍ରତିଷ୍ଠାତା ଜେନାମଣି ସେଠଙ୍କ ସମେତ ରଞ୍ଜିତା ବିଶ୍ୱାଳ, ଲାଲୁ କିଶାନ, ବବିତା ପଟ୍ଟନାୟକ, ପ୍ରିୟମ୍ବଦା କିଶାନ, ସୁକାନ୍ତି ମିର୍ଦ୍ଧା, ବବିତା ପଟ୍ଟନାୟକ, ବନଜା ସାହୁ, ପୂର୍ଣ୍ଣିମା ନାଥ, ସାରିକା ମହାନ୍ତି, ନିବେଦିତା ଖଣ୍ଡା, ସୁନିତା ନାଏକ, ମୀନା କିଶାନ, ଗୀତା ପଟେଲ, ନିରୂପମା ଶାସ୍ମଲ ଓ ରୁବି ବେଜ୍ ପ୍ରମୁଖ ସହଯୋଗ କରିଥିଲେ। ସଭାକୁ ରଞ୍ଜିତା ବିଶ୍ୱାଳ ପରିଚାଳନା କରିଥିବା ବେଳେ ବୃକ୍ଷର ବନ୍ଧୁର ଜେନାମଣି ସେଠ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଥିବା 'ବୃକ୍ଷର ବନ୍ଧୁ' ଅନୁଷ୍ଠାନ ପକ୍ଷରୁ ଜୁଲାଇ ୧, ୨୦୨୬, ବୁଧବାର ଦିନ ବନମହୋତ୍ସବ ପାଳନ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବେଲପାହାଡ଼ ଗୁମାଡେରା ସ୍ଥିତ ମିରର ଥିଏଟର ନିକଟରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମତ ପ୍ରକାଶ ପାଇଛି ଯେ, ଜିଲ୍ଲାରେ ଶିଳ୍ପାୟନ ଏବଂ ଖଣି ଖାଦାନ ବୃଦ୍ଧି ପାଇବା ଦ୍ୱାରା ମାନବ ସମାଜ ଓ ଜୀବଜଗତ ବର୍ତ୍ତମାନ ବିନାଶ ଆଡ଼କୁ ଗତି କରୁଛି। ଧୀରେ ଧୀରେ ଜିଲ୍ଲାରେ ପ୍ରାକୃତିକ
ଜଙ୍ଗଲ ହ୍ରାସ ପାଉଥିବା ବେଳେ ଅସଂଖ୍ୟ ବୃକ୍ଷଲତା ବଳି ପଡ଼ି ଧୂଳିସାତ୍ ହେଉଛି। ଆଗାମୀ ସମୟରେ ଅଞ୍ଚଳରେ ଆହୁରି ଅଧିକ ଶିଳ୍ପ ଓ ଖଣି ପ୍ରତିଷ୍ଠା ହେବା ନିଶ୍ଚିତ ହୋଇସାରିଛି, କିନ୍ତୁ ତୁଳନାତ୍ମକ ଭାବେ ବୃକ୍ଷରୋପଣକୁ ପ୍ରାଧାନ୍ୟ ଦିଆଯାଇ ନାହିଁ। ଏଣୁ, ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଦ୍ୱାରା ହିଁ ଆଗକୁ ମାନବ ସମାଜ ଓ ଜୀବଜଗତକୁ ବିନାଶରୁ ବଞ୍ଚାଯାଇ ପାରିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲପାହାଡ଼ ରେଞ୍ଜର ପ୍ରଦୀପ ନାଏକ ଏବଂ ସମ୍ମାନିତ ଅତିଥି ଭାବେ ପ୍ରକୃତି
ବନ୍ଧୁ ପୁରସ୍କାର ପ୍ରାପ୍ତ ବେଲପାହାଡ଼ ଜୁନିୟର କଲେଜର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଭୋଇ, ବର୍ଷିୟାନ୍ ନାଗରିକ ସଚ୍ଚିଦାନନ୍ଦ ପଣ୍ଡା, ପୀତବାସ ପ୍ରଧାନ, ରମାକାନ୍ତ ମଲ୍ଲିକ, ଗଜେନ୍ଦ୍ର ନାଏକ, ମିରର ଥିଏଟରର ନିର୍ଦ୍ଦେଶକ ଡଃ ସୁବାସ ଚନ୍ଦ୍ର ପ୍ରଧାନ ଓ ପୌର କର୍ମଚାରୀ ଶୈଳେଶ ବହିଦାର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସମାଜସେବା ଓ ପରିବେଶ ସଚେତନତା କ୍ଷେତ୍ରରେ ଅବଦାନ ପାଇଁ ସୁରେନ୍ଦ୍ର ଭୋଇଙ୍କୁ ଏବଂ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନ୍ଏସ୍ଡି)ରେ ଚୟନିତ ଅଭିନେତ୍ରୀ ସୋନିଆ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମର ଆୟୋଜନରେ 'ବୃକ୍ଷର ବନ୍ଧୁ'ର ପ୍ରତିଷ୍ଠାତା ଜେନାମଣି ସେଠଙ୍କ ସମେତ ରଞ୍ଜିତା ବିଶ୍ୱାଳ, ଲାଲୁ କିଶାନ, ବବିତା ପଟ୍ଟନାୟକ, ପ୍ରିୟମ୍ବଦା କିଶାନ, ସୁକାନ୍ତି ମିର୍ଦ୍ଧା, ବବିତା ପଟ୍ଟନାୟକ, ବନଜା ସାହୁ, ପୂର୍ଣ୍ଣିମା ନାଥ, ସାରିକା ମହାନ୍ତି, ନିବେଦିତା ଖଣ୍ଡା, ସୁନିତା ନାଏକ, ମୀନା କିଶାନ, ଗୀତା ପଟେଲ, ନିରୂପମା ଶାସ୍ମଲ ଓ ରୁବି ବେଜ୍ ପ୍ରମୁଖ ସହଯୋଗ କରିଥିଲେ। ସଭାକୁ ରଞ୍ଜିତା ବିଶ୍ୱାଳ ପରିଚାଳନା କରିଥିବା ବେଳେ ବୃକ୍ଷର ବନ୍ଧୁର ଜେନାମଣି ସେଠ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
- ଜାତୀୟ ନାଟ୍ୟ ବିଦ୍ୟାଳୟ (NSD)ରେ ମନୋନୀତ ହୋଇଥିବା ଝାରସୁଗୁଡ଼ାର ନାଟ୍ୟଶିଳ୍ପୀ ସୋନିଆ ବେହେରାଙ୍କୁ ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ଯେ ସୋନିଆଙ୍କର ଏହି ସଫଳତା ଯୁବ କଳାକାରମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ଅଟେ।1
- ବରଗଡ଼ ଜିଲ୍ଲାରେ ଦଣ୍ଡ ନୃତ୍ୟ ଗୁରୁ ବିଶ୍ବମ୍ବର ଷାଣ୍ଢ (ଟିହା)ଙ୍କୁ ନିଜ ଗ୍ରାମ ବନ୍ଦଲା ଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଗୁରୁ ଷାଣ୍ଢ, ଯାହାଙ୍କ ବୟସ ୮୨ ବର୍ଷ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜନ୍ମ ବାର୍ଷିକୀ ମହୋତ୍ସବ ଅବସରରେ 'ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି ସମ୍ମାନ' ଗ୍ରହଣ କରିଥିବାରୁ ଏହି ସମ୍ବର୍ଦ୍ଧନା ଆୟୋଜିତ ହୋଇଥିଲା। ଗୁରୁ ଭଗବାନ ସାହୁଙ୍କୁ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଭାବେ ବର୍ଣ୍ଣନା କରାଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଦେବୀ ପ୍ରସାଦ ଭୋଇ ଏବଂ ବ୍ୟଙ୍ଗ କବି ଦିଲିପ କୁମାର ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୟାସାଗର ପାଣ୍ଡେ, ହରି ପ୍ରଧାନ, କେଶବ ପ୍ରଧାନ, ରଘୁମଣୀ ସା, ସୁବାଷ ଭୋଇ, ତରଣୀ ବାରିକ, ସମାରୁ ନାଏକ, ରଣଜିତ ନାଏକ, ନନ୍ଦି କିଶୋର ନାଏକ, ଆନନ୍ଦ ସାହୁ, ରୁକ୍ମଣ ନାଏକ, ସନ୍ତୋଷ ନାଏକ, ମୁକେଶ ସାହୁ, ମୁକୁନ୍ଦ ସାହୁ, ଜେନାମଣି ସାହୁ, ପୀତବାସ ଭୋଇ, ବାଦଲ ସାହୁ, ପ୍ରହଲ୍ଲାଦ ସାହୁ, ଶୁକଦେବ ସାହୁ, ରେବତୀ କାନ୍ତ ଭୋଇ, ସାଗର ରଣା, ତରଣୀ ରଣା, ସହଦେବ ମେହେର ପ୍ରମୁଖ ଯୋଗଦାନ କରି ଗୁରୁ ବିଶ୍ବମ୍ବର ଷାଣ୍ଢଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ।1
- ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଲକ୍ଷ୍ୟରେ, ଓଡ଼ିଶା ସରକାର ଓ ପୋଲିସ ପକ୍ଷରୁ ଚାଲିଥିବା ବ୍ୟାପକ ସଚେତନତା ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅଞ୍ଚଳରେ ଏକ ବିଶାଳ ସଚେତନତା ସଭାର ଆୟୋଜନ କରାଯାଇଥିଲା। 'ଆମ ପୋଲିସ ସମିତି' ତଳସରା ଥାନା ତରଫରୁ ତଲସରା ଥାନା ଠାରେ ଆୟୋଜିତ ଏହି 'ନିଶା ମୁକ୍ତ ଓଡିଶା ଅଭିଯାନ' କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଶେଷ କରି ଯୁବପିଢ଼ି ଓ ଛାତ୍ରଛାତ୍ରୀମାନଙ୍କୁ ନିଶାର କୁପରିଣାମ ବିଷୟରେ ଅବଗତ କରାଇବା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ସିଡିପିଓ ଶ୍ରୀଯୁକ୍ତ ନିର୍ମଳ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ସଚେତନ କରାଇଥିଲେ ଏବଂ ଏହି ଅଭିଯାନ ନିଜ ଠାରୁ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। ଉପସ୍ଥିତ ପ୍ରତ୍ୟେକ ଯୁବପିଢ଼ି ଓ ବରିଷ୍ଠ ନାଗରିକ ଏକ ନିଶାମୁକ୍ତ ଅଞ୍ଚଳ ଗଠନ ପାଇଁ ଶପଥ ନେଇଥିଲେ। ତଳସରା ଥାନା ଅଧିକାରୀ ଶ୍ରୀମତୀ ଯଶୋବନ୍ତି ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ଏ.ଏସ.ଆଇ. ଶ୍ରୀ ପର୍ଶୁରାମ ବିଭାର, ଏ.ଏସ.ଆଇ. ଶ୍ରୀ ସୁବାଷ ଚନ୍ଦ୍ର ମିରିଗଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ବିପୁଳ ସଂଖ୍ୟାରେ ଯୁବପିଢ଼ି ଓ ବରିଷ୍ଠ ନାଗରିକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ କରିଥିଲେ।1
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଂହୀଯୁବା ଅନ୍ତର୍ଗତ ସାନ ଭାଲୁପାଲି ଗ୍ରାମର ଟିକରାପଡ଼ା ଅଞ୍ଚଳର ବାସିନ୍ଦାମାନେ ସବୁବେଳେ ଭୟ ଓ ଆତଙ୍କରେ ଜୀବନ ବିତାଉଛନ୍ତି। ଟିକରାପଡ଼ାରେ ପ୍ରାୟ ପଚାଶରୁ ଷାଠିଏ ପରିବାର ବସବାସ କରୁଥିବାବେଳେ, ସେମାନଙ୍କ ପଡ଼ାଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା 'ଶ୍ୟାମ ଷ୍ଟୋନ୍ ଇଣ୍ଡଷ୍ଟ୍ରୀ କ୍ରସର' ହିଁ ଏହି ଆତଙ୍କର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।1
- ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରମାନଙ୍କ ଧର୍ମଘଟ ଯୋଗୁଁ ରୋଗୀ ସେବା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି। ଏହି ଧର୍ମଘଟ ସାଧାରଣ ରୋଗୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।1
- ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚୱାଣ ତା: ୦୧/୦୭/୨୬ ରେ ଡ୍ରେନ୍ ନିର୍ମାଣ କାର୍ଯ୍ୟସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଡ୍ରେନ୍ ନିର୍ମାଣର ଗୁଣବତ୍ତା ଓ ଅଗ୍ରଗତି ଉପରେ ଗୁରୁତ୍ୱାରୋପ କରିବା ସହ କାର୍ଯ୍ୟରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟତଃ ଡ୍ରେନ୍ ଲାଇନ୍ରେ ଜମି ଅଧିଗ୍ରହଣ ଏବଂ ସରକାରୀ ଜମି ଉପରେ ଥିବା ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ କରି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଚ୍ଚମାନର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଶ୍ରୀ ଚୱାଣ ସମ୍ପୃକ୍ତ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ବର୍ଷାଋତୁ ଆସୁଥିବାରୁ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗସ୍ତ ସମୟରେ ଝାରସୁଗୁଡ଼ା ରାସ୍ତା ଓ କୋଠାବାଡ଼ି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଜିତେନ୍ଦ୍ର କୁମାର ମେହେର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବନମାଳୀ ନାଏକ ଏବଂ କାର୍ଯ୍ୟ ନିର୍ବାହୀ ସଂସ୍ଥାର ପ୍ରତିନିଧି ଶ୍ରୀ ସୁଧୀର କୁମାର ସାହିଲ ଉପସ୍ଥିତ ଥିଲେ।3
- ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଉପରେ ତୀବ୍ର ରାଜନୈତିକ ଆକ୍ରମଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, "ଅଖିଳେଶ ଜୀ, ପ୍ରଭୁ ଶ୍ରୀ ରାମଲଲାଙ୍କୁ ଦର୍ଶନ କରି ନିଅନ୍ତୁ, ସଦ୍ବୁଦ୍ଧି ଆସିବ। ଏବେ ମଥୁରା-ବୃନ୍ଦାବନର ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ମଧ୍ୟ କିଛି କରିପାରିବେ।" ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଆଗାମୀ ଦିନରେ ରାଜନୈତିକ ବୟାନବାଜି ତୀବ୍ର ହେବାର ସମ୍ଭାବନା ରହିଛି।1
- ବରଗଡ଼ ଜିଲ୍ଲାର ବରପାଲିରେ ତା: ୦୧.୦୭.୨୦୨୬ ରେ ଡାକ୍ତର ଦିବସ ଅବସରରେ ମାରୱାଡି ମହିଳା ସମିତିର ବରପାଲି ଶାଖା ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ତ୍ରିଲୋଚନ ନେତ୍ରାଳୟର ଡାକ୍ତର ବିକ୍ରମ ପ୍ରଧାନ ଏବଂ ପିଏଚଡବ୍ଲୁ ଶ୍ରୀ ରୋଶନ ସାହୁଙ୍କ ସହାୟତାରେ ଗଙ୍ଗାଧର ଶିକ୍ଷା ନିକେତନ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ୬୩ ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ବିଦ୍ୟାଳୟର ପ୍ରଫେସର ଶ୍ରୀ ଦେବାଶିଷ ଏବଂ ଚେୟାରମ୍ୟାନ୍ ସମ୍ମାନୀୟ ବେହେରା ସାର୍ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ମାରୱାଡି ମହିଳା ସମିତି ବରପାଲି ଶାଖାର ସଭାନେତ୍ରୀ କିରଣ ଅଗ୍ରୱାଲ ଏବଂ ବିଦାୟୀ ସଭାପତି ସନ୍ତୋଷ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏହି ଶିବିର ପରିଚାଳିତ ହୋଇଥିଲା। କୋଷାଧ୍ୟକ୍ଷ କଗନ ଅଗ୍ରୱାଲ ଏଥିରେ ଏକ ବିଶେଷ ଭୂମିକା ନିର୍ବାହ କରିଥିଲେ ଏବଂ ଚଷମା କିମ୍ବା ଆଖି ଡ୍ରପ୍ ଆବଶ୍ୟକ କରୁଥିବା ପିଲାମାନଙ୍କ ପିତାମାତାଙ୍କ ସହ କଥା ହୋଇ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇଦେବାର ଦାୟିତ୍ୱ ଗ୍ରହଣ କରିଥିଲେ। ସଭାନେତ୍ରୀ କିରଣ ଅଗ୍ରୱାଲ କହିଛନ୍ତି ଯେ ତାଙ୍କ ଶାଖା ପ୍ରତି ମାସରେ ଗ୍ରାମାଞ୍ଚଳକୁ ଯାଇ ମାଗଣା ଚକ୍ଷୁ ପରୀକ୍ଷା ଏବଂ ଚିକିତ୍ସା ପ୍ରଦାନ କରିବ। ଏହି ଅବସରରେ ଡାକ୍ତର ବିକ୍ରମ ପ୍ରଧାନ ବରପାଲି ଶାଖା ଦ୍ୱାରା ଚକ୍ଷୁଦାନ ଏବଂ ଶରୀରଦାନ ସଚେତନତା ଅଭିଯାନକୁ ପ୍ରଶଂସା କରିବା ସହ ଉପସ୍ଥିତ ଲୋକମାନଙ୍କୁ ଚକ୍ଷୁଦାନର ଗୁରୁତ୍ୱ ସମ୍ପର୍କରେ ମହତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ।1
- ଉତ୍ତର ପ୍ରଦେଶର ବାରବାଙ୍କୀ ଜିଲ୍ଲାସ୍ଥିତ ରାମନଗର ଥାନା ଅଞ୍ଚଳରେ ଜିତେନ୍ଦ୍ର ଚୌହାନ ନାମକ ଜଣେ ଯୁବକଙ୍କ ସନ୍ଦିଗ୍ଧ ମୃତ୍ୟୁ ପରେ ମଙ୍ଗଳବାର ଦିନ ଉତ୍ତେଜନା ଦେଖାଦେଇଛି। ପରିବାରବର୍ଗ ଓ ଗ୍ରାମବାସୀ ଯୁବକଙ୍କ ମୃତଦେହକୁ ରାସ୍ତାରେ ରଖି ଲକ୍ଷ୍ନୌ-ବାହରାଇଚ୍ ହାଇୱେ ଅବରୋଧ କରିଥିଲେ, ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟରର ଲମ୍ବା ଧାଡ଼ି ଲାଗିରହିଥିଲା। ଏହି ପ୍ରଦର୍ଶନ ସମୟରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ବଚସା ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ପୋଲିସ ଅନୁଯାୟୀ, ଭିଡ଼ ତରଫରୁ ପଥରମାଡ଼ କରାଯାଇଥିଲା, ଯାହା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଏହି ଘଟଣାରେ କିଛି ପୋଲିସକର୍ମୀ ଓ ପ୍ରଦର୍ଶନକାରୀ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅତିରିକ୍ତ ଏସପି ବିକାଶ ଚନ୍ଦ୍ର ତ୍ରିପାଠୀ, ଏସଡିଏମ ଆନନ୍ଦ କୁମାର ତିୱାରୀ ଏବଂ ସିଓ ଗରିମା ପନ୍ତ ଭାରି ପୋଲିସ ବଳ ସହିତ ପହଞ୍ଚିଥିଲେ। ଅଧିକାରୀମାନେ ଗ୍ରାମବାସୀଙ୍କୁ ନିରପେକ୍ଷ ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ପୋଲିସ ଶବକୁ ଜବତ କରି ହାଇୱେରୁ ଜାମ ହଟାଇ ଟ୍ରାଫିକ୍ ପୁନଃସ୍ଥାପିତ କରିଥିଲା। ପରିବାରବର୍ଗ ଅଭିଯୋଗ କରିଛନ୍ତି ଯେ ଯୁବକଙ୍କୁ ହତ୍ୟା କରି ଶବକୁ ଫାଶୀରେ ଝୁଲାଇ ଦିଆଯାଇଛି। ଅନ୍ୟପଟେ ପୋଲିସର କହିବା କଥା ଯେ ମାମଲା ରୁଜୁ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ତେବେ ମୃତ୍ୟୁର କାରଣର ଆଧିକାରିକ ପୁଷ୍ଟି ତଦନ୍ତ ପରେ ହିଁ ହେବ ବୋଲି ପୋଲିସ ସୂଚନା ଦେଇଛି। P24NEWS Express ଏହି ମାମଲାର ପ୍ରତ୍ୟେକ ଅପଡେଟ୍ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ପ୍ରତିବଦ୍ଧ।1