ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚୱାଣ ତା: ୦୧/୦୭/୨୬ ରେ ଡ୍ରେନ୍ ନିର୍ମାଣ କାର୍ଯ୍ୟସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଡ୍ରେନ୍ ନିର୍ମାଣର ଗୁଣବତ୍ତା ଓ ଅଗ୍ରଗତି ଉପରେ ଗୁରୁତ୍ୱାରୋପ କରିବା ସହ କାର୍ଯ୍ୟରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟତଃ ଡ୍ରେନ୍ ଲାଇନ୍ରେ ଜମି ଅଧିଗ୍ରହଣ ଏବଂ ସରକାରୀ ଜମି ଉପରେ ଥିବା ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ କରି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଚ୍ଚମାନର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଶ୍ରୀ ଚୱାଣ ସମ୍ପୃକ୍ତ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ବର୍ଷାଋତୁ ଆସୁଥିବାରୁ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗସ୍ତ ସମୟରେ ଝାରସୁଗୁଡ଼ା ରାସ୍ତା ଓ କୋଠାବାଡ଼ି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଜିତେନ୍ଦ୍ର କୁମାର ମେହେର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବନମାଳୀ ନାଏକ ଏବଂ କାର୍ଯ୍ୟ ନିର୍ବାହୀ ସଂସ୍ଥାର ପ୍ରତିନିଧି ଶ୍ରୀ ସୁଧୀର କୁମାର ସାହିଲ ଉପସ୍ଥିତ ଥିଲେ।
ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚୱାଣ ତା: ୦୧/୦୭/୨୬ ରେ ଡ୍ରେନ୍ ନିର୍ମାଣ କାର୍ଯ୍ୟସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଡ୍ରେନ୍ ନିର୍ମାଣର ଗୁଣବତ୍ତା ଓ ଅଗ୍ରଗତି ଉପରେ ଗୁରୁତ୍ୱାରୋପ କରିବା ସହ କାର୍ଯ୍ୟରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟତଃ ଡ୍ରେନ୍ ଲାଇନ୍ରେ
ଜମି ଅଧିଗ୍ରହଣ ଏବଂ ସରକାରୀ ଜମି ଉପରେ ଥିବା ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ କରି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଚ୍ଚମାନର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଶ୍ରୀ ଚୱାଣ ସମ୍ପୃକ୍ତ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ
ବର୍ଷାଋତୁ ଆସୁଥିବାରୁ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗସ୍ତ ସମୟରେ ଝାରସୁଗୁଡ଼ା ରାସ୍ତା ଓ କୋଠାବାଡ଼ି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଜିତେନ୍ଦ୍ର କୁମାର ମେହେର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବନମାଳୀ ନାଏକ ଏବଂ କାର୍ଯ୍ୟ ନିର୍ବାହୀ ସଂସ୍ଥାର ପ୍ରତିନିଧି ଶ୍ରୀ ସୁଧୀର କୁମାର ସାହିଲ ଉପସ୍ଥିତ ଥିଲେ।
- ଜାତୀୟ ନାଟ୍ୟ ବିଦ୍ୟାଳୟ (NSD)ରେ ମନୋନୀତ ହୋଇଥିବା ଝାରସୁଗୁଡ଼ାର ନାଟ୍ୟଶିଳ୍ପୀ ସୋନିଆ ବେହେରାଙ୍କୁ ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ଯେ ସୋନିଆଙ୍କର ଏହି ସଫଳତା ଯୁବ କଳାକାରମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ଅଟେ।1
- ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ଶାନ୍ତି ତପୋବନ ଆଶ୍ରମର ମାତୃଛାୟା ଶକ୍ତିସଦନର ଅନ୍ତେବାସିନୀ ଶିଖା ବରିହାଙ୍କ ପୁଅ ପ୍ରିୟାନ୍ସର ଦ୍ୱିତୀୟ ଜନ୍ମ ବାର୍ଷିକୀ ଉତ୍ସାହର ସହ ପାଳିତ ହୋଇଛି। ଏହି ଅବସରରେ ମାତୃଛାୟା ଓ ବାନପ୍ରସ୍ଥର ଅନ୍ତେବାସିନୀମାନେ ଫୁଲ, ଚନ୍ଦନ, ଶଙ୍ଖ ଏବଂ ହୁଳହୁଳିରେ ଶିଶୁ ପ୍ରିୟାନ୍ସକୁ ବନ୍ଦାପନା କରି ଶୁଭାଶୀର୍ବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।3
- ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଲକ୍ଷ୍ୟରେ, ଓଡ଼ିଶା ସରକାର ଓ ପୋଲିସ ପକ୍ଷରୁ ଚାଲିଥିବା ବ୍ୟାପକ ସଚେତନତା ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅଞ୍ଚଳରେ ଏକ ବିଶାଳ ସଚେତନତା ସଭାର ଆୟୋଜନ କରାଯାଇଥିଲା। 'ଆମ ପୋଲିସ ସମିତି' ତଳସରା ଥାନା ତରଫରୁ ତଲସରା ଥାନା ଠାରେ ଆୟୋଜିତ ଏହି 'ନିଶା ମୁକ୍ତ ଓଡିଶା ଅଭିଯାନ' କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଶେଷ କରି ଯୁବପିଢ଼ି ଓ ଛାତ୍ରଛାତ୍ରୀମାନଙ୍କୁ ନିଶାର କୁପରିଣାମ ବିଷୟରେ ଅବଗତ କରାଇବା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ସିଡିପିଓ ଶ୍ରୀଯୁକ୍ତ ନିର୍ମଳ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ସଚେତନ କରାଇଥିଲେ ଏବଂ ଏହି ଅଭିଯାନ ନିଜ ଠାରୁ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। ଉପସ୍ଥିତ ପ୍ରତ୍ୟେକ ଯୁବପିଢ଼ି ଓ ବରିଷ୍ଠ ନାଗରିକ ଏକ ନିଶାମୁକ୍ତ ଅଞ୍ଚଳ ଗଠନ ପାଇଁ ଶପଥ ନେଇଥିଲେ। ତଳସରା ଥାନା ଅଧିକାରୀ ଶ୍ରୀମତୀ ଯଶୋବନ୍ତି ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ଏ.ଏସ.ଆଇ. ଶ୍ରୀ ପର୍ଶୁରାମ ବିଭାର, ଏ.ଏସ.ଆଇ. ଶ୍ରୀ ସୁବାଷ ଚନ୍ଦ୍ର ମିରିଗଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ବିପୁଳ ସଂଖ୍ୟାରେ ଯୁବପିଢ଼ି ଓ ବରିଷ୍ଠ ନାଗରିକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ କରିଥିଲେ।1
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଂହୀଯୁବା ଅନ୍ତର୍ଗତ ସାନ ଭାଲୁପାଲି ଗ୍ରାମର ଟିକରାପଡ଼ା ଅଞ୍ଚଳର ବାସିନ୍ଦାମାନେ ସବୁବେଳେ ଭୟ ଓ ଆତଙ୍କରେ ଜୀବନ ବିତାଉଛନ୍ତି। ଟିକରାପଡ଼ାରେ ପ୍ରାୟ ପଚାଶରୁ ଷାଠିଏ ପରିବାର ବସବାସ କରୁଥିବାବେଳେ, ସେମାନଙ୍କ ପଡ଼ାଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା 'ଶ୍ୟାମ ଷ୍ଟୋନ୍ ଇଣ୍ଡଷ୍ଟ୍ରୀ କ୍ରସର' ହିଁ ଏହି ଆତଙ୍କର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।1
- ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରମାନଙ୍କ ଧର୍ମଘଟ ଯୋଗୁଁ ରୋଗୀ ସେବା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି। ଏହି ଧର୍ମଘଟ ସାଧାରଣ ରୋଗୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।1
- ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚୱାଣ ତା: ୦୧/୦୭/୨୬ ରେ ଡ୍ରେନ୍ ନିର୍ମାଣ କାର୍ଯ୍ୟସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଡ୍ରେନ୍ ନିର୍ମାଣର ଗୁଣବତ୍ତା ଓ ଅଗ୍ରଗତି ଉପରେ ଗୁରୁତ୍ୱାରୋପ କରିବା ସହ କାର୍ଯ୍ୟରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟତଃ ଡ୍ରେନ୍ ଲାଇନ୍ରେ ଜମି ଅଧିଗ୍ରହଣ ଏବଂ ସରକାରୀ ଜମି ଉପରେ ଥିବା ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ କରି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଚ୍ଚମାନର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଶ୍ରୀ ଚୱାଣ ସମ୍ପୃକ୍ତ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ବର୍ଷାଋତୁ ଆସୁଥିବାରୁ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗସ୍ତ ସମୟରେ ଝାରସୁଗୁଡ଼ା ରାସ୍ତା ଓ କୋଠାବାଡ଼ି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଜିତେନ୍ଦ୍ର କୁମାର ମେହେର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବନମାଳୀ ନାଏକ ଏବଂ କାର୍ଯ୍ୟ ନିର୍ବାହୀ ସଂସ୍ଥାର ପ୍ରତିନିଧି ଶ୍ରୀ ସୁଧୀର କୁମାର ସାହିଲ ଉପସ୍ଥିତ ଥିଲେ।3
- ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଉପରେ ତୀବ୍ର ରାଜନୈତିକ ଆକ୍ରମଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, "ଅଖିଳେଶ ଜୀ, ପ୍ରଭୁ ଶ୍ରୀ ରାମଲଲାଙ୍କୁ ଦର୍ଶନ କରି ନିଅନ୍ତୁ, ସଦ୍ବୁଦ୍ଧି ଆସିବ। ଏବେ ମଥୁରା-ବୃନ୍ଦାବନର ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ମଧ୍ୟ କିଛି କରିପାରିବେ।" ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଆଗାମୀ ଦିନରେ ରାଜନୈତିକ ବୟାନବାଜି ତୀବ୍ର ହେବାର ସମ୍ଭାବନା ରହିଛି।1
- କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତା ୪ ଜୁଲାଇରେ ବରଗଡ଼ ଗସ୍ତରେ ଆସିବେ ବୋଲି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ଶାହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି। ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ଏହି ଗସ୍ତକୁ ସଫଳ କରିବା ପାଇଁ ସମସ୍ତ ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି। ଦଳୀୟ କର୍ମୀ ଓ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଏହି ବରଗଡ଼ ଗସ୍ତକୁ ନେଇ ଜିଲ୍ଲାରେ ଉତ୍ସାହର ପରିବେଶ ଦେଖାଯାଇଛି।1
- ଉତ୍ତର ପ୍ରଦେଶର ବାରବାଙ୍କୀ ଜିଲ୍ଲାସ୍ଥିତ ରାମନଗର ଥାନା ଅଞ୍ଚଳରେ ଜିତେନ୍ଦ୍ର ଚୌହାନ ନାମକ ଜଣେ ଯୁବକଙ୍କ ସନ୍ଦିଗ୍ଧ ମୃତ୍ୟୁ ପରେ ମଙ୍ଗଳବାର ଦିନ ଉତ୍ତେଜନା ଦେଖାଦେଇଛି। ପରିବାରବର୍ଗ ଓ ଗ୍ରାମବାସୀ ଯୁବକଙ୍କ ମୃତଦେହକୁ ରାସ୍ତାରେ ରଖି ଲକ୍ଷ୍ନୌ-ବାହରାଇଚ୍ ହାଇୱେ ଅବରୋଧ କରିଥିଲେ, ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟରର ଲମ୍ବା ଧାଡ଼ି ଲାଗିରହିଥିଲା। ଏହି ପ୍ରଦର୍ଶନ ସମୟରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ବଚସା ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ପୋଲିସ ଅନୁଯାୟୀ, ଭିଡ଼ ତରଫରୁ ପଥରମାଡ଼ କରାଯାଇଥିଲା, ଯାହା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଏହି ଘଟଣାରେ କିଛି ପୋଲିସକର୍ମୀ ଓ ପ୍ରଦର୍ଶନକାରୀ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅତିରିକ୍ତ ଏସପି ବିକାଶ ଚନ୍ଦ୍ର ତ୍ରିପାଠୀ, ଏସଡିଏମ ଆନନ୍ଦ କୁମାର ତିୱାରୀ ଏବଂ ସିଓ ଗରିମା ପନ୍ତ ଭାରି ପୋଲିସ ବଳ ସହିତ ପହଞ୍ଚିଥିଲେ। ଅଧିକାରୀମାନେ ଗ୍ରାମବାସୀଙ୍କୁ ନିରପେକ୍ଷ ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ପୋଲିସ ଶବକୁ ଜବତ କରି ହାଇୱେରୁ ଜାମ ହଟାଇ ଟ୍ରାଫିକ୍ ପୁନଃସ୍ଥାପିତ କରିଥିଲା। ପରିବାରବର୍ଗ ଅଭିଯୋଗ କରିଛନ୍ତି ଯେ ଯୁବକଙ୍କୁ ହତ୍ୟା କରି ଶବକୁ ଫାଶୀରେ ଝୁଲାଇ ଦିଆଯାଇଛି। ଅନ୍ୟପଟେ ପୋଲିସର କହିବା କଥା ଯେ ମାମଲା ରୁଜୁ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ତେବେ ମୃତ୍ୟୁର କାରଣର ଆଧିକାରିକ ପୁଷ୍ଟି ତଦନ୍ତ ପରେ ହିଁ ହେବ ବୋଲି ପୋଲିସ ସୂଚନା ଦେଇଛି। P24NEWS Express ଏହି ମାମଲାର ପ୍ରତ୍ୟେକ ଅପଡେଟ୍ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ପ୍ରତିବଦ୍ଧ।1