ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ, ଲୁହା ରଡ୍ରେ ପିଟି ଗୋଡ଼ ଭାଙ୍ଗିଦେଲେ ଦୁର୍ବୃତ୍ତ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ, ଲୁହା ରଡ୍ରେ ପିଟି ଗୋଡ଼ ଭାଙ୍ଗିଦେଲେ ଦୁର୍ବୃତ୍ତ ସଙ୍କଟାପନ୍ନ ଅବସ୍ଥାରେ କଟକ SCB କୁ ସ୍ଥାନାନ୍ତରିତ କଳିଙ୍ଗନଗର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ସଂଘବଦ୍ଧ ଭାବେ ମରଣାତ୍ମକ ଆକ୍ରମଣ ଘଟିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସାମ୍ବାଦିକ ମହେନ୍ଦ୍ର କୁମାର ନାଥଙ୍କୁ ପ୍ରଥମେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକର ବଡ଼ ଡାକ୍ତରଖାନା SCB ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଶ୍ରୀ ନାଥ ରାସ୍ତାରେ ଯାଉଥିବା ସମୟରେ କିଛି ଯୁବକ ମଝିରାସ୍ତାରେ ଦଣ୍ଡାୟମାନ ହୋଇ ଯାତାୟାତରେ ବାଧା ସୃଷ୍ଟି କରୁଥିଲେ। ସେମାନଙ୍କୁ ରାସ୍ତାରୁ ହଟିଯିବାକୁ କହିବାକୁ ନେଇ ଉଭୟ ପକ୍ଷରେ ବଚସା ହୋଇଥିଲା। ଏହାରେ ଉତ୍କ୍ଷିପ୍ତ ହୋଇ ଯୁବକମାନେ ସଂଘବଦ୍ଧ ଭାବେ ସାମ୍ବାଦିକଙ୍କୁ ନିର୍ମମ ଭାବେ ପିଟିବା ସହ ଲୁହା ରଡ୍ରେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଶ୍ରୀ ନାଥ ତତ୍କ୍ଷଣାତ୍ ପୋଲିସକୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚୁଥିବା ଦେଖି ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ପୋଲିସ ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି। ଏକ୍ସ-ରେ ରିପୋର୍ଟରୁ ଶ୍ରୀ ନାଥଙ୍କ ଡାହାଣ ଗୋଡ଼ର ହାଡ଼ ଭାଙ୍ଗିଥିବା ଜଣାପଡ଼ିଛି। ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଗମ୍ଭୀର ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ଆହତ ସାମ୍ବାଦିକଙ୍କ ପରିବାର ପକ୍ଷରୁ ଦାନଗଦୀ ପୋଲିସ ଫାଣ୍ଡିରେ ଲିଖିତ ଏତଲା ଦିଆଯାଇଛି। ଘଟଣାକୁ ନେଇ କଳିଙ୍ଗନଗରର ସ୍ଥାନୀୟ ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀ ମହଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମ୍ବାଦିକଙ୍କ ଉପରେ ଏପରି ଆକ୍ରମଣକୁ ନିନ୍ଦା କରି ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ, ଲୁହା ରଡ୍ରେ ପିଟି ଗୋଡ଼ ଭାଙ୍ଗିଦେଲେ ଦୁର୍ବୃତ୍ତ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ, ଲୁହା ରଡ୍ରେ ପିଟି ଗୋଡ଼ ଭାଙ୍ଗିଦେଲେ ଦୁର୍ବୃତ୍ତ ସଙ୍କଟାପନ୍ନ ଅବସ୍ଥାରେ କଟକ SCB କୁ ସ୍ଥାନାନ୍ତରିତ କଳିଙ୍ଗନଗର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ସଂଘବଦ୍ଧ ଭାବେ ମରଣାତ୍ମକ ଆକ୍ରମଣ ଘଟିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସାମ୍ବାଦିକ ମହେନ୍ଦ୍ର କୁମାର ନାଥଙ୍କୁ ପ୍ରଥମେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ
ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକର ବଡ଼ ଡାକ୍ତରଖାନା SCB ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଶ୍ରୀ ନାଥ ରାସ୍ତାରେ ଯାଉଥିବା ସମୟରେ କିଛି ଯୁବକ ମଝିରାସ୍ତାରେ ଦଣ୍ଡାୟମାନ ହୋଇ ଯାତାୟାତରେ ବାଧା ସୃଷ୍ଟି କରୁଥିଲେ। ସେମାନଙ୍କୁ ରାସ୍ତାରୁ ହଟିଯିବାକୁ କହିବାକୁ ନେଇ ଉଭୟ ପକ୍ଷରେ ବଚସା ହୋଇଥିଲା। ଏହାରେ ଉତ୍କ୍ଷିପ୍ତ ହୋଇ ଯୁବକମାନେ ସଂଘବଦ୍ଧ ଭାବେ ସାମ୍ବାଦିକଙ୍କୁ ନିର୍ମମ ଭାବେ
ପିଟିବା ସହ ଲୁହା ରଡ୍ରେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଶ୍ରୀ ନାଥ ତତ୍କ୍ଷଣାତ୍ ପୋଲିସକୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚୁଥିବା ଦେଖି ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ପୋଲିସ ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି। ଏକ୍ସ-ରେ ରିପୋର୍ଟରୁ ଶ୍ରୀ ନାଥଙ୍କ ଡାହାଣ ଗୋଡ଼ର ହାଡ଼ ଭାଙ୍ଗିଥିବା ଜଣାପଡ଼ିଛି। ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା
ଗମ୍ଭୀର ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ଆହତ ସାମ୍ବାଦିକଙ୍କ ପରିବାର ପକ୍ଷରୁ ଦାନଗଦୀ ପୋଲିସ ଫାଣ୍ଡିରେ ଲିଖିତ ଏତଲା ଦିଆଯାଇଛି। ଘଟଣାକୁ ନେଇ କଳିଙ୍ଗନଗରର ସ୍ଥାନୀୟ ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀ ମହଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମ୍ବାଦିକଙ୍କ ଉପରେ ଏପରି ଆକ୍ରମଣକୁ ନିନ୍ଦା କରି ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
- Post by NEWS7ODIA1
- ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ର ସିଙ୍ଗାପୁର ଠାରେ ଆଜି ଠାରୁ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ଆରମ୍ଭ ହୋଇଛି।ଗତକାଲି ସକାଳ ୭:୩0 ସମୟରେ ପଣ୍ଡିତ ମାନେ ପୁଷ୍ପିରିଣୀ ରୁ ବାହାର କରି ନାରାୟଣ ଗୋସାଇଁ ଙ୍କୁ ବାହାରକୁ ବାହାର କରି,ପୂର୍ବ ପାବଛ ରେ ୩୦୮ ପଇଡ଼ ପାଣି ଓ କଞ୍ଚା କ୍ଷୀରରେ ସ୍ନାନ କରାଇ ପାରମ୍ପରିକ ନୀତିରେ ପୂଜା କରିଥିଲେ ।ଏହି ଯାତ୍ରା ୫ ଦିନ ଧରି ଚାଲିବ ଏବଂ ପ୍ରଭୁ ନାରାୟଣ ଗୋସାଇଁ ଙ୍କୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରିପାରିବେ ବୋଲି ମୁଖ୍ୟ ସେବାୟତ କହିଛନ୍ତି।1
- ଆମେ ପ୍ରସ୍ତୁତ କରିଛୁ ବ୍ରହ୍ମାସ୍ତ୍ର | ସମସ୍ତଙ୍କୁ ମିଳିବ ଫାଇଦା, ମିଳିବ ବଡ଼ ସୁଯୋଗ ଭୁବନେଶ୍ବର, ଓଡ଼ିଶା #RCMCollege #Bhubaneswar #Odisha1
- Post by Mo Adhikar news1
- Post by Sendhavai1
- Post by ଯାଜପୁର ଖବର ପ୍ରସାରିତ1
- Post by ବିଂଝାରପୁର ଖବର ଉପର ନଜର1
- ଆମେ ସମସ୍ତେ ଓଡ଼ିଆ କହିଲେ, ସବୁ ଓଡ଼ିଆରେ ହିଁ ଆସିବ, ଯେମିତିକି ସରକାରୀ କାଗଜରେ RCM COLLEGE, BHUBANESWAR #Bhubaneswar #Odisha1