logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ଅଧ୍ୟକ୍ଷତା କରିଥିବାବେଳେ, ପାରଳାଖେମୁଣ୍ଡିର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ କେ. ନାଗାରାଜୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରୀନାଥ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଚଳିତ ବର୍ଷର ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ “ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ” ଥିଲା ଏବଂ “ନିୟମିତ ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ” ବାର୍ତ୍ତା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ ଯେ, ଯୋଗ କେବଳ ଶାରୀରିକ ସୁସ୍ଥତା ନୁହେଁ ବରଂ ମାନସିକ ଓ ଆଧ୍ୟାତ୍ମିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସେ ଦୈନିକ ଯୋଗାଭ୍ୟାସ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିବା ସହ ଶପଥ ପାଠ କରାଇଥିଲେ। ଅନ୍ୟ ଅତିଥିମାନେ ମଧ୍ୟ ଯୋଗ ଦିବସର ତାତ୍ପର୍ଯ୍ୟ ଏବଂ ଦୈନିକ ଜୀବନରେ ଯୋଗର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଯୋଗ ପ୍ରଶିକ୍ଷକମାନଙ୍କ ନେତୃତ୍ୱରେ ଉପସ୍ଥିତ ଅତିଥି, ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ସାମୂହିକ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିଲେ। ସେହିପରି ଗଜପତି ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି, କ୍ରୀଡ଼ାବିତ, ସାମ୍ବାଦିକ ଓ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

2 hrs ago
user_KHABAR TARANGA
KHABAR TARANGA
ସେରଙ୍ଗୋ, ଗଜପତି, ଓଡ଼ିଶା•

More news from ଓଡ଼ିଶା and nearby areas
  • ଦେଖନ୍ତୁ 🙏🙏🙏
    1
    ଦେଖନ୍ତୁ 🙏🙏🙏
    user_Baleswar Naik
    Baleswar Naik
    ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
    21 hrs ago
  • 🌹🌹🌹🌹🌹🌹🌹🌹🌹🌹
    1
    🌹🌹🌹🌹🌹🌹🌹🌹🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    29 min ago
  • ଜୀବନରେ ବୟସ ବଢ଼ିବା ସହିତ ଅନେକ ସମୟରେ ଉତ୍ସାହ କମିଯାଏ, କିନ୍ତୁ ଏ କ୍ଷେତ୍ରରେ ବୟସ ବୃଦ୍ଧି ସତ୍ତ୍ୱେ ଉତ୍ସାହରେ କୌଣସି ହ୍ରାସ ଘଟିନାହିଁ।
    1
    ଜୀବନରେ ବୟସ ବଢ଼ିବା ସହିତ ଅନେକ ସମୟରେ ଉତ୍ସାହ କମିଯାଏ, କିନ୍ତୁ ଏ କ୍ଷେତ୍ରରେ ବୟସ ବୃଦ୍ଧି ସତ୍ତ୍ୱେ ଉତ୍ସାହରେ କୌଣସି ହ୍ରାସ ଘଟିନାହିଁ।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    16 hrs ago
  • ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ବିରୋଧ କରି ମହିଳା କଂଗ୍ରେସ ପକ୍ଷରୁ ରାଜ୍ୟରେ ପ୍ରତିବାଦ କରାଯାଇଛି।
    1
    ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ବିରୋଧ କରି ମହିଳା କଂଗ୍ରେସ ପକ୍ଷରୁ ରାଜ୍ୟରେ ପ୍ରତିବାଦ କରାଯାଇଛି।
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    23 hrs ago
  • ଆଜି ସାରା ବିଶ୍ୱରେ ୧୨ତମ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହେଉଛି। ଏହି ଅବସରରେ ବିଶ୍ୱର ବିଭିନ୍ନ ବଡ଼ ବଡ଼ ଦେଶରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗର ମହତ୍ତ୍ୱ ଓ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି ଯେ ଯୋଗ ଦ୍ୱାରା ଶାରୀରିକ ସୁସ୍ଥତା, ମାନସିକ ସନ୍ତୁଳନ ଏବଂ ନିରୋଗ ଜୀବନଶୈଳୀ ଗଠନ ସମ୍ଭବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଏବଂ ଯୋଗ ପ୍ରତି ତାଙ୍କର ପ୍ରୋତ୍ସାହନ ଫଳରେ ଯୋଗ ଦିବସ ଆଜି ଏକ ବିଶ୍ୱବ୍ୟାପୀ ଜନଆନ୍ଦୋଳନର ରୂପ ନେଇଛି। ଏହି ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲାର ଜଂକିଆ ଥାନା ଅନ୍ତର୍ଗତ ସରପାରୀ ଗ୍ରାମର ସମାଜସେବୀ ସୁଦାମ ଚରଣ ସାହୁ ଏକ ନିଆରା ଉପାୟରେ ଏହି ଦିବସ ପାଳନ କରିଛନ୍ତି। ସେ ମନ୍ଦାକିନୀ ନଦୀ ମଧ୍ୟରେ 'ଜଳଯୋଗ' ପ୍ରଦର୍ଶନ କରି ଯୋଗର ଗୁରୁତ୍ୱ ସମ୍ପର୍କରେ ବିଶ୍ୱବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି। ସେ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆହ୍ୱାନ ଜଣାଇଛନ୍ତି। ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସମାଜସେବୀ ସୁଦାମ ଚରଣ ସାହୁଙ୍କ ଏହି ନିଆରା ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛି ଏବଂ ଏହା ଯୋଗ ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।
    1
    ଆଜି ସାରା ବିଶ୍ୱରେ ୧୨ତମ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହେଉଛି। ଏହି ଅବସରରେ ବିଶ୍ୱର ବିଭିନ୍ନ ବଡ଼ ବଡ଼ ଦେଶରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗର ମହତ୍ତ୍ୱ ଓ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି ଯେ ଯୋଗ ଦ୍ୱାରା ଶାରୀରିକ ସୁସ୍ଥତା, ମାନସିକ ସନ୍ତୁଳନ ଏବଂ ନିରୋଗ ଜୀବନଶୈଳୀ ଗଠନ ସମ୍ଭବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଏବଂ ଯୋଗ ପ୍ରତି ତାଙ୍କର ପ୍ରୋତ୍ସାହନ ଫଳରେ ଯୋଗ ଦିବସ ଆଜି ଏକ ବିଶ୍ୱବ୍ୟାପୀ ଜନଆନ୍ଦୋଳନର ରୂପ ନେଇଛି।

ଏହି ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲାର ଜଂକିଆ ଥାନା ଅନ୍ତର୍ଗତ ସରପାରୀ ଗ୍ରାମର ସମାଜସେବୀ ସୁଦାମ ଚରଣ ସାହୁ ଏକ ନିଆରା ଉପାୟରେ ଏହି ଦିବସ ପାଳନ କରିଛନ୍ତି। ସେ ମନ୍ଦାକିନୀ ନଦୀ ମଧ୍ୟରେ 'ଜଳଯୋଗ' ପ୍ରଦର୍ଶନ କରି ଯୋଗର ଗୁରୁତ୍ୱ ସମ୍ପର୍କରେ ବିଶ୍ୱବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି। ସେ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆହ୍ୱାନ ଜଣାଇଛନ୍ତି। ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

ସମାଜସେବୀ ସୁଦାମ ଚରଣ ସାହୁଙ୍କ ଏହି ନିଆରା ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛି ଏବଂ ଏହା ଯୋଗ ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    21 hrs ago
  • ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ କନିଷ୍ଠ ଯନ୍ତ୍ରୀ ମହେଶ୍ୱର ମାରାଣ୍ଡି ଡୁମ୍ବାଡା ପଞ୍ଚାୟତର ପ୍ରକଳ୍ପଗୁଡ଼ିକ ପାଇଁ ପନ୍ଦର ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଲ୍‌ କରି ଦୀର୍ଘ ଦିନ ଧରି ଛୁଟିରେ ରହିଛନ୍ତି। ପୂର୍ବରୁ ଏହି ବିଷୟରେ ଜନ ପ୍ରତିନିଧି ଏବଂ ଅଞ୍ଚଳବାସୀ ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଗଜପତିର ଏଡିଏମ୍‌ଙ୍କ ଦ୍ୱାରସ୍ଥ ହୋଇ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଏଡିଏମ୍‌ ଦେଢ଼ ମାସ ମଧ୍ୟରେ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ୫୦ ଦିନରୁ ଉର୍ଦ୍ଧ୍ବ ଦିନ ବିତି ଯାଇଥିଲେ ମଧ୍ୟ ସମାଧାନ ହୋଇପାରି ନାହିଁ। ଏହି ଅସମାହିତ ସମସ୍ୟା ଯୋଗୁଁ ମ୍ୟାଟେରିଆଲ୍‌ ସପ୍ଲାୟର୍ସ ଏବଂ ଶ୍ରମିକମାନେ ସେମାନଙ୍କର ପାଉଣା ପାଇପାରି ନାହାନ୍ତି। ଏହି କାରଣରୁ କାମ କରାଇଥିବା ବ୍ୟକ୍ତିମାନେ ଭୟ ଏବଂ ଆଶଙ୍କାରେ ଦିନ କାଟୁଛନ୍ତି। ଡୁମ୍ବାଡା ସମିତି ସଭ୍ୟ ଦୁମନ୍‌ ଗମାଙ୍ଗ ଏହି ବିଷୟରେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କୁ ଅବଗତ କରାଇଛନ୍ତି, ଯିଏ ମଧ୍ୟ ଘଟଣାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
    1
    ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ କନିଷ୍ଠ ଯନ୍ତ୍ରୀ ମହେଶ୍ୱର ମାରାଣ୍ଡି ଡୁମ୍ବାଡା ପଞ୍ଚାୟତର ପ୍ରକଳ୍ପଗୁଡ଼ିକ ପାଇଁ ପନ୍ଦର ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଲ୍‌ କରି ଦୀର୍ଘ ଦିନ ଧରି ଛୁଟିରେ ରହିଛନ୍ତି।

ପୂର୍ବରୁ ଏହି ବିଷୟରେ ଜନ ପ୍ରତିନିଧି ଏବଂ ଅଞ୍ଚଳବାସୀ ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଗଜପତିର ଏଡିଏମ୍‌ଙ୍କ ଦ୍ୱାରସ୍ଥ ହୋଇ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଏଡିଏମ୍‌ ଦେଢ଼ ମାସ ମଧ୍ୟରେ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ୫୦ ଦିନରୁ ଉର୍ଦ୍ଧ୍ବ ଦିନ ବିତି ଯାଇଥିଲେ ମଧ୍ୟ ସମାଧାନ ହୋଇପାରି ନାହିଁ।

ଏହି ଅସମାହିତ ସମସ୍ୟା ଯୋଗୁଁ ମ୍ୟାଟେରିଆଲ୍‌ ସପ୍ଲାୟର୍ସ ଏବଂ ଶ୍ରମିକମାନେ ସେମାନଙ୍କର ପାଉଣା ପାଇପାରି ନାହାନ୍ତି। ଏହି କାରଣରୁ କାମ କରାଇଥିବା ବ୍ୟକ୍ତିମାନେ ଭୟ ଏବଂ ଆଶଙ୍କାରେ ଦିନ କାଟୁଛନ୍ତି। ଡୁମ୍ବାଡା ସମିତି ସଭ୍ୟ ଦୁମନ୍‌ ଗମାଙ୍ଗ ଏହି ବିଷୟରେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କୁ ଅବଗତ କରାଇଛନ୍ତି, ଯିଏ ମଧ୍ୟ ଘଟଣାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    22 hrs ago
  • 🌹🌹🌹🌹🌹🌹🌹🌹🌹🌹
    1
    🌹🌹🌹🌹🌹🌹🌹🌹🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    18 hrs ago
  • କୋରାପୁଟ ଜିଲ୍ଲାରେ ଅଦା ଦରରେ ଏକ ବଡ଼ ଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି। ପୂର୍ବରୁ ଏଠାରେ ଅଦା ପ୍ରତି କିଲୋଗ୍ରାମ ୬୦ ଟଙ୍କାରେ ବିକ୍ରି ହେଉଥିଲା। ତେବେ, ବର୍ତ୍ତମାନ ଏହି ଅଦା ୧୬୦ ଟଙ୍କାରେ ବିକ୍ରି ହେଉଛି।
    1
    କୋରାପୁଟ ଜିଲ୍ଲାରେ ଅଦା ଦରରେ ଏକ ବଡ଼ ଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି। ପୂର୍ବରୁ ଏଠାରେ ଅଦା ପ୍ରତି କିଲୋଗ୍ରାମ ୬୦ ଟଙ୍କାରେ ବିକ୍ରି ହେଉଥିଲା। ତେବେ, ବର୍ତ୍ତମାନ ଏହି ଅଦା ୧୬୦ ଟଙ୍କାରେ ବିକ୍ରି ହେଉଛି।
    user_ପ୍ରଦୀପ କୁମାର ପାଣିଗ୍ରାହୀ
    ପ୍ରଦୀପ କୁମାର ପାଣିଗ୍ରାହୀ
    କୋରାପୁଟ, କୋରାପୁଟ, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.