ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଲକ୍ଷ୍ୟରେ, ଓଡ଼ିଶା ସରକାର ଓ ପୋଲିସ ପକ୍ଷରୁ ଚାଲିଥିବା ବ୍ୟାପକ ସଚେତନତା ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅଞ୍ଚଳରେ ଏକ ବିଶାଳ ସଚେତନତା ସଭାର ଆୟୋଜନ କରାଯାଇଥିଲା। 'ଆମ ପୋଲିସ ସମିତି' ତଳସରା ଥାନା ତରଫରୁ ତଲସରା ଥାନା ଠାରେ ଆୟୋଜିତ ଏହି 'ନିଶା ମୁକ୍ତ ଓଡିଶା ଅଭିଯାନ' କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଶେଷ କରି ଯୁବପିଢ଼ି ଓ ଛାତ୍ରଛାତ୍ରୀମାନଙ୍କୁ ନିଶାର କୁପରିଣାମ ବିଷୟରେ ଅବଗତ କରାଇବା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ସିଡିପିଓ ଶ୍ରୀଯୁକ୍ତ ନିର୍ମଳ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ସଚେତନ କରାଇଥିଲେ ଏବଂ ଏହି ଅଭିଯାନ ନିଜ ଠାରୁ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। ଉପସ୍ଥିତ ପ୍ରତ୍ୟେକ ଯୁବପିଢ଼ି ଓ ବରିଷ୍ଠ ନାଗରିକ ଏକ ନିଶାମୁକ୍ତ ଅଞ୍ଚଳ ଗଠନ ପାଇଁ ଶପଥ ନେଇଥିଲେ। ତଳସରା ଥାନା ଅଧିକାରୀ ଶ୍ରୀମତୀ ଯଶୋବନ୍ତି ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ଏ.ଏସ.ଆଇ. ଶ୍ରୀ ପର୍ଶୁରାମ ବିଭାର, ଏ.ଏସ.ଆଇ. ଶ୍ରୀ ସୁବାଷ ଚନ୍ଦ୍ର ମିରିଗଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ବିପୁଳ ସଂଖ୍ୟାରେ ଯୁବପିଢ଼ି ଓ ବରିଷ୍ଠ ନାଗରିକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ କରିଥିଲେ।
ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଲକ୍ଷ୍ୟରେ, ଓଡ଼ିଶା ସରକାର ଓ ପୋଲିସ ପକ୍ଷରୁ ଚାଲିଥିବା ବ୍ୟାପକ ସଚେତନତା ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅଞ୍ଚଳରେ ଏକ ବିଶାଳ ସଚେତନତା ସଭାର ଆୟୋଜନ କରାଯାଇଥିଲା। 'ଆମ ପୋଲିସ ସମିତି' ତଳସରା ଥାନା ତରଫରୁ ତଲସରା ଥାନା ଠାରେ ଆୟୋଜିତ ଏହି 'ନିଶା ମୁକ୍ତ ଓଡିଶା ଅଭିଯାନ' କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଶେଷ କରି ଯୁବପିଢ଼ି ଓ ଛାତ୍ରଛାତ୍ରୀମାନଙ୍କୁ ନିଶାର କୁପରିଣାମ ବିଷୟରେ ଅବଗତ କରାଇବା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ସିଡିପିଓ ଶ୍ରୀଯୁକ୍ତ ନିର୍ମଳ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ସଚେତନ କରାଇଥିଲେ ଏବଂ ଏହି ଅଭିଯାନ ନିଜ ଠାରୁ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। ଉପସ୍ଥିତ ପ୍ରତ୍ୟେକ ଯୁବପିଢ଼ି ଓ ବରିଷ୍ଠ ନାଗରିକ ଏକ ନିଶାମୁକ୍ତ ଅଞ୍ଚଳ ଗଠନ ପାଇଁ ଶପଥ ନେଇଥିଲେ। ତଳସରା ଥାନା ଅଧିକାରୀ ଶ୍ରୀମତୀ ଯଶୋବନ୍ତି ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ଏ.ଏସ.ଆଇ. ଶ୍ରୀ ପର୍ଶୁରାମ ବିଭାର, ଏ.ଏସ.ଆଇ. ଶ୍ରୀ ସୁବାଷ ଚନ୍ଦ୍ର ମିରିଗଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ବିପୁଳ ସଂଖ୍ୟାରେ ଯୁବପିଢ଼ି ଓ ବରିଷ୍ଠ ନାଗରିକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ କରିଥିଲେ।
- ତଲସରା ଥାନା ପରିସରରେ 'ଆମ ପୋଲିସ ସମିତି' ପକ୍ଷରୁ 'ନିଶା ମୁକ୍ତ ଓଡିଶା' ସଚେତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।1
- ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଲକ୍ଷ୍ୟରେ, ଓଡ଼ିଶା ସରକାର ଓ ପୋଲିସ ପକ୍ଷରୁ ଚାଲିଥିବା ବ୍ୟାପକ ସଚେତନତା ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅଞ୍ଚଳରେ ଏକ ବିଶାଳ ସଚେତନତା ସଭାର ଆୟୋଜନ କରାଯାଇଥିଲା। 'ଆମ ପୋଲିସ ସମିତି' ତଳସରା ଥାନା ତରଫରୁ ତଲସରା ଥାନା ଠାରେ ଆୟୋଜିତ ଏହି 'ନିଶା ମୁକ୍ତ ଓଡିଶା ଅଭିଯାନ' କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଶେଷ କରି ଯୁବପିଢ଼ି ଓ ଛାତ୍ରଛାତ୍ରୀମାନଙ୍କୁ ନିଶାର କୁପରିଣାମ ବିଷୟରେ ଅବଗତ କରାଇବା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ସିଡିପିଓ ଶ୍ରୀଯୁକ୍ତ ନିର୍ମଳ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ସଚେତନ କରାଇଥିଲେ ଏବଂ ଏହି ଅଭିଯାନ ନିଜ ଠାରୁ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। ଉପସ୍ଥିତ ପ୍ରତ୍ୟେକ ଯୁବପିଢ଼ି ଓ ବରିଷ୍ଠ ନାଗରିକ ଏକ ନିଶାମୁକ୍ତ ଅଞ୍ଚଳ ଗଠନ ପାଇଁ ଶପଥ ନେଇଥିଲେ। ତଳସରା ଥାନା ଅଧିକାରୀ ଶ୍ରୀମତୀ ଯଶୋବନ୍ତି ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ଏ.ଏସ.ଆଇ. ଶ୍ରୀ ପର୍ଶୁରାମ ବିଭାର, ଏ.ଏସ.ଆଇ. ଶ୍ରୀ ସୁବାଷ ଚନ୍ଦ୍ର ମିରିଗଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ବିପୁଳ ସଂଖ୍ୟାରେ ଯୁବପିଢ଼ି ଓ ବରିଷ୍ଠ ନାଗରିକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ କରିଥିଲେ।1
- ଓଡ଼ିଶା ହାଇକୋର୍ଟ ବେଲପାହାଡ଼ ପୌରପାଳିକାର ଅନାସ୍ଥା ବିବାଦରେ ନଗରପାଳ ନିମାଇଁ ଚରଣ ପଣ୍ଡାଙ୍କୁ ଅନ୍ତରୀଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ଅନାସ୍ଥା ଭୋଟର ଫଳାଫଳ ପ୍ରକାଶ ଉପରେ ଥିବା ରୋକ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୪ ରେ ହେବ।1
- ଝାରସୁଗୁଡା ବନଖଣ୍ଡ ପକ୍ଷରୁ ଗତକାଲି ମଙ୍ଗଳବାର, 30-06-2026 ରେ ବ୍ରଜରାଜନଗରରେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବେଲପାହାଡ଼ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଭୋଇଙ୍କୁ 'ପ୍ରକୃତି ବନ୍ଧୁ 2026' ପୁରସ୍କାରରେ ସମ୍ମାନିତ କରାଯାଇଛି। ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଅନ୍ୟ କିଛି ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ସୁରେଶ ପୂଜାରୀ ଶ୍ରୀ ଭୋଇଙ୍କୁ ମାନପତ୍ର ଏବଂ ପ୍ରୋତ୍ସାହନ ସ୍ୱରୂପ 10,000 ଟଙ୍କାର ଏକ ଚେକ୍ ପ୍ରଦାନ କରି ସମ୍ମାନିତ କରିଥିଲେ।1
- ତା:୦୧/୦୭/୨୬ରେ ଝାରସୁଗୁଡ଼ା ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି) ପକ୍ଷରୁ ଆୟୋଜିତ ପାଞ୍ଚଦିନିଆ 'ଉଦ୍ୟମୀ ଓଡ଼ିଶା' ଅଭିଯାନର ଉଦ୍ଯାପନୀ ସମାରୋହ ଏମ.ସି.ଏଲ ଅଡିଟରିଅମ ହଲରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣlଲ ମୋତିରାମ ଚୱlଣ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ 'ଉଦ୍ୟମୀ ଓଡ଼ିଶା'କୁ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏକ ଜନଆନ୍ଦୋଳନ ବୋଲି ଅଭିହିତ କରିଥିଲେ। ଜିଲ୍ଲାପାଳ ଶ୍ରୀ ଚାହ୍ୱଣ ଉଦବୋଧନ ଦେଇ କହିଥିଲେ ଯେ, ଝାରସୁଗୁଡ଼ାରେ ପ୍ରଚୁର ପ୍ରତିଭା, କଞ୍ଚାମାଲ ଏବଂ ଶିଳ୍ପ ପାଇଁ ଉପଯୁକ୍ତ ଜମି ଉପଲବ୍ଧ ରହିଛି। ଏହି ସବୁ ସମ୍ବଳର ସର୍ବୋତ୍ତମ ବିନିଯୋଗ ସହ ଯୁବପିଢ଼ିଙ୍କୁ ଚାକିରି ଖୋଜୁଥିବା ନୁହେଁ, ବରଂ ଚାକିରି ସୃଷ୍ଟି କରୁଥିବା ଉଦ୍ୟୋଗୀରେ ପରିଣତ କରିବା ଆମର ଲକ୍ଷ୍ୟ। ସେ ଆଶ୍ୱାସନା ଦେଇଥିଲେ ଯେ ଡିଆଇସି ଓ ଡିଆଇପିଏ ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ଧାରଣାଠାରୁ ଶିଳ୍ପ ପ୍ରତିଷ୍ଠା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ ଏବଂ "ମେକ୍ ଇନ୍ ଝାରସୁଗୁଡ଼ା, ମେକ୍ ଫର୍ ଓଡ଼ିଶା" ଆମର ସଂକଳ୍ପ ବୋଲି ଦୃଢ଼ୋକ୍ତି ଦେଇଥିଲେ। ଏହା ସହ ସେ ସମସ୍ତ ସମ୍ପୃକ୍ତ ବିଭାଗକୁ ଏମଏସଏମଇ ସମ୍ବନ୍ଧୀୟ ଫାଇଲ୍ଗୁଡ଼ିକର 'ଶୂନ୍ୟ ବକେୟା (Zero Pendency)' ନୀତି ଅନୁସରଣ କରି ତ୍ୱରିତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦୦ରୁ ଅଧିକ ଉଦ୍ୟୋଗୀ, ପଲିଟେକନିକ୍ ଓ ଆଇ.ଟି.ଆଇର ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଷ୍ଟାର୍ଟଅପ୍ ପ୍ରତିନିଧି ଏବଂ ସମ୍ଭାବ୍ୟ ନିବେଶକମାନେ ଯୋଗଦେଇଥିଲେ। ଅଭିଯାନ ସମୟରେ ଉଦ୍ୟମ ପଞ୍ଜୀକରଣ ଅଭିଯାନ ମାଧ୍ୟମରେ ନୂତନ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) ୟୁନିଟ୍ଗୁଡ଼ିକର ଉଦ୍ୟମ ପୋର୍ଟାଲରେ ପଞ୍ଜୀକରଣ କରାଯାଇଥିଲା। ଏଥିସହ ପିଏମଇଜିପି ଓ ପିଏମଏଫଏମଇ ଯୋଜନା ଅଧୀନରେ ବହୁ ସଂଖ୍ୟକ ଆବେଦନ ସଂଗ୍ରହ କରାଯାଇଥିଲା। ବିସ୍ତୃତ ପ୍ରକଳ୍ପ ପ୍ରତିବେଦନ (DPR) ପ୍ରସ୍ତୁତି, Go-SWIFT ଏକକ ୱିଣ୍ଡୋ ବ୍ୟବସ୍ଥା ଏବଂ ବ୍ୟାଙ୍କ ଋଣ ସହାୟତା ସମ୍ପର୍କରେ ତିନୋଟି ବୈଷୟିକ ପ୍ରଶିକ୍ଷଣ ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା। ଡିଆଇପିଏ, ଝାରସୁଗୁଡ଼ା ପକ୍ଷରୁ ଜିଲ୍ଲାର ଲ୍ୟାଣ୍ଡ ବ୍ୟାଙ୍କ, ଶିଳ୍ପ ସ୍ଥାପନ ସୁବିଧା ଓ ପରବର୍ତ୍ତୀ ସହାୟତା ବ୍ୟବସ୍ଥା ସମ୍ପର୍କରେ ଏକ ଉପସ୍ଥାପନା କରାଯାଇଥିଲା। ଅଭିଯାନରେ ପିଏମଇଜିପି, ପିଏମଏଫଏମଇ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଅନ୍ନ ରୋଜଗାର ମିଶନ (CM-SRIM) ଅଧୀନରେ ସଫଳତାର ସହ ଶିଳ୍ପ ପ୍ରତିଷ୍ଠା କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅନୁସୂଚିତ ଜାତି ଓ ଜନଜାତିର ଯୁବ ଉଦ୍ୟୋଗୀଙ୍କ ସମେତ ଅନ୍ୟାନ୍ୟ ସଫଳ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ, ଶିଳ୍ପ ପ୍ରୋତ୍ସାହନ ଅଧିକାରୀ (ଆଇପିଓ), ଓରମାସ ଉପ ମୁଖ୍ୟ ନିର୍ବାହୀ ଅଧିକାରୀ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକା, ଜିଲ୍ଲା ହସ୍ତତନ୍ତ ବିଭାଗର ସହକାରୀ ନିର୍ଦ୍ଦେଶକ ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପରିଶେଷରେ, ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ସୂଚନା ଦେଇଥିଲେ ଯେ ଅଭିଯାନ ସମୟରେ ପ୍ରାପ୍ତ ସମସ୍ତ ଆବେଦନର ଶୀଘ୍ର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ବ୍ଲକ ସ୍ତରରେ ପରବର୍ତ୍ତୀ ସହାୟତା ଶିବିର ଆୟୋଜନ କରାଯିବ। ଜିଲ୍ଲାରେ ତୃଣମୂଳ ସ୍ତରରେ ଉଦ୍ୟୋଗୀ ସୃଷ୍ଟି, ସ୍ୱରୋଜଗାରର ପ୍ରୋତ୍ସାହନ ଏବଂ ନିବେଶକୁ ବୃଦ୍ଧି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।2
- କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ଼ ସ୍ଥିତ ବହୁ ପୂରାତନ ଶୈବପୀଠ ବାବା ମୁକ୍ତେଶ୍ୱର ମନ୍ଦିରରେ ଏକ ବଡ଼ଧରଣର ଚୋରୀ ଘଟଣା ସାମ୍ନାକୁ ଆସିଛି। ଦୁର୍ବୃତ୍ତମାନେ ମନ୍ଦିରରେ ପଶି ଠାକୁରଙ୍କର ସମ୍ପୂର୍ଣ୍ଣ ସୁନା ଓ ରୂପା ଅଳଙ୍କାର ଚୋରୀ କରି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଚୋରମାନେ ତରବରିଆ ଭାବରେ ଚୋରୀ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପଳାୟନ ସମୟରେ ସେମାନେ ବ୍ୟବହାର କରିଥିବା ଏକ ସାଇକେଲ ଘଟଣାସ୍ଥଳରେ ଛାଡ଼ି ଯାଇଥିବା ଦେଖିବାକୁ ମିଳିଛି, ଯାହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣା ସମ୍ପର୍କରେ ଖବର ପାଇ ବାମେବାରୀ ଥାନା ପୋଲିସ ମନ୍ଦିରରେ ପହଞ୍ଚି ସ୍ଥିତିର ଯାଞ୍ଚ କରିବା ସହ ତଦନ୍ତ ଜୋରଦାର କରିଛି। ଚୋରି ହୋଇଥିବା ସୁନା ଓ ରୂପା ଅଳଙ୍କାରର ମୂଲ୍ୟ ଆକଳନ କରାଯାଉଥିବା ବେଳେ, ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି। ଏହି ଚୋରୀ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ଓ ଅସନ୍ତୋଷ ପ୍ରକାଶ ପାଇଛି। ଏହା ସହିତ, ପ୍ରାଚୀନ ମନ୍ଦିରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।2
- ଜାତୀୟ ନାଟ୍ୟ ବିଦ୍ୟାଳୟ (NSD)ରେ ମନୋନୀତ ହୋଇଥିବା ଝାରସୁଗୁଡ଼ାର ନାଟ୍ୟଶିଳ୍ପୀ ସୋନିଆ ବେହେରାଙ୍କୁ ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ଯେ ସୋନିଆଙ୍କର ଏହି ସଫଳତା ଯୁବ କଳାକାରମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ଅଟେ।1
- ରାୟପୁର ଟୋଲ ଗେଟ୍ ନିକଟରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମଧ୍ୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଯୁବତୀ ଜଣକ ନିଜ ରାସ୍ତାରେ ଯାଉଥିବା ସମୟରେ ପଛ ପଟୁ ତୀବ୍ର ବେଗରେ ବାଇକ୍ ଚଳାଉଥିବା ଯୁବକ ତାଙ୍କୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ଯୁବକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଯୁବତୀଙ୍କ ହାତ ଓ ଗୋଡ଼ରେ ମଧ୍ୟ ବହୁତ ଚୋଟ ଲାଗିଛି। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ମାନବିକତା ପ୍ରଦର୍ଶନ କରି ଟୋଲ ଗେଟ୍ର ଜରୁରୀକାଳୀନ ଦଳକୁ ସୂଚନା ଦେଇଥିଲେ। ପାଖାପାଖି ୧୫ ମିନିଟ୍ ମଧ୍ୟରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲା। ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ ଯୁବକଙ୍କ ଅବସ୍ଥା ସ୍ଥିର ରହିଛି। ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି।1