ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୋଧରେ ଥିବା ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ତଦନ୍ତ ରିପୋର୍ଟ ମାର୍ଚ୍ଚ୍ ୩୧ ପୂର୍ବରୁ ଦାଖଲ ପାଇଁ ସରକାରଙ୍କ ନିର୍ଦ୍ଦେଶ ଅବହେଳା କଲେ ଖିଲାପକାରୀ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଏଏସ୍ (କନିଷ୍ଠ ବର୍ଗ) ଏବଂ ଓଆରଏସ୍ ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବକେୟା ଥିବା ତଦନ୍ତ ରିପୋର୍ଟଗୁଡିକ ଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଏ ସଂକ୍ରାନ୍ତରେ ସମସ୍ତ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର, କନ୍ଧମାଳର ଜିଲ୍ଲା ପରିଷଦମାନଙ୍କର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଆରଡିସି, କଟକ ଏବଂ ଆରଡିସି, ସମ୍ବଲପୁରଙ୍କ ସଚିବଙ୍କୁ ଚିଠି ଲେଖିଛନ୍ତି l ପୂର୍ବରୁ ସରକାରଙ୍କ ନିର୍ଦ୍ଦେଶାନୁସାରେ ତଦନ୍ତକାରୀ ଅଧିକାରୀ ନିଯୁକ୍ତି ତାରିଖରୁ ୯୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ବକେୟା ଥିବା ମାମଲା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାରେ ଅନାବଶ୍ୟକ ବିଳମ୍ବ ହେଉଛି। ଏହି ପରିପ୍ରେକ୍ଷୀରେ ସମସ୍ତ ବକେୟା ମାମଲାକୁ ପ୍ରାଥମିକତା ଆଧାରରେ ତଦନ୍ତ କରାଯାଇ ଏକ ମାସ ମଧ୍ୟରେ ଅର୍ଥାତ୍ ୩୧ ମାର୍ଚ୍ଚ ୨୦୨୬ ପୂର୍ବରୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ରାଜସ୍ୱ ସଚିବ ଡ. ପାଢୀ ନିର୍ଦ୍ଦେଶ ଦେଇଛନ୍ତି l ଆବଶ୍ୟକସ୍ଥଳେ ତଦନ୍ତକାରୀ ଅଧିକାରୀଙ୍କ ଦ୍ୱାରା ଅବହେଳା କିମ୍ବା ଖିଲାପ ହେଲେ ଏ ସମ୍ପର୍କିତ ମାମଲା ସରକାରଙ୍କ ଦୃଷ୍ଟିଗୋଚରକୁ ଆଣି ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ଏଥିସହିତ ସମସ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ଏହି ମାମଲାଗୁଡିକର ନିୟମିତ ସମୀକ୍ଷା କରି ସରକାରୀ ନିର୍ଦ୍ଦେଶ ପାଳନ ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି।

- Post by Gagan Bhoi1
- Post by NEWS MANORANJAN1
- Post by Darbar Tv1
- ଏହି ଶ୍ରମିକମାନେ ସେମାନଙ୍କର ବକେୟା ଦରମା, ଗ୍ରାଚ୍ୟୁଟି ଦାବି କରି ଦୀର୍ଘ ୯୦୦ ଦିନ ଆନ୍ଦୋଳନ ଅବ୍ୟାହତ କରିଚାଲିଛନ୍ତି । ଏପରିକି ସରକାରଙ୍କର ଶ୍ରମବିଭାଗ ଏବଂ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ କବୋର୍ଡ଼ ଇଣ୍ଡଷ୍ଟ୍ରିର ମାଲିକ ବେଖାତିର କରୁଛନ୍ତି ବୋଲି ଆନ୍ଦୋଳନକାରୀ ମତ ଦେଇଛନ୍ତି । Byt - ବସନ୍ତ ( ଆନ୍ଦୋଳନ କାରୀ)2
- କଟକ ଶିଖରପୁର ନଦୀକୂଳସାହିରେ ଅଜଣା ଯୁବକଙ୍କ ଉନ୍ମୁକ୍ତକାଣ୍ଡ। ଜଣଙ୍କ ଘର ଭିତରେ ପଶି ଭିତରୁ କବାଟ ଦେଲେ ଯୁବକ। କଟକ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ନଦୀକୂଳସାହି ମଙ୍ଗଳାଗଡାରେ ଜଣଙ୍କ ଘର ଭିତରେ ଅଜଣା ଯୁବକ ପଶି ଭିତର ପଟୁ କବାଟ ଦେଇ ରହିଛି।ଲୋକମାନେ ଖୋଲିବା ପାଇଁ ପ୍ରୟାସ କରୁଥିବା ସମୟରେ ଘଟନସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ବନ୍ଦଘରୁ ଅଜଣା ଯୁବକକୁ କାବୁ କରିଛି ପୋଲିସ।ଯୁବକର ପରିଚୟ ଓ କଣପାଇଁ ପଶିଥିଲା ସ୍ପଷ୍ଟ ଜଣାପଡିନାହିଁ।1
- ଏହି ଭିଡ଼ିଓ ଦେଖକୁ ଏବଂ ବହୁତ ସୁନ୍ଦର ଲାଗୁଚି.. like share please subscribe youtube Channl. Mr Pravat Gudiya short video.1
- ଜଟଣୀ :ପିପିଲି ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମରମନ୍ତୁଦ ସଡ଼କ ଦୁର୍ଘଟଣା। ପାସେଞ୍ଜର ଅଟକୁ ଧକାଦେଲା କାର। ଦୁର୍ଘଟଣା ରେ ମହିଳା ଯାତ୍ରୀ ମୃତ। ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଁଚି ଦୁଇଟି ଗାଡି ଜବତ କରି ଅଧିକ ତଦନ୍ତ କରୁଛି। ବିଗତ ୧ ବର୍ଷ ଭିତରେ ୧୪ ଜଣଙ୍କ ଜୀବନ ଗଲାଣି ଏହି ରାସ୍ତାରେ। ତଥାପି ପ୍ରଶାସନ ତରଫରୁ ସ୍ପିଡ଼ ଗାଡି ଚାଳନା ଉପରେ ରୋକ ଲଗାଇପାରୁନି ପ୍ରଶାସନ।8
- Post by Gagan Bhoi1