ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ଆସୋସିଏସନ୍ ପକ୍ଷରୁ ବାର୍ଷିକ ରକ୍ତଦାନ ଶିବିର ଅନୁଷ୍ଠିତ। ଓମ୍ ଶ୍ରୀ ଶ୍ରୀ ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ଆସୋସିଏସନ୍ ପକ୍ଷରୁ ବାର୍ଷିକ ରକ୍ତଦାନ ଶିବିର ଷ୍ଟେସନ ପୂଜାମଣ୍ଡପ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସେବାମୂଳକ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ଆର୍ପିଏଫ୍ ଅଧିକାରୀ ହରିଦର୍ଶନ ଶର୍ମା ଓ ସମାଜସେବୀ ଗିରିଶ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ଆସୋସିଏସନ୍ର ଶତାଧିକ ସଦସ୍ୟ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ଆସୋସିଏସନ୍ର ସଭାପତି ଅକ୍ଷୟ ପଟ୍ଟନାୟକ, ସମ୍ପାଦକ ଗୋପୀନାଥ ସ୍ୱାଇଁ, ସହ-ସମ୍ପାଦକ ଚିତ୍ତରଞ୍ଜନ ସେଠୀ ଓ କୋଷାଧ୍ୟକ୍ଷ ମଧୁସୂଦନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ସୁଚାରୁ ଭାବେ ପରିଚାଳିତ ହୋଇଥିଲା। ମାନସ ଖଟୋଇ, ମୁକେଶ ସୁନ୍ଦର, ପ୍ରଶାନ୍ତ ନାୟକ, ଅଜିତ ସାହୁ, ରାଜେଶ ସୁନ୍ଦର, ଏମ୍ ଗୋବିନ୍ଦ ରେଡ୍ଡୀ, ସୁକାନ୍ତ ବରାଳ ଓ ପର୍ଶୁରାମ ରେଡ୍ଡୀ ଆଦି ସଦସ୍ୟମାନେ ଶିବିରକୁ ସଫଳ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। (ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ)
ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ଆସୋସିଏସନ୍ ପକ୍ଷରୁ ବାର୍ଷିକ ରକ୍ତଦାନ ଶିବିର ଅନୁଷ୍ଠିତ। ଓମ୍ ଶ୍ରୀ ଶ୍ରୀ ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ଆସୋସିଏସନ୍ ପକ୍ଷରୁ ବାର୍ଷିକ ରକ୍ତଦାନ ଶିବିର ଷ୍ଟେସନ ପୂଜାମଣ୍ଡପ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସେବାମୂଳକ
କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ଆର୍ପିଏଫ୍ ଅଧିକାରୀ ହରିଦର୍ଶନ ଶର୍ମା ଓ ସମାଜସେବୀ ଗିରିଶ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ଆସୋସିଏସନ୍ର ଶତାଧିକ ସଦସ୍ୟ ସ୍ୱେଚ୍ଛାକୃତ
ଭାବେ ରକ୍ତଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ଆସୋସିଏସନ୍ର ସଭାପତି ଅକ୍ଷୟ ପଟ୍ଟନାୟକ, ସମ୍ପାଦକ ଗୋପୀନାଥ ସ୍ୱାଇଁ, ସହ-ସମ୍ପାଦକ ଚିତ୍ତରଞ୍ଜନ ସେଠୀ ଓ କୋଷାଧ୍ୟକ୍ଷ ମଧୁସୂଦନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ସୁଚାରୁ ଭାବେ ପରିଚାଳିତ ହୋଇଥିଲା। ମାନସ
ଖଟୋଇ, ମୁକେଶ ସୁନ୍ଦର, ପ୍ରଶାନ୍ତ ନାୟକ, ଅଜିତ ସାହୁ, ରାଜେଶ ସୁନ୍ଦର, ଏମ୍ ଗୋବିନ୍ଦ ରେଡ୍ଡୀ, ସୁକାନ୍ତ ବରାଳ ଓ ପର୍ଶୁରାମ ରେଡ୍ଡୀ ଆଦି ସଦସ୍ୟମାନେ ଶିବିରକୁ ସଫଳ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। (ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ)
- Post by Manoj kumar baliyarsingh4
- Post by Gagan Bhoi1
- ମୁଖ୍ୟମନ୍ତ୍ରୀ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଅନ୍ୟାନ୍ୟ ବରପୁତ୍ରମାନଙ୍କ ତ୍ୟାଗ ଓ ସଂଗ୍ରାମକୁ ସ୍ମରଣ କରି ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଓଡ଼ିଶାର ସ୍ୱର୍ଣ୍ଣିମ ଇତିହାସ, ପାଇକ ବିଦ୍ରୋହ ଓ ଭାଷା ଆଧାରିତ ଆନ୍ଦୋଳନର ଗୌରବକୁ ଉଲ୍ଲେଖ କରି କହିଥିଲେ ଯେ ଓଡ଼ିଆ ଭାଷା ଓ ସଂସ୍କୃତି ହିଁ ରାଜ୍ୟ ଗଠନର ପ୍ରମୁଖ ଶକ୍ତି। ସେ ଓଡ଼ିଆ ଜାତିର ସ୍ୱାଭିମାନ ଓ ଏକତାକୁ ବଜାୟ ରଖି ଆଗକୁ ବଢିବାକୁ ଆହ୍ୱାନ କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆସିଥିବା ଚିଠିକୁ ପଢ଼ି କୃତଜ୍ଞତା ଜଣାଇବା ସହିତ ଓଡ଼ିଶା ପୋଲିସଙ୍କୁ ମିଳିଥିବା ‘ରାଷ୍ଟ୍ରପତି ପୋଲିସ୍ କଲର୍ସ’ ସମ୍ମାନକୁ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି କହିଥିଲେ।1
- ଗାଡ଼ିରେ ପ୍ରେସ୍ ଲେଖୁଥିଲେ ସାବଧାନ! ପୋଲିସ୍ ଚେକିଙ୍ଗରୁ ବଞ୍ଚିବା ପାଇଁ ଗାଡ଼ିରେ ପ୍ରେସ୍ ଲେଖି ଛାତି ଫୁଲାଇ ବୁଲୁଥିଲେ ବାବୁ। ଧରାପଡ଼ି ଗଲେ 😂 ପ୍ରେସ୍ ଲେଖି ମନ ଇଚ୍ଛା ଗାଡ଼ି ଧରି ରାସ୍ତାରେ ବୁଲିବା ପଡ଼ିଲା ମହଙ୍ଗା । ଚେକିଂ ବେଳେ ଧରାପଡ଼ିଗଲେ କଟକ ଟ୍ରାଫିକ୍ ଆଇଆଇସିଙ୍କ ହାବୁଡ଼ରେ।1
- ରଣପୁର ରେ ଚଢ଼ାଉ ୩୨ ଗ୍ୟାସ ଟାଙ୍କି ଜବତ #spnewstvliveodia #breakingnews #ranapurnews1
- Post by Himanshu Nanda1
- Post by Manoj kumar baliyarsingh4
- ଅନେକ ସ୍ଥାନରେ ଆବଶ୍ୟକତା ଠାରୁ ଅଧିକ ସିଲିଣ୍ଡର ରଖିଥିବା ବ୍ୟକ୍ତିଙ୍କ ଘରେ ମଧ୍ୟ ଚଢାଉ କରାଯାଉଛି।1
- ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକ ଠାରେ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ “ଯୁବକ୍ରାନ୍ତି ସମାବେଶ” ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଶ୍ରୀ ଉଦୟଭାନୁ ଚିବଙ୍କୁ ଶ୍ରୀରାମ ମନ୍ଦିର ଛକ ଠାରୁ ମାଷ୍ଟରକ୍ୟାଂଟିନ ସମାବେଶ ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲି ଯୋଗେ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ପାଛୋଟି ଆଣିଥିଲେ । ଶ୍ରୀ ଚିବ ଉପସ୍ଥିତ ଯୁବ କଂଗ୍ରେସ କର୍ମୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ଆମ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କୁ ଜି ହଜୁରୀ କରିବାରେ ବ୍ୟସ୍ତ । ସେ ଟ୍ରମ୍ପଙ୍କର ଜଣେ ବଚସ୍କର ଭାବରେ ପରିଚୟ ସୃଷ୍ଟି କରିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଅପରେସନ ସିନ୍ଦୁରକୁ ମୁଁ ବନ୍ଦ କଲି, କାଶ୍ମିର ସମସ୍ୟାର ସମାଧାନ ମୁଁ କରିଦେବି ଆଦି ଖୋଲାଖୋଲି ଭାବେ ବାରମ୍ବାର କହୁଛନ୍ତି । କିନ୍ତୁ କେଜାଣି କାହିଁକି ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟୁତ୍ତର ଦେଇପାରୁ ନାହାନ୍ତି । ହୁଏତ ଏପିଷ୍ଟିନ ଫାଇଲ କିମ୍ବା ଅଦାନୀ କେଳେଙ୍କାରିର ଭୟ ତାଙ୍କୁ ମାଡ଼ି ବସୁଛି । ବର୍ତ୍ତମାନ ଭାରତର ଚାଷୀ ବିରୋଧି ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ତାହାର ପ୍ରକୃତ ପ୍ରମାଣ । ଏହି ଚୁକ୍ତି ଦ୍ୱାରା ଭାରତୀୟ ଚାଷୀଙ୍କର ଘୋର କ୍ଷତି ହେଉଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ମୁଣ୍ଡ ନୁଆଇ ଗ୍ରହଣ କରିଛନ୍ତି । ଏଥିପାଇଁ ଦେଶର ଯୁବ ବର୍ଗ ପ୍ରଧାନମନ୍ତ୍ରୀ କମ୍ପ୍ରମାଇଜଡ୍ ବୋଲି କହୁଛନ୍ତି । ଆମ ଦେଶ ଏଭଳି ଦୁର୍ବଳ ପ୍ରଧାନମନ୍ତ୍ରୀ କେବେ ଦେଖିନଥିଲା । ନେହେରୁ ପ୍ରଧାନମନ୍ତ୍ରୀ ଥିବା ବେଳେ ରଷିଆ ଓ ଆମେରିକା କାହାକୁ ଖାତିର ନକରି ଗୋଷ୍ଠି ନିରପେକ୍ଷ ଆନ୍ଦୋଳନ ଆରମ୍ଭ କରିଥିଲେ । ଯେଉଁଥିରେ ୨୦୦ ରୁ ଅଧିକ ଦେଶ ସଦସ୍ୟ ଥିଲେ ଏବଂ ଭାରତ ଏହାର ନେତୃତ୍ୱ ନେଉଥିଲା । ବାଙ୍ଗଲାଦେଶ ଗଠନ ପାଇଁ ପାକିସ୍ଥାନ ସହିତ ଯୁଦ୍ଧ ହେଲାବେଳେ ଆମେରିକା ତାର ସପ୍ତମ ନୌଭେଳା ପଠାଇ ଭାରତକୁ ଯୁଦ୍ଧ ବନ୍ଦପାଇଁ ଧମକ ଦେଇଥିଲା । କିନ୍ତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆମେରିକାର ଧମକକୁ ଖାତିର ନକରି ବାଙ୍ଗଲାଦେଶ ଗଠନ କଲେ ଏବଂ ପାକିସ୍ଥାନର ସୈନ୍ୟ ଆତ୍ମସମର୍ପଣ କଲେ । ପୁର୍ବର ପ୍ରଧାନମନ୍ତ୍ରୀ ଏଭଳି ଥିଲେ । କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ସଂପୂର୍ଣ୍ଣରୂପେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଗରେ ଆତ୍ମସମର୍ପଣ କରିଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପ୍ରତିବର୍ଷ ୨କୋଟି ନିଯୁକ୍ତି ଦେବାପାଇଁ ଘୋଷଣା କରିଥିଲେ । ଆଜି ପର୍ଯ୍ୟନ୍ତ କେତେ ନିଯୁକ୍ତି ହେଲା ତାହାର ଜବାବ ଦେବାକୁ ପଡ଼ିବ । ଦେଶର ଯୁବକ ଆଜି ଉତ୍କଟ ବେକାରୀ ସମସ୍ୟା ସହ ଜୁଝୁଛି । ଦେଶରେ ନିଜର ଭବିଷ୍ୟତ ଗଢ଼ିନପାରି ରୋଜଗାର ପାଇଁ ଦେଶର ଯୁବକ ବିଦେଶ ପଳାଉଛନ୍ତି । ଓଡ଼ିଶାରେ ଏକ ଅଦଭୁତ ସରକାର ଅଛି । ବିନା ଦାୟିତ୍ୱବୋଧରେ ଶାସନ ଚାଲିଛି । କଟକ ବଡ଼ ଡାକ୍ତରଖାନାରେ ରୋଗୀ ହତ୍ୟା ଘଟଣା ଓଡ଼ିଶାର ସ୍ୱାସ୍ଥ୍ୟ ସେବାର ଦୁରାବସ୍ଥାକୁ ସ୍ପଷ୍ଟ କରିଛି । ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇନାହାନ୍ତି ଏବଂ ଏହି ବ୍ୟବସ୍ଥାକୃତ ଅଘଟଣ ପାଇଁ ଦାୟିତ୍ୱରେ ଥିବା କତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ସେମାନଙ୍କୁ ନରହତ୍ୟା ଅପରାଧରେ ଦଣ୍ଡିତ କରିବା କଥା । ମଣ୍ଡିରେ ଚାଷୀଙ୍କୁ ଖୋଲାଖୋଲି ଶୋଷଣ କରାଯାଉଛି । କଟନୀ ଛଟନୀ କରି ଚାଷୀଙ୍କୁ ହନ୍ତସନ୍ତ କରାଯାଉଛି । ସରକାର ଏବଂ ମିଲମାଲିକଙ୍କ ମଧୁଚନ୍ଦ୍ରିକାରେ ଚାଷୀର ସ୍ୱାର୍ଥ ବଳିପଡ଼ିଯାଉଛି । ଏମଏସପି ମୂଲ୍ୟରେ ଚାଷୀ ଧାନ ବିକ୍ରୀ କରିପାରୁ ନାହିଁ । ଚାଷୀଙ୍କ ବଳକା ଧାନକୁ ଶାଗମାଛ ମୂଲ୍ୟରେ ମିଲର୍ସମାନଙ୍କ ଦେବାକୁ ପଡ଼ୁଛି । ନାରୀ ଅତ୍ୟାଚାରର ସୀମା ଲଙ୍ଘିଛି । ପ୍ରତ୍ୟେକ ଦିନ ଓଡ଼ିଶାର ନାରୀ ଦୁଷ୍କର୍ମର ଶିକାର ହେଉଛି । ନାରୀ ସୁରକ୍ଷା ସ୍ଥିତି ରାଜ୍ୟରେ ଅତି ଗମ୍ଭିର । ଏହି ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ଯୁବ କଂଗ୍ରେସକୁ ଲଢ଼େଇ କରିବାକୁ ପଡ଼ିବ । ଏମାନଙ୍କୁ ଗାଦିଚୁୃ୍ୟତ ନକଲା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଶ୍ରୀ ଚିବ କହିଥିଲେ ।1